Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଲୁରୀ ସୀତାରାମ ରାଜୁଙ୍କ ୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ପ୍ରଦେଶର ଭୀମାଭରମ ଠାରେ କିମ୍ବଦନ୍ତୀ ପୁରୁଷ, ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ବର୍ଷବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦଘାଟନ କରିଛନ୍ତି। ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି, କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡି ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୃଦ୍ଧ ଅତୀତ ସମ୍ପନ୍ନ ଆନ୍ଧ୍ର ପ୍ରଦେଶର ଏହି ପବିତ୍ର ମାଟିକୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କୁ ସୁଯୋଗ ପ୍ରାପ୍ତ ହୋଇଛି। ଆଜାଦୀ କା ଅମୃତ ମହୋତ୍ସବ ସହ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜୟନ୍ତୀ ଓ ରାମ୍ଫା ବିଦ୍ରୋହର ୧୦୦ ବର୍ଷ ପୂରଣର ଅପୂର୍ବ ମିଳନ ଘଟିଥିବା ସେ କହିଥିଲେ। ପ୍ରଧାନମନ୍ତ୍ରୀ ମହାନ ‘ମାନ୍ୟମ ଭୀରୁଡୁ’ ଆଲୁରୀ ସୀତାରାମ ରାଜୁଙ୍କ ସ୍ମୃତିରେ ନତମସ୍ତକ ହେବା ସହ ସମଗ୍ର ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ‘ଆଦିବାସୀ ପରମ୍ପରା’ ପ୍ରତି ଶ୍ରଦ୍ଧା ବ୍ୟକ୍ତି କରିବା ସହ ଆନ୍ଧ୍ର ପ୍ରଦେଶର ଏହି ପରମ୍ପରାରୁ ଜନ୍ମ ନେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଆଲୁରୀ ସୀତରାମ ରାଜୁଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଓ ରାମ୍ଫା କ୍ରାନ୍ତିର ଶତବାର୍ଷିକୀ ବର୍ଷ ବ୍ୟାପୀ ହେବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ । ତାଙ୍କ ଜନ୍ମସ୍ଥାନ ପଣ୍ଡରଙ୍ଗୀ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ମୋଗାଲୁରେ ଆଲୁରୀ ଧ୍ୟାନ ମନ୍ଦିର ପ୍ରତିଷ୍ଠା ଅମୃତ ମହୋତ୍ସବର ଉତ୍ସାର ପ୍ରତୀକ ବୋଲି ସେ କହିଥିଲେ । ଆଜିର କାର୍ଯ୍ୟକ୍ରମ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବୀରତ୍ୱ ଗାଥା ପ୍ରତିଫଳିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ କେବଳ ମାତ୍ର କେତେ ବର୍ଷ, କେତେକ ଅଞ୍ଚଳ ଓ କେତେକ ଲୋକଙ୍କ ଇତିହାସ ନୁହେଁ । ଏହି ଇତିହାସ ତ୍ୟାଗର ଟାଣପଣର ଓ ଦେଶର କୋଣ ଅନୁକୋଣରେ ବଳିଦାନର । “ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ ଆମ ଶକ୍ତି ଓ ବିବିଧତା, ସଂସ୍କୃତି ଓ ଆମ ଜାତିର ଐକ୍ୟର ପ୍ରତୀକ ବୋଲି ସେ କହିଥିଲେ । ଆଲୁରୀ ସୀତାରାମ ରାଜୁଙ୍କୁ ଭାରତୀୟ ସଂସ୍କୃତି, ଆଦିବାସୀ ମାନ୍ୟତା, ମୌର୍ଯ୍ୟ, ଆଦର୍ଶ ଓ ଗୁଣର ପ୍ରତୀକ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ ସୀତାରାମ ରାଜୁ ମହାଶୟଙ୍କ ଜନ୍ମରୁ ଯୋଗ ଓ ସମ୍ପୂର୍ଣ୍ଣ ଜୀବନଯାତ୍ରା ଆମ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ସେ ଆଦିବାସୀ ସମାଜ, ସେମାନଙ୍କ ସୁଖ ଓ ଦେଶର ସ୍ୱାଧୀନତା ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିଲେ । ଆଲୁରୀ ସୀତାରାମ ରାଜୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହର ପ୍ରତିନିଧିତ୍ୱ କରନ୍ତି ଯାହାର ଉଦେଶ୍ୟ ହେଉଛି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଆଧ୍ୟାତ୍ମିକବାଦ ଆଲୁରୀ ସୀତାରାମ ରାଜୁଙ୍କୁ ଦୟା ଓ କରୁଣା ଆଦି ସେବା ସମାଜ ପାଇଁ ଏକ ପରିଚୟ ଓ ସମାନତା ଜ୍ଞାନ ଓ ସାହସିକତାକୁ ମୁଖରେ ଭରି ଦେଇଥିଲା । ରାମ୍ଫା ବିଦ୍ରୋହରେ ଆଲୁରୀ ସୀତାରାମ ରାଜୁ ଓ ଅନ୍ୟ ଯେଉଁମାନେ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ, ସେମାନଙ୍କ ତ୍ୟାଗ ଆଜି ମଧ୍ୟ ସମଗ୍ର ଦେଶ ପାଇଁ ଏକ ପ୍ରେରଣାର ସ୍ରୋତ ହୋଇ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ । “ଦେଶର ଯୁବ ସମାଜ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଆଜି ଦେଶ ବିକାଶ ପାଇଁ ଯୁବ ଶକ୍ତି ପାଇଁ ଅପୂର୍ବ ସୁଯୋଗ ରହିଛି ଆଗେଇ ଆସିବାକୁ” ସେ କହିଥିଲେ ଯେ “ଆଜି ନୂତନ ସୁଯୋଗ, ରାସ୍ତା, ଚିନ୍ତାଧାରା ଓ ନବ ଭାରତ ନିମନ୍ତେ ଅନେକ ସମ୍ଭାବନା ଥିବାବେଳେ ଆମର ଯୁବ ସମାଜ ଏହିସବୁ ସମ୍ଭାବନାକୁ ସାକାର କରିବାରେ ଲାଗିପଡ଼ିଛନ୍ତି ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ପ୍ରଦେଶ ହେଉଛି ବୀର ଓ ଦେଶପ୍ରେମୀଙ୍କ ମାଟି । ଦେଶର ପତାକା ତିଆରି କରିଥିବା ପିଙ୍ଗାଲୀ ଭେଙ୍କେୟା ହେଉଛନ୍ତି ଏହି ମାଟିର ବୀର ସନ୍ତାନ । ଏହି ମାଟିରେ କେନେଗାଛି ହନୁମାନଥୁ, କୁଣ୍ଡକୁରୀ ନିରେସାଲିଙ୍ଗମ ପାନ୍ତୁଲୁ ଓ ପୋଟ୍ଟିୀ ସୀତାରାମୁଲୁ ଭଳି ବୀରମାନେ ଜନ୍ମ ନେଇଛନ୍ତି । ଅମୃତ କାଳରେ ଏ ସମସ୍ତ ବୀରମାନଙ୍କ ସ୍ୱପ୍ନକୁ ସାକାର କରିବା ହେଉଛି ଆମ ସମସ୍ତ ଦେଶବାସୀଙ୍କ ଦାୟିତ୍ୱ । ଏକ ଭାରତ ଯେଉଁଠି ଗରିବ, ଚାଷୀ, ଅନଗ୍ରସର, ଆଦିବାସୀ ସମସ୍ତଙ୍କ ପାଇଁ ସମାନ ସୁଯୋଗ । ଗତ ଆଠ ବର୍ଷ ମଧ୍ୟରେ ସରକାର ଆଦିବାସୀମାନଙ୍କ କଲ୍ୟାଣ ନିମନ୍ତେ ନିରବଚ୍ଛିନ୍ନ ପ୍ରୟାସ କରି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଦେଶରେ ଆଦିବାସୀ ସଂଗ୍ରହାଳୟମାନଙ୍କ ପ୍ରତିଷ୍ଠା କରାଯାଇ ଆଦିବାସୀମାନଙ୍କ ଗର୍ବ ଓ ଐତିହ୍ୟର ପ୍ରଦର୍ଶନ ହୋଇଛି । ଆନ୍ଧ୍ର ପ୍ରଦେଶର ଲାମ୍ବାସିଂ ଠାରେ “ଆଲୁରୀ ସୀତାରାମ ରାଜୁ ସ୍ମାରକୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ” ସଂଗ୍ରହାଳୟ ନିର୍ମାଣ କରାଯାଇଛି । ସେହିପରି ନଭେମ୍ବର ୧୫ ତାରିଖକୁ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ବିଦେଶୀ ଶାସକମାନେ ଆଦିବାସୀମାନଙ୍କ ଉପରେ ସର୍ବାଧିକ ଅତ୍ୟାଚାର କରି ସେମାନଙ୍କ ସଂସ୍କୃତିକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ଆଜି ଆଦିବାସୀ କଳା କୁଶଳତା ସ୍କିଲ୍ ଇଣ୍ଡିଆ ମିଶନ ଜରିଆରେ ଏକ ନୂତନ ପରିଚୟ ଲାଭ କରିଛି। ‘ଭୋକାଲ ଫର ଲୋକାଲ’ ଆଦିବାସୀ କଳା କୌଶଳକୁ ଏକ ଆୟର ମାଧ୍ୟମ କରିପାରିଛି । ଯୁଗ ଯୁଗ ଧରି ଯେଉଁ ଆଇନ ବଳରେ ଆଦିବାସୀମାନେ ବାଉଁଶ ଭଳି ଜଙ୍ଗଲଜାତ ଦ୍ରବ୍ୟ କାଟି ପାରୁ ନଥିଲେ ଆମେ ଆଇନରେ ପରିବର୍ତ୍ତନ କରି ସେମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାର ଦେଇଛୁ । ସେହିପରି ଜଙ୍ଗଲଜାତ ଦ୍ରବ୍ୟ ଏମଏସପି ସଂଖ୍ୟ ୧୨ରୁ ୯ଠରୁ ଅଧିକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୩ଠଠଠରୁ ଅଧିକ ବନଗନ ବିକାଶ କେନ୍ଦ୍ର ଓ ୫ଠ ହଜାରରୁ ଅଧିକ ବନଗନ ସ୍ୱୟଂ ସହାୟକ ଗୋଷ୍ଠୀ ଆଦିବାସୀମାନଙ୍କ କଳା ଓ ପ୍ରସ୍ତୁତ ସାମଗ୍ରୀ ଆଧୁନିକ ସୁଯୋଗ ପାଉଛନ୍ତି । ଆକାଂକ୍ଷିତ ଜିଲ୍ଲା ଯୋଜନା ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ଅନେକ ସାହାଯ୍ୟ କରିବ । ଶିକ୍ଷା ଦୃଷ୍ଟିରୁ ଦେଖିଲେ ୭୫ଠ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ଓ ଜାତୀୟ ଶିକ୍ଷାନୀତି ଅଧିନରେ ମାତୃଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମାନ୍ୟମ ଭୀରୁଡୁ” ଆଲୁରୀ ସୀତାରାମ ରାଜୁ ତାଙ୍କର ବ୍ରିଟିଶ ସରକାର ବିରୁଦ୍ଧରେ ସଂଗ୍ରାମ କାଳରେ କହିଥିଲେ ‘ଦମ ହେ ତୋ ମୁଝେ ରୋକ ଲୋ’ ଯଦି ପାରୁଛ ମୋତେ ରୋକ । ଆଜି ମଧ୍ୟ ଦେଶ ସେ ଆହ୍ୱାନର ମୁକାବିଲା କରୁଛି । ୧୩ଠ କୋଟି ଦେଶବାସୀ ଏକାକୀ ଓ ଶକ୍ତିର ସହ ସବୁ ଆହ୍ୱାନ ପ୍ରତି ସେହି ଗୋଟିଏ କଥା କହୁଛନ୍ତି ‘ଦମ ହୋ ତୋ ରୋକ ଲୋ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଘଟଣାର ପୃଷ୍ଠଭୂମି

