Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତରେ ୬ ମୃତ: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁକମ୍ପାମୁଳକ ସହାୟତା ଘୋଷଣା

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଓ କେନ୍ଦ୍ରାପଡା ଜିଲ୍ଲା ରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ମୁଖ୍ୟମନ୍ତ୍ରୀ ଆହତ ମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ବଜ୍ରପାତରେ ଯୁବକଙ୍କ ପ୍ରାଣହାନୀ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଝରିଆଟାଙ୍ଗୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାର ବିପିନ ପାଇକ (୪୦) ବୋଲି ଜଣାପଡିଛି।

ସୂଚନା ମୁତାବକ ବିପିନ ପ୍ରତିବର୍ଷ ଝରିଆଟାଙ୍ଗୀ ଗ୍ରାମର ରମେଶ ପ୍ରଧାନଙ୍କ ଜମିରେ କାମ କରିବା ପାଇଁ ଆସିଥାନ୍ତି। ତେବେ ଆଜି ଅପରାହ୍ନରେ ଜମି ମାଲିକ ରମେଶ ଏବଂ ବିପିନ ଜମିରେ କାର୍ଯ୍