Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ଦିଆଗଲା ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା: ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯାଇଛି ।

ଏହି ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଶୁଭାରମ୍ଭ କରିଥିବାବେଳେ ଆୟୋଗର ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟର, ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ର ଓ ସେକ୍‌ସନ୍‌ ଅଧିକାରୀ ଉତ୍ତମ କୁମାର ପରିଡ଼ା ଉପସ୍ଥିତ ରହି ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ।

ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନେ ଇଭିଏମ୍‌ ତାଲିମ ନେଇ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଆସନ୍ତାକାଲି ଅବଶିଷ୍ଟ ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ କରାଯିବା ସଂପର୍କରେ ତାଲିମ ପ୍ରଦାନ କରାଯିବ।

ରାଜ୍ୟର ସମୁଦାୟ ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ୧୯୩୧ଟି ୱାର୍ଡର ୪୫୮୪ଟି ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତ୍ୟେକ ବୁଥ୍‌ରେ ୨ଟି ଲେଖାଏଁ ଇଭିଏମ୍‌ ରହିବ। ଗୋଟିଏ କାଉନ୍‌ସିଲର/କର୍ପୋରେଟର ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। ପ୍ରାୟ ୧୧ ହଜାରରୁ ଅଧିକ ସଂଖ୍ୟକ ଇଭିଏମ୍‌ ପୌରସଂସ୍ଥା ନିର୍ବାଚନରେ ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପୌର ନିର୍ବାଚନ ନେଇ ଆସିଲା ଏକ ବଡ ଖବର, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କଣ ହୋଇଛି

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ ପାଇଛି ଓ ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୪୮+ ୫୯ ଣ= ୧୦୭, ସମୁଦାୟ ମହାନଗର ନିଗମ-୩, ମୁନିିିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ୱାର୍ଡ ସଂଖ୍ୟା-୧୭୬୩।

ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ବୁଥ୍‌ ସଂଖ୍ୟା-୩୧୭୭, ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା-୧୬୮, ମହାନଗର ନିଗମର ସମୁଦାୟ ବୁଥ୍‌ ସଂଖ୍ୟା-୧୪୦୭, ୧୦୭ଟି ପୌର ସଂଖ୍ୟା ଓ ୩ଟି ମହାନଗର ନିଗମର ସମୁଦାୟ ୱାର୍ଡ ସଂଖ୍ୟା ୧୯୩୧ ଓ ବୁଥ୍‌ ସଂଖ୍ୟା ହେଉଛି ୪୫୮୪ ।

ଏହାର ଜିଲ୍ଲାୱାରୀ ବୁଥ୍‌ ଓ ୱାର୍ଡ ସଂଖ୍ୟା ହେଉଛି:

ଅନୁଗୋଳ

ଅନୁଗୋଳ ଜିଲ୍ଲାର ଅନୁଗୋଳ ମୁନିସିପାଲିଟିରେ ୨୩ଟି ୱାର୍ଡ ଓ ୪୦ଟି ବୁଥ୍‌, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୨ଟି ବୁଥ୍‌, ତାଳଚେର ମୁନିସିପାଲିଟିର ୨୧ଟି ୱାର୍ଡ ଓ ୩୨ଟି ବୁଥ୍‌ ରହିଛି ।

ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲାର ପାଟଣଶଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ଟି ୱାର୍ଡ ଓ ୨୨ଟି ବୁଥ୍‌, କଣ୍ଟାବାrି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୬ଟି ୱାର୍ଡ ଓ ୨୫ଟି ବୁଥ୍‌, ତୁମୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୧ଟି ବୁଥ୍‌, ବଲାଙ୍ଗୀର ମୁନିସିପାଲିଟିର ୨୧ଟି ୱାର୍ଡ ଓ ୮୪ଟି ବୁଥ୍‌, ଟିଟିଲାଗଡ଼ ମୁନିସିପାଲିଟିର ୧୫ଟି ୱାର୍ଡ ଓ ୨୮ଟି ବୁଥ୍‌ ରହିଛି ।

ବାଲେଶ୍ବର

ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱର ମୁନିସିପାଲିଟିର ୩୧ଟି ୱାର୍ଡ ଓ ୯୮ଟି ବୁଥ୍‌, ଜଳେଶ୍ୱର ମୁନିସିପାଲିଟିର ୧୭ଟି ୱାର୍ଡ ଓ ୨୪ଟି ବୁଥ୍‌, ସୋର ମୁନିସିପାଲିଟିର ୧୯ଟି ୱାର୍ଡ ଓ ୩୮ଟି ବୁଥ୍‌, ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡ ଓ ୧୫ଟି ବୁଥ୍‌, ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡ ଓ ୩୬ଟି ବୁଥ୍‌ ରହିଛି ।

ବରଗଡ

ବରଗଡ଼ ଜିଲ୍ଲାର ବରଗଡ଼ ମୁନିସିପାଲିଟିର ୧୯ଟି ୱାର୍ଡ ଓ ୭୪ଟି ବୁଥ୍‌, ବରପାଲ୍ଲୀ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ ଓ ୧୯ଟି ବୁଥ୍‌, ପଦ୍ମପୁର ଏନ୍‌.ଏ.ସିର ୧୧ଟି ୱାର୍ଡ ଓ ୧୭ଟି ବୁଥ୍‌, ବିଜେପୁର ଏନ୍‌.ଏ.ସିର ୧୧ଟି ୱାର୍ଡ ଓ ୧୧ଟି ବୁଥ୍‌ ରହିଛି ।

