Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ: ସମାପ୍ତ ହେଲାଣି 50% ନିର୍ମାଣ କାର୍ଯ୍ୟ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଭଦ୍ରକ ଏବଂ କଟକ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ 50% ରୁ ଅଧିକ ସମାପ୍ତ ହୋଇଛି।

ହରିଦାସପୁର ଏବଂ ବୈରୀ ମଧ୍ୟରେ 16.80 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ଯାହା ଜୁନ୍ 2023 ର ଶେଷ ସପ୍ତାହ ସୁଦ୍ଧା ଶେଷ ହେବାର ଥିଲା ତାହା ମଇ 2023 ର ପ୍ରଥମ ସପ୍ତାହ ପୂର୍ବରୁ ସମାପ୍ତ ହୋଇଛି।

ଏହି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ନିରନ୍ତର ସମୀକ୍ଷା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମ୍ବନ୍ଧରେ ତର୍ଜମା କରିବା ଦ୍ୱାରା ସମ୍ଭବ ହୋଇଛି। ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ସମେତ ସହଭାଗୀ ମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଓଡିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ଭାବେ ନଜର ରଖିଛନ୍ତି। ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଅସୁବିଧାଜନକ ଟ୍ରେନ୍ ଚଳାଚଳକୁ ଏଡାଇ ଦେଇ ପାରିବ।

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ (92.19 କିମି) ପ୍ରକଳ୍ପ 2012-13 ରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ଅକ୍ଟୋବର 2015 ରେ ଅନ୍ତିମ ମଞ୍ଜୁରୀ ଦିଆଯାଇଥିଲା। ଜଖପୁରା ଏବଂ ହରିଦାସପୁର ମଧ୍ୟରେ 23.53କିମି ରେଳ ମାର୍ଗ ଏପ୍ରିଲ 2016 ରେ , କପିଳାସ ରୋଡ୍ ଠାରୁ ଶାଳଗାଁ ପର୍ଯ୍ୟନ୍ତ 4.30 କିମି ରେଳ ମାର୍ଗ ମଇ 2019 ରେ ଏବଂ କପିଳାସ ରୋଡ୍ ଠାରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ 4.20 କିମି ରେଳ ମାର୍ଗ ଅକ୍ଟୋବର 2022 ରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି।

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ମାର୍ଗ ବଳକା 83.69 କିମି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ 2023-24। ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ବର୍ତମାନ 1284.39 କୋଟି ଥିବାବେଳେ ଏବେ ସୁଦ୍ଧା 648.68 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ଭୌତିକ ପ୍ରଗତି ହେଉଛି ପ୍ରାୟ 54% ଏବଂ ଖର୍ଚ୍ଚ ପ୍ରାୟ 50.5%।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ଆଜିଠୁ 30 ଯାଏଁ ଏହିସବୁ ଟ୍ରେନ ହେବ ବାତିଲ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ ୱାଲଟିୟର ରେଳ ମଣ୍ଡଳ ଅନ୍ତର୍ଗତ କୋଟ୍ଟଭଲସା-କିରନ୍ଦୁଲ ରେଳ ମାର୍ଗରେ ଥିବା ଶୃଙ୍ଗଭରାପୁକୋଟା ଏବଂ ବୋଡଭରା ଷ୍ଟେସନ ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନଗୁଡିକ ପ୍ରଭାବିତ ହେବାକୁ ଯୋଜନା କରାଯାଇଅଛି …

ଟ୍ରେନ୍ ବାତିଲ୍:

A. ବିଶାଖାପାଟନମ୍ ରୁ 25 ରୁ 29 ମଇ 2023 ମଧ୍ୟରେ 18514 ବିଶାଖାପାଟନମ୍ – କିରନ୍ଦୁଲ ଏକ୍ସପ୍ରେସ।

B. କିରନ୍ଦୁଲରୁ 26 ରୁ 30 ମଇ 2023 ପର୍ଯ୍ୟନ୍ତ 18513 କିରନ୍ଦୁଲ-ବିଶାଖାପାଟନମ୍ ଏକ୍ସପ୍ରେସ।

C. ବିଶାଖାପାଟନମ୍ ଠାରୁ 26 ରୁ 29 ମଇ 2023 ପର୍ଯ୍ୟନ୍ତ 08551 ବିଶାଖାପାଟନମ୍-କିରନ୍ଦୁଲ ପାସେଞ୍ଜର ସ୍ପେଶାଲ।

D. କିରନ୍ଦୁଲ ଠାରୁ 27 ରୁ 30 ମଇ 2023 ପର୍ଯ୍ୟନ୍ତ 08552 କିରନ୍ଦୁଲ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ।

E. ବିଶାଖାପାଟନମ ଠାରୁ 26 ରୁ 29 ମଇ 2023 ପର୍ଯ୍ୟନ୍ତ 18512 ବିଶାଖାପାଟନମ୍ – କୋରାପୁଟ ଏକ୍ସପ୍ରେସ।

F. କୋରାପୁଟ ଠାରୁ 27 ରୁ 30 ମଇ 2023 ପର୍ଯ୍ୟନ୍ତ 18511 କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ।

G. ବିଶାଖାପାଟନମ୍ ଠାରୁ 26 ରୁ 29 ମଇ 2023 ପର୍ଯ୍ୟନ୍ତ 08546 ବିଶାଖାପାଟନମ୍ – କୋରାପୁଟ ପାସେଞ୍ଜର ସ୍ପେଶାଲ।

H. କୋରାପୁଟ ଠାରୁ 27 ରୁ 30 ମଇ 2023 ପର୍ଯ୍ୟନ୍ତ 08545 କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ।

I. ବିଶାଖାପାଟନମ୍ ଠାରୁ 26 ରୁ 29 ମଇ 2023 ପର୍ଯ୍ୟନ୍ତ 08528 ବିଶାଖାପାଟନମ୍-ରାୟପୁର ପାସେଞ୍ଜର ସ୍ପେଶାଲ।

J. ରାୟପୁର ଠାରୁ 27 ରୁ 30 ମଇ 2023 ପର୍ଯ୍ୟନ୍ତ 08527 ରାୟପୁର-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମଧ୍ୟରେ ପିଆରଏସ ଡାଟା ଆଧାର ଭୁବନେଶ୍ୱରରୁ କାର୍ଯ୍ୟାରମ୍ଭ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ (ECoR) ର ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ୍ ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) ଡାଟା ବେସ୍ ଆଜି (8 ଫେବୃଆରୀ 2023) ଠାରୁ ଭୁବନେଶ୍ୱରରୁ କାର୍ଯ୍ୟ ଆରମ୍ଭ କରିଛି। ପୂର୍ବ ତଟ ରେଳପଥ ବର୍ତ୍ତମାନ ଏହାର ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଟ୍ରେନ୍ ଗୁଡିକ ପାଇଁ ସମସ୍ତ ପ୍ରକାର ଯାତ୍ରୀ ସଂରକ୍ଷଣ କାର୍ଯ୍ୟକଳାପ ପରିଚାଳନା ପାଇଁ ଆତ୍ମ ନିର୍ଭରଶୀଳ ଏବଂ ଅନ୍ୟ ରେଳ/କେନ୍ଦ୍ର ଗୁଡିକ ଉପରେ ନିର୍ଭର କରିବ ନାହିଁ।

ଏହା ମଧ୍ୟ ପୂର୍ବ ତଟ ରେଳପଥକୁ ଆତ୍ମନିର୍ଭରଶୀଳ କରିବ ଏବଂ ଟ୍ରେନର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେଉ କିମ୍ବା ନୂତନ ଟ୍ରେନର ପ୍ରାରମ୍ଭିକ ଚଳାଚଳ ପାଇଁ ସଂରକ୍ଷଣ କ୍ଷେତ୍ରରେ ପରିଚାଳନାଗତ କାର୍ଯ୍ୟକଳାପକୁ ନିଜେ ସୁରୁଖୁରୁରେ କାର୍ଯ୍ୟକାରୀ କରିପାରିବ ଏବଂ ପୂର୍ବର ଯୋଗାଯୋଗ ଜନିତ ସମସ୍ୟା ଗୁଡିକ ଠାରୁ ଭ୍ରାନ୍ତି ପାଇବ।

ଭୁବନେଶ୍ୱରରେ 1 ଏପ୍ରିଲ 2003 ଠାରୁ ମୁଖ୍ୟାଳୟ ସହିତ ପୂର୍ବ ତଟ ରେଳପଥ ଗଠନ ହେବା ପରଠାରୁ ଏହାର ପରିସୀମା ମଧ୍ୟରୁ ଉତ୍ପନ୍ନ ସମସ୍ତ ଟ୍ରେନର ତଥ୍ୟ ସଂରଚନା କାର୍ଯ୍ୟକଳାପ କୋଲକାତାରେ ପୂର୍ବ ରେଳପଥ ଡାଟାବେସ୍ ସହିତ କାର୍ଯ୍ୟକାରୀ କରୁଥିଲା।

