Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ: ଜାଣନ୍ତୁ କ’ଣ ନିର୍ଦ୍ଦେଶ ଦେଲେ କୋର୍ଟ?

ଭୁବନେଶ୍ଵର: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି। ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଜୟ ପ୍ରଧାନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶ୍ରୀ ଜଗଦ୍ଦେବଙ୍କୁ ଅଦାଲତ ତିନିଦିନିଆ ଜାମିନ ପ୍ରଦାନ କରିଛନ୍ତି। ଜୁନ ୯, ୧୦ ଏବଂ ୧୧ ତାରିଖ ଯାଏଁ ଖୋର୍ଦ୍ଧା ବିଧାୟକଙ୍କୁ ଅଦାଲତ ଜାମିନ ଦେଇଛନ୍ତି। କିନ୍ତୁ ଜୁନ ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ବିଜେପିର ପ୍ରଶାନ୍ତ ଜଗଦ୍ଦେବ ଆଗୁଆ, ଜାଣନ୍ତୁ କେତେ ବ୍ୟବଧାନରେ ସେ ଆଗରେ ଅଛନ୍ତି

ଭୁବନେଶ୍ବର: ଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଆଗୁଆ ଅଛନ୍ତି। ମୋଟ 19 ରାଉଣ୍ଡ ମଧ୍ୟରୁ 10 ରାଉଣ୍ଡ ଗଣତି ପରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ 4582 ଭୋଟ ଆଗରେ ଅଛନ୍ତି। ବିଭିନ୍ନ ପ୍ରାର୍ଥୀଙ୍କୁ 10 ରାଣ୍ଡରେ ଯେତେ ଭୋଟ ପାଇଛନ୍ତି ତାହା ହେଲା

1- ପ୍ରଶାନ୍ତ ଜଗଦ୍ଦେବ, ବିଜେପି- 43193

2- ରାଜେନ୍ଦ୍ର ସାହୁ, ବିଜେଡି-  38611

3-କାଳୁ ଖଣ୍ଡାତରାୟ, ସ୍ବାଧୀନ- 13317

4- ସୋନାଲି ସାହୁ, କଂଗ୍ରେସ- 2088

Categories
ଆଜିର ଖବର ରାଜ୍ୟ ଖବର

ଇଭିଏମ ଭଙ୍ଗାରୁଜା ମାମଲା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ନାମାଞ୍ଜୁର

ଖୋର୍ଦ୍ଧା: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ନାମାଞ୍ଜୁର ହୋଇଛି। ୨ୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଜାମିନ ପ୍ରଶାନ୍ତଙ୍କ ଆବେଦନ ଖାରଜ କରିଛନ୍ତି। ଗତ ଶନିବାର ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥରେ ଇଭିଏମ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗିରଫ କରି ଜେଲ ପଠାଇଥିଲା। ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପିତାମ୍ବର ଆଚାର୍ଯ୍ୟ ଏବଂ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଯୁକ୍ତି ବାଢିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଖାରଜ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ରଜନୀ ପଟ୍ଟନାୟକ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବ କଟକ ମେଡିକାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

ଭୁବନେଶ୍ବର: ଖୋର୍ଦ୍ଧା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଜେଲରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ଓକିଲଙ୍କ ଆବେଦନ ପରେ ତାଙ୍କୁ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କୁ ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଜଗଦ୍ଦେବ ଭୋଟ ଗ୍ରହଣ ବେଳେ ଗଣ୍ଡଗୋଳ କରିଥିବାର ଅଭିଯୋଗ ନେଇ ତାଙ୍କୁ ଗିରଫ କରାଯାଇଛି। ସେ ବେଗୁନିଆର ଏକ ବୁଥରେ ଭୋଟ ଦେବା ବେଳେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ପୋଲିସ ତାଙ୍କୁ ଗୋଡାଇ ଗୋଡାଇ ରାସ୍ତାରୁ ଗିରଫ କରିଛି ବୋଲି ଜଣାପଡିଛି। ସେ ନେଇ ସେ ବର୍ତ୍ତମାନ ଖୋର୍ଦ୍ଧା ଜେଲରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବ ଗିରଫ, ବୁଥ ଭିତରେ ଭଙ୍ଗାରୁଜା ଅଭିଯୋଗରେ ଗଲେ ଜେଲ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ଗତକାଲି ସେ ବେଗୁନିଆରେ ଭୋଟ ଦେବା ବେଳେ ବୁଥ ଭିତରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ସେତେବେଳେ ପୋଲିସ ତାଙ୍କୁ ନିଜ ଅଧିନକୁ ନେଇ ପଚରାଉଚୁରା କରିଥିଲା। ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ଜାମିନୀ ନାମାଞ୍ଜୁର ହେବା ପରେ ଜେଲ ଯାଇଥିବା ଜଣାପଡିଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ପ୍ରଶାନ୍ତ ଭୋଟ ଦେଉଥିଲେ। ଏହି ସମୟରେ ତାଙ୍କ ସହିତ ସେଠାରେ ଭୋଟ ଦେବାକୁ ଥିବା ଲୋକଙ୍କ ସହିତ ଝଗଡା ହେଲା। ଏହାପରେ ପ୍ରଶାନ୍ତ କୁଆଡେ ବୁଥ ଭିତରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାପରେ ସେଠାରେ ତୁମୁଳ କାଣ୍ଡ ହେବା ପରେ ପୋଲିସ ପ୍ରଶାନ୍ତଙ୍କୁ ନିଜ ହେପାଜତକୁ ନେଇ ଆସି ପରେ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବୁଥରେ ଇଭିଏମ ଭାଙ୍ଗିବାକୁ ନେଇ ଉତ୍ତେଜନା: ଚିଲିକା ବିଧାୟକଙ୍କ ଉପରେ ବିଜେଡ଼ି ଆଣିଲା ଅଭିଯୋଗ