ଭଦ୍ରକ

ଭଦ୍ରକ ଜିଲ୍ଲାର ବାସୁଦେବପୁର ମୁନିସିପାଲିଟିର ୨୩ଟି ୱାର୍ଡ ଓ ୩୬ଟି ବୁଥ୍‌, ଭଦ୍ରକ ମୁନିସିପାଲିଟିର ୩୦ଟି ୱାର୍ଡ ଓ ୮୩ଟି ବୁଥ୍‌, ଚାନ୍ଦବାଲି ଏନ୍‌.ଏ.ସିର ୧୫ଟି ୱାର୍ଡ ଓ ୨୫ଟି ବୁଥ୍‌, ଧାମନଗର ଏନ୍‌.ଏ.ସିର ୧୧ଟି ୱାର୍ଡ ଓ୨୦ଟି ବୁଥ୍‌ ରହିଛି ।

ବୌଦ୍ଧ

ବୌଦ୍ଧ ଜିଲ୍ଲାର ବୌଦ୍ଧ ଏନ୍‌.ଏ.ସିର ୧୭ଟି ୱାର୍ଡ ଓ ୧୭ଟି ବୁଥ୍‌ ରହିଛି ।

କଟକ

କଟକ ଜିଲ୍ଲାର ଆଠଗଡ଼ ଏନ୍‌.ଏ.ସିର ୧୮ଟି ୱାର୍ଡ ଓ ୧୮ଟିି ବୁଥ୍‌, ବାଙ୍କି ଏନ୍‌.ଏ.ସିରର ୧୭ଟି ୱାର୍ଡ ଓ ୧୮ଟି ବୁଥ୍‌, ଚୌଦ୍ୱାର ମୁନିସିପାଲିଟିର ୧୯ଟି ୱାର୍ଡ ଓ ୩୮ଟି ବୁଥ୍‌ ରହିଛି ।

ଦେବଗଡ

ସେହିପରି ଦେବଗଡ଼ ଜିଲ୍ଲାର ଦେବଗଡ଼ ମୁନିସିପାଲିଟିର ୧୧ଟି ୱାର୍ଡ ଓ ୨୧ଟି ବୁଥ୍‌ ରହିଛି।

ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ମୁନିସିପାଲିଟିର ୨୩ଟି ୱାର୍ଡ ଓ ୫୨ଟି ବୁଥ୍‌, ଭୂବନ ଏନ୍‌.ଏ.ସିର ୧୫ଟି ୱାର୍ଡ ଓ ୧୮ଟି ବୁଥ୍‌, କାମାକ୍ଷାନଗର ଏନ୍‌.ଏ.ସିର ୧୫ଟି ୱାର୍ଡ ଓ ୧୬ଟି ବୁଥ୍‌ ରହିଛି ।

ଗଜପତି

ସେହିପରି ଗଜପତି ଜିଲ୍ଲାର କାଶିନଗର ଏନ୍‌.ଏ.ସିର ୧୩ଟି ୱାର୍ଡ ଓ ୧୩ଟି ବୁଥ୍‌, ପାରଳାଖେମୁଣ୍ଡି ମୁନିସିପାଲିଟିର ୧୬ଟି ୱାର୍ଡ, ୩୮ଟି ବୁଥ୍‌ ରହିଛି ।

ଗଞ୍ଜାମ

ଗଞ୍ଜାମ ଜିଲ୍ଲାର ଆସ୍କା ଏନ୍‌.ଏ.ସିର ୧୮ଟି ୱାର୍ଡ, ୨୧ଟି ବୁଥ୍‌, ବେଲଗୁଣ୍ଠା ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୪ଟି ବୁଥ୍‌, ଭଞ୍ଜନଗର ଏନ୍‌.ଏ.ସିର ୧୫ଟି ୱାର୍ଡ, ୨୧ଟି ବୁଥ୍‌, ବୁଗୁଡ଼ା ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୭ଟି ବୁଥ୍‌, ଛତ୍ରପୁର ଏନ୍‌.ଏ.ସିର ୧୪ଟି ୱାର୍ଡ, ୨୨ଟି ବୁଥ୍‌, ଚିକିଟି ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୩ଟି ବୁଥ୍‌, ଦିଗପହଣ୍ଡି ଏନ୍‌.ଏ.ସିର ୧୧ଟି ୱାର୍ଡ, ୧୪ଟି ବୁଥ୍‌, ଗଞ୍ଜାମ ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୨ଟି ବୁଥ୍‌, ଗୋପାଳପୁର ଏନ୍‌.ଏ.ସିର ୧୧ଟି ୱାର୍ଡ, ୧୧ଟି ବୁଥ୍‌, ହିଞ୍ଜିଳିକାଟ ମୁନିସିପାଲିଟିର ୨୧ଟି ୱାର୍ଡ, ୨୩ଟି ବୁଥ୍‌, କବିସୂର୍ଯ୍ୟନଗର ଏନ୍‌.ଏ.ସିର ୧୮ଟି ୱାର୍ଡ, ୧୯ଟି ବୁଥ୍‌, ଖଲିକୋଟ ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୩ଟି ବୁଥ୍‌, କୋଦଳା ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୫ଟି ବୁଥ୍‌, ପୋଲସରା ଏନ୍‌.ଏ.ସିର ୧୯ଟି ୱାର୍ଡ, ୨୧ଟି ବୁଥ୍‌, ପୁରୁଷୋତ୍ତମପୁର ଏନ୍‌.ଏ.ସିର ୧୪ଟି ୱାର୍ଡ, ୧୫ଟି ବୁଥ୍‌, ରମ୍ଭା ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୩ଟି ବୁଥ୍‌ ଓ ସରଡ଼ା ଏନ୍‌.ଏ.ସିର ୧୧ଟି ୱାର୍ଡ, ୧୩ଟି ବୁଥ୍‌
ରହିଛି ।

