ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ଉପରେ ପ୍ରତିକ୍ରିୟା ପ୍ରକାଶ କଲେ ଦୀନେଶ କାର୍ତ୍ତିକ, ଜାଣନ୍ତୁ କ’ଣ କହିଲେ

Published: Apr 17, 2022, 1:49 pm IST

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳି ଦୀନେଶ କାର୍ତ୍ତିକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଆରସିବି ଜିତିବା ପରେ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଭାରତୀୟ କ୍ରିକେଟ୍ ଦଳକୁ ଫେରିବା ପାଇଁ ସେ ସବୁକିଛି କରିବେ ବୋଲି କାର୍ତ୍ତିକ କହିଥିଲେ। ଏହି ମ୍ୟାଚ୍‌ରେ ଦିଲ୍ଲୀକୁ ଆରସିବି ୧୬ ରନରେ ପରାସ୍ତ କରିଛି। କାର୍ତ୍ତିକଙ୍କ ସହ ଶାହବାଜ ଅହମ୍ମଦ ମଧ୍ୟ ଦଳର ଏହି ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଅପରାଜିତ ୩୨ ରନ୍ କରିଥିଲେ।

ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ କହିଛନ୍ତି ଯେ, ସେ ଦେଶ ପାଇଁ କିଛି ବିଶେଷ କରିବାକୁ ଚାହୁଁଛନ୍ତି ଏବଂ ତେଣୁ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ବିଜୟର ହିରୋ କାର୍ତ୍ତିକ ମ୍ୟାଚ୍ ପରେ କହିଛନ୍ତି ଯେ, ମୁଁ ବଡ଼ ଲକ୍ଷ୍ୟ ସ୍ଥିର କରିଛି। ସେଗୁଡିକ ହାସଲ କରିବା ପାଇଁ ମୁଁ ପ୍ରକୃତରେ କଠିନ ପରିଶ୍ରମ କରୁଛି।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ କାର୍ତ୍ତିକ କହିଛନ୍ତି ଯେ, ଦେଶ ପାଇଁ କିଛି ବିଶେଷ କରିବା ମୋର ଲକ୍ଷ୍ୟ। ଏହା ମୋର ଯାତ୍ରା ର ଏକ ଅଂଶ। ଭାରତୀୟ ଦଳର ଏକ ଅଂଶ ହେବା ପାଇଁ ମୁଁ ସବୁକିଛି କରୁଛି।

ସୂଚନାଯୋଗ୍ୟ ଯେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଆରସିବି ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା। ଏହି ସମୟ ମଧ୍ୟରେ କାର୍ତ୍ତିକ ୩୪ ବଲର ସମ୍ମୁଖୀନ ହୋଇଥିଲେ ଏବଂ ୫ ଟି ଚୌକା ଓ ୫ ଟି ଛକା ସହାୟତାରେ ଅପରାଜିତ ୬୬ ରନ୍ କରିଥିଲେ। ଏହାର ଜବାବରେ ଦିଲ୍ଲୀର ଦଳ ୧୭୩ ରନ କରିବାରେ ସକ୍ଷମ ହୋଇଥିଲା। ଦିଲ୍ଲୀ ପାଇଁ ଡେଭିଡ ୱାର୍ଣ୍ଣର ସର୍ବାଧିକ ୬୬ ରନ୍ ସଂଗ୍ରହ କରିଥିଲେ।

Related posts