ଭୁବନେଶ୍ଵର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ସଙ୍ଗୀନ ଅଭିଯୋଗ। ଏଥର ବୁଥ ଭିତରେ ଇଭିଏମ ଭାଙ୍ଗିଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେଡ଼ି ପକ୍ଷରୁ ଘୋର ବିରୋଧ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଅଭିଯୋଗ ମୁତାବକ, ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭଙ୍ଗାରୁଜା କରିଛନ୍ତି। ଭୋଟିଂ ଚାଲିଥିବା ସମୟରେ ସେ ଇଭିଏମ୍‌ ଭାଙ୍ଗିଛନ୍ତି। ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ହିଂସାକାଣ୍ଡ ପରେ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ବସି ଫେରାର ହୋଇଯାଇଥିଲେ। କିନ୍ତୁ ସଦର ଏସ୍‌ଡିପିଓ ଦିଲ୍ଲୀପ ଦାସ ପହଞ୍ଚି ତାଙ୍କୁ ଅଟକ ରଖିଥିଲେ। ବର୍ତ୍ତମାନ ସେ ବୋଲଗଡ ଥାନାରେ ଅଟକ ରହିଥିବା ଜଣାପଡିଛି।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକମାନେ ଏହାକୁ ମିଥ୍ୟା ବୋଲି କହିଛନ୍ତି। ସେ ଏଭଳି ଘଟଣାରେ ସାମିଲ ନଥିଲେ ବରଂ ବିଜେଡ଼ି କର୍ମୀ ବିଧାୟକଙ୍କୁ ଗାଳିଗୁଲଜ କରିବା ସହ ଇଭିଏମ ଭାଙ୍ଗିଥିବା ସମର୍ଥକମାନେ କହିଛନ୍ତି। ସିସିଟିଭି ଯାଞ୍ଚ କରାଯାଇ ଉଚିତ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ସମର୍ଥକମାନେ ଦାବି କରିଛନ୍ତି। ତେବେ ବିଧାୟକ ବର୍ତ୍ତମାନ ଥାନାରେ ଧାରଣରେ ବସିଥିବା ସମର୍ଥକମାନେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ରାଜନୀତିର ନୂଆ ମୋଡ, ପ୍ରଚାରର ଶେଷ ଦିନରେ ବିଜେପିରେ ମିଶିଲେ ବିଧାୟକ ଜିତୁ ମିତ୍ର

ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ଲୋକସଭା ପ୍ରଚାରର ଶେଷ ଦିନ। ଏହି ଶେଷ ଦିନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରାଜନୀତି ଏକ ରୋଚକ ମୋଡ ନେଇଛି। ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାହା ପୁଣି ଏକ ଭିନ୍ନ ଢଙ୍ଗରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ଆଜି ଶେଷଦିନରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ରୋଡ ସୋ କରୁଥିବା ବେଳେ ସେଥିରେ ସାମିଲ ହୋଇଥିଲେ ଜିତୁ। ଖୋର୍ଦ୍ଧାରେ ବିଜେଡିରୁ ପୁଣି ଥରେ ଟିକେଟ ପାଇବେ ବୋଲି ଜିତୁ ମିତ୍ର ଆଶା କରିଥିଲେ। ହେଲେ ଦଳ ରାଜେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିଲା।

ତେବେ ସେ ବିଜେଡି ଛାଡିବେ ନାହିଁ ବୋଲି କହିଥିଲେ ମଧ୍ୟ ରାଜେନ୍ଦ୍ରଙ୍କ ପ୍ରଚାରରେ ସାମିଲ ହୋଇ ନ ଥିଲେ। ହେଲେ ଆଜି ହଠାତ ବିଜେପି ରାଲିରେ ସାମିଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସେ ଅପରାଜିତା ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ଅଭିଯୋଗ କଲା ବିଜେଡି, ନିର୍ବାଚନ ବେଳେ ଅଧିକ ପୋଲିସ ମୁତୟନ ଦାବୀ

ଭୁବନେଶ୍ବର: ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ଥରେ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧୀ ମଣ୍ଡଳୀ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି।

ଦଳ ଅଭିଯୋଗ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆସନ୍ତା 24 ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଏବଂ ଏସଡିପିଓ ଅଫିସ ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଏହି ଧମକ ସେ ଖୋଲିଖୋଲି ପ୍ରେସମିଟ କରି କହିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଖୋର୍ଦ୍ଧାରେ ଆସନ୍ତା ୨୫ ତାରିଖ ଦିନ ନିର୍ବାଚନ ରହିଛି। ତା ପୂର୍ବ ଦିନ ଅର୍ଥାତ 24 ତାରିଖରେ ସେ ଏପରି କାଣ୍ଡ କରିବେ ବୋଲି ସେ ଧମକ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେେ ପ୍ରଶାନ୍ତ କହିଛନ୍ତି ଯେ, ମୁଁ ମୋ ଗୁଣ୍ଡାର ଆଖ୍ୟା ପାଇଁ ଗର୍ବିତ ଆଉ ଏସବୁରେ ବିଫଳ ହେଲେ ମୁଁ ନିର୍ବାଚନ କରାଇ ଦେବି ନାହିଁ। ଦଳ କହିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଣେ କୁଖ୍ୟାତ ଗୁଣ୍ଡା। ପୂର୍ବରୁ ସେ ଜେଲ ଯାଇଛନ୍ତି ଆଉ ବେଲରେ ଆସିଛନ୍ତି। ତେଣୁ କିପରି ୨୫ ତାରିଖରେ ବିନା କୌଣସି ବ୍ୟାଘାତରେ ଶୃଙ୍ଖଳିତ ଭାବେ ନିର୍ବାଚନ ହେବ ଏଥିପାଇଁ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଉ ବୋଲି ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେଡି ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରୁ ବହିସ୍କୃତ ହେଲେ କାଳୁ ଖଣ୍ଡାୟତରାୟଙ୍କ ସହ ଆଉ ୬ ନେତା, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେପି ୬ ଜଣ ନେତାଙ୍କୁ ଦଳରୁ ବହିସ୍କାର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ। ସେ ଦଳ ବିରୋଧରେ ଯାଇ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରୁଥିବାରୁ ଦଳ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅନ୍ୟ ଯେଉଁମାନଙ୍କୁ ବହିସ୍କାର କରାଯାଇଛି ସେମାନେ ହେଲେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଝାଁସୀରାଣୀ ଦାସ, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଯୁଗଳ କିଶୋର ନାୟକ, ବଡମ୍ବା ନିର୍ବାଚନ ମଣ୍ଡଳୀର ବିଜୟ କୁମାର ଦଳବେହେରା, ଆଠଗଡ ନିର୍ବାଚନ ମଣ୍ଡଳୀର ଡା. ହରିଶ୍ ସାହୁ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କାମାକ୍ଷା ପ୍ରଧାନ, ଜୟଦେବ ନିର୍ବାଚନ ମଣ୍ଡଳୀର ସତ୍ୟପ୍ରିୟ ବେହେରା ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ଅଭିଯୋଗ ଆଣିଲା ବିଜେଡି, ଜାଣନ୍ତୁ କଣ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତରଫରୁ ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିରୋଧରେ ଅଭିଯୋଗ ଆଣିଛି। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବୀ କରିଛି। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ପୂର୍ବରୁ ତାଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ ଅଭିଯୋଗ ରହିଥିବାରୁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି।

