Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି: ସିଲେଟ ପଂଚାୟତରେ ଶିକ୍ଷା ପାଇବାରୁ ବଞ୍ଚିତ ପାଞ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ

ଦୁଷ୍ମନ୍ତ କୁମାର ପଣ୍ଡା 
କଳାହାଣ୍ଡି: କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳ ଶିକ୍ଷାର ବିକାଶ ପାଇଁ ଅହରହ ପ୍ରୟାସ କରୁଛନ୍ତି ଏବଂ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ସମସ୍ତଙ୍କୁ ଶିକ୍ଷା କେମିତି ମିଳିବ ଏବଂ ଶିକ୍ଷାରୁ କେହି ବଞ୍ଚିତ ନ ରହିବେ ବୋଲି ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁର ନାରା ଦେଉଥିବା ବେଳେ, ଏଠି କିନ୍ତୁ କିଛି ଓଲଟା ଚିତ୍ର ଦେଖିବକୁ ମିଲୁଛି। ଦୁର୍ଭାଗ୍ୟର ବିଷୟ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୁଳ ରାମପୁର ବ୍ଲକ୍ ଅନ୍ତର୍ଗତ ସିଲେଟ୍ ପଂଚାୟତ ଅଧିନସ୍ଥ ବିଲାମାଲ, କାନ୍ଦୁଲ ଗୁଡା, ମାଳତୀ ପଦର, ସିଲେଟ, ଦାଣ୍ଡ ପଦର, ଗ୍ରାମ ଗୁଡ଼ିକରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ, ହେଲେ ସେଠାରେ ସ୍କୁଲ ଗୃହ, କ୍ଲାସ ରୁମ୍, ବ୍ଲାକ ବୋର୍ଡ ଏବଂ ଶିକ୍ଷକ ମଧ୍ୟ ନିଯୁକ୍ତି ହୋଇଛନ୍ତି।

ହେଲେ ଗ୍ରାମବାସୀ କହିବା ଅନୁଯାୟୀ କୋଉଠି ତିରିଶିରୁ ଚାଳିଶିତ କୋଉଠି ଚାଳିଶିରୁ ପଚାଶ ଜଣ ଛାତ୍ରଛାତ୍ରୀ ଅଛନ୍ତି। ହେଲେ ସ୍କୁଲକୁ ଶିକ୍ଷକ ମାସକୁ ଥରେ ଦୁଇ ଥର କିମ୍ବା କୋଉଠି ସଂପୂର୍ଣ୍ଣ ଭାବରେ ଆସୁନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

ଗ୍ରାମବାସୀ କହିବାନୁଯାୟୀ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଠପ ହୋଇଯାଉଛି ଏବଂ କୋଉଠି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ମାନେ ଘରେ ରହି ଖେଳ କୁଦ କରୁଛନ୍ତି ତ କୋଉଠି ମଧ୍ୟାହ୍ନ ଭୋଜନ ସଂପୂର୍ଣ୍ଣ ବନ୍ଦ୍ ରହିଛି ବୋଲି ପ୍ରକାଶ କରିଛନ୍ତି।

ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, ଶିକ୍ଷା ଦାୟିତ୍ୱରେ ଥିବା ଡିଇଓ, ବିଇଓ, ସିଆରସି ଭଳି ବଡ଼ ବଡ଼ ଅଧିକାରୀ ବାବୁମାନେ କଣ କରୁଛନ୍ତି? ସେମାନଙ୍କ ଦୃଷ୍ଟି ଏହା ଉପରେ ପଡୁନାହିଁ କେମିତି?

Categories
ଆଜିର ଖବର ରାଜ୍ୟ ଖବର

ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ “Say no to child marriage” ର ବିଶେଷ ବାର୍ତ୍ତା ର ପ୍ଲାକାର୍ଡ ଶୁଭ ଉଦଘାଟନ କଲେ। ଜିଲ୍ଲାରେ ୧୮ ବର୍ଷରୁ କମ୍ ଝିଅ ମାନଂକ ବିବାହକୁ ରୋକିବା ତଥା ଜଣେ ଝିଅର ସ୍ବାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଓ ଉନ୍ନତି ଉପରେ ଏହାର ପ୍ରଭାବକୁ ପ୍ରତିହତ କରିବା ପାଇଁ ଏହି ଅଭିଯାନର ସଫଳତା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା।

ଜାତୀୟ ପରିବାର ଓ ସ୍ଵାସ୍ଥ୍ୟ ବିଭାଗ ସର୍ଭେ ଅନୁଯାୟୀ ଆମ ଜିଲ୍ଲାରେ ୧୬.୩ ପ୍ରତିଶତ ମହିଳା ୧୮ ବର୍ଷ ପୂର୍ବରୁ ବାହା ହୋଇଯାଉଛନ୍ତି ଏବଂ ସେଥିପାଇଁ ମମତା ଯୋଜନାରେ ବଞ୍ଚିତ ବା ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି। ଜିଲ୍ଲାରେ ବାଲ୍ୟ ବିବାହ କରି ମମତା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାଙ୍କ ସଂଖ୍ୟା ଥୁଆମୂଲ ରାମପୁର , ଧର୍ମଗଡ, ଜୟପାଟଣା ଓ ଭବାନୀପାଟଣା( ଗ୍ରାମ୍ୟ) ତଥା ଜୁନାଗଡ ରେ ସର୍ବାଧିକ ରହିଛି।

ବାଲ୍ୟ ବିବାହ ରୋକିବାରେ VHSND, ADVIKA, ଏସ୍ ଏମ ସି, କିଶୋରୀ ସ୍ବାସ୍ଥ୍ୟ ମେଳା, ଏନ୍ ଏସ୍ ଏସ୍, ଭାରତ ସ୍କାଉଟ୍, ଗାଇଡ, ଏନ୍ ସି ସି, ନେହେରୁ ଯୁବ କେନ୍ଦ୍ର, ଶିଶୁ ହେଲ୍ପ ଲାଇନ, ସ୍ଵୟଂ ସହାୟକ ଗୋଷ୍ଠୀ, ଧାର୍ମିକ ଅନୁଷ୍ଠାନ, ଟେଣ୍ଟ ହାଉସ ପ୍ରଭୃତିଙ୍କୁ ଅନ୍ତର୍ଭୁକ୍ତ କରି ବିଶେଷ ସଚେତନତା ଅଭିଯାନ କରାଯିବ। ଜିଲ୍ଲାପାଳ ପ୍ରତ୍ୟେକ ବ୍ଲକରେ ବର୍ତ୍ତମାନ ବାଲ୍ୟ ବିବାହର ସର୍ଭେ, ସ୍କୁଲ୍ ମାନଙ୍କରେ ନବମ ଓ ଦଶମ ଶ୍ରେଣୀ ଝିଅ ମାନଂକ ପାଇଁ ବିଶେଷ କାର୍ଯ୍ୟକ୍ରମ, ଗ୍ରାମପଞ୍ଚାୟତରେ ଅଙ୍ଗନବାଡ଼ି ଓ ସ୍ଵାସ୍ଥ୍ୟ କର୍ମୀଙ୍କୁ ନେଇ କାର୍ଯ୍ୟକ୍ରମ ଉପରେ କହିଥିଲେ।

ସେଭଳି ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଯେଉଁ ଟାସ୍କ ଫୋର୍ସ ଗଠନ କରାଯାଇଛି ସେଥିରେ ଏସ୍ ପି,ସି ଡ଼ି ଏମ ଓ, ଡି ଏସ ଡବ୍ଲୁ ଓ , ଡି ଡବ୍ଲୁ ଓ, ସି ଡ଼ି ଓ, ଜିଲ୍ଲା ପରିଷଦ, ଡି ଇ ଓ, ଡି ଆଈ ପି ଆର୍ ଓ, ୟୁନିସେଫ କର୍ଡିନେଟର, ଡି ପି ସି, ମିସନଶକ୍ତି, ଡି ପି ଏମ୍, ଏନ୍ ଏଚ ଏମ୍, ଡି ଏଲ୍ ଓ, ସି ଡବ୍ଲୁ ସି, ଡି ଏଲ୍ ଏସ୍ ଏ, ସ୍କିଲ ଓଡ଼ିଶାକୁ ବିଭିନ୍ନ ଦାୟିତ୍ଵ ଦିଆଗଲା।

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ, ଧର୍ମଗଡ ବେଦ ଭୂଷଣ, ସି ଡ଼ି ଏମ ଓ ଡ ରଞ୍ଜନ ମିତ୍ର, ସି ଡବ୍ଲୁ ସି ଅଧ୍ୟକ୍ଷ ରାକେଶ କୁମାର ନାୟକ, ଭାରପ୍ରାପ୍ତ ଡି ସି ପି ଓ ପ୍ରମୋଦ ଖିଲୋ ଓ ଅନ୍ୟାନ୍ୟ ଟାସ୍କ ଫୋର୍ସ ଅଧିକାରୀ ଉପସ୍ଥିତ ଥିଲେ। ଅଂଶୁମାନ ବାବୁ ସଭା ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡିଇଓ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ମ.ରାମପୁର ବିଇଓ ଠାକୁର ସାହୁ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା। ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ କୁନି କଳାକାର ଶ୍ରେୟାଶ୍ରୀ ପଟ୍ଟନାୟକ।

ଏଥିରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳା ଓ ଶିଳ୍ପକଳା, ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ଶାସ୍ତ୍ରୀୟ ଓ ଲୋକ ନୃତ୍ୟ, ଟୁଡି ଓ ଥ୍ରୀଡି ଭିଜୁଆଲ୍ ଆର୍ଟ, ସ୍ବଦେଶୀ ଖେଳନା ଓ ଖେଳ, ଏକକ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ମିଳିଲା “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍”

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଣ୍ଡେସନ ପକ୍ଷରୁ ଉନ୍ନତ ଚିତ୍ରକଳା ନିମନ୍ତେ ମର୍ଯ୍ୟାଦାଜନକ “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍” ରେ ସମ୍ମାନୀତ କରାଯାଇଛି। ଦିଲ୍ଲୀସ୍ଥିତ ଏହି ୱାର୍ଲଡ ଚ୍ୟାରିଟି ୱେଲଫେୟାର ଫାଣ୍ଡେସନ ତରଫରୁ ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମହାବୀରପଡ଼ା ୱାର୍ଡ ନଂ ୧୦ର୍ ଯୁବ ଚିତ୍ରାଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଗୁନଗୁନ୍ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କର ମଧ୍ୟରେ ଅନିଶା ୱେବର ନିର୍ଦ୍ଦେଶକ ଅର୍ଜୁନ ଶେଖର ଓଡିଶା ନ୍ୟୁଜର ନିର୍ଦ୍ଦେଶକ ଅମର କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ୱାର୍ଡ ଚ୍ୟାରିଟି ୱେଲଫେୟାର ତରଫରୁ ଶ୍ରେଷ୍ଠ ପ୍ରତିଭା ମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଖୋଲି ଭାହାର କରି ସେମାନଙ୍କୁ ଆଗକୁ ବଡିବାର ପ୍ରେରଣା ଦେବା ନିମନ୍ତେ ଏହି କାର୍ଯ୍ୟକ୍ରମର୍ ଆୟୋଜନ୍ କରାଯାଇଥାଏ। କଳାହାଣ୍ଡି ଜିଲ୍ଲାର ଯୁବ ପ୍ରତିଭା କ୍ଷୀରସିନ୍ଧୁ ଭୋଇଙ୍କର୍ ଏଭଳି ପୁରୁସ୍କାର ଲାଭ କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଇଆରବି ନବମ ବାଟାଲିୟାନ ଦ୍ୱାରା ୬୩ ତମ ଶହୀଦ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜାରିଙ୍ଗସ୍ଥିତ ନବମ ଆଇ ଆର ବି ବାଟାଲିଆନ ଦ୍ବାରା ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ୩ ଜଣ ଶହୀଦ ସମେତ ସାରା ଦେଶରେ ଶହୀଦ ହୋଇଥିବା ମୋଟ ୨୬୫ ଜଣ ଙ୍କୁ ଶହୀଦ ସ୍ତମ୍ଭ ନିକଟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା।