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସରକାର ଅଙ୍ଗୀକାରବଦ୍ଧ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭୀମାଭରମ ଠାରେ କିମ୍ବଦନ୍ତୀ ପୁରୁଷ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ବର୍ଷ ବ୍ୟାପୀ ପାଳିତ ହେବାକୁ ଥିବା ୧୨୫ତମ ଜୟନ୍ତୀର ଉଦଘାଟନ କରିଛନ୍ତି ।

ଜୁଲାଇ ୪, ୧୮୯୭ ମସିହାରେ ଭୀମାଭରମ ଠାରେ ଜନ୍ମିତ ଆଲୁରୀ ସୀତାରାମ ପୂର୍ବଘାଟ ଅଞ୍ଚଳର ଆଦିବାସୀମାନଙ୍କ ସ୍ୱାର୍ଥ ପାଇଁ ବ୍ରିଟିଶ ସରକାର ବିରୁଦ୍ଧରେ ତାଙ୍କର ସଂଗ୍ରାମ ନିମନ୍ତେ ସ୍ମରଣୀୟ ହୋଇ ରହିଛନ୍ତି । ୧୯୨୨ ମସିହାରେ ସଂଗଠିତ ରାମ୍ଫା ବିଦ୍ରୋହରେ ସେ ନେତୃତ୍ୱ ନେଇଥିଲେ । ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସେ (ମାନ୍ୟମ ଭୀରୁଡୁ) ବା ଜଙ୍ଗଲର ନାୟକ ଭାବେ ପରିଚିତ ।

ଏକ ବର୍ଷବ୍ୟାପୀ ଉତ୍ସବ ପାଳନ ନିମନ୍ତେ ସରକାର ଅନେକ ପଦକ୍ଷେପ ମାନ ଦେବାକୁ ଯୋଜନା କରିଛନ୍ତି । ବିଜୟ ନଗରମ ଜିଲ୍ଲାର ପାଣ୍ଡରଙ୍ଗୀ ତଥା ଆଲୁରୀ ସୀତାରାମ ରାଜୁଙ୍କ ଜନ୍ମ ସ୍ଥାନ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ରାମ୍ଫା ବିଦ୍ରୋହର ସୂତ୍ରପାତ ହୋଇଥିଲା । ଧ୍ୟାନ ମୁଦ୍ରାରେ ଆଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି ସହ ମୋଗୁଲୁ ଠାରେ ଆଲୁରୀ ଧ୍ୟାନ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି ।

 

SM/MB

Release Id-1839058

Categories
ଆଜିର ଖବର ଜାତୀୟ ଖବର

‘ଆମେ ଓଡ଼ିଆ’ ସଂଗଠନର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ ସଚେତନ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ପୁରୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରଥଯାତ୍ରାରେ ସାମିଲ ହେବା ଅବସରରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହୋଇଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ଆମେ ଓଡ଼ିଆ ପରିବାରର ସ୍ୱେଚ୍ଛାସେବୀଙ୍କ ସହ ପ୍ଲାଷ୍ଟିକ୍ ସଫେଇ କରି ସେମାନଙ୍କ ମନୋବଳ ଦୃଢ଼ କରିଥିଲେ। ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନରେ ସାମିଲ ପାଇଁ ସାଧୁବାଦ ଜଣାଇବା ସହ କହିଛନ୍ତି ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ପରିବେଶ ପାଇଁ କ୍ଷତିକାରକ। ଏ ସବୁ ଲୋକମାନେ ବର୍ଜନ କରିବା ସହ ଅଭ୍ୟାସରେ ପରିଣତ କରିବା ଦରକାର। ଭାରତ ସରକାର ମଧ୍ୟ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ସାମଗ୍ରୀକୁ ବନ୍ଦ କରିବା ଉପରେ ଆଜି ଠାରୁ ନିଷ୍ପତି ନେଇଛନ୍ତି। ରଥ ଦେଖିବା ପାଇଁ ପୁରୀକୁ ଆସୁଥିବା ଅଗଣିତ ଭକ୍ତମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବା ସହ ତାହାର ପୁନଃବ୍ୟବହାର ଓ ରିସାଇକ୍ଲିଂ କରିବା ପାଇଁ ଆରମ୍ଭ ହୋଇଥିବା ଜନଆନ୍ଦୋଳନରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି। ଏହି ଅଭିଯାନରେ ନିଜକୁ ସାମିଲ କରିଥିବା ଓ ସୋସିଆଲ ମିଡ଼ିଆରେ ସମର୍ଥନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ରଥଯାତ୍ରା ଅବସରରେ ପୁରୀ ଶରଧାବାଲି ଠାରେ ଭାରତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନକୁ ଉଦଘାଟନ କରି ଖୁସିବ୍ୟକ୍ତ କରିଥିଲେ। ତା’ ସହିତ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ। ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ‘ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘ’ର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ପ୍ରଧାନ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରା ଉପଲକ୍ଷେ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ବର/ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ବିଷୟବସ୍ତୁକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପ୍ରଦର୍ଶନୀରେ ବିଗତ ୮ ବର୍ଷ ମଧ୍ୟରେ ଦେଶର ବିକାଶ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସୂଚନା ପ୍ରଦର୍ଶିତ ହୋଇଛି। ଏହାକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି ପ୍ରଦର୍ଶନୀରେ ସୁଶାସନ ଓ ସରକାରୀ ଯୋଜନା ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରାଯାଇଛି। ଲୋକମାନେ ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ପ୍ରଚାର ଗାଡ଼ିକୁ ମଧ୍ୟ ସବୁଜ ପତାକା ଦେଇ ଶୁଭାରମ୍ଭ କରିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣିଚା ଯାତ୍ରାରେ ସାମିଲ ହୋଇଥିଲେ। କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଜନଜାତି ବ୍ୟାପାର, ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିଥିଲେ। ଏହି ଅବସରରେ ସେ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତାର ପରିଚୟ। ତାଙ୍କର ଡୋରି ଲାଗିଥିବାରୁ ସେ ରଥଯାତ୍ରା ଦେଖିବାର ସୁଯୋଗ ପାଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରଥପାଖକୁ ଯାଇ ଠାକୁରଙ୍କ ପହଣ୍ଡି ଦେଖିଥିଲେ। ରଥଚକକୁ ଛୁଇଁ ମୁଣ୍ଡିଆ ମାରିଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସୁନ୍ଦର ବ୍ୟବସ୍ଥା ମଧ୍ୟରେ ରଥଯାତ୍ରା ଆୟୋଜନ କରାଯାଉଛି। ଏହି ଅବସରରେ ସେ ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ବଡ଼ ଦାଣ୍ଡରେ ଉପସ୍ଥିତ ରହି ରଥଯାତ୍ରା ଦେଖିଥିଲେ। ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଧାନ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେର ଦୃଶ୍ୟ ଅତି ଅପୂର୍ବ। ରଥଯାତ୍ରା ଉପଲକ୍ଷେ ସେ ମହାପ୍ରଭୁଙ୍କ ପାଖରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୬ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ। “ଆଜାଦୀ କା ଅମୃତ ମହୋତ୍ସବ” ପାଳନର ଅଂଶବିଶେଷ ସ୍ବରୂପ ଜୁନ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଋଣ ଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ-ଜନ ସମର୍ଥ ପୋର୍ଟାଲର ଉନ୍ମୋଚନ କରିବେ। ପ୍ରଥମ ଥର ପାଇଁ ଏପରି ଏକ ପୋର୍ଟାଲ ଆରମ୍ଭ ହେବାକୁ ଯାଉଛି ଯାହାକି ସିଧାସଳଖ ହିତାଧିକାରୀଙ୍କୁ ଋଣଦାତାଙ୍କ ସହିତ ଯୋଡ଼ିବ। ସରଳ ଓ ସହଜ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ସଠିକ ପ୍ରକାରର ସରକାରୀ ଲାଭ ଯୋଗାଇ ଦେବା ସହିତ ବିଭିନ୍ନ କ୍ଷେତ୍ରକୁ ମାର୍ଗଦର୍ଶନ ଓ ପରାମର୍ଶ ଯୋଗାଇ ଦେଇ ସେମାନଙ୍କର ସମାବେଶୀ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ହେଉଛି ଜନ ସମର୍ଥ ପୋର୍ଟାଲର ଉଦ୍ଦେଶ୍ୟ।  ସମସ୍ତ ସରକାରୀ ପ୍ରୋତ୍ସାହନ ଯୋଜନା ପାଇଁ ଏହି ପୋର୍ଟାଲ ଏଣ୍ଡ ଟୁ ଏଣ୍ଡ କଭରେଜ ପ୍ରଦାନ କରିବ।

ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ଡିଜିଟାଲ ପ୍ରଦର୍ଶନୀ ଆୟୋଜନ କରିବେ ଯାହାକି ବିଗତ ଆଠ ବର୍ଷ ମଧ୍ୟରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଯାତ୍ରାକୁ ପ୍ରଦର୍ଶିତ କରିବ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ୧, ୨, ୫, ୧୦ ଏବଂ ୨୦ ଟଙ୍କିଆ ମୁଦ୍ରାର ସ୍ବତନ୍ତ୍ର ସିରିଜ ଜାରି କରିବେ। ଏହି ସ୍ବତନ୍ତ୍ର ସିରିଜର ମୁଦ୍ରା ବା କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିବ ଏବଂ ଦୃଷ୍ଟିହୀନ ଲୋକମାନେ ଏହାକୁ ସହଜରେ ଚିହ୍ନଟ କରିପାରିବେ।

ଏହି କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଦେଶର ୭୫ଟି ସ୍ଥାନରେ ଆୟୋଜନ କରାଯିବ ଏବଂ ପ୍ରତ୍ୟେକ ସ୍ଥାନ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟ କାର୍ଯ୍ୟକ୍ରମ ସହ ଯୋଡ଼ି ହେବ।

Categories
ବିଶେଷ ଖବର

ମେ ୩୧ରେ ‘‘ଗରିବ କଲ୍ୟାଣ ସମ୍ମେଳନ’’: ହିତାଧିକାରୀଙ୍କ ସହ ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ବରୂପ ଭାରତ ସରକାରଙ୍କ ନଅଟି ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗର ପ୍ରାୟ ୧୬ଟି ଯୋଜନା ଓ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହିତ ମତ ବିନିମୟ କରିବେ। ‘‘ଗରିବ କଲ୍ୟାଣ ସମ୍ମେଳନ’’ ନାମକ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ ୩୧ ମେ, ୨୦୨୨ରେ ହିମାଚଳ ପ୍ରଦେଶର ସିମଲା ଠାରେ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଥିବା ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ ଆଲୋଚନା କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ କିସାନ ସମ୍ମାନ ନିଧିର ୧୧ତମ କିସ୍ତି ଆକାରରେ ୨୧ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥରାଶି ଜାରି କରିବେ। ରାଜ୍ୟ ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କେଭିକେ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମକୁ ସମାନ୍ତରାଳ ଭାବେ ଆୟୋଜନ କରାଯିବ। ଏହି ଉପଲକ୍ଷେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ହିତାଧିକାରୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ।

ଏହି ପରିପ୍ରେକ୍ଷୀରେ କଟକର ମାହାଙ୍ଗାଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀମାମୟ ଉପସ୍ଥିତିରେ ଶିମଲାଠାରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଭାର୍ଚୁଆଲ ମାଧ୍ୟମରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ସେହିପରି ବାରିପଦାଠାରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାର୍ଚୁଆଲ ମାଧ୍ୟମରେ ଯୋଗ ଦେବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।

ଦେଶବ୍ୟାପୀ ଏସବୁ ଯୋଜନାର କୋଟି କୋଟି ହିତାଧିକାରୀ ରହିଛନ୍ତି । ଦେଶର ଜନସଂଖ୍ୟାର ସବୁଠୁ ଗରିବ ବର୍ଗଙ୍କ ସବୁ ଜଟିଳ ସମସ୍ୟା ସମାଧାନ ଦିଗରେ ଏହି ଯୋଜନା ଓ କାର୍ଯ୍ୟକ୍ରମ ସବୁ ସହାୟକ ହେଉଛି। ଆବାସ, ପାନୀୟ ଜଳ ଉପଲବ୍ଧତା, ଖାଦ୍ୟ, ସ୍ବାସ୍ଥ୍ୟ ସେବା ଓ ପୋଷଣ, ଜୀବନଜୀବିକା ଏବଂ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଆଦି କ୍ଷେତ୍ରରେ ଗରିବମାନଙ୍କୁ ସହାୟତା ମିଳୁଛି। ଏହି ମତବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏସବୁ ଯୋଜନାରେ ସମନ୍ବୟର ସମ୍ଭାବନା ଉଜାଗର ହୋଇପାରିବ ଏବଂ ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ ଦିଗରେ ସହାୟତା ମିଳିବ। ଏଥିସହିତ ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନାଗରିକଙ୍କ ଆଶାଆକାଂକ୍ଷା ଜାଣିବା ଲାଗି ଏପରି କାର୍ଯ୍ୟକ୍ରମ ଏକ ସୁଯୋଗ ଆଣି ଦେବ। ଏହି ସମ୍ମେଳନକୁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଏକକ ଦେଶବ୍ୟାପୀ ମତବିନିମୟ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଉଛି ଯାହାକି ଦେଶର ସବୁ ଜିଲ୍ଲାରେ ଆୟୋଜନ କରାଯିବ। ଏଥିରେ ହିତାଧିକାରୀଙ୍କ ଜୀବନରେ ଏସବୁ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ଆଲୋଚନା କରିବେ।

କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯିବ, ରାଜ୍ୟ/ଜିଲ୍ଲା/କେଭିକେ କାର୍ଯ୍ୟକ୍ରମ ପୂର୍ବାହ୍ନ ୯.୪୫ରେ ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ଏସବୁ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହ ଯୋଡ଼ାଯିବ। ଦୂରଦର୍ଶନ ଏବଂ ଏହାର ଜାତୀୟ ଓ ଆଞ୍ଚଳିକ ଚ୍ୟାନେଲ ମାଧ୍ୟମରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ। ମାଇ ଗଭ୍‌ ଜରିଆରେ ଜାତୀୟ କାର୍ଯ୍ୟକ୍ରମର ୱେବକାଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଲୋକମାନେ ଆଗୁଆ ନିଜର ପଞ୍ଜୀକରଣ କରାଇବେ। ଅନ୍ୟ ସୋଶଲ ମିଡିଆ ଚ୍ୟାନେଲ ଯଥା ୟୁଟ୍ୟୁବ, ଫେସବୁକ, ଟୁଇଟ୍ଟର, ଇନଷ୍ଟାଗ୍ରାମ୍‌ ଆଦିରେ ଏହାକୁ ଦେଖିହେବ।

ଏହି ମତବିନିମୟ କାର୍ଯ୍ୟକ୍ରମ ଦ୍ବାରା ନାଗରିକଙ୍କ ଜୀବନକୁ ସହଜ କରୁଥିବା ଏସବୁ ଯୋଜନାର ଜନ-କୈନ୍ଦ୍ରିକ ଦୃଷ୍ଟିକୋଣ ପ୍ରତିଫଳିତ ହେବା ସହିତ ଜନସାଧାରଣଙ୍କ ଆଶାଆକାଂକ୍ଷା ସମ୍ପର୍କରେ ସରକାର ଅବଗତ ହୋଇପାରିବେ, ଯାହାଫଳରେ ପ୍ରଗତି ଦିଗରେ ରାଷ୍ଟ୍ରର ଯାତ୍ରାରେ କେହି ଜଣେ ଯେମିତି ବଞ୍ଚିତ ରହିବେ ନାହିଁ ତାହା ସୁନିଶ୍ଚିତ ହୋଇପାରିବ।

ଯୋଜନା/କାର୍ଯ୍ୟକ୍ରମର ତାଲିକା

– ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ଗ୍ରାମୀଣ ଓ ସହରାଞ୍ଚଳ)

– ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି

– ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା

– ପୋଷଣ ଅଭିଯାନ

– ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା

– ସ୍ବଚ୍ଛ ଭାରତ ମିଶନ (ଉଭୟ ଗ୍ରାମୀଣ ଓ ସହରାଞ୍ଚଳ)