ଏଥିରେ ଅଭିଯୋଗ କରାଯାଇଛି ଯେ, ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଖୋଲମଖୋଲା ଲେଡି ଏମବିକେଙ୍କୁ ଧମକଚମକ ଦେଉଛନ୍ତି। ସେମାନେ ମିଶନ ଶକ୍ତି କାର୍ଯ୍ୟାରେ ନିୟୋଜିତ ଥିବା ବେଳେ ପ୍ରଶାନ୍ତ କଣ ପାଇଁ ଧମକ ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଏଥିରେ କୁହାଯାଇଛି ଯେ, ଟାଙ୍ଗୀ ବ୍ଲକର ଏସଏଚଜି ଗ୍ରୁପର ମହିଳାମାନଙ୍କୁ ସେ ଧମକ ଦେବାରେ ଲାଗିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବିଜେଡି ଦାବୀ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ରାଜନୀତି ହଲଚଲ, ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତରାୟ

ଭୁବନେଶ୍ବର: ଶେଷରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ନେତା କାଳୁ ଖଣ୍ଡାୟତ ରାୟ। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ।

ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ ଖଣ୍ଡାୟତରାୟ ବିଜେପି ପ୍ରାର୍ଥୀ ହୋଇ କମ ଭୋଟରେ ହାରିଥିଲେ। ଏଥର ସେ ଟିକେଟ ପାଇ ବିଜୟୀ ହେବେ ବୋଲି ଆଶା ରଖିଥିଲେ। ହେଲେ ଅପରାଜିତା ଷଡଙ୍ଗୀ ତାଙ୍କର ସବୁ ଗଣିତ ଓଲଟପାଲଟ କରିଦେଲେ। କାଳୁଙ୍କୁ ଟିକେଟ ନ ଦେଇ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଲା। ଯାହାକୁ ନେଇ କାଳୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ଦଳ ଛାଡିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ

ଭୁବନେଶ୍ବର: ଖୋର୍ଦ୍ଧାରେ ବିଜେପି କାହାକୁ ଟିକେଟ ଦେବ ସେ ନେଇ ଚାଲିଥିଲା ଆଶା ଓ ଆଶଙ୍କା। ତେବେ ଏହା ଭିତରେ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଟିକେଟ ଦେଇସାରିଛି। ତେବେ ଏହାକୁ ନେଇ ପୁଣି ତୁମ୍ବି ତୋଫାନ କରିଛନ୍ତି ସେଠାକାର ଆଶାୟୀ ତଥା ଗତଥର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ। ସେ ସିଧା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧରେ ବିଷଉଦଗାର କରିଛନ୍ତି।

ଗତକାଲି କାଳୁ ତାଙ୍କ ସମର୍ଥକଙ୍କୁ ନେଇ ମଳିପଡାରେ ଏକ ସଭା କରିଥିଲେ। ସେଥିରେ ସେ ସିଧା ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଯେ, ଅପରାଜିତା ମୋତେ ଟିକେଟ ଦେବା ପାଇଁ ମୋଠାରୁ ଲାଞ୍ଚ ମାଗୁଥିଲେ। ଦୁଇ କୋଟି ଦେଲେ ଟିକେଟ ଦେବି ବୋଲି ମୋତେ ରୋକଠୋକ କହିଥିଲେ। ମୁଁ ସେତିକି ଦେଇପାରିଲି ନାହିଁ ବୋଲି ମୋର ଟିକେଟ କଟିଲା ବୋଲି କାଳୁ କହିଛନ୍ତି।

ଏଥର ଖୋର୍ଦ୍ଧାରେ ସ୍ବାଭିମାନ ପାଇଁ ଲଢେଇ ହେବ। ଅପରାଜିତାଙ୍କୁ ତୀବ୍ର ବିରୋଧ କରାଯିବ। ସେ ଏଥର ବିହାର ଯିବା ନିଶ୍ଚିତ ବୋଲି କାଳୁ ଖଣ୍ଡାୟତରାୟ ତାଙ୍କ କର୍ମିମାନଙ୍କୁ କହିଛନ୍ତି। ଖୁବ ଶିଘ୍ର କର୍ମିମାନଙ୍କ ସହିତ ଆଲୋଚନା କରି ପରବର୍ତ୍ତି ପଦକ୍ଷେପ ଉପରେ ନିଷ୍ପତି ନିଆଯିବ ବୋଲି କାଳୁ କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଭୁବନେଶ୍ବର ରାଜନୀତି ସରଗରମ ହେବାରେ ଲାଗିଛି।

 

