Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ, ଆଖି ଛଳଛଳ କରି ଆଶୁ ଆରୋଗ୍ୟ କାମନା କଲେ ମହିଳା ସମର୍ଥକ

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ସ୍ପଣ୍ଟଲାଇଟ ଚିକିତ୍ସା ପାଇଁ ମୁମ୍ବାଇ ଗଲେ। ସେ ପୂର୍ବରୁ ଆଜି ମୁମ୍ବାଇ ଯିବେ ଏବଂ 22 ତାରିଖରେ ଚିକିତ୍ସା ହେବ ବୋଲି ଅବଗତ କରାଇଥିଲେ। ଏହି ଖବର ପାଇବା ପରେ ଆଜି ସକାଳୁ ନବୀନ ନିବାସରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏପରିକି ଏହି ଭିଡ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଶିଘ୍ର ଆରୋଗ୍ୟ ଲାଭ ପାଇଁ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରେ ଲାଗିଥିଲେ।

ତେବେ ଏହି ଭିଡ ଭିତରେ ଅନେକ ମହିଳା କାନ୍ଦୁ ଥିବାର ଲକ୍ଷ୍ୟ କରାଯାଇଥିଲା। ନବୀନ ଘରୁ ବାହାରି ଗାଡିରେ ବସି ହାତ ହଲାଇ ହଲାଇ ବିମାନ ବନ୍ଦରକୁ ଯାଇଥିଲେ। ଏହି ସମୟରେ ନବୀନଙ୍କୁ ଦେଖି ମହିଳାମାନଙ୍କର ଆଖି ଛଳଛଳ ହୋଇଯାଇଥିଲା। ସେମାନେ ସମସ୍ତେ ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବାର ଲକ୍ଷ୍ୟ କରାଯାଇଥିଲା। ତାଙ୍କର ପ୍ରିୟ ନବୀନ ପଟ୍ଟନାୟକ ଖୁବ ଶିଘ୍ର ଆରୋଗ୍ୟ ଲାଭ କରି ଫେରି ଆସନ୍ତୁ ବୋଲି ସେମାନେ ମନେ ମନେ ଜଗନ୍ନାଥଙ୍କୁ କହୁଥିବାର ଦେଖାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ, ନବୀନ ନିବାସରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସମର୍ଥକଙ୍କ ଭିଡ

ଭୁବନେଶ୍ବର: ଆଜି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିଛନ୍ତି। ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ଆଜି ନବୀନ ତାଙ୍କ ନିବାସରୁ ବିମାନ ବନ୍ଦର ବାହାରିବା ବେଳେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ସେ ନବୀନ ନିବାସରୁ ବାହାରିବା ବେଳେ ପ୍ରବଳ ଜନସମାଗମ ହୋଇପଡିଥିଲା।

ସେହିପରି ବିମାନ ବନ୍ଦରରେ ମଧ୍ୟ ପ୍ରଶଂସକ ଭିଡ ପରିଲକ୍ଷିତ ହୋଇଥିଲା। ଭାବ ବିହ୍ବଳ ମଧ୍ୟରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସମର୍ଥକ। ଲଙ୍ଗ ଲିଭ ନବୀନ, ଜୟ ଜଗନ୍ନାଥ ପ୍ରଭଡତି ଧ୍ବନୀରେ ସମର୍ଥକମାନେ ତାଙ୍କର ଆରୋଗ୍ୟ କାମନା କରିଥିଲେ। ସେ ଶିଘ୍ର ସୁସ୍ଥ ହୋଇ ଭୁବନେଶ୍ବର ଫେରିଆସିବେ ବୋଲି ଜଗନ୍ନାଥଙ୍କ ନିକଟରେ ସମର୍ଥକମାନେ ପ୍ରାର୍ଥନା ମଧ୍ୟ କରିଛନ୍ତି।

ପଢନ୍ତୁ- ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ, କହିଲେ.. ଜଗନ୍ନାଥଙ୍କ ଆର୍ଶିବାଦରୁ ଶିଘ୍ର ଫେରିବି

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବୀନଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚିନ୍ତା ପ୍ରକଟ ମଧ୍ୟ କଲେ

ଭୁବନେଶ୍ବର: ଆସନ୍ତା 22 ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପରେସନ ହେବ। ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ କରାଯିବ। ମୁମ୍ବାଇର କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଏହି ଅପରେସନ କରାଯିବ। ଏ ନେଇ ଖୋଦ ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଅବଗତ କରାଇଛନ୍ତି।

ଏହି ଖବର ଜଣାପଡିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ନିଜ ସାମାଜିକ ଗଣମାଧ୍ୟମରେ ନବୀନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସେ ଲେଖିଚନ୍ତି ଯେ,ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତିତ । ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

(ଏଥିରେ ଥିବା ଫଟୋଟି ପୁରୁଣା, ଶପଥ ଗ୍ରହଣ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଡାକିବା ସମୟରେ ଏହାକୁ ନିଆଯାଇଛି। ବର୍ତ୍ତମାନର ଖବର ସହିତ ଏହାର କୌଣସି ସଂପର୍କ ନାହିଁ। କେବଳ ସିମ୍ବଲିକ ଭାବେ ଦିଆଯାଇଛି।)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ବାସ୍ଥ୍ୟ ପାଇଁ ଭୁବନେଶ୍ବରରେ ଅନୁପସ୍ଥିତ ରହିବେ ନବୀନ, କିଏ ବୁଝିବ ଦଳୀୟ ବ୍ୟାପାର ? ସ୍ପଷ୍ଟ କଲେ ସଭାପତି

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରଧୀଦଳର ନେତା ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ସେ ଆସନ୍ତା 20 ତାରିଖରେ ମୁମ୍ବାଇ ଗସ୍ତ କରିବେ ଏବଂ 22 ତାରିଖରେ ତାଙ୍କର ଚିକିତ୍ସା ହେବ। ସେ ମୁମ୍ବାଇର ପ୍ରଖ୍ୟାତ ହସପିଟାଲ କୋକିଳବେନ ଧିରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେବେ। ତାଙ୍କର ଚିକିତ୍ସା ବ୍ୟବସ୍ଥା ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ବୁଝାବୁଝି କରୁଛନ୍ତି।

ତେବେ ତାଙ୍କ ଅନୁପସ୍ଥିତରେ ବିଜେଡିର ଦୈନ୍ୟନ୍ଦିନ କଥା କିଏ ବୁଝିବ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ନବୀନ ବାହାରକୁ ଗଲେ ଦଳ ଭିତରେ ବିଦ୍ରୋହର ସ୍ବର ଉଠୁଛି। ତେବେ ଏସବୁକୁ ଧ୍ୟାନରେ ରଖି ନବୀନ ଯିବା ପୂର୍ବରୁ ସେ ନେଇ ସମସ୍ତ କାର୍ଯ୍ୟ କରିସାରିଛନ୍ତି। ଏ ନେଇ ନବୀନ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ବିଜୁ ଜନତା ଦଳ ତରଫରୁ ପ୍ରକାଶିତ ଏବଂ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ହୋଇଛି। ଏଥିରେ କୁହାଯାଇଛି ଯେ, ମୋର ଅନୁପସ୍ଥିତରେ ବିଜେଡିର ରାଜନୈତିକ ବ୍ୟାପାର କମିଟ ଦଳୀୟ ବ୍ୟାପାର ଉପରେ ନିଷ୍ପତି ଗ୍ରହଣ କରିବେ। ଏଥିସହିତ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ମଧ୍ୟ ବିଜେଡି ଅଫିସରେ ରହି ବିଭିନ୍ନ ଛାମୁଆ ସଂଗଠନ ସହିତ ସମନ୍ବୟ ରଖିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ, କହିଲେ.. ଜଗନ୍ନାଥଙ୍କ ଆର୍ଶିବାଦରୁ ଶିଘ୍ର ଫେରିବି

ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏ ନେଇ ସେ ନିଜେ ନିଜର ପ୍ରଶଂସକଙ୍କୁ ଆବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା 22 ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସା ହେବି। ମୋର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଏକ ପକ୍ରିୟା ଶେଷ କରାଯିବ। 

ସେ ଆହୁରି କହିଛନ୍ତି ଯେ, ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପରାମର୍ଶରେ ଏହି କାର୍ଯ୍ୟ କରାଯିବ। ସେ ଉଲ୍ଲେଖ କରିଛନ୍ତି ଯେ, ଜଗନ୍ନାଥଙ୍କ ଆର୍ଶିବାଦ ତଥା ଓଡିଶାର ଭାଇଭଉଣୀଙ୍କ ଶୁଭକାମନା ପାଇଁ ଖୁବ ଶିଘ୍ର ଫେରିଆସି ମୋର ସେବା ଜାରୀ ରଖିବି। ନବୀନ ନିଜ ସାମାଜିକ ଗଣମାଧ୍ୟମରେ ଏହା ପୋଷ୍ଟ କରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ସଂଗଠନକୁ କେହି ନୀଚ ଭାବିବା ଉଚିତ ନୁହେଁ, ଏମିତି କାହିଁକି କହିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ। ଆଜି ଦଳର ସଭାପତି ପଦ ପାଇଁ ନିର୍ବାଚନ ଥିଲା। ଏଥିରେ ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିଥିଲେ। ଫଳରେ ଆଜି ବିଜେଡି ବୈଠକରେ ନବୀନ ସଭାପତି ବୋଲି ଘୋଷଣା କରାଯାଇଛି।

ଏହାପରେ ଶଙ୍ଖ ଭବନରେ ନବୀନଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଥିଲେ। ପୁରୀର ନେତାମାନେ ଖଣ୍ଡୁଆ ପାଟ ଦେଇ ଅଭିନନ୍ଦନ କରିଥିଲେ। ସେହିପରି ଅନ୍ୟ ନେତାମାନେ ଫୁଲ ତୋଡା ଦେଇ ନବୀନଙ୍କୁ ସ୍ବାଗତ କରିଥିଲେ। ଆଜି ଶଙ୍ଖ ଭବନରେ ଆୟୋଜିତ ବୈଠକରେ ବହୁ ନେତା ଓ କର୍ମି ଯୋଗ ଦେଇ ନବୀନଙ୍କ ଜୟ ଜୟକାର କରିଥିଲେ।

ତେବେ ନବମ ଥର ପାଇଁ ସଭାପତି ହେବା ପରେ ନବୀନ ତାଙ୍କର ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ବିଜେଡି ଶାସନ ରେ ଓଡିଶାର ଏକ ସୁବର୍ଣ୍ଣ ଯୁଗ ଥିଲା। ବିଜେଡି ଶାସନରେ ଥାଉ କିମ୍ବା ନ ଥାଉ ଆମେ ସବୁବେଳେ ଲୋକଙ୍କ ସେବାକୁ ଜାରୀ ରଖିବୁ। ବିଜେଡିକୁ କେହି ନିଚା ଭାବିବା ଅନୁଚିତ ବୋଲି ନବୀନ କହିଥିଲେ।

ଆମ ସମୟର ଓଡିଶା ବର୍ତ୍ତମାନ ଅନ୍ୟ ରାଜ୍ୟ ପାଇଁ ରୋଲ ମଡେଲ ସାଜିଛି। ସେମାନଙ୍କ ପାଇଁ ଆମ ଶାସନ ଆଦର୍ଶ ପାଲଟିଛି। ଆମ ଦଳ ଏକାଠି ରହିଛି ଆଉ ନେତାମାନେ ସବୁବେଳେ ସକ୍ରିୟ ଅଛନ୍ତି। ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି। ଏହାକୁ ପାଥେୟ କରି ଆମେ ଲୋକଙ୍କ ସେବା କରିବା ବୋଲି ନବୀନ ନେତା ଓ କର୍ମିମାନଙ୍କୁ କହିଥିଲେ।

ସେ କହିଥିଲେ ଯେ, ଚାଷୀ ମହିଳା ଆଉ ଯୁବ ସମାଜ ସମସ୍ତଙ୍କ ପାଇଁ କାମ କରିବା ଆମର ଲକ୍ଷ୍ୟ। ଆମେ ସବୁବେଳେ ଓଡିଶାର ହକ ପାଇଁ ଲଢେଇ କରୁଥିଲୁ। ଆଜି ମଧ୍ୟ ସେହି ହକ ପାଇଁ ଲଢେଇ ଜାରୀ ରହିଛି। ଓଡିଶାର ସ୍ବାର୍ଥ ଆଉ ଓଡିଆଙ୍କ ସ୍ବାଭିମାନ ହେଉଛି ଆମର ପ୍ରାଥମିକତା। ତା ଉପରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ।

ବିଜେପି ମିଛ ପ୍ରଚାର କରି ଶାସନକୁ ଆସିଛି। ସାମାଜିକ ଗଣମାଧ୍ୟମରେ ବିଜେପି ମିଛ କହି ଲୋକଙ୍କୁ ଭୁଆଁ ବୁଲାଇଛି। ଆମର ସାମାଜିକ ଗଣମାଧ୍ୟମ ତାହାକୁ ସଠିକ ଭାବେ ଜବାବ ଦେଇପାରିଲା ନାହିଁ। ସେଥିପାଇଁ ଆମେ ହାରିଲୁ। ହେଲେ ଓଡିଶାର ଜନସାଧାରଣ ଆମକୁ ଅଧିକ ପସନ୍ଦ କରିଛନ୍ତି। ବିଜେପିର ଏହି ମିଛ ପ୍ରଚାରକୁ ଆମ ବିଜେଡି କର୍ମିମାନେ ଉଚିତ ଜବାବ ଦେବେ ବୋଲି ନବୀନ ଆହ୍ବାନ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ନିର୍ଦ୍ବନ୍ଦରେ ଜିତିଲେ ନବୀନ ପଟ୍ଟନାୟକ, ଘୋଷଣା କଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ପୁଣି ଥରେ ନିର୍ଦ୍ବନ୍ଦରେ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଏହି ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ବିଜେଡିର ବସିଥିବା ରାଜ୍ୟ ପରିଷଦ ବୈଠକରେ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ନବୀନ ପଟ୍ଟନାୟକ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ସେଥିପାଇଁ ସେ ନବମ ଥର ପାଇଁ ବିଜେଡିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।