– ଜଳ ଜୀବନ ମିଶନ ଓ ଅମୃତ

– ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା

– ଏକ ରାଷ୍ଟ୍ର ଏକ ରାସନ କାର୍ଡ

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

– ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା

– ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର

– ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା

Categories
ଜାତୀୟ ଖବର ବିଶେଷ ଖବର

ସର୍ବାଧିକ ତ୍ରିରଙ୍ଗା ଉଡାଇ ଇତିହାସ ସୃଷ୍ଟି କଲା ଭାରତ, ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ

ନୂଆଦିଲ୍ଲୀ: ଭାରତ ଇତିହାସ ସୃଷ୍ଟି କରିଛି। ଏପ୍ରିଲ ୨୩ ତାରିଖରେ ଏକକାଳୀନ ସର୍ବାଧିକ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଭାରତ ନାମ ପଞ୍ଜିକୃତ କରିଛି। ଏହି ଐତିହାସିକ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ସଂସ୍କୃତି ମନ୍ତ୍ରଣାଳୟ କହିଛି ଯେ, ବିହାରର ଭୋଜପୁର ଠାରେ ଅନୁଷ୍ଠିତ ‘ବୀର କୁଂୱର ସିଂ ବିଜୟୋତ୍ସବ’ କାର୍ଯ୍ୟକ୍ରମରେ ଭାରତ ଏକକାଳୀନ ୭୮ ହଜାର ୨୨୦ ପତାକା ଉତ୍ତୋଳନ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପ୍ରବେଶ କରିଛି। ୱାର୍ଲ୍ଡ ରେକର୍ଡର ପ୍ରତିନିଧିମାନେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଶାରୀରିକ ପରିଚୟ ପାଇଁ ବ୍ୟାଣ୍ଡ ପିନ୍ଧିବାକୁ କୁହାଯାଇଥିଲା।

ଗିନିଜ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍ ରେ କୁହାଯାଇଛି ଯେ, ‘ଭାରତରେ ଆଜାଦୀ କା ଅମୃତ ମହୋତ୍ସବ’ ପାଇଁ ଗୃହ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟର ଏପ୍ରିଲ ୨୩ ତାରିଖ ୨୦୨୨ ଦିନ ବିହାରର ଜଗଦୀଶପୁରରେ ପତାକା ଉତ୍ତୋଳନ କରିବାରେ ରେକର୍ଡ ସୃଷ୍ଟି କରିଛି। ‘ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୭୮ ହଜାର ୨୨୦ ଲୋକ ଏକତ୍ରିତ ହୋଇ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ଏବଂ ଶନିବାର ଦିନ ବିହାରର ଭୋଜପୁର ଜିଲ୍ଲାର ଦଲୌର ମଇଦାନରେ ଇତିହାସ ସୃଷ୍ଟି କରିଛନ୍ତି।

ଏହାପୂର୍ବରୁ, ପାକିସ୍ତାନ ପ୍ରାୟ ୧୮ ବର୍ଷ ପୂର୍ବେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ​​ଏବଂ ଲାହୋରରେ ଏକ କାର୍ଯ୍ୟକ୍ରମରେ ୫୬ ହଜାର ପାକିସ୍ତାନୀ ନିଜର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ବୀର କୁଂୱର ସିଂ ତାଙ୍କର ଶେଷ ଯୁଦ୍ଧ ଏପ୍ରିଲ ୨୩ ତାରିଖ ୧୮୫୮ରେ ଜଗଦୀଶପୁର ନିକଟରେ କରିଥିଲେ ଏବଂ ଏହି ଯୁଦ୍ଧରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ପରାସ୍ତ କରିଥିଲେ। ଜାଗଦୀଶପୁର ଦୁର୍ଗରୁ ୟୁନିଅନ ଜ୍ୟାକ୍ ପତାକା ଉତ୍ତୋଳନ କରିବା ପରେ କୁଂୱର ସିଂ ଜାତିର ସେବାରେ ଶହୀଦ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ଲକସ୍ତରୀୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରଙ୍କ ସହିତ ମିଶି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକର ଚତୁର୍ଥ ବାର୍ଷିକୀ ପାଳନ କରୁଛନ୍ତି। ଗତ ଅପ୍ରେଲ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବ୍ଳକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହେଉଛି। ଚତୁର୍ଥ ଦିନରେ ଦେଶର ୫୮୭ଟି ବ୍ଳକରେ ୪ ଲକ୍ଷ ୮୨ ହଜାର ଲୋକ ଏହି ମେଳାରେ ଯୋଗ ଦେଇଛନ୍ତି। ସମଗ୍ର ଦେଶରେ ଉତ୍ସାହର ସହିତ ଲୋକମାନେ ଏହି ସ୍ୱାସ୍ଥ୍ୟ ମେଳାଗୁଡ଼ିକରେ ଯୋଗ ଦେଉଛନ୍ତି।

ଏହି ମେଳାଗୁଡ଼ିକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମୁଖ୍ୟ ଶାସନ ସଚିବ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ଜନପ୍ରତିନିଧିମାନେ ମଧ୍ୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳାଗୁଡ଼ିକ ଆୟୋଜିତ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକରେ ଯୋଗଦେଇ ଏହି ମେଳାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ଏହି ସ୍ୱାସ୍ଥ୍ୟ ମେଳାରେ ସୁବିଧାରେ ଏବଂ ଯେକୌଣସି ବ୍ୟକ୍ତି ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଲାଇ ପାରିବା ଭଳି ଚିକିତ୍ସା ବ୍ୟବସ୍ଥା ହୋଇଛି।

ଅପ୍ରେଲ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତି ଜିଲ୍ଲାରେ ଅନ୍ତତଃ ପକ୍ଷେ ଗୋଟିଏ ବ୍ଳକରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆରୋଗ୍ୟ ମେଳା ଅନୁଷ୍ଠିତ ହେଉଛି । ପ୍ରତି ଜିଲ୍ଲାରେ ଅନ୍ତତଃ ଗୋଟିଏ ବ୍ଳକରେ ଗୋଟିଏ ଦିନ ହିସାବରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଦେଶସାରା ଏହି କାର୍ଯ୍ୟକ୍ରମ ଚାଲିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ବ୍ଳକରେ ଏହି ସ୍ୱାସ୍ଥ୍ୟ ମେଳା ଆୟୋଜିତ ହେଉଛି।

ଏହି କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ୫୮୭ଟି ବ୍ଳକରେ ୬୬ ହଜାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ପରିଚୟ ପତ୍ର ତିଆରି କରାଯାଇଛି ଏବଂ ୧୮ ହଜାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ସ୍ୱର୍ଣ୍ଣିମ କାର୍ଡ ପ୍ରଦାନ କରାଯାଇଛି । ହଜାର ହଜାର ଲୋକଙ୍କର ମାନସିକ ଚାପ, ରକ୍ତଚାପ ଆଦି ପରୀକ୍ଷା କରାଯାଇଛି। ଇ-ସଂଜିବନୀ ପ୍ଲାଟଫର୍ମରେ ୧୬ ତାରିଖ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ ଲୋକଙ୍କର ଟେଲି ପରାମର୍ଶ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକରେ କରାଯାଇଛି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକରେ ଗୋଟିଏ ଦିନରେ ହୋଇଥିବା ଟେଲି ପରାମର୍ଶ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ୧ ଲକ୍ଷ ୮ଠ ହଜାର ଟେଲି ପରାମର୍ଶ ଗୋଟିଏ ଦିନରେ ହୋଇଥିବାର ରେକର୍ଡ ସୃଷ୍ଟି ହୋଇଥିଲା। ଆଜି ସମଗ୍ର ଦେଶରେ ୩୩ ହଜାର ଟେଲି ପରାମର୍ଶ କରାଯାଇଛି। (ପିଆଇବି)

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ ଫଟୋଚିତ୍ର ଉଦ୍ଘାଟିତ

ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପରିସରରେ “ଆଜାଦୀ କା ଅମୃତ ମହୋତ୍ସବ” ଶୀର୍ଷକ ମିନି ଫଟୋଚିତ୍ର ପ୍ରଦର୍ଶନୀ ଏବଂ ଫଟୋ ଗାଲ୍ଲେରୀ ପତ୍ର ସୂଚନା କାର୍ଯ୍ୟାଳୟ, ପୂର୍ବ ଜୋନର ମହାନିର୍ଦ୍ଦେଶକ ଭୁପେନ୍ଦ୍ର କେନ୍ଥୋଲାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ କେନ୍ଥୋଲା ଭାରତର ସ୍ଵାଧିନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ଓଡିଶାର ମହାନ ମହିଳା ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।  ଓଡିଶାର ମହାନ କଳା ସଂସ୍କୃତି ତାଙ୍କୁ ସବୁ ବେଳେ ଅନୁପ୍ରାଣିତ କରିଛି ଏବଂ ଓଡିଶା ତାଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ଶ୍ରୀ କେନ୍ଥୋଲା ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଭାଗୀୟ କଳାକାରମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଂଗୀତ ଏବଂ ନୃତ୍ୟ ମଧ୍ୟ ପରିବେଷଣ କରଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ୭୫ ଜଣ ଆଦିବାସୀ ମହିଳାଙ୍କୁ ସମ୍ମାନିତ କଲା ଟ୍ରାଇଫେଡ୍

