Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»‘ପପ୍ପୁ’ ବୋଲି କହିଦେଲେ କେହି ନିର୍ବୋଧ ହୋଇ ଯାଏନା, ‘ପପ୍ପୁ’ ଗୋଟେ ଦେଶର ସମ୍ଭାବନା ବି ହୋଇପାରେ!
ମତାମତ

‘ପପ୍ପୁ’ ବୋଲି କହିଦେଲେ କେହି ନିର୍ବୋଧ ହୋଇ ଯାଏନା, ‘ପପ୍ପୁ’ ଗୋଟେ ଦେଶର ସମ୍ଭାବନା ବି ହୋଇପାରେ!

January 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁଧାଶ୍ରୀ ଦାଶ

ବିଦେଶରେ ରହି ମୁଁ ଗୋଟେ କଥା ବୁଝିସାରିଛି, ଯାହା ଆମେ ଦେଖିବା ଓ ଅନୁଭବ କରିବା, ତାକୁ ହିଁ ବିଶ୍ବାସ କରିବା । ସତ୍ୟ ସବୁବେଳେ ‘ତିନି ତୁଣ୍ଡରେ ଛେଳି କୁକୁର’ ନୁହେଁ । ୨୦୧୪ ସାଧାରଣ ନିର୍ବାଚନ ପରେ ଗୋଟିଏ ନୂଆ ଶବ୍ଦ ସାରା ଦେଶର ମଗଜରେ ପଶିଯାଇଥିଲା ଓ ସେ ଶବ୍ଦ ଟି ହେଉଛି ‘ପପ୍ପୁ’ । ସତ କହିବାକୁ ଗଲେ  ସେହି ଶବ୍ଦ ଯେମିତି ରାଜନୀତିର ପରିଭାଷାକୁ ବଦଳାଇ ଦେଲା । ପପ୍ପୁ ଶବ୍ଦର ଅର୍ଥ ମୂର୍ଖ, ଅଜ୍ଞାନ ଓ ଅବୋଧ ବୋଲି ଆମେ ଭାବିନେଲୁ। ତେବେ ଜଣେ ରାଜନେତାଙ୍କୁ ଏପରି ସମ୍ବୋଧନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଆଜି ବି ଆଲୋଚନା ସାପେକ୍ଷ । କିନ୍ତୁ ମୋ ମତରେ, ଗୋଟିଏ ବ୍ୟକ୍ତି କେବଳ ବିରୋଧୀ ଦଳର ବୋଲି ତାକୁ ପପୁ ବୋଲି କହିବା ଯଥାର୍ଥ ନୁହେଁ ।

ନିକଟରେ ସୋସିଆଲ ମିଡିଆରେ ଓ ନିଜର ରାଜନୈତିକ ବିରୋଧୀଙ୍କ ଦ୍ଵାରା ପପ୍ପୁ ଭାବରେ ସର୍ବାଧିକ ଗାଳି ଖାଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ  ଦୁବାଇ ଆସି ଏଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । (ଏ ପ୍ରସଙ୍ଗରେ ମୁଁ ଆଗରୁ ଲେଖି ସାରିଛି) କେବଳ ନିଜ ଉତ୍କଣ୍ଠାକୁ ଶାନ୍ତ କରିବାକୁ ଯାଇ ମୁଁ ମଧ୍ୟ ଅନ୍ୟମାନଙ୍କ ଗହଣରେ ସାମିଲ୍‌ ହୋଇଥିଲି ତାଙ୍କ ସଭାରେ । Dubai International Cricket Stadiumରେ ଏକାଠି ହୋଇଥିବା ୪୦ ହଜାର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ମୁଁ ଜଣେ ଥିଲି । ଲୋକଙ୍କ ମଧ୍ୟରେ ରହିଥିବା ଆଶା ଓ ଆକାଂକ୍ଷାକୁ ସେମାନଙ୍କ ହସ ଖୁବ୍‌ ଭଲ ଭାବରେ ପ୍ରତିପାଦିତ କରୁଥିଲା । କୁନି କୁନି ପିଲାଙ୍କୁ ନେଇ ଯେତେବେଳେ ମହିଳାମାନେ ଷ୍ଟାଡିୟମ୍‌ ଭିତରକୁ ଯାଉଥିଲେ, ଲାଗୁଥିଲା, ‘ପପୁ’ ଉପରେ ବି ଲୋକଙ୍କ ଭରସା ରହିପାରେ ।