ଏହି ଘୋଷଣା ପରେ ନବୀନ ପଟ୍ଟନାୟକଙ୍କୁ ଶଙ୍ଖ ଭବନରେ ଦଳୀୟ ନେତାମାନେ ସ୍ବାଗତ କରିବାରେ ଲାଗିଛନ୍ତି। ଖଣ୍ଡୁଆପାଟ ଦେଇ ତାଙ୍କୁ ଅଭିନନ୍ଦନ କରାଯାଇଛି। ଏହାକୁ ନେଇ କର୍ମୀ ମହଲରେ ଖୁସିର ମାହଲ ତିଆରି ହୋଇଛି। ବିଜେଡି ପୁଣି ଥରେ ସକ୍ରିୟ ହେବ ବୋଲି ଦଳୀୟ ନେତାମାନେ ଆଶା ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ପଦ ପାଇଁ କିଛି ସମୟ ତଳେ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ। ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ନବୀନ ଶଙ୍ଖ ଭବନ ଯାଇଥିଲେ। ସେଠାରେ ସେ ଦଳର ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହାପରେ ଆସନ୍ତା ୧୯ ତାରିଖରେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ।

ବିଜୁ ଜନତା ଦଳ ଗଠନ ପରଠାରୁ ନବୀନ ପଟ୍ଟନାୟକ ଦଳର ସଭାପତି ଭାବେ ରହିଆସିଛନ୍ତି। ବର୍ତ୍ତମାନ ନବମ ଥର ପାଇଁ ସେ ସଭାପତି ହେବେ। ସେହିପରି ଦଳ କେତେକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଥିଲେ ମଧ୍ୟ ଆଉ କିଛି ବାକି ରହିଛି। ଆଜି ସେସବୁ ଘୋଷଣା ହେବ ବୋଲି ଜଣପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କାହିଁକି

ଭୁବନେଶ୍ବର: ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନାମାଙ୍କନ ଭରିବେ। ଏ ନେଇ ଏକ ସୂଚନା ହସ୍ତଗତ ହୋଇଛି। ତେବେ କାରଣ ହେଉଛି ବିଜେଡି ସୁପ୍ରିମୋ ପୁଣି ଥରେ ଦଳର ସଭାପତି ହେବେ। ସେଥିପାଇଁ ସେ ନାମାଙ୍କନ ଭରିବାକୁ ଶଙ୍ଖ ଭବନ ଯିବେ।

ବିଜେଡିର ବର୍ତ୍ତମାନ ସାଂଗଠନିକ ନିର୍ବାଚନ ଚାଲିଛି। ବର୍ତ୍ତମାନ ସୁଦ୍ଧା 18ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ସରିଛି। ଏହାପରେ ଆଜି କିମ୍ବା ଆସନ୍ତାକାଲି ଅନ୍ୟ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହେବ। ଏହାପରେ ଆସନ୍ତା 19 ତାରିଖରେ ଦଳର ସଭାପତି ନିର୍ବାଚନ ହେବ। ସେଥିପାଇଁ ଦଳିୟ ନିୟମ ଅନୁସାରେ ନବୀନ ନାମାଙ୍କନ ପତ୍ର ଦାଖଲ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକ କଣ କହିଲେ ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା  ପଣା ସଂକ୍ରାନ୍ତି। ଆଜିଠାରୁ ଓଡିଆ ନୂଆ ବର୍ଷ ଆରମ୍ଭ ହେଉଛି। ଏହି ଉପଲକ୍ଷେ ରାଜ୍ୟ ବାସୀଙ୍କୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କହିଛନ୍ତି…

 

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆ ବର୍ଷର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ବନ୍ଦେ ଉତ୍କଳ ଜନନୀ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ ନେଇ ନବୀନ ପଟ୍ଟନାୟକ କଣ କହିଲେ ଜାଣନ୍ତି ?

ଭୁବନେଶ୍ବର: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ ନେଇ ବିଜେଡି ସୁପ୍ରିମୋ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ସେ କହିଛନ୍ତି ଯେ, “ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି।”

“ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

Categories
ବିଶେଷ ଖବର ରାଜ୍ୟ ଖବର

ସାଂଘାତିକ ହେଲାଣି ବିଜେଡିର ଭବିଷ୍ୟତ, ପାଣ୍ଡିଆନଙ୍କୁ ଘଣ୍ଟ ଘୋଡାଉଥିବାରୁ ଏବେ ନବୀନଙ୍କୁ ଟାର୍ଗେଟ କଲେଣି ଦଳର ନେତା

ଭୁବନେଶ୍ବର: ଧିରେ ଧିରେ ବିଜେଡିର ଗୋଷ୍ଠୀ କନ୍ଦଳ ଏକ ସାଂଘାତିକ ସ୍ଥିତି ଆଡକୁ ଗତି କରିବାରେ ଲାଗିଛି। କାରଣ ଦିନକୁ ଦିନ ଦଳର ବରିଷ୍ଠ ନେତାମାନେ ଯେପରି ବିବୃତି ଦେବାରେ ଲାଗିଛନ୍ତି ତାହା ଦଳର କନ୍ଦଳକୁ ସ୍ପଷ୍ଟ ସୂଚାଇ ଦେଉଛି। ତେବେ ପୂର୍ବରୁ  ନେତାମାନେ ଦଳର ଆଭିମୁଖ୍ୟ ନେଇ ଅସନ୍ତୋଷ ଜାହିରୀ କରି ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ।

ହେଲେ ବର୍ତ୍ତମାନ ପାଣ୍ଡିଆନଙ୍କ ସହ ନେତାମାନେ ସିଧା ଦଳର ସୁପ୍ରିମୋଙ୍କୁ ମଧ୍ୟ ଟାର୍ଗେଟ କଲେଣି। ଯାହାର ଜ୍ବଳନ୍ତ ଉଦାହର ହେଉଛି ପୂର୍ବତ୍ତନ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ମନ୍ତବ୍ୟ। ପ୍ରଫୁଲ ସିଧା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଦେ ଶୁଣେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ହୋଟେଲରେ ବୈଠକ କଲେ କେହି ମନା କରିପାରିବେ ନାହିଁ। ସେ ନାଲି ଆଖିକୁ ଆମେ ଡରିବୁ ନାହିଁ। ଆମ ଇଚ୍ଛା ଆମେ ଯେଉଁଠି ଚାହିଁବୁ ସେଠି ବସିବୁ। ଏଥିପାଇଁ କାହାର ଅନୁମତି ନେବା ଆବଶ୍ୟକ ନାହିଁ।

ହୋଟେଲରେ କେତେକ ବିଜେଡି ନେତା ମେଳି କରିଥିବାରୁ ତାହାକୁ ନାପସନ୍ଦ କରିଥିଲେ ନବୀନ ପଟ୍ଟନାୟକ। ସେ ଗଣମାଧ୍ୟମକୁ କହିଥିଲେ ଯେ, ବିଜେଡି ନେତାଙ୍କର ବୈଠକ କରିବା ପାଇଁ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ରହିଛି। ସେଠାରେ ବୈଠକ କରନ୍ତୁ। ବାହାରେ ସଭା କରିବା ଠିକ ନୁହେଁ ବୋଲି ନବୀନ କହିଥିଲେ। ଯାହାର ଯବାବ ଦେଇଛନ୍ତି ପ୍ରଫୁଲ ମଲ୍ଲିକ। ଏହା ସିଧା ନବୀନଙ୍କୁ ଧମକ ବୋଲି କୁହାଯିବ।