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଧାରାରେ ଟ୍ରାଇଫେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଝା, ଟ୍ରାଇଫେଡର ଅଧ୍ୟକ୍ଷ ରାମ ସିଂ ରାଠୱାଙ୍କ ଉପସ୍ଥିତିରେ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ମହିଳା କାରୀଗର, ବନ ଧନ ହିତାଧିକାରୀ ଏବଂ ଜୀବିକା ସୁଯୋଗ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ହାଇବ୍ରିଡ୍‌ ମୋଡ଼ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଉପଲବ୍ଧି ହାସଲ କରିଥିବା ୭୫ ଜଣ ସଫଳ ଆଦିବାସୀ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ଆଦିବାସୀ ସମୁଦାୟ ମଧ୍ୟରେ ପରିବର୍ତ୍ତନ ଆଣିବା ଦିଗରେ ଯୋଗଦାନ ପାଇଁ ସେମାନଙ୍କୁ ସ୍ମରଣିକା ଓ ପ୍ରମାଣପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା।

ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ମୟୂରଭଞ୍ଜର ଆଦିବାସୀ ମହିଳାମାନଙ୍କ ସହିତ କଥା ହୋଇଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଦିବାସୀ ବଞ୍ଚିତ ମହିଳାମାନଙ୍କୁ ସମ୍ମାନିତ କରିବା ଲାଗି ଟ୍ରାଇଫେଡ୍‌ ପକ୍ଷରୁ ପ୍ରୟାସ କରାଯାଇଥିବାରୁ ଶ୍ରୀ ଟୁଡୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଦେଶର ଆଦିବାସୀ ଲୋକମାନଙ୍କ ପାଇଁ ଜୀବିକା ସୁଯୋଗ ବଢ଼ାଇବା କ୍ଷେତ୍ରରେ ଟ୍ରାଇଫେଡ୍‌ ପକ୍ଷରୁ ହେଉଥିବା ପ୍ରୟାସରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଜନଜାତି ବ୍ୟାପାର ସଚିବ ଅନିଲ କୁମାର ଝା କହିଥିଲେ ଯେ, ଅନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ଆଦିବାସୀ ସମୁଦାୟରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଥିବା ମହିଳାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା ଖୁସିର ବିଷୟ। ସେ କହିଥିଲେ ଯେ ମନ୍ତ୍ରଣାଳୟର ବନ ଧନ ଯୋଜନା ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଜନଜାତି ଜନସଂଖ୍ୟାଙ୍କ ମଧ୍ୟରେ ଜୀବିକା ସୁଯୋଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।

ଟ୍ରାଇଫେଡର ଅଧ୍ୟକ୍ଷ ରାମସିଂହ ଜେଠୱା ଆଦିବାସୀ ମହିଳାମାନଙ୍କ ସହ ସେମାନଙ୍କ ସଂଘର୍ଷ, ଆହ୍ବାନ ଏବଂ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରାଇଫେଡ ମହିଳାମାନଙ୍କୁ ସେମାନଙ୍କର ସର୍ବାଧିକ କ୍ଷମତା ହାସଲ କରିବା ଲାଗି ଆଗକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଜନଜାତି ସଶକ୍ତିକରଣ ଦିଗରେ ଟ୍ରାଇଫେଡ୍‌ ଏକ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଟ୍ରାଇଫେଡ୍‌ ପକ୍ଷରୁ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିକ ପଦକ୍ଷେପ ଗତ ଦୁଇ ବର୍ଷ ମଧ୍ୟରେ ହାତକୁ ନିଆଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଜରିଆରେ ଟ୍ରାଇଫେଡ୍‌ ୩୧୭.୧୩ କୋଟି ଟଙ୍କାର ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିଛି । ସେହିପରି ରାଜ୍ୟ ପାଣ୍ଠିର ଉପଯୋଗ କରି ୧୫୪୨.୮୮ କୋଟି ଟଙ୍କାର ବନଜାତ ଦ୍ରବ୍ୟ ଏମଏସପିରେ କିଣାଯାଇଛି।

ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ଟ୍ରାଇଫେଡ୍‌ ୨୫ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ପ୍ରଦେଶର ୫୨, ୯୬୭ ବନ ଧନ ସ୍ବୟଂ ସହାୟକ ଗୋଷ୍ଠୀକୁ ମାନ୍ୟତା ଦେଇଛି। ଏଥିରୁ ୩୧୧୦ଟି ବନ ବିକାଶ କେନ୍ଦ୍ର ଗଠିତ ହୋଇଛି। ଫଳରେ ୯.୨୭ ଲକ୍ଷ ହିତାଧିକାରୀଙ୍କୁ ଜୀବିକା ମିଳିପାରିଛି।

Categories
ବିଶେଷ ଖବର ସଂସ୍କୃତି

ପ୍ରସ୍ତୁତ ହେଲା ୭୫୦ ମିଟର ଲମ୍ବର ଚିତ୍ରକଳା ଫଳକ, ଗଣତନ୍ତ୍ର ଦିବସରେ ହେବ ପ୍ରଦର୍ଶିତ

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ଜାତୀୟ ଆଧୁନିକ କଳା ସଂଗ୍ରହାଳୟ ବା ନ୍ୟାସନାଲ ଗ୍ୟାଲେରୀ ଅଫ୍‌ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ପକ୍ଷରୁ ଭୁବନେଶ୍ୱର ଏବଂ ଚଣ୍ଡିଗଡ଼ରେ କଳାକାରମାନଙ୍କୁ ନେଇ ଏକ କର୍ମଶାଳା – କଳାକୁମ୍ଭ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୫୦ ମିଟର ଲମ୍ବ ଚିତ୍ରକଳା ଫଳକ (ସ୍କ୍ରଲ) ଡିଜାଇନ ପ୍ରସ୍ତୁତ କରାଯାଇଛି। ଏହି ବିଶାଳକାୟ ଚିତ୍ର ଫଳକରେ ସ୍ଥାନିତ ଚିତ୍ରଗୁଡ଼ିକ ମଧ୍ୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଅପରିଚିତ ନାୟକମାନଙ୍କ ବୀରତ୍ୱ ଗାଥା ପ୍ରତିଫଳିତ ହୋଇଛି। ଆସନ୍ତା ୨୦୨୨ ଗଣତନ୍ତ୍ର ଦିବସ ସମାରୋହରେ ଏହିସବୁ ଚିତ୍ରକଳା ରାଜପଥରେ ପ୍ରଦର୍ଶିତ ହେବ। ଏଥପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ସହଭାଗିତା ସ୍ଥାପନ ହୋଇଛି। ଏନଜିଏମଏର ମହାନିର୍ଦ୍ଦେଶକ (ଡିଜି) ଅଦ୍ୱୈତ ଗଡ଼ନାୟକ ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ ସୂଚନା ଦେଇଥିଲେ ଯେ ଦେଶର ବିଭିନ୍ନ ଭୌଗଳିକ କ୍ଷେତ୍ରରେ ଥିବା ଭିନ୍ନ କଳାକୁ ନେଇ ଏହିସବୁ ସ୍କ୍ରଲ୍‌ ପ୍ରସ୍ତୁତ କରାଯାଇଛି। ଏହା ଦେଶର ଗୌରବ ଏବଂ କଳା ଉତ୍କର୍ଷତାକୁ ପ୍ରତିଫଳିତ କରିବ। କର୍ମଶାଳାରେ ଏକ ଭାରତ ଶ୍ରେଷ୍ଠ ଭାରତର ବିଶେଷତ୍ୱ ପ୍ରତିଫଳିତ ହୋଇଥିଲା। ଆମ ଦେଶର ସମୃଦ୍ଧ ବିବିଧତା, ସାଂସ୍କୃତିକ ଦିଗ, ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଅପରିଚିତ ନାୟକମାନଙ୍କର ବୀରତ୍ୱ ଗାଥା ଏହିସବୁ ଚିତ୍ରକଳାରେ ପ୍ରତିଫଳିତ ହୋଇଛି। ଓଡ଼ିଶା ଏବଂ ଚଣ୍ଡିଗଡ଼ରେ ଆୟୋଜିତ କର୍ମଶାଳାରେ ୫୦୦ରୁ ଅଧିକ ଚିତ୍ରକର, କଳାକାରମାନେ ଆଗ୍ରହର ସହ ଅଂଶଗ୍ରହଣ କରିଥିବା ସେ କହିଥିଲେ।

ଗଡ଼ନାୟକ ଆହୁରି କହିଥିଲେ ଯେ ଦେଶର ବିବିଧତା ମଧ୍ୟରେ ଏକତାର ବିଶେଷତ୍ୱକୁ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଭୌଗଳିକ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରକାରର ଦୃଶ୍ୟ ଓ ପ୍ରଦର୍ଶନ କଳାକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବାର ଲକ୍ଷ୍ୟ ନେଇ ଏନଜିଏମଏ ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଇଥିଲା।  ଏସବୁ ବିଶାଳକାୟ ଚିତ୍ରକଳା ରାଜପଥରେ ପ୍ରଦର୍ଶିତ ହେବା ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଅପରିଚିତ ନାୟକଙ୍କ ସମ୍ପର୍କରେ ଲୋକମାନଙ୍କୁ ବିସ୍ତୃତ ସୂଚନା ଦେବ ବୋଲି ସେ କହିଥିଲେ।