ପୂର୍ବ ରେଳପଥରୁ ପୂର୍ବ ତଟ ରେଳପଥକୁ ଡାଟାବେସର ବିକେନ୍ଦ୍ରୀକରଣର ଶକ୍ତି ପ୍ରଥମେ ରେଳ ବୋର୍ଡ ଦ୍ୱାରା 2014 ମସିହାରେ ପ୍ରଦାନ କରାଯାଇଥିଲା କିନ୍ତୁ ବୈଷୟିକ ସମସ୍ୟା ହେତୁ ଏହା ରୂପ ନେଇ ପାରିନଥିଲା। ପରେ ପୂର୍ବ ରେଳପଥରୁ ପିଆରଏସ ଡାଟାବେସର ବିକେନ୍ଦ୍ରୀକରଣ ପାଇଁ ରେଳ ବୋର୍ଡ ନୂତନ ଅନୁମୋଦନ ପ୍ରଦାନ କରିଛି।

ସେହି ଅନୁଯାୟୀ, ସମସ୍ତ ଟ୍ରେନ୍ ଗୁଡିକର ତଥ୍ୟ ସଂରଚନା କାର୍ଯ୍ୟକଳାପ ପରିଚାଳନା ପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହ ଭୁବନେଶ୍ୱରର ରେଳ ସଦନ ଠାରେ ଥିବା ମୁଖ୍ୟାଳୟରେ ପୂର୍ବତଟ ରେଳପଥ ନିଜର ଡାଟାବେସ୍ ସେଣ୍ଟର ଆରମ୍ଭ କରିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭୁବନେଶ୍ୱର ଠାରେ ପିଆରଏସ ଡାଟାବେସ କାର୍ଯ୍ୟକାରୀ କରାଇବାରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ମନୋଜ ଶର୍ମା

ଭୁବନେଶ୍ବର: 1985 ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ର ଅଧିକାରୀ ମନୋଜ ଶର୍ମା ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ଶ୍ରୀ ଶର୍ମା ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (CR) ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ ରେଳବାଇରେ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)/ରତଲାମ, ଉତ୍ତର ରେଳବାଇରେ ମୁଖ୍ୟ ଇଞ୍ଜିନିୟର, ଭାରତର ଜାତୀୟ ରାଜପଥ ପ୍ରାଧିକରଣ (N.H.A.I.), ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର,ଏବଂ ଲଖନଉ ରେ ଅନୁସନ୍ଧାନ ଡିଜାଇନ୍ ଏବଂ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ/ନିର୍ଦ୍ଦେଶକ (R.D.S.O) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଶର୍ମା 1987 ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି। ସେ ରୁରକି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ଆଇ ଆଇ ଟି ଦିଲ୍ଲୀରୁ ଏମ ଟେକ କରିଛନ୍ତି। ପ୍ରୋଜେକ୍ଟ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁଳ ଅଭିଜ୍ଞତା ରହିଛି।  ସେ ବିଭିନ୍ନ ମନ୍ତ୍ରଣାଳୟରେ, ଯେପରିକି RDSO,ଲଖନଉ, NHAI ଇତ୍ୟାଦି ଭଳି ବିଭିନ୍ନ ସରକାରୀ କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିଛନ୍ତି।

ଶ୍ରୀ ଶର୍ମା ଅତ୍ୟନ୍ତ ପ୍ରତିବଦ୍ଧ ଏବଂ ନିଷ୍ଠାପର ଅଧିକାରୀ ଏବଂ ତାଙ୍କର ଭାରତୀୟ ରେଳବାଇର କାର୍ଯ୍ୟ କାରିତା ଉପରେ ଉଜ୍ଜ୍ୱଳ ଜ୍ଞାନ ଏବଂ କାର୍ଯ୍ୟ ଦକ୍ଷତା ରହିଛି, ସକ୍ରିୟ ଆଭିମୁଖ୍ୟ ଏବଂ ସମସ୍ୟା ସମାଧାନ କୌଶଳ ରହିଛି, ସର୍ବଦା ଅତିରିକ୍ତ ଦାୟିତ୍ ବହନ କରିବାରେ ତତ୍ପର ରହିଥାନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶ୍ରୀ ଶର୍ମା ସର୍ବଦା ଭାରତୀୟ ରେଳବାଇର ଲକ୍ଷ୍ୟାଧର୍ଯ୍ୟ ପୂରଣ କରିବାରେ ଚେଷ୍ଟା କରିଥାନ୍ତି।

I.I.T, ଦିଲ୍ଲୀରୁ MTech ବ୍ୟତୀତ, ଶ୍ରୀ ଶର୍ମା ବିଭିନ୍ନ ସରକାରୀ ସଂସ୍ଥାରେ ଏବଂ ମନ୍ତ୍ରଣାଳୟରେ ଭିନ୍ନ ଭିନ୍ନ କ୍ଷମତାରେ କାର୍ଯ୍ୟ କରୁଥିବାବେଳେ ବହୁ ବର୍ଷ ଧରି ସେହି ସବୁ କାର୍ଯ୍ୟ ଶୈଳୀର ଦକ୍ଷତା ଏବଂ ଅଭିଜ୍ଞତା କୁ ଏକାଠି କରିବାରେ ସଫଳ ହେଇଛନ୍ତି।  ଏତଦବ୍ୟତୀତ ଶ୍ରୀ ଶର୍ମା 2011 ମସିହାରେ ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନରୁ ତାଙ୍କର ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପାଠ୍ୟକ୍ରମ ମଧ୍ୟ ସମ୍ପୂର୍ଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ଦିନମାନଙ୍କରେ ନିରାପତ୍ତା ଏବଂ ମରାମତି କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥର ଯୋଜନା

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧାକୁ ପ୍ରଭାବିତ ନକରି ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଛି।

ନିରାପତ୍ତା ସମ୍ବନ୍ଧୀୟ ଏହି ଆଧୁନିକୀକରଣ କାର୍ଯ୍ୟଗୁଡ଼ିକରେ ପୁରୁଣା ବ୍ରିଜଗୁଡ଼ିକର ମରାମତି; ଲେଭଲ୍ କ୍ରସିଂକୁ ରୂପାନ୍ତର କରି ସୀମିତ ଉଚ୍ଚତା ଉପ-ମାର୍ଗ (LHSs) ସ୍ଥାପନ; ଦୋହରୀକରଣ ଓ ତୃତୀୟ ରେଳ ଲାଇନ କାର୍ଯ୍ୟ ଇତ୍ୟାଦି କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଟ୍ରାକ ଗୁଡିକର ଇଣ୍ଟର ଲକିଂ ଅନ୍ତର୍ଭୁକ୍ତ ଅଟେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୁପ ନାରାୟଣ ସୁନକର ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନପହଞ୍ଚାଇ ଜରୁରୀ ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ପୂର୍ବତଟ ରେଳପଥ ମଧ୍ୟରେ ଟ୍ରେନର ସର୍ବନିମ୍ନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ ପାଇଁ ବିଶେଷ ଯୋଜନା କରାଯାଇଛି।

ଟ୍ରେନଗୁଡିକୁ ବାତିଲ ପରିବର୍ତ୍ତେ ଚଳାଚଳ ସମୟରେ ଅସ୍ଥାୟୀ ପରିବର୍ତ୍ତନ କିମ୍ବା ସେମାନଙ୍କୁ ନିକଟସ୍ଥ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ନେବାକୁ ଯଥା ସମ୍ଭବ ପ୍ରୟାସ କରାଯାଇଅଛି, ଯେଉଁଠାରେ ସର୍ବାଧିକ ସଂଖ୍ୟକ ଯାତ୍ରୀ ଯାଇଆସିପାରିବେ। ଏହାକୁ ଆଂଶିକ ବାତିଲ କିମ୍ବା ଟ୍ରେନର ସର୍ଟ ଟର୍ମିନେସନ୍ କୁହାଯାଏ।

ଆସନ୍ତା ଦୁଇ ମାସ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ସେକ୍ସନ ମାନଙ୍କରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଜନା କରାଯାଇଛି। ରବିବାର ମାନଙ୍କରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ଉପାମାର୍ଗ ନିର୍ମାଣ ସହିତ ଦୋହରୀକରଣ କାର୍ଯ୍ୟ ପାଇଁ ରେଳ ଟ୍ରାକ ସଂଯୋଗ କାର୍ଯ୍ୟ କରାଯାଉଅଛି।  ସେହିଭଳି ଗୁରୁବାର ଦିନମାନଙ୍କରେ ପଲାସା-ବିଜୟନଗରମ ରେଳ ସେକ୍ସନ ମଧ୍ୟରେ ବ୍ରିଜ ମାନଙ୍କ ଉପରେ ପୁରୁଣା ଗାର୍ଡ଼ର ବଦଳାଇ ନୂତନ ଗାର୍ଡ଼ର ସ୍ଥାପନ ପାଇଁ ଯୋଜନା କରାଯାଇ ଥିବାବେଳେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ମଙ୍ଗଳବାର ଓ ଶନିବାର ଦିନ ମାନଙ୍କରେ ଟିଟିଲାଗଡ-ରାୟପୁର ରେଳ ସେକ୍ସନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ଯୋଜନା କରାଯାଇଛି।

