ସୂର୍ଯ୍ୟକୁମାର ଯାଦବଙ୍କ ଧମାଲ: ଭାଙ୍ଗିଲେ ଯୁବରାଜ ସିଂଙ୍କ ରେକର୍ଡ, ଦେଖନ୍ତୁ ଭାଇରାଲ ଭିଡିଓ

Published: Nov 21, 2022, 9:37 am IST

ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ରେ ସୂର୍ଯ୍ୟକୁମାର ଯାଦବ ୪୯ ବଲରୁ ଧୂଆଁଧାର ଶତକୀୟ ପାଳି ଖେଳି ପ୍ରଶଂସକଙ୍କୁ ଖୁସି କରିଦେଇଛନ୍ତି। ଟି-୨୦ ଇଣ୍ଟରନ୍ୟାସନାଲରେ ଏହା ସୂର୍ଯ୍ୟଙ୍କର ଦ୍ୱିତୀୟ ଶତକ। ପ୍ରକାଶ ଯେ, ଶତକୀୟ ଇନିଂସ ବ୍ୟତୀତ ସେ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଟି-୨୦ ରେ ସର୍ବାଧିକ ଛକା ତାଲିକାରେ ଯୁବରାଜ ସିଂଙ୍କୁ ପଛରେ ପକାଇ ଦେଇଛନ୍ତି। ଯୁବରାଜ ତାଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରରେ ୭୪ ଛକା ମାରିଥିଲେ। କିନ୍ତୁ ବର୍ତ୍ତମାନ ସୂର୍ଯ୍ୟକୁମାର ୭୯ ଟି ଛକା ମାରି ଏହି ରକର୍ଡ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଏହି ସମୟରେ ରୋହିତ ଶର୍ମାଙ୍କ ନାମରେ ଟି-୨୦ ଆନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି। ରୋହିତ ଏପର୍ଯ୍ୟନ୍ତ ଟି-୨୦ ଆନ୍ତର୍ଜାତୀୟରେ ମୋଟ ୧୮୨ ଛକା ମାରିଛନ୍ତି।

ସୂର୍ଯ୍ୟ ତାଙ୍କ ଇନିଂସରେ ୧୧ ଟି ଚୌକା ଓ ୭ ଟି ଛକା ମାରିଥିଲେ। ୨୧୭ ଷ୍ଟ୍ରାଇକ୍ ରେଟ୍ ରେ ସୂର୍ଯ୍ୟ ପଡିଆରେ ବିସ୍ଫୋରଣ କରିଥିଲେ।

Related posts