Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର
ଆଜିର ଖବର

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

July 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଗୁରୁବାର ଦିନ ମିଶନ ଅଲିମ୍ପିକ୍ସ ସେଲ (ଏମଓସି)ର ବୈଠକରେ ସେ ଏହି ସମୀକ୍ଷା କରିଥିଲେ। ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧୫ ଜଣ ଭାରତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ।

ଏମଓସି ବୈଠକରେ ପୂର୍ବତନ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ, ପୂର୍ବତନ ହକି ଖେଳାଳୀ ବୀରେନ ରସକିନା, ପୂର୍ବତନ ଟେବୁଲ ଟେନିସ ଖେଳାଳୀ ମୋନାଲିସା ବରୁଆ, ପୂର୍ବତନ କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳୀ ତୃପ୍ତି ମୁରଗୁଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରସ୍ତୁତି ସମୀକ୍ଷା କରିବା ସମୟରେ ଶ୍ରୀ ଠାକୁର କହିଥିଲେ ଯେ, ‘‘କ୍ରୀଡ଼ାବିତମାନଙ୍କର ପ୍ରସ୍ତୁତି ଖୁବ୍‌ ଭଲ ଭାବେ ଜାରି ରହିଛି। ଅଲିମ୍ପିକ୍ସ ପରେ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତାର ସ୍ତର ବୃଦ୍ଧି ପାଇବା ଖୁସିର ବିଷୟ ଏବଂ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତାକୁ ଆମେ ବଜାୟ ରଖିପାରିବା ବୋଲି ଆଶା କରାଯାଉଛି।

ସମୀକ୍ଷା ସମୟରେ, ଭାରତର ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଟୋକିଓ ଅଲିମ୍ପିକ୍ସ ୨୦୨୦ ପରେ କ୍ରୀଡ଼ାବିତମାନଙ୍କୁ ଜାତୀୟ ଶିବିରରେ ପ୍ରଶିକ୍ଷଣ ସମେତ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଉଛି ଏବଂ ସେମାନଙ୍କୁ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣର ସୁଯୋଗ ମିଳୁଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଯେଉଁ ବିଭାଗରେ ପ୍ରତିଯୋଗିତା କରିବ ସେସବୁ କ୍ରୀଡ଼ା ବିଭାଗରେ ଅଭିଜ୍ଞତା ହାସଲ କରିବା ପାଇଁ ସରକାର ୧୧୧ଟି କ୍ରୀଡ଼ା ଗସ୍ତର ବ୍ୟବସ୍ଥା କରିସାରିଛନ୍ତି।

ଜାତୀୟ କ୍ରୀଡ଼ା ସଂଗଠନଗୁଡ଼ିକ ମଧ୍ୟ ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

ଅଲିମ୍ପିକ୍ସ ପରେ ବହୁ ଶୀର୍ଷ କ୍ରୀଡ଼ାବିତମାନେ ସେମାନଙ୍କର ପ୍ରଶିକ୍ଷଣ ଯୋଜନା ଅନୁଯାୟୀ, ସରକାରୀ ଖର୍ଚ୍ଚରେ ବିଦେଶରେ ପ୍ରଶିକ୍ଷଣ ନେଇଛନ୍ତି। ଅଲିମ୍ପିକ୍ସ କ୍ରୀଡ଼ା ପରେ ପ୍ରଶିକ୍ଷଣ ନେବା ଲାଗି ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ଆମେରିକାର ଚୁଲା ଭିସ୍ତା, ତୁର୍କୀର ଆଣ୍ଟାଲ୍ୟା ଏବଂ ଫିନଲାଣ୍ଡ ଗସ୍ତ କରିସାରିଛନ୍ତି। ସେହିପରି ଭାରୋତ୍ତୋଳକାରୀ ମୀରା ବାଇ ଚାନୁ ଆମେରିକାର ସେଣ୍ଟ ଲୁଇସ ଗସ୍ତ କରି ବିଶେଷଜ୍ଞ ପ୍ରଶିକ୍ଷକ ଡକ୍ଟର ଆରୋନ ହୋର୍ସିଗଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି। ଷ୍ଟିପଲଚେଜର ଅବିନାଶ ସାବଲେ ଏପ୍ରିଲ ୨୦୨୨ରେ ଆମେରିକାର କଲରାଡୋ ସ୍ପ୍ରିଙ୍ଗ ଗସ୍ତ କରି ପ୍ରଶିକ୍ଷକ ସ୍କଟ୍ ସିମୋନ୍ସଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି। ସାଇକେଲ ଚାଳନା ଦଳ ତିନି ମାସ ପାଇଁ ସ୍ଲୋଭେନିଆ ଓ ପର୍ତ୍ତୁଗାଲରେ ପ୍ରଶିକ୍ଷଣ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପୂର୍ବରୁ ଟେବୁଲ ଟେନିସ ଏବଂ ବକ୍ସିଂ ଖେଳାଳୀଙ୍କ ଅଭିଜ୍ଞତା ଅର୍ଜନ ପାଇଁ ପର୍ତ୍ତୁଗାଲ ଏବଂ ଆୟାର୍ଲାଣ୍ଡ ଗସ୍ତର ବ୍ୟବସ୍ଥା କରାଯାଇଛି।

ଅନୁରାଗ ସିଂ ଠାକୁର କ୍ରୀଡା ମନ୍ତ୍ରୀ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.