ଏନଜିଏମଏ, କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଏବଂ ସିଲିକନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ମିଳିତ ସହଭାଗିତାରେ ଭୁବନେଶ୍ୱର ଠାରେ ଡିସେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି କର୍ମଶାଳା ଆୟୋଜନ କରାଯାଇଥିଲା। କଳାକୁମ୍ଭ-ଆଜାଦୀ କା ଅମୃତ ମହୋତ୍ସବରେ ବିବିଧତା ମଧ୍ୟରେ ଏକତା ପ୍ରତିଫଳିତ ହେବା ସହିତ 75ବର୍ଷର ପ୍ରଗତିଶୀଳ ଭାରତ ଏବଂ ଏହାର ଜନସାଧାରଣ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସକୁ ପ୍ରଦର୍ଶିତ କରାଯାଇଛି। ଏହାର ପ୍ରଗତିଶୀଳ ଭାରତର ସାମାଜିକ-ସାଂସ୍କୃତିକ ପରିଚୟର ଗାଥା ଉପସ୍ଥାପନ କରୁଛି। ଦଶଟି ବିଶାଳକାୟ ଚିତ୍ରକଳାରେ ସ୍ୱାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କର, ଭାରତୀୟ ସମ୍ବିଧାନ, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଆଦିର ଝଲକ ରହିଛି।

ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ବଙ୍ଗ, ଉତ୍ତର ପୂର୍ବ ଭାରତ ଏବଂ ଆନ୍ଧ୍ରପ୍ରଦେଶରେ ଭାରତର  ସ୍ୱାଧୀନତା ସଂଗ୍ରାମକୁ ନେଇ ରହିଥିବା ବୀରତ୍ୱ ଓ ଐତିହାସିକ ଉପାଦାନ ସ୍ଥାନ ପାଇଥିଲା। ଓଡ଼ିଶାର ଗଞ୍ଜପା, ପଟ୍ଟଚିତ୍ର ଏବଂ ସଉରା ସମେତ ଅନ୍ୟ ରାଜ୍ୟମାନଙ୍କର ବିଭିନ୍ନ ପ୍ରକାର ଦେଶୀୟ ଚିତ୍ରକଳାକୁ ନେଇ ଚିତ୍ରଫଳକ ପ୍ରସ୍ତୁତ କରାଯାଇଥିଲା।

ବହୁ ଜାତୀୟ ଓ ରାଜ୍ୟସ୍ତରର ଚିତ୍ରଶିଳ୍ପୀ ଏଥିରେ ଚିତ୍ରକଳା ପ୍ରସ୍ତୁତ କରିଥିଲେ। ନିରଞ୍ଜନ ମହାରଣା, ନାରାୟଣ ଦାସ ପଟ୍ଟଚିତ୍ର ପ୍ରସ୍ତୁତ କରିଥିଲେ। ଜୁନେଶ ଗମାଙ୍ଗ ସୌରା ଚିତ୍ରକଳା ପ୍ରସ୍ତୁତ କରିଥିଲେ।

କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। ଏହିସବୁ ସ୍କ୍ରଲରେ ପାରମ୍ପରିକ କଳା ସହିତ ସମସାମୟିକ ଅଭିବ୍ୟକ୍ତି ପ୍ରତିଫଳିତ ହୋଇଛି। ବାସ୍ତବରେ କଳାକୁମ୍ଭ କର୍ମଶାଳା ଆଜାଦୀ କା ଅମୃତ ମହୋତ୍ସବ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରତି ଏକ ଯଥୋଚିତ ସମ୍ମାନ। ଏସବୁ ସ୍କ୍ରଲ କଳାତ୍ମକ ଢଙ୍ଗରେ ୨୦୨୨ ସାଧାରଣତନ୍ତ୍ର ଦିବସ ସମାରୋହ ଉପଲକ୍ଷେ ରାଜପଥରେ ପ୍ରଦର୍ଶିତ ହେବ। ଏକ ରଣନୈତିକ ସ୍ଥାନରେ ଏସବୁ ସ୍କ୍ରଲକୁ ଏକ ଖୋଲା ଗ୍ୟାଲେରୀରେ ପ୍ରଦର୍ଶିତ କରାଯିବ ଯାହା ଲୋକମାନଙ୍କ ସମୃଦ୍ଧ ଜାତୀୟ ଐତିହ୍ୟ ଏବଂ ପରମ୍ପରା ସମ୍ପର୍କରେ ପରିଚିତ କରାଇବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀ

ଭୁବନେଶ୍ବର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ପିଏଫଏମ୍‌ଏସ  ବିଭାଗ ପକ୍ଷରୁ ସାର୍ବଜନୀନ ଅର୍ଥ ପରିଚାଳନା ବ୍ୟବସ୍ଥା (ପିଏଫଏମ୍‌ଏସ) ଉପରେ ଆଜି  ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରର ଜୟଦେବ ଭବନଠାରେ ପିଏଫ ଏମଏସର ସଫଳତା ଓ କାର୍ଯ୍ୟକାରିତା ନେଇ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି।

ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ମହାଲେଖା ନିୟନ୍ତ୍ରକ ଦୀପକ ଦାସ କହିଥିଲେ ଯେ ପ୍ରଶାସନିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ଭାରତ ସରକାର ପିଏଫଏମ୍‌ଏସ୍ ପ୍ରବର୍ତ୍ତନ କରିଛନ୍ତି। “ପିଏଫଏମଏସ ଗତ କେତେ ବର୍ଷ ଧରି ସମ୍ପୂର୍ଣ୍ଣ ସରକାରୀ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିଛି। ଏହା ସମ୍ପୂର୍ଣ୍ଣ ସେବା ପ୍ରଦାନ ସୁନିଶ୍ଚିତ କରିଛି ।”

ବିଭିନ୍ନ ସରକାରୀ ଯୋଜନାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର(ଡିବିଟି) ଏକ ମହାନ୍ ପରିବର୍ତ୍ତନ ଆଣିଛି। ଏହା ଦଲାଲ କାରବାର ରୋକିବା ସହ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରୁଛି।

ଓଡିଶାକୁ ଏଥିପାଇଁ ଅଭିନନ୍ଦନ ଜଣାଇ ସହ ଶ୍ରୀ ଦାସ ଶତପ୍ରତିଶତ  ପିଏଫଏମ୍‌ଏସ କାର୍ଯ୍ୟକାରୀ କରି ଓଡିଶା ଦେଶର ଛଅଟି ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟ ଏପରି କରିପାରିଥିବା କହିଛନ୍ତି। ଏହା ସରକାରୀ ପ୍ରଶାସନିକ ସ୍ୱଚ୍ଛତା ଆଣିବା ସହ ଅଧିକ ଉତ୍ତର ଦାୟିତ୍ୱ ମଧ୍ୟ ସୁନିଶ୍ଚିତ କରିଛି।

ଓଡିଶା ସରକାରଙ୍କ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ  କର୍ମଶାଳାରେ ଅଂଶଗ୍ରହଣ କରି କହିଥିଲେ ଯେ ସରକାରୀ ଆର୍ଥିକ ପରିଚାଳନାରେ ପିଏଫଏମ୍‌ଏସ ଅନେକ ସଫଳତା ହାସଲ କରିଛି। “ପିଏଫଏମ୍‌ଏସ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ଦେବ କହିଥିଲେ।

ଏହି ଅବସରରେ ସିଙ୍ଗଲ ନୋଡାଲ ଏକାଉଂଟ (ଏସ୍‌ଏନଏ) ମଡେଲ ଓ ରିସିଷ୍ଟ ଏକ୍ସପେଣ୍ଡିଚର ଆଡଭାନ୍ସ ଟ୍ରାନ୍ସଫର (ଆର.ଇ.ଏ.ଟି) ମଡେଲ ଭଳି ବୈଷୟିକ କର୍ମଶାଳା ଆୟୋଜିତ ହୋଇଥିଲା। ଭାରତୀୟ ଷ୍ଟେଟବ୍ୟାଙ୍କ, କାନାଡ଼ା ବ୍ୟାଙ୍କ , ଆଇସିଆଇସିଆଇ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କର ପ୍ରତିନିଧିମାନେ ଏସଏନ୍‌ଏ ମଡେଲ ଉପରେ ସେମାନଙ୍କର ମନ୍ତବ୍ୟ ପ୍ରଦାନ କରିଥିଲେ।

ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଭାରତର ସ୍ୱାଧୀନତା ଦିବସର ୭୫ବର୍ଷ  ପାଳନ  ତଥା  ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ସିଜିଏ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହାର  ଅବଦାନ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଶ୍ରୀ ଦାସ ଭୁବନେଶ୍ୱର ଆରଓବିର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି ପଦକ୍ଷେପକୁ ଅଭିନନ୍ଦନ ଜଣାଇଥିଲେ। “ଏହି ପ୍ରଦଶର୍ନୀ ଗୋଟିଏ ଦୃଷ୍ଟିରୁ ଅନନ୍ୟ। ଏହା ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ବିଷୟକୁ ମଧ୍ୟ ପ୍ରଦର୍ଶିତ କରୁଛି।” ପ୍ରଦର୍ଶନୀରୁ  ଲୋକଲୋଚନ ଅନ୍ତରାଳରେ ରହିଥିବା ଅନେକ ବୀରମାନଙ୍କ ଗାଥା ବିଷୟରେ ଜାଣିପାରିଥିବାରୁ ଖୁବ୍ ଗର୍ବିତ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଏବଂ ଆରଓ ବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ସଂସଦର କେନ୍ଦ୍ରୀୟ କକ୍ଷରେ ପାଳିତ ହେବ ସମ୍ବିଧାନ ଦିବସ