ଜଗତସିଂହପୁର

ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ମୁନିସିପାଲିଟିର ୨୧ଟି ୱାର୍ଡ, ୩୩ଟି ବୁଥ୍‌, ପାରାଦୀପ ମୁନିସିପାଲିଟିର ୧୯ଟି ୱାର୍ଡ, ୪୬ଟି ବୁଥ୍‌ ରହିଛି ।

ଯାଜପୁର

ସେହିପରି ଯାଜପୁର ଜିଲ୍ଲାର ବ୍ୟାସନଗର ମୁନିସିପାଲିଟିର ୨୬ଟି ୱାର୍ଡ, ୪୪ଟି ବୁଥ୍‌, ଯାଜପୁର ମୁନିସିପାଲିଟିର ୧୮ଟି ୱାର୍ଡ, ୩୬ଟି ବୁଥ୍‌ ରହିଛି ।

ଝାରସୁଗୁଡା

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ମୁନିସିପାଲିଟିର ୨୩ଟି ୱାର୍ଡ, ୬୮ଟି ବୁଥ୍‌, ଝାରସୁଗୁଡ଼ା ମୁନିିସିପାଲିଟିର ୨୪ଟି ୱାର୍ଡ, ୮୪ଟି ବୁଥ୍‌, ବେଲପାହାଡ଼ ମୁନିସିପାଲିଟିର ୧୯ଟି ୱାର୍ଡ, ୩୫ଟି ବୁଥ୍‌ ରହିଛି ।

କଳାହାଣ୍ଡି

ସେହିପରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମୁନିସିପାଲିଟିର ୨୦ଟି ୱାର୍ଡ, ୫୮ଟି ବୁଥ୍‌, ଧର୍ମଗଡ଼ ଏନ୍‌.ଏ.ସିର ୧୪ଟି ୱାର୍ଡ, ୧୪ଟି ବୁଥ୍‌, କେସିଙ୍ଗା ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୭ଟି ବୁଥ୍‌, ଜୁନାଗଡ଼ ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୮ଟି ବୁଥ୍‌ ରହିଛି ।

କନ୍ଧମାଳ

କନ୍ଧମାଳ ଜିଲ୍ଲାରେ ଜି. ଉଦୟଗିରି ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୩ଟି ବୁଥ୍‌, ବାଲିଗୁଡ଼ା ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୭ଟି ବୁଥ୍‌, ଫୁଲବାଣୀ ମୁନିସିପାଲିଟିର ୧୩ଟି ୱାର୍ଡ, ୨୭ଟି ବୁଥ୍‌ ରହିଛି ।

କେନ୍ଦ୍ରାପଡା

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ମୁନିସିପାଲିଟିର ୨୦ଟି ୱାର୍ଡ, ୩୪ଟି ବୁଥ୍‌, କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ମୁନିିସିପାଲିଟିର ୨୧ଟି ୱାର୍ଡ ଓ ୪୧ଟି ବୁଥ୍‌ ରହିଛି ।

କେଉଁଝର

କେଉଁଝର ଜିଲ୍ଲାର ଆନନ୍ଦପୁର ମୁନିସିପାଲିଟିର ୧୬ଟି ୱାର୍ଡ, ୩୩ଟି ବୁଥ୍‌, ବଡ଼ବିଲ୍‌ ମୁନିସିପାଲିଟିର ୧୫ଟି ୱାର୍ଡ, ୫୭ଟି ବୁଥ୍‌, ଯୋଡ଼ା ମୁନିସିପାଲିଟିର ୧୪ଟି ୱାର୍ଡ, ୩୨ଟି ବୁଥ୍‌, ଚମ୍ପୁଆ ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୬ଟି ବୁଥ୍‌ ଓ କେଉଁଝର ମୁନିସିପାଲିଟିରେ ୨୧ଟି ୱାର୍ଡ ଏବଂ ୫୦ଟି ବୁଥ୍‌ ରହିଛି ।

ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ମୁନିସିପାଲିଟିର ୨୩ଟି ୱାର୍ଡ, ୫୪ଟି ବୁଥ୍‌, ବାଲୁଗାଁ ଏନ୍‌.ଏ.ସିର ୧୧ଟି ୱାର୍ଡ, ୧୬ଟି ବୁଥ୍‌, ବାଣପୁର ଏନ୍‌.ଏ.ସିର ୧୫ଟି ୱାର୍ଡ, ୧୭ଟି ବୁଥ୍‌ ରହିଛି ।

କୋରାପୁଟ

କୋରାପୁଟ ଜିଲ୍ଲାର କୋଟପାଡ଼ ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୭ଟି ବୁଥ୍‌, ସୁନାବେଡ଼ା ମୁନିସିପାଲିଟିର ୨୫ଟି ୱାର୍ଡ, ୪୫ଟି ବୁଥ୍‌, ଜୟପୁର ମୁନିସିପାଲିଟିର ୨୧ଟି ୱାର୍ଡ, ୩୮ଟି ବୁଥ୍‌ ରହିଛି ।

ମାଲକାନଗିରି

ମାଲକାନଗିରି ଜିଲ୍ଲାର ମାଲକାନଗିରି ମୁନିସିପାଲିଟିର ୧୯ଟି ୱାର୍ଡ, ୩୦ଟି ବୁଥ୍‌ ଓ ବାଲିମେଳା ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୨ଟି ବୁଥ୍‌ ରହିଛି ।

ମୟୁରଭଂଜ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମୁନିିସିପାଲିଟିର ୧୫ଟି ୱାର୍ଡ, ୨୨ଟି ବୁଥ୍‌, ଉଦଳା ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୨ଟି ବୁଥ୍‌, ବାରିପଦା ମୁନିସିପାଲିଟିର ୨୮ଟି ୱାର୍ଡ, ୮୨ଟି ବୁଥ୍‌ ଓ କରଞ୍ଜିଆ ଏନ୍‌.ଏ.ସିର ୧୫ଟି ୱାର୍ଡ, ୨୦ଟି ବୁଥ୍‌ ରହିଛି ।

