Categories
ଆଜିର ଖବର ରାଜ୍ୟ ଖବର

22ଟି ଜିଲ୍ଲାରୁ 577 ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁଠି ରହିଛି କେତେ ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 22ଟି ଜିଲ୍ଲାରୁ 577 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 260 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ 83, ଖୋର୍ଦ୍ଧାରୁ 56, କେଉଁଝରରୁ 48, ବାଲେଶ୍ବରରୁ 30, ଗଜପତିରୁ 17, ମୟୂରଭଞ୍ଜ ଓ କଟକରୁ 14 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ 9, ଜଗତସିଂହପୁର ଓ ଅନୁଗୁଳୁରୁ 7 ଜଣ ଲେଖାଏଁ ରହିଥିବାବେଳେ କୋରାପୁଟରୁ 6, ପୁରୀ ଓ ବୌଦ୍ଧରୁ 5 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ 4,  ସମ୍ବଲପୁର ଓ କେନ୍ଦ୍ରାପଡାରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା, କନ୍ଧମାଳ, ମାଲ୍‌କାନଗିରି, ନୟାଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ)
ଗଞ୍ଜାମ 3096 1607 1458 30 1
ଖୋର୍ଦ୍ଧା 1135 801 323 8 3
କଟକ 886 570 308 5 3
ଯାଜପୁର 673 456 216 1 0
ସୁନ୍ଦରଗଡ 554 185 368 1 0
ଗଜପତି 538 362 175 1 0
ବାଲେଶ୍ବର 496 346 148 0 2
ଜଗତସିଂହପୁର 368 272 96 0 0
ପୁରୀ 327 244 81 1 1
ମୟୂରଭଞ୍ଜ 305 200 103 0 2
କେନ୍ଦ୍ରାପଡା 285 245 39 1 0
ଭଦ୍ରକ 278 239 37 1 1
ବଲାଙ୍ଗିର 248 167 81 0 0
କେଉଁଝର 246 135 110 0 1
ନୟାଗଡ 212 152 60 0 0
କନ୍ଧମାଳ 191 178 13 0 0
ବରଗଡ 167 100 66 1 0
ରାୟଗଡା 139 38 100 1 0
ଝାରସୁଗୁଡା 134 111 23 0 0
ଅନୁଗୁଳ 119 69 49 1 0
ମାଲ୍‌କାନଗିରି 116 61 55 0 0
ସମ୍ବଲପୁର 108 50 58 0 0
ଢେଙ୍କାନାଳ 91 75 16 0 0
ନବରଙ୍ଗପୁର 89 41 47 0 1
ନୂଆପଡା 86 82 4 0 0
କୋରାପୁଟ 79 29 50 0 0
କଳାହାଣ୍ଡି 79 71 8 0 0
ଦେବଗଡ 62 42 20 0 0
ବୌଦ୍ଧ 50 41 9 0 0
ସୋନପୁର 44 37 7 0 0
Categories
ଆଜିର ଖବର ରାଜ୍ୟ ଖବର

21 ଜିଲ୍ଲାରୁ 571, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 21 ଜିଲ୍ଲାରୁ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ 273 ଚିହ୍ନଟ ହୋଇଥିବାବେଳେ ଗଜପତିରୁ 56, ସୁନ୍ଦରଗଡରୁ 51, ଖୋର୍ଦ୍ଧାରୁ 37, କଟକରୁ 29, ବାଲେଶ୍ବରରୁ 28,  ଜଗତସିଂହପୁରରୁ 17, ଯାଜପୁରରୁ 16, ମୟୂରଭଞ୍ଜରୁ 14,ରାୟଗଡାରୁ 10,  କେଉଁଝର ଓ ନବରଙ୍ଗପୁରରୁ  7, ସମ୍ବଲପୁରରୁ 6, ବଲାଙ୍ଗିରରୁ 5, ଅନୁଗୁଳ ଓ ପୁରୀରୁ 4, କେନ୍ଦ୍ରାପଡାରୁ 3,  ଝାରସଗୁଡା, ନୟାଗଡ, ଭଦ୍ରକ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