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଭାରତର ସ୍ୱାଧୀନତା ଦିବସର ୭୫ତମ ବାର୍ଷିକୀ ତଥା ଏହାର ଗୌରବମୟ ପରମ୍ପରା ଓ ଐତିହ୍ୟ ପାଳନ ପାଇଁ ଏକ ପଦକ୍ଷେପ। ଏହି ମହୋତ୍ସବର ଅଂଶ ବିଶେଷଭାବେ ଭାରତ ଆସନ୍ତାକାଲି (୨୬.୧୧.୨୧) ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସମ୍ବିଧାନ ଦିବସ ବିପୁଳ ହର୍ଷୋଲ୍ଲାସ ମଧ୍ୟରେ ପାଳନ କରୁଛି।

ସଂସଦ ଭବନର କେନ୍ଦ୍ରୀୟ କକ୍ଷରୁ ମାନନୀୟ ରାଷ୍ଟ୍ରପତି ଦିନ ଏଗାରଟାଠାରୁ ସମ୍ବିଧାନ ଦିବସ ପାଳନର ନେତୃତ୍ୱ ନେବେ।

ଏଥିରେ ମାନନୀୟ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଗଣ, ସଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥି ମଧ୍ୟ ଅଂଶଗ୍ରହଣ କରିବେ।

ଏହି ସମାରୋହ ସିଧାସଳଖ ସଂସଦ ଟିଭି/ଦୂରଦର୍ଶନ ଓ ଅନଲାଇନ ପୋର୍ଟାଲରୁ ସିଧାସଳଖ ପ୍ରସାରିତ ହେବ।

ମହାମାନ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ତାଙ୍କ ସହ ସମଗ୍ର ଦେଶବାସୀଙ୍କୁ  ସମ୍ବିଧାନର ପ୍ରସ୍ତାବନା(preamble) ପାଠ ପାଇଁ ଆମନ୍ତ୍ରଣ କରାଯିବ। ସେ ମଧ୍ୟ ସାମ୍ବିଧାନିକ ଗଣତନ୍ତ୍ରର ଅନଲାଇନ କୁଇଜକୁ (mpa.gov.in/constitution-day)ଶୁଭ ଉଦ୍‌ଘାଟନ କରିବେ। ସମ୍ବିଧାନର ପ୍ରସ୍ତାବନା ପାଠ ନିମନ୍ତେ ୨୩ଟି ଭାଷା(୨୨ଟି ସରକାରୀ ଓ ଇଂରାଜୀ) ପୋର୍ଟାଲ ଆଜି ମଧ୍ୟରାତ୍ରୀରୁ କାର୍ଯ୍ୟକ୍ଷମ ହେବ। ପ୍ରମାଣପତ୍ର (mpa.gov.in/constitution-day)ୱେବସାଇଟ୍‌ରୁ ଡାଉନଲୋଡ କରି ହେବ।

Categories
ଆଜିର ଖବର ଜାତୀୟ ଖବର

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆୟକର ବିଭାଗ ପକ୍ଷରୁ ଆସନ୍ତାକାଲି ଆୟୋଜିତ ହେବ ଟ୍ୟାକ୍ସାଥନ୍

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ‘ଆଜାଦୀ କା ଅମୃତ ମହୋତ୍ସବ’। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କ୍ଷେତ୍ର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପଦଯାତ୍ରା (ୱାକାଥନ୍) ଆୟୋଜନ କରାଯିବ।

ଆସନ୍ତାକାଲି ୧୭.୧୧.୨୦୨୧ରେ “ସଚ୍ଚୋଟ ଟିକସଦାତାମାନଙ୍କୁ ସମ୍ମାନ” ବିଷୟବସ୍ତୁକୁ ନେଇ ‘ଟ୍ୟାକ୍ସାଥନ୍’ ନାମରେ ଏହି ପଦଯାତ୍ରା ଭୁବନେଶ୍ୱର ରାଜସ୍ୱ ବିହାରସ୍ଥିତ ଆୟକର ଭବନରୁ ବାହାରି ରସୁଲଗଡ଼, ବାଣୀବିହାର, ରାମମନ୍ଦିର (ଜନପଥ), କଳିଙ୍ଗ ଷ୍ଟାଡିୟମ ଦେଇ ପୁନର୍ବାର ଆୟକର ଭବନକୁ ଫେରି ଆସିବ। ବୁଧବାର ସକାଳ ୬ଟା ୩୦ମିନିଟ୍ ସମୟରେ ଆରମ୍ଭ ହେବାକୁ ଥିବା ଦୀର୍ଘ ୧୦ କିମି ବ୍ୟାପୀ ଏହି ପଦଯାତ୍ରାରେ ସଚ୍ଚୋଟ ଟିକସଦାତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଟିକସ ପଇଠ କରି ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହେବା ଲାଗି ସଚେତନତା ସୃଷ୍ଟି କରାଯିବ।

Categories
ବିଶେଷ ଖବର ସଂସ୍କୃତି

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଲାଗି ତିନୋଟି ଅଭିନବ ପ୍ରତିଯୋଗିତାର ଶୁଭାରମ୍ଭ

ଭୁବନେଶ୍ବର: ଦେଶ ସ୍ୱାଧୀନ ହେବାର ୭୫ତମ ବର୍ଷରେ ଆମେ ପଦାର୍ପଣ କରିଛୁ। ଗତ ୭୫ ବର୍ଷ ଧରି ପ୍ରଗତିଶୀଳ ଭାରତ ଏବଂ ଏହାର ଜନସାଧାରଣ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ଏହାକୁ ପାଳନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ଆୟୋଜନ କରାଯାଉଛି। ଏହି ମହୋତ୍ସବ ଭାରତର ସେହି ମହାପୁରୁଷମାନଙ୍କ ପ୍ରତି ସମର୍ପିତ ଯେଉଁମାନେ କେବଳ ଦେଶକୁ ଏତେ ଦୂର ପର୍ଯ୍ୟନ୍ତ ଆଣିନାହାନ୍ତି ବରଂ ଏହି ଜୟ ଯାତ୍ରାରେ ଭାରତର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ପରିଚୟ ପାଲଟିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୪ ଅକ୍ଟୋବର ୨୦୨୧ରେ ନିଜର ମନ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “କଳା, ସଂସ୍କୃତି, ସଙ୍ଗୀତ ଏବଂ ଗୀତର ରଙ୍ଗରେ ଆଜାଦୀ କା ଅମୃତ ମହୋତ୍ସବ ରଙ୍ଗୀନ ହେବା ଆବଶ୍ୟକ।” ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଆଖି ଆଗରେ ରଖି ତିନୋଟି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଯୋଜନା କରାଯାଇଛି। ଏଥିରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣଙ୍କୁ ସାମିଲ କରାଯିବ। ଦେଶଭକ୍ତି ଗୀତ ରଚନା, ଲୋରି ରଚନା, ରଙ୍ଗୋଲି ତିଆରି କରିବା ଆଦି ପ୍ରତିଯୋଗିତା ଏହି ଅବସରରେ ଆୟୋଜନ କରାଯିବ।

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ‘ୟୁନିଟୀ ଇନ୍ କ୍ରିଏଟିଭିଟି’ ପ୍ରତିଯୋଗିତା ନାମରେ ଉପରୋକ୍ତ ତିନୋଟି କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ପ୍ରତିଯୋଗିତାମାନ ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ତହସିଲ/ବ୍ଲକ୍ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତରରେ ଆୟୋଜିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ବିସ୍ତୃତ ମାର୍ଗଦର୍ଶିକା “ଆଜାଦୀ କା ଅମୃତ ମହୋତ୍ସବ” (ଏକେଏଏମ) ୱେବସାଇଟ୍ amritmahotsav.nic.in ରେ ଉପଲବ୍ଧ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଜନଭାଗିଦାରୀକୁ ପ୍ରୋତ୍ସାହିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଡିଜିଟାଲ ମାଧ୍ୟମରେ ଏହି ପ୍ରତିଯୋଗିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଭାରତରତ୍ନ ଲତା ମଙ୍ଗେସକର ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓସ୍କାର ପୁରସ୍କାର ବିଜେତା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର ରେହମାନ ଲୋରି ରଚନା ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ସମେତ ପତ୍ର ସୂଚନା କାର୍ଯ୍ୟାଳୟ, ଅଲ୍ ଇଣ୍ଡିଆ ରେଡିଓ, ବ୍ୟୁରୋ ଅଫ ଆଉଟରିଚ୍ ଏଣ୍ଡ କମ୍ୟୁନିକେସନ, ଆଦି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ସଂସ୍ଥା, ମାଇଁଗଭ ପକ୍ଷରୁ ମଧ୍ୟ ଏହି ପ୍ରତିଯୋଗିତା ସମ୍ପର୍କରେ ସୂଚନା ପ୍ରସାର କରାଯାଉଛି। ବିଭିନ୍ନ ମନ୍ତ୍ରଣାଳୟ ଏବଂ ଏହାର ମନ୍ତ୍ରୀଗଣ ତଥା ସାଧାରଣ ନାଗରିକମାନେ ମଧ୍ୟ ପ୍ରତିଯୋଗିତା ସମ୍ପର୍କରେ ପ୍ରଚାର କରିଛନ୍ତି।
ଦୁଇ ମାସ ଧରି ଏହି ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ବିଜେତାମାନଙ୍କୁ ବଡ଼ ଆକାରରେ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜି କିଷନ ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗ ଦେବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ଆମ ସ୍ୱାଧୀନତାର ୭୫ତମ ବର୍ଷ ଜନସାଧାରଣଙ୍କ ଭାଗିଦାରୀ ଜରିଆରେ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏହି ଆହ୍ୱାନ କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ସହିତ କାର୍ଯ୍ୟ କରୁଛି। ଏହି ସମାରୋହକୁ ଭବ୍ୟ ଆକାରରେ ଆୟୋଜନ କରିବା ଲାଗି ତୃଣମୂଳ ସ୍ତରରେ ବିଭିନ୍ନ ସମୁଦାୟ ସହ ମିଶି ମନ୍ତ୍ରଣାଳୟ କାର୍ଯ୍ୟ କରୁଛି।