ଏହି ଅବସରରେ ନବମ ବାଟାଳିଆନ ର କମାଣ୍ଡାଣ୍ଟ ଅକ୍ଷୟ କୁମାର ନାୟକ OAPS ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଇନ୍ସପେକ୍ଟର ବିଜଯ କୁମାର ନନ୍ଦ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ପେରେଡ ରେ ଅଭିବାଦନ ଗ୍ରହଣ କରି ନବମ ବାଟାଳୀଆନ ସର୍ବଦା ଦେଶ ମାତୃକା ର ସେବା କରିବା ପାଇଁ ତତ୍ପର ଏବଂ ଉତ୍ସର୍ଗୀକୃତ ବୋଲି ପ୍ରକାଶ କରିଥିଲେ।

ଏହି ଅବସରରେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଜି ଉଦୟଗିରି ୨୦୦୬ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଆଇ ଆର ବି ତୃତୀୟ ବାଟାଳୀଆନ ସିପାହୀ ତନୁର୍ଜୟ ଦୁରିଆ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଶହିଦ ଙ୍କ ଧର୍ମପତ୍ନୀ ଙ୍କୁ ଉପଢୌକନ ଇତ୍ୟାଦି ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ଡେପୁଟି କମାଣ୍ଡାଣ୍ଟ ପାତାର ସୋରେଙ୍ଗ OAPS ଓ ସନ୍ତୋଷ ବିଶ୍ବାଳ OAPS ତଥା ଅଶିଷ୍ଟାଣ୍ଟ କମାଣ୍ଡାଣ୍ଟ କଲି ଚରଣ ମାଝି OAPS, ଶରତ କୁମାର ସୁନା OAPS ଓ ମହେନ୍ଦ୍ର ଭୋଇ OAPS ଙ୍କ ସମେତ ସମସ୍ତ ସୁବେଦାର, ସହକାରୀ ସୁବେଦାର ତଥା ସିପାହୀ ଙ୍କ ସମେତ ସ୍ଥାନୀୟ ଜଣା ପ୍ରତିନିଧି ତଥା ବୁଦ୍ଧିଜୀବି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ମହୁରି ପରିବାରର ଶାରଦୀୟ ମହାମିଳନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡିରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି’ ପରିବାରର ଏକ ଭେଟଘାଟ ପର୍ବ ମା’ ମାଣିକେଶ୍ୱରୀଙ୍କ ପୀଠରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି।

ଦୀର୍ଘ ୧୪ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘ମହୁରି’ ଏକ କବିତା ଆନ୍ଦୋଳନରୁ ଗତ ୨୦୦୭ ମସିହା, ମକର ସଂକ୍ରାନ୍ତିରେ ଭବାନୀପାଟଣାରେ ଜନ୍ମ ନେଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ବ୍ୟାପକ କରିବା ନିମନ୍ତେ ମହୁରିର ସଭାପତି ତଥା କବି ଭବାନୀଶଙ୍କର ନିଆଲ ଏକ କବିତା ପତ୍ରିକାର ପରିକଳ୍ପନା କରିଥିଲେ। ଉକ୍ତ କବିତା ପତ୍ରିକା ୨୦୦୮ ମସିହା ପୂଜା ସଂଖ୍ୟା ଭାବେ ଆତ୍ମପ୍ରକାଶ କଲା। ଏହି ପତ୍ରିକାର ସଂପାଦନା ଓ ପରିକଳ୍ପନା ଏତେ ସୁଦୃଢ଼ ଥିଲା ଯେ ଖ୍ୟାତନାମା କବି ଜୟନ୍ତ ମହାପାତ୍ରଙ୍କ ଶୁଭାଶିଷ ତଥା ଆର୍ଥିକ ସହଯୋଗ ପାଇ ପାରିଥିଲା।

ସେହିପରି ଓଡ଼ିଶାର ପୁରପଲ୍ଲୀରୁ ଶହଶହ କବି ଲେଖକଙ୍କ ପତ୍ରଜନିତ ଅନୁରୋଧ ପରେ ଏହାକୁ ଏକ ଷାଣମାସିକ ସାହିତ୍ୟ ପତ୍ରିକା ଭାବେ ଜାନୁଆରୀ ୨୦୦୯ରୁ ନିୟମିତ ଆତ୍ମ ପ୍ରକାଶ କରି ଆସୁଛି। ଏଥିରେ ସାହିତ୍ୟର ସମସ୍ତ ବିଭାଗକୁ ସନ୍ନିବେଶିତ କରାଯାଉଛି। ଏହି ପତ୍ରିକା ସହ କଳାହାଣ୍ଡିର ସମସ୍ତ ବୁଦ୍ଧିଜୀବୀ ଅଳ୍ପ ବହୁତେ ସଂଶ୍ଲିଷ୍ଟ। ସମସ୍ତଙ୍କର ଆନ୍ତରିକ ସହଯୋଗ ଫଳରେ କଳହାଣ୍ଡିରୁ ପ୍ରକାଶ ପାଉଥିବା ଏହି ସାହିତ୍ୟ ପତ୍ରିକାଟି ରାଜ୍ୟର ପ୍ରମୁଖ ସାହିତ୍ୟ ପତ୍ରିକା ଭାବେ ଗତ ଏକ ଦଶନ୍ଧି ଧରି ପରିଗଣିତ ହେଉଛି।

୨୦୨୨ ମସିହାର ଶାରଦୀୟ ବିଶେଷାଙ୍କ ମା’ ମାଣିକେଶ୍ୱରୀଙ୍କ ଠାରେ ସମର୍ପଣ କରିବା ଉଦ୍ଦେଶ୍ୟରେ ମହୁରି ପରିବାର ସଦସ୍ୟ ଗଣ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକତ୍ରତ ହୋଇଥିଲେ। ମହୁରିର ଉପଦେଷ୍ଟା ତଥା ଭବାନୀପାଟଣା ପୌରପାଳିକାର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀ ବଳୟ ଦେହୁରି, କବି ସକିତ ରତେ, କବି ଡ. ତପନ କୁମାର ରଥ, ବିରଂଚି ନାରାୟଣ ମୁଣ୍ଡ, ସଂହିତା ରଥ, ସଂଜୀବ ପଣ୍ଡା, ସୁଧିର ସାହୁ, ଅନୂସୟା ସାହୁ, ମଧୁସ୍ମିତା ବାଗ,ଜ୍ୟୋତ୍ସ୍ନାମୟୀ ନିଆଲ, ଆବର୍ତ୍ତୀ ନିଆଲ,ସଚିନ ଜୈନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ପରିବାରର ମୁଖ୍ୟ ଶ୍ରୀମତୀ ବେହେରା ମହୁରିକୁ ଅଧିକ ପାଠକ ପ୍ରିୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ସଂପାଦନା ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ କରିଥିଲେ ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ଓ ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ସୁକାନ୍ତ ସାହୁ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ଭକ୍ତଙ୍କୁ ସିଧା ସଳଖ ଦର୍ଶନ ଦେବା ସହିତ ମାନସିକ ପୂରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି। ବିଗତ ଦୁଇ ବର୍ଷ ହେବ ଭକ୍ତ ମାନେ ମାଆଙ୍କର ଛତର ଦର୍ଶନ କରିପାରୁ ନଥିଲେ, ଯାହାଫଳରେ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତ ମାନେ ମାଆ ଙ୍କର ଛତର ଦର୍ଶନ ପାଇଁ ରାତିସାରା ଉଜାଗର ରହି ଅପେକ୍ଷାରେ ଥିଲେ। ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ପରମ୍ପରା ଅନୁଯାୟୀ ଦଶହରା କୃଷ୍ଣ ଅଷ୍ଟମୀ ମୂଲା ଅଷ୍ଟମୀ ଦିନ ଅଭିଷିକ୍ତ ବ୍ରାହ୍ମଣ ମାନଙ୍କ ଦ୍ବାରା ମାଆଙ୍କର ମସ୍ତକ ସ୍ଥାପନ ହେବା ପର ଠାରୁ ଷୋଡଶ ଉପଚାର ପୂଜା ମାଧ୍ୟମରେ ଷୋହଳ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ମହାଷ୍ଟମୀ ମଧ୍ୟ ରାତ୍ରି ରେ ମାଆଙ୍କର ଭୈରବ ବୁଢ଼ାରାଜାଙ୍କ ପାଖରେ ମହାପଶୁ ବଳି ହେବା ପରେ ମାଆଙ୍କର ପ୍ରତ୍ୟକ ଛତର ମନ୍ଦିର ରୁ ବାହାରି ଉଗ୍ର ରୂପରେ ସହର ଉପକଣ୍ଠ ଜେନାଖାଲ ପାଖକୁ ଯାଇଥାନ୍ତି। ଏହି ଯାତ୍ରା ସମୟରେ ସ୍ଥାନୀୟ ଲୋକେ କେହି ଦର୍ଶନ କରିବା ବାରଣ ଥିଲେ ମଧ୍ୟ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ବହୁ ଦୂର ଦୁରାନ୍ତରୁ ଆସୁଥିବା ଲୋକେ ରାସ୍ତା ଘାଟରେ ଦର୍ଶନ କରି ଦେଉଥିବା ଦେଖାଯାଏ। ମା’ ମଣିକେଶ୍ଵରୀଙ୍କର ଛତର ଜେନା ଖାଲ ରେ ପହଞ୍ଚିବା ପରେ ସେଠାରେ ଗୁପ୍ତ ପୂଜା ସହିତ ବଳି ଭୋଗ ଦିଆଯିବା ପରେ ସୁର୍ଯ୍ୟ ଉଦୟ ହେବା ପୂର୍ବରୁ ଜେନଖାଲ ରୁ ମାଆଙ୍କ ଛତରକୁ ବ୍ରାହ୍ମଣ ସେବାୟତ ମାନେ ଧାରଣ କରି ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ବାହାରିଥାନ୍ତି। ଏହାକୁ ହିଁ ମା ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା କୁହାଯାଇଥାଏ।

