Categories
ଆଜିର ଖବର ରାଜ୍ୟ ଖବର

କେନାଲକୁ ପଶିଗଲା କାର୍‌ : ତିନି ମୃତ

ଭୁବନେଶ୍ୱର : କଟକରେ ରାସ୍ତାକଡ କେନାଲ ଭିତରକୁ କାର ପଶିଯାଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ 16 ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ କେନାଲକୁ ପଶିଯାଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ି ନାହିଁ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତାଜା ଖବର: ବରମୁଣ୍ଡା ନିକଟରେ ସଡକ ଦୁର୍ଘଟଣା, ଟ୍ରକ ଭିତରୁ ଡ୍ରାଇଭରକୁ ବାହାର କରିବାକୁ ଚାଲିଛି ଉଦ୍ୟମ

ଭୁବନେଶ୍ବର, ଆଜି ବରମୁଣ୍ଡା ଓଭର ବ୍ରିଜ ଏବଂ ଫାୟାର ଷ୍ଟେସନ ମଝିରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଦୁର୍ଘଟଣାଟି ଭୟଙ୍କର ଥିଲା। କାରଣ ସେହି ରାସ୍ତା ଉପରେ ଲୁହା ଖୁଣ୍ଟ ବୋଝେଇ ଏକ ଟ୍ରଲର ଛିଡା ହୋଇଥିଲା। ପଛରୁ ଏକ କୋଇଲା ବୋଝେଇ ଟ୍ରକ ଆସି ପିଟିଦେଲା। ଟ୍ରକର ଅବସ୍ଥା ଏପରି ହେଲା ଯେ ତା ଭିତରୁ ଡ୍ରାଇଭର ବାହାରିବା କଷ୍ଟକର ହୋଇପଡିଛି।

ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଆସି ଟ୍ରାକକୁ କାଟି ତା ଭିତରୁ ଡ୍ରାଇଭରକୁ ବାହାର କରିବାକୁ ଚେଷ୍ଠା କରୁଛନ୍ତି। ତେବେ ଟ୍ରକରେ କେବଳ ଡ୍ରାଇଭର ବ୍ୟତିତ ଆଉ କେହି ନାହାଁନ୍ତି ବୋଲି ଜଣାପଡିଛି।

 

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାସିମ୍‌ ପ୍ଲାଣ୍ଟ ଦୁର୍ଘଟଣାରେ ଆଉ ଜଣେ ମୃତ

ଗଞ୍ଜାମ : ଗଞ୍ଜାମ ଗ୍ରାସିମ୍‌ ପ୍ଲାଣ୍ଟରେ ଷ୍ଟିମ୍‌ ପାଇପ ଫାଟିବା ଘଟଣାରେ ଆଉ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତକ ଜଣକ ଚିକିତ୍ସାଧୀନ ଇଞ୍ଜିନିୟର ବୋଲି ଜଣାପଡିଛି । ଗ୍ରାସିମ୍‌ ପ୍ଲାଣ୍ଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛନ୍ତି । ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ହେଲପର୍‌ଙ୍କ ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ଗତ 6 ତାରିଖ ମଙ୍ଗଳବାର ଦିନ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଏକ ଅଘଟଣ ଘଟିଥିଲା । କମ୍ପାନୀର ଷ୍ଟିମ ପାଇପ ବେଲ୍ ଫାଟିଯିବା ଫଳରେ ସେଠାରେ ଜଣେ ଇଂଜିନିୟରସମତେ ତିନି ଜଣ ଠିକା କର୍ମଚାରୀ ଗୁରୁତର ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଡିଗଲା ହାଇଓ୍ବା : ତିନି ଗୁରୁତର

କେନ୍ଦୁଝର : ଘରେ ଶୋଇଥିବାବେଳେ ହାଇଓ୍ବା ମାଡ଼ି ଯାଇ ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି ।

ଭାରସାମ୍ୟ ହରାଇ ହାଇଓ୍ବାଟି ଡର୍ବି ଛକରେ ଥିବା ଗୋପାଳ ମୁଣ୍ଡାଙ୍କ ଘରଭିତରେ ପଶିଯାଇଥିଲା । ଘରେ ଶୋଇଥିବା ତିନି ପିଲାଙ୍କ ଉପରେ ଚଢିଯାଇଥିଲା ହାଇଓ୍ବା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ହାଇଓ୍ବା ଡ୍ରାଇଭର । ପୋଲିସ୍‌ ହାଇଓ୍ବାକୁ ଜବତ କରିବା ସହ ମାଲିକକୁ ଅଟକ ରଖିଛି ।