 

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟର ୭୫ଟି ଷ୍ଟାର୍ଟ ଅପକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା

ନୂଆଦିଲ୍ଲୀ, “ଆଜାଦୀ କା ଅମୃତ ମହୋତ୍ସବ” ପାଳନ ସହିତ ତାଳଦେଇ ଟେଲି ମେଡ଼ିସିନ୍‍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ୭୫ଟି ଷ୍ଟାର୍ଟ ଅପ୍‍ଙ୍କୁ ସରକାର ଖୁବ୍‍ ଶୀଘ୍ର ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗାଇଦେବେ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏହା କହିଛନ୍ତି ବିଜ୍ଞାନ ଓ କାରୀଗରୀମନ୍ତ୍ରୀ ଡ ଜିତେନ୍ଦ୍ର ପ୍ରସାଦ ସିଂ। ଏହି ଯୋଜନା ସଂପର୍କରେ ଆଜି ସୂଚନା ଦେଇ କହିଛନ୍ତି ଯେ ଏ ସଂପର୍କରେ ବିରାକ ନେତୃତ୍ୱରେ ସମସ୍ତ ସଦସ୍ୟମାନଙ୍କୁ ଏହି ପରିପ୍ରେକ୍ଷୀରେ ସୂଚୀତ କରାଯାଇଛି । ‘ବିରାକ’ର ଅଧ୍ୟକ୍ଷ ଭାବେ ଏହାର ନେତୃତ୍ୱ ନେଉଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡକ୍ଟର ରେଣୁ ସ୍ୱରୂପ ।

ବିରାକର ବୋର୍ଡ଼ ଅଫ ଡାଇରେକ୍ଟର୍ସମାନଙ୍କ ସହ କଥାବାର୍ତ୍ତା କଲାବେଳେ ସେ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ତମ ବର୍ଷପୂର୍ତ୍ତି ଅବସରରେ ସର୍ବଶ୍ରେଷ୍ଠ ୭୫ଟି ନବସୃଜନଙ୍କୁ ଚୟନ କରିବା ଏକ ବିରାଟ ଚାଲେଞ୍ଜ୍‍ ସଦୃଶ । ତେବେ ଏହା ଦ୍ୱାରା ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଏହା ପ୍ରୋତ୍ସାହନ ଯୋଗାଇବ ଯେତେବେଳେକି ସମଗ୍ର ବିଶ୍ୱର ମାନବ ସମାଜ କୋଭିଡ଼ ମହାମାରୀ ଯୋଗୁ ସୃଷ୍ଟ ସମସ୍ୟାକୁ ମୁକାବିଲା କରିଆସୁଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ ଏହି ଅବସରରେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ଯେ ବରିଷ୍ଠ ଅଧିକାରୀମାନେ ଟର୍ଣ୍ଣ ଆରାଉଣ୍ଡ ସମୟକୁ ହ୍ରାସ କରିବା ଦିଗରେ ସେମାନଙ୍କର ପ୍ରୟାସ ଜାରି ରଖନ୍ତୁ ଏବଂ ଷ୍ଟାର୍ଟ ଅପମାନଙ୍କୁ ଆବଶ୍ୟକ ସମର୍ଥନ ଯୋଗାଇ ଚାଲନ୍ତୁ ଯାହା ଫଳରେ ଘରୋଇ କ୍ଷେତ୍ର ସେମାନଙ୍କର ଗୁରୁତ୍ୱ ବଜାୟ ରଖିପାରିବେ । ଏହି ଅବସରରେ ସେ ବିରାକର ବୋର୍ଡ ଅଫ୍‍ ଡାଇରେକ୍ଟର୍ସମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ଷ୍ଟାର୍ଟ ଅପ୍‍ ଆବେଦନକାରୀମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ପ୍ରଦାନ କରନ୍ତୁ ଯାହା ଫଳରେ କୋଭିଡ଼ ୧୯ର ବିଭିନ୍ନ ପ୍ରସଙ୍ଗକୁ ଏକା ସଙ୍ଗେ ମୁକାବିଲା କରାଯାଇପାରିବ ।

ଷ୍ଟାର୍ଟ ଅପ୍‍ ଇଣ୍ଡିଆ ଏବଂ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ବିରାକ ବାୟୋଟେକ୍ନୋଲୋଜି ବାତାବରଣର ବିକାଶ କ୍ଷେତ୍ରକୁ ସଦାସର୍ବଦା ପ୍ରୋତ୍ସାହନ ଓ ସମର୍ଥନ ଯୋଗାଇ ଆସୁଛି । ବିରାକ ଦେଶର ପ୍ରାୟ ୧,୫୦୦ରୁ ଅଧିକ ଷ୍ଟାର୍ଟ ଅପ୍‍, ଉଦ୍ଦ୍ୟୋଗୀ ତଥା ଏସଏମଇମାନଙ୍କୁ ୨,୧୨୮ କୋଟିରୁ ଅଧିକ ପାଣ୍ଠିଗତ ଋଣ ସହାୟତା ଯୋଗାଇ ଦେଇଛି।

ନବସୃଜନ ପାଣ୍ଠି ଯୋଗାଣ ମାଧ୍ୟମରେ ୨୦୧୨ ମସିହାରେ ମାତ୍ର ୫୦ରୁ କମ୍‍ ବାୟୋଟେକ୍ନୋଲୋଜି ଷ୍ଟାର୍ଟ ଅପ୍‍ଙ୍କୁ ୧୦ କୋଟିରୁ କମ୍‍ ଟଙ୍କାର ସହାୟତା ଯୋଗାଇ ଦିଆଯାଉଥିବାବେଳେ ଏବେ ତାହା ୨,୫୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ôଚଛି । ୨୦୨୪ ମସିହା ସୁଦ୍ଧା, ବିରାକ ୧୦,୦୦୦ରୁ ଅଧିକ ବିଟି ଷ୍ଟାର୍ଟ ଅପ୍‍ଙ୍କୁ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ।

ପୂର୍ବରୁ ଡକ୍ଟର ଜିତେନ୍ଦ୍ର ସିଂହ ବିରାକର ଇ- କାର୍ଯ୍ୟାଳୟର ଶୁଭାରମ୍ଭ କରିଥିଲେ ଏବଂ ବିରାକ ଇ- କାର୍ଯ୍ୟାଳୟ ସଫ୍ଟୱେରକୁ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି । ବିରାକ ଇ- କାର୍ଯ୍ୟାଳୟ ଲାଇଟ୍‍ ସଫ୍ଟୱେର୍‍କୁ ଏନଆସିଏସଆଇ ସର୍ଭରରେ ୨୦୨୧ ମସିହା ଅଗଷ୍ଟ ୧ ତାରିଖ ଠାରୁ ଟେଷ୍ଟିଂ ମୋଡରେ ଅବସ୍ଥାପିତ କରାଯାଇଛି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଲେ ଯେ ଡିଜିଟାଲ ଇଣ୍ଡିଆ ମିଶନ ଏକ ମହତ୍ତ୍ୱାକା, ପ୍ରକଳ୍ପ ଯାହାକି ଦେଶର ସମୃଦ୍ଧିକୁ ସ୍ୱଚ୍ଛତା ଏବଂ ସୁଶାସନ ଜରିଆରେ ପ୍ରୋତ୍ସାହିତ କରିବ ।

ବିରାକର ଏକ ଇନ୍‍ ହାଉସ୍‍ ବିରାକ ୩ଆଇ ପୋର୍ଟାଲ (inhouse BIRAC 3i portal) ରହିଛି ଯେଉଁଠାରେ ସମସ୍ତ ପ୍ରକାର ଆବେଦନ ଏବଂ ପ୍ରସ୍ତାବକୁ ଅନଲାଇନ୍‍ରେ ପୈଠ କରାଯାଇପାରିବ । ଏହି ପୋର୍ଟାଲ ୨୦୧୦ ମସିହା ଫେବୃଆରୀ ମାସରେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହା ଏକ ସକ୍ରିୟ, ବିଶାଳ, ବିଜ୍ଞାନ ଏବଂ ନବସୃଜନ ଗବେଷଣା ପାଣ୍ଠି ପରିଚାଳନା ସକାଶେ ଏକ ଆକଳନଯୋଗ୍ୟ ପ୍ରୟୋଗସିଦ୍ଧ ସାଧନ ଯାହାର ବିଭିନ୍ନ ହିତଧାରକ ଯଥା ବିଭିନ୍ନ କମ୍ପାନୀ, ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ ରହିଛନ୍ତି ଏବଂ ସେମାନେ ଅନଲାଇନରେ ସେମାନଙ୍କର ପ୍ରସ୍ତାବମାନ ଏଥିରେ ପୈଠ କରିପାରୁଛନ୍ତି ।

ଡିଏସଟିର ଯୁଗ୍ମ ସଚିବ ତଥା ବିରାକର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅଞ୍ଜୁ ଭାଲ୍ଲା ଏବଂ ବିରାକର ଓ ଡିବିଟିର ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।