Categories
ଅପରାଧ ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମଡେଲର ଅର୍ଚ୍ଚିତା ମହାପାତ୍ରଙ୍କ ଆତ୍ମହତ୍ୟା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ୧୭ ବର୍ଷିୟା କଲେଜ ଛାତ୍ରୀ ତଥା ମଡେଲର ଅର୍ଚ୍ଚିତା ମହାପାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ଼ ଜଗନ୍ନାଥ ବିହାରରେ ଅର୍ଚ୍ଚିତା ମହାପାତ୍ର ରହୁଥିବା ବେଳେ ନିଜ ଶୋଇବା ଘରେ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଘଟଣାରୁ ପ୍ରକାଶ ସ୍ବର୍ଗତ ଅର୍ଚ୍ଚିତାଙ୍କ ବାପା ବିଷ୍ଣୁ ମହାପାତ୍ରଙ୍କ ବିୟୋଗ ପରେ ସେ ଓ ବଡ଼ ଭଉଣୀ ମାଁ ଙ୍କ ସହ ଜଗନ୍ନାଥ ବିହାର ଘରେ ରହୁଥିଲେ ଓ ସେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ିବା ସହ ମଡେଲିଂ କରୁଥିଲେ। କିନ୍ତୁ ମାଁ ସୁପ୍ରଭା ମହାପାତ୍ର ଏଥିରୁ ବାରଣ କରୁଥିଲେ। ଏହି ଭଳି ପରିସ୍ଥିତିରେ ସେ ଆତ୍ମହତ୍ୟାର ବାଟ ବାଛିବା ସହିତ ଏକ ଚିଠିରେ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଉଲ୍ଲେଖ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ତୁନିଶା ଶର୍ମାଙ୍କ ପରେ ୨୨ ବର୍ଷିୟା ସୋସିଆଲ ମିଡିଆ ଅଭିନେତ୍ରୀ ଲୀନା ନାଗବଂଶୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଛତିଶଗଡର ରାୟଗଡର କେଲୋ ବିହାର କଲୋନୀରେ ରହୁଥିବା ବିକମ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଲୀନା ନାଗବଂଶୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ମୃତକ ଲୀନାଙ୍କ ଇନଷ୍ଟାଗ୍ରାମରେ ୧୦ ହଜାରରୁ ଅଧିକ ଅନୁସରଣକାରୀ ମଧ୍ୟ ଥିଲେ। ୨୨ ବର୍ଷିୟା ଲୀନା ଛୋଟ ଭିଡିଓ ଏବଂ ରିଲ୍ ତିଆରି କରୁଥିଲେ। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଲୋକପ୍ରିୟ ଥିଲେ। ଡିସେମ୍ବର ୨୬ ତାରିଖ ସୋମବାର ଦିନ ମୃତକଙ୍କ ମା ବଜାରକୁ ଯାଇଥିଲେ। ସେ ଅପରାହ୍ନରେ ବଜାରରୁ ଫେରିବା ପରେ ଦେଖିଲେ ଯେ ଝିଅ ତାଙ୍କ କୋଠରୀରେ ନାହିଁ, ଏହା ପରେ ଯେତେବେଳେ ସେ ଉପର ମହଲାକୁ ଗଲେ, କବାଟ ବନ୍ଦଥିଲା। ବହୁତ ଶବ୍ଦ ଦେବା ପରେ ମଧ୍ୟ କବାଟ ଖୋଲିନଥିଲା। ବହୁତ କଷ୍ଟରେ କବାଟ ଖୋଲାଯାଇଥିଲା। ଏହି ସମୟରେ ଲୀନାଙ୍କ ମୃତଦେହ ଟେରାସରେ ଥିବା ଏକ ପାଇପ୍‌ରେ ବନ୍ଧା ଏକ ଚୁନ୍ରିରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଲୀନାଙ୍କ ମା ତାଙ୍କ ସ୍ୱାମୀ ଏବଂ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତଦେହ ନିକଟରୁ ପୋଲିସ କୌଣସି ଆତ୍ମହତ୍ୟା ନୋଟ୍ ପାଇନାହିଁ। ଏଥି ସହିତ ଲୀନା କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ ପରିବାର ସଦସ୍ୟ ମଧ୍ୟ ଚିନ୍ତିତ ଅଛନ୍ତି। ବର୍ତ୍ତମାନ ମୃତକଙ୍କ ମୋବାଇଲ୍ ଫୋନ୍ ଜବତ କରି ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି। ମୃତ୍ୟୁର କାରଣ କେବଳ ଅନୁସନ୍ଧାନ ପରେ ଜଣା ପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଖବର ମଧ୍ୟ ଲୋକଙ୍କୁ ଚକିତ କରି ଦେଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକପ୍ରିୟ ଲୀନାଙ୍କ ମୃତ୍ୟୁ ଖବର ହୃଦୟ ବିଦାରକ ଅଟେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁଟିଂ ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଅଭିନେତ୍ରୀ ତୁନିଶା ଶର୍ମା

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ସୂଚନାନୁସାରେ, ଚା’ ବିରତି ସମୟରେ ତୁନିଶା ଶୌଚାଳୟକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରି ନଥିଲେ, ତା’ପରେ କବାଟ ଭାଙ୍ଗିବାକୁ ପଡିଥିଲା। ତାପରେ ତୁନିଶାଙ୍କୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆମ୍ ଆଦମୀ ପାର୍ଟି ନେତା ସନ୍ଦୀପ ଭରଦ୍ୱାଜଙ୍କ ଆତ୍ମହତ୍ୟା: ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଟ୍ରେଡ ୱିଙ୍ଗର ରାଜ୍ୟ ସଚିବ ସନ୍ଦୀପ ଭରଦ୍ୱାଜ ଗୁରୁବାର ଦିନ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣାରେ ପୋଲିସ ସିଆରପିସି ର ଧାରା ୧୭୪ ଅନୁଯାୟୀ ପଚରାଉଚରା କରୁଛି। ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ମଧ୍ୟ ମିଳିନାହିଁ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସନ୍ଦୀପ ଭରଦ୍ୱାଜ ଦୁଇ ଦିନ ଧରି ତାଙ୍କ ଘରୁ ବାହାରକୁ ଆସିନଥିଲେ।