Categories
ଆଜିର ଖବର ରାଜ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ବସ୍‌ : 7 ଶ୍ରମିକ ଗୁରୁତର

ମାଲକାନଗିରି : ପୁଣିଥରେ ଏକ ଶ୍ରମିକ ଗାଡି ଦୁର୍ଘଟଣାଗସ୍ତ ହୋଇଛି । ଭାରସାମ୍ୟ ହରାଇ ବସ୍‌ ଓଲଟିଯବା ଫଳରେ 7ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏନ୍‌ଏଚ୍‌ – 326 ଚମ୍ପାଖାରିଠାରେ ଶ୍ରମିକ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି ।  ଏହି ଦୁର୍ଘଟଣାରେ 7ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଶ୍ରମିକଙ୍କୁ ମାଲକାନଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ବସ୍‌ଟି 27ଜଣ ଶ୍ରମିକଙ୍କୁ ସୋନପୁରରୁ ତାମିଲନାଡୁ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବାଇପାସରେ ଦୁର୍ଘଟଣା, ଟ୍ରକକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ,

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତି ୩ ଘଟିକାରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(ସିଜି-୦୪ଏମବି-୪୦୭୭) ଟି ସୁବୁଦ୍ଧିପାଟଣା ଛକ ନିକଟରେ ବ୍ରେକ ଡ଼ାଉନ ହୋଇଯିବାରୁ ଟ୍ରକଟିକୁ ରାସ୍ତାରେ ଛିଡାକରି ଟ୍ରକ ଚାଳକ ଟ୍ରକ ତଳେ ପଶି ମରାମତି କରୁଥିଲେ। ଉକ୍ତ ସମୟରେ ଦ୍ରୁତଗତିରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଆଉ ଏକ କୋଇଲା ବୋଝେଇ ଟ୍ରକ(ଏପି-୦୫-ଟିଟି-୯୭୨୦) ସେହି ସ୍ଥାନରେ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଫଳରେ ଆଇରନ ବୋଝେଇ ଟ୍ରକଟି ଆଗକୁ ଗଡ଼ିଯାଇ ଟ୍ରକ ଚକା ତଳେ ଥିବା ଚାଳକ ଉପରେ ଚଢ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା।

ମୃତ ଗାଡ଼ି ଚାଳକଙ୍କ ନାମ ଶ୍ରୀକାନ୍ତ ନାୟକ (୪୫) ଏବଂ ତାଙ୍କ ଘର ନୂଆପଡା ବୋଲି ଜଣାପଡ଼ିଛି। ଅପରପକ୍ଷରେ ଧକ୍କା ଦେଇଥିବା କୋଇଲା ବୋଝେଇ ଟ୍ରକ ଚାଳକ ଗୁରୁତର ଭାବେ ଆହତ ହୋଇଥିବାସ୍ଥଳେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ଘଟଣାସ୍ଥଳରେ ନାଭଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ଅନ୍ୟ ପୋଲିସ କର୍ମଚାରୀ ଏବଂ ଶାଳିଆ ପ୍ରେସ କ୍ଲବର ସମ୍ପାଦକ ମନୋରଞ୍ଜନ ବେହେରା ଉପସ୍ଥିତ ଥାଇ ଟ୍ରାଫିକ କ୍ଳିଅର କରିବା ସହ ପୋଲିସ ମୃତ ବ୍ୟକ୍ତିଙ୍କ ଶବ ଏବଂ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି। ସୂଚନାଥାଉ କି ଗତ ଦୁଇ ଦିନ ତଳେ ଉକ୍ତ ସ୍ଥାନରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା: ବାଇକ ଚାଳକ ଗୁରୁତୁର