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେପିର ପ୍ରାର୍ଥୀ ତାଲିକା, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ, ସାଲେପୁରରୁ ଅରିନ୍ଦମ

ଭୁବନେଶ୍ବର: ବହୁ ହିସାବ ନିକାସ ପରେ ଆଜି ବିଜେପି ଘୋଷଣା କରିଛି ତାହାର ପ୍ରାର୍ଥୀ ତାଲିକା। ଆଜି ଦଳ ଆଠ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୋଇଥିବା ବେଳେ ସାଲେପୁରରୁ ଅରିନ୍ଦମ ରାୟ। ଜାଣନ୍ତୁ ପୁରା ତାଲିକା

ତେଲକୋଇ- ଫକୀରମୋହନ ନାଏକ

ଚମ୍ପୁଆ- ମୁରଲି ମନୋହର ଶର୍ମା

ବସ୍ତା- ରବିନ୍ଦ୍ର ଅଣ୍ଡିଆ

ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି

ହିନ୍ଦୋଳ- ସୀମାରାଣୀ ନାୟକ

ସାଲେପୁର-ଅରିନ୍ଦମ ରାୟ

କେନ୍ଦ୍ରାପଡା- ଗୀତାଞ୍ଜଳି ସେଠୀ

ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବ ନୁହେଁ, ତାଙ୍କ ଧର୍ମପତ୍ନୀ ସ୍ବାଗତିକାଙ୍କୁ ବିଜେପି ଦେବ ଟିକେଟ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଆଉ ନିର୍ବାଚନ ଲଢିବେ ନାହିଁ। ସେ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀ ହେବାକୁ ଦଳକୁ କହିଥିଲେ, ହେଲେ ଦଳ ସେଠାରେ ତାଙ୍କୁ ପ୍ରାର୍ଥୀ କଲା ନାହିଁ। ସେଥିପାଇଁ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ଚର୍ଚ୍ଚା ବଢିଛି।

ତେବେ ଜଗଦ୍ଦେବଙ୍କ ବଦଳରେ ବିଜେପି କୁଆଡେ ତାଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବଙ୍କୁ ଟିକେଟ ଦେବ ବୋଲି ଜଣାପଡିଛି। ମୁଖ୍ୟତଃ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ 10ଟି ମାମଲା ଚାଲିଥିବା ବେଳେ ସେ ବିଭିନ୍ନ ସମୟରେ ବିବାଦୀୟ ହୋଇପଡୁଛନ୍ତି। ସେଥିପାଇଁ ଦଳ ତାଙ୍କୁ ଟିକେଟ ନ ଦେଇ ପତ୍ନୀଙ୍କୁ ଟିକେଟ ଦେବା ପାଇଁ ସେ ସୁପାରିଶ କରିଥିବା କୁହାଯାଉଛି। ତେବେ ସ୍ବାଗତିକା ଖୋର୍ଦ୍ଦା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି କଲା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ଭୁବନେଶ୍ବର: ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି ଆଣିଲା ଅଭିଯୋଗ। ବିଜେଡିର ଏକ ପ୍ରତିନିଧୀ ଦଳ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେଥିରେ ଦଳ ଉଲ୍ଲେଖ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଙ୍କିଆ ଥାନା ଅଧିକାରୀଙ୍କ ଧମକଚମକ ଦେବା ସହିତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବି ବୋଲି କହିଛନ୍ତି। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେଡି ଦାବୀ କରିଛି।

ଘଟଣାରୁ ପ୍ରକାଶ ଯେ, ଜଙ୍କିଆ ଥାନ ଅଧିନସ୍ଥ ଛଣଗିରିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ପ୍ରଚାର ସମୟରେ ଜଗଦ୍ଦେବ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କଲାବେଳେ ଏପରି କାହିକି ପ୍ରଶ୍ନ କରୁଛ ବୋଲି କହି ଜଣେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଛନ୍ତି। ସେହିପରି ଜଙ୍କିଆ ଥାନା ଅଧିକାରୀଙ୍କୁ ମଧ୍ୟ ସେ ଧମକ ଦେଇଛନ୍ତି। ନିର୍ବାଚନ କମିଶନର ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

ବିଜେପି ନେତା ଓ ପ୍ରାର୍ଥୀମାନେ ବାରମ୍ବାର ନିର୍ବାଚନ କମିଶନରଙ୍କ ନାମ ନେଇ ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି ବୋଲି ଦଳ ଦାବୀ ପତ୍ରରେ ଉଲ୍ଲେଖ କରିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଝୁଲି ରହିଲା ଖୋର୍ଦ୍ଧା ଜିଲ୍ଲାର ଦୁଇଟି ବିଧାନସଭା ଆସନ

ଭୁବନେଶ୍ବର: ଓଡିଶାର 112 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର 8 ଟି ବିଧାନସଭା ଆସନରୁ 6ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ତେବେ ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭା ଆସନ ପାଇଁ ଆଜି ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ଖୋର୍ଦ୍ଧା ଜିଲ୍ଲାର ଯେଉଁ ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି ସେଗୁଡିକ ହେଲା

ଜୟଦେବ- ଅରବିନ୍ଦ ଢାଲି

ଭୁବନେଶ୍ବର ଉତ୍ତର- ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର ମଧ୍ୟ- ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର ଏକାମ୍ର- ବାବୁ ସିଂ

ଜଟଣୀ- ବିଶ୍ବରଂଜନ ବଡଜେନା

ଚିଲିକା-ପୃଥୀରାଜ ହରିଚନ୍ଦନ

ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ପ୍ରାର୍ଥୀ ଦେଇ ନାହିଁ ବିଜେପି। ଏହି ଦୁଇ ଆସନରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କେଉଁଠାରୁ ପ୍ରାର୍ଥୀ ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରି ନ ଥିବାର ଜଣାପଡିଛି। କାରଣ ସେ ପୂର୍ବରୁ ଖୋର୍ଦ୍ଧା ଆସନରେ ଲଢେଇ କରିବେ ବୋଲି ଆଶା ଥିଲା।