ଦିଲ୍ଲୀ ପୋଲିସର ସୂଚନାନୁସାରେ ସନ୍ଦୀପ ଭରଦ୍ୱାଜ ଏଏପି ଟ୍ରେଡ ୱିଙ୍ଗ ଦିଲ୍ଲୀର ସଚିବ ଥିଲେ ଏବଂ ଭରଦ୍ୱାଜ ମାର୍ବଲସର ମାଲିକ ଥିଲେ। ଗୁରୁବାର ଦିନ ପ୍ରାୟ ୪.୪୦ ସମୟରେ ସନ୍ଦୀପ ଭରଦ୍ୱାଜ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ପାଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ସମ୍ପର୍କୀୟମାନେ ପୋଲିସକୁ କହିଥିଲେ ଯେ ସନ୍ଦୀପ ରାତ୍ରୀ ଭୋଜନ ପରେ ତାଙ୍କ କୋଠରୀକୁ ଯାଇଥିଲେ। ଯେତେବେଳେ ସେ ବହୁତ ସମୟ ପରେ ମଧ୍ୟ ବାହାରକୁ ଆସିନଥିଲେ, ସେ ତାଙ୍କୁ ଦେଖା କରିବାକୁ ଯାଇଥିଲେ। କୋଠରୀରେ ଥିବା ଛାତ ଫ୍ୟାନରୁ ସନ୍ଦୀପ ଝୁଲୁଥିବା ଅବସ୍ଥାରେ ମିଳିଥିଲେ। ସମ୍ପର୍କୀୟମାନେ ଶୀଘ୍ର ତାଙ୍କୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତି ଓ ପତ୍ନୀ କଳହରୁ ମହିଳାଙ୍କ ଆତ୍ମହତ୍ୟା

କନ୍ଦର୍ପ ବେହେରା
ରେଢ଼ାଖୋଲ: ପାରିବାରିକ କଳହରୁ ସାଲେଭଟା ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ସାଲେଭଟା ଗ୍ରାମର ହ୍ରୁଷିକେଶ କିସାନ୍ ଏବଂ ପତ୍ନୀ ବାଇଗଣୀ କିସାନ୍ ମଧ୍ୟରେ ବହୁ ବର୍ଷ ହେଲା ପାରିବାରିକ ଗଣ୍ଡଗୋଳ ଲାଗିରହିଥିଲା। କୋର୍ଟରେ ମଧ୍ୟ ମାମଲା ରହିଥିଲା। ୬ ବର୍ଷ ହେଲା ପତି ପତ୍ନୀ ଏକାଠି ରହୁଥିଲେ ମଧ୍ୟ ପାରିବାରିକ ଅଶାନ୍ତି ଲାଗି ରହିଥିଲା।

ଗତକାଲି ସ୍ବାମୀ ହ୍ରୁଷିକେଶ ମାଡ ମାରିଥିବା ବେଳେ ରାଗରେ ପତ୍ନୀ ସାଲେଭଟା ନିକଟସ୍ଥ ଭାଇ ତଇଳା ନାଳ ପାଖରେ ଆତ୍ମହତ୍ୟା କରିଥିବା ପୋଲିସ୍ ପ୍ରକାଶ କରିଛି। ଏହା ଆତ୍ମ ହତ୍ୟା ନା ହତ୍ୟା କରାଯାଇଛି ତାହା ସନ୍ଦେହ ସ୍ରୁଷ୍ଟି କରିଛି।

ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଛି। ସେପଟେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡ଼ିଛି। ମୃତକଙ୍କର ୩ ପୁଅ ଏବଂ ଜଣେ ଝିଅ ଥିବା ବେଳେ ସେମାନେ ସମସ୍ତେ ବିବାହ କରିସାରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

“ୟେ ରିସ୍ତା କିୟା କେହଲାତା ହେ” ର ଖ୍ୟାତନାମା ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଜଣାଶୁଣା ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଇନ୍ଦୋରରେ ୧ ବର୍ଷ ଧରି ରହୁଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ ଜବତ କରିଛି।

Categories
ବିଶେଷ ଖବର

କେବେ ସମ୍ଭବ ହେବ ର‌୍ୟାଗିଂ ମୁକ୍ତ ଶିକ୍ଷାନୁଷ୍ଠାନ

ସୁବାସ କୁମାର ତାରଣିଆଁ

ବିଜେବି ସ୍ୱଂୟଶାସିତ କଲେଜର +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ର‌୍ୟାଗିଂ ଜନିତ ଆତ୍ମହତ୍ୟା ଘଟଣା ରାଜ୍ୟରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଲେଜର ତିନିଜଣ ବରିଷ୍ଠ ସହପାଠୀ ରୁଚିକାଙ୍କୁ ମାନସିକ ନିର୍ଯ୍ୟାତନା (ର‌୍ୟାଗିଂ) ଦେଉଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ ରୁଚିକା ଛାତ୍ରୀନିବାସ ଭିତରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ରୁଚିକା ଲେଖିଥିବା ଚିଠିରୁ ଏହା ର‌୍ୟାଗିଂ ଜନିତ ଆତ୍ମହତ୍ୟା ଜଣାପଡ଼ିବାରୁ ଏହି ଘଟଣା ଏବେ ସାରା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏପରିକି ବିଧାନସଭାରେ ମଧ୍ୟ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।

ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ବିଜେବି କଲେଜରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକ ଓ ସାଧାରଣ ଜନତାଙ୍କ ମହଲରେ ଉତ୍ତେଜନା ଲାଗି ରହିଛି। ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରୁଚିକାଙ୍କ ଆତ୍ମହତ୍ୟା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କଲେଜ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି। ରାଜ୍ୟର ବିଭିନ୍ନ ସାମାଜିକ ସଂଗଠନ କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ବେଳେ ମୃତ ରୁଚିକାଙ୍କ ମା’ ଝିଅକୁ ନ୍ୟାୟ ଦାବିରେ ଧାରଣାରେ ବସି ରହିଛନ୍ତି। ଇତିମଧ୍ୟରେ ରୁଚିକାଙ୍କ ଆତ୍ମହତ୍ୟା ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତମାନେ ଚିହ୍ନଟ ହୋଇ ନଥିବାରୁ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରୁଚିକାଙ୍କ ମୃତ୍ୟୁ ପରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରହିଥିବା ଶିକ୍ଷାଦାନ ଓ ତଦାରଖ ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେବଳ ବିଜେବି କଲେଜରେ ନୁହେଁ, ଓଡ଼ିଶାର ବିଭିନ୍ନ କଲେଜରେ ଏବେ ର‌୍ୟାଗିଂ ବଢି ବଢି ଚାଲିଛି। ବରିଷ୍ଠ ଛାତ୍ରଛାତ୍ରୀମାନେ କନିଷ୍ଠ ଛାତ୍ରଛାତ୍ରୀମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଏଥିମଧ୍ୟରୁ କେତେକ କ୍ଷେତ୍ରରେ କଲେଜରେ ଆପୋଶ ବୁଝାମଣା ହୋଇ ଘଟଣାର ସମାଧାନ କରାଯାଉଥିବା ବେଳେ ଅନ୍ୟ କେତେକ କଲେଜରେ ର‌୍ୟାଗିଂ ଘଟଣା କଲେଜରେ ବୁଝାମଣା ହୋଇ ନ ପାରିବାରୁ ଲୋକଲୋଚନକୁ ଆସିପାରିଛି। ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକ ର‌୍ୟାଗିଂ ମୁକ୍ତ ହୋଇପାରୁ ନାହିଁ। ବରିଷ୍ଠଙ୍କ ନିର୍ଯ୍ୟାତନାରେ ବହୁ କନିଷ୍ଠ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେଉନି, ବରଂ ଅକାଳରେ ଜୀବନ ହାରୁଛନ୍ତି।