ଏହି ଛତର ଯାତ୍ରା ସମୟରେ ମାନସିକ ଧାରି ମାନେ ମା’ଙ୍କ ଉଦ୍ଦେଶ୍ୟରେ ବଳି ଭୋଗ ଅର୍ପଣ କରିଥାନ୍ତି। ମା’ଙ୍କ ଉପରେ ଭକ୍ତ ମାନଙ୍କ ଅଗାଧ ବିଶ୍ବାସ ରହିଛି। ସବୁଠାରୁ ଭବାବେଗର ବିଷଯ ହେଲା ମାଆଙ୍କ ଛତର ମନ୍ଦିର ରୁ ବାହାରିବା ପରେ ମନ୍ଦିରରେ ପାରା ଛାଡି ଦିଆଯାଇଥାଏ, ସେହି ପାରା ସିଧା ଜେନା ଖାଳ କୁ ଯାଇ ସେଠାରୁ ଛତର ଉପରେ ବସି ମନ୍ଦିରକୁ ଫେରିଥାନ୍ତି। ଏତେ ଜନ ଗହଳି ବାଦ୍ୟ, କୋଳାହଳ, ହେଉଥିଲେ ମଧ୍ୟ ପାରା ଗୁଡିକ ଛତର ଉପରେ ହିଁ ବସି ରହିଥାନ୍ତି। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ଵରୀଙ୍କର କିମ୍ବଦନ୍ତୀ ଅନନ୍ୟ, ପରମ୍ପରା ମଧ୍ୟ ଅନନ୍ୟ। ମା’ ଙ୍କର ଛତର ମନ୍ଦିରକୁଫେରିବା ପରେ ରାଜା ସମ୍ମାନର ସହ ବନ୍ଦାପନା କରି ମନ୍ଦିରକୁ ପାଛୋଟି ନେବାର ପରମ୍ପରା ରହିଛି। ପରଦିନ ଲାଖ ମରା ପଡ଼ିଆକୁ ଛତର ବିଜେ କରିଥାନ୍ତି ଏବଂ ସେଠାରେ ଲାଖ ମରା ପ୍ରତିଯୋଗିତା ହୋଇଥାଏ ଓ ବିଜୟୀଙ୍କୁ ରାଜା ଘର ପକ୍ଷରୁ ସମ୍ମାନିତ କରାଯାଇଥାଏ। ଭକ୍ତ ବତ୍ସଲା ମାଆ ମାନିକେଶ୍ଵରୀଙ୍କ ପକ୍ଷରୁ କେବେ କେହି ଖାଲି ହାତରେ ଫେରି ନାହି ବୋଲି ଭକ୍ତ ମାନକର ବିଶ୍ବାସ ରହିଛି ଚଳିତ ବର୍ଷ ଛତର ଯାତ୍ରା ସରଖୁରୁରେ ପାଳନ ହୋଇଯାଇଛି।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକ୍ୟ ଦେବୀ ମା’ ମଣିକେଶ୍ଵରୀଙ୍କ ଆଉ ଏକ ଅଂଶ ବିଶେଷ ଥୁଆମୂଳ ରାମପୁର ଠାରେ ପୂଜିତ ହେଉଥିବା ବେଳେ ସେଠାରେ ମଧ୍ୟ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Categories
ଆଞ୍ଚଳିକ

ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଏମ ରାମପୁର ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ,କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଏମ ରାମପୁର ବ୍ଲକ ଅଧ୍ୟକ୍ଷ ମନ୍ଦାକିନୀ ସିଂଦେଓ, ବି ଡି ଓ ବିନୟ କୁମାର ଭୋଇଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୬୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୫ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଏମ ରାମପୁର ବ୍ଲକର ଦୁଟା ଗ୍ରାମର ମୁରଲିଧର ସାହୁ ଙ୍କ ମା ଙ୍କ କାନ୍ଥ ପଡ଼ି ମୃତ୍ୟୁ ସହାୟତା ବାବଦକୁ ୧୦୦୦୦ ଟଙ୍କା ଏବଂ ଗୌଡ କର୍ଲାଖୁଣ୍ଟା ଗ୍ରାମର ଗୋଲାପି ଭୋଇ ଙ୍କୁ ତାଙ୍କ ଝିଅର ଚିକିତ୍ସା ସହାୟତା ବାବଦକୁ ୧୦୦୦୦ ଟଙ୍କା ରେଡକ୍ରସ ପାଣ୍ଠିରୁ ଅନୁମୋଦନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡିର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା କେବେ ପ୍ରଭାବିତ ହୋଇନାହିଁ- କଳାହାଣ୍ଡି ବିକାଶ ପରିଷଦ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡିର ଧର୍ମ, କଳା, ସଂସ୍କୃତି ଅନନ୍ୟ ଓ ସ୍ବତନ୍ତ୍ର। ଏଠାକାର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା ଅନ୍ୟ ଠାରୁ ପ୍ରଭାବିତ ହୋଇନାହିଁ। ପ୍ରସ୍ତର ଯୁଗରୁ କଳାହାଣ୍ଡିର ବିକାଶ ହୋଇଥିବା ଏବଂ ଏଠାରେ ଏକ ଅସ୍ତ୍ର ଶସ୍ତ୍ର କାରଖାନା ଥିବା ଐତିହାସିକ ସ୍ଥଳ ରେ ହୋଇଥିବା ଖନନସ୍ଥଳ ରୁ ମିଳିଥିବା ତଥ୍ୟ ରୁ ଜଣାପଡେ। ଏହି ଅଞ୍ଚଳ ର ମଣିଷ ଯାହା କରିପାରିଲା ତାକୁ ବିଜ୍ଞାନ ର ଆଖ୍ୟା ଦେଲା ଏବଂ ଯାହା କରିପାରିଲା ନାହିଁ ତାକୁ ଦୈବୀ ଶକ୍ତି ବୋଲି କହିଲା। ଯେଉଁ ସବୁ କରିପାରିଲା ସେସବୁ ଯେପରି ପରପିଢୀ ଜାଣିପାରିବେ ସେଥିପାଇଁ ବିଭିନ୍ନ ପଥର ଖୋଦେଇ କରି ଚିତ୍ର ଆଙ୍କୁ ଥିଲା।

ଗୁଡାହାଣ୍ଡି, ଦେବଗିରି, ଗୁରୁ ଡଙ୍ଗରି, ଯୋଗୀମଠ ଆଦି ସ୍ଥାନର ପଥର ଖୋଦେଇ ଚିତ୍ର ଏହାର ପ୍ରମାଣ। ମୋହନଗିରି, ଅମାଠ, ବେଳଖଣ୍ଡି, ମାରାଗୁଡା, ବୁଧିକୋମନା, ଗୁଡହାଣ୍ଡି ଆଦି ସ୍ଥାନର ଭଗ୍ନାଂଶ, ପ୍ରାଚୀନ ନଗର ଜୁନାଗଡ଼ରେ ଥିବା ଗଡଖାଇ ମଧ୍ୟରେ ବସତି ସ୍ଥାପନ, ସାପଗରଣ୍ଡା ତଥା ଜୋଙ୍କ ନଦୀ ପାର୍ଶ୍ବରେ ବଡ ଶିବ ଲିଙ୍ଗ, ଅବିଭକ୍ତ କଳାହାଣ୍ଡି ଜିଲ୍ଲାସାରା ଅନେକ ମଠ ମନ୍ଦିର ମାନଙ୍କରେ ନିର୍ମାଣ ଶୈଳୀ କଳାହାଣ୍ଡିର ଶିଳ୍ପୀ ମାନଙ୍କ ନିର୍ମାଣ କୌଶଳ ଉଚ୍ଚ କୋଟିର ଥିବାର ସ୍ପଷ୍ଟ ପ୍ରମାଣ ମିଳେ।

ଏପରିକି ଛୋରିଆଗଡ, ଜୁନାଗଡ, ମାଣିକ ଗଡ, ଅସୁରଗଡ, କୋମାନଗଡ ଠାରେ ମଧ୍ୟ ଆମ ଐତିହ୍ୟ ପରିଦୃଶ୍ୟ ହୁଏ । ସ୍ଥାନ ନ ଥିଲେ ଇତିହାସ ଲେଖି ହେବ ନାହି। ଇତିହାସ ସହ ଭୂଗୋଳ ର ସମ୍ପର୍କ ରହିଛି। ଭୌଗୋଳିକ ସ୍ଥିତି ଉପରେ ସଂସ୍କୃତି ଓ ବିକାଶ ନିର୍ଭର କରେ। କଳାହାଣ୍ଡିର ସଂସ୍କୃତି ଆଦିମ ସଂସ୍କୃତି ଯାହାକି ଆଦିବାସୀ ସଂସ୍କୃତି ନାମରେ ପରିଚିତ। ୧୮୫୩ ପୂର୍ବରୁ କଳାହାଣ୍ଡି ରାଜ ପରିବାର ରେ ଆଦିବାସୀ କନ୍ୟା କୁ ବିବାହ କରି ବୋହୂ କରି ଥିବାବେଳେ ୧୭୭୫ ପୂର୍ବରୁ ଖରିଆର ରାଜ ପରିବାର ର କନ୍ୟାକୁ ଜଣେ ଗଣ୍ଡ ସମ୍ପ୍ରଦାୟ ର ବ୍ୟକ୍ତିକୁ ବିବାହ କରାଇଥିଲେ।

ଏଥିରୁ ବୁଝାପଡ଼େ ଯେ, କଳାହାଣ୍ଡିର ସଂସ୍କୃତି ଓ ପରମ୍ପରା କେବେ କାହା ଦ୍ବାରା ପ୍ରଭାବିତ ହୋଇନାହିଁ। ବରଂ ଏଠାକୁ ଯିଏ ଆସିଛି ସିଏ ପ୍ରଭାବିତ ହୋଇଛି ବୋଲି କଳାହାଣ୍ଡି ବିକାଶ ପରିଷଦ ଦ୍ବାରା ଧର୍ମଗଡ ଠାରେ ଅଯୋଜିତ ଅବିଭକ୍ତ କଳାହାଣ୍ଡିର ସଂସ୍କୃତି ର ସୁରକ୍ଷା ରେ ଲେଖକ ଓ କଳାକାରଙ୍କର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ଯୋଗ ଦେଇ ଐତିହାସିକ ଫଣିନ୍ଦମ ଦେଓ ପ୍ରକାଶ କରିଥିଲେ।