ନୟାଗଡ

ସେହିପରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୩ଟି ବୁଥ୍‌, ନୟାଗଡ଼ ମୁନିସିପାଲିଟିର ୧୬ଟି ୱାର୍ଡ, ୨୫ଟି ବୁଥ୍‌, ରଣପୁର ଏନ୍‌.ଏ.ସିର ୧୫ଟି ୱାର୍ଡ, ୧୬ଟି ବୁଥ୍‌ ଓ ଦଶପଲ୍ଲା ଏନ୍‌.ଏ.ସିର ୧୬ଟି ୱାର୍ଡ ଏବଂ ୧୬ଟି ବୁଥ୍‌ ରହିଛି ।

ନବରଂଗପୁର

ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ମୁନିସିପାଲିଟିର ୧୭ଟି ୱାର୍ଡ, ୨୯ଟି ବୁଥ୍‌ ଓ ଉମରକୋଟ ମୁନିସିପାଲିଟିର ୧୪ଟି ୱାର୍ଡ ଓ ୨୭ଟି ବୁଥ୍‌ ରହିଛି ।

ନୂଆପଡା

ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଏନ୍‌.ଏ.ସିର ୧୪ଟି ୱାର୍ଡ, ୧୪ଟି ବୁଥ୍‌, ଖରିଆର ରୋଡ଼୍‌ ଏନ୍‌.ଏ.ସିର ୧୯ଟି ୱାର୍ଡ, ୧୯ଟି ବୁଥ୍‌ ଓ ଖରିଆର ଏନ୍‌.ଏ.ସିର ୧୩ଟି ୱାର୍ଡ ୧୪ଟି ବୁଥ୍‌ ରହିଛି ।

ପୁରୀ

ପୁରୀ ଜିଲ୍ଲାର କୋଣାର୍କ ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୫ଟି ବୁଥ୍‌ ଏବଂ ପୁରୀ ମୁନିସିପାଲିଟିର ୩୨ଟି ୱାର୍ଡ, ୧୩୫ଟି ବୁଥ୍‌ ରହିଛି ।

ରାୟଗଡ଼ା

ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଏନ୍‌.ଏ.ସିର ୧୧ଟି ୱାର୍ଡ, ୧୧ଟି ବୁଥ୍‌, ରାୟଗଡ଼ା ମୁନିସିପାଲିଟିର ୨୪ଟି ୱାର୍ଡ ଓ ୫୯ଟି ବୁଥ୍‌ ରହିଛି ।

ସମ୍ବଲପୁର

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଏନ୍‌.ଏ.ସିର ୧୧ଟି ୱାର୍ଡ, ୧୩ଟି ବୁଥ୍‌ ଓ ରେଢ଼ାଖୋଲ ଏନ୍‌.ଏ.ସିର ୧୩ଟି ୱାର୍ଡ, ୧୭ଟି ବୁଥ୍‌ ରହିଛି ।

ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମୁନିସିପାଲିଟିର ୧୫ଟି ୱାର୍ଡ, ୨୧ଟି ବୁଥ୍‌, ତରଭା ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୨ଟି ବୁଥ୍‌ ଓ ବିନିକା ଏନ୍‌.ଏ.ସିର ୧୨ଟି ୱାର୍ଡ, ୧୫ଟି ବୁଥ୍‌ ରହିଛି ।

ସୁନ୍ଦରଗଡ

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ମୁନିସିପାଲିଟିର ୧୧ଟି ୱାର୍ଡ, ୨୮ଟି ବୁଥ୍‌, ରାଜଗାଙ୍ଗପୁର ମୁନିସିପାଲିଟିର ୨୦ଟି ୱାର୍ଡ, ୪୯ଟି ବୁଥ୍‌ ଓ ସୁନ୍ଦରଗଡ଼ ମୁନିସିପାଲିଟିର ୧୯ଟି ୱାର୍ଡ, ୩୮ଟି ବୁଥ୍‌ ରହିଛି ।

୧୦୭ଟି ପୌରସଂସ୍ଥାରେ ମୋଟରେ ୧୭୬୩ଟି ୱାର୍ଡ, ୩୧୭୭ଟି ବୁଥ୍‌ ରହିଛି ।

ମହାନଗର ନିଗମ

ସେହପରି ତିନିଗୋଟି ମହାନଗର ନିଗମର ସମୁଦାୟ ୧୬୮ଟି ୱାର୍ଡ ଓ ୧୪୦୭ଟି ବୁଥ୍‌ ଅଛି । କଟକ ମହାନଗର ନିଗମର ୫୯ଟି ୱାର୍ଡ, ୪୫୨ଟି ବୁଥ୍‌, ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ, ୨୫୦ଟି ବୁଥ୍‌ ଓ ଭୁବନେଶ୍ୱର ମହାନଗର ନିଗମର ୬୭ଟି ୱାର୍ଡ, ୭୦୫ଟି ବୁଥ୍‌ରେ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ସରିଲା ସର୍ବଦଳୀୟ ବୈଠକ: ପୌର ନିର୍ବାଚନ ଲାଗି ସତ୍ୟପାଠ ବାଧ୍ୟତାମୂଳକ

ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ଅଧ୍ୟକ୍ଷତା କରିଥଲେ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥର ପ୍ରାର୍ଥୀମାନଙ୍କୁ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କାଉନସିଲର, କର୍ପୋରେଟର ପ୍ରାର୍ଥୀମାନେ ସତ୍ୟ ପାଠ ଦାଖଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସତ୍ୟ ପାଠ ଦାଖଲ ନକଲେ ପ୍ରାର୍ଥୀପତ୍ର ନାକଚ ହେବ। ସେହିଭଳି ଚଳିତ ପୌର ନିର୍ବାଚନରେ ଇଭିମ ବ୍ୟବହାର ହେବ।