ଏକ ଆକଳନରୁ ଜଣାପଡ଼ିଛି ଯେ ର‌୍ୟାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ଅଛି। ଉତ୍ତର ପ୍ରଦେଶ ଶୀର୍ଷରେ ରହିଥିବା ବେଳେ ପଶ୍ଚିମବଙ୍ଗ ଦ୍ୱିତୀୟ ଓ ମଧ୍ୟ ପ୍ରଦେଶ ତୃତୀୟରେ ରହିଛି। ଦିଲ୍ଲୀ, ବିହାର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ପରି ରାଜ୍ୟ ତୁଳଳାରେ ଓଡ଼ିଶାର ସ୍ଥିତି ବହୁତ ଖରାପ। କଲେଜ କ୍ୟାମ୍ପସ ଓ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଲାଗି ଅସୁରକ୍ଷିତ ହୋଇପଡ଼ିଛି। ର‌୍ୟାଗିଂ ରୋକିବା ନିମନ୍ତେ ୨୦୦୯ ମସିହାରୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୟୁଜିସି ରେଗୁଲେସନ କାର୍ଯ୍ୟକାରୀ ହୋଇଛି। ଏହା ସତ୍ତ୍ୱେ ରାଜ୍ୟରୁ ର‌୍ୟାଗିଂର ଭୟ ଦୂର ହୋଇପାରି ନାହିଁ, ବରଂ ଗୋଟିଏ ପରେ ଗୋଟିଏ ର‌୍ୟାଗିଂ ଘଟଣା ଏବେ ସାମ୍ନାକୁ ଆସୁଛି।

ବିଜେବି କଲେଜ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ବରିଷ୍ଠ ଛାତ୍ରୀ ର‌୍ୟାଗିଂ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ର‌୍ୟାଗିଂର ଶିକାର ଛାତ୍ରୀ ଜଣକ ଏ ନେଇ ଆଣ୍ଟି ର‌୍ୟାଗିଂ ସ୍କ୍ୱାର୍ଡକୁ ଫୋନ୍ ଯୋଗେ ଜଣାଇଥିଲେ। ଅପର ପକ୍ଷରେ ଘଟଣାକୁ ଚପାଇ ଦେବାକୁ ପ୍ରଶିକ୍ଷଣ କେନ୍ଦ୍ରର କର୍ତ୍ତୃପକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବା ପାଇଁ ବାଧ୍ୟ କରୁଥିବା ବେଳେ ଛାତ୍ରୀ ଜଣକ କିନ୍ତୁ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରିଣୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଥମବର୍ଷର ଛାତ୍ରୀ ସମ୍ବଲପୁର ଜିଲ୍ଲା ଭୋଜପୁର ଅଞ୍ଚଳର କଳ୍ପନା କିସାନଙ୍କ ଅଭିଯୋଗ ଅନୁସାରେ ତାଲିମ କେନ୍ଦ୍ରରେ ନାମ ଲେଖାଇବା ପରଠାରୁ ପ୍ରାୟ ୩ ମାସ ହେଲା ବରିଷ୍ଠ ଛାତ୍ରୀମାନେ ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଛନ୍ତି। କେତେକ ବରିଷ୍ଠ ଛାତ୍ରୀ ବିଭିନ୍ନ ସମୟରେ ବୈଠକ କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଅଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରନ୍ତି। ନିର୍ଯ୍ୟାତନା ବିଷୟରେ ଅଭିଭାବକ କିମ୍ବା ତାଲିମ କେନ୍ଦ୍ରର ଅଧ୍ୟକ୍ଷାଙ୍କୁ ନ ଜଣାଇବାକୁ ଧମକ ଦିଅନ୍ତି।

ସେହିପରି ମଞ୍ଚେଶ୍ୱର ଥାନା ଅଧୀନ ଏକ ଘରୋଇ ଡ଼ାକ୍ତରୀ ମହାବିଦ୍ୟାଳୟର ଦୁଇଜଣ ପ୍ରସୂତୀ ବିଭାଗର ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରଧ୍ୟାପକଙ୍କ ମାତ୍ରାଧିକ ନିର୍ଯ୍ୟାତନା ସହି ନ ପାରିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ଏକ ଚିଠିରେ ଉଲ୍ଲେଖ କରିଥିଲେ। ରାଜଧାନୀରେ ର‌୍ୟାଗିଂକୁ ନେଇ ଜଣେ ଯୁକ୍ତ ତିନି ଛାତ୍ରୀ ଓ ଅନ୍ୟ ଜଣେ ଏମ୍‌ସିଏ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଦୁଇ ଡ଼ାକ୍ତରୀ ପିଜି ଛାତ୍ରୀ ଏଭଳି ପଦକ୍ଷେପ ନେବା ଅତ୍ୟନ୍ତ ପରିତାପର ବିଷୟ। ଜଣେ ଛାତ୍ରୀଙ୍କ ଘର କଟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଯାଜୁପରରେ। ସେମାନେ ପ୍ରସୂତୀ ବିଭାଗର ଶେଷ ବର୍ଷର ପିଜି ଛାତ୍ରୀ। ବିଭାଗର ଜଣେ ପ୍ରଧ୍ୟାପକ ପାଠପଢାକୁ ନେଇ ସେମାନଙ୍କୁ ମାନସିକସ୍ତରରେ ନିର୍ଯ୍ୟାତନା ଦେଉଥିଲେ। ପ୍ରଧ୍ୟାପକଙ୍କ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଏପିର ପଦକ୍ଷେପ ନେଇଥିଲେ ବୋଲି ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ।