ଅବଶ୍ୟ ସାମ୍ପ୍ରତିକ ରାଜନୀତିରେ ଯେତେବେଳେ କେବଳ ଠକ ଓ ଭଣ୍ଡମାନେ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି, ସେତେବେଳେ ଗୋଟିଏ ପପୁ ଉପରେ ବିଶ୍ବାସ ରଖିବା କିଛି ଖରାପ କଥା ନୁହେଁ । ଆମ ପାଇଁ ସମସ୍ତେ ନେତା ଓ ସମସ୍ତେ ଭାଷଣ ଦିଅନ୍ତି । ସେଥିରେ ମୋଦି, ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କ ମଧ୍ୟରେ ପାର୍ଥକ୍ୟ କେଉଁଠି ? ୪୦ ହଜାର ଲୋକଙ୍କ ଭିଡ଼ ଓ ସେମାନଙ୍କ ସ୍ବର Dubai Police ପାଇଁ କିଛି ଅଲଗା ଅନୁଭୂତି ଥିଲା । ତାଙ୍କ ପାଇଁ ରାହୁଲ୍‌ ଗାନ୍ଧି ଥିଲେ କେବଳ  ଜଣେ ଭାରତୀୟ ନେତା । ତାଙ୍କ ପାଇଁ ଯେମିତି ମୋଦି ସେମିତି ରାହୁଲ୍‌ ଗାନ୍ଧି । ୨୦୧୫ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି UAE ଆସିଥିଲେ, ସେତେବେଳେ ଠିକ୍‌ ଏହିପରି ଏକ ପରିବେଶ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଚହଳ ସୃଷ୍ଟି କରିଥିଲା । Gulf News ଓ Khaleej Times ଭଳି ସମ୍ବାଦପତ୍ର (UAE based) ତାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଥିଲେ । ଆଉ ତିନିବର୍ଷ ପରେ ପୁଣି ତାର ପୁନରାବୃତ୍ତି ଘଟିଲା । ପପୁ ଓରଫ୍‌ ରାହୁଲ୍‌ ଗାନ୍ଧିଙ୍କ ଚିତ୍ର ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଲା । ରାହୁଲ୍‌ ଗାନ୍ଧି ତୀକ୍ଷ୍ଣ ଶବ୍ଦରେ ମୋଦିଙ୍କୁ ସମାଲୋଚନା କରିଥିଲେ । ୨୦୧୯କୁ UAE ’ସହନଶୀଳତାର ବର୍ଷ’ ବା ‘Year of Tolerance’ ବୋଲି ଘୋଷଣା କରିଛି । ତେବେ ଭାରତରେ ସହନଶୀଳତା ପ୍ରତିଟି ମୁହୂର୍ତ୍ତରେ ଲୋପ ପାଉଛି ବୋଲି ରାହୁଲ୍‌ ଗାନ୍ଧି କହିଥିଲେ । ସେହିପରି ମୋଦି, ଦେଇଥିବା ପ୍ରତିଶ୍ରୁତି ୫ ବର୍ଷରେ ଅପୂରଣୀୟ ହୋଇପଡିଛି । ତାହା କେତେ ସତ ବା ଭୁଲ୍‌ ତାହା ଆମେମାନେ ନିଜେ ବୁଝିବା ଦରକାର ।