ଲୋକଙ୍କ ଜୀବନଧାରା ଓ ଦୃଷ୍ଟିଭାଙ୍ଗିର ପ୍ରଥା ହେଉଛି ଲୋକ ନାଚ, ଲୋକ କଥା, ଲୋକ ଗୀତ,ଲୋକ ସଂସ୍କୃତି, ଗାଁ ଗହଳିରେ ଗଢି ଉଠିଥିବା ଦେବାଦେବୀ ଗୁଡ଼ି, ମନ୍ଦିର ତଥା ଗ୍ରାମ୍ୟ ସାହିତ୍ୟ ,ଯାହାକି କଳାହାଣ୍ଡିର ପରିବେଶ ଓ ପରିପାର୍ଶ୍ବ ରେ ସୁଦୃଢ ହୋଇଛି। ଏଣୁ କଳାହାଣ୍ଡିର କଳା ସଂସ୍କୃତିକୁ ବୁଝିବାକୁ ହେଲେ ଏ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିସ୍ଫୁଟନଶୀଳତାକୁ ବିଶ୍ଳେଷଣ କରିବା ଗୁରୁତ୍ବପୂର୍ଣ୍ଣ। ଯେଉଁ ଅଞ୍ଚଳର ଲିଖିତ ଇଟିହାସ ନାହି ସେହି ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନଧାରା ଯେପରି ଲିଖିତ ଭାବେ ଇତିହାସରେ ସ୍ଥାନ ପାଏ ସେଥିପ୍ରତି ଲେଖକ, ଐତିହାସିକ, କଳାକାର ମାନେ ସଜାଗ ହେବା ଉଚିତ ବୋଲି ଆଲୋଚନକ୍ରମରେ ଶ୍ରୀ ସିଂ ଦେଓ ପ୍ରକାଶ କରିଥିଲେ ଏବଂ ସେଥିପ୍ରତି ଗୁରୁତ୍ବ ଦେଇ ଏହାର ସୁରକ୍ଷା ପାଇଁ ଆଗେଇ ଆସିଥିବାରୁ କଳାହାଣ୍ଡି ବିକାଶ ପରିଷଦ କୁ ସାଧୁବାଦ ଜଣାଇଥିଲେ।

କଳାହାଣ୍ଡିର କଳା ଓ ସଂସ୍କୃତି କେବଳ ନିଜ ଅଞ୍ଚଳର ପରିପ୍ରକାଶ ନୁହେଁ ବରଂ ମହାନ ଧରୋହର ଏବଂ ଜାତୀୟ ସଂସ୍ମୃତି, ପରମ୍ପରା ଓ ଅର୍ଥନୈତିକ ଉତ୍ସ ଏବଂ ପରସ୍ପର ପରିପୂରକ। କଳାହାଣ୍ଡିର କଳା ସଂସ୍କୃତି ବିକାଶ ପ୍ରସ୍ତର ଯୁଗର ଅବଶେଷର ଅନ୍ବେଷଣ ଓ ଅଧ୍ୟୟନ ଦ୍ବାରା ଚିହ୍ନଟ ହୋଇଛି। ତେଲ ନଦୀ ତଟରେ ଥିବା ଛିଲପା, ଯୋଙ୍କ ନଦୀ ତତ୍ର ମାରାଗୁଡା ଠାରେ ପ୍ରସ୍ତର ଯୁଗର ହାତ ହତିଆର ତିଆରି ହେଉଥିବାର ସୂଚନା ମିଳିଛି। ଗୁଡାହାଣ୍ଡି, ଯୋଗୀମଠ, ଗୁରୁଡଙ୍ଗର,ର ପ୍ରାକୃତିକ ପଥର ଗୁମ୍ଫା ମାନଙ୍କ ରେ ପ୍ରାକ ଐତିହାସିକ ଆକର୍ଷଣୀୟ ଅଙ୍କିତ ଚାବି, ବିବିଧ ରଙ୍ଗର ବ୍ୟବହାର ପ୍ରସ୍ତର ଯୁଗର ସୃଜନଶୀଳ ପରିପ୍ରକାଶ ର ମୂଳ ସାକ୍ଷୀ। ଏତେ ସବୁ ସମୃଦ୍ଧ ରେ ଭରପୁର ଥିବା କଳାହାଣ୍ଡି ଆଜି ବିଶ୍ବ ଦରବାରରେ କଙ୍କାଳ ରୂପରେ ଚିତ୍ରଣ କରାଯାଉଛି। ଯାହାକି କଳାହାଣ୍ଡି ଜନ ମାନସ ରେ ନିନ୍ଦନୀୟ ହେବା ଉଚିତ୍।

ଏସବୁର ସତ୍ୟତାକୁ ଉପସ୍ଥାପନା କରିବାକୁ ଆଜି ଏଭଳି କର୍ମଶାଳାର ଆୟୋଜନ କରି ଏହାକୁ ଲୋକଭିମୁଖୀ କରିବାର ପ୍ରଯତ୍ନ କରାଯାଇଥିବାର କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ଡ; ସୁନିତି ମୁଣ୍ଡ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରକାଶ କରିଥିଲେ। ସ୍ଥାନୀୟ ପଂଚାୟତ କଲେଜର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ, ଅଧ୍ୟାପକ ଲିଙ୍ଗରାଜ ପତ୍ର, ନିର୍ମଳ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବହୁ ଲେଖକ, ସାହିତ୍ୟିକ, ଲୋକ କବି, କଳାକାର ଏହି କାର୍ଯ୍ଯ କ୍ରମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି ଥୁ -ରାମପୁର ଠାରେ ଭୈରବ ଦେବଙ୍କ ଅପୂର୍ବ ଝାମୁ ଯାତ୍ରା ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଛି। ଆଦିବାସୀମାନଙ୍କ ଶୈବ ଅରାଧାନର ଏହା ହେଉଛି ଏକ ଅନନ୍ୟ ପୀଠ। ଶିବଙ୍କର ସାତଟି ରୂପ ମଧ୍ୟରୁ ଅଗ୍ନି ଭୈରବ ଅନ୍ୟତମ। ଏହି ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି।

ଏହି ଝାମୁ ଯାତ୍ରା ରେ କାଳିଶି ଦେହରେ ଅଗ୍ନି ଭୈରବ ଲାଗି କଞ୍ଚା ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା ସହ କଣ୍ଟା ଦୋଳିରେ ଝୁଲି ସାରିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥାଏ। ଚଳିତ ବର୍ଷ ଯୁବକଳାଲ ପରିଚ୍ଛାଙ୍କ ଦେହରେ ଭୈରବ ଦେବ ପ୍ରବେଶ କରି ଅଗ୍ନି ପରୀକ୍ଷା ଦେଇଥିଲେ। ସେହିପରି ଶରତ ଚନ୍ଦ୍ର ପୂଝାlରୀଙ୍କ ଦେହରେ ମା ମlଣିକେଶ୍ୱରୀ କlଳିସୀ ରୂପରେ ପ୍ରବେଶ କରିଥିଲେ। ଥୁଅlମୁଳ ରାମପୁରର ଝାମୁଯାତ୍ରା ବହୁ ପ୍ରାଚୀନ।

ତତ୍କାଳୀନ ଥୁଅlମୁଳ ରାମପୁର ରାଜା ରାମଚନ୍ଦ୍ରଦେଵ ୧୮୯୧ ମସିହାରେ ଲାଞ୍ଜିଗଡରୁ ଭୈରବଦେବଙ୍କୁ ଆଣି ରାମପୁର ଠାରେ ସ୍ଥାପନ କରିବା ପରେ ଏହି ଯାତ୍ରା ଆହୁରି ଜାକ ଯମକରେ ପାଳନ କରାଯାଉଥିବା ଗବେଷକ ଯାନେ ମତବ୍ୟକ୍ତ କରିଥିବା ବେଳେ ଏହି ଯାତ୍ରର ଅନେକ କିମ୍ବଦନ୍ତୀ ଓ ଜନଶ୍ରୁତି ରହିଛି।

ଚଳିତ ବର୍ଷ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଏହି ଯାତ୍ରା ପାଳନ କରାଯାଇଛି। ଥୁଅlମୁଳ ରାମପୁର ପୀଠର ଏକ ସ୍ୱତନ୍ତ୍ରତା ରହିଛି। ଏଠାରେ ଝାମୁଯାତ୍ରା ସମ୍ପନ୍ନ ହେବାପରେ ନିକଟସ୍ଥ ଅନ୍ୟାନ୍ୟ ପୀଠ ମାନଙ୍କରେ ପୂଜା ପାର୍ବଣ କରାଯାଏ। ପ୍ରକୃତି ଏବଂ ମଣିଷ ଓ କୃଷି ସହିତ ଏହି ପର୍ବର ରହିଛି ଘନିଷ୍ଠ ସମ୍ପର୍କ। ତେଣୁ ଏହା କେବଳ ଆଦିବାସୀ ମାନଙ୍କ ମଧ୍ୟରେ ସୀମିତ ନ ରହି ଏହି ପର୍ବକୁ ସମସ୍ତ ଅଞ୍ଚଳବାସୀ ପାଳନ କରୁଥିବା ଦେଖା ଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିର ବିକାଶରେ ସାମ୍ବାଦିକତା ସହଯୋଗୀ ହେବା ଉଚିତ: ଆଇଆଇଏମସି ନିର୍ଦ୍ଦେଶକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜନ ସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବା ସହିତ ସାମାଜିକ, ଅର୍ଥନୈତିକ, ବୌଦ୍ଧିକ, ଶୈକ୍ଷିକ, ସାଂସ୍କୃତିକ ତଥା ସାମୁହିକ ବିକାଶ ଦିଗରେ ଏବଂ ସେସବୁର ସଂରକ୍ଷଣ ଦିଗରେ ଉଭୟ ଜନସାଧାରଣ ଓ ପ୍ରଶାସନିକ କଳକୁ ଦିଗ ଦର୍ଶନ ପ୍ରଦାନ କରିବାରେ ଗଣମାଧ୍ୟମ ଦୃଷ୍ଟି ଦେବା ଉଚିତ ବୋଲି ବକ୍ତା ମାନେ ପ୍ରକାଶ କରିଛନ୍ତି। କଳାହାଣ୍ଡି ବିକାଶ ପରିଷଦ ତରଫରୁ ସାମ୍ବାଦିକ ମାନଙ୍କୁ ନେଇ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ଢେଙ୍କାନାଳ ସ୍ଥିତ ଆଇଆଇଏମସି ର ନିର୍ଦ୍ଦେଶକ ମୃଣାଳ ଚାଟର୍ଜି ଏବଂ କଳାହାଣ୍ଡିର ବରପୁତ୍ର ପୂର୍ବତନ ମନ୍ତ୍ରୀ ତଥା ଗାଳ୍ପିକ ସାହିତ୍ୟିକ ରାସ ବିହାରୀ ବେହେରା ଏବଂ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ପ୍ରମୁଖ ଆତିଥ୍ୟ ଭାବେ ଯୋଗ ଦେଇ ମତ ପ୍ରକାଶ କରିଥିଲେ।