ୟୁଜିସି ତଥ୍ୟ ଅନୁସାରେ ୨୦୧୧ରୁ ୨୦୨୧ ମଧ୍ୟରେ ଦେଶରେ ୬୭୯୦ଟି ର‌୍ୟାଗିଂ ଅଭିଯୋଗ ପଞ୍ଜିକୃତ ହୋଇଛି। ୨୦୧୧-୨୦୧୬ ମସିହା ପର୍ଯ୍ୟନ୍ତ ର‌୍ୟାଗିଂ ଅଭିଯୋଗ କମ୍ ଥିଲା। ହେଲେ ୨୦୧୭ରେ ର‌୍ୟାଗିଂ ଅଭିଯୋଗ ବୃଦ୍ଧି ପାଇ୯୦୧ରେ ପହଞ୍ôଚଥିଲା ବେଳେ ୨୦୧୮ରେ ଏହା ୧୦୦୦ ଅତିକ୍ରମ କରିଥିଲା। ୨୦୧୮ ଅପେକ୍ଷା ୨୦୧୯ରେ ଅଧିକ ସଂଖ୍ୟକ ଅଭିଯୋଗ ଲୋକଲୋଚନକୁ ଆସିଥିଲା ଯାହା ୧୦୭୦କୁ ଅତିକ୍ରମ କରିଥିଲା। ୨୦୨୦ରେ କରୋନା ସଂକ୍ରମଣ ଯୋଗୁ ପାଠପଢାରେ ବ୍ୟାଘାତ ଜନିତ କାରଣରୁ ର‌୍ୟାଗିଂ ଏକ ପ୍ରକାର ବନ୍ଦ ଥିଲା। କାରଣ ୨୦୨୦ରେ ମାତ୍ର ୨୧୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ୨୦୨୧ରେ ମଧ୍ୟ କରୋନାର ଦ୍ୱିତୀୟ ଲହର ଯୋଗୁ ଏହା ହ୍ରାସ ପାଇଥିଲା। ପ୍ରକାଶଥାଉ କି, ୨୦୧୯ରୁ ୨୦୨୧ ମଧ୍ୟରେ ୫୭୯ଟି ଅଭିଯୋଗ ହୋଇଛି। ଏହି ସମୟ ମଧ୍ୟରେ ଉତ୍ତର ପ୍ରଦେଶରେ ୧୩୦୦, ପଶ୍ଚିମବଙ୍ଗରେ ୮୪୧, ମଧ୍ୟପ୍ରଦେଶରେ ୭୮୮, ମହାରାଷ୍ଟ୍ରରେ ୪୦୨, ତାମିଲନାଡୁରେ ୩୯୮, ରାଜସ୍ଥାନରେ ୩୫୪, କେରଳରେ ୩୫୦ ଓ କର୍ଣ୍ଣାଟକରେ ୩୦୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ଓଡ଼ିଆରେ ଗୋଟେ ଢଗ ଅଛି ଚୋର ଗଲା ପରେ ବୁଦ୍ଧି ଦିଶଇ। ଯେପର୍ଯ୍ୟନ୍ତ ଏକ ଦୁର୍ଘଟଣା ନ ଘଟିଛି ସେପର୍ଯ୍ୟନ୍ତ କୌଣସି ଅଭିଯୋଗ ହୁଏନାହିଁ। ଯେପର୍ଯ୍ୟନ୍ତ ରାସ୍ତାରେ ଦୁର୍ଘଟଣା ଘଟି କିଛି ଲୋକ ମୃତ୍ୟୁବରଣ ନ କରିଛନ୍ତି, ସେପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ଅଭିଯୋଗ ହୁଏନାହିଁ। ଯେପର୍ଯ୍ୟନ୍ତ ମୁକୁଳା ଡ୍ରେନରେ ପଡ଼ି କିଛି ଛାତ୍ରଛାତ୍ରୀ ମୃତ୍ୟୁବରଣ ନ କରିଛନ୍ତି, ସେପର୍ଯ୍ୟନ୍ତ ଡ୍ରେନ୍ ମରାମତି ଓ ମୃତ୍ୟୁବାବଦ କ୍ଷତିପୂରଣ ପାଇଁ ଆନ୍ଦୋଳନ ବା ଅଭିଯୋଗ ହୁଏନାହିଁ। ଯେପର୍ଯ୍ୟନ୍ତ ଦୁର୍ନୀତି ଅଭିଯୋଗରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ନ ହୋଇଛି, ସେପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ କେହି ସ୍ୱର ଉତ୍ତୋଳନ କରନ୍ତି ନାହିଁ। ବିଜେବି କଲେଜରେ ର‌୍ୟାଗିଂ ଘଟଣା ଲୋକଲୋଚନକୁ ଆସିଲା ପରେ ଏବେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ର‌୍ୟାଗିଂ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏବେ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ଓ ର‌୍ୟାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତିବିଶେଷ କିଛିଦିନ ଧରି ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି ଓ ଧାରଣାରେ ବସିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆନ୍ଦୋଳନ, ଅନଶନ ବା ଧାରଣାରେ ବସିଲେ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ସମ୍ଭବ ହୋଇପାରିବ ନାହିଁ। ବରଂ ର‌୍ୟାଗିଂ ନିୟନ୍ତ୍ରଣ ପାଇଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ଓଡ଼ିଶାରେ ର‌୍ୟାଗିଂ ନିରୋଧ କଠୋର ଆଇନ୍ କାର୍ଯ୍ୟକାରୀ କରିବା, ମାନସିକ ନିର୍ଯ୍ୟାତନା ଦେଉଥିବା ବରିଷ୍ଠ ସହପାଠୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବା ଓ ଏଥିପାଇଁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା, ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ହଷ୍ଟେଲରେ ର‌୍ୟାଗିଂ ବନ୍ଦ ପାଇଁ ସମ୍ପୃକ୍ତ ହଷ୍ଟେଲରେ ଅନ୍ତେବାସୀ, ନିର୍ବାଚିତ ଛାତ୍ର ପ୍ରତିନିଧି, ୱାର୍ଡ଼େନ, ସୁପରିନଟେଣ୍ଡେଣ୍ଟ ଓ ଅଧ୍ୟକ୍ଷକଙ୍କୁ ନେଇ ଏକ କମିଟି ଗଠନ କରିବା, ପ୍ରତ୍ୟେକ ମାସରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରି ର‌୍ୟାଗିଂ ଏକ ଦଣ୍ଡନୀୟ ଅପରାଧ ବୋଲି ସଚେତନ କରିବା, ମାନବାଧିକାର କମିଶନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ଦ୍ୱାରା ୨୪ ଘଣ୍ଟିଆ ଟୋଲ୍ ଫ୍ରି ର‌୍ୟାଗିଂ ନିରୋଧ ସେବା ଯୋଗାଇ ଦେବା ଏବଂ ବିଧାନସଭା ଅଧିବେଶନରେ ର‌୍ୟାଗିଂ ବନ୍ଦ ପାଇଁ କଠୋର ଆଇନ୍ ପ୍ରଣୟନ କରାଗଲେ, ତେବେ ଯାଇ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ସମ୍ଭବ ହୋଇପାରିବ।

ମୋ : ୮୩୨୮୮୪୦୨୧୪, କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଦଉଡି ଲଗାଇ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ମୁସଲିମ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସକୁର ଅଲ୍ଲୀ ଖାନ (୪୦)। ତାଙ୍କୁ ପରିବାରବର୍ଗ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବାଲୁଗାଁ ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଛି। ତେବେ ଏହା ପାରିବାରିକ କଳହ ଲାଗି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ସୂଚନା ଥାଉକି ନିକଟରେ ସକୁରଙ୍କ ପତ୍ନୀ ତାଙ୍କ ଦିଅରଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ କେସ ନମ୍ବର ୧୮୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ବାଲୁଗାଁ ଆଇଆଇସି କହିଛନ୍ତି। ସେହି ଚାପରେ ହୁଏତ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଇଆଇସି କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋରଖପୁର ବିଜେପି ଉପାଧ୍ୟକ୍ଷଙ୍କ ପୁଅ ଓ ଝିଅଙ୍କ ଆତ୍ମହତ୍ୟା, ସାମ୍ନାକୁ ଆସିଲା ପ୍ରାରମ୍ଭିକ କାରଣ