ପ୍ରଫୁଲ କହିଛନ୍ତି ଯେ, ଯେତେବେଳ ଦଳୀୟ ବୈଠକ ହେବ କିମ୍ବା କମିଟ ବୈଠକ ହେବ ସେତେବେଳେ ଆମେ ପାର୍ଟି ଅଫିସରେ ବସିବୁ। ଅନ୍ୟ ସମୟରେ କାହିଁକି ପାର୍ଟି ଅଫିସରେ ବସିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଆମର ବୟସ ହେଲାଣି, ଆମେ କେଉଁଠି ବସି ହସଖୁସି କରିବୁ ସେଥିରେ କେହି ଆମକୁ ବାରଣ କରିପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

ଫଳରେ ପାଣ୍ଡିଆନ ପାଇଁ ବର୍ତ୍ତମାନ ନବୀନ ଟାର୍ଗେଟକୁ ଆସି ଗଲେଣି। ଯାହା କେବେ ଘଟି ନ ଥିଲା। ଯଦି ଏହି ପରି ନବୀନଙ୍କୁ ଆଉ କିଛି ନେତା ଟାର୍ଗେଟ କରିବେ ତେବେ ତାହା ଏକ ସାଂଘାତିକ ଘଟଣା ହେବ। କାରଣ ଦଳର ସୁପ୍ରିମୋଙ୍କୁ ନେତାମାନେ ଟାର୍ଗେଟ କରିବା ନିଶ୍ଚିତ ଏକ ବଡ ଘଟଣା। ଅନୁମାନ କରିହେଉଛି ଯେ, ନେତାମାନେ ଦୀର୍ଘ ବର୍ଷ ଧରି ସହି ସହି ଆସିଲେଣି। ତେଣୁ ଆଉ ନବୀନଙ୍କ ପାଣ୍ଡିଆନ ପ୍ରୀତିଙ୍କୁ ଆଉ ବିଜେଡି ନେତା ହଜମ କରିବା ପରିସ୍ଥିତିରେ ନାହାଁନ୍ତି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ପାଣ୍ଡିଆନ ପ୍ରସଂଗରେ ମଧ୍ୟ ପ୍ରଫୁଲ ଛାଡି ନାହାଁନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ସନ୍ୟାସୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ଦଳୀୟ କାର୍ଯ୍ୟରେ ମୁଣ୍ଡ ଖେଳାଉଛନ୍ତି। ଯଦି ସେ ସେପରି କାର୍ଯ୍ୟ କରୁ ନାହାଁନ୍ତି ତେବେ ମିଡିଆ ଆଗରେ ପାଣ୍ଡିଆନ ପ୍ରକାଶ କରନ୍ତୁ ବୋଲି ପ୍ରଫୁଲ କହିଛନ୍ତି। ସେ ୱାକଫ ବିଲ୍ କୁ ନେଇ କହିଛନ୍ତି ଦଳ ଯେପରି ନିଷ୍ପତି ନେଲା ତାହା ଏକ ଅନ୍ତଃର୍ଘାତୀ କାମ। ଏପରି କାମକୁ ଲୋକେ କେବେ କ୍ଷମା ଦେବେ ନାହିଁ ବୋଲି ପ୍ରଫୁଲ କହିଛନ୍ତି। ଏପରି ପରିସ୍ଥିତିରେ ବିଜେଡି ଭବିଷ୍ୟତ କଣ ହେବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶେଷରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପାଣ୍ଡିଆନଙ୍କୁ ନେଇ କହିଲେ……..

ଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଆଜି ନବୀନ ନିବାସରେ ନିଜର ମତ ରଖିଛନ୍ତି। ଦୀର୍ଘଦିନ ଧରି ଦଳ ଭିତରେ ଯେଉଁ ମେଳି ଚାଲିଛି ତାହା ଉପରେ କହିଛନ୍ତି। ଯାହାକୁ ନେଇ ପାଣ୍ଡିଆନ ବିରୋଧୀଙ୍କ ମୁଣ୍ଡ ଅକଲ ହୋଇଯାଇଛି। ସେପଟେ ପାଣ୍ଡିଆନ ସପକ୍ଷ ଗୋଷ୍ଠୀ ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି।

ଆଜି ନବୀନ ତାଙ୍କର ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ତିନିଟି ଭାଗରେ ବିଭକ୍ତ କରିଛନ୍ତି। ପ୍ରଥମେ ସେ ବିଜେଡି ନେତାଙ୍କ ବିଭିନ୍ନ ମେଳିକୁ ନେଇ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ନେତାମାନେ ବିଭିନ୍ନ ସ୍ଥାନରେ ବା ହୋଟେଲରେ ବୈଠକ କରୁଛନ୍ତି। ସେମାନଙ୍କର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ଅଛି। ସେଠାରେ ସେମାନେ ବୈଠକ କରନ୍ତୁ ବୋଲି ନବୀନ କହିଛନ୍ତି।

ସେହିପରି ପ୍ରଭାତ ତ୍ରିପାଠୀଙ୍କ ବୟାନକୁ ନେଇ ନବୀନ କହିଛନ୍ତି ଯେ, ସେ ବହୁତ ବର୍ଷ ତଳେ ଦଳରୁ ବହିସ୍କାର ହୋଇଛନ୍ତି। ସେ ଚିଟ ଫଣ୍ଡ ଟଙ୍କା ଠକେଇରେ ଜେଲ ଯାଇଛନ୍ତି। ସେ ଯାହା କହୁଛନ୍ତି ସେଥିରେ କିଛି ଗୁରୁତ୍ବ ନାହିଁ। ସେ ଦଳର କିଛି ନୁହଁନ୍ତି ବୋଲି ନବୀନ କହିଛନ୍ତି।

ଅନ୍ୟପକ୍ଷରେ ପାଣ୍ଡିଆନଙ୍କୁ ନେଇ ନବୀନ କହିଛନ୍ତି ଯେ, କାର୍ତ୍ତିକେୟନ ପାଣ୍ଡିଆନ ବିଗତ ବର୍ଷରେ ବେଶ ଭଲ କାମ କରିଛନ୍ତି। ହେଲେ ନିର୍ବାଚନ ପରେ ସେ ଦଳ ଛାଡି ଦେଇଛନ୍ତି। ସେ ପ୍ରାୟ ଦଶ ମାସ ହେଲା ଦଳରେ ନାହାଁନ୍ତି। ତେଣୁ ସେ ଦଳର କୌଣସି କାର୍ଯ୍ୟରେ ସାମିଲ ନାହାଁନ୍ତି ବୋଲି ନବୀନ କହିଛନ୍ତି।