ପୂର୍ବତଟ ରେଳପଥ ଦ୍ୱାରା ଅଗ୍ରୀମ ଯୋଜନା ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା କରାଇବ ନାହିଁ। ବିଭିନ୍ନ ରେଳ ମାର୍ଗରେ ଆଧୁନିକୀକରଣ କାର୍ଯ୍ୟ ବିଭିନ୍ନ ଦିନ ମାନଙ୍କରେ ବଣ୍ଟନ କରାଯାଇଛି। ଯାହାଫଳରେ ସର୍ବନିମ୍ନ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍ ଏବଂ ମାର୍ଗ ପରିବର୍ତ୍ତନ କରାଯାଇପାରିବ।

ଯାତ୍ରୀମାନଙ୍କ ପାଇଁ କୌଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ପାଇଁ ପୂର୍ବ ତଟ ରେଳପଥ ବହୁ ପୂର୍ବରୁ ବୀହିତ ପଦକ୍ଷେପ ଗ୍ରହଣ କରିଛି ଏବଂ ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ମଧ୍ୟ ଅନୁରୋଧ କରାଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ଦ୍ୱାରା ଆଜି ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକଙ୍କ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, କର୍ମଚାରୀମାନେ ଭାରତୀୟ ସମ୍ବିଧାନର ପ୍ରାକ କଥନ (ପ୍ରିୟାମ୍ବୁଲ) ପ୍ରିମ୍ବଲ୍ ପଢୀ ଥିଲେ।

ଏହା ବ୍ୟତୀତ ପୂର୍ବତଟ ରେଳପଥର ସମସ୍ତ ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଓ ସମ୍ବଲପୁର ଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା। ଦୂର ଉପାନ୍ତ ସ୍ଥାନ ମାନଙ୍କରେ ଥିବା ରେଳବାଇ ଏବଂ ଅଧିକାରୀମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ ସ୍ଥାନରେ ଭାରତୀୟ ସମ୍ବିଧାନର ପ୍ରାକ କଥନ ପଠନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ: ଓଡିଶା ନିର୍ମାଣ କନକ୍ଲେଭ-୨୨ ରେ କରିବେ ଅଂଶଗ୍ରହଣ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଓଡ଼ିଶା ଗସ୍ତ କରୁଛନ୍ତି। ଏହି ପରିଦର୍ଶନ ସମୟରେ ଶ୍ରୀ ବୈଷ୍ଣବ ଓଡିଶା ନିର୍ମାଣ କନକ୍ଲେଭ-୨୨ ରେ ଯୋଗଦାନ କରିବେ।

ଶ୍ରୀ ବୈଷ୍ଣବ ମଧ୍ୟ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ରେଳ ସଦାନ, ଚନ୍ଦ୍ରଶେଖରପୁର ଠାରେ ରେଳପଥ ଅଧିକାରୀ ମାନଙ୍କ ସହିତ ଓଡ଼ିଶାରେ ଚାଲୁ ରହିଥିବା ରେଳ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ପୂର୍ବତଟ ରେଳପଥ ପରିଚାଳିତ ଫୁଲୱାରୀ ସ୍କୁଲରେ ଶିଶୁ ଦିବସ ପାଳନ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ପରିଚାଳିତ ଫୁଲୱାରୀ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇକୋରୋର ସଭାପତି ରାଧା ସୁନକର ସଂଗଠନର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଉପହାର ବଣ୍ଟନ କରିଥିଲେ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ରୁପ୍ ନାରାୟଣ ସୁନକର

ଭୁବନେଶ୍ଵର: ୧୯୮୫ ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ର ଅଧିକାରୀ ରୁପ ନାରାୟଣ ସୁନକର ସୋମବାର ଦିନ ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ଶ୍ରୀ ସୁନକର ବିଲାସପୁରରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ କେନ୍ଦ୍ରୀୟ ରେଳବାଇରେ ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ସିପିଡି)/ବ୍ରିଜ୍ ୱାର୍କ, ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)/ରତଲମ ରେଳ ମଣ୍ଡଳରେ, ଉତ୍ତର କେନ୍ଦ୍ରୀୟ ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ବ୍ରିଜ ଇଞ୍ଜିନିୟର, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଭୋପାଳର ବରକାତୁଲ୍ଲା ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ସ୍ନାତକ ସମାପ୍ତ କରିବା ପରେ ଶ୍ରୀ ସୁନକର ୧୯୮୫ ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ। ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁ ଅଭିଜ୍ଞତା ରହିଛି। ଶ୍ରୀ ସୁନକରଙ୍କ ତତ୍ୱାବଧାନରେ ୨୦୨୦-୨୧ ମସିହାରେ ୨୨୮ କିଲୋମିଟର ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା, ଯେଉଁଥିରେ ନୂତନ ଲାଇନ ଏବଂ ଦୋହରୀକରଣ ଓ ତୃତୀୟ ଲାଇନ କାର୍ଯ୍ୟକ୍ଷମ ତାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବ୍ରିଜ୍ ୱାର୍କ ପରି ଭିତ୍ତିଭୂମି ନିର୍ମାଣ ଓ ରକ୍ଷଣାବେକ୍ଷଣ ଏବଂ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବା ସହିତ ଅନ୍ୟାନ୍ୟ ପ୍ରକଳ୍ପର କାର୍ଯ୍ୟକାରିତା ଯୋଗୁଁ ତାଙ୍କୁ ସମସ୍ତ କୋଣରୁ ପ୍ରଶଂସା କରାଯାଇଛି।

ବ୍ରିଜ୍ ୱାର୍କ୍ସରେ ଉଜ୍ଜ୍ୱଳ ଜ୍ଞାନ ଏବଂ ଦକ୍ଷତା ଥିବା ଶ୍ରୀ ସୁନକର ଅତ୍ୟଧିକ ପ୍ରତିବଦ୍ଧ ଏବଂ ନିଷ୍ଠାପର ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରି ସର୍ବଦା ଅତିରିକ୍ତ ଦାୟିତ୍ବ ତୁଲାଇ ଆସୁଥିବାବେଳେ ଅଧିକ ବହନ କରିବାକୁ ଇଚ୍ଛୁକ ଥାନ୍ତି। ସେ ମଧ୍ୟ ଅତ୍ୟଧିକ ପ୍ରେରଣାଦାୟକ ଅଧିକାରୀ ଯିଏ ଅତୁଳନୀୟ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରନ୍ତି ଏବଂ ବିଶ୍ୱସ୍ତତା ଅର୍ଜନ କରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶ୍ରୀ ସୁନକର ସର୍ବଦା ଭାରତୀୟ ରେଳବାଇର ଲକ୍ଷ୍ୟାଧର୍ଯ୍ୟ ପୂରଣ କରିବାରେ ଚେଷ୍ଟା କରିଥାନ୍ତି। ଭିତ୍ତିଭୂମି/ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଶ୍ରୀ ସୁନକର ସର୍ବଦା ପ୍ରତିବଦ୍ଧତା ବଜାୟ ରଖିଛନ୍ତି।

ବିଟେକରେ ଡିଗ୍ରୀ ବ୍ୟତୀତ ଭିତ୍ତିଭୂମି/ସମ୍ପତ୍ତିର ନିର୍ମାଣ ତଥା ରକ୍ଷଣାବେକ୍ଷଣରେ ବିପୁଳ ଜ୍ଞାନ ସହିତ ଶ୍ରୀ ସୁନକର ୨୦୦୫ ମସିହାରେ ଜବଲପୁରର ରାନୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ, ପରିବେଶ ଏବଂ ନିରନ୍ତର ବିକାଶରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଏବଂ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ବିପର୍ଯ୍ୟୟ ପରିଚାଳନାରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ବିଭିନ୍ନ ବିଦ୍ୟାଳୟର ୬୦ ଜଣ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ଵର: ଆଜି ପୂର୍ବ ତଟ ରେଳପଥର ମୁଖ୍ୟାଳୟ ଭୁବନେଶ୍ୱର ଠାରେ ଏକ ପୁରସ୍କାର ବିତରଣ ସମାରୋହରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି। ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳନ ପାଇଁ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଛି।