ତୃଣମୂଳ ସ୍ତରରେ ସ୍ଥିତି ଓ ସୁଯୋଗ ର ସନ୍ଧାନ କରି ସାମ୍ବାଦିକତା ହିଁ ସମାଜକୁ ବିକାଶ ପଥରେ ଆଗେଇ ନେଇପାରେ। ସରକାରଙ୍କ ନୀତି ଓ ଯୋଜନା ସମ୍ପର୍କରେ ଜନସାଧରଣଂକୁ ଜଣାଇବା ସହିତ ତୃଣାମୂଳ ସ୍ତରର ଆବଶ୍ୟକ ଅନୁଯାୟୀ ଉପସ୍ଥାପନା କରି କେବଳ ସାମ୍ବାଦିକତା ହିଁ ଯୋଗସୂତ୍ର ଭାବେ କରଜ୍ୟ କରିପାରେ। ସେଥିପାଇଁ ସାମ୍ବାଦିକ ମାନେ ଉନ୍ନୟନ ମୁଖ୍ୟ ହେବାର ଆବଶ୍ୟକତା ରହିଛି ବୋଲି ଢେଙ୍କାନାଳ ସ୍ଥିତ ଆଇ ଆଇ ଏମ ସି ର ନିର୍ଦେଶକ ଡ: ମୃଣାଳ ଚାଟର୍ଜି କହିଛନ୍ତି। କଳାହାଣ୍ଡି ବିକାଶ ପରିଷଦ ତରଫରୁ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଆଲୋଚନାର ସାରାଂଶ ଉପସ୍ଥାପନ କରିଥିଲେ।

ଏଥିରେ ଅବସରପ୍ରପ୍ତ ପ୍ରାଧ୍ୟାପକ ଅଜୟ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା, ଦେବେନ୍ଦ୍ର ବିଷୟ, ରାଜକୁମାର ସିଂହଦେଓ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଏହାପରେ ପ୍ରଶ୍ନୋତ୍ତର କରଜୟକ୍ରମ ରେ ସମଗ୍ର ଜିଲ୍ଲାର ଉପସ୍ଥିତ ବହୁ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ। କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ସୁନିତି ମୁଣ୍ଡ ସ୍ବାଗତ କରିବା ସହିତ କରଜୟକ୍ରମ ପରିଚାଳନା କରିଥିଲେ। ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବହୁ ସାମ୍ବାଦିକ ତଥା ବୁଦ୍ଧି ଜୀବି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ବଂଚିଛି ପରିବେଶ ଅନୁକୂଳ ଚାଷ, ଆଲୋଚନା ଚକ୍ରରେ ଅତିଥିମାନଙ୍କ ମତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ପ୍ରକୃତି କଳାହାଣ୍ଡିକୁ ଆମପ ସମ୍ପଦ ଅଜାଡି ଦେଇଛି, କଳାହାଣ୍ଡି ଜିଲ୍ଲା ରତ୍ନଗର୍ଭା।  କଳାହାଣ୍ଡିର ଚାଷୀ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ପାରିଛି ବୋଲି “କଳାହାଣ୍ଡି କୃଷି ର ବିକାଶ ରେ କୃଷକ ର ଭୂମିକା” ଆଲୋଚନାରେ ଭାଗନେଇ ବିଶିଷ୍ଟ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ସ୍ଵନାମମଧାନ୍ୟ ଲେଖିକା, ସମ୍ପାଦିକା, ସଙ୍ଗଠିକା ତଥା ସମାଜସେବୀ ସୁନିତି ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ବିକାଶ ପରିଷଦ ଆନୁକୂଲ୍ୟରେ ଜୁନାଗଡସ୍ଥିତ ଟାଉନହଳ ଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭାଗନେଇ ବିଶିଷ୍ଟ ସ୍ତମ୍ଭକାର ତଥା କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ କଳାହାଣ୍ଡି ବାସ୍ତବରେ ରତ୍ନଗର୍ଭା ଓ ଏହାର ମୃତ୍ତିକାରେ ଧାନ ଚାଷ ଯେପରି ସଫଳ ହୋଇପାରିଛି ସେହିପରି ଚିନାବାଦାମ, କପା, ଆଖୁ, ମକା, ମାଣ୍ଡିଆ ଭଳି ଅର୍ଥକାରୀ ଫସଲ ଉତ୍ପାଦିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡିର ବାସନା ଚାଉଳ ର ଚାହିଦା ଓଡ଼ିଶା ତଥା ଦେଶ ବିଦେଶରେ ମଧ୍ୟ ରହିଛି। ଚାଷୀ ତାର ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟା କରିପାରିଲେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ପାଇପାରିବ। ସେହିପରି କପାକୁ ନେଇ ଜିନିଙ୍ଗ ମିଲ ଆଦି ସ୍ଥାପନ କରାଗଲେ ଚାଷୀ ଉଚିତ ମୂଲ୍ୟ ପାଇ ପାରିବା ସହିତ ବେକାରୀ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିବ। ସ୍ଵତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନ କରାଗଲେ ସ୍ଥାନୀୟ ଚାଷୀ ଅଧିକ ଉପକୃତ ହୋଇପାରିବେ ବୋଲି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ।

ଏହି ଆଲୋଚନାରେ ଭାଗନେଇ କଳାହାଣ୍ଡିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସମାଜସେବୀ ତଥା ଗବେଷକ ଜଗଦୀଶ ପ୍ରଧାନ ନିଜ ବକ୍ତବ୍ୟରେ କଳାହାଣ୍ଡିର ସଭ୍ୟତା ଓ କୃଷି ପରମ୍ପରା ଅତି ପ୍ରାଚୀନ ଏବଂ ଚତୁର୍ଥ –ପଞ୍ଚମ ଶତାବ୍ଦୀ ରେ ନିର୍ମିତ ବିଭିନ୍ନ ଜଳ ଭଣ୍ଡାର ତଥା ସାଗର ଏବଂ ପରବର୍ତ୍ତୀ ସମୟରେ ନିର୍ମିତ ଶିବ ମନ୍ଦିର ଓ ସେସବୁର ଚାରିପଟେ ବିକଶିତ କୃଷି ବ୍ୟବସ୍ଥା କଳାହାଣ୍ଡିର କୃଷି ଐତିହ୍ୟ ର ପ୍ରମାଣ ଦେଉଛି ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅବିଭକ୍ତ କୋରାପୁଟ ଜିଲ୍ଲା ହିଁ ଧାନର ଉତ୍ପତି ସ୍ଥଳ ବୋଲି ବୈଜ୍ଞାନିକ ମାନେ ପ୍ରମାଣିତ କରିସାରିଥିବା ବେଳେ କଳାହାଣ୍ଡିର ଚାଷୀ ଜୈବ ବିବିଧତା ଏବଂ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ରଖିଆସିଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। କଳାହାଣ୍ଡିର ଚାଷୀ ଙ୍କ ପାରମ୍ପରିକ ତଥା ଉନ୍ନତମାନର ଚାଷ କୌଶଳ ଯୋଗୁଁ ବିଭିନ୍ନ କିସମର ବାସନା ଧାନ ଏବଂ ବିଭିନ୍ନ ଗୁଣ ମାନର ଧାନ , ଡାଲି ଜାତୀୟ ଓ ତୈଳବୀଜ ଫସଲ ଆଦି ବିକଶିତ ହୋଇ ପାରିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ସରକାରୀ ତଥ୍ୟ ଅନୁସାରେ ୧୯୩୮ ରୁ ୧୯୪୮ ମଧ୍ୟରେ ଚାରି ଥର ଅନାବୃଷ୍ଟି ଜନିତ ମରୁଡି ହୋଇଥିଲେ ହେଁ ବର୍ଷକର ଖାଦ୍ୟ ଶସ୍ୟ ସାଇତି ରଖିବା ପରମ୍ପରା ଯୋଗୁଁ ମରୁଡି ସମୟରେ ମଧ୍ୟ ଖାଦ୍ୟଭାବ ଦେଖା ଦେଇନଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଓ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ହେବାପରେ ଅତୀତରେ ଉଦେଶ୍ୟ ପ୍ରଣୋଦିତ କିମ୍ବା ଅଜ୍ଞତା ରେ ପ୍ରଚାରିତ ହୋଇଥିବା ଭୋକର ଭୂଗୋଳ ବୋଲି କଳାହାଣ୍ଡିକୁ ଚିତ୍ରଣ କରାଯାଉଥିବା ବିଷୟକୁ ଭୁଲ ପ୍ରମାଣିତ କରିଥିବା ସ୍ପଷ୍ଟ ଜଣାପଡ଼ିଛି।

ଅଶି ଦଶକରେ ଦୁର୍ଭିକ୍ଷ ସମୟରେ ଏସିଆରେ ସଂଗୃହୀତ ଧାନ ମଧ୍ୟରୁ ଏକ ତୃତୀୟାଂଶ ଧାନ କଳାହାଣ୍ଡିରୁ ସଂଗୃହୀତ ହୋଇଥିବା ପ୍ରକାଶ।

ସ୍ଥାନୀୟ ଉଦ୍ୟୋଗପତି ତଥା ଚାଷୀ ଜନାର୍ଦନ ପଣ୍ଡା ଚାଷ ଉପରେ ଅନେକ ଉପାଦେୟ ଏବଂ ଅନୁଭୂତି ତଥ୍ୟ ଉପସ୍ଥାପନା କରିଥିଲେ। ବର୍ତ୍ତମାନର ବ୍ୟବସ୍ଥା ଯୋଗୁଁ ହିଁ ଚାଷୀ ଅନେକ ହଇରାଣ ହରକତ ହେଉଥିବା ପ୍ରକାଶ କରିଥିଲେ। ଆଲୋଚନାରେ ସ୍ଥାନୀୟ ଚାଷୀ ତଥା ସଂଗଠକ ବିରଞ୍ଚି ପଣ୍ଡା ବର୍ତମାନର ବ୍ୟବସ୍ଥା ଯୋଗୁଁ ଚାଷୀ ର ଉନ୍ନତି ହୋଇପାରୁନ ଥିବା ଏବଂ ପ୍ରତିନିଧି ମାନେ ଅଣଦେଖା କରୁଥିବା ବିଷୟ ପ୍ରକାଶ କରିଥିଲେ। ବରିଷ୍ଠ ଚାଷୀ ଗଙ୍ଗାଧର ବେଶରା ଓ ରଞ୍ଜିତ ପଣ୍ଡା ଗୋପାଳନ ମାଧ୍ୟମରେ କୃଷକ ମାନଙ୍କ ଦ୍ବାରା ଜୈବ ବିବିଧତା ପାଳନ ହେବ ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ କୃଷକ ମାନଙ୍କ ବିକାଶ ପାଇଁ କୌଣସି ବ୍ୟବସ୍ଥା ନଥିବା ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ। ସ୍ଥାନୀଯ ଚାଷୀ ରଶ୍ମୀ ରଞ୍ଜନ ନାୟକ, ଅଖିଳ ମେହେର ଆଲୋଚନାରେ ଅଂଶ ଗ୍ରହଣ କରି ଚାଷୀ ମାନମକ ବିଭିନ୍ନ ସମସ୍ଯା ଉପରେ ଆଲୋକପାତ କରିଥିଲେ। ଚାଷୀ ଶସ୍ୟ ଉତ୍ପାଦନ ପାଇଁ ପରିଶ୍ରମ କରିଥାଏ ସେତିକି ଲାଭ ପାଇ ପାରୁ ନ ଥିବା ଚାଷୀର ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାର ନିର୍ଦ୍ଧାରଣ କରୁଥିବା ହେତୁ ଚାଷୀ ସର୍ବଦା କ୍ଷତି ଶୁଥିବା ବିଷୟ ସ୍ଥାନୀୟ ଚାଷୀ ତଥା ସଂଗଠକ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରକାଶ କରିଥିଲେ।

ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ପଣ୍ଡା ଚାଷୀ ମାନ ଙ୍କ ପ୍ରମୁଖ୍ୟ ସମସ୍ୟା ସବୁର ଉପସ୍ଥାପନ କରିଥିବା ବେଳେ ଚାଷୀ ସଂଗଠିତ ହୋଇପାରୁ ନ ଥିବା ହେତୁ ସେଭଳି ଅସୁବିଧା ଓ ସରକାରୀ ଅନଦେଖା ର ଶିକାର ହେଉଥିବା ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ଚାଷୀ ର ଆୟ କମୁଥିବା ବେଳେ ସ୍ବାଭିମାନି ଚାଷୀ ସମ୍ମାନର ସହ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡିଥାଏ ଏବଂ କୃଷିକୁ ଆଗାମୀ ଦିନରେ କୃଷି ଉଦ୍ୟୋଗ ରେ ପରିଣତ କଲେ ଯାଇ ଚାଷୀର ଆୟ ବୃଦ୍ଧି ହୋଇପାରିବ ଏବଂ ଚାଷୀ ହୀନ ମାନ୍ୟତା ରୁ ରକ୍ଷା ପାଇ ପାରିବ ବୋଲି ଶ୍ରୀ ପଣ୍ଡା ମତ ବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ଅଙ୍ଗୁର ପେନ୍ଥା ରେ ଥିବା ଅଙ୍ଗୁର ହୀନ ମୁଲ୍ୟବାନ ହୋଇଥିବା ବେଳେ ଝଡ଼ିଥିବା ଅଙ୍ଗୁରର ମୂଲ୍ୟ ହୀନ ହୟଯାଉଥିବା ବିଷୟ ପ୍ରକାଶ କରି ଚାଷୀ ନିଜ ସମସ୍ଯା ର ସମାଧାନ ପାଇ ଏବଂ ଉପଯୁକ୍ତ ବ୍ୟବସ୍ଥା ପାଇଁ ମତାମତ ଦେବାର ଯୋଜନା କରିବା ପାଇଁ ଏକଜୁଟ ହେବାକୁ ଶ୍ରୀ ପଣ୍ଡା ଆହ୍ବାନ ଜଣାଇଥିଲେ।

ପ୍ରାରମ୍ଭରେ ଆଲୋଚନା ଚକ୍ରର ସୂଚନା ପ୍ରଦାନ କରି କଳାହାଣ୍ଡିର ସର୍ବାଙ୍ଗୀନ ଉନ୍ନତି କରିବାର ସଂକଳ୍ପ ନେଇ କଳାହାଣ୍ଡି ବିକାଶ ପରିଷଦ ଗଠିତ ହୋଇଥିବା ବିଷୟ ଅଧ୍ୟକ୍ଷା ଡଃ ସୁନିତି ମୁଣ୍ଡ ପ୍ରକାଶ କରିଥିଲେ। କଳାହାଣ୍ଡି ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଏବଂ ଏଠାକାର ଅଧିବାସୀ କୃଷି ଉପରେ ଅଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହାର ଶୁଷ୍କ ବତାବରଣରେ ଚାଷୀ କିପରି ଅଧିକ ଉତ୍ପାଦନ କରିପାରିବେ ଏବଂ ନିଜ ଜୀବନ୍ଧରର ମନକୁ ସମୃଦ୍ଧ କରିପାରିବେ ସେ ନେଇ କଳାହାଣ୍ଡି ବିକାଶ ପରିଷଦ ଏଭଳି ଏକ ଆଲୋଚନାର ଆୟୋଜନ କରିଛି ବୋଲି ଡଃ ମୁଣ୍ଡ ପ୍ରକାଶ କରିଥିଲେ। ସ୍ଥାନୀୟ ବରିଷ୍ଠ ଚାଷୀ ତଥା ସମାଜ ସେବି ଦେବଦତ୍ତ ପଣ୍ଡା ଏବଂ ଶିବରମ ରାଉତ ସହଯୋଗ କରିଥିବା ବେଳେ ଶତାଧିକ ଚାଷୀ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଜୁନାଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଧର୍ମଗଡ ସଚିନ ପାୱାର ପ୍ରକାଶ, ସି ଡ଼ି ଏମ୍ ଓ ଡ ରଞ୍ଜନ ମିତ୍ର, ଧର୍ମଗଡ ଏସ ଡି ପି ଓ ଫିରୋଜ ଚୋପ ଦାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର, ବି ଡି ଓ ଦୁଲାରାମ ମାରାଣ୍ଡି ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୧୬୩ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୪୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୨ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କର୍ଲାମୁଣ୍ଡାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସୋମବାର ଦିନ କର୍ଲାମୁଣ୍ଡା ପଞ୍ଚାୟତ ସମିତି ସଭା ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ, ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ଅଧିକାରୀଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ୍ ୨୨୭ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୦୧ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୨୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୩୮ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନବଗଠିତ କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷରୁ ଆଲୋଚନା ଚକ୍ର ଆୟୋଜିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ନବଗଠିତ କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷ ରୁ କଳାହାଣ୍ଡି ର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଳ, ଜଙ୍ଗଲ, ତଥା ଖଣ୍ଡୁଆଲ ମାଳି ପର୍ବତ ମାଳା ର ସୁରକ୍ଷା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀ ରେ ଆବାହକ ଦାମୋଦର ବେହେରା ସଭାପତିତ୍ବ କରିଥିଲେ ଏବଂ ଆଦିବାସୀ ମହାସଂଘ ର କଳାହାଣ୍ଡି ଜିଲ୍ଲା ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ଭୋଇ, ଉପେନ୍ଦ୍ର ଦ୍ରାବିଡ, ସତ୍ୟ ମାହାର, କ୍ରାନ୍ତି କାରି ସଙ୍ଗୀତଜ୍ଞ ରାଜ କିଶୋର ସୁନାନି, କର୍ଲାପାଟ ସରପଞ୍ଚ ବିଶ୍ଵ ନାଥ ମାଝୀ, ସୁରେଶ ସଂଗ୍ରାମ, ଆଜାଦ ସ୍ଵାତୀ, ସୁରେଶ ସଂଗ୍ରାମ, ବରିଷ୍ଠ ଆଇନଯିବି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅଖିଳ ଭାରତ ଛାତ୍ର ସଙ୍ଘ ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି, ଅଖିଳ ଭାରତ ଯୁବ ସଙ୍ଘ ଜିଲ୍ଲା ସମ୍ପାଦକ ସଞ୍ଜୟ ଶୁନାନି, ଲକ୍ଷ୍ମଣ ରଣବୀର, ଜୁନାଗଡ ବଣିକ ସଂଘ ସଂପାଦକ ପ୍ରଭାତ ଦାସ, ଦୂର୍ଯ୍ୟ ମାଝୀ ଆଦି ବିଭିନ୍ନ ସଂଘଠନ ମଞ୍ଚାସିନ ଥିଲେ ଏବଂ ମୁଖ୍ୟ ବକ୍ତା ଭାବରେ କାର୍ତ୍ତିକ ମାଝୀ, ବ୍ରିଟିଶ କୁମାର, ଲଦ ସିକ୍କା ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଅତିଥି ବକ୍ତା ଭାବରେ ଲିଙ୍ଗରାଜ ଆଜାଦ, ଲେଖକ ଏବଂ ମାନବାଧିକାର କର୍ମୀ ନିଗମ, ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନ ଆବାହକ ନରେନ୍ଦ୍ର ମହାନ୍ତି, ନିସାନ କବି ତଥା ସମ୍ପାଦକ ଲେନିନ କୁମାର, ସାମାଜିକ କର୍ମୀ ଶ୍ରୀମନ୍ତ ମହାନ୍ତି ପ୍ରଭୂତ ଅଂଶଗ୍ରହଣ କରି ମତାମତ ରଖିଥିଲେ।

ଆଗାମୀ ଦିନରେ ଜନଆନ୍ଦୋଳନ କୁ ବଳିଷ୍ଟ କରିବା ସହ ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକ ମାନଙ୍କୁ ଆନ୍ଦୋଳନ ସହ ଯୋଡିବା ପାଈଁ ଏହି ଆଲୋଚନା ଚକ୍ର ରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Categories
ଆଜିର ଖବର

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସ୍ଥାନୀୟ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବ ନିରୋଧ ନିଷ୍ଠୁରତା ସମିତି ଅଧ୍ୟକ୍ଷ ଡ଼ ଗାଭାଲି ପରାଗ ହର୍ଷଦ୍  ଭବାନୀପାଟଣା ପୌରପରିଷଦ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଶୁଭ ଉଦଘାଟନ କରିଛନ୍ତି।

ଏହି ଆମ୍ବୁଲାନ୍ସ ସେବାର ମୁଖ୍ୟ ଆଭିମୁଖ୍ୟ ଭବାନୀପାଟଣା ମ୍ୟୁନିସିପାଲଟି ଅଞ୍ଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା ଏବଂ ଏଥିପାଇଁ ଟୋଲ ଫ୍ରି ନଂ ୧୯୬୨ କୁ ଯେ କୌଣସି ବ୍ୟକ୍ତି ଫୋନ କରି ଜଣାଇପାରିବେ। ଏହି ସେବା ସକାଳ ୬.୦୦ଘଣ୍ଟା ରୁ ରାତ୍ର ୧୦.୦୦ଘଣ୍ଟା ପର୍ଯ୍ୟନ୍ତ ନିଃଶୁଳ୍କ ରେ ଉପଲବ୍ଧ ହୋଇପାରିବ।

ଏହି ଆମ୍ବୁଲାନ୍ସ ସେବାରେ ୨ ଜଣ ପ୍ରାଣୀ ଚିକିତ୍ସକ,୨ ଜଣ ପ୍ରାଣୀ ସହାୟକ ଏବଂ ୨ ଜଣ ସହାୟକ ୨ଟି ସିଫ୍ ରେ ସେବା ଯୋଗାଇବେ। ଖୁସିର ବିଷୟ ରାଜ୍ୟର ୧୧ ଟି ମ୍ୟୁନିସିପାଲଟି ମଧ୍ୟରୁ ଭବାନୀପାଟଣା ମ୍ୟୁନିସିପାଲଟି ଆଜିଠୁ ଏହି ସେବାରେ ଅନ୍ତର୍ଭୁକ୍ତ ହେଲା।