ଗୋରଖପୁର: ଗୋରଖପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ବିଜେପି ଜିଲ୍ଲା ଉପାଧ୍ୟକ୍ଷଙ୍କ ପୁଅ ଓ ଝିଅ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଏକ ଛୋଟ ପ୍ରସଙ୍ଗରେ ଝଗଡା ପରେ ଦୁହେଁ ଏହି ଆତ୍ମହତ୍ୟା ପଦକ୍ଷେପ ନେଇଛନ୍ତି। ଏହି ଘଟଣା ପରେ ପରିବାରରେ ଉତ୍ତେଜନା ଦେଖାଦେଇଛି। ଖଜନୀ ପୋଲିସ ଷ୍ଟେସନ ପରିସରରେ ରାମପୁର ମଲୋଲି ନିବାସୀ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ଛୋଟେଲାଲ ମୌର୍ଯ୍ୟଙ୍କ ପୁଅ ଓ ଝିଅର ମୃତଦେହ ଶୁକ୍ରବାର ଦିନ ଘରରେ ଝୁଳୁଥିବା ଦେଖିବାକୁ ମିଳିଛି। ପିପରୋଲି ବ୍ଲକର ଖଜ୍ନି ପୋଲିସ ଷ୍ଟେସନ ଅଧୀନରେ ଥିବା ରାମପୁର ମଲୋଲି ଗାଁର ବାସିନ୍ଦା ଛୋଟେଲାଲ ମୌର୍ଯ୍ୟ ବର୍ତ୍ତମାନ ଜିଲ୍ଲା ଉପାଧ୍ୟକ୍ଷ ତଥା ଜିଲ୍ଲା ପଞ୍ଚାୟତ ସଦସ୍ୟ।

ଶୁକ୍ରବାର ଦିନ ପରିବାର ଘର ଭିତରକୁ ଗଲାବେଳେ ୨୩ ବର୍ଷିୟା ଝିଅ ପୁନମ ଏବଂ ୨୦ ବର୍ଷର ପୁଅ ସୋନୁଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଦୁହେଁ ରଶିରେ ଝୁଲୁଥିବା ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହେଲେ। ଘରେ ବିଜେପି ନେତାଙ୍କ ପିଲାମାନଙ୍କ ମୃତଦେହ ମିଳିଥିବା ସୂଚନା ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଉଭୟଙ୍କ ମୃତଦେହକୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା ଯେଉଁଠାରେ ବହୁ ବରିଷ୍ଠ ବିଜେପି ନେତା ପହଞ୍ଚିଥିଲେ। ଏହା ପରେ ଉଭୟଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ବିଆରଡି ମେଡିକାଲ କଲେଜକୁ ପଠାଯାଇଥିଲା। ତେବେ ଅଧିକାରୀମାନେ ଏ ବାବଦରେ କିଛି କହିବାକୁ ବାରଣ କରୁଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ ଦିନ ହେବ ନିଖୋଜ ଥିବା ବୃଦ୍ଧଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ରଥତଇଲା ଗ୍ରାମ ନିକଟ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ଦିନ ତଳେ ନିଖୋଜ ଥିବା ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ରେଢ଼ାଖୋଲ ପୋଲିସ ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଛି।

ରେଢ଼ାଖୋଲ କଲେଜ ଛକ ନିକଟ ଅଞ୍ଚଳର ଜଣେ କାଠ ବିକାଳି ବିଟା ପ୍ରଧାନ (୬୫) ପାରିବାରିକ କଳହରୁ ତିନି ଦିନ ଧରି ନିଖୋଜ ଥିଲେ। ଆଜି ରଥତଇଲା ଗାଁ ନିକଟ ଜଙ୍ଗଲରୁ ଏକ ଗଛରେ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ଗାଁ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାକୁ ବିଶ୍ବାସ କରିପାରୁ ନାହାଁନ୍ତି ସାଥୀ କଳାକାର

ଭୁବନେଶ୍ଵର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ପରଲୋକରେ ଓଡିଆ ସିନେମା ଜଗତ ଏବଂ ସିନେପ୍ରେମୀ ସ୍ତବ୍ଧ ହୋଇପଡିଛି। ସେ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ତାଙ୍କ ପଳାଶୁଣି ପ୍ରାଚୀ ବିହାର ଘରେ ଆତ୍ମହତ୍ୟା କରିଛନ୍ତି। ହେଲେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

୯୦ ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ରାଇମୋହନ ପରିଡା ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ ଅନେକ ନାଟକରେ ନିଜର କଳା ପ୍ରଦର୍ଶନ କରିଛନ୍ତି। ରାଇମୋହନ ୧୫ ରୁ ଅଧିକ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

ସେ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୫ ମସିହାରୁ ଅଭିନୟରେ ପାଦ ଥାପିଥିଲେ। ଓଡିଶା ଆଉ ପଶ୍ଚିମବଙ୍ଗରେ ରାଇମୋହନ ଘରେ ଘରେ ଲୋକପ୍ରିୟ ଥିବା ବେଳେ ଏଭଳି ଘଟଣା ଶୁଣି ସବୁଆଡେ ଶୋକର ଛାୟା ଖେଳିଯାଇଛି।

ସିଦ୍ଧାନ୍ତ ମହାପାତ୍ର- ତାଙ୍କର ବିୟୋଗରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି। ସେ ଏହି ଖବରକୁ କେବେ ବି ବିଶ୍ବାସ କରିପାରୁ ନାହାଁନ୍ତି। ସେ କହିଛନ୍ତି ଯେ. ତାଙ୍କ ସହିତ 10 ଦିନ ତଳେ ଦେଖା ହୋଇଥିଲା। ସେତେବେଳେ ସେ ମାନସିକ ସ୍ତରରେ ବେଶ୍ ଦୃଢ ଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା କଲେ ତାହାକୁ ସେ ବିଶ୍ବାସ କରିପାରୁ ନାହାଁନ୍ତି।

ଶ୍ରୀତମ ଦାସ- ଅନ୍ୟତମ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ମଧ୍ୟ ଏହି ଖବରକୁ ବିଶ୍ବାସ କରିପାରୁ ନାହାଁନ୍ତି। ତାଙ୍କ ମତରେ ସେ କୌଣସି ଅସୁବିଧାରେ ନ ଥିଲେ। ଆର୍ଥିକ ଦୃଷ୍ଟିରୁ ହେଉ କିମ୍ବା ପାରିବାରିକ କଥା। ସେଥିରେ କୌଣସି ଅସୁବିଧା ନ ଥିଲେ। ହେଲେ ସେ ଆତ୍ମହତ୍ୟା କରିବେ ତାହା ଅବିଶ୍ବସନୀୟ। ଏହା ଉପରେ ତଦନ୍ତ ହେବା ଦରକାର।