20 ଜିଲ୍ଲାରୁ 469, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର : ଆଜି ରାଜ୍ୟର 469 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 4 ଜଣ ଏନ୍‌ଡିଆରଏଫ୍‌ ଯବାନ ରହିଛନ୍ତି । ସେହିପରି ଆଜି 20ଟି ଜିଲ୍ଲାରୁ 469ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ116 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 94, ସୁନ୍ଦରଗଡରୁ 66, ଖୋର୍ଦ୍ଧାରୁ 27, କେଉଁଝରଓ ଯାଜପୁରରୁ 25, ନୟାଗଡରୁ 24, ଭଦ୍ରକରୁ 16, ସମ୍ବଲପୁରୁର 13, ଗଜପତିରୁ 12, ଅନୁଗୁଳୁ 11, ବାଲେଶ୍ବର ଓ ପୁରୀରୁ 8, ମୟୂରଭଞ୍ଜରୁ 6, କେନ୍ଦ୍ରାପଡାରୁ 5 , ବଲାଙ୍ଗିରରୁ 3ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁର ଓ କଳାହାଣ୍ଡିରୁ 2 ଜଣ ଲେଖାଏଁ ରହିଥିବାବେଳେ ମାଲ୍‌କାନଗିରି ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ ସୁସ୍ଥ ହେଲେ 164

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ 164 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 48 ଜଣ ରହିଥିବାବେଳେ ଜଗତସିଂହପୁରରୁ 31, ବାଲେଶ୍ବରରୁ 26, କଟକରୁ 25, ଯାଜପୁର ଓ ଖୋର୍ଦ୍ଧାରୁ 12 ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଓ ସୁନ୍ଦରଗଡରୁ 3 ଜଣ ଲେଖାଏଁ ରହିଥିବାବେଳେ କେଉଁଝରର 2 ଜଣ ରହିଛନ୍ତି । ସେହିପରି ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 353କୁ ବୃଦ୍ଧି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ନୂତନ 251ଟି ପଜିଟିଭ୍‌ ମାମଲା ଆସିଥିବାବେଳେ ରାଜ୍ୟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 316 ରହିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛ । ଏବେ ସୁଦ୍ଧା ରାଜ୍ୟରେ 25ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ 8ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରୁ 243 ଜଣ ସୁସ୍ଥ ହୋଇଛନ୍ତି

ଭୁବନେଶ୍ବର : ଆଜି ରାଜ୍ୟରୁ 243 ଜଣ ସୁସ୍ଥ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ 59 ଜଣ ରହିଛନ୍ତି । ସେହିପରି ଆଜି ଗଞ୍ଜାମରୁ 41 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ 38, କନ୍ଧମାଳରୁ 17, ଝାରସୁଗୁଡାରୁ 15, ସୁନ୍ଦରଗଡରୁ 10, ଭଦ୍ରକ,  ଯାଜପୁର ଓ କେନ୍ଦ୍ରାପଡାରୁ 8ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ 7, ବରଗଡ ଓ ମୟୂରଭଞ୍ଜରୁ 6 ଜଣ ଲେଖାଏଁ ରହିଛନ୍ତି । ଜଗତସିଂହପୁରରୁ 5, କଟକ, ମାଲକାନଗିରି ଓ ନବରଙ୍ଗପୁରରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବାଲେଶ୍ବରରୁ 2 ଜଣ ଓ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ 6 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଏହି 6 ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଥିବାବେଳେ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ ଥିବାର ସୂଚନା ରହିଛି ।

ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିବା ଆକ୍ରାନ୍ତ ଜଣକ ରେଲ୍‌ଓ୍ବେ କର୍ମଚାରୀ ବୋଲି ସୂଚନା ରହିଛି । ସେ ନିକଟରେ ନୂଆଦିଲ୍ଲୀରୁ ଫେରିଥିଲେ ।  ସେହିପରି ଅନ୍ୟ 5 ଜଣ ଲୋକାଲ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ 3 ଜଣ ରହିଛନ୍ତି । ଏହି ତିନି ଜଣଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 15 ବର୍ଷୀୟା ବାଳିକା ଥିବାବେଳେ ଅନ୍ୟ ଜଣେ 15 ବର୍ଷୀୟା ବାଳକ ରହିଛନ୍ତି । ଏହି ତିନି ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି ।

ସେହିପରି ବମିଖାଲ କେନାଲ୍‌ ରୋଡ୍‌ଣୁ ଜଣେ 13 ବର୍ଷୀୟ ବାଳକ ଚିହ୍ନଟ ହୋଇଥିବାବେଳେ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ 32 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବରର ସହରରରୁ 11 ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି 6 ନୂତନ ଆକାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 320ରେ ପହଞ୍ଚିଲାଣି । 4 ଜଣ ମୃତ୍ୟୁବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି 185 ଜଣ । ଏବେ ସୁଦ୍ଧା ସହରରେ 130ଟି ଆକ୍ଟିଭ୍‌ କେସ୍‌ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ମରିବା ପୂର୍ବରୁ ବାଏ କହି ପିତାଙ୍କୁ ଭିଡିଓ ପଠାଇଲେ କରୋନା ଆକ୍ରାନ୍ତ

ହାଇଦ୍ରାବାଦ : ହାଇଦ୍ରାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 26 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁ ବରଣ କରିବା ପୂର୍ବରୁ ନିଜ ପିତାଙ୍କୁ ଶେଷ ଭିଡିଓ ବାର୍ତ୍ତା ପଠାଇଛନ୍ତି । ଯାହାକୁ ଦେଖି ସମେସ୍ତ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣକ ଭିଡିଓରେ ତାଙ୍କ ବାପାଙ୍କୁ ଶେଷ ବିଦାୟ ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଘଟିଛି । ମୃତ୍ୟର କିଛି ସମୟ ପୂର୍ବରୁ ଯୁବକ ଜଣକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଯୁବକ ଜଣକ କହିଛନ୍ତି ଯେ, ‘ମୁଁ ନିଃଶ୍ୱାସ ନେଇ ପାରୁନାହିଁ,.ଏନେଇ ମୁଁ ତାଙ୍କୁ କେତେ ଅନୁରୋଧ କଲି, ତଥାପି ମତେ ତିନି ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍‌ ଦିଆଗଲା ନାହିଁ। ମୁଁ ଆଉ ନିଃଶ୍ୱାସ ନେଇପାରୁ ନି ଡାଡି। ମୋତେ ଏମିତି ଲାଗୁଛି ଯେ ମୋର ନିଃଶ୍ୱାସ ବନ୍ଦ ହେଇଯିବ। ବାଏ ଡାଡି, ସମସ୍ତଙ୍କୁ ବାଏ,…।

ଯୁବକଙ୍କ ପିତା କହିଛନ୍ତି ଯେ, ତାଙ୍କ ପୁଅଙ୍କର ଏହି ଭିଡିଓ ପଠାଇବାର କିଛି ସମୟ ପରେ ମୃତ୍ୟୁ ହୋଇଥିଲା । ଜୁନ୍‌ 24କୁ ତାଙ୍କ ପୁଅକୁ ଜ୍ବର ହୋଇଥିଲା । ସେ ତାଙ୍କୁ ନେଇ ବହୁ ହସ୍ପିଟାଲ ଯାଇଥିଲେ । କିନ୍ତୁ କେହି ତାଙ୍କୁ ଆଡ୍‌ମିସନ କରାଇଲେ ନାହିଁ। ଏହା ପରେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ୍‌ 26 ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଶନିବାର ଦିନ ପୁଅର ଏହି ଶେଷ ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 137ଜଣ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି 137 ଜଣ ସୁସ୍ଥ ହୋଇଛନ୍ତି ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଆଜି ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 33 ଜଣ ରହିଥିବାବେଳେ ଖୋର୍ଦ୍ଧାରୁ 29 ଜଣ, କଟକରୁ 22 ଜଣ, ବାଲେଶ୍ବରରୁ 13 ଜଣ, ଯାଜପୁରରୁ 9 ଜଣ, କଳାହାଣ୍ଡିରୁ 6 ଜଣ, ଭଦ୍ରକରୁ ଚାରି ଜଣ ଓ ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ବରଗଡ, ଝାରସୁଗୁଡା ଓ କେନ୍ଦ୍ରାପଡାରୁ 2ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳୁ ବଲାଙ୍ଗିର, ଜଗତସିଂହପୁର ଓ ନୂଆପଡାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4743ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ନୂତନ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର614 କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 21ଜଣ । ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି

ଭୁବନେଶ୍ବର :  କରୋନା ଯୋଗୁଁ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର 68 ବର୍ଷୀୟ ପୁରୁଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗର ମଧ୍ୟ ଶିକାର ହୋଇଥିଲେ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟବିଭାଗ । ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ହୋଇଛି । ସେହିପରି ଅନ୍ୟ 7 ଜଣ କରୋନା ଆକ୍ରାନ୍ତ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟରେ ନୂତନ 170 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର350କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1903 ଜଣ। ସେହିପରି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ରହିଛି 4432 ଜଣ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ଆଉ 131 ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରେ 131 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଗଞ୍ଜାମରୁ ସର୍ବାଧିକ 43 ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ 28 ଜଣ, ଖୋର୍ଦ୍ଧାରୁ 21 ଜଣ, କନ୍ଧମାଳରୁ 12, ଜଗତସିଂହପୁରରୁ 7, ନବରଙ୍ଗପୁରରୁ 6 ଜଣ, କେନ୍ଦ୍ରାପଡାରୁ 5 ଜଣ, ବାଲେଶ୍ବର ଓ କଟକରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ, ବଲାଙ୍ଗିର, ଝାରସୁଗୁଡା, କେଉଁଝର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4,422ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି କଟକରୁ 2 ପଜିଟିଭ୍‌ ଚିହ୍ନଟ

କଟକ : ଆଜି କଟକ ସହରରୁ 2 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଟି ଯାକ ଲୋକାଲ୍‌ କେସ୍‌ ବୋଲି ଜଣାପଡିଛି । କ୍ୟାଣ୍ଟନମେଣ୍ଟ ରୋଡ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ 34 ବର୍ଷ ବୋଲି ଜଣାପଡିଛି । ସେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ହେଉଛନ୍ତି ରାଣୀହାଟର । ରାଣୀହାଟରୁ ଚିହ୍ନଟ 33 ବର୍ଷୀୟ ଯୁବକ ଜଣକ ମଧ୍ୟ ପୂର୍ବରୁ ଜଣେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ଦେଇଛି ସିଏମ୍‌ସି ।

Image

ଆଜି ନୂତନ ଦୁଇ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 32ରେ ପହଞ୍ଚିଛି । ତେବେ କଟକ ସହରରୁ ଜଣକର କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ସହରରେ 10ଟି ଆକ୍ଟିଭ୍‌ କେସ୍‌ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