ହେଲେ ସେଠାର ପୁରୁଣା ବିଜେପି ନେତା କାଳୁ ଖଣ୍ଡାୟତରାୟ ତାଙ୍କୁ ବିରୋଧ କରିବାରୁ ଦଳ ସେଠାରେ ପ୍ରଶାନ୍ତଙ୍କୁ ପରିବର୍ତ୍ତିନ କରିବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ଉଭୟ ବେଗୁନିଆ ଏବଂ ଖୋର୍ଦ୍ଧା ଆସନକୁ ବିଜେପି ଏ ପର୍ଯ୍ୟନ୍ତ ଘୋଷଣା କରିପାରି ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଅଡୁଆରେ ଅପରାଜିତା, ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କଲେ ଖୋର୍ଦ୍ଧା କର୍ମି

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କର୍ମିମାନେ ହାଙ୍ଗାମା କରିଛନ୍ତି। ଦଳିୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଖୋର୍ଦ୍ଧାର ବିଜେପି ନେତା କାଳୁ ଖଣ୍ଡାତରାୟଙ୍କ ସମର୍ଥକମାନେ ସେଠାକୁ ଧସେଇ ପଶିଥିଲେ। ମଞ୍ଚ ଉପକୁ ଚଢିଯାଇ ଅପରାଜିତାଙ୍କ ବିରୋଧରେ ସ୍ଲୋଗାନମାନ ଦେଉଥିଲେ।

ଏପରିକି ସେଠାରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ପରବର୍ତ୍ତି ସମୟରେ ବିଜେପି ମୁଖପାତ୍ର ସୋନାଲି ସାହୁଙ୍କୁ ମଧ୍ୟ କର୍ମିମାନେ ଘେରିଯାଇଥିଲେ। ଉଭୟ ସୋନାଲି ଏବଂ ପ୍ରଶାନ୍ତ ଜଗଦ୍ଦେବ ଉତ୍ୟେକ୍ତ କର୍ମିଙ୍କୁ ବୁଝାସୁଝା କରିବାକୁ ଚେଷ୍ଠା କରିଥିଲେ। ହେଲେ ଦୀର୍ଘ ସମୟ ଧରି ସେମାନେ ଉଭୟଙ୍କ ଚାରିପଟେ ଘେରି ରହିଥିଲେ। ଏପରି ପରିସ୍ଥିତି ଦେଖି ସେଠାରେ ରାଜ୍ୟ ସଭାପତି, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ତୁଙ୍ଗ ନେତା ଥିଲେ ମଧ୍ୟ କେହି ଆସି ନ ଥିଲେ।

ତେବେ ଘଟଣାରୁ ପ୍ରକାଶ ଯେ, ସାଂସଦ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏକ ସ୍ଥାନରେ ଦଳିୟ ସଭା କରିଥିଲେ। ସେଠାରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଉପସ୍ଥିତ ଥିଲେ। ସେହି ସଭାରେ ଅପରାଜିତା ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପ୍ରାର୍ଥୀ ହେବେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ କାଳୁ ଖଣ୍ଡାୟତରାୟ କର୍ମି ଉତ୍ୟେକ୍ତ ହୋଇ ଉଠିଥିଲେ।

ସେମାନେ ପ୍ରଥମେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟରେ ହାଙ୍ଗାମା କରିବା ପରେ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଗଣ୍ଡଗୋଳ କରିଥିଲେ। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପ୍ରଶାନ୍ତ ଜଗଦ୍ଦେବ ଘୋଷଣା କରିଥିଲେ ଯେ, ଖୋର୍ଦ୍ଧାରୁ କାଳୁଖଣ୍ଡାୟତ ରାୟ ଲଢେଇ କରିବେ। ମୁଁ ଯେତେବେଳେ ଦଳରେ ସାମିଲି ହେଲି ସେତେବେଳେ କୌଣସି ସର୍ତ୍ତ ରଖି ନାହିଁ। ଦଳରେ ଯୋଗଦେବା ପୂର୍ବରୁ କାଳୁଭାଇଙ୍କ ସହିତ କଥା ହୋଇଥିଲି। ସେ ମୋତେ ଆଣି ଦଳରେ ମିଶାଇଛନ୍ତି। ସେ ନିର୍ବାଚନ ଲଢନ୍ତୁ, ମୁଁ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ।

ଏହି ହାଙ୍ଗାମା ବେଳେ ଖୋଦ କାଳୁ ଖଣ୍ଡାୟତରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ଦାବୀ କରିଥିଲେ ଯେ, ମୁଁ ଦୀର୍ଘ ବର୍ଷ ଧରି ଖୋର୍ଦ୍ଧାରେ ସଂଗଠନକୁ ମଜବୁତ କରି ରଖିଛି। ସବୁ ବୁଥରେ କର୍ମି ତିଆରି କରିଛି। ଏତେ ବର୍ଷ ଧରି ପରିଶ୍ରମ କରିବା ପରେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହେବେ ବୋଲି କାହିଁକି କୁହାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ବହୁ ବୁଝାବୁଝି ପରେ କାଳୁ ଖଣ୍ଡାୟତରାୟଙ୍କ କର୍ମିମାନେ ଥଣ୍ଡା ପଡିଥିଲେ।