ଉଷସୀ ମିଶ୍ର- ଅଭିନେତ୍ରୀ ଉଷସୀ ମିଶ୍ର ମଧ୍ୟ ବିଶ୍ବାସ କରିପାରୁ ନାହାଁନ୍ତି। ରାଇଭାଇ କାହିଁକି ଆତ୍ମହତ୍ୟା କରିବେ ଏହାକୁ ସେ ଜାଣିପାରୁ ନାହାଁନ୍ତି। ସେ କହିଛନ୍ତି ଯେ, ରାଇମୋହନ ଏପରି ଏକ କଳାକାର ଯେ କି ସିନେମା, ଯାତ୍ରା ଏବଂ ଟେଲିଭିଜନରେ ଅଭିନୟ କରିପାରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୩ ବର୍ଷ ବୟସ୍କା ଓଡିଆ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଦେହ

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତଦେହ ଭୁବନେଶ୍ୱରର ଭଡା ଘରେ ଫ୍ୟାନରୁ ଝୁଲୁଥିବା ଦେଖିବାକୁ ମିଳିଛି। ସେ ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲିଭ-ଇନ୍ ପାର୍ଟନର ସନ୍ତୋଷ ପାତ୍ର ଏହି ମାମଲାରେ ଜଡିତ ଥିବାର ଅଭିନେତ୍ରୀଙ୍କ ପିତା ଆଶଙ୍କା କରିଛନ୍ତି। ସେ ପୋଲିସକୁ କହିଥିଲେ ଯେ, ସନ୍ତୋଷ ହିଁ ତାଙ୍କ ଝିଅର ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ।

ଏହି ଘଟଣା ୧୮ ଜୁନ୍ ରାତିରେ ଘଟିଥିଲା। ଶନିବାର ଦିନ ବାପା ରଶ୍ମୀଙ୍କୁ ଅନେକ ଥର କଲ କରିଥିଲେ କିନ୍ତୁ ଅଭିନେତ୍ରୀ ଫୋନ ଉଠାଇ ନଥିଲେ। ପରେ ସନ୍ତୋଷ ତାଙ୍କୁ ଡାକି କହିଥିଲେ ଯେ ରଶ୍ମୀଙ୍କର ଦେହାନ୍ତ ହୋଇଛି। ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ସନ୍ତୋଷ ଏବଂ ରଶ୍ମୀ ସେହି ଘରେ ସ୍ୱାମୀ-ସ୍ତ୍ରୀ ଭାବରେ ରହୁଥିଲେ। ଘରର ମାଲିକ ଏହି ସୂଚନା ଦେଇଛନ୍ତି। ରଶ୍ମିରେଖାଙ୍କ ପିତା ଏହା ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଝିଅର ଲିଭ-ଇନ୍ ରିଲେସନ ବିଷୟରେ ଜାଣି ନାହାଁନ୍ତି।

ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ପଞ୍ଜିକରଣ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବାକୁ ପୋଲିସ ଅପେକ୍ଷା କରିଛି। ପୋଲିସର ସୂଚନାନୁସାରେ, ଏହା ଆତ୍ମହତ୍ୟା ମାମଲା ପରି ଦେଖାଯାଉଛି, କାରଣ ରଶ୍ମୀ ମଧ୍ୟ ଏକ ଆତ୍ମହତ୍ୟା ନୋଟ ଛାଡିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପ୍ରେମ ସମ୍ପର୍କକୁ ନେଇ ଯୁବକ ଯୁବତୀଙ୍କ ଆତ୍ମହତ୍ୟା! କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରେମ ସମ୍ପର୍କକୁ ନେଇ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।

ସୁଚାନା ଅନୁଯାୟୀ, ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଗ୍ରାମର ନୈନା ବାରିକ ଓ ବାଣପୁର ଥାନା ଅନ୍ତର୍ଗତ ଵିଷ୍ଣୁଡିହ ଗ୍ରାମର ବିଘ୍ନେଶ ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମସମ୍ପର୍କ ଥିବା କୁହାଯାଉଛି। କିନ୍ତୁ ଉଭୟଙ୍କ ଆତ୍ମହତ୍ୟାର କାରଣ କଣ ହୋଇପାରେ ତାହାର କୌଣସି ସୂଚନା ମିଳିପାରିନାହିଁ। କିନ୍ତୁ ଉଭୟଙ୍କ ଆତ୍ମହତ୍ୟା ସମ୍ପର୍କରେ ବିଭିନ୍ନ ପ୍ରକାରର ଗୁଜବ ହେଉ ଥିବା ବେଳେ ପରିବାର ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ।

ବାଲୁଗାଁ ଥାନା ଅନ୍ତର୍ଗତ ନୈନା ଓ ବାଣପୁର ଥାନା ଅନ୍ତର୍ଗତ ବିଘ୍ନେଶ ଦୁହେଁ ମିଶି ଵିଷ୍ଣୁଡିହ ଗ୍ରାମର ପାଣି ଟାଙ୍କି ନିକଟରେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କ ଭିତରୁ ଜଣଙ୍କୁ ଭୁବନେଶ୍ୱର ଓ ଆଉ ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ
କିନ୍ତୁ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଦୁଇ ଜଣଙ୍କ ଶବ ବ୍ୟବଚ୍ଛେଦ କରିବା ପରେ ଶବ ଦାହ କରାଯାଇଛି। ଏହାକୁ ନେଇ ଉଭୟ ଗ୍ରାମରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏ ନେଇ ଉଭୟ ବାଣପୁର ଓ ବାଲୁଗାଁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ତିନି କୃଷକଙ୍କ ଆତ୍ମହତ୍ୟା: ବାତ୍ୟା ଜୱାଦ ଯୋଗୁଁ ଫସଲ କ୍ଷତି ସହ୍ୟ କରିନପାରିଥିବା ଅଭିଯୋଗ

ବର୍ଦ୍ଦମାନ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ତିନିଜଣ ଚାଷୀଙ୍କ ମୃତଦେହ ମିଳିଛି। ପୋଲିସ ଆଜି ଏହି ସୂଚନା ଦେଇଛି। ମୃତ କୃଷକଙ୍କ ପରିବାର ଦାବି କରିଛନ୍ତି ଯେ, ଘୂର୍ଣ୍ଣିବଳୟ ଜୱାଦରେ ଲଗାଣ ବର୍ଷା ହେତୁ ଆଳୁ ଏବଂ ଧାନ ଫସଲ ନଷ୍ଟ ହେବା ପରେ ସେମାନେ ଆତ୍ମହତ୍ୟା କରିଛନ୍ତି। ଜିଲ୍ଲା ପ୍ରଶାସନ ଏହି ଘଟଣାର ଅନୁସନ୍ଧାନ କରୁଛି। ଶନିବାର ଦିନ ରାଇନା ପ୍ରଥାମ ମଣ୍ଡଳର ଦେବିପୁର ଏବଂ ବନ୍ତିର ଗ୍ରାମରେ ଦୁଇଜଣ ଚାଷୀଙ୍କୁ ଝୁଲୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଜଣେ ଚାଷୀଙ୍କୁ ଶୁକ୍ରବାର ଦିନ କଲନା ଦ୍ୱିତୀୟ ମଣ୍ଡଳର ବିରୁହା ଗ୍ରାମରେ ଗୋଟିଏ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ବର୍ଦ୍ଧମାନ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ ପ୍ରିୟଙ୍କା ସିଙ୍ଗଲା କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି।

