Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଏଫ୍‌.ଏଫ୍‌.ସି ଦ୍ୱାରା ଫାନ୍‌ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଆଞ୍ଚଳିକ

ଏଫ୍‌.ଏଫ୍‌.ସି ଦ୍ୱାରା ଫାନ୍‌ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ

March 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୱାକର୍ସ ଇଣ୍ଟରନ୍ୟାସନାଲ ଦ୍ୱାରା ଅନୁବନ୍ଧିତ ପ୍ରାତଃଭ୍ରମଣକାରୀ ସଂଗଠନ ‘ଫନ୍ ଆଣ୍ଡ ଫିଟ୍‌ନେସ୍ ୱାକର୍ସ କ୍ଲବ’ ଭୁବନେଶ୍ୱର ଦ୍ୱାରା ଏକ ଫାନ୍‌ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଲବର ସଦସ୍ୟ ମହିଳା, ପୁରୁଷ ଓ ଝିଅମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ନିଜେ ପ୍ରେସିଡ଼େଣ୍ଟ ଟିମ୍‌ରେ ବ୍ୟାଟିଙ୍ଗ କରିଥିଲେ।

କ୍ଲବର ଅଧିକାଂଶ ସଦସ୍ୟ ପରିଣତ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ପ୍ରାତଃ ଭ୍ରମଣ, ଯୋଗାଭ୍ୟାସ, ନିରନ୍ତର ବ୍ୟାୟାମ ଯୋଗୁ ସମସ୍ତ ସଭ୍ୟ ନିଜକୁ ସୁସ୍ଥ ରଖିବା ସହିତ କ୍ରିକେଟ ଭଳି ଏକ କଷ୍ଟଦାୟକ ଖେଳକୁ ଆୟତାଧିନ କରିପାରିଛନ୍ତି ଏବଂ ସମାଜକୁ ନିରନ୍ତର ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଇ ‘ବେଷ୍ଟ ହେଲ୍‌ଥ କ୍ଲବ’ର ମାନ୍ୟତା ପାଇପାରିଛନ୍ତି। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାୟିକା ପୁନମ ମିଶ୍ର, ବରିଷ୍ଠ ଭେଷଜ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ସ୍ୱାଇଁ ଯୋଗ ଦେଇଥିଲେ। ଦୁଇ କ୍ରିକେଟ ଟିମ୍‌ର ଅଧିନାୟକ ଇଂ ଅସୀମାନନ୍ଦ ମହାନ୍ତି, ଆଶିଷ ପଟ୍ଟନାୟକ ଏବଂ ଅମ୍ପେୟାର ଭାବେ ଆଇନଜୀବୀ ନନ୍ଦନନ୍ଦନ ଶତପଥୀ, ଅମନ ଦାଶ ମ୍ୟାଚ୍ ପରିଚାଳନା କରିଥିଲେ। ସେକ୍ରେଟାରୀ ୧୧ ଦଳକୁ ବିଜେତା, ଶ୍ରୀ ବିଭୂ ପ୍ରସାଦ ବାରିକଙ୍କୁ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ଏବଂ ପ୍ରଦୀପ ମହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭିଏସ୍‌ଏସ୍ ନଗର, ସନରାଇଜ କ୍ଲବର କର୍ମକର୍ତ୍ତାମାନଙ୍କୁ ମାନ୍ୟବର ବାଚସ୍ପତି ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏଫ୍‌.ଏଫ୍‌.ସି.ର ସଭାପତି କେଦାର ପଟ୍ଟନାୟକ, ଉପସଭାପତି ଅଜିତ ପ୍ରସାଦ ସହୁ, ସୁଧାକର ଷଡ଼ଙ୍ଗୀ, ସୁରେନ୍ଦ୍ର ସେଠୀ, ଶିବିର ପରିଡ଼ା, ବାବୁରାମ ସେଠୀ, ଶିଶିରକାନ୍ତ ସାହୁ, ରାଜେଶ୍ୱର ପାତ୍ର, ଇଂ ଚିତ୍ତରଞ୍ଜନ ଦାସ, ରିୟା ଖାନ୍‌, ପିଆରଓ ଅଜୟ ଦାସ ଓ ବି.ସି. ଓଝା।

ସୂର୍ଯ୍ୟନାରାୟଣ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026
Latest News

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026

ଭୟାବହ ସଡ଼କ ଦୁର୍ଘଟଣା: ୪ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

June 12, 2026

ଦିଲ୍ଲୀର ତୁଘଲକାବାଦରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ୫ ଜଣ ଗୁରୁତର

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.