18 ଜିଲ୍ଲାରୁ 167 ଆକ୍ରାନ୍ତ ଚିହ୍ନଟ, ଗଜପତିରୁ ସର୍ବାଧିକ

ଭୁବନେଶ୍ବର : ଆଜି ରାଜ୍ୟରେ 167 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 18ଟି ଜିଲ୍ଲାରୁ 167 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ସର୍ବାଧିକ 41 ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଗଞ୍ଜାମରୁ 30 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ 19ଜଣ, ମୟୂରଭଞ୍ଜରୁ 14 ଜଣ, ବାଲେଶ୍ବରରୁ 13ଜଣ, ଢେଙ୍କାନାଳରୁ 9 ଜଣ, ଖୋର୍ଦ୍ଧାରୁ 8 ଜଣ,  କେନ୍ଦ୍ରାପଡାରୁ 7 ଜଣ, ରାୟଗଡା  ଓ ଯାଜପୁରରୁ 5 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଓ କଟକରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ନୟାଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ, ବଲାଙ୍ଗିର, କଟକ, ବରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ : ଦିନକରେ 304 ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରୁ ସର୍ବାଧିକ  304 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 272ଜଣ ଚିହ୍ନଟ ହୋଇଥିବାବେଳେ 32ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 5,160କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1607। ସେହିପରି  ସୁସ୍ଥ ହୋଇଛନ୍ତି 3534 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 12ଜଣ । ସେହିପରି 4 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମରେ ପୁଣି ୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ : ଗଂଜାମ ଜିଲ୍ଲାରେ ପୁଣି ନୂତନ ପଜିଟିଭ ଥିବା 38 ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ଏହି 38 ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ 10 ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି। ଗତ 19 ତାରିଖରେ ମଧ୍ୟ ଜିଲ୍ଲାରୁ 6 ଜଣ କରୋନା ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଆଜି ଚିହ୍ନଟ ହୋଇଥିବା 10 ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରେ ଛତ୍ରପୁରରୁ ଜଣେ, ଚିକିଟିରୁ 2ଜଣ, ଗଂଜାମରୁ ଜଣେ, ପୋଲସରାରୁ 3 ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ, ଭଂଜନଗରରୁ ଜଣେ ଓ କବିସୂର୍ଯ୍ୟନଗରରୁ ଜଣେ ରହିଛନ୍ତି ।  ସେହିଭଳି କରୋନା ସଂକ୍ରମିତଙ୍କ ସଂସର୍ଶରେ ଆସି 20 ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ଆସିକାରୁ 2 ଜଣ, ବେଗୁନିଆପଡ଼ାରୁ 6 ଜଣ, ବେଲଗୁଣ୍ଠାରୁ ଜଣେ, ପୋଲସରାରୁ ଜଣେ, ଗଂଜାମରୁ 2 ଜଣ, କବିସୂର୍ଯ୍ୟନଗରରୁ 5 ଜଣ, ସୋରଡାରୁ 2 ଜଣ ଓ ଧରାକୋଟରୁ ଜଣେ । ଚିହ୍ନଟ ହୋଇଥିବା ଅନ୍ୟ 8 ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ରହିଛି । ସୁରତ ଫେରନ୍ତା 4 ଜଣ, ତାମିଲନାଡୁ, ମହରାଷ୍ଟ୍ର, ବେଙ୍ଗାଲୁରୁ ଓ କେରଳ ଫେରନ୍ତା ଜଣେ ଲେଖାଏଁ ରହିଛନ୍ତି । ଏହି 8 ପଜିଟିଭ୍‌ଙ୍କ ମଧ୍ୟରେ ବେଲଗୁଣ୍ଠାରୁ ଜଣେ, ବେଗୁନିଆପଡ଼ାରୁ ଜଣେ, ପାତ୍ରପୁରରୁ ଜଣେ, ପୋଲସରାରୁ ଜଣେ, ପୁରୁଷୋତ୍ତମପୁରରୁ ଜଣେ, ଶେରଗଡ଼ରୁ ଜଣେ ଓ କବିସୂର୍ଯ୍ୟନଗରରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଏଥି ସହିତ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 891ରେ ପହଞ୍ଚିଛି । ମୋଟ 658 ଜଣ ସୁସ୍ଥ ହୋଇଥିବା ବେଳେ 6 ଜଣଙ୍କର ମୃତ୍ୟୁ ହୋଇଛି । ଏବେ କୋଭିଡ-19 ହସ୍‌ପିଟାଲରେ 227 ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ : କଟକରୁ ସର୍ବାଧିକ

ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ 237 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି କଟକରୁ ସର୍ବାଧିକ 70 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ 54, ଜଗତସିଂହପୁରରୁ 20, କନ୍ଧମାଳରୁ 19 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ 17, ଭଦ୍ରକ  ଓ ମୟୂରଭଞ୍ଜରୁ 9 ଲେଖାଏଁ ସୁସ୍ଥ ହୋଇଛନ୍ତି । କେନ୍ଦୁଝରରୁ 8, ଢେଙ୍କାନାଳର ଓ ପୁରୀରୁ ସାତ ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡା ଓ ନୟାଗଡରୁ 4 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି, ମାଲକାନଗିରି, ସମ୍ବଲପୁରରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବୌଦ୍ଧ, ଝାରସୁଗୁଡା,ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 3534କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ କ୍ବାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଆକ୍ରାନ୍ତ ଜଣକ ହରିୟାଣାରୁ ଫେରିଥିବାବେଳେ  ଆକ୍ରାନ୍ତ ଜଣକ ନୂଆଗାଁର ବୋଲି ସୂଚନା ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ୍‌ ଆକ୍ରାନ୍ତ ସଂଖ୍ୟା 175ରେ ପହଞ୍ଚିଛି । ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତ 86 ଜଣ ରହିଥିବାବେଳେ 89 ଜଣ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରୁ 7 ପଜିଟିଭ୍‌

ଭୁବନେଶ୍ବର : ଆଜି ଭୁବନେଶ୍ବର ସହରର 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 7 ଜଣଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନ ଏବଂ 3ଜଣ ଲୋକାଲ କେଶ ବୋଲି ବିଏମସି ପ୍ରକାଶ କରିଛି। ହୋମ କ୍ବାରେଣ୍ଟିନ୍‌ରେ ଥିବା ସମସ୍ତ ଚାରି ଆକ୍ରାନ୍ତମାନେ ହେଉଛନ୍ତି ରେଳ କର୍ମଚାରୀ । ଏହି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 38, 30, 34 ଓ 31 ବର୍ଷ ବୋଲି ଜଣାପଡିଛି । ଏହି ଆକ୍ରାନ୍ତମାନେ ଦିଲ୍ଲୀ ଯାତ୍ରା କରିଥିବାର ସୂଚନା ରହିଛି ।

Image

ସେହିପରି ଅନ୍ୟ ତିନି ଲୋକାଲ କେସ୍‌ ମଧ୍ୟରେ ଜଣେ 31 ବର୍ଷୀୟା ମହିଳା ରହିଛନ୍ତି। ସେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତ ଡୁମଡୁମା ହାଉସିଂ ବୋର୍ଡ କଲୋନୀରୁ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତ ମଧ୍ୟରେ 45 ବର୍ଷୀୟା ଜଣେ ମହିଳାଙ୍କ ସମେତ 10 ବର୍ଷୀୟ ଏକ ବାଳକ ରହିଛି ।

ସେହିପରି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀର କରୋନା ଆକ୍ରାନ୍ତ ଜଣକ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ଆକ୍ରାନ୍ତଙ୍କ ବୟସ 28 ବର୍ଷ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ 165 ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 41

ଭୁବନେଶ୍ବର : ଆଜି ଚିହ୍ନଟ 165 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 11 ଜଣ କର୍ମଚାରୀ  ରହିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ 41 ଜଣ ରହିଥିବାବେଳେ ଗଜପତିରୁ 28 ଜଣ, କଟକରୁ 20 ଜଣ, ଖୋର୍ଦ୍ଧା ଓ ଯାଜପୁରରୁ 8 ଜଣ ଲେଖାଏଁ ରହିଛନ୍ତି । ପୁରୀରୁ 7 ଜଣ, ସୁନ୍ଦରଗଡରୁ 6ଜଣ, ନବରଙ୍ଗପୁର ଓ ମୟୂରଭଞ୍ଜରୁ 3 ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର ଓ ଝାରସୁଗୁଡାରୁ 2 ଜଣ ଲେଖାଏଁ ରହିଥିବାବେଳେ  କୋରାପୁଟ, ମାଲ୍‌କାନଗିରି, ଅନୁଗୁଳ, ନୟାଗଡ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 4,677କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ହୋଇଥିବାବେଳେ ତିନି ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 165ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 4,677କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି 165 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 140 ଜଣ ଚିହ୍ନଟ ହୋଇଥିବାବେଳେ 25ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 4,677କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1519 । ସୁସ୍ଥ ହୋଇଛନ୍ତି 3144ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 11ଜଣ । ସେହିପରି 3 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଜଗତସିଂହପୁରରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା 13 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲାପାଳ। ଆଜି ରାଜ୍ୟରେ ସର୍ବାଧିକ 225 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରୁ 13 ଜଣ ଆକ୍ରାନ୍ତ ରହିଛନ୍ତି। ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଗୁଜୁରାଟରୁ ଜଣେ ଫେରିଥିବାବେଳେ ମହାରାଷ୍ଟ୍ରରୁ 5 ଜଣ,ହରିୟାଣାରୁ ଜଣେ, ତାମିଲନାଡୁରୁ 3 ଜଣ ଓ ଦିଲ୍ଲୀରୁ ତିନିଜଣ ଫେରିଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦାରୁ 7 ଜଣ ରହିଥିବାବେଳେ ନୂଆଗାଁରୁ ଜଣେ ପାରାଦୀପ୍‌ ମ୍ୟୁନିସ୍‌ପାଲଟିରୁ ଜଣେ ଓ ତିର୍ତ୍ତୋଲରୁ 4 ଜଣ ରହିଛନ୍ତି। ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ତାଙ୍କୁ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ନେଇ ବ୍ୟବସ୍ଥ ଆରମ୍ଭ କରାଯାଇଛି। ଖବର ନେବାରୁ ଜଣାଯାଇଛି ତିର୍ତ୍ତୋଲ ବ୍ଲକରୁ ବାହାରିଥିବା 4ଜଣ ଆକ୍ରାନ୍ତ ମଧ୍ୟରୁ କନିମୁଳ ପଞ୍ଚାୟତରୁ 2ଜଣ, କଟରା ପଞ୍ଚାୟତ ବିରିତୋଳ ପଞ୍ଚାୟତରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ଜଣାପଡିଛି।

ଏହି ନୂତନ 13 ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 143ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ 86 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା ରାଜ୍ୟେ 57ଟି ସକ୍ରିୟ ମାମଲା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ପୁଣି ଦୁଇ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 136 ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରରୁ 2 ଜଣ ରହିଛନ୍ତି । ଏହି ଦୁଇ ଜଣଙ୍କ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।  ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ 25 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ବ୍ୟକ୍ତି ।  25 ବର୍ଷୀୟ ଯୁବକ ଜଣେ ଆପୋଲ ହସ୍ପିଟାଲରେ କାର୍ଯ୍ୟରତ ରହିଥିବାବେଳେ ତାଙ୍କ ପରିବାରର ଜଣେ ସଦସ୍ୟ ନିକଟରେ ସୁରତରୁ ଫେରିଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟଜଣେ ଆକ୍ରାନ୍ତ ଜଣକ ନୟାପଲ୍ଲୀ ଶ୍ରୀରାମ ଆପାର୍ଟମେଣ୍ଟରେ ରହୁଥିଲେ ।  67 ବର୍ଷୀୟ ଏହି ବ୍ୟକ୍ତି ଜଣକ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା ରହିଛି।

ଆଜିର ଦୁଇ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 55 ଜଣ ଓ ମୃତ୍ୟୁବରଣ କରିଛନ୍ତି ତିନିଜଣ  । ସେହିପରି ଅନ୍ୟ ତିନିଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅନ୍ୟ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।