ସତର୍କତା ସଚେତନତା ସପ୍ତାହ-୨୦୨୨ କୁ ସ୍ମରଣୀୟ କରିବା ପାଇଁ ପୂର୍ବ ତଟ ରେଳପଥ ଏହି ପ୍ରତିଯୋଗିତା ଆୟୋଜନ କରି ସାଧାରଣ ଜନତା, ବିଶେଷକରି ରେଳ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରାଇବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ କରିଛି ଯାହାକି ଏକ ନିରପେକ୍ଷ ଏବଂ ପ୍ରଭାବଶାଳୀ ଢଙ୍ଗରେ ସେବା କାର୍ଯ୍ୟରେ ସହାୟକ ହେବ।

ସତର୍କତା ସଚେତନତା ସପ୍ତାହ-୨୦୨୨ ଅବସରରେ ପୂର୍ବତଟ ରେଳପଥ ଚିଫ ମେକାନିକାଲ୍ ଇଞ୍ଜିନିୟର ତଥା କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକ ଆର ରାଜା ଗୋପାଳ ଏହି ଅବସରରେ ଯୋଗଦାନ କରି ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ମୋଟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସତର୍କତା ସଚେତନତା ସପ୍ତାହ-୨୦୨୨ କୁ ସ୍ମରଣୀୟ କରିବା ପାଇଁ ରେଳ କର୍ମଚାରୀମାନେ ଦୁର୍ନୀତି ଏବଂ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ସମ୍ବନ୍ଧରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ।

ଏହି ଅବସରରେ ରେଳପଥର କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକଙ୍କ ଦ୍ୱାରା ଭିଜିଲାନ୍ସ ବୁଲେଟିନ୍ ମଧ୍ୟ ପ୍ରକାଶ କରାଯାଇଅଛି। ପୁରସ୍କାର ବିତରଣ ସମାରୋହରେ ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, ରେଳ କର୍ମଚାରୀ, ସ୍କୁଲ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ପିତାମାତା ଓ ଶିକ୍ଷକମାନେ ଯୋଗ ଦେଇଥିଲେ। ପୂର୍ବ ତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସତର୍କତା ସଚେତନତା ସପ୍ତାହ: ପୂର୍ବତଟ ରେଳପଥ ପକ୍ଷରୁ ଉପଭୋକ୍ତା ଓ ଭାଗିଦାରୀ ମାନଙ୍କ ବୈଠକ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ “ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ” ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଯାଇଅଛି ଯେଉଁଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଆଇଏଏସ୍ (ଅବସରପ୍ରାପ୍ତ) ଯୋଗଦେଇ କହିଛନ୍ତି ଯେ ଆମର ଦୈନନ୍ଦିନ ଜୀବନରେ ଅଖଣ୍ଡତା ଏବଂ ସଚ୍ଚୋଟତାର ଗୁରୁତ୍ୱାରୋପ କରାଯିବ ଦରକାର। ସେ ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତାର ସଂଜ୍ଞା, କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରଭାବ ଏବଂ ଆମର ଦୈନନ୍ଦିନ ଜୀବନରେ ଏହାକୁ କିପରି ଅନୁସରଣ କରାଯିବ ସେ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କାର୍ଯ୍ୟ ପରିବେଶରେ ଅଖଣ୍ଡତା ସହ ଆତ୍ମନିର୍ଭରଶୀଳ ହେବା ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଭିନ୍ନ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ମଧ୍ୟ ଏହି ବିଷୟରେ ସେମାନଙ୍କର ବକୃତା ରଖି କହିଥିଲେ ଯେ ଜଣେ କିପରି ଇଚ୍ଛାଠାରୁ ଉର୍ଦ୍ଧ୍ୱକୁ ଯାଇ ଆତ୍ମନିର୍ଭରଶୀଳ ହୋଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିବା ଦରକାର ଯାହାଦ୍ୱାରା ଏକ ବିକଶିତ ରାଷ୍ଟ୍ର ପାଇଁ ଏକ ଦୁର୍ନୀତି ମୁକ୍ତ ଭାରତ ଅପରିହାର୍ଯ୍ୟ ହେବ।

ପୂର୍ବରୁ, ପୂର୍ବ ତଟ ରେଳପଥ ପକ୍ଷରୁ ଏହାର ସମସ୍ତ ଭାଗିଦାରୀ, ହିତାଧିକାରୀ ଏବଂ ଯୋଗାଣକାରୀଙ୍କ ସହିତ ଏକ କଥୋପକଥନ ଅଧିବେଶନ ଆୟୋଜନ ହୋଇଯାଇଅଛି ଯାହାଦ୍ୱାରା ଗ୍ରାହକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ଆଣିବା ସହ ଉଭୟ ରେଳବାଇ ଏବଂ ଶିଳ୍ପର ପ୍ରଗତିରେ ତଥା ଅଭିବୃଦ୍ଧିରେ ସାହାଯ୍ୟ କରିବା ସହିତ ସେମାନଙ୍କର ମତାମତ, ଅଭିଯୋଗର ସମାଧାନ ଇତ୍ୟାଦି ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା। ଏହା ଦ୍ୱାରା ଉଭୟ ରେଳବାଇ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ସ୍ୱଚ୍ଛତା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ ଏବଂ ଉଭୟ ହିତାଧିକାରୀ ଓ ରେଳବାଇର ଅଭିବୃଦ୍ଧିରେ ସହାୟକ ହେବ।

ଆଲୋଚନା ସମୟରେ ହିତାଧିକାରୀଙ୍କ ସହ କାରବାର ଏବଂ ଅଭିଯୋଗକୁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଭାବରେ ସମାଧାନ କରିବାରେ ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା।  ଏହା ବ୍ୟତୀତ, ଦ୍ରବ୍ୟ ଏବଂ ସେବା କ୍ରୟ କରିବା ସହିତ ଚୁକ୍ତିନାମା କରିବା ସମୟରେ ଅତ୍ୟନ୍ତ ସ୍ୱଚ୍ଛତା ଆଣିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା।

ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତିନିଧି ମାନଙ୍କ ସହିତ ହିତାଧିକାରୀ ଏବଂ ରେଳ ଉପଭୋକ୍ତା ଯଥା ଇସ୍ପାତ କାରଖାନା, ବନ୍ଦର, ଯୋଗାଣକାରୀ, ବ୍ୟାଙ୍କ ଏବଂ କଣ୍ଟ୍ରାକ୍ଟରଙ୍କ ପ୍ରତିନିଧୀମାନେ ଏହି ଇଣ୍ଟରାକ୍ଟିଭ୍ ଅଧିବେଶନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ। ପୂର୍ବତଟ ରେଳପଥ ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର ଏହି ଅଧିବେଶନକୁ ସଭାପତିତ୍ୱ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥ ପକ୍ଷରୁ ଆରପିଏଫ୍ ପ୍ରତିଷ୍ଠା ଦିବସରେ “ରନ୍ ଫର ୟୂନିଟି”

ଭୁବନେଶ୍ଵର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ଯବାନ ମାନେ ମୁଖ୍ୟ ସୁରକ୍ଷା କମିଶନରଙ୍କ ନେତୃତ୍ୱରେ ୩୮ ତମ ଆରପିଏଫ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ “ରନ୍ ଫର ୟୂନିଟି” ରେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆରପିଏଫ୍ ଦ୍ୱାରା ରକ୍ତ ଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟ ଦକ୍ଷତା ପାଇଁ ୨୮୫ କର୍ମଚାରୀଙ୍କୁ ସମ୍ମାନିତ କରିବ ପୂର୍ବତଟ ରେଳପଥ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ଆଜି ଅପରାହ୍ନରେ ୨୮୫ ରେଳ କର୍ମଚାରୀଙ୍କୁ ସେମାନଙ୍କର ଅତ୍ସର୍ଗିକୃତ ସେବା, ପ୍ରଗତିଶୀଳ ମନୋଭାବ ସହ ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତା ପାଇଁ ଭୁବନେଶ୍ୱରର ରେଳ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ୬୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ କରିବ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏହି ଉତ୍ସବରେ ଯୋଗଦେଇ ଦକ୍ଷ କର୍ମଚାରୀମାନଙ୍କୁ ସମ୍ମାନିତ କରିବେ। ବ୍ୟକ୍ତିଗତ ପୁରସ୍କାର ବ୍ୟତୀତ, ଶ୍ରେଷ୍ଠ ମେଜର୍ କ୍ଲିନ୍ ଷ୍ଟେସନ୍, ଶ୍ରେଷ୍ଠ ମାଇନର୍ କ୍ଲିନ୍ ଷ୍ଟେସନ୍, ସାମଗ୍ରିକ ଦକ୍ଷତା, ବୈଦ୍ୟୁତିକ ଅଣ ଟ୍ରାକ୍ସନ୍ ଶକ୍ତି ପରିଚାଳନା, ପରିବେଶ ଏବଂ ହାଉସ କିପିଙ୍ଗ ପରିଚାଳନା, ସର୍ଭେ ଏବଂ ନିର୍ମାଣ, ସ୍କ୍ରାପ୍ ନିଷ୍କାସନ, ଷ୍ଟୋର ଏବଂ କୋଚିଂ ଡିପୋ, ବାଣିଜ୍ୟିକ, ଅପରେଟିଂ, ସୁରକ୍ଷା, ନିରାପତ୍ତା, ୱାଗନ୍ ରକ୍ଷଣାବେକ୍ଷଣ, ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଟ୍ରାକ୍ସନ୍, ଫାଇନାନ୍ସ, ସିଗନାଲ୍ ଆଣ୍ଡ ଟେଲିକମ୍, ରାଜଭାଷା, କ୍ରୀଡା, ମେକାନିକାଲ୍, କାର୍ମୀକ ଏବଂ ଆଇନ ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ପୂର୍ବତଟ ରେଳପଥର ବିଭିନ୍ନ ରେଳବାଇ ୟୁନିଟ ଗୁଡିକୁ ପୁରସ୍କୃତ କରାଯିବ।