ସୀତାରାମ ଅଗ୍ରୱାଲ

ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ଅଛି।

ମିଳିଥିବା ସୂଚନା ଅନୁଯାୟୀ ମୋରାମୋରି ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ରବି ବରାଳଙ୍କ ପୁତ୍ର ପୂର୍ଣଚନ୍ଦ୍ର ବରାଳ(୩୧) ଗତକାଲି ରାତି ୧୧.୩୦ ମିନିଟରେ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରୁ ଖାଦ୍ୟ ଖାଇ ବାଲୁଗାଁ ବାଇପାସ ଅଭିମୁଖେ ନିଜ ବାଇକ(ଓ ଆର ୦୨ ବି.ଡ଼ି ୮୨୧୩) ଯୋଗେ ଯାଉଥିଲେ। କିଛି ବାଟ ଗଲାପରେ କହ୍ନେଇପୁର ଛକ ନିକଟରେ ପୂର୍ଣଚନ୍ଦ୍ର ଭାରସାମ୍ୟ ହରାଇ ବାଇକକୁ ଏକ କିଆ ବୁଦାମୂଳ ଭିତରେ ଭର୍ତ୍ତି କରିଦେଇଥିଲେ। ଯାହା ଫଳରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ସେ ରାଜାରାସ୍ତା ଉପରେ ସଂଜ୍ଞାହିନ ହୋଇ ପଡିରହିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା ସହ ନାକ ଫାଟି ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏହାଦେଖି କିଛି ବ୍ୟକ୍ତି ତୁରନ୍ତ ନାଚୁଣୀ ଫାଣ୍ଡିକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ପହଁଚି ଆହତଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଡ଼କାଇଥିଲେ।  ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ନିଜ ଟିମ ସହ ଘଟଣାସ୍ଥଳରେ ପହଁଚି ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଥିଲେ। ହେଲେ କ୍ୟାପିଟାଲ ହସ୍ପିଟାଲରେ ଆଇ.ସି.ୟୁ ବେଡ଼ ଖାଲି ନଥିବାରୁ ପୂର୍ଣ୍ଣଙ୍କ ପରିବାର ବହୁ ଘରୋଇ ହସ୍ପିଟାଲକୁ ରାତି ଯାକ ଦୌଡ଼ି ଦୌଡ଼ି ଶେଷରେ ସହିଦନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ଣ୍ଣଙ୍କୁ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି ଛକରେ ଟ୍ରକକୁ ଧକ୍କା ଦେଲା ମିନି ବସ : ଚାରି ଆହତ

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡି ବଜାର ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୧.୩୦ରେ ତାମିଲନାଡୁରୁ ଯାତ୍ରୀ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ମିନି ବସ ଟି କୁହୁଡି ବଜାର ନିକଟରେ ଏକ ଟ୍ରକକୁ ପଛପଟୁ ଶକ୍ତ ଧକା ଦେଇଥିଲା। ଫଳରେ ବସର ଆଗ ପଟ ନଷ୍ଟ ହୋଇଯାଇଥିବା ସ୍ଥଳେ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଡାକ୍ତରଖାନାକୁ ପଠାଯାଇଛି। ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଥିବା ବେଳେ କୁହୁଡି ଫାଣ୍ଡି ପୋଲିସ  ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଓ ପରିଚାଳନାଗତ ବିଭ୍ରାନ୍ତି ପାଇଁ ରାଜ୍ୟ ସରକାର ଦାୟୀ: ରାଷ୍ଟ୍ରୀୟ ମଜଦୁର କଂଗ୍ରେସ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଆରମ୍ଭ ସମୟରେ ଲକ୍ଷଲକ୍ଷ ପ୍ରବାସୀ ଘରମୁହାଁ ହେଲେ। ସେମାନଙ୍କ କୌଣସି ରେଜିଷ୍ଟେସନ ହେଲା ନାହିଁ। ସେମାନଙ୍କ ରହିବା ଖାଇବା ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଆସିଲେ ଓ ଗଲେ ତା’ର ମଧ୍ୟ କୌଣସି ହିସାବ ରାଜ୍ୟ ସରାକର ପାଖରେ ନାହିଁ। ରାଜ୍ୟ ସରାକରଙ୍କ ଭୁଲ୍ ପ୍ରବାସୀ ନୀତି ଯୋଗୁଁ ଯେଉଁ ଶ୍ରମିକମାନେ ଘରମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣା ଘଟି ସେମାନଙ୍କ ପ୍ରାଣ ହରାଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି, ଫଳରେ ଶ୍ରମିକମାନେ ପୁଣି କରୋନା ସଂକ୍ରମଣକୁ ନ ଡ଼ରି ବଂଚିବା ଆଶାରେ ସୁରାଟ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି।