Categories
ଆଞ୍ଚଳିକ

ବାଣପୁର: ଚିଲିକା ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ବସିଲେ ଏକାଧିକ କାର୍ଯ୍ୟଗ୍ରାହୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପାଣ୍ଠିର କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ ଏକାଧିକ କାର୍ଯ୍ୟଗ୍ରାହୀ। ତେବେ ବ୍ଲକ ଅଧ୍ୟକ୍ଷଙ୍କ ହସ୍ତକ୍ଷେପକ୍ରମେ ଉକ୍ତ ଧାରଣ ସ୍ଥଗିତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ଦୀର୍ଘ ୬ ମାସ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପାଣ୍ଠିରୁ ଏକାଧିକ କାର୍ଯ୍ୟାଗ୍ରାହୀଙ୍କୁ ବ୍ଲକ ଓ ଏନଏସି ର ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅନୁମୋଦନ ପତ୍ର ଦେଇଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ସେହି ପ୍ରତିବାଦରେ ଆଜି ବାଣପୁର ବ୍ଲକ ଓ ଏନଏସି ର ଏକାଧିକ କାର୍ଯ୍ୟାଗ୍ରାହୀ ମାନେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ। ଏ ନେଇ ପୁର୍ବରୁ ସେମାନେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଧାରଣା ଦେଇଛନ୍ତି ବୋଲି କହିଥିଲେ। ପାଖାପାଖି ୪୪ ରୁ ଉର୍ଦ୍ଧ୍ଵ କାର୍ଯ୍ୟାଦେଶ ସ୍ଥଗିତ ଥିବା କାର୍ଯ୍ୟାଗ୍ରାହୀ ମାନେ କହିଛନ୍ତି।

ତେବେ ବିଡ଼ିଓ ଅନୁପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ସହ ବିଡ଼ିଓଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିଲେ।  ତେବେ କୌଣସି କାଗଜପତ୍ର ତ୍ରୁଟି ଲାଗି କାର୍ଯ୍ୟାଦେଶ ବଣ୍ଟନ କରାଯାଇପାରିନାହିଁ ଏବଂ ଆସନ୍ତାକାଲି ତାହା ବଣ୍ଟନ କରାଯିବ ବୋଲି ବିଡିଓ ବ୍ଲକ ଅଧ୍ୟକ୍ଷ ଙ୍କୁ କହିଥିବାର ଶ୍ରୀ ରଣସିଂହ ସୂଚନା ଦେଇଛନ୍ତି।

ତେବେ ଏ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଯୋଗାଯୋଗ କରାଯାଇବାରୁ ଏହା ବ୍ଲକ ପ୍ରଶାସନର ଅସମ୍ବିଧାନିକ କାର୍ଯ୍ୟ ବୋଲି କହିଛନ୍ତି। ସାମ୍ବିଧାନିକ ପଦ୍ଧତି ଅନୁଯାୟୀ ବିଧାୟକଙ୍କ ପାଣ୍ଠି ବିଧାୟକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ କାର୍ଯ୍ୟାଗ୍ରାହୀଙ୍କୁ କାର୍ଯ୍ୟ ନିମନ୍ତେ ଅନୁଦାନ ପ୍ରଦାନ କରିବେ ଏବଂ ପ୍ରଶାସନ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା କଥା। ତେବେ ଜାଣିଶୁଣି ବିଧାୟକଙ୍କୁ ହଇରାଣ କରାଯାଉଛି ବୋଲି କହିଥିଲେ ବିଧାୟକ ଶ୍ରୀ ଜଗଦ୍ଦେବ।

ଯଦି ଯଥାଶୀଘ୍ର କାର୍ଯ୍ୟାଗ୍ରାହୀମାନଙ୍କୁ କାର୍ଯ୍ୟାଦେଶ ବ୍ଲକ ପ୍ରଶାସନ ପ୍ରଦାନ ନକରେ ତେବେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରୁ ବ୍ଲକ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ ହେବ ଏବଂ ତାହାର ପରିଣାମ ଭୟାବହ ହେବ ବୋଲି ବିଧାୟକ କହିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ପ୍ରଶାନ୍ତ ଜଗଦ୍ଦେବ ମିଶିବା ପରେ ଦ୍ବନ୍ଦରେ ଚିଲିକା କର୍ମୀ, ଗ୍ରହଣ କରିବାକୁ ନାରାଜ

ଭୁବନେଶ୍ବର: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ବର୍ତ୍ତମାନ ଦ୍ବନ୍ଦରେ ଅଛନ୍ତି ଚିଲିକା ବିଜେପି କର୍ମୀ। ସେମାନେ ପ୍ରଶାନ୍ତଙ୍କୁ କେମିତି ଗ୍ରହଣ କରିବେ ସେହି ଚିନ୍ତା ଘାରିଛି। କାରଣ ହେଲା ଏକଦା ପ୍ରଶାନ୍ତ ବିଜେଡିରେ ଥିବା ବେଳେ ବିଜେପି କର୍ମିଙ୍କୁ ମାଡ ମାରିବା ଗାଳି କରିବା କାମ କରିଥିଲେ। ଯାହାକୁ ଏ ପର୍ଯ୍ୟନ୍ତ ଚିଲିକା ବିଜେପି କର୍ମି ଭୁଲିପାରି ନାହାଁନ୍ତି।

ବାଲୁଗାଁରେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ ମାରିବା, ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ କ୍ଲବ ଘରେ ପଶି ବିଜେପି କର୍ମିଙ୍କୁ ଗାଳି କରିବାକୁ ସେମାନେ ଭୁଲି ନାହାଁନ୍ତି। ଯାହାକୁ ନେଇ ସେତେବେଳେ ଚିଲିକାରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ତେବେ ସବୁଠାରୁ ବଳେଇ ଯାଇଥିଲା ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ସେଠାରେ ସେ ଏହିପରି କିଛି କାର୍ଯ୍ୟ କରିଥିଲେ ଯାହାକୁ ନେଇ ସେତେବେଳେ ବିଜେପି କର୍ମୀ ଉତ୍ତେକ୍ତ ହୋଇ ଉଠିଥିଲେ।