କୃଷି ଉପରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ପ୍ରଦୀପ ମଜୁମଦାର କହିଛନ୍ତି ଯେ, ଫସଲ ନଷ୍ଟ ହେତୁ କୃଷକମାନେ ଆତ୍ମହତ୍ୟା କରି ନଥାଇ ପାରନ୍ତି। କାରଣ ସେମାନେ ଏକ ସପ୍ତାହ ପୂର୍ବରୁ ‘କୃଷକ ବନ୍ଧୁ’ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇଥିଲେ। ସ୍ଥାନୀୟ ବିଧାୟକ ଶମ୍ପା ଧାରା ମଧ୍ୟ ଦାବି କରିଛନ୍ତି ଯେ ଫସଲ ନଷ୍ଟ ହେତୁ କୌଣସି ମୃତ୍ୟୁ ହୋଇନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଗ୍ରାମରୁ ବାସନ୍ଦ ବ୍ୟକ୍ତିଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ଛେଡାପଦର ଗ୍ରାମର ବାଉରିବନ୍ଧୁ ଜାଲି (୬୫) ଗତକାଲି ସଂନ୍ଧ୍ୟାରେ ନିଜ ଘରେ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ମୃତ ବ୍ୟକ୍ତି ଜଣକ କିଛି ଦିନ ହେବ ପାରିବାରିକ କଳହ ସମସ୍ୟାକୁ ନେଇ ଦୁଶ୍ଚିନ୍ତାରେ ରହୁଥିଲେ। ଏପରିକି ପରିବାର କଳହକୁ ନେଇ ଗ୍ରାମ ସଭାରେ ମଧ୍ୟ ଆଲୋଚନା କରାଯାଇଥିଲା। ମାତ୍ର ନିଜ ଘର କଥା ଆମେ ନିଜେ ବୁଝିବୁ ଓ ଆପଣମାନେ ଏଥିରେ କୌଣସି ରାଜନୀତି ନ କରନ୍ତୁ କହି ଏହାର ଘୋର ବିରୋଧ କରିଥିଲେ ମୃତ ବାଉରିବନ୍ଧୁ। ଏଥିଲାଗି କଙ୍ଗାରୁ କୋର୍ଟ ପରି ବାଉରିବନ୍ଧୁଙ୍କୁ ଗ୍ରାମରୁ ବାସନ୍ଦ କରିଦିଆଯାଇଥିଲା। ଏପରିକି ନିଆଁ, ପାଣି ବାସନ୍ଦ ସାଙ୍ଗକୁ କାହା ସହ କଥାବାର୍ତ୍ତା ହେଲେ ଜରିମାନା ଦେବାକୁ ହେବ ବୋଲି ଫରମାନ ଜାରି କରାଯାଇଥିବା ଶୁଣିବାକୁ ମିଳିଛି।

ଯାହାଫଳରେ ବାଉରିବନ୍ଧୁ ମାନସିକ ଦୁଶ୍ଚିନ୍ତାରେ ଏଭଳି କରିଥିବା ନେଇ ସ୍ଥାନୀୟ ଜନସାଧାରଣ ଆଲୋଚନା କରୁଛନ୍ତି। ତେବେ ଏ ନେଇ ମୃତକଙ୍କ ପତ୍ନୀ କସ୍ତୁରୀ ଦେଇ ନାଭାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିବାରୁ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପହଞ୍ଚି ଶବକୁ ଜବତ କରିବା ସହ କେସ ନମ୍ବର ୧୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାଇକେଲ୍‌ରେ ୬୦ କି.ମି. ଯାତ୍ରା କରି ଲୋକଙ୍କୁ ଆତ୍ମହତ୍ୟା ବିରୋଧୀ ସଚେତନତା କଲେ ସମ୍ ଡାକ୍ତର

ଭୁବନେଶ୍ୱର: ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା। ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତ୍ତି ନିଅନ୍ତି। ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ ପାଳନ କରାଯାଏ।

ଆତ୍ମହତ୍ୟାରେ ମାନସିକ ଚାପର ଏକ ପ୍ରମୁଖ ଭୂମିକା ରହିଛି। ସଂପ୍ରତି କୋଭିଡ୍‌-୧୯ର ବିଭୀଷିକା ଆତ୍ମହତ୍ୟାର ଏକ କାରଣ ପାଲଟିଛି। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରେ ରହିବା, ଚାକିରୀ ହରାଇବା, ବ୍ୟବସାୟରେ କ୍ଷତି ସହ୍ୟ କରିବା, ସାଙ୍ଗ ସାଥୀଙ୍କ ଠାରୁ ଦୂରରେ ରହିବା, ପାରିବାରିକ ମତାନ୍ତର ଓ କଳହ ଇତ୍ୟାଦି କାରଣରୁ ସମସ୍ତେ ମାନସିକ ଚାପ ମଧ୍ୟରେ ରହୁଛନ୍ତି।

ଏହି ଦିବସ ଅବସରରେ ଭୁବନେଶ୍ୱରର ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଅଭିଜ୍ଞ ଡାକ୍ତର ମାନେ ଭୁବନେଶ୍ୱରରୁ କୋର୍ଣାକ ପର୍ଯ୍ୟନ୍ତ ଏକ ସାଇକେଲ୍ ରାଲି ରେ ଯାତ୍ରାକରି ଆତ୍ମହତ୍ୟା ବିରୁଦ୍ଧରେ ସଚେତନତା ସୃଷ୍ଟି କରିଛନ୍ତି।

ମାନସିକ ରୋଗ ବିଭାଗର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଡଃ. ଜିମି ନାରାୟଣ (ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ) ଓ ଡଃ. ବୁଲୁ ନାହାକ (ଇଏନଟି୍ ବିଭାଗ) ସାଇକେଲ୍‌ରେ ୬୦ କି.ମି. ଯାତ୍ରାକରି ଲୋକମାନଙ୍କୁ ଆତ୍ମହତ୍ୟା ବିରୁଦ୍ଧରେ ସଚେତନ କରାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଘରୋଇ କଳି ହେଲା କାଳ: ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ମହିଳା