ଶନିବାର ଦିନ ଛତିଶଗଡ଼ ନିକଟରେ ଦୁର୍ଘଟଣାରେ ଗଂଜାମରୁ ଯାଉଥିବା ସାତଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ନବୀନ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପୀତବାସ ପଣ୍ଡା ଦାୟୀ କରିଛନ୍ତି। ଗତ କିଛି ଦିନ ହେଲା ହଜାର ହଜାର ଶ୍ରମିକ ଗଂଜାମ ଜିଲ୍ଲାରୁ ବିପଦସଂକୁଳ ଅବସ୍ଥାରେ ବସ୍‌ଯାତ୍ରା କରି ଅନ୍ୟ ରାଜ୍ୟକୁ ଯାଉଛନ୍ତି। ସେମାନଙ୍କ ପଂଜିକରଣ ହେଉନାହିଁ। ୨୦ ବର୍ଷ ଶାସନ ମଧ୍ୟରେ ଗଂଜାମ ଜିଲ୍ଲାକୁ ଶିଳ୍ପ ବିହୀନ କରାଯାଇଛି। ଆସିକା ସୁତାକଳରେ ତାଲା ଝୁଲୁଛି, ଚିନି ଶିଳ୍ପ ରୁଗ୍‌ଣା ଅବସ୍ଥାରେ। କଂଗ୍ରେସ ଅମଳରେ କରାଯାଇଥିବା ଶିଳ୍ପାୟନଗୁଡ଼ିକ ଆନ୍ତରିକ ଅଭାବରୁ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନାହିଁ। ଜିଲ୍ଲାରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ।

ନବୀନ ସରକାର ଜିଲ୍ଲାରେ ମଦକୁ ଏକ କୁଟୀର ଶିଳ୍ପରେ ପରିଣତ କରି ଜିଲ୍ଲାର ଅର୍ଥନୀତିକୁ ଧ୍ୱଂସ କରି ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଅନ୍ତି। ପ୍ରବାସୀ ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେଇ ପଂଜିକରଣ ବାଧ୍ୟତାମୂଳକ କରିବାକୁ ସଭାପତି ଶ୍ରୀ ପଣ୍ଡା କହିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୟଥାପଲ୍ଲା ଛକ ନିକଟରେ ଗୋରୁପଲ ଉପରେ ଚଢିଗଲା ମାଲ୍‌ବାହୀ ଟ୍ରକ୍‌, ୧୩ ଗୋରୁ ମୃତ

ସୀତାରାମ ଅଗ୍ରଓ୍ବାଲ

ଚିଲିକା:  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କୟଥାପଲ୍ଲା ଛକ ନିକଟରେ ଗୋରୁ ପଲ ଉପରେ ଚଢିଗଲା ମାଲ ବାହୀ ଟ୍ରକ୍।  ଘଟଣା ସ୍ଥଳରେ ୧୩ ଗୋରୁ ମୃତ ହୋଇଥିବାବେଳେ ୧୨ ରୁ ଅଧିକ ଗୋରୁ ଆହତ ହୋଇଥିବାର ସୂଚନା ରହିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।

ଗୋରୁ ମାନଙ୍କର ମୃତ ଶରୀର ଦୁର୍ଘଟଣା ସ୍ଥଳରେ ପଡି ରହିଥିବା ବେଳେ କେତେକ ଗୋରୁ କ୍ଷତାକ୍ତ ହୋଇ ସେଠାରେ ଯନ୍ତ୍ରଣ‍ାରେ ଛଟ ପଟ ହେଉଛନ୍ତି। ଆଉ କେତେକ ଗୋରୁ ଭୟରେ କୁଆଡେ ପଳାଇ ଯାଇଛନ୍ତି। ଗୋରୁ ଗୁଡିକ ସ୍ଥାନୀୟ ଅଂଚଳ ଲୋକଙ୍କର ବୋଲି ଜଣା ପଡିଛି।

