Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ପ୍ରଥମ ଥର ପାଇଁ କଙ୍ଗାରୁ ଦଳର ଟାଇଟଲ୍‌ କବ୍‌ଜା
ଖେଳ

ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ପ୍ରଥମ ଥର ପାଇଁ କଙ୍ଗାରୁ ଦଳର ଟାଇଟଲ୍‌ କବ୍‌ଜା

May 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Australia won 1987 worldcup
Australia won 1987 worldcup

ସରୋଜ ଜେନା

କ୍ରିକେଟ୍‌ ବିଶ୍ବକପ୍‌ର ଚତୁର୍ଥ ସଂସ୍କରଣ ୧୯୮୭ ମସିହାରେ ଅନୁଷ୍ଠିତ ହୋଇଥିଲା। ରିଲାଏନ୍ସ କପ୍‌ ନାମରେ ପରିଚିତ ଏହି ଟାଇଟଲ୍‌କୁ ପ୍ରଥମ ଥର ପାଇଁ ହାସଲ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମଥର ପାଇଁ କ୍ରିକେଟ୍‌ ବିଶ୍ବକପ୍‌ ଇଂଲଣ୍ଡ ବାହାରେ ଅନୁଷ୍ଠିତ ହେଉଥିବା ବେଳେ ଭାରତ ଏବଂ ପାକିସ୍ତାନ ମିଳିତ ଭାବରେ ଏହାର ଆୟୋଜନ କରିଥିଲେ। ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ପ୍ରଥମ ଥର ପାଇଁ ବିଶ୍ବକପ୍‌ରେ ଓଭର ସଂଖ୍ୟା ୬୦ ରୁ ୫୦କୁ ହ୍ରାସ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ୭ଟି ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ସହିତ ଆଇସିସି ଟ୍ରଫି ବିଜେତା ଜିମ୍ବାଓ୍ବେ ସ୍ଥାନ ପାଇଥିଲା। ୧୯୮୩ ପରି ଏହି ଟୁର୍ଣ୍ଣାମେଣ୍ଟଟି ଡବଲ ରାଉଣ୍ଡ ରବିନ୍‌ ଲିଗ୍‌ ଏବଂ ନକ୍‌ଆଉଟ ଫର୍ମାଟରେ ଖେଳାଯାଇଥିଲା। ଭାରତର ୧୪ଟି ଷ୍ଟାଡିୟମ୍‌ରେ ଏବଂ ପାକିସ୍ତାନର ୭ଟି ଷ୍ଟାଡିୟମରେ  ସମସ୍ତ ମ୍ୟାଚ୍‌ ଖେଳାଯାଇଥିଲା।
ଲିଗ୍‌ ପର୍ଯ୍ୟାୟ :
ଗ୍ରୁପ୍‌ ଏ ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜିମ୍ବାଓ୍ବେ ରହିଥିବା ବେଳେ ଗ୍ରୁପ୍‌ ବିରେ ପାକିସ୍ତାନ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ। ଭାରତ , ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଇଂଲଣ୍ଡ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଗ୍ରୁପ୍‌ ଏରେ ପରସ୍ପରକୁ ଥରେ ଲେଖାଏଁ ପରାସ୍ତ କରିବା ସହିତ ସେମିକୁ ଉନ୍ନୀତ ହୋଇଥିଲା। ଉନ୍ନତ ରନ୍‌ରେଟ୍‌ ହାରରେ ଭାରତ ଗ୍ରୁପ୍‌ ଟପ୍ପର ରହିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଭାରତକୁ ୧ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଏହାପରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନ୍‌, ଜିମ୍ବାଓ୍ବେକୁ  ୩ରନ୍‌, ନ୍ୟୁଜିଲ୍ୟାଣ୍ଡକୁ ୧୭ ରନ୍‌, ଏବଂ ଜିମ୍ବାଓ୍ବେକୁ ୭୦ ରନ୍‌ରେ ପରାସ୍ତ କରିଥିଲା। ଭାରତ ନିକଟରୁ ଏକମାତ୍ର ମ୍ୟାଚ୍‌ରେ ୫୬ ରନ୍‌ରେ ପରାସ୍ତ ହୋଇଥିଲା ଅଷ୍ଟ୍ରେଲିଆ। ଗ୍ରୁପ୍‌ ବିରୁ ପାକିସ୍ତାନ  ୫ଟି ବିଜୟ ସହିତ ପ୍ରଥମ ଏବଂ ଇଂଲଣ୍ଡ ୪ଟିବିଜୟ ସହ ଦ୍ବିତୀୟ ସ୍ଥାନରେ ରହି ସେମିକୁ ଉନ୍ନୀତ ହୋଇଥିଲେ।

ଚେତନଙ୍କ ହ୍ୟାଟ୍ରିକ୍‌ :
ଭାରତୀୟ ପେସ୍‌ ବୋଲର ଚେତନ ଶର୍ମା ପ୍ରଥମ ଖେଳାଳି ଭାବରେ ଏକ ବିଶ୍ବକପ୍‌ ହାଟ୍ରିକ୍‌ ହାସଲ କରିବାରେ ସକ୍ଷମ ହୋଇଥିଲେ। ଭାରତର ଶେଷ ଲିଗ୍‌ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଚେତନ। କେନ୍‌ ରଦରଫୋର୍ଡ, ଇଆନ୍‌ ସ୍ମିଥ୍‌ ଏବଂ ଏଓ୍ବେନ୍‌ ଚାଟଫେଲ୍ଡଙ୍କୁ ଲଗାତାର ବଲ୍‌ରେ ଆଉଟ କରି  ସେ ଏହି ସଫଳତା ହାସଲ କରିଥିଲେ।