ସୂଚନା ଯୋଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ସମସ୍ତ ମ୍ୟୁନିସିପାଲଟିରେ ଅତିଶିଘ୍ର ଏହି ପ୍ରାଣୀ ଆମ୍ବୁଲାନ୍ସ ସେବାର ରାଜ୍ୟସ୍ତରୀୟ ଶୁଭ ଉଦଘାଟନ କରିବେ। ଏହି ଆମ୍ବୁଲାନ୍ସ ସେବାରେ ପରିଚାଳନା ସହଯୋଗର ହାତ ବଢାଇଛନ୍ତି ସ୍ଥାନୀୟ ” ଦାପ୍ତା” ସ୍ଵେଚ୍ଛା ସେବୀ ଅନୁଷ୍ଠାନ।

ଉକ୍ତ ଉଦଘାଟନ ସମାରୋହରେ ସି ଡି ଭି ଓ ଡ ଚୈତନ୍ୟ ଚରଣ ସେଠୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଅଶୋକ ଚନ୍ଦ୍ର ପଣ୍ଡା, ଏଭିଡିଓ ଡ ଦୟା ସାଗର ଦୁରୀୟା, ଉପ ନିର୍ଦ୍ଦେଶକ, ପ୍ରାଣୀସମ୍ପଦ ଡ ଧର୍ମାନନ୍ଦ ମହାନ୍ତି, ଜିଲ୍ଲା ତାଲିମ ସଂଯୋଜକ ଡ କେଦାରନାଥ ଖମାରୀ, ଡିଆଈପିଆର୍ ଓ ମନୋଜ ବେହେରା, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ବଳୟ ଦେହୁରୀ, ଦାପ୍ତା ସମ୍ପାଦକ ରାଜୁ ଶର୍ମାଙ୍କ ସମେତ ପ୍ରାଣୀସମ୍ପଦ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ କରାଗଲା। ସି ଡ଼ି ଏମ ଓ ଡ କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ ଓ ଡ ଚନ୍ଦ୍ରିକା ଆଚାର୍ଯ୍ୟ, ଡି ପି ଏମ ଅବନୀ ମହାପାତ୍ରଙ୍କ ସମେତ ନିହାର ଠାକୁର, ହିମାଂଶୁ ବାରିକ, ବିବେକାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିଗଣ ନିଜ ଭାଷଣରେ ତମାଖୁ ସେବନର ଅପକାରିତା ଓ କର୍କଟ ରୋଗ ର ଅନ୍ୟତମ କାରଣ କହିବା ସହ ଏହିଭଳି ନିଶାଦ୍ରବ୍ୟକୁ ସେବନ ନ କରିବାତଥା ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସମାଜ ରେ ବିଶେଷ ପ୍ରଚାର ସହ ସ୍କୁଲ କଲେଜ ମାନଙ୍କ ପାଖରେ ଏଭଳି ନିଶାଦ୍ରବ୍ୟ ର ବିକ୍ରି କୁ ନିଷେଧ ଉପରେ କହିଥିଲେ। ଚଳିତ ବର୍ଷର ସ୍ଲୋଗାନ” ତମାଖୁ ଆମ ପରିବେଶ ପ୍ରତି ବିପଦ”ଏବଂ ଏହା ଉପରେ ଗୁରୁତ୍ବ ଦେଇ ତମାଖୁ ସେବନ କୁ ନିରୁତ୍ସହିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ।ଏହି ଦିବସର ମହତ୍ତ୍ଵକୁ ମାନେ ପକାଇ ଏକ ଶପଥ ପାଠ କାର୍ଯକ୍ରମ ହୋଇଥିଲା।

ବିଶ୍ଵ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ,ସ୍ଲୋଗାନ ପ୍ରତିଯୋଗିତା ରେ ବିଜୟୀ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଡ କସ୍ତୁରୀ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ। ସଭା କାର୍ଯକ୍ରମ ପୂର୍ବରୁ ସକାଳ ୮.୦୦ ଘ ସମୟରେ ଆଶା କର୍ମୀ ଓ ଏ ଏନ୍ ଏମ ଛାତ୍ରୀ ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡିରେ ମାଓବାଦୀଙ୍କ ସ୍ଥିତି ଜାହିର

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ ମାଓ ବାହୀନି ନିଜର ସ୍ଥିତି ଜାହିର କରୁଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ପୋଡାଜଳା ଭଲି ଛିଟ ବଡ ଘଟଣା ନଜରକୁ ଆସୁଛି।

ଇତି ମଧ୍ୟରେ କେତେକ ମାଓବାଦୀ ଆତ୍ମ ସମର୍ପଣ କରି ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେଉଥିଭା ବେଳେ ନିକଟ ଅତୀତରେ ପୁଣି ଥରେ ମାଓବାଦୀ ମାନେ ସେମାନଙ୍କ ସ୍ଥିତି ଜାହିର କରିଥିବା ଜଣାପଡିଛି। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କା ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣରେ।

ଏଠାରେ ନିୟୋଜିତ ଟ୍ରାକ୍ଟର, ଟିପର ଓ ଜେସିବି ମେସିନକୁ କୁ ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ପୋଡି ଦିଆଯାଇଥିବା ବେଳେ ରାସ୍ତା କାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ପୋଷ୍ଟର ଲଗା ଯାଇଛି। ୨୦୧୮ ମସିହା ପରେ ମାଓ ସଂଗଠନ ର ଏହା ଏକ ବଡ଼ ହିଂସାକାଣ୍ଡ। ଏହି ରାସ୍ତା କାମ ଭବାନୀପାଟଣା ର ଠିକାଦାର ପ୍ରମୋଦ ପଟନାୟକ କରୁଥିଲେ ବୋଲି ଜଣା ପଡ଼ିଛି। ଘଟଣା ପରେ ସିଆରପିଏଫ ଓ ପୋଲିସ ପକ୍ଷରୁ କୁମ୍ବିଂ କୁ ଜୋରଦାର କରାଯାଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୟପାଟଣା ପୋଲିସର ବଡ ସଫଳତା, ଚାଲାଣ ସମୟରେ ୪୨୭ କେଜି ଗଞ୍ଜେଇ ଜବତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ମାନେ ସକ୍ରୀୟ ହେଉଥିବା ବେଳେ ଜୟପାଟଣା ପୋଲିସକୁ ବଡ ସଫଳତା ମିଳିଛି। କଳାହାଣ୍ଡି ଏସପି ଅଭିଲାଷ ଜି. ଆଇପିଏସ ଙ୍କ ନିର୍ଦ୍ଦେଶରେ ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରୀଆଙ୍କ ନେତୃତ୍ୱରେ ପୋଲିସ ଟିମ କୌଣସି ସୂତ୍ରରୁ ଖବର ପାଇ ଏକ ବୋଲେରୋ ପିକପ ଓଡି ୦୮-ଏଲ-୬୨୨୬ ଗାଡିରେ ପ୍ରତାପପୁର କେନାଲ ରାସ୍ତା ମଧ୍ୟ ଦେଇ ୪୨୭ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ପଡୋଶୀ ଆନ୍ଧ୍ର ପ୍ରଦେଶ ର ଭେଲାକାଟୁ ଠାରୁ ମହୁଲପାଟଣା ଘାଟି ରେ କୋକସରା ପଟକୁ ଆଣୁଥିବା ବେଳେ ବୋଲେରୋ ଏସଏଲଇ ଓଡି ୩୩-ଏଏ-୨୦୨୭ ଏବଂ ଏକ ଗ୍ଲାମର ଓଡି୦୮-ଗି-୪୧୧୮ ବାଇକ ରେ ରାଜେନ୍ଦ୍ର ଦଣ୍ଡସେନା, ସାଗର ପାଣିଗ୍ରାହୀ, ପିଙ୍କୁ ରାଉତ,ଦୟାସାଗର ପୋଡ, ରିପୁ ପୁଂଜି ଉକ୍ତ ଗଂଜେଇ ଗାଡିକୁ ଏସକର୍ଟ କରି ଆଣୁଥିବା ପୋଲିସ ଜାଣିପାରି ସମସ୍ତଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଜୟପାଟଣା ପୋଲିସ ଏମଡିପିଏସ ଆଇନର ଧାରା ୨୦ ଏ.ବି.ସି ଅନୁସାରେ ଥାନା କେଶ ନଂ. ୧୮୬ ତା.୨୭.୦୫.୨୦୨୨ ରେ ଏକ କେଶ ରୁଜ୍ଜୁ କରି କୋକସରା ତେଣ୍ଡାପାଲିର ଟିକେଧର ଗଏନ୍ତା (୩୮. କୃଷ୍ଣ ବିଶି (୫୦) ଓ ଦିବାକର ମାଝୀ (୪୦), ଦାବରୀଗୁଡା ର ଶୋଭା ମାଝୀ (୩୬),ଉଛଲାର ଶଙ୍କର ଧଙ୍ଗଡାମାଝୀ (୪୨),ଜୁନାଗଡ ର ରାଜେନ୍ଦ୍ର ଦଣ୍ଡସେନା (୩୫), ବଡକୁଟ୍ରୁର ସାଗର ପାଣିଗ୍ରାହୀ(୩୦), ବିଜମରାର ପିଙ୍କୁ ରାଉତ (୩୦), ମାଝୀଗୁଡାର ଦୟାସାଗର ପୋଡ (୩୦) ଓ ରିପୁ ପୁଂଜି (୪୨) ଙ୍କୁ ଗିରଫ କରି ୪୨୭ କେଜି ଗଂଜେଇ, ବୋଲେରୋ, ପିକଅପ, ବାଇକ, ପାଂଚ ଗୋଟି ମୋବାଇଲ ଓ ୧୧ହଜାର ୫୬୦ ଟଙ୍କା ଜୟପାଟଣା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ସତ୍ୟ ହେଲେ ସାଂଘାତିକ!: ଅଣ-ଓଡିଆ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରେ କଳାହାଣ୍ଡି, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପ୍ରୋଜେକ୍ଟ ଅଂଚଳରେ ବ୍ୟାପକ ଭାବେ ଅଣ-ଓଡିଆ ମାନେ ଜମିବାଡି କିଣି ଚାଷବାସ କରି ଦୀର୍ଘ ଦିନରୁ ରହିଆସୁଥିବା ବେଳେ ଜମି ମାଫିଆ ମାନେ ସକ୍ରୀୟ ଥିବା ଅଭିଯୋଗ ହେଉଛି। ନିକଟ ଅତୀତରେ ଲାଂଜିଗଡ ଅଂଚଳରେ ଏହି ଅଣ-ଓଡିଆ ମାନେ ସ୍ଥାନୀୟ ନୀରିହ ଗରିବ ଆଦିବାସୀ ମାନଙ୍କ ଜମି ଜବରଦଖଲ କରିବା ସହିତ ସରକାରୀ ଜମିକୁ ମଧ୍ୟ କବଜା କରିଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ହେଉଥିଲା।

ପଡୋଶୀ ରାଜ୍ୟରେ ଜମି ମୂଲ୍ୟ ଓଡିଶାର ଜମି ମୂଲ୍ୟ ଠାରୁ ବହୁ ଗୁଣରେ ଅଧିକ ଥିବା ବେଳେ ସେଠାକାର ମୂଲ୍ୟବାନ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରୀ କରିଦେଇ ଏହି ଅଣ-ଓଡିଆ ମାନେ ଓଡିଶାର ଉପାନ୍ତ ଅଂଚଳକୁ ଆସି ସେହି ଟଙ୍କାରେ ଶାଗ ମାଛ ଦରରେ ଅନେକ ଜମି ନିଜ ପରିବାର ଲୋକଙ୍କ ନାମରେ କିଣି ଆସ୍ଥାନ ଜମାଉଥିବା ଦେଖା ଯାଉଛି। ବିଶେଷ କରି ଇନ୍ଦ୍ରାବତୀ ଆୟାକଟ ଅଂଚଳରେ ଏହି ଅଣ ଓଡିଆ ମାନେ ସ୍ଥାନୀୟ ଲୋକଙ୍କ ଠାରୁ ଶାଗମାଛ ଦରରେ ଅନେକ ଜମି କିଣି ନିଜ ନିଜ ସଂପର୍କୀୟ ମାନଙ୍କ ନାମରେ ରଖିଥିବା ଆଲୋଚନା ହେଉଛି। ଏପରିକି ଏହି ଅଣ-ଓଡିଆ ମାନଙ୍କ ଦ୍ୱାରା ବିଭିନ୍ନ ଶସ୍ୟ ତଥା ବିହନ, ଔଷଧ, ଖତସାର ଇତ୍ୟାଦି ସରକାରୀ ବ୍ୟବସ୍ଥା ଅଗୋଚରରେ ଅନେକ କାରବାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

ଲାଂଜିଗଡ ବ୍ୟତୀତ ମୋଟେର-ଜୟପାଟଣା ରାସ୍ତା ଉପରେ ବଡକୁଟ୍ରୁଛକରେ, ଲଡୁଗାଁ ରାସ୍ତାରେ ବିମଳା ଗ୍ରାମରେ, ଗୁନଗୁନିଆ ରାସ୍ତାରେ ରେଙ୍ଗାଲପାଲି ଗ୍ରାମରେ, ବୁଢୀଦର ରାସ୍ତାରେ ତେତେଲପଡା ଗ୍ରାମରେ ବିଶେଷ କରି ଏହି ଅଣ-ଓଡିଆ ମାନେ ବହୁମାତ୍ରାରେ ବସତି ସ୍ଥାପନ କରୁଥିବା ଏବଂ ଚାଷ ବାସ ସହିତ ବିଭିନ୍ନ କାରବାର କରୁଥିବା ଦେଖାଯାଉଛି। ବିମଳା ଗ୍ରାମର କେନାଲ ହୁଡା ପାଶ୍ୱର୍ରେ ରହୁଥିବା ଜନୈକ ଅଣଓଡିଆ ପ୍ରାୟ ୨୭ ଗୋଟି କମ୍ବାଇନ ହାରଭେଷ୍ଟର ବିଭିନ୍ନ ଆଦିବାସୀ ଲୋକଙ୍କ ନାମରେ ସବସିଡି ମାଧ୍ୟମରେ କିଣି ସେସବୁକୁ ଭଡାରେ ଲଗାଉଥିବା ଅଭିଯୋଗ ହୋଇଛି।

ଜୁନାଗଡ ଓ ବନମାଳିପୁର ଠାରେ ଜନୈକ ଅଣ-ଓଡିଆ ୟାନମାର କଂପାନୀର କମ୍ବାଇନ ହାରଭେଷ୍ଟର ଡିଲରସିପ କରି ଅନେକ ଆଦିବାସୀ ଲୋକଙ୍କ ନାମରେ ସବସିଡି ଉଠାଇ ଥିବା ଅଭିଯୋଗ ହୋଇଛି। ନିକଟ ଅତୀତରେ ଧର୍ମଗଡ ଉପଖଣ୍ଡରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଯୋଗାଇ ଦେଇଥିବା ଜମିକୁ ଅଣ-ଓଡିଆ ଲୋକେ ସଂପୃକ୍ତ କଂପାନୀ ଠାରୁ କୌଣସି ଉପାୟରେ କିଣି ନେଇ ଚାଷ କରୁଥିବା ମଧ୍ୟ ଜଣାପଡିଛି।

ସୂଚନା ଯୋଗ୍ୟ ଯେ ସ୍ଥାନିୟ ଲୋକେ ସରଳ ନୀରିହ ବିଶ୍ୱାସୀ ହୋଇଥିବା ବେଳେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସ୍ୱଳ୍ପ ଆୟ ହେତୁ ଗରିବ ମଧ୍ୟ ହୋଇଥାନ୍ତି। ଏଠାକାର ଜମିବାଡିର ମୂଲ୍ୟ ସେଭଳି ଚଢା ଦାମରେ ମଧ୍ୟ ବିକ୍ରୀ ହୋଇପାରିନଥାଏ। ଯାହାଫଳରେ ପଡୋଶୀ ରାଜ୍ୟରେ ଏକର ପିଛା ଲକ୍ଷ ଲକ୍ଷ ଟଙ୍କାରେ ଜମି ବିକି ଦେଇ କଳାହାଣ୍ଡିରେ ବହୁ ପରିମାଣରେ ଜମି କିଣୁଥିବା ଜଣାପଡିଛି।

ଅନ୍ୟପକ୍ଷରେ କଳାହାଣ୍ଡିର ନୀରିହ ଲୋକେ ବିଶେଷ କରି ସ୍ୱାସ୍ଥ୍ୟ ସେବା ପାଇଁ ପଡୋଶୀ ରାଜ୍ୟ ଉପରେ ଭରସା କରୁଥିବାରୁ ସେଠାରେ ଏହି ଅଣ-ଓଡିଆ ଦଲାଲ ମାନେ ହୁଏତ ହଇରାଣ ହରକତ କରିପାରନ୍ତି ବୋଲି ଆଶଙ୍କା କରି ନୀରିହ ଲୋକେ ଅଣ-ଓଡିଆ ମାନଙ୍କୁ ପ୍ରତିବାଦ କରୁନଥିବା ଜଣାପଡିଛି।

ଜୟପାଟଣା ବ୍ଲକ ଅଂଚଳର ଜନୈକ ଅଣ-ଓଡିଆଙ୍କ ସଂପର୍କୀୟ ଲାଲବାହାଦୁର ଶାସ୍ତ୍ରୀ ଏକାଡେମୀ ଅଫ ଏଡମିନିଷ୍ଟ୍ରେସନରେ ପଦସ୍ଥ ପଦାଧିକାରୀ ରହିଥିବା ପ୍ରଚାର କରି ବିଭିନ୍ନ ପଦାଧିକାରୀ ମାନଙ୍କୁ ଚାପ ପକାଉଥିବା ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଅଣ-ଓଡିଆ ମାନଙ୍କୁ ସୁହାଇବା ଭଲି ଫାଇଦା ନେଉଥିବା ବିଷୟ ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ପଦାଧିକାରୀ ମାନଙ୍କୁ ଚାପ ପକାଇ ଅଣ-ଓଡିଆ ମାନଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଏହି ବାବୁ ଦଲାଲି କରୁଥିବା ଅଭିଯୋଗ ହେଉଛି।

ଏହା ଯଦି ସତ୍ୟ ହୋଇଥାଏ ତେବେ ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦଲାଲଗିରି ବନ୍ଦ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ସ୍ଥାନୀୟ ସାଧାରଣ ଲୋକେ ବିଭିନ୍ନ ସ୍ତରରେ ଉଚିତ ନ୍ୟାୟ ପାଇପାରୁନଥିବା ବେଳେ ପ୍ରଶାସନିକ ଟ୍ରେନିଂ ଏକାଡେମୀରେ ସଂପର୍କୀୟ ଥିବାର ପ୍ରକାଶ କରି ବିଭିନ୍ନ ସ୍ତରରେ ଚାପ ପକାଇ ଫାଇଦା ଉଠାଉଥିବା ଏଭଳି କାରବାର ସଂପର୍କରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ଏବେ ଆଇପିଏଲ ସଟ୍ଟା ଖେଳର ହବ ପାଲଟିଛି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡିରେ ଆଇପିଏଲ ସଟ୍ଟା ମୁହାଁ ହୋଇଛନ୍ତି ଯୁବଗୋଷ୍ଠୀ। ବିନା ପରିଶ୍ରମରେ ଟଙ୍କା ଉପାର୍ଜନର ଲୋଭ ଦେଖାଇ ସଟ୍ଟା ବ୍ୟବସାୟୀ କରୁଛନ୍ତି ବ୍ୟବସାୟ। ମୁଖ୍ୟ ଟାର୍ଗେଟରେ ଅଛନ୍ତି ଗ୍ରାମାଞ୍ଚଳର ବେକାର ଯୁବଗୋଷ୍ଠୀ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ଏବେ ଆଇପିଏଲ ସଟ୍ଟା ଖେଳର ହବ ପାଲଟିଛି। ଧର୍ମଗଡ଼ ସହର ସମେତ ଏହାର ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଏହା ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ଜରିଆରେ ଖେଳ ହେଉଥିବା ପୋଲିସ ତଦନ୍ତରୁ ଜଣାପଡିଛି।

ଧର୍ମଗଡ଼ ଏସଡ଼ିପିଓ ଧିରଜ ଚୋପଦାରଙ୍କ ନେତୃତ୍ତ୍ବରେ ଏକ ପୋଲିସ ଟିମ ଆଇପିଏଲ ସଟା ବ୍ୟବସାୟୀଙ୍କ ଉପରେ ଅତର୍କିତ ଚଢ଼ାଉ କରିଛନ୍ତି। ଏହି ଘଟଣାରେ ଧର୍ମଗଡ଼ର କେନ୍ଦୁମୁଣ୍ଡି ପଡାର ରଶ୍ମି ରଞ୍ଜନ ଚୌଧୁରୀକୁ ଗିରଫ କରିବା ସହ ୭ଟି ମୋବାଇଲ ଫୋନ, ଗୋଟିଏ ଲାପଟପ, ୪ଟି ପାସବୁକ ସହ ୪ଟି ଏଟିଏମ କାର୍ଡ, ୭୦ ହଜାର ଟଙ୍କା, ଗୋଟିଏ ନୋଟ କାଉଣ୍ଟିଙ୍ଗ ମେସିନ ସମେତ ଏକ ଫର୍ଡ ଇକକୋ ସ୍‌ସ୍ପସ୍ପୋର୍ଟ କାର ଜବତ କରାଯାଇଥିବା  ପୋଲିସ ପ୍ରକାଶ କରିଛି।

ଏସଂକ୍ରାନ୍ତରରେ ଧର୍ମଗଡ ଥାନା କକେଶ ନଂ. ୧୧୬ ତା.୧୬.୦୫.୨୦୨୨ ରେ ଆଇପିସି ଧାରା ୪୨୦/୨୯୪-ଏ ସହିତ ଓପିଜି ଆଇନର ଧାରା ୩ ଏବଂ ପିସିଏମସିଏସ ବେନିଂ ଆଇନର ଧାରା ୪/୫ ଅନୁସାରରେ ଏକ କକେଶ ରୁଜ୍‌ଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।