ତେବେ ୱାକଫ ବିଲ ଉପରେ ନବୀନ କିଛି କହି ନ ଥିଲେ। ସେ ନିର୍ଦ୍ଦେଶ ଦେଇଥିଲେ କି ନାହିଁ ସେ ଉପରେ ନବୀନ କିଛି ମନ୍ତବ୍ୟ ଦେଇ ନ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ଏମିତି ଶଦ୍ଦ କାହିଁକି ପ୍ରୟୋଗ କଲେ ସୌମ୍ୟରଞ୍ଜନ , ରାଜନୀତି ହୁଲୁସ୍ତୁଲ

ଭୁବନେଶ୍ବର: ସାରା ଓଡିଶାରେ ବିଜେଡି ଦଳକୁ ନେଇ ଏବେ ଚର୍ଚ୍ଚା ଜୋରଦାର ଚାଲିଛି। ନବୀନ କାହିଁକି କିଛି କହୁ ନାହାଁନ୍ତି ବୋଲି ବିିଭିନ୍ନ ମହଲରେ ଦାବୀ ହେଉଛି। ଏପରି ପରିସ୍ଥିତିରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ନବୀନଙ୍କ ବିରୋଧରେ ଏକ ଲମ୍ବା ଟିପ୍ପଣୀ ଲେଖିଛନ୍ତି। ତାହା ହେଲା…

ଦୀର୍ଘ ଏକସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶା ବାହାରେ ରହି ଓଡ଼ିଶାକୁ ଦୂରରୁ ଦେଖିବା ଫଳରେ ଅନେକ କଥା ମନକୁ ଆସୁଛି। ଏହି କେତେଦିନ ଧରି ଓଡ଼ିଶା ରାଜନୀତିରେ ଯାହା ସବୁ ଘଟୁଛି ତାହା ଦେଖି ଅମୋଦିତ ହେବା ଛଡ଼ା ଅନ୍ୟ ଗତି ନାହିଁ।

ବିଶେଷକରି ନବୀନବାବୁଙ୍କ ଆଚରଣ ଓ ଉଚ୍ଚାରଣ ଆମକୁ ଅଧିକ ବ୍ୟଥିତ ଓ ବିବ୍ରତ କରୁଛି।
ନବୀନବାବୁ ବେଶୀ କଥା କହନ୍ତି ନାହିଁ। ତେବେ ଯେତେବେଳେ ତାଙ୍କୁ ରାଜନୈତିକ ସହକର୍ମୀମାନେ ଧୋକା ଦିଅନ୍ତି, ସେ କ୍ଷୁବ୍ଧ ହୋଇ ଯେଉଁ ଭାଷା ବ୍ୟବହାର କରନ୍ତି ତା’ ହେଲା “ବେଇମାନ୍”।

ଆଜି waqf bill’ ପ୍ରସଙ୍ଗରେ, ବିଜେପିକୁ ସମର୍ଥନ ଦେବା ନ ଦେବା ନେଇ ତାଙ୍କ ଦଳର ନେତାମାନଙ୍କର ଆଚରଣ ଓ ଉଚ୍ଚାରଣରୁ ଆମେ କ’ଣ ବୁଝିବା ? ନବୀନବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, “ଚୁପ୍ ସୈତାନ୍” ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ।

ଦିନ ଥିଲା, ନବୀନବାବୁଙ୍କୁ ଓଡ଼ିଆମାନଙ୍କର ‘ହୃଦୟ ସମ୍ରାଟ’ ବୋଲି ତାଙ୍କର ତୋଷାମଦକାରୀମାନେ କହି ବୁଲୁଥିଲେ। ନବୀନବାବୁ ଏହାକୁ ନେଇ କ’ଣ ଭାବୁଥିଲେ ଜଣା ନାହିଁ। କିନ୍ତୁ ନିଶ୍ଚୟ ଉପଭୋଗ କରୁଥିବେ। ପିତାଙ୍କ ନାମରେ ଗଢ଼ିଥିବା ‘’ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ” ବୋଲି ସମସ୍ତେ କହୁଥିଲେ।

ଆଜି କ’ଣ ହୋଇଛି ଯେ ଏତେ କଥା ଘଟି ଯାଉଛି, ଅଥଚ ସମ୍ରାଟ୍ ଚୁପ୍ ବସିଛନ୍ତି ! ବିଜୁ ଜନତା ଦଳର ବଳ କେଉଁଠି ହଜିଗଲା ଯେ ସେ ଏକ ସ୍ଥିର ନିଷ୍ପତ୍ତି ନେଇ ପାରୁନାହାନ୍ତି ? ଗୋଟିଏ ଦିନରେ ତିନି ଥର ଏ ପ୍ରସଙ୍ଗରେ ସେ ଭିନ୍ନ-ଭିନ୍ନ ନିଷ୍ପତ୍ତି ନେଇଛନ୍ତି; ପୁଣି ଶେଷରେ ବିବେକ କଥା କହିଛନ୍ତି !

ଦଳର ବିବେକ କ’ଣ, ତାହା ସ୍ପଷ୍ଟ ଜଣାପଡୁନାହିଁ। ବିଭିନ୍ନଆଡୁ ଟଣା-ଓଟରା ହୋଇ, ବିବେକ ଦଂଶନ ଭୋଗିବା ଛଡ଼ା ଅନ୍ୟ ବାଟ ନାହିଁ। ଇଂରାଜୀରେ କଥା ଅଛି- Better late than neve”। ଏବେବି ସମୟ ଅଛି, ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ଅଗ୍ରାଧିକାର ଦେଇ ଏକ ଆଞ୍ଚଳିକ ଦଳ ଗଢ଼ିଥିବା ବନ୍ଧୁମାନେ ଓଡ଼ିଶାବାସୀଙ୍କୁ ଆଉ ଧୋକା ନ ଦିଅନ୍ତୁ।

ମଣିଷ ମାତ୍ରେ ଭୁଲ୍ କରେ। ଭୁଲ୍‌କୁ ସ୍ବୀକାର କରି ଆଗେଇଯିବା ସୁପୁରୁଷର ଲକ୍ଷଣ। କିନ୍ତୁ ଭୁଲ୍‌କୁ ଜାଣିଶୁଣି ଠିକ୍ ବୋଲି ପ୍ରମାଣିତ କରିବାପାଇଁ ବାହାସ୍ଫୋଟ ମାରୁଥିବା ନେତାମାନେ ଜାଣିବା ଦରକାର ଯେ ଏହା କାପୁରୁଷର ଲକ୍ଷଣ। ଆଜି ନହେଲେ ବି କାଲି, ଈଶ୍ୱର ଏଥିପାଇଁ ଉଚିତ ନ୍ୟାୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ତାଙ୍କ ପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ସେ ରହୁଥିଲେ। ସେହିଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବହୁ ନେତା ଓ ମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି।

ସେହିପରି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଅତୁଳନୀୟ ସାଙ୍ଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ତଥା ଲୋକପ୍ରିୟ ରାଜନେତାଙ୍କୁ ହରାଇଲା। ଏପରି ଦୁଃଖଦ ସମୟରେ ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ବିୟୋଗରେ ନବୀନ ପଟ୍ଟନାୟକଙ୍କ ଶୋକ, କହିଲେ ଏପରି କଥା

