କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଲେ ବଜରଙ୍ଗ ପୁନିଆ, ରୌପ୍ୟ ଜିତିଲେ ଅଂଶୁ ମଲିକ

Published: Aug 5, 2022, 10:55 pm IST

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ବଜରଙ୍ଗ ପୁନିଆ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୬୫ କିଲୋଗ୍ରାମ ଓଜନ ବର୍ଗରେ କାନାଡାର ରେସଲରଙ୍କୁ ପରାସ୍ତ କରି ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଭାରତର ବରିଷ୍ଠ ରେସଲର ବଜରଙ୍ଗ ପୁନିଆ କମନୱେଲଥ ଗେମ୍ସରେ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଫ୍ରିଷ୍ଟାଇଲ୍ ୬୫ କିଲୋଗ୍ରାମ ବର୍ଗରେ କାନାଡାର ଲାଚଲାନ୍ ମ୍ୟାକନିଲଙ୍କୁ ୯-୨ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି। ବର୍ମିଂହାମରେ କୁସ୍ତିରେ ଏହା ହେଉଛି ଭାରତର ପ୍ରଥମ ତଥା ମୋଟ ସପ୍ତମ ସ୍ୱର୍ଣ୍ଣ ପଦକ।

ବଜରଙ୍ଗ ଏହା ପୂର୍ବରୁ ୨୦୧୮ କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ, ସେ ୨୦୧୪ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ଏଥର କୁସ୍ତିରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ। ବଜରଙ୍ଗ ପୂର୍ବରୁ ଅଂଶୁ ମଲିକ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ।

ଭାରତର ଅଂଶୁ ମଲିକ ୫୭ କିଲୋଗ୍ରାମ ଓଜନ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ତେବେ ସେ ଫାଇନାଲ ମ୍ୟାଚରେ ସ୍ୱର୍ଣ୍ଣ ପଦକ ଜିତିବାରେ ବଞ୍ଚିତ ହୋଇଥିଲେ। ଏହି ଇଭେଣ୍ଟରେ ନାଇଜେରିଆର ଓଡୁନାୟୋ ଆଡେକୁରୋଏ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Related posts