ଦୁର୍ଘଟଣା ଖବର ପାଇ ପ୍ରାଣୀ ଚିକିତ୍ସା ସହାୟକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଚିକିତ୍ସା ଦଳ ଘଟଣା ସ୍ଥଳରେ ପହଂଚି ଆହତ ଗୋରୁ ମାନଙ୍କର ଚିକିତ୍ସା କରିଛନ୍ତି। ଗୋରୁ ଗୁଡିକ ରାସ୍ତା କଡରେ ଶୋଇଥିବା ବେଳେ ଦ୍ରୁତଗାମୀ ମାଲ ବାହୀ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇ ଥିବା ଅନୁମାନ କରା ଯାଉଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ତହସିଲ ରୋଡରେ ସାଇକେଲକୁ ଧକ୍କା ଦେଲା ବାଇକ: ଯୁବତୀ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ ରୋଡରେ ଏକ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ନରେ ଜଣେ ବାଇକ ଚାଳକ ଜଣେ ସାଇକେଲ ଆରୋହୀ ଝିଅ ଟିକୁ ଆଗ ପଟୁ ଧକ୍କା ଦେବାରୁ ଝିଅଟି ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜଣେ ଆପାଚି ବାଇକ ଚାଳକ ଦ୍ରୁତ ଗତିରେ ଯାଉଥିବାବେଳେ ଜଣେ ଯୁବତୀଙ୍କୁ ଆଗ ପଟୁ ଧକ୍କାଦେଇଥିଲେ। ଭୀମପୁର ଗ୍ରାମ ଶଗଡ଼ିଆ ସାହିର ବିଶ୍ୱନାଥ ପରିଡ଼ାଙ୍କ ଝିଅ ସୁଚିତ୍ରା ପରିଡ଼ା(୨0) ସାଇକେଲ ଯୋଗେ ବାଣପୁର ବଜାରରୁ ନିଜ ଗ୍ରାମକୁ  ଫେରୁଥିବା ସମୟରେ ଭେଟେଶ୍ୱର ଗ୍ରାମର ସର୍ବେଶ୍ୱର ପଲେଇ(୨୧) ନାମକ ଜଣେ ଯୁବକ ନିଜ ବାଇକ ଦ୍ଵାରା ସାମ୍ନାରୁ ଧକ୍କା ଦେଇଥିଲେ। ଫଳରେ ସୁଚିତ୍ରା ସାଇକେଲରୁ ଛିଟିକି ତଳେ ପଡିଯାଇଥିଲେ।

ଖବର ପାଇ ବାଣପୁର ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଚିତ୍ରାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝିଅଟିର ମୁହଁରେ ଦୁଇ ଗୋଟି ଷ୍ଟିଚ ପଡ଼ିଥିବା ବେଳେ କାନରୁ ରକ୍ତ ବାହାରୁଥିବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି। ଅପରପକ୍ଷେ ଧକ୍କା ଦେଇଥିବା ଗାଡ଼ି ଚାଳକଙ୍କୁ ବାଣପୁର ପୋଲିସ ତାଙ୍କ ଗାଡି  ଜବତ କରିବା ସହିତ ଯୁବକଙ୍କୁ ଥାନାରେ ଅଟକ ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଆହତ ଯୁବକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍ଧାର କରି ମେଡ଼ିକାଲ୍ ନେବାରେ ସହାୟତା କରିଥିଲେ। ଆଜି ଜଣେ ଯୁବକ ବ୍ରହ୍ମପୁର ଆଡ଼ୁ ଆନ୍ଧ୍ରା ପଟକୁ ଯାଉଥିବାବେଳେ କନିଷି ଛକ ନିକଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ସେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଜିଲ୍ଲାପାଳ ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେ ଆହତ ଯୁବକଙ୍କୁ ଦେଖିବା କ୍ଷଣି ଗାଡ଼ିରୁ ଓହ୍ଲାଇ ତୁରନ୍ତ ମେଡ଼ିକାଲ୍ ପଠାଇବା ବ୍ୟବସ୍ଥା କରିଥିଲେ। ଆହତ ଯୁବକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟର ଓଲଟି ଜଣେ ମୃତ, 2 ଶ୍ରମିକ ଗୁରୁତର

ରାଇରଙ୍ଗପୁର :  ରାଇରଙ୍ଗପୁର ଟାଉନ୍‌ ଥାନାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଟ୍ରାକ୍ଟର ଦୁର୍ଘଟଣାଗସତ ହୋଇଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଟାଉନ୍‌ ଥାନା ପାତେପାଣି ଗାଁ ପାଖରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ହୋଇଛନ୍ତି । ଟ୍ରାକ୍ଟରରେ ଚାପି ହୋଇ ଚାଳକର ମୃତ୍ୟୁ ହୋଇଥିବା ସ୍ଥଳେ 2 ଶ୍ରମିକ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ଶ୍ରମିକ ରାଇରଙ୍ଗପୁର ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଠାରେ ଅଟୋ ଓ ମୋଟରସାଇକେଲ୍‌ ଧକ୍କା: କ୍ଷତିପୂରଣ ପାଇଁ ଥାନାର ଦ୍ବାରସ୍ଥ ହେଲେ ଆହତ ଯୁବକ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ସାନହନ୍ତୁଆଡର ଜଣେ ଯୁବକ ଏକ ମୋଟର ସାଇକେଲ୍‌ରେ ମେଘାମ୍ବରୀ ପଛପଟ କେନାଲ ରୋଡରେ ବାଲୁଗାଁ ଆଡକୁ ଯାଉଥିବାବେଳେ ସାମ୍‌ନା ପଟୁ ଏକ ଅଟୋ ଗାଡି ଧକ୍କା ଦେଇଥିଲା। ଅଟୋଟି ଦ୍ରୁତଗତିରେ ଥିବାବେଳେ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟର ଚାଳକଙ୍କ ଗୋଡ ମୁହଁ ଓ ଅନ୍ୟ ଜାଗାରେ ମାଡ ହୋଇ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ କିଛି ଭଦ୍ର ବ୍ୟକ୍ତିମାନେ ଉକ୍ତ ଯୁବକ ଉଦ୍ଧାର କରିବା ସହିତ ଅଟୋ ଗାଡି ଓ ଡ୍ରାଇଭରକୁ ଅଟକାଇଥିଲେ। ଗୁରୁତରଙ୍କୁ ବାଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡ୍ରାଇଭର ଜଣକ ନିଜ ଦୋଷ ସ୍ବୀକାର କରି କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିଲେ। ଏଥିପାଇଁ ଅଟୋ ଡ୍ରାଇଭର ଜଣକ ନିଜ ଗାଡିଟିକୁ ସମ୍ପୃକ୍ତ ଗୁରୁତର ଆହତଙ୍କ ଘରେ ରଖି ଫେରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଏହି ସମସ୍ୟାର ସମାଧାନ କରିନାହାନ୍ତି। ଏହାପରେ ଗୁରୁତର ଆହତ ହୋଇଥିବା ପରିବାରଙ୍କ ତରଫରୁ ବାଣପୁର ଥାନାରେ ଏନେଇ ମାମଲା ଦାଏର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ଦିନ ୧୦ ଘଟିକା ସମୟରେ ସାନହନ୍ତୁଆଡର ସତ୍ୟନାରାୟଣ ପଟ୍ଟନାୟକ ନାମକ ଜଣେ ଯୁବକ ମେଘାମ୍ବରୀ ମନ୍ଦିର ପଛପଟ ଠାରେ ଏକ ଅଟୋ ସହ ଧକ୍କା ହୋଇଥିଲେ। ଅଟୋ ଗାଡିର ନମ୍ବର ହେଉଛି ଓଡି ୦୭-ଏସି ୭୫୩୨। ଅଟୋଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ଆହତ ଜଣକ। ତେବେ ଏହି ଘଟଣାର ସମାଧାନ କରି ତାଙ୍କ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସେ ବାଣପୁର ଥାନାର ଦ୍ବାରସ୍ତ ହୋଇଛନ୍ତି ଆହତ ଯୁବକଜଣକ।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀବାହୀ ବସ୍‌ ଓଲଟି 12 ଆହତ, 2 ଗୁରୁତର

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 12ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ 40 ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ରାୟଗଡ଼ାରୁ କଟକ ଯାଉଥିବାବେଳେ ଖ୍ରୀଷ୍ଟପୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ର ସାମ୍ନା ପଟୁ ଏକ ଟ୍ରକ୍‌ ଚାଲି ଆସିବାରୁ ଦୁର୍ଘଟଣା ଘଟିଥିଲା । ତେବେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା :  ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା

ଜଗତସିଂହପୁର : ଜଗତସିଂହପୁର – ମାଛ ଗାଁ ରାସ୍ତାର ଗୋପାଳପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବାର ସୂଚନା ରହିଛି । ବାଇକ୍‌ ଚାଳକଙ୍କୁ ପଛପଟରୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବା ଫଳରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି ।  ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକ ଜଣକ ଗରାମ ଗ୍ରାମର ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା: ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳର ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟ ଗୋଟିଏ ଗ୍ରାମର ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ ୨୭ ଓ ୨୮ ବର୍ଷ ବୋଲି ଜଣାପଡିଛି। ମୃତକ ଦ୍ବୟ ହେଉଛନ୍ତି ରମେଶ ଦେହେରୀ ଓ ଲଖନ ମହାତୋ।  ଦୁହେଁ ଝାରସୁଗୁଡାରୁ ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁସାରେ ଲଖନପୁର ବ୍ଲକ ଅନ୍ତର୍ଗତ ସାଗରପାଲି ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଓଡି ୨୩ଏଚ-୩୭୮୩ ନମ୍ବର ଟ୍ରକ୍‌ଟି ଧକ୍କା ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍‌ : ଜଣେ ମୃତ

ବାଙ୍କୀ: କରବରଠାରେ ଏକ ମାଲବାହୀ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଛି । ତେବେ ଟ୍ରକ୍‌ ଭିତରେ ଚାପି ହୋଇ ରହିଥିବା ହେଲପର୍‌ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ବାଙ୍କୀରୁ କଟକ ଯାଉଥିବାବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟିବା ପରେ ଗୋଟିଏ ଘରେ ପିଟି ହୋଇଯାଇଥିଲା । ତେବେ ଏହି ଘରର ପରିବାର ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘରଟି ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବାବେଳେ ପରିବାର ଲୋକେ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣାସ୍ଥଳେର ଉତ୍ତେଜନା ସୃଷ୍ଟି ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଟି ପୃଥକ ଦୁର୍ଘଟଣାରେ ପ୍ରବାସୀ ସମେତ ଦୁଇ ମୃତ, ଦୁଇ ଗୁରୁତର

ସୋର : ବାଲେଶ୍ବର ଜିଲ୍ଲାର ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହିତ ଦୁଇ ଜଣ ଗୁରୁତର ହୋଇଛନ୍ତି । ଖନ୍ତପଡା ଭଳିଆପାଟଣାରେ ଟ୍ରକକୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ପଛ ଟ୍ରକରେ ବସିଥିବା ପ୍ରବାସୀ ଶ୍ରମିକଙ୍କ ମୃତ ହୋଇଛି । ସେହିପରି ଆଗ ଟ୍ରକ୍‌ର ଡ୍ରାଇଭରଙ୍କ ଗୁରତର ହୋଇଛନ୍ତି । ତେବେ ମୃତ ପ୍ରବାସୀଙ୍କ ପରିଚୟ ମିଳିପାରିନାହିଁ ।

ସେହିପରି ପଣପଣା ନିକଟରେ ପ୍ରବାସୀଙ୍କୁ ଛାଡି ଫେରିଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତାରେ ଛାଡି ଭୁବନେଶ୍ବର ଫେରୁଥିବା ବେଳେ ଟ୍ରକ ସହ ଧକ୍କା । ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ବସ୍‌ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି ।