chetan sharama

ସେମି ଫାଇନାଲ :
ସେମିଫାଇନାଲ୍‌ର ଦୁଇଟି ମ୍ୟାଚ୍‌ ମଧ୍ୟରୁ ଗୋଟିଏ ଲାହୋର ଏବଂ ଅନ୍ୟଟି ବମ୍ବେରେ ଅନୁଷ୍ଠିତ ହୋଇଥିଲା। ୪ନଭେମ୍ବରରେ ଲାହୋରରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୮ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୭/୮ସଂଗ୍ରହ କରିଥିବା ବେଳେ ପାକିସ୍ତାନ ବିଜୟ ଠାରୁ ୧୮ ରନ୍‌ ଦୂରରେ ରହି ଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍‌ ବୁନ୍‌ ସର୍ବାଧିକ ୬୫ ରନ୍‌ ସଂଗ୍ରହ କରିଥିଲେ। ଏମ୍‌ ଭେଲେଟ୍ଟା ୪୮ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଇମ୍ରାନ୍‌ ଖାନ୍‌ ୩୬/୩ର ଫିଗର ହାସଲ କରିଥିଲେ। ଜବାବରେ ପାକିସ୍ତାନ ପକ୍ଷରୁ ଜାଭେଦ୍‌ ମିଆଁଦାଦ୍‌(୭୦) ଏବଂ ଇମ୍ରାନ ଖାନ୍‌(୫୮)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ୧୮ରନ୍‌ ପଛୁଆ ରହିଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସିଜି ମ୍ୟାକ୍‌ଡେର୍‌ମଟ୍‌ ୪୪ ରନ୍‌ ଦେଇ ୫ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ। କ୍ରେଗ୍‌ ମ୍ୟାକ୍‌ଡେର୍‌ମଟ୍‌ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ଅନ୍ୟ ଏକ ସେମିରେ ଭାରତକୁ ୩୫ରନ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଗ୍ରାହାମ ଗୁଚ୍‌(୧୧୫) ଏବଂ ମାଇକ୍‌ ଗ୍ୟାଟିଂ (୫୬) ବଳରେ ୨୫୪/୬ ସଂଗ୍ରହ କରିଥିଲା। ଜବାବରେ ଭାରତ ପକ୍ଷରୁ କେବଳ ମହମ୍ମଦ ଆଜାରୁଦ୍ଦିନ୍‌(୬୪) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦଳ ବିଜୟରୁ ୩୫ରନ୍‌ ଦୂରରେ ରହିଥିଲା।
ଫାଇନାଲ୍‌ :
କୋଲକାତାର ଇଡେନ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଡେଭିଡ୍‌ ବୁନ୍‌ (୭୫) ଏବଂ ମାଇକ୍‌ ଭେଲେଟ୍ଟା(୪୫)ଙ୍କ ସହାୟତାରେ ୫ଓ୍ବିକେଟ୍‌ରେ ୨୫୩ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୨୪୬/୮ରେ ସୀମିତ ରହିଥିଲା। ଇଂଲଣ୍ଡ ପକ୍ଷରୁ ସି ଆଥେ(୫୮), ମାଇକ୍‌ ଗ୍ୟାଟିଂ(୪୧) ଏବଂ ଆଲାନ୍‌ ଲାମ୍ବ(୪୫)ଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ଦଳ ବିଜୟ ଠାରୁ ୭ରନ୍‌ ଦୂରରେ ରହି ଯାଇଥିଲା। ଡେଭିଡ୍‌ ବୁନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।

ରେକର୍ଡ :
ବିଶ୍ବକପ୍‌ ଇତିହାସର ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଭାରତୀୟ ଦ୍ରୁତ ବୋଲର ଚେତନ ଶର୍ମା। ଟୁର୍ଣ୍ଣାମେଣ୍ଟରେ ୯ଟି ଛକ୍କା ମାରିଥିଲେ ନଭଜୋତ୍‌ ସିଦ୍ଧୁ। ଏହା ସହିତ କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ସିଦ୍ଧୁ। ଗ୍ରାହମ ଗୁଚ୍‌ ୮ଟି ମ୍ୟାଚ୍‌ରୁ ସର୍ବାଧିକ ୪୭୧ ରନ୍‌ ସଂଗ୍ରହ କରିଥିବା ବେଳେ କ୍ରେଗ୍‌ ମ୍ୟାକ୍‌ଡେର୍‌ମଟ୍‌  ସର୍ବାଧିକ ୧୮ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ।

Australia champion thesamikshya worldcup
Share. Facebook Twitter LinkedIn Email WhatsApp Copy Link

Related Posts

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ: ରୋହିତ ଏବଂ ବିରାଟ ସାମିଲ

May 19, 2026

ଆଫଗାନିସ୍ତାନ ଟେଷ୍ଟ ସିରିଜ ପାଇଁ ଉପ ଅଧିନାୟକ ପଦରୁ ହଟିଲେ ପନ୍ତ: ତିନି ନୂଆ ମୁହଁ

May 19, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026
Latest News

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026

ମେକାପ ସେବକଙ୍କ ବିରୋଧରେ ଆକ୍ସନ

May 20, 2026

ଭଦ୍ରକ ଜିଲ୍ଲାରେ ଆସନ୍ତା ୩୧ ପର୍ଯ୍ୟନ୍ତ ଅଙ୍ଗନବାଡି ବନ୍ଦ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.