ତେବେ ୨୪ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ। ଏହି ସବୁ ସହରାଞ୍ଚଳରେ ୱାର୍ଡୱାରି ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇବ।

ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବୃୟାରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ। ୧୮ ତାରିଖରେ ଅଭିଯୋଗ ଉପରେ ହେବ ଶୁଣାଣି। ୨୧ରେ ଜିଲ୍ଲାପାଳ ସ୍ତରରେ ହେବ ଶୁଣାଣି ପରେ ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା। ଫେବୃୟାରୀ ୨୮ରେ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ପୌର ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ପ୍ରଚାର ଖର୍ଚ୍ଚ ପରିମାଣ

ଭୁବନେଶ୍ବର: ପୌର ନିର୍ବାଚନ କେବେ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ ରାଜ୍ୟ ନିର୍ବାଚନ କମିଶନର ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ପରିମାଣ ନିର୍ଦ୍ଧାରଣ କରିଛନ୍ତି। ସେ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ବିଜ୍ଞପ୍ତି ଅନୁସାରେ ସେ ଯେଉଁ ଖର୍ଚ୍ଚ ପରିମାଣ ଧାର୍ଯ୍ୟ କରିଛନ୍ତି ତାହା ହେଲା

1- ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା 50 ହଜାର ମଧ୍ୟରେ ଥିବ ସେଠାରେ ପ୍ରାର୍ଥୀମାନେ 50 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀମାନେ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

2-ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା 50 ହଜାରରୁ ଏକ ଲକ୍ଷ ମଧ୍ୟରେ ଥିବ ସେଠାରେ ପ୍ରାର୍ଥୀମାନେ 75 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

3-ଯେଉଁ ମୁନ୍ୟିସପାଲଟ୍ ବା ଏନଏଏସି ରେ ଲୋକ ସଂଖ୍ୟା ଏକ ଲକ୍ଷରୁ ଅଧିକ ଥିବ ସେଠାରେ ପ୍ରାର୍ଥୀମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଏହି ସ୍ଥାନରେ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

4-ତେବେ ମହାନଗର ବା ମୁନ୍ୟିସପାଲ କର୍ପୋରେସନ ପାଇଁ ପ୍ରାର୍ଥୀମାନେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ମେୟର ପଦବୀ ପାଇଁ ପ୍ରାର୍ଥୀମାନେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସମ୍ପର୍କରେ ଆଜି ରାଜ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ୫୯ ଟି ଏନଏସି, ୪୮ ଟି ମ୍ୟୁନିସିପାଲିଟି ଓ ୩ ମହାନଗର ପାଇଁ ଭୋଟର ତାଲିକା ପାଇଁ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ଅନୁଯାୟୀ, ଫେବୃୟାରୀ ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଏଥିରେ ଦାବି ଏବଂ ଆପତ୍ତି ଅଭିଯୋଗ ପାଇଁ ଲୋକଙ୍କୁ ୬ ଦିନ ସମୟ ଦିଆଯିବ। ତେଣୁ ଫେବୃୟାରୀ ୧୧ ତାରିଖରୁ ୧୬ ତାରିଖ ଯାଏଁ ଭୋଟରମାନେ ଦାବି ଏବଂ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ଫେବୃୟାରୀ ୨୪ ତାରିଖରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଫେବୃୟାରୀ ୨୮ ତାରିଖରେ ନିର୍ବାଚନ କମିଶନଙ୍କୁ ତାଲିକା ପ୍ରଦାନ କରାଯିବ। ଫେବୃୟାରୀ ୨୮ ତାରିଖ ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ।

Categories
ଆଜିର ଖବର ଜାତୀୟ ଖବର

‘ଚଣ୍ଡିଗଡ଼ ଏକ ଟ୍ରେଲର’: ପଞ୍ଜାବ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନରେ ଜବରଦସ୍ତ ଏଣ୍ଟ୍ରି ମାରିଲା ଆପ୍

ଚଣ୍ଡିଗଡ଼: ଚଣ୍ଡିଗଡ ପୌରସଂସ୍ଥା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଏଏପି) ଏକ ଜବରଦସ୍ତ ଏଣ୍ଟ୍ରି ମିଳିଛି। ଆଜି ଭୋଟ୍ ଗଣତି ସମୟରେ ବିଜେପି ଓ କଂଗ୍ରେସ ଉପରେ ଆମ୍ ଆଦମୀ ପାର୍ଟି ଭାରି ପଡିଛି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ପଞ୍ଜାବ ନିର୍ବାଚନର ଏକ ଟ୍ରେଲର ବୋଲି ଦଳ ବର୍ଣ୍ଣନା କରିଛି। ୩୫ ଟି ମ୍ୟୁନିସିପାଲିଟି ସିଟ୍ ମଧ୍ୟରୁ ୨୧ ଟି ଫଳାଫଳ ଘୋଷଣା କରାଯାଇଛି। ସେଥିମଧ୍ୟରୁ ୯ ଟି ସିଟ୍ ଆମ୍ ଆଦମୀ ପାର୍ଟି, ୬ ଟି ବିଜେପି ଏବଂ ପାଞ୍ଚଟି କଂଗ୍ରେସ ଜିତିଛି। ଏହି ନିର୍ବାଚନରେ ​​ଅକାଳୀ ଦଳ ମାତ୍ର ଗୋଟିଏ ଆସନରେ ଜିତିଛି।