ସବୁ କର୍ମି ମିଶି ତାଙ୍କୁ ମାଡ ମାରିବା ଏବଂ ଗାଡି ମଡାଇବା ପରି ବଡ ଘଟଣା ଘଟିଥିଲା। ଯାହା ସାରା ରାଜ୍ୟରେ ପଡିଥିଲା ଉଠିଥିଲା। ଏହାକୁ ନେଇ ପୁରା ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲା। ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ତୁମ୍ବିତୋଫାନ ମଧ୍ୟ କରିଥିଲା। ଏହିପରି ଚିଲିକା ନିର୍ବାଚନ ମଣ୍ଡଳିରେ ବହୁ ଛୋଟଛୋଟ ଘଟଣା ଘଟିଛି ଯେଉଁଠି ପ୍ରଶାନ୍ତ ଜଗଦ୍ଦେବ ଏବଂ ବିଜେପି କର୍ମୀ ଛକାଛକି ହୋଇଛନ୍ତି।

ଏପରି ପରିସ୍ଥିତିରେ ସେହି ପ୍ରଶାନ୍ତ ଜଗଦ୍ଦେବଙ୍କୁ କିପିରି ସେମାନେ କୋଳେଇ ନେବେ ଦ୍ବନ୍ଦରେ ଅଛନ୍ତି। ପ୍ରଶାନ୍ତ ମିଶିବା ପରେ ଅନେକ କର୍ମି ମନ ଉଣା କରି ବସିଛନ୍ତି। ଏକ ବିଶେଷ ସୁତ୍ର ଅନୁସାରେ ବିଜେପିରେ ଅନେକ କର୍ମି ଏଥର ନିର୍ବାଚନରେ ଆଗକୁ ଆସିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେମାନେ କେବେ ବି ପ୍ରଶାନ୍ତ ଜଗଦ୍ଦେବଙ୍କ ସହିତ ହାତ ମିଳାଇବେ ନାହିଁ ବୋଲି ଚିନ୍ତା କରିଛନ୍ତି। ଏପରିକି କେତେକ କର୍ମୀ ଓ ନେତା ଅନ୍ୟ ଦଳ ସହିତ ଯୋଗାଯୋଗରେ ମଧ୍ୟ ଅଛନ୍ତି ବୋଲି ଜଣାପଡିଛି।

ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ଖୋର୍ଦ୍ଧା ଏବଂ ଚିଲିକାରେ ବିରାଟ ସମାବେଶ କରିବେ ବୋଲି ପ୍ରସ୍ତୁତ ହେଉଛନ୍ତି। ସେଥିପାଇଁ ସେ ଦଳିୟ ଅନୁମତିକୁ ଅପେକ୍ଷା କରିଛନ୍ତି। ସେହି ସମାବେଶ ପୂର୍ବରୁ ପ୍ରଶାନ୍ତ ଏବଂ ପୃଥରାଜ ହରିଚନ୍ଦନ ଚିଲିକା ଯାଇ କର୍ମିମାନଙ୍କ ସହିତ ମିଳାମିଶା କରିବେ। ସେତେବେଳେ ବିଜେପିର କେଉଁ ରହିବେ କେଉଁ କର୍ମି ମୁହଁ ବୁଲାଇବେ ତାହା ଜଣାପଡିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରୁ ଛିଡା ହେବେ ପ୍ରସନ୍ନ ପାଟ୍ଟଶାଣୀ, ଚାଲିଛି ଚର୍ଚ୍ଚା, ଏଥିରେ କେତେ ଅଛି ସତ

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଚିଲିକା ନିର୍ବାଚନ ମଣ୍ଡଳି ବଡ ଚର୍ଚ୍ଚାରେ ଅଛି। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ଏହା ଚର୍ଚ୍ଚାକୁ ଆସିଛି। ସେଠାରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଉଠିଛି ପ୍ରଶ୍ନ। କାରଣ ସେହି ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ହେଉଛନ୍ତି ପୃଥୀରାଜ ହରିଚନ୍ଦନ। ତାଙ୍କ ସହିତ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ମିଶିଯିବା ପରେ ବିଜେପି ପଲା ଭାରୀ ହୋଇଯାଇଛି।

ସେପରି କ୍ଷେତ୍ରରେ ଏହି ପୃଥୀରାଜ ପ୍ରଶାନ୍ତଙ୍କ ମେଣ୍ଟକୁ ମୁକାବିଲା କରିବା ପାଇଁ ବିଜେଡିର ବର୍ତ୍ତମାନ ସେମିତି କେହି ପ୍ରାର୍ଥୀ ଚିଲିକାରେ ଦେଖାଯାଉ ନାହିଁନ୍ତି। ଯାହାଙ୍କ ନାମ ଶୁଣାଯାଉଛି ସେମାନେ ବର୍ତ୍ତମାନ ଏହି ଦୁଇ ମେଣ୍ଟକୁ ଟକ୍କର ଦେବାପରି ସ୍ଥିତିରେ ନାହାଁନ୍ତି। ରଘୁ ସାହୁ କିମ୍ବା ମାନସ ମଙ୍ଗରାଜଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ପ୍ରଶାନ୍ତଙ୍କ ବିଜେପି ପ୍ରବେଶ ପରେ ସେମାନେ ଶହେଥର ଚିନ୍ତା କରିବାରେ ଲାଗିଛନ୍ତି।

ଏପରି ପରିସ୍ଥିତିରେ ବର୍ତ୍ତମାନ ହଠାତ ଏକ ନୂଆ ନାମ ଆଗକୁ ଆସିଛି। ତାହା ହେଲା ଯେ, ଏଥର ବିଜେଡି କୁଆଡେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକାରୁ ପ୍ରାର୍ଥୀ କରିବ। ତେବେ ଏ ନେଇ ନା ପ୍ରସନ୍ନ ପାଟ୍ଟଶାଣୀ ନା ବିଜେଡି କେହି କିଛି କହି ନାହାଁନ୍ତି। ହେଲେ ଲୋକେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ପ୍ରସନ୍ନ ପାଟ୍ଟଶାଣୀ ଉପଯୁକ୍ତ ହେବେ ବୋଲି ଆଶା କରିଛନ୍ତି। କାରଣ ସେ ହେଉଛନ୍ତି ରାଜ୍ୟର ଜଣେ ପୁରୁଖା ନେତା ସହିତ ଚିଲିକା ହେଉଛି ତାଙ୍କର ଘର।

