Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦେଶ ଭ୍ରମଣରେ ବାହାରିଲା ପୁରୁଷ ହକି ବିଶ୍ୱକପ ଟ୍ରଫି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ଦେଶ ଭ୍ରମଣରେ ବାହାରିଲା ପୁରୁଷ ହକି ବିଶ୍ୱକପ ଟ୍ରଫି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

December 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶ ଭ୍ରମଣରେ ବାହାରିଲା ପୁରୁଷ ହକି ବିଶ୍ୱକପ ଟ୍ରଫି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଏଫଆଇଏଚ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ ର ଟ୍ରଫି ଟୁର୍ ବା ଟ୍ରଫି ଭ୍ରମଣ ବା ପରିକ୍ରମାରେ ବାହାରିଛି। ଏହି ପରିକ୍ରମା ଆନୁଷ୍ଠାନିକ ଭାବେ ଆଜି ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏହି ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କୁ ପ୍ରଦାନ କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ଟ୍ରଫି ଯାତ୍ରାକୁ ଏକ ବଡ ସଫଳତା କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ମୁଁ ଆଶା କରୁଛି ପୁରୁଷ ହକି ବିଶ୍ୱକପ ଟ୍ରଫି ଟୁର୍ ବା ପରିକ୍ରମା ସମଗ୍ର ଭାରତରେ ବିଶ୍ୱକପ ପାଇଁ ଉତ୍ସାହ ସୃଷ୍ଟି କରିବ। ଏଥିରେ ଆମେ ୧୬ ଟି ଦଳର ୧୬ ଟି ମ୍ୟାଚକୁ ଆମେ ଆୟୋଜନ କରିବୁ ଯାହା ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ।

ମୁଁ ନିଶ୍ଚିତ ଯେ ଏହା ଖେଳାଳୀ ଏବଂ ପ୍ରଶଂସକମାନଙ୍କ ପାଇଁ ଏକ ସ୍ମରଣୀୟ ବିଶ୍ୱକପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂ, କ୍ରୀଡା କମିଶନର-କମ-ସଚିବ ଶ୍ରୀ ଆର ଭିନେଲ କୃଷ୍ଣା,  ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶ୍ରୀବାସ୍ତବ ସହି ବିଭାଗୀୟ ଅଧିକାରୀ ଏବଂ ହକି ଖେଳାଳି ଉପସ୍ଥିତ ଥିଲେ।

ଏହି ଟ୍ରଫି ୧୩ ଟି ରାଜ୍ୟ ଏବଂ ଗୋଟିଏ ୟୁନିଅନ୍ ଟେରିଟୋରିରେ ଭ୍ରମଣ କରିବ। ଏହି ଟ୍ରଫିକୁ ବିଜୟ ଲାଭ କରିବାକୁ ଥିବା ଦଳ ନେବା ପୂର୍ବରୁ ତାହା ପ୍ରଶଂସକ ଏବଂ ଜନସାଧାରଣଙ୍କ ନିକଟରେ ପହଁଚି ପାରିବ। ୫ ରୁ ୨୫ ଡିସେମ୍ବରରେ ପର୍ଯ୍ୟନ୍ତ ଏହା ରାଜ୍ୟ ଭ୍ରମଣ କରିବ।

ଆସନ୍ତା ୨୧ ଦିନରେ ଏହି ଟ୍ରଫି ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାନା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଏବଂ ଛତିଶଗଡ ପ୍ରଭୃତି ରାଜ୍ୟ ଦେଇ ଯାତ୍ରା କରିବ।

ଭାରତ ଭ୍ରମଣ ପରେ ଓଡ଼ିଶାକୁ ଏହି ହକି ପୁରୁଷ ବିଶ୍ୱକପ ଟ୍ରଫି ଫେରିବା ପରେ ରାଜ୍ୟର ସମସ୍ତ ଜିଲ୍ଲା ଭ୍ରମଣ କରିବ। ଏହି ଟ୍ରଫି ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ୧୭ ଟି ବ୍ଲକରେ ଭ୍ରମଣ କରିବ।

ରାଉରକେଲାରେ ଏହି ଭ୍ରମଣ ଶେଷ ହେବ। ଶେଷରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଏହା ଫେରିବ। କାରଣ ୨୯ ଜାନୁୟାରୀ ୨୦୨୩ ରେ କଳିଙ୍ଗ ଷ୍ଟାଡିୟନରେ ଫାଇନାଲ ଖେଳାଯିବ।

Chief Minister Naveen Patnaik fih Men's Worldcup Hockey23 Naveen Patnaik ନବୀନ ପଟ୍ଟନାୟକ ପୁରୁଷ ବିଶ୍ବକପ ହକି
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026

“ଦିଲ୍ଲୀରେ ବଡ଼ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ”: କେସି ଭେନୁଗୋପାଳ

October 10, 2026

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026
Latest News

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026

“ଦିଲ୍ଲୀରେ ବଡ଼ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ”: କେସି ଭେନୁଗୋପାଳ

October 10, 2026

ରେଭେନ୍ସା ନିର୍ବାଚନ ବିବାଦ: ନାମାଙ୍କନ ନାକଚକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

October 10, 2026

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.