ଗତ ନିର୍ବାଚନରେ ​​ବିଜେପି ୨୦ ଟି ଆସନ ଏବଂ ଏହାର ପୂର୍ବତନ ସହଯୋଗୀ ଅକାଳୀ ଦଳ ଗୋଟିଏ ଆସନ ଜିତିଥିଲା। କଂଗ୍ରେସ କେବଳ ଚାରିଟି ଆସନ ଜିତିବାରେ ସଫଳ ହୋଇଥିଲା। ପ୍ରତ୍ୟେକ ଥର ପୌର ନିର୍ବାଚନରେ ​​ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହୋଇଥିଲା, କିନ୍ତୁ ଏଥର ପଞ୍ଜାବ ନିର୍ବାଚନ ପୂର୍ବରୁ କଂଗ୍ରେସ, ଏଏପି, ବିଜେପି ଏବଂ ଅକାଳୀ ଦଳ-ବିଏସପି ମିଳିତ ମେଣ୍ଟ ମଧ୍ୟରେ ଏକ ବହୁ ଦଳୀୟ ପ୍ରତିଯୋଗିତା ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଐତିହାସିକ ନିଷ୍ପତ୍ତି; ପଞ୍ଚାୟତ ଆଉ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ

ଭୁବନେଶ୍ୱର : ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ କାର୍ଯ୍ୟକାରିଣୀରେ ସର୍ବସମ୍ମତ ମତ ପ୍ରକାଶ ପାଇବା ସହିତ ଏହା ଉପରେ ମୋହର ଲାଗିଛି ।

ବିଜେଡି କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାପାଇଁ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ । ସର୍ବସମ୍ମତ କ୍ରମେ ପ୍ରସ୍ତାବ ସପକ୍ଷରେ ମତପ୍ରକାଶ ପାଇବାପରେ ଏହାକୁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଛନ୍ତିି । ଏହା ଫଳରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି ।

ଉଲ୍ଲେଖନୀୟ ଯେ ନିକଟରେ ମାନ୍ୟବର ସୁପ୍ରିମ୍‍ କୋର୍ଟଙ୍କ ରାୟ ପରେ ସାରା ଦେଶରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପଞ୍ଚାୟତିରାଜ ଓ ପୌରପାଳିକା ନିର୍ବାଚନରୁ ଉଠାଇ ଦିଆଯାଇଥିବାରୁ ଏହି ଜାତୀୟ ପ୍ରସଙ୍ଗ ଉପରେ ପଛୁଆବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। କେନ୍ଦ୍ର ସରକାର ଏ ଦିଗରେ ଯାହା ଆଇନ୍‍ଗତ ଏବଂ ବୈଧାନିକ ନିଷ୍ପତ୍ତି ନେବେ ଉଭୟ ବିଜୁ ଜନତା ଦଳ ଏବଂ ସରକାର ତାକୁ ଆନ୍ତରିକତାର ସହ ସମର୍ଥନ କରିବେ ।

କାର୍ଯ୍ୟକାରିଣୀ ସଦସ୍ୟମାନେ ଦର୍ଶାଇଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ଆର୍ଥିକ ଅନଗ୍ରସର ବର୍ଗର ଜନସାଧାରଣଙ୍କ ଉନ୍ନତି ଏବଂ ସମାନ ଅଧିକାର ପାଇଁ ସବୁ ରକମର ପଦକ୍ଷେପ ଗ୍ରହଣ କରିଆସୁଛି । ନିକଟରେ ମହିଳାଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଲାଗି ଆହ୍ୱାନ ଦେଇ ସମଗ୍ର ଭାରତ ବର୍ଷରେ ଆଲୋଡନ ସୃଷ୍ଟି କରିଥିବା ବିଜୁ ଜନତା ଦଳ ପ୍ରଥମେ ନିଜ ଆଡୁ ୨୦୧୯ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରି ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଥିଲା ।

ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୁ ଜନତା ଦଳ ରାଜ୍ୟର ଆର୍ଥିକ ଅନଗ୍ରସର ବର୍ଗଙ୍କ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତା ପୁନଶ୍ଚ ଦୋହରାଇ ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତି କ୍ରମେ ଏକ ଐତିହାସିକ ପ୍ରସ୍ତାବ ପାରିତ କରିଛି । ତଦନୁଯାୟୀ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ଦଳ ଅନ୍ୟୁନ ୪୦ ପ୍ରତିଶତ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ମନୋନୀତ କରି ସେମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ କରିବ ।

ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଳର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ସର୍ବଶ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ବିଧାୟକ ସର୍ବଶ୍ରୀ ପ୍ରଫୁଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ସାହୁ, ପ୍ରୀତି ରଞ୍ଜନ ଘଡାଇ, ଚନ୍ଦ୍ର ସାରଥି ବେହେରା, ରୋହିତ ପୂଜାରୀ, ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ।

ସେହିପରି ଶ୍ରୀକାନ୍ତ ସାହୁ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ପ୍ରଶାନ୍ତ ମୁଦୁଲି, ସୁଶାନ୍ତ ରାଉତ, ରମେଶ ବେହେରା, ବ୍ରଜ କିଶୋର ପ୍ରଧାନ, ସାଂସଦ ସର୍ବଶ୍ରୀ ଡକ୍ଟର ସସ୍ମିତ ପାତ୍ର, ସୁବାସ ସିଂହ, ମୁନ୍ନା ଖାଁ, ରାଜଶ୍ରୀ ମଲ୍ଲିକ ଏବଂ ସାଧାରଣ ସମ୍ପାଦକ ସର୍ବଶ୍ରୀ ମାନସ ମଙ୍ଗରାଜ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅରୂପ ପଟ୍ଟନାୟକ, କଳିକେଶ ନାରାୟଣ ସିଂହଦେଓ, ସାନନ୍ଦ ମାରାଣ୍ଡି, ସ୍ୱାଧୀନ ନାୟକ ଏବଂ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ସଦସ୍ୟମାନେ ଭର୍ଚୁଆଲ ଜରିଆରେ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି: ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାକୁ ପଠାଗଲା ଇଭିଏମ