ହେଲେ ରାଜନୈତିକ ସମୀକ୍ଷକଙ୍କ ମତରେ ବର୍ତ୍ତମାନ ପରିସ୍ଥିତି ଯାହା ଚିଲିକାରେ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଲଢେଇ କରିପାରିବେ ନାହିଁ। କାରଣ ପ୍ରଥମ କଥା ହେଲା ସେ ଦୀର୍ଘ ବର୍ଷ ଧରି ଚିଲିକା ରାଜନୀତିରୁ ଆଉଟ ହୋଇଯାଇଛନ୍ତି। ଚିଲିକା ଅଞ୍ଚଳରେ ତାଙ୍କର ଆତଯାତ ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟପଟେ ବର୍ତ୍ତମାନ ସବୁ ଦଳ ଯୁବ ଚେହେରାକୁ ଗୁରୁତ୍ବ ଦେଉଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଲୋକେ କେତେ ଦୂର ଗ୍ରହଣ କରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ବିଜେଡି କଣ କହିଲା ଜାଣିଛନ୍ତି

ଭୁବନେଶ୍ୱର : ପ୍ରଶାନ୍ତ ଜଗଦେବ ଯିଏ କି ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିବା ସହ ୨ଟି ଅପରାଧିକ ମାମଲାରେ ଜେଲ ଯାଇଥିଲେ ଏବଂ ଯାହାଙ୍କ ବିରୁଦ୍ଧରେ ଓଡିଶା ବିଜେପିର ନେତା ଓ କର୍ମୀ ଗଳାଫଟାଇ ଚିତ୍କାର କରୁଥିଲେ, ଆଜି କିଭଳି ତାଙ୍କ ଗଳାରେ ଦଳୀୟ ଉତ୍ତରୀୟ ପକାଇ ସ୍ୱାଗତ କଲେ?

ଯେଉଁ ଓଡିଶା ବିଜେପିର କର୍ମୀଙ୍କୁ ଗଳା ଧକ୍କା ମାରି ପ୍ରଶାନ୍ତ ଜଗଦେବ ଲହୁଲୁହାଣ କରିଥିଲେ ବୋଲି ଦଳୀୟ ନେତା ଓ କର୍ମୀ ପ୍ରତିବାଦ କରୁଥିଲେ, ଆଜି କିଭଳି ତାଙ୍କ ପିଠି ଥାପୁଡାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ମହାନ୍ତି କହିଛନ୍ତି ଯେ ଉଭୟ ଅପରାଧିକ କାର୍ଯ୍ୟକଳାପକୁ ବେଶ ଗୁରୁତ୍ୱର ସହ ଗ୍ରହଣ କରି ବିଜୁ ଜନତା ଦଳ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିବା ସହ ବହିଷ୍କାର ମଧ୍ୟ କରିଥିଲା। ଜନବିରୋଧୀ କାର୍ଯ୍ୟ ପାଇଁ ଯାହାଙ୍କୁ ବିଜେଡି ଦଳରୁ ବାହାରର ରାସ୍ତା ଦେଖାଉଛି ସେମାନଙ୍କୁ ଓଡିଶା ବିଜେପି ସାଦରରେ ଗ୍ରହଣ କରିନେଉଛି।

ଏବେ ଓଡିଶା ବିଜେପି ନେତା ଖାସ କରି ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମାନେ ଯିଏ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ବିଷ ବାନ୍ତି କରୁଥିଲେ, ସେମାନେ ନିଜ କର୍ମୀଙ୍କୁ କଣ ଉତ୍ତର ଦେବେ? ଯେଉଁ ବିଜେପି କର୍ମୀଙ୍କ ଉପରେ ପ୍ରଶାନ୍ତ ଜଗଦେବ ଗାଡି ଚଢାଇ ଦେଇଥିଲେ, ତାଙ୍କୁ କିଭଳି ମୁହଁ ଦେଖାଇବେ? ଓଡିଶା ବିଜେପି କର୍ମୀଙ୍କ ଉପରେ ଆମକୁ ଦୟା ଆସୁଛି, ଯେଉଁମାନେ ଦଳ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିଲେ ଆଜି ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇପଡିଛନ୍ତି।

ଯେଉଁ ପୃଥୀରାଜ ହରିଚନ୍ଦନଙ୍କ ପାଇଁ ଓଡିଶା ବିଜେପି କର୍ମୀମାନେ ବଦମାସ ପ୍ରଶାନ୍ତ ଜଗଦେବଙ୍କ ସହ ଲଢେଇ କରୁଥିଲେ, ଏବେ ସେମାନେ କରିବେ କଣ? ଯେଉଁ ପୃଥୀରାଜ ହରିଚନ୍ଦନ, ପ୍ରଶାନ୍ତ ଜଗଦେବଙ୍କ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇ ରାଜ୍ୟ ରାଜନୀତିରେ ଲଜ୍ଜିତ ହୋଇଥିଲେ ଏବଂ ହାରୁ ନେତାର ଷ୍ଟାମ୍ପ ଯାହାଙ୍କ ଦେହରେ ବାଜି ଥିଲା, ସେ ଆଜିର ମିଶ୍ରଣ ପର୍ବ ନେଇ ନିଜ କର୍ମୀଙ୍କୁ ଜବାବ ଦେଇପାରିବେ ତ?

ନୂଆ ନେତା ସୃଷ୍ଟି କରିବାକୁ ଓଡିଶା ବିଜେପି ଯେହେତୁ ଅସମର୍ଥ ସେଥିପାଇଁ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଗୁଣ୍ଡା, ବଦମାସ, ଅପରାଧିକ, ଜନବିରୋଧୀ ଓ ତଡାଖିଆ ଶ୍ରେଣୀର ଲୋକଙ୍କୁ ଭରସା କରିବା ଆରମ୍ଭ କରିଛି ବୋଲି ଡକ୍ଟର ମହାନ୍ତି କହିଛନ୍ତି ।