ପୂର୍ବତଟ ରେଳପଥର ସମସ୍ତ ତିନିଟି ରେଳମଣ୍ଡଳ ଯଥା ୱାଲଟିୟର, ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର ସହିତ ସଵାରୀ ଡବା ମରାମତି କାରଖାନା ଏବଂ ଭୁବନେଶ୍ୱରସ୍ଥ ମୁଖ୍ୟାଳୟର କୃତି କର୍ମଚାରୀ ମାନେ ଏହି ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ଉଦଯାପିତ

ନୂଆଦିଲ୍ଲୀ: ପୂର୍ବ ତଟ ରେଳପଥ ଦ୍ୱାରା ସପ୍ତାହବ୍ୟାପୀ ତଥା ଜୁଲାଇ ୧୮ ତାରିଖରୁ ଆୟୋଜିତ ହୋଇଥିବା ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସ୍ମରଣୀୟ ସପ୍ତାହ ଉତ୍ସବ ଆଜି ଅର୍ଥାତ୍ ଜୁଲାଇ ୨୩ ତାରିଖ ୨୦୨୨ରେ ସମାପ୍ତ ହୋଇଛି। ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ତଥା ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ସ୍ମରଣୀୟ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ କରାଯାଇଅଛି।

ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ସପ୍ତାହ ଉତ୍ସବ ପାଳନ ପାଇଁ ଭାରତୀୟ ରେଳ ସମଗ୍ର ଭାରତ ବର୍ଷରେ ୭୫ ରେଳ ଷ୍ଟେସନକୁ ମନୋନୀତ କରିଥିଲା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଓ ବିଶାଖାପାଟମ ଷ୍ଟେସନକୁ ମନୋନୀତ କରାଯାଇଥିଲା।

ସପ୍ତାହବ୍ୟାପୀ ଉତ୍ସବ ପାଳନ ସମୟରେ, ପଥପ୍ରାନ୍ତ ନାଟକ, ଦେଶାତ୍ମବୋଧକ ଗୀତ, ଦେଶଭକ୍ତି ନୃତ୍ୟ, ତତକ୍ଷଣାତ୍ କୁଇଜ୍, ସେଲଫି ପଏଣ୍ଟ, ମନୋନୀତ ରେଳ ଷ୍ଟେସନ ଗୁଡିକର ଆଲୋକୀକରଣ, ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂକ୍ଷିପ୍ତ ଇତିହାସର ଅଡିଓ/ଭିଡିଓ ପ୍ରଦର୍ଶନ, ସ୍ୱାଧୀନତା ସଂଗ୍ରାମୀଙ୍କ ୩ଡି କଟଆଉଟ୍, ଆଲୋକ ଏବଂ ଧ୍ୱନି କାର୍ଯ୍ୟକ୍ରମ ଇତ୍ୟାଦିକୁ ଆୟୋଜନ କରାଯାଇଥିଲା। ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ଉପରୋକ୍ତ ସମସ୍ତ ତିନୋଟି ରେଳ ଷ୍ଟେସନରେ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା।

ସ୍ମରଣୀୟ ସପ୍ତାହ ଉତ୍ସବର ସମାପ୍ତିର ଏକ ଅଂଶ ଭାବରେ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନରେ ସମାପନ ସମାରୋହ ଆୟୋଜିତ ହୋଇଥିଲା ଯେଉଁଠାରେ ପୂର୍ବତଟ ରେଳପଥର ପ୍ରମୁଖ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ବାସୁଦେବ ପଣ୍ଡା ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଚାରିଜଣ ସ୍ୱାଧୀନତା ସଂଗ୍ରାମୀ/ସେମାନଙ୍କ ପରିବାର ସଦସ୍ୟ ଏବଂ ନଅ ଜଣ ପାଇକ ବିଦ୍ରୋହ ଶହୀଦଙ୍କ ବଂଶଧର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବସୁଦେବ ପଣ୍ଡା କହିଛନ୍ତି ଯେ ପୂର୍ବ ତଟ ରେଳପଥର ସମସ୍ତ ବିଭାଗ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନର ସପ୍ତାହବ୍ୟାପୀ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମର୍ପଣ କରି ଦିଆଯାଇଥିବା ମହାନ ବଳିଦାନକୁ ସମ୍ମାନ ଦେବା ଏବଂ ଦେଶର ଏକତା ତଥା ଜାତୀୟତାକୁ ଆହୁରି ଆଗକୁ ବଢାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ। ଦୁଇ ଶହ ବର୍ଷ ପୁରୁଣା ପାଇକ ବିଦ୍ରୋହ ପାଇଁ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଯାହା ଓଡିଶାର ଗର୍ବ ଅଟେ।

କଟକ ରେଳ ଷ୍ଟେସନରେ ଏହି ଉତ୍ସବରେ ଯୋଗଦେଇ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକ ତିନିଜଣ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ସମ୍ମାନିତ କରିଥିଲେ। ସେହିଭଳି ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଅଶୋକ କୁମାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷୀଗୋପାଳ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ୱାଲଟିୟର ଏବଂ ସମ୍ବଲପୁର ରେଳ ମଣ୍ଡଳରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ରେଳବାଇ ପ୍ରବନ୍ଧକମାନେ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମ ସମାପ୍ତ ହେବା ପରେ, ସମସ୍ତ ପାଞ୍ଚଟି ରେଳ ଷ୍ଟେସନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂଆଦିଲ୍ଲୀରେ ଆୟୋଜିତ କେନ୍ଦ୍ରୀୟ କାର୍ଯ୍ୟ ସହିତ ସଂଯୁକ୍ତ ହୋଇଥିଲା।  ନୂଆଦିଲ୍ଲୀରେ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ଭାରତର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନେତୃତ୍ୱରେ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଉପସ୍ଥିତ ଥିବା ସ୍ୱାଧୀନତା ସଂଗ୍ରାମୀ ମାୟାଦର ମଲିକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱାଧୀନତା ସମୟରେ ତାଙ୍କ ଅଭିଜ୍ଞତା ତଥା ଭାରତୀୟ ରେଳବାଇର ବିଭିନ୍ନ ରେଳ ଷ୍ଟେସନରେ ଉପସ୍ଥିତ ଥିବା ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଯୋଗାଯୋଗ କରି ସେମାନଙ୍କର ସ୍ୱାଧୀନତା ସଂଗ୍ରାମ ବେଳର ଅନୁଭବକୁ ପଚାରି ବୁଝିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ’ ସପ୍ତାହ ପାଳନ

ଭୁବନେଶ୍ଵର: ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ପୂର୍ବ ତଟ ରେଳପଥ ପକ୍ଷରୁ ଜୁଲାଇ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ପାଳନ କରାଯାଉଅଛି।  ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରେଳପଥ ପକ୍ଷରୁ ହାତକୁ ନିଆଯାଇଅଛି। ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି।

ସ୍ୱାଧୀନତା ସଂଗ୍ରାମର ବିଶାଳ ଐତିହାସିକ ପାଇକ ବିଦ୍ରୋହ ଏବଂ ଖୋର୍ଦ୍ଧା ଅଞ୍ଚଳର ଇତିହାସକୁ ମଣ୍ଡନ କରୁଥିବା ଏକ ପ୍ରଦର୍ଶନୀକୁ ଶ୍ରୀ ଶ୍ରୀବାସ୍ତବ ଉଦ୍ଘାଟନ କରିଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସ୍ବେଚ୍ଛାସେବୀମାନେ ଏକ ପଥପ୍ରାନ୍ତ ନାଟକ ନାଟକ ପରିବେଷଣ କରିଥିଲେ।

ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ସମସ୍ତ ରେଳବାଇ ଜୋନ ଓ ରେଳ ମଣ୍ଡଳ ଦ୍ୱାରା ଆୟୋଜିତ ଦେଶବ୍ୟାପୀ ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ପାଳନ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ। ତଦନୁସାରେ ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଥିବା ଦେଶର ୭୫ ଟି ରେଳ ଷ୍ଟେସନକୁ ମନୋନୀତ କରାଯାଇଅଛି ଯେଉଁଠାରେ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ଆଧାରରେ ଉପରୋକ୍ତ ଷ୍ଟେସନ ଗୁଡିକରେ ଏହି ସ୍ମରଣୀୟ ସପ୍ତାହ ପାଳନ କରାଯିବ।

ସମଗ୍ର ଦେଶରେ ମନୋନୀତ ଷ୍ଟେସନ୍ ଗୁଡିକ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପାଞ୍ଚଟି ଷ୍ଟେସନ୍ ମନୋନୀତ ହୋଇଛି। ସମସ୍ତ ମନୋନୀତ ଷ୍ଟେସନଗୁଡିକୁ ସପ୍ତାହ ବ୍ୟାପି ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇ ଆଲୋକିକରଣ କରାଯିବ। ଏହି ସମୟ ମଧ୍ୟରେ ଐତିହାସିକ ବିଷୟବସ୍ତୁକୁ ଆଧାର କରି ଷ୍ଟେସନ ମାନଙ୍କ ଠାରେ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ କରାଯିବ।

ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ଉତ୍ସବକୁ ପାଳନ କରିବା ପାଇଁ ଉପରୋକ୍ତ ଷ୍ଟେସନରେ ଦେଶଭକ୍ତି ଗୀତ, ସ୍ଥାନୀୟ ଭାଷାରେ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯିବ। ଷ୍ଟେସନ୍ ସମ୍ବନ୍ଧରେ କିମ୍ବା ଷ୍ଟେସନର ଇତିହାସ ସମ୍ବନ୍ଧରେ ସ୍ୱତନ୍ତ୍ର ବ୍ରାଣ୍ଡିଂ କରାଯିବ। ପୂର୍ବତଟ ରେଳପଥ ମଧ୍ୟରେ ମନୋନୀତ ଷ୍ଟେସନଗୁଡିକ ହେଉଛି ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଏବଂ ବିଶାଖାପାଟନମ୍।

ଉଦଯାପନୀ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇ ସେମାନଙ୍କ ଠାରୁ ସେମାନଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଥିବା କାହାଣୀକୁ ବଖାଣିବାକୁ ଅନୁରୋଧ କରାଯିବ।

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ, ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ତୁଷାର କାନ୍ତି ମଣ୍ଡଳ, ପ୍ରମୁଖ ଯନ୍ତ୍ରୀ ଏନ. ଏସ. ଉଇକେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜାଦୀ କା ଅମୃତ ମହୋତ୍ସବ ଉପରେ ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାଇକ୍ ରାଲି

ଭୁବନେଶ୍ବର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଅଛି।  ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଗତକାଲି ରେଳପଥର ମୁଖ୍ୟାଳୟ ରେଳ ସଦନ ଠାରେ ମୁଖ୍ୟ ସୁରକ୍ଷା କମିଶନର, ଆରପିଏଫ୍ ପି.ଭି. ସାନ୍ଥାରାମଙ୍କ ଉପସ୍ଥିତିରେ ସବୁଜ ପତାକା ପ୍ରଦର୍ଶନ କରି ଏହି ବାଇକ ରାଲିକୁ ଶୁଭାରମ୍ଭ କରିଥିଲେ।

ଏହି ବାଇକ୍ ରାଲିର ଉଦ୍ଦେଶ୍ୟ ହେଉଛି ଆଜାଦି କା ଅମୃତ ମହୋତ୍ସବ ଏବଂ ରେଳ ସୁରକ୍ଷା ବଳର ସଫଳତା ଉପରେ ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା। ​

Categories
ଆଜିର ଖବର ରାଜ୍ୟ ଖବର

ରଥ ଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି। କୋଭିଡ 19 ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଲୱେ ଆକଳନ କରୁଛି।

ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ପୁରୀକୁ ଆସୁଥିବା ଏବଂ ପୁରୀ ଠାରୁ ଛାଡୁଥିବା ଅନେକ ବିଶେଷ ଟ୍ରେନ୍ଗୁଡିକରେ ତୀର୍ଥଯାତ୍ରୀମାନଙ୍କୁ ସଂରକ୍ଷିତ କ୍ଲାସ୍ ଯାତ୍ରା ସୁବିଧା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି।

02837/02838 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରୀ ସ୍ପେଶାଲ ଏକ୍ସପ୍ରେସ ଶାଲିମାର ଠାରୁ 29.06.2022 ଅପରାହ୍ନ 12ଘ.45ମି.ରେ ଛାଡି ସେହିଦିନ ରାତ୍ରି 10ଘ.30ମି.ରେ ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ଏହା 30.06.2022 ସକାଳ 05ଘ.30ମି.ରେ ପୁରୀ ଛାଡିବ। ଏହି ଟ୍ରେନରେ ଦୁଇଟି ଏସି ଚେୟାର କାର୍, 12 ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍, ଦୁଇଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଉପଲବ୍ଧ।

ଆଉ ଏକ ବିଶେଷ ଟ୍ରେନ 02827/002828 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ 29.06.2022 ରାତ୍ରି 9ଘ.40ମି.ରେ ଛାଡି 30.06.2022 ସକାଳ 07 ଘଟିକାରେ ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ଏହା 30.06.2022 ରାତ୍ରି 11ଘ.05ମି.ରେ ପୁରୀରୁ ଛାଡିବ। ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ଦୁଇଟି ଏସି -3 ଟାୟାର, 11 ଟି ସ୍ଲିପର କ୍ଲାସ, ଛଅଟି ସେକେଣ୍ଡ କ୍ଲାସ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ ଉପଲବ୍ଧ।

08907/08908 ବିଶାଖାପାଟନମ୍-ପୁରୀ- ବିଶାଖାପାଟନମ୍ ରଥ ଯାତ୍ରା ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30.06.2022 ଅପରାହ୍ନ 2ଘ.30ମି.ରେ ଛାଡି ରାତ୍ରି 1ଘ.15ମି.ରେ (01.07.2012) ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ଏହା 01.07.2022 ରାତ୍ରି 11ଘ.15ମି.ରେ ପୁରୀରୁ ଛାଡିବ। ଏହି ଟ୍ରେନରେ ଗୋଟିଏ ଏସି -3 ଟାୟାର, ଛଅଟି ସ୍ଲିପର୍ କ୍ଲାସ୍, ତିନିଟି ଜେନେରାଲ୍ ଦ୍ୱିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

08911/08912 ଜୁନାଗଡ଼ ରୋଡ଼-ପୁରୀ- ଜୁନାଗଡ଼ ରୋଡ଼ ରଥ ଯାତ୍ରା ସ୍ପେଶାଲ୍ ଏକ୍ସପ୍ରେସ୍ ଭାୟା ସମ୍ବଲପୁର ଏବଂ ତାଳଚେର ରୋଡ୍ ଜୁନାଗଡ଼ ରୋଡ଼ ଠାରୁ 30.06.2022 ପୂର୍ବାହ୍ନ ୧୧ଘଟିକାରେ। ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 02.07.2022 ମଧ୍ୟ ରାତ୍ରି ୧୨ଘ.୧୫ମି.ରେ (01.07.2022 ର ମଧ୍ୟରାତ୍ରି) ରେ ଛାଡିବ। ଏଥିରେ ଗୋଟିଏ ଏସି-୨ ଟାୟାର୍, ପାଞ୍ଚଟି ଏସି -3 ଟାୟାର୍, ନଅଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

08418/08417 ଗୁଣୁପୁର-ପୁରୀ-ଗୁଣୁପୁର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ 30.06.2022 ରେ ଗୁଣୁପୁର ଠାରୁ ରାତ୍ରି 11ଘ.30ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ 02.07.2022 ରାତ୍ରି 01ଘ.45ମି.ରେ (01.07.2022 ର ମଧ୍ୟରାତ୍ରି) ରେ ଛାଡି ଗୁଣୁପୁର ଯାତ୍ରା କରିବ। ଏହି ଟ୍ରେନ ରେ ଗୋଟିଏ ଏସି -3 ଟାୟାର୍, 06 ଟି ସ୍ଲିପର୍ କ୍ଲାସ୍ କୋଚ୍ ଏବଂ 03 ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

08909/08910 ଜଗଦଳପୁର-ପୁରୀ-ଜଗଦଳପୁର ରଥ ଯାତ୍ରା ବିଶେଷ ଟ୍ରେନ ଭାୟା ବିଜୟନଗରମ ଓ ରାୟଗଡା; ଜଗଦଳପୁର ଠାରୁ 30.06.2022 ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବ। ଫେରିବା ମାର୍ଗରେ ଏହା 01.07.2022 ରାତ୍ରି 8 ଘ.05ମି.ରେ ପୁରୀ ଛାଡିବ। ଏହି ଟ୍ରେନରେ ଗୋଟିଏ AC-3 ଟାୟାର, 09 ସ୍ଲିପର୍ କ୍ଲାସ୍, 04 ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ।