ଭୁବନେଶ୍ବର: ରାଜ୍ୟରେ ଆଗାମୀ ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଜିଲ୍ଲା ଗୁଡିକୁ ଇଭିଏମ ମେସିନ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି।

ଗତକାଲି ୫ ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଥିବା ବେଳେ ଆଜି ସକାଳୁ ଆଉ ୧୦ ଟି ଜିଲ୍ଲା ପାଇଁ ଇଭିଏମ ମେସିନ ପଠାଯାଇଛି। ଜାନୁୟାରୀ ଶେଷ ସପ୍ତାହ ସୁଦ୍ଧା ବାକି ସବୁ ଜିଲ୍ଲାକୁ ଇଭିଏମ ପଠାଯିବ ବୋଲି ଜଣାପଡିଛି। ଭୋଟ କେନ୍ଦ୍ରକୁ ୮ ହଜାର ଇଭିଏମ ପଠାଯିବ ବୋଲି ସୂଚନା ରହିଛି। ୧୦୫ ଟି ପୌରାଞ୍ଚଳ ଏବଂ ୩ ଟି ମହାନଗର ନିଗମରେ ଆସନ୍ତା ବର୍ଷ ନିର୍ବାଚନ ହେବ। ଏହି ନିର୍ବାଚନରେ ମୋଟ ୪୭ ଲକ୍ଷ ଲୋକ ମତଦାନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓ ବାଲୁଗାଁ ଏନଏସି ନିର୍ବାଚନ ପାଇଁ ପ୍ରକାଶ ପାଇଲା ସରଂକ୍ଷିତ ପ୍ରାର୍ଥୀ ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୌରାଞ୍ଚଳର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହୋଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଏହି ତାଲିକା ପ୍ରକାଶ କରିଛନ୍ତି। ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୮ ତାରିଖ ସୁଦ୍ଧା ଜଣାଇବେ। ଜିଲ୍ଲାପାଳମାନେ ତାହାର ବିଚାର କରି ନଭେମ୍ବର ୨୯ ତାରିଖରେ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣର ଚୂଡାନ୍ତ ବିଜ୍ଞପ୍ତି ଜାରି କରିବେ।

ନଭେମ୍ବର ୨୯ରୁ ଡିସେମ୍ବର ୧୨ ତାରିଖ ମଧ୍ୟରେ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତି ଉପରେ ଅଭିଯୋଗ ଜଣାଇବେ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହୋଇଛି।

ସୁତରାଂ ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁସୂଚିତ ଜାତି ପାଇଁ ୨ ନଂ, ଅନୁସୂଚିତ ଜାତି ମହିଳା ପାଇଁ ୬ନଂ, ଅନୁସୂଚିତ ଜନଜାତି ମହିଳା ପାଇଁ ୮ନଂ, ପଛୁଆ ବର୍ଗ ମହିଳା ପାଇଁ ୧ନଂ, ପଛୁଆ ବର୍ଗ ପାଇଁ ୧୧ନଂ, ମହିଳାଙ୍କ ପାଇଁ ୩ନଂ/୪ନଂ/୧୦ନଂ ହୋଇଥିବାବେଳେ ୫ନଂ/୭ନଂ/୯ନଂ ୱାର୍ଡ ପାଇଁ ଅଣସଂରକ୍ଷଣ ପ୍ରାର୍ଥୀ ନେଇ ତାଲିକା ପ୍ରକାଶ ପାଇଛି।

ସେହିପରି ଭାବେ ୧୫ ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମହିଳାଙ୍କ ପାଇଁ ୧ନଂ/୮ନଂ/୧୨ନଂ/୧୫ନଂ ୱାର୍ଡ ଚୟନ ହୋଇଥିବା ବେଳେ ୩ନଂ/୫ନଂ/୬ନଂ/୭ନଂ/୧୩ନଂ ୱାର୍ଡ ଅଣସରଂକ୍ଷିତ ହୋଇଛି।

ଅନୁରୂପ ଭାବେ ପଛୁଆ ବର୍ଗ ମହିଳାଙ୍କ ପାଇଁ ୪ନଂ ଓ ୧୧ନଂ ୱାର୍ଡ ଚୟନ ହୋଇଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ୯ନଂ ଓ ୨ ନଂ ୱାର୍ଡ ଚୟନ ହୋଇଛି। ସେହିପରି ଭାବେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୦ନଂ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୪ ନଂ ୱାର୍ଡ ଚୟନ ହୋଇଥିବା ନେଇ ତାଲିକା ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ବିଜେପି ବାଲୁଗାଁ ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଗକୁ ଆସୁଛି ପୌର ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି। ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ବୁଧବାର ଦିନ ବାଲୁଗାଁ ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବାଲୁଗାଁ ଏନଏସି ସ୍ଥିତ ଉମାମହେଶ୍ୱର ବଣିକ ସଂଘ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବା ସ୍ଥଳେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଯୋଗ ଦେଇ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକକୁ ଅନୁଷ୍ଠାନିକ ରୂପେ ଆରମ୍ଭ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ନଗର ମଣ୍ଡଳର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପୌର ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ମତ ରଖିଥିଲେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆଗେ ପଞ୍ଚାୟତ ନିର୍ବାଚନ, ପରେ ପୌର ନିର୍ବାଚନ କରିବାକୁ ସରକାରୀ ସ୍ତରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର, ନିର୍ବାଚନ ଅବଧୀ ଅନୁସାରେ ପ୍ରଥମେ ପୌର ନିର୍ବାଚନ ହେବା କଥା। କାରଣ ଏହାର ଅବଧୀ ବହୁ ଆଗରୁ ସରିଗଲାଣି। ପଞ୍ଚାୟତ ନିର୍ବାଚନର ଅବଧୀ ଆସନ୍ତା 2022ରେ ଶେଷ ହେବ। ସେଥିପାଇଁ ଏହି ଦୁଇ ତ୍ରୁଣମୂଳ ସଂସ୍ଥାର ନିର୍ବାଚନ ଏହି 2021ରେ ହେବା କଥା। ହେଲେ ସରକାରୀ ସ୍ତରରେ ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବା ପାଇଁ କୁଆଡେ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଖୋଲି ଯାଇଛି। କାରଣ ସ୍ଥାନ ସଂରକ୍ଷଣ ନେଇ କୋର୍ଟରେ ଯେଉଁ ମାମଲା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। କୋର୍ଟର ନିର୍ଦ୍ଦେଶ ଅନୁସାରେ ଆସନ ସଂରକ୍ଷଣ 50 ପ୍ରତିଶତରୁ ଅଧିକ ହେବ ନାହିଁ। ସେଥିପାଇଁ ରାଜ୍ୟ ସରକାର ବିଧାନସଭାରେ ଏହାକୁ ପାଶ କରି ନିର୍ବାଚନ ପାଇଁ ସୁପାରିଶ କରିବା କଥା।