ଗତ ୧୦ ବର୍ଷ ଧରି ମୁଁ ଭାରତ ବାହାରେ ରହି ଆସୁଛି । ଜଣେ ସଚେତନ ନାଗରିକ ହିସାବରେ ମୁଁ ମୋ ରାଷ୍ଟ୍ରର ଉନ୍ନତି ଚାହେଁ । ସରକାର ଯେ କେହି ଗଠନ କରୁ, ସେଥିରେ ଜଣେ ସାଧାରଣ ଜନତାର କିଛି ଯାଏ ଆସେ ନାହିଁ । ତେବେ ସରକାର କିପରି ସମାଜ ଗଠନ କରୁଛି, ତାହା ଆମକୁ ପ୍ରଭାବିତ କରେ । ଗଣମାଧ୍ୟମ ଅନେକ କଥା କୁହେ । ଆମକୁ ପ୍ରଭାବିତ କରିବାକୁ ଚେଷ୍ଟା କରେ । କିନ୍ତୁ ଆମେ ସେଥିରେ ବିଚଳିତ ହେବା ଉଚିତ୍‌ ନୁହେଁ । ଆଗକୁ ନିର୍ବାଚନ ଆସୁଥିବାବେଳେ, ଆମର ପ୍ରତିଟି ଭୋଟ ଆମ ପାଇଁ ଏକ ସୁଯୋଗ । ସୁଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନର, ସୁଯୋଗ ଏକ ଉଜ୍ଜ୍ବଳ ଭବିଷ୍ୟତ ଗଠନର । ନିର୍ବାଚନୀ ହାଓ୍ବା ଅନେକଙ୍କୁ ବୁହାଇ ନେଇଯାଏ । କିନ୍ତୁ ନିଜେ ସୁଦୃଢ ହୋଇ, ଚିନ୍ତାକରି, ବିଚାର କରି ନେତାଙ୍କ ଭାବମୂର୍ତ୍ତି ଗଠନ କଲେ ହିଁ ଏକ ‘ସୁନାର ଭାରତ’ ତିଆରି ହୋଇପାରିବ ।

It was not paper, call it popularity (ଏହି ମନ୍ତବ୍ୟ କେବଳ ବ୍ୟକ୍ତିଗତ, ଦଳଗତ ନୁହେଁ) ଏହା ପୂର୍ବରୁ ମୁଁ ଲେଖି ସାରିଛି, ମୋ ଧାରଣା କେମିତି ବଦଳିଛି ଜଣେ ନେତାଙ୍କ ବିଷୟରେ । ମୁଁ ମଧ୍ୟ ସେହି କୋଟି କୋଟି ଦର୍ଶକଙ୍କ ମଧ୍ୟରୁ ଜଣେ, ଯିଏ ନ୍ୟୁଜ୍‌ ଚ୍ୟାନେଲ୍‌ ଓ ଖବରକାଗଜ ମାଧ୍ୟମରେ ଦେଶର ସାମ୍ପ୍ରତିକ ସ୍ଥିତି ଜାଣିବାକୁ ବାଧ୍ୟହୁଏ । ମୁଁ ’ବାଧ୍ୟ’ ଲେଖିବାର କାରଣ ଏହିକି ଯେ, ଆମକୁ ଯାହା ଦେଖାହୁଏ ଓ ପଢାହୁଏ, ଆମେ ତାକୁ ବିଶ୍ବାସ କରୁ । ଟିଭି ପରଦା ଖୋଲିଲେ ଯାହା ଦେଖୁ ତାକୁ ବିନା ଦ୍ବିଧାରେ ଗ୍ରହଣ କରୁ । ଆମେ ନିଜେ କ’ଣ ଭାବୁ ଓ କ’ଣ ଚାହୁଁ, ତାକୁ ବା ପଚାରେ କିଏ । କିନ୍ତୁ ଗୋଟିଏ ସୁଦୃଢ ଗଣତନ୍ତ୍ର ପାଇଁ ତାହା ଏକମାତ୍ର ଗ୍ରହଣୀୟ ମାଧ୍ୟମ ହେବା ଉଚିତ ନୁହେଁ। ଆମକୁ ସତ୍ୟ କଣ ଜାଣିବାକୁ ହେଲେ ତାକୁ ଦେଖିବାକୁ ପଡିବ ଓ ବୁଝିବାକୁ ମଧ୍ୟ ପଡିବ।

cong sudhashreedas thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଟେଲିଭିଜନ ଚ୍ୟାନେଲ ପାଇଁ ୧୨ ମିନିଟର ବିଜ୍ଞାପନ ସମୟସୀମା ଉଚ୍ଛେଦ କଲେ ସରକାର

August 15, 2026

‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ, ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ

August 15, 2026

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026
Latest News

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.