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳେ ରେଢାଖୋଲ ଏନ୍‌ଏସି ର କେଳାକଟା ଗ୍ରାମରେ ଘରୋଇ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ରେଢାଖୋଲ ଥାନା କେଳାକଟା ଗ୍ରାମର ପ୍ରତିମା ବୈଠାରୁ ପାରିବାରିକ କଳହକୁ କେନ୍ଦ୍ରକରି ସକାଳେ ବେକରେ ରଶି ଦେଇ ଫଙ୍ଖାରେ ଝୁଲି ଆତ୍ମ ହତ୍ୟା କରିଥିଲେ। ଖବର ପାଇ ରେଢାଖୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ରେଢାଖୋଲ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଦେଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା!, କାରଣ ଅସ୍ପଷ୍ଟ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସହରର ଦେହୁରିସାହିରେ ଜଣେ ଯୁବକ ଗତକାଲି ରାତିରେ ବେକରେ ରଶିଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ଥାନା ଗୋଗୁଆ ପଂଚାୟତ ମଙ୍ଗଳପୁର ଗ୍ରାମର ମୁଟୁ ସାହୁଙ୍କ ପୁଅ ପପୁନ୍ ସାହୁ (୨୧) ରେଢାଖୋଲ ଦେହୁରିସାହିରେ ଭଡା ଘରେ ରହୁଥିଲେ। ସେ ଜିଓ କଂପାନୀରେ କାମ କରୁଥିଲେ। ଗତକାଲି ରାତିରେ ସେ ଆତ୍ମ ହତ୍ୟା କରିଥିବା ପୋଲିସକୁ ସୂଚନା ମିଳିଥିଲା। ରାତି ସାରା ପୋଲିସ୍ ଜଗି ରହିଥିଲା। ଖବର ଲେଖା ହେବା (ପୂର୍ବାହ୍ନ ୧୧.୫୩ )ପର୍ଯ୍ୟନ୍ତ ଶବକୁ ଜବତ କରିପାରି ନ ଥିଲା ପୋଲିସ୍।

ସାଇନ୍ଟିଫିକ୍ ଟିମ୍ ଓ ମାଜିଷ୍ଟେଟ୍ ଆସିଲା ପରେ ଏହାର ତଦନ୍ତ କରାଯାଇ ଶବକୁ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ କରାଯିବ ବୋଲି ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ପରିବାର ଲୋକେ ପୁଅକୁ ହତ୍ୟା କରାଯାଇ ବେକରେ ରଶି ଲଗାଇ ଆତ୍ମ ହତ୍ୟା ର ରୁପ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଘର ଭିତରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ରଘୁନାଥ ଜେନାଙ୍କ ପୁତ୍ର ଆଲୋକ କୁମାର ଜେନା କୌଣସିକାରଣ ବଶତଃ ଆଜି ସକାଳେ ନିଜ ଘରେ ବେକରେ ଦଉଡି ଲଗାଇ ଦେଇଥିଲେ। ତେବେ ପରିବାର ଲୋକ ଏହା ଜାଣିଲା ପରେ ତୁରନ୍ତ ଆଲୋକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ବାଲୁଗାଁ ପୋଲିସକୁ ଏନେଇ ସୂଚନା ଦେଇଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପହଞ୍ଚି ଆଲୋକଙ୍କ ଶବ ଜବତ କରିବା ସହ କେସ ନମ୍ବର ୭/୨୧ରେ  ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛନ୍ତି। ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ଏହାର କାରଣ ଜଣାପଡିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଧାରୁଆ ଅସ୍ତ୍ରରେ ହାଣି ପତ୍ନୀକୁ ହତ୍ୟା କଲା ଯୁବକ: ଆତ୍ମହତ୍ୟା ପୂର୍ବରୁ ନିଜ ଭଉଣୀକୁ କଲା ଗୁରୁତର

ନୂଆଦିଲ୍ଲୀ: ପତ୍ନୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଜନୈକ ଯୁବକ ନିଜେ ଆତ୍ମହତ୍ୟା କରିଛି। ଭାଉଜକୁ ବଞ୍ଚାଇବା ପାଇଁ ଆସିଥିବା ନିଜ ଭଉଣୀକୁ ମଧ୍ୟ ଯୁବକଜଣଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି। ଉତ୍ତରପ୍ରଦେଶର ମହୋବା ଜିଲ୍ଲା ଅନ୍ତର୍ଗତ ବିଜାନଗର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ପୋଲିସ ସୂଚନା ମୁତାବକ, ବିଜାନଗର ଗାଁର ସନ୍ତୋଷ ରେକୱାର (୩୫) ନାମକ ଯୁବକ ଜଣଙ୍କ ତାଙ୍କ ପତ୍ନୀ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଭାଉଜକୁ ରକ୍ଷା କରିବାକୁ ଆସିଥିବା ଆରତୀ ଭାଇ ସନ୍ତୋଷକୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ଆରତୀ ମଧ୍ୟ ନିଜ ଭାଇର ଆକ୍ରମଣର ଶିକାର ହୋଇଥିଲା। ଧାରୁଆ ଅସ୍ତ୍ରରେ ଆକ୍ରମଣ ଦ୍ଵାରା ପତ୍ନୀ ସରସ୍ଵତୀର ମୃତ୍ୟୁ ହେବା ପରେ ସନ୍ତୋଷ ମଧ୍ୟ ଉକ୍ତ ଅସ୍ତ୍ର ଦ୍ଵାରା ନିଜକୁ କ୍ଷତବିକ୍ଷତ କରିଥିଲା। ଯାହାଫଳରେ ସନ୍ତୋଷର ମଧ୍ୟ ମୃତ୍ୟୁ ହୋଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ଵାମୀ ସ୍ତ୍ରୀର ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ବର୍ତ୍ତମାନ ସନ୍ତୋଷର ଭଉଣୀ ଆରତୀ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଏକ ଭୟଙ୍କର ରୂପ ନେଉଛି। ପ୍ରତ୍ୟେକ ଦିନ କରୋନା  ନୂଆ ନୂଆ ରେକର୍ଡ କରି ଚାଲିଛି। ଏହା ଭିତରେ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ସୀତାପୁର ଜିଲ୍ଲାର ଜୁଦାଇପୁର ନିବାସୀ କମଲ କିଶୋର ବହୁତ ଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ଏପ୍ରିଲ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଚିକିତ୍ସା ସହ ଡାୟଲିସିସ ମଧ୍ୟ ଚାଲୁଥିଲା।

ହେଲେ ଦ୍ଵିତୀୟ ରିପୋର୍ଟ ପଜିଟିଭ ଆସିବା ପରେ ଏପ୍ରିଲ ୨୯ ତାରିଖରେ ଶୌଚାଳୟର ଝରକା ପଟେ ସେ ଡେଇଁବାକୁ ଚେଷ୍ଟା କରିଥିଲେ। ଫଳରେ ସେ ଛାତ ତଳେ ଯାଇ ପଡ଼ିଥିଲେ। ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁନଃ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର କମଲଙ୍କୁ ମୃତ ଘୋଷିତ କରିଥିଲେ।