02891/02810 ଭୁବନେଶ୍ୱର-ପୁରୀ- ଭୁବନେଶ୍ୱର ରଥ ଯାତ୍ରା ସ୍ପେଶାଲ 1 ଜୁଲାଇ ଠାରୁ 11 ଜୁଲାଇ ମଧ୍ୟରେ ଭୁବନେଶ୍ୱର ଠାରୁ ପୂର୍ବାହ୍ନ 10 ଘ.05ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହା ଅପରାହ୍ନ 3ଘ.10ମି.ରେ ଛାଡିବ।

08931/08932 ସମ୍ବଲପୁର-ପୁରୀ-ସମ୍ବଲପୁର ରଥ ଯାତ୍ରାର ସ୍ୱତନ୍ତ୍ର ଟ୍ରେନ ଭାୟା ନରାଜ ମାର୍ଥାପୁର ଏବଂ ତାଳଚେର ରୋଡ୍ ସମ୍ବଲପୁର ଠାରୁ 30.06.2022 ରାତ୍ରି 9 ଘ.30 ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ 01.07.2022 ରାତ୍ରି 8 ଘ.25ମି.ରେ ଛାଡିବ। ଏହି ଟ୍ରେନରେ ଗୋଟିଏ AC-3 ଟାୟାର, 02 ସ୍ଲିପର୍ କ୍ଲାସ୍, 10 ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ଏହା ବ୍ୟତୀତ ଗୁଣ୍ଡିଚା ଯାତ୍ରା (01.07.2022) ଦିନ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ସ୍ଥାନ ମାନଙ୍କ ଠାରୁ ପୁରୀକୁ 10 ଯୋଡି ଟ୍ରେନ୍ (20 ଟି ଟ୍ରିପ୍) ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟାତ କରିବ।

ସେହିଭଳି, ସାନ୍ଧ୍ୟା ଦର୍ଶନ ପାଇଁ ଅର୍ଥାତ 8 ଜୁଲାଇ, 2022 ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡ଼ା ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡ଼ା) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ।

ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 08.07.2022 ଅପରାହ୍ନ 2ଘ.30ମି.ରେ ଛାଡି ପୁରୀ ଆଡକୁ ଯିବ।  ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ 09.07.2022 ରାତ୍ରି 8ଘ.25ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

08937/08938 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ 08.07.2022 ପୂର୍ବାହ୍ନ 11ଘଟିକାରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 09.07.2022 ସନ୍ଧ୍ୟା ୭ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ।

08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 08.07.2022 ରାତ୍ରି ୯ଘ.୩୦ମିରେ ଛାଡି ପୁରୀ ଯିବ। ଫେରିବା ମାର୍ଗରେ ଏହା 09.07.2022 ରାତ୍ରି 11ଘ.15ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

08941/08942 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ 09.07.2022 ଭୋର 3ଘ.15ମିରେ ଛାଡି ପୁରୀ ଆଡକୁ ଯିବ। ଫେରିବା ମାର୍ଗରେ ଏହା ପୁରୀକୁଠାରୁ 09.07.2022 ରାତ୍ରି 8ଘ.40ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

9 ଜୁଲାଇ, 2022 ବାହୁଡା ଯାତ୍ରାରେପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

ସୁନାବେଶ ଦିବସରେ, 10 ଜୁଲାଇ, 2022 ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 11 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ।

08971/08972 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସିଆଲ୍ 10.07.2022 ଦିନ ଜୁନାଗଡ ରୋଡ୍ ଠାରୁ ଭୋର 5ଘ.30ମି.ରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହା 11.07.2022 ଦିନ ପୁରୀ ଠାରୁ 0015 ଘଣ୍ଟା ରେ (10.07.2022 ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ।

08957/08958 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ 10.07.2022 ଭୋର 04ଘ.30ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଆଡକୁ ଯିବ। ଫେରିବ ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 10.07.2022 ରାତ୍ରି 8ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ।

08979/08980 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 10.07.2022 ସକାଳ ୮ ଘଟିକାରେ ଛାଡି ପୁରୀ ଯାତ୍ରା କରିବ। ଫେରିବ ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ 11.07.2022 ରାତ୍ରି 2ଘଟିକାରେ (10.07.2022 ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

08975/08976 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 10.07.2022 ସକାଳ 6ଘ.30ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବ ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ 11.07.2022 ରାତ୍ରି 1ଘଟିକାରେ (10.07.2022 ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ।

ସୁନାବେଶ ପରଦିନ ଅର୍ଥାତ 11 ଜୁଲାଇ, 2022 ରେ 6 ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ। 08983 ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀ ଠାରୁ 11.07.2022 ମଧ୍ୟାହ୍ନ 12 ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ଜୁଲାଇ 2 ରୁ 7 ଜୁଲାଇ, 2022 ପର୍ଯ୍ୟନ୍ତ ତିନି ଯୋଡା ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ଦୁଇଯୋଡ଼ା ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ। ଯାତ୍ରୀ/ଭକ୍ତ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥ ଯାତ୍ରା ଅବଧି ମଧ୍ୟରେ ଆହୁରି ବିଶେଷ ଟ୍ରେନ ଚଳାଚଳ କରାଇବାପାଇଁ ପୂର୍ବତଟ ରେଳପଥ ମଧ୍ୟ ଯୋଜନା କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାମୟିକ ଭାବେ ବାତିଲ ଓ ଆଂଶିକ ବାତିଲ ଟ୍ରେନଗୁଡିକର ଚଳାଚଳ ହେଲା ସ୍ଵାଭାବିକ

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା 3 ଏବଂ 4 ଜୁନ୍, 2022 ରେ ଟ୍ରେନଗୁଡିକର ସାମୟିକ ବାତିଲ ଓ ଆଂଶିକ ବାତିଲ ଟ୍ରେନ ଗୁଡିକର ସ୍ୱାଭାବିକ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ୍ ଗୁଡିକ ହେଲା …

– 08263/08264 ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ପେଶାଲ।

– 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସୁପର ଫାଷ୍ଟ ଇଣ୍ଟର ସିଟି ଏକ୍ସପ୍ରେସ।

– 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ।

ଏହା ବ୍ୟତୀତ, ଟ୍ରେନଗୁଡିକର ଉନ୍ନତ ଗତି ଏବଂ ଉଭୟ ଯାତ୍ରୀ ଏବଂ ଟ୍ରେନର ନିରାପତ୍ତା ପାଇଁ ସଂପୃକ୍ତ କେତେକ ରେଳ ସେକ୍ସନ ମଧ୍ୟରେ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉଭୟ ପାର୍ଶ୍ୱରୁ 4 ଏବଂ 5 ଜୁନ୍, 2022 ରେ ନିମ୍ନଲିଖିତ ଟ୍ରେନ୍ଗୁଡ଼ିକୁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…

A. 18301/18302 ସମ୍ବଲପୁର-ରାୟଗଡ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ।

B. 18303/18304 ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ।

C. 22820/22819 ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ।

D. 18532/18531 ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ୍।

E. 08546/08545 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ।

F. 18417/18418 ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ।

G. 08428/08427 ପୁରୀ-ଅନୁଗୁଳ-ପୁରୀ ପାସେଞ୍ଜର ସ୍ପେଶାଲ।

Categories
ଆଜିର ଖବର ଜାତୀୟ ଖବର

୬୭ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ ଭୁବନେଶ୍ୱରରେ ଆୟୋଜିତ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ ଆୟୋଜିତ ହୋଇଯାଇଅଛି।

ରେଲୱେ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଷ୍ଠାପର ସେବା ତଥା ଦକ୍ଷତା ପାଇଁ ଉତ୍ସର୍ଗୀକୃତ ରେଳ କର୍ମଚାରୀ ଏବଂ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ PSU ଗୁଡ଼ିକୁ ପୁରସ୍କୃତ କରିଛନ୍ତି।

ଏହାପୂର୍ବରୁ ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କେ ତ୍ରିପାଠୀ ତାଙ୍କ ସ୍ୱାଗତ ଭାଷଣରେ ଭାରତୀୟ ରେଳବାଇର ପରିବର୍ତ୍ତନ ବିଷୟରେ କହିଥିଲେ।

ମୋଟାମୋଟି ଭାବେ, ଦେଶର ବିଭିନ୍ନ ଜୋନାଲ ରେଲୱେରୁ ୧୫୬ ରେଲୱେ କର୍ମଚାରୀ ସେମାନଙ୍କର ଉଲ୍ଲେଖନୀୟ ସେବାପାଇଁ ମନ୍ତ୍ରୀଙ୍କଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏହା ବ୍ୟତୀତ ବିଭିନ୍ନ ରେଲୱେ, ଉତ୍ପାଦନ ୟୁନିଟ୍ ଏବଂ ରେଲୱେ ପିଏସୟୁ ଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ଦକ୍ଷତା ପାଇଁ ୨୧ ଟି ସିଲ୍ଡ ମଧ୍ୟ ପୁରସ୍କୃତ କରାଯାଇଅଛି।

