Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜାଣନ୍ତୁ ଭୁବନେଶ୍ବରର କରୋନା ଅପଡେଟ୍, ଆଜି14 ପଜିଟିଭ, ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ବାଳକ, 29 ସୁସ୍ଥ

ଭୁବନେଶ୍ବର, ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 14 ଜଣଙ୍କ ମଧ୍ୟରୁ 10 ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ବେଳେ 4 ଡଣ କ୍ବାରେଣ୍ଟାଇନରୁ ଚିହ୍ଟଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ ରହିଛନ୍ତି | ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି | ଏ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। |

ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ କାନନ ବିହାରର ଫେଜ-୨ରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ନୟାପଲ୍ଲୀ ନିକଟସ୍ଥ ମହିମା ଢ଼ାବା ନିକଟରୁ ଜଣେ, ଆଇଆରସି ଭିଲେଜର ଏନ-୧ରୁ ଜଣେ, ଗଙ୍ଗନଗରରୁ ଜଣେ, ୟୁନିଟ-୮ର ଡିଏଭି ପବ୍ଲିକ ସ୍କୁଲ ନିକଟରୁ ଜଣେ, ୟୁନିଟ-୬ରେ ରାଧାକ୍ରିଷ୍ଣ ତଳ ବସ୍ତିରୁ ଜଣେ, ୟୁନିଟ-୯ର ରୋଡ ନମ୍ବର-୮ରୁ ଜଣେ, ପାତ୍ରପଡାରୁ ଜଣେ ଏବଂ ଘରୋଇ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କାନନ ବିହାରର ଫେଜ-୨ ଏବଂ ବମିଖାଲର ଜୟଦୁର୍ଗା ନଗରରୁ ଚିହ୍ନଟ ଆକ୍ରାନ୍ତ ଘରୋଇ ଡାକ୍ତରଖାନାକୁ ଯାଇ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି |

ଆଜି ଭୁବନେଶ୍ବର ମହାନଗର ଅଞ୍ଚଳରେ 29 ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ବର ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 718ରେ ପହଞ୍ଚିଛି। 356 ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ 8 ଜଣଙ୍କର ମୃତ୍ୟୁ ହୋଇଛି। 353 ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗଜପତିବାସୀଙ୍କୁ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲା ମନା

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଗଜପତିବାସୀଙ୍କୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଗଜପତି ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନାହିଁ।

ଏପରିକି ଗଞ୍ଜାମ ଜିଲ୍ଲାରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ଯିବାକୁ ମନା କରାଯାଇଛି। ଦୈନିକ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ଜିଲ୍ଲା ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାକୁ ଯାତାୟତ ଉପରେ ରୋକ୍ ଲଗାଯିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ହେଲେ ମାଲ ପରିବହନ ଓ ଅତ୍ୟାବଶ୍ୟକ ସେବା ବାବଦ ପରିବହନକୁ ଅନୁମତି ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ଆଉ ୨୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ଗଂଜାମରୁ ସର୍ବାଧିକ ୯୧ ଜଣ

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 229 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ 91 ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ 29, ଗଜପତିରୁ 26, ଝାରସୁଗୁଡ଼ାରୁ 15, ବଲାଙ୍ଗିରରୁ 12 ଜଣ ସୁସ୍ଥ ହୋଇଛନ୍ତି । ଜଗତସିଂହପୁର ଓ ମୟୂରଭଂଜରୁ 11 ଜଣ ଲେଖାଏଁ ଏବଂ ଯାଜପୁରରୁ 8 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ 6, କେନ୍ଦୁଝରରୁ 5 ଏବଂ କଟକ ଓ ସୁନ୍ଦରଗଡ଼ରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକ ଓ ନୟାଗଡ଼ରୁ 3 ଲେଖାଏଁ, ବରଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 5 ହଜାର 934 ଜଣ ସୁସ୍ଥ ହେଲେଣି ।( ସମୀକ୍ଷା ବ୍ୟୁରୋ)

Categories
ଆଜିର ଖବର

ଭୁବନେଶ୍ବରରେ 24,କଟକରେ 59 ନୂଆ କରୋନା ପଜିଟିଭ

ଭୁବନେଶ୍ବର, ଆଜି ଭୁବନେଶ୍ବରରୁ ନୂଆ 24 ଜଣ ଓ କଟକ ସହରରୁ 59 ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ କ୍ବାରାଣ୍ଚାଇନରେ ଥିବା 20 ଜଣ ଏବଂ ଲୋକାଲ କେସ୍ ଭାବେ 4 ଜଣ ଚିହ୍ନଚ ହୋଇଛନ୍ତି। ମଞ୍ଚେଶ୍ବରରେ ଥିବା ଏକ ସମ୍ବାଦପତ୍ର କାର୍ଯ୍ୟାଳୟ ନିକଟରୁ ସର୍ବାଧିକ 9 ଜଣ ଚିହ୍ନଟ ହୋଇଛନ୍ତି । ସାଲିଆ ସାହିରୁ, ଏୟାରପୋର୍ଟ, ଶୈଳଶ୍ରୀ ବିହାର, ବରମୁଣ୍ଡା, ନୟାପଲ୍ଲି, ଖଣ୍ଡଗିରି ଅଞ୍ଚଳରୁ ଏସବୁ ପଜିିଟିଭ ଚିହ୍ନଟ ହୋଇଛନ୍ତି । ଲୋକାଲ କେସ୍ ଭାବେ ଏକ ଘରୋଇ ହସପିଚାଲରୁ ତିନି ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରର 15 ଜଣ ସୁସ୍ଥ ହୋଇଛନ୍ତି ।