Categories
ଆଞ୍ଚଳିକ

ବେଗୁନିଆପଡ଼ାରେ ବାଇକ୍‌ ଦୁର୍ଘଟଣା : 3 ଆହତ

ପିଣ୍ଟୁ ବିଷୋୟୀ
ବେଗୁନିଆପଡ଼ା : ଆଜି ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ନିକଟସ୍ଥ ଜଗତେଶ୍ଵର ମନ୍ଦିର ରାସ୍ତାରେ ଅପରାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମର 3 ଜଣ ଯୁବକ ଚିତ୍ରସେନ ଜେନା, ସୁନୀଲ ସାହୁ ଓ ତପନ ଜେନା ଏକ ହୀରୋ ସ୍ପ୍ଲେଣ୍ଡର ମଟର ସାଇକେଲରେ ବସି ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଚିତ୍ରସେନ ଜେନାଙ୍କ ହାତ ଭାଙ୍ଗି ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି l ସମସ୍ତଙ୍କୁ ସୁମଣ୍ଡଳ ମେଡିକାଲରେ ଭର୍ତ୍ତି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଘରକୁ ଆସୁଥିବା ମାଆ ଝିଅଙ୍କ ସମେତ ଚାରି ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶ ସାରା ଲାଗୁ ରହିଛି ଲକ୍ ଡାଉନ୍‌ । ଏହି ଲକ୍‌ ଡାଉନ୍‌ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକମାନେ । ଲକ୍ ଡାଉନ୍‌ ଯୋଗୁଁ ରୋଜଗାର ନ ଥିବାବେଳେ ପେଟ ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ଏପରି ସମୟରେ ସେମାନେ ନିଜ ନିଜ ଭିଟାମାଟିକୁ ଫେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଚାରିଆଡେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ଯାତାୟତର ମାଧ୍ୟମ ମଧ୍ୟ ବନ୍ଦ ରହିଛି । ଏପରି ସମୟରେ କିଏ ଚାଲି ଚାଲି ତ କିଏ ଟ୍ରକ୍‌ ପଛରେ କିଏ ସାଇକେଲରେ ନିଜ ଗ୍ରାମକୁ ଫେରୁଛନ୍ତି । ତେବେ ଫେରିବା ସମୟରେ ଅନେକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସେହିପରି ଘରକୁ ଫେରୁଥିବା ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏହି ପ୍ରବାସୀଙ୍କ ମଧ୍ୟରେ ମା-ଝିଅଙ୍କ ସମେତ ଅନ୍ୟ ଦୁଇଜଣ ରହିଛି । ତିନି ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ଚାରି ପ୍ରବାସୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

ଆଜି ସକାଳେ ହରିୟାଣାର ଅମ୍ବାଲାରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ଉପରେ କାର୍‌ ଚଢାଯାଇଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଶ୍ରମିକମାନେ ହରିୟାଣାରୁ ବିହାର ଅଭିମୁଖେ ଚାଲି ଚାଲି ଯାଉଥିଲେ । କାର୍‌ଟି ଭାରସାମ୍ୟ ହରାଇ ଏହି ପ୍ରବାସୀଙ୍କ ଉପରେ ଚଢିଯାଇଥିଲା । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର୍‌ ରହିଛନ୍ତି ।

ସେହିପରି ଅନ୍ୟ ଏକ ଦୁର୍ଘଟଣା ୟୁପିର ରାୟବରେଲୀଠାରେ ହୋଇଛି । ଏଠାରେ ଜଣେ 25 ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ କାର୍‌ ଧକ୍କାରେ ମୃତ୍ୟୁ ହୋଇଛି। ବୁଲନ୍ଦସହରରୁ କିଛି ଲୋକଙ୍କ ସହିତ ଯୁବକ ଜଣକ ସାଇକେଲ ଚଲାଇ ନିଜ ଗ୍ରାମକୁ ଯାଉଥିବାବେଳେ କାର୍‌ଟିର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା । ଡ୍ରାଇଭର୍‌ଟି କାର୍‌ ଉପରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡିଟି ଯୁବକଙ୍କ ଉପରେ ଚଢି ଯାଇଥିଲା ।

ଅପରପକ୍ଷରେ ଅନ୍ୟ ଏକ ସଡକ ଦୁର୍ଘଟଣାରେ ୟୁପିର ଫତେପୁର ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ମା – ଝିଅଙ୍କ ମୃତ୍ୟୁ ଘଟିଛି । ଦୁହେଁ ମହାରାଷ୍ଟ୍ରରୁ ଆସୁଥିବା କିଛି ଶ୍ରମିକଙ୍କ ସହିତ ଉତ୍ତରପ୍ରଦେଶର ଜୌନପୁର ଯାଉଥିଲେ ।