ଭାରତୀୟ ରେଳବାଇର ଏହା ହେଉଛି ଏକ ପ୍ରମୁଖ କାର୍ଯ୍ୟ ଯେଉଁଠାରେ ଭୁବନେଶ୍ୱରରେ ରେଳ ମନ୍ତ୍ରଣାଳୟର ଏକ ସମ୍ପୂର୍ଣ୍ଣ ସେଟ୍ ଉପସ୍ଥିତ ଥିଲା। ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକୁ ସୁରୁଖୁରୁରେ ଆୟୋଜନ କରିଥିବାରୁ ପୂର୍ବ ତଟ ରେଳବାଇ ଗର୍ବିତ ଅନୁଭବ କରୁଛି।

ରେଳ ବୋର୍ଡର ସଦସ୍ୟମାନେ ଯଥାକ୍ରମେ ମୋହିତ ସିହ୍ନା, ସଦସ୍ୟ (ଅର୍ଥ); ଓ ପି ସିଂ, ସଦସ୍ୟ (ଭିତ୍ତିଭୂମି), ଡି ସି ଶର୍ମା, ସଦସ୍ୟ (ଟ୍ରାକ୍ସନ୍ ଆଣ୍ଡ ରୋଲିଂ ଷ୍ଟକ୍); ଏସ୍ କେ ମହାନ୍ତି, ସଦସ୍ୟ (ଅପରେସନ୍ସ ଏବଂ ବ୍ୟବସାୟ ବିକାଶ) ଏବଂ ରେଳବାଇ ବୋର୍ଡର ସଚିବ ଆର.ଏନ.ସିଂହ; ସମସ୍ତ ଜୋନାଲ ରେଳପଥର ମହାପ୍ରବନ୍ଧକମାନେ, ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରି ଉଚ୍ଚ ସ୍ତରୀୟ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ଟ୍ରାକମ୍ୟାନ୍ (ନିରାପତ୍ତା ବର୍ଗରେ 8 ଏବଂ ପରିଚାଳନା, ସୁରକ୍ଷା ବର୍ଗରେ ୦୨) ଙ୍କୁ ପୁରସ୍କୃତ କରାଯାଇଅଛି। ସେହିଭଳି ୨୮ ରେଲୱେ କର୍ମଚାରୀମାନେ ବ୍ୟକ୍ତିଗତ ସୁରକ୍ଷାକୁ ଅବମାନନା କରି ମଧ୍ୟ ରେଳବାଇରେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ସମ୍ମାନଜନକ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଛନ୍ତି ଯେଉଁଥିରେ 08 ଜଣ ଟ୍ରାକମ୍ୟାନ୍ ଅନ୍ତର୍ଭୁକ୍ତ। ପରିଚାଳନା, ସୁରକ୍ଷା ଏବଂ ନିରାପତ୍ତା, ସମ୍ପତ୍ତିର ଉନ୍ନତ ରକ୍ଷଣାବେକ୍ଷଣ ଏବଂ ଉପଯୋଗରେ ଉନ୍ନତି ଆଣିବା ପାଇଁ କରାଯାଇଥିବା ଆଦର୍ଶ କାର୍ଯ୍ୟ ପାଇଁ ୪୨ ରେଳବାଇ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି, ୨୮ କର୍ମଚାରୀଙ୍କୁ ନୂତନ ଉଦ୍ଭାବନ ପାଇଁ ପୁରସ୍କୃତ କରାଯାଇ ଥିବାବେଳେ ଖର୍ଚ୍ଚରେ ଅର୍ଥନୀତିକୁ ଉତ୍ପାଦନ, ଉତ୍ପାଦନର ଉନ୍ନତି ଇତ୍ୟାଦି; ରୋଜଗାରର ବୃଦ୍ଧି ଏବଂ ଟିକେଟ୍ ବିହୀନ ଯାତ୍ରା, ଚୋରି ଇତ୍ୟାଦି ପାଇଁ ୧୧ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇ ଅଛି। ରେକର୍ଡ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ପାଇଁ ୧୨ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଣେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ 33 ରେଲୱେ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଭିନ୍ନ ସ୍ଥାନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ ସେବା ବାତିଲ୍

ଭୁବନେଶ୍ବର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ଆଉ ଏକ ମାସ ପାଇଁ ବାତିଲ କରାଯାଉଛି ….

A. ଭୁବନେଶ୍ୱର ଠାରୁ ପ୍ରତ୍ୟକ ସୋମବାର ଏବଂ ଗୁରୁବାର ଦିନ ମାନଙ୍କରେ ଛାଡୁଥିବା 12880 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ 23.06.2022 ପର୍ଯ୍ୟନ୍ତ ବାତିଲ ରହିବାକୁ ଥିବାବେଳେ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ଛାଡୁଥିବା 12879 ମୁମ୍ବାଇ ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ 18.06.2022 ପର୍ଯ୍ୟନ୍ତ ବାତିଲ ରହିବ।

B. ପୁରୀ ଠାରୁ ପ୍ରତ୍ୟକ ମଙ୍ଗଳବାର ଛାଡୁଥିବା 22866 ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ 21.06.2022 ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ଗୁରୁବାର ଛାଡୁଥିବା 22865 ମୁମ୍ବାଇ ଏଲଟିଟି-ପୁରୀ ଏକ୍ସପ୍ରେସ 23.06.2022 ପର୍ଯ୍ୟନ୍ତ ବାତିଲ ରହିବ।

C. ବିଶାଖାପାଟନମ୍ ରୁ ପ୍ରତ୍ୟେକ ରବିବାର ଦିନ ଛାଡୁଥିବା 22847 ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ 19.06.2022 ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଛାଡୁଥିବା ୨୨୮୪୮ ମୁମ୍ବାଇ ଏଲଟିଟି-ବିଶାଖାପାଟନମ୍ ଏକ୍ସପ୍ରେସ 21.06.2022 ପର୍ଯ୍ୟନ୍ତ ବାତିଲ୍ ରହିବ।

ସେହିଭଳି ନିମ୍ନଲିଖିତ ଟ୍ରେନଗୁଡିକ 28.05.2022 ଏବଂ 29.05.2022 ରେ ଉଭୟ ପାର୍ଶ୍ୱରୁ ବାତିଲ ହୋଇ ରହିବ। ପୂର୍ବତଟ ରେଳପଥ ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ରକ୍ଷଣାବେକ୍ଷଣ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଏହି ଟ୍ରେନ ଗୁଡିକ ବାତିଲ କରାଯାଇଅଛି। ଏହି ଟ୍ରେନ୍ ଗୁଡିକ ହେଉଛି …

A. 18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ।

B. 22820/22819 ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ୍।

C. 18532/18531 ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ୍।

D. 08546/08545 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ।

E. 18417/18418 ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ।

F. 08428/08427 ପୁରୀ-ଅନୁଗୁଳ-ପୁରୀ ପାସେଞ୍ଜର ସ୍ପେଶାଲ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ୍ ଏବଂ ଆଂଶିକ ବାତିଲ୍ ହେବ ଏହି ସବୁ ଟ୍ରେନ

ଭୁବନେଶ୍ବର: ପୂର୍ବ ତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନ୍ ଗୁଡିକ ଦୁଇ ଦିନ ପାଇଁ ପ୍ରଭାବିତ ହେବ।

ଟ୍ରେନ୍ ର ବାତିଲ୍:

A. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 24.05.2022 ଏବଂ 26.05.2022 ଦିନ ବାତିଲ ରହିବ।

B. 08263/08264 ଟିଟିଲାଗଡ-ବିଲାସପୁର-ଟିଟିଲାଗଡ ପାସେଞ୍ଜର ଉଭୟ ପାର୍ଶ୍ୱରୁ 03.06.2022 ଏବଂ 04.06.2022 ଦିନ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

A . 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 24.05.2022 ଏବଂ 26.05.2022 ତାରିଖ ଦିନ ଭୁବନେଶ୍ୱର ଏବଂ ରେଢ଼ାଖୋଲ ମଧ୍ୟରେ ଚଳାଚଳ କରିବ ଏବଂ ରେଢ଼ାଖୋଲ ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ ଏବଂ 03.06.2022 ଓ 04.06.2022 ତାରିଖ ଦିନ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ।

B . 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 03.06.2022 ଦିନ ହାଓଡ଼ା ଠାରୁ ଏବଂ 04.06.2022 ଦିନ ଜଗଦଳପୁର ଠାରୁ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ସମ୍ବଲପୁର ଏବଂ ଜଗଦଳପୁର ମଧ୍ୟରେ ବାତିଲ ରହିବ।