ହେଲେ ଜଣେ ସରକାରୀ କର୍ମଚାରୀଙ୍କ କହିବା ଅନୁସାରେ ରାଜ୍ୟ ସରକାର ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବେ। ସେଥିପାଇଁ ପୌର ନିର୍ବାଚନକୁ ଜାଣିଏହାର କାରଣରେ କୁହାଯାଇଛି ଯେ, ସରକାରୀ ଦଳ ବିଜେଡିର ବର୍ତ୍ତମାନ ଗ୍ରାମାଞ୍ଚଳରେ ସ୍ଥିତି ବେଶ ମଜବୁତ ରହିଛି। ଗତ ନିର୍ବାଚନରେ ବିଜେଡି ଗ୍ରାମାଞ୍ଚଳ ଭୋଟ ଅଧିକ ହାତେଇଛି।

ସେହିପରି ପୌରାଞ୍ଚଳକୁ ଦେଖିଲେ ବିଜେଡି ଅନ୍ୟଦଳଠାରୁ ଅଧିକ ଭୋଟ ହାତେଇଥିଲେ ମଧ୍ୟ ସେଥିରେ ଦଳ ସନ୍ତୁଷ୍ଠ ନାହିଁ। ସେଥିପାଇଁ ଯଦି ପୌର ନିର୍ବାଚନ ଆଗେ କରାଯାଏ ଏବଂ ଦଳର ପ୍ରଦର୍ଶନ ଅଶାନୁମୋଦିତ ହେବା ନାହିଁ । ଏହାପରେ ପଞ୍ଚାୟତ ନିର୍ବାଚନରେ ଦଳ ପଛରେ ପଡିଯିବ। ଗ୍ରାମାଞ୍ଚଳ ଭୋଟ ବିଜେଡି ପାଇଁ ନିଶ୍ଚିତ ଥିବାରୁ ସେହି ହାୱା ପୌର ନିର୍ବାଚନରେ ପଡିବ ବୋଲି ଚିନ୍ତା କରି ଆଗ ପଞ୍ଚାୟତ ନିର୍ବାଚନକୁ ଦଳ ଯିବ ବୋଲି କୁହାଯାଉଛି।

ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ 2024 ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଯାଉଛି। ସେସବୁକୁ ଦୃଷ୍ଟିରେ ରଖି ବିଜେଡି ହାତେ ମାପି ଚାଖଣ୍ଡେ ଚାଲୁଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ବିଜେଡି ସର୍ବଶକ୍ତିମାନ ଦଳ ଭାବେ ରାଜ୍ୟରେ ରହିଛି। ତଥାପି କେଉଁଠି ନା କେଉଁଠି ଦଳ ଆଶଙ୍କା ଭିତରେ ରହିଥିବାର ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୌର ନିର୍ବାଚନ ଖୁବ୍ ଶୀଘ୍ର

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ପୌର ନିର୍ବାଚନ ହେବେ। ଏ ନେଇ ପ୍ରକ୍ରିୟା ଚାଲିଛି। ଅଦାଲତ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ସୀମିତ ରଖିବାକୁ କହିଛନ୍ତି। ସେତିକି ଭିତରେ କିପରି ହେବ, ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ଅପରପକ୍ଷରେ ପୌର ନିର୍ବାଚନ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ ରାଜ୍ୟରେ ୧୧୬ଟି ପୌର ସଂସ୍ଥା ଅଛି। ୧୧୪ଟି ରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ୨୦୧୮ରେ ହିନ୍ଦୋଳ ଓ ଅତବିରା ଏନଏସି ନିର୍ବାଚନ ହୋଇଛି। ସେମାନଙ୍କ କାର୍ଯ୍ୟକାଳ ୨୦୨୩ରେ ସରିବ। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ରାଜ୍ୟ ସରକାରଙ୍କ। ସେମାନେ ଏହି କାମ ଯେତେ ଶୀଘ୍ର ସାରି ଆମକୁ ଚୂଡାନ୍ତ ରିପୋର୍ଟ ଦେବା ପରେ ଆମେ ଭୋଟର ଲିଷ୍ଟ ପ୍ରସ୍ତୁତ କରି ପୌର ନିର୍ବାଚନ କରିବୁ ବୋଲି ସେ ସୂଚନା ଦେଇଛନ୍ତି।