ଭୁବନେଶ୍ବର: ଆଜି ପ୍ରଖ୍ୟାତ କବି ତଥା ସାହିତ୍ୟିକ ରମାକାନ୍ତ ରଥଙ୍କର ବିୟୋଗ ହୋଇଯାଇଛି। ସେ ୯୧ ବର୍ଷ ବୟସରେ ଶେଷ ନିଃସ୍ବାଶ ତ୍ୟାଗ କରିଛନ୍ତି। ଭୁବନେଶ୍ୱରର ଖାରବେଳନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ସାରା ଓଡିଶାର ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି।

ଏହି ପରିପ୍ରେକ୍ଷୀରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,

ପ୍ରସିଦ୍ଧ କବି ତଥା ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ରହିଛି ବହୁମୂଲ୍ୟ ଯୋଗଦାନ। ନିଜ ସ୍ୱତନ୍ତ୍ର ରଚନା ଶୈଳୀ ପାଇଁ ପାଠକଙ୍କ ହୃଦୟରେ ସେ ଚିର ଅମର ହୋଇ ରହିବେ। ଏପରି ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।’

Categories
ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତିରାଜ ଦିବସକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ, ପ୍ରଶ୍ନ ପରେ କଲେ ପ୍ରଶ୍ନ

ଭୁବନେଶ୍ବର: ଓଡିଶାବାସୀଙ୍କ ପ୍ରିୟ ନେତା, ମହାନ ଜନନାୟକ, ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ଆଜି ଶଙ୍ଖ ଭାବନରେ ବିପୁଳ ଉତ୍ସାହ ରେ ପାଳିତ ହୋଇ ଯାଇଛି। ଏ ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ବାବୁ,ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡିଆଙ୍କ ଛାତି ଗର୍ବରେ ଫୁଲି ଉଠେ। ମନରେ ସାହାସ ଆସେ ଏବଂ ଆଖି ଆଗରେ ସାହସ ଓ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା ଟେଲ୍ ମ୍ୟାନ ଙ୍କ ଛବି ଭାସି ଆସେ। ସେ ଥିଲେ ସାଢେ ଚାରି କୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସରକାର ଆସିବ,ଯିବ. କିନ୍ତୁ ବିଜୁ ବାବୁ ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟ ରେ ରହିଛନ୍ତି ଓ ରହିଥିବେ, ତାଙ୍କ କାମ ପାଇଁ ଓଡ଼ିଆ ଜାତି ସବୁବେଳେ ଗର୍ବ କରୁଛି ଓ କରୁଥିବଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଯୋଗାଉଥିବ। ବିଜୁ ବାବୁଙ୍କ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବରେ ପାଳନ ନ କରିବା ପାଇଁ ସରକାର ଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦୁର୍ଭାଗ୍ୟ ର କଥା। କ୍ଷମତାକୁ ଆସିବାର ଠିକ ପରେ ପରେ ବିଜେପି ସରକାର ବିଜୁ କ୍ରୀଡା ପୁରସ୍କାରର ନାମ ବଦଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରବଳ ଜନ ପ୍ରତିକ୍ରିୟା ପରେ ନିଷ୍ପତ୍ତି ରୁ ଓହରିଲେ।

ଏଵେ ସେହିପରି ସାରା ରାଜ୍ୟ ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଉଛି କିନ୍ତୁ ଅପରାଧୀଙ୍କୁ ଧରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ଗତ ତିରିଶ ବର୍ଷ ହେଲା ୧୯୯୩ ରୁ ଓଡିଶା ବାସି ବିଜୁ ବାବୁଙ୍କ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରି ଆସୁଥିଲେ। କିନ୍ତୁ ଚଳିତ ବର୍ଷ ଏହି ଦିବସ କୁ ଅନ୍ୟ ତାରିଖ କୁ ପରିବର୍ତ୍ତନ କରିବା ପଛରେ ରହସ୍ୟ କଣ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏହାର କଡା ନିନ୍ଦା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେପି ସରକାର ଯୋଜନା ଓ ପୁରସ୍କାର ର ନାମ,ରଙ୍ଗ ପରିବର୍ତ୍ତନ କରିପାରନ୍ତି, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ବିକୃତ କରିପାରନ୍ତି. ଉତ୍ସବ ତାରିଖ ବଦଳାଇ ପାରନ୍ତି, କିନ୍ତୁ ବିଜୁ ବାବୁ ଙ୍କ ପ୍ରତି ଥିବା ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବା କୁ ନେଇଯାଇ ପାରିବେ ନାହିଁ। ବିଜୁ ବାବୁ ଲୋକଙ୍କ ହୃଦୟ ରେ ଅଛନ୍ତି.ତାକୁ ଆପଣ ପରିବର୍ତ୍ତନ କରି ପାରିବେ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏସବୁ ଘଟଣା ବିଜୁ ବାବୁଙ୍କ ପ୍ରତି ଲୋକ ଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ଅଧିକ ନିବିଡ଼ କରିଛି ବୋଲି ସେ କହିଥିଲେ। ପୁରୀ ସ୍ୱର୍ଗଦ୍ୱାର ରୁ ବିଜୁ ବାବୁଙ୍କ ସମାଧି ହଟା ଯିବା ବିଷୟ ଉଲେଖ କରି ଶ୍ରୀ ପଟ୍ଟନାୟକ କହିଥଲେ ସ୍ୱର୍ଗଦ୍ୱାର ର ପୁନଃବିନ୍ୟାସ ପାଇଁ ବିଜୁ ବାବୁଙ୍କ ସମାଧି ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଥଲେ। କାରଣ ଇଟା,ସିମେଣ୍ଟ ଓ କଂକ୍ରିଟ ଆବରଣ ଭିତରେ ନୁହେଁ ,ବିଜୁ ବାବୁଙ୍କ ସ୍ଥାନ ଓଡିଶା ବାସୀଙ୍କ ହୃଦୟରେ ରହିଛି।

ପଂଚାୟତ୍ତିରାଜ ଦିବସ ପାଳନ ମାର୍ଚ୍ଚ ୫ ପରିବର୍ତ୍ତେ ଅନ୍ୟ ତାରିଖ କୁ ଘୁଞ୍ଚାଇବା କୁ ନିନ୍ଦା କରି ଶ୍ରୀ ପଟ୍ଟନାୟକ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ଯେ..

1- ଏହା କଣ ବିଜୁ ବାବୁଙ୍କ ଲେଗସି କୁ ଲିଭାଇବାକୁ ଏକ ଉଦ୍ୟମ କି?

2- ତେବେ ଆପଣ କଣ ପାରାଦ୍ୱୀପ ବନ୍ଦର, NTPC, HAL, OUAT, NIT ରାଉରକେଲା କୁ ବନ୍ଦ କରିପାରିବେ?

3- ପଂଚାୟତ୍ତିରାଜ ଅନୁଷ୍ଠାନ ରେ ମହିଳାଙ୍କ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆପଣ କଣ ଉଛେଦ କରିପାରିବେ?

4- ସ୍ୱାଧୀନତା ସଂଗ୍ରାମ ରେ ବିଜୁ ବାବୁଙ୍କ ଅବଦାନ କୁ ଆପଣ କଣ ଲିଭାଇ ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବର୍ତ୍ତମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ନାମ ପରିବର୍ତନ ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଥିଲେ। କେତେ ଯୋଜନା ରୁ ସରକାର ବିଜୁ ବାବୁଙ୍କ ନାମ ହଟାଇ ପାରିବେ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିବା ସହ ଏହା ସରକାରଙ୍କ ସଂକୀର୍ଣ୍ଣ ମନୋଭାବ ଓ ଅପରିପକ୍ୱ ରାଜନୀତି ର ପରିଚୟ ଦେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଦ ପଦବୀ ପାଇଁ ସେ ରାଜନୀତି କୁ ଆସି ନ ଥିଲେ । ଓଡିଶାର ବିକାଶ, ଓଡିଶାର ପୂର୍ବ ଗୌରବ ଓ ଓଡିଆ ସ୍ୱାଭିମାନ ପାଇଁ ତାଙ୍କ ପ୍ରତିଶୃତି ତାଙ୍କୁ ରାଜନୀତିକୁ ଆଣିଥିଲା । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନିସ୍କୋ କଳିଙ୍ଗ ପୁରସ୍କାର, ଓଡିଆ ଜାତିର ପରିଚୟକୁ, ସେ ନୂଆ ସୋପାନକୁ କୁ ନେଇଥିଲେ।

ବିଜୁ ବାବୁ କେବଳ ରାଜ୍ୟ ବା ଜାତୀୟ ସ୍ତର ର ନେତା ନ ଥିଲେ ସେ ଜଣେ ବିଶ୍ୱ ନେତା ଥିଲେ. ସେ ଥିଲେ ଦେଶ ର ଗର୍ବ। ତାଙ୍କ ଲେଗସି କୁ ଲିଭାଇବା ସହଜ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ପଞ୍ଚାୟତ ବ୍ୟବସ୍ଥା କୁ କ ସଶକ୍ତ କରିବା ଏବଂ ସେଥିରେ ମା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରି ବିଜୁ ବାବୁ ଦେଶରେ ଇତିହାସ ସୃଷ୍ଟି କରିଥିଲେ । କ୍ଷମତା ର ବିକେନ୍ଦ୍ରିକରଣ ଉପରେ ସେ ଜୋର ଦେଉଥିଲେ । ସରପଞ୍ଚଙ୍କୁ ସେ ଗାଁର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ। ଏକ ସଶକ୍ତ ପଂଚାୟତ୍ତିରାଜ ବ୍ୟବସ୍ଥା ପାଇଁ ଏହା ଥିଲା ବିଜୁ ବାବୁଙ୍କ ପ୍ରତିବଦ୍ଧତା ର ନିଦର୍ଶନ ବୋଲି ଶ୍ରୀ ପଟ୍ଟନାୟକ କହିଥଲେ।

ବାସ୍ତବିକ ଏକସୁସ୍ଥ ପଞ୍ଚାୟତ ବ୍ୟବସ୍ଥା ହିଁ ଶକ୍ତିଶାଳୀ ଗଣତନ୍ତ୍ର ରେ ପରିଚୟ। ପଞ୍ଚାୟତି ରାଜ ବ୍ୟବସ୍ଥାକୁ ମଜବୁତ୍‌ କରିବାରେ ବିଜୁ ବାବୁଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ। ଏବେ କିଛି ବର୍ଷ ହେଲା କିଛି ଲୋକ ଇତିହାସକୁ ବିକୃତ କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଲୋକ ସେମାନଙ୍କୁ କେବେ ସଫଳ ହେବାକୁ ଦେବେ ନାହିଁ । କାରଣ ଇତିହାସ ହେଉଛି ସମୟର ଖୋଲା ପୁସ୍ତକ ଏବଂ ଭବିଷ୍ୟତ ସମସ୍ତଙ୍କ ମୂଲ୍ୟାୟନ ନିରପେକ୍ଷ ଭାବରେ କରିଥାଏ।

ବିଜୁବାବୁଙ୍କ ଅବର୍ତମାନରେ ମଧ୍ୟ ତାଙ୍କ ଅତୁଟ ଲୋକପ୍ରିୟତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ। ସରକାର ଆସିବ, ସରକାର ଯିବ। କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ଏବଂ ତାଙ୍କ ଅବଦାନ ପାଇଁ ଓଡିଆ ଜାତି ଗର୍ବ କରୁଥିବ ଏବଂ ଭବିଷ୍ୟତ ପୀଢି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ସାରା ସିନେ ଜଗତ ଶୋକରେ ଡୁବି ରହିଛି। କାରଣ ଓଡିଆ ଚଳଚିତ୍ରକୁ ଲୋକପ୍ରିୟ କରାଇବାରେ ଉତ୍ତମ ମହାନ୍ତିଙ୍କ ଭୂମିକା ଥିଲା ବେଳ ଗୁରୁତ୍ବପୂର୍ଣ୍ଣ। ତାଙ୍କ ବିୟୋଗରେ ନେତା ଅଭିନେତାଙ୍କଠାରୁ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ମର୍ମାହତ।

ଏପରି କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ, “ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।”

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାନସଭାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଦେଖି ନବୀନ ପଟ୍ଟନାୟକ ଏମିତି କାହିଁକି କହିଲେ..

ଭୁବନେଶ୍ବର: ଆଜି ବିଧାନସଭାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା ଯେ, ଆଜି ବିରେଧୀ ଦଳର ନେତା ନବୀନ ପଟ୍ଟନାୟକ ବିଧାନସଭାକୁ ଆସିଥିଲେ। ସେ ଗାଡିରୁ ଓହ୍ଲାଇବା ପରେ ପାଖରେ ଅନ୍ୟ ନେତାଙ୍କ ସହିତ ଥିଲେ ବିଧାୟକ ସନାତନ ମହାକୁଡ। ତାଙ୍କୁ ଦେଖିବା ପରେ ନବୀନ ହିନ୍ଦିରେ ପଚାରିଥିଲେ ଯେ, କାଲି ବିଧାୟକ ଦଳ ବୈଠକକୁ କାହିଁକି ଆସିଲ ନାହିଁ।

ଏହାର ଉତ୍ତରରେ ସନାତନ ମହାକୁଡ କହିଥିଲେ ଯେ, ମୋ ଦେହ ଖରାପ ଥିଲା। ସେଥିପାଇଁ ଆସିପାରିଲି ନାହିଁ। ଏତିକି ଶୁଣିବା ପରେ ନବୀନ ଆଗକୁ ଚାଲିଯାଉଥିଲେ। ପୁଣି ହଠାତ ମୁହଁ ବୁଲାଇ କହିଲେ, “କଣ ବିଜେପି ଆଡେ ଯାଉଛ କି ?”। ସନାତନ ଏହା ଶୁଣିବା ପରେ ମନା କରିଥିଲେ।

ହେଲେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ନବୀନ ଏପରି କାହିଁକି କହିଲେ ବୋଲି ପ୍ରଶ୍ନ ଉଠିଛି। କଣ ବିଜେଡିର କିଛି ବିଧାୟକ ବିଜେପି ମୁହାଁ ହେଉଛନ୍ତି କି? ନବୀନ ଏ ସବୁ ଜାଣିବା ପରେ କଣ ବିଧାୟକମାନଙ୍କୁ ତାଗିଦ କରୁଛନ୍ତି କି ? ଏପରି ବିଭିନ୍ନ ପ୍ରଶ୍ନ ଆନ୍ଦୋଳିତ କରିବାରେ ଲାଗିଛି।

ତେବେ ଅନ୍ୟପକ୍ଷରେ ଯେଉଁ ପ୍ରସଂଗଟି ଆଗକୁ ଆସିଛି ତାହା ହେଲା ଯେ, ନବୀନ ଦଳ କଥା ନିଜେ ବୁଝୁଛନ୍ତି ବୋଲି ପ୍ରମାଣିତ ହୋଇଛି। କାରଣ ଗତକାଲି ଶଙ୍ଖ ଭବନରେ ବସିଥିବା ବୈଠକରେ ସନାତମ ମହାକୁଡ ଆସି ନ ଥିଲେ ବୋଲି ନବୀନ ମନେ ରଖିଛନ୍ତି। ଆଜି ବିଧାନସଭାରେ ଦେଖିବା ପରେ ତାଙ୍କୁ ଦଳର ସଭାପତି ଭାବେ ସମସ୍ତଙ୍କ ଆଗରେ ସେ ନ ଆସିବାର କାରଣ ପଚାରିଛନ୍ତି।

ଫଳରେ ସମାଲୋଚକ ମହଲରେ ବର୍ତ୍ତମାନ ଏହା ଭିନ୍ନ ଏକ ବଡ ଚର୍ଚ୍ଚା ପାଲଟିଛି। ତାହା ହେଲା ବର୍ତ୍ତମାନ ନବୀନ ଦଳିୟ କାର୍ଯ୍ୟ ନିଜେ ପରିଚାଳନା କରୁଛନ୍ତି। ଯଦି ତାହା ହୋଇ ନ ଥାଆନ୍ତା ତେବେ ସନାତନ ମହାକୁଡ ଦଳୀୟ ବୈଠକକୁ ଆସିଲେ କେତେ ନ ଆସିଲେ କେତେ ତାହା ନବୀନଙ୍କ ପାଇଁ କୌଣସି ଫରକ ପଡି ନ ଥାଆନ୍ତା। ତେଣୁ ନବୀନ ଦଳୀୟ କଥା ବୁଝୁଥିବାର ଏହା ଏକ ପ୍ରମାଣ ଦେଇଛି।

ତେବେ ଏହାକୁ ନେଇ ବିଜେଡି ବିଧାୟକ ସାରଦା ଜେନା ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି ଯେ, ଗତକାଲି ଦଳୀୟ ବୈଠକକୁ କାହିକି ଆସିଲେ ନାହିଁ ବୋଲି ସନାତନ ମହାକୁଡଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ହିନ୍ଦିରେ ପଚାରିଥିଲେ। ବିଧାୟକ ସନାତନ ମହାକୁଡ ଓଡିଆରେ ଦେହ ଖରାପ ଥିଲା ବୋଲି କହିବା ପରେ ମୁଁ ହିନ୍ଦିରେ ତାଙ୍କୁ ଜଣାଇଥିଲି ଯେ, ଉନକା ତବିୟତ ଖରାପ ଥା। ହେଲେ ସେ ବିଜେପି ଆଡେ ଯାଉଛନ୍ତି କି ବୋଲି କୌଣସି କଥା ନବୀନ କହି ନାହାଁନ୍ତି ବୋଲି ସାରଦା ସ୍ପଷ୍ଟ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ସ୍ଵାର୍ଥ ପାଇଁ ବିଧାନସଭାରେ ବିଜେଡି ଦୃଢ଼ ସ୍ୱର ଉଠାଇବ: ବିଧାୟକ ଦଳ ବୈଠକରେ କହିଲେ ନବୀନ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ଡବଲ ଇଞ୍ଜିନ ସରକାର ଆଠ ମାସ ହେଲା ଦାୟିତ୍ୱ ନେଲଣି, କିନ୍ତୁ ତାଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରାରେ ଓଡିଶା ତଥା ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତିଫଳିତ ହେଉ ନାହିଁ। କେନ୍ଦ୍ର ବଜେଟ ଠାରୁ ଆରମ୍ଭ କରି ରେଳ ବଜେଟ, ପୋଲାବରମ, ମହାନଦୀ, ପୂର୍ବତଟ ରେଳ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାର ସ୍ୱାର୍ଥ ଉପେକ୍ଷିତ।

ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା, ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଆର୍ଥିକ କୁପରିଚାଳନା ତଥା ମିଶନ ଶକ୍ତି ଗୋଷ୍ଠୀଙ୍କ ସମସ୍ୟା ଆଇନ ଶୃଙ୍ଖଳା ଆଦି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଜନ ଅସନ୍ତୋଷ ସୃଷ୍ଟି କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ତେଣୁ ଏକ ଦାୟିତ୍ୱ ପୂର୍ଣ୍ଣ ବିରୋଧୀ ଦଳ ଭାବରେ ବିଜେଡି ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ବିଧାନସଭାରେ ଦୃଢ଼ ସ୍ୱର ଉଠାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ରାଜା ସ୍ୱାଇଁ, ବିଧାୟକ ଅରୁଣ ସାହୁ, ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ଗୌତମ ବୁଦ୍ଧ ଦାସ, ବିଧାୟକ ଗଣେଶ୍ୱର ବେହେରା, ଧାୟକ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିରୋଧୀ ଦଳ ନେତାଙ୍କୁ ଭେଟିଲେ, ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ, ବିଭିନ୍ନ ଦାବୀ ନେଇ କଲେ ଆଲୋଚନା

ଭୁବନେଶ୍ବର: ଅଲ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟକା ସଂଘର ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟାରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାପରେ ସେମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ଶିଶୁବାଟିକାରେ ଅଙ୍ଗନବାଡ଼ି କର୍ମୀକୁ ଶିକ୍ଷକ ଭାବରେ ନିଯୁକ୍ତି ଦେବା, ପଦୋନ୍ନତି ତଥା ସେମାନଙ୍କ ସରକାରୀ କର୍ମଚାରୀ ମାନ୍ୟତା ଆଦି ପ୍ରସଙ୍ଗରେ ସେମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ମା ଓ ଶିଶୁମାନଙ୍କ କଲ୍ୟାଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଯେପରି ଗୁରୁ ଦାୟିତ୍ବ ତୁଲାଇ ଆସୁଛନ୍ତି ସେଥିପାଇଁ ସେମାନଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧିମାନଙ୍କୁ କହିଥିଲେ ।

ଏହି ଆଲୋଚନା ସମୟରେ ସଂଘର ଉପଦେଷ୍ଟା ଶ୍ରୀ ସୁବାସ ସିଂ, ସଭାନେତ୍ରୀ ନନ୍ଦିନୀ ପଣ୍ଡା, ସମ୍ପାଦିକା ମଞ୍ଜୁଲତା ଦାସ,ସୁଶ୍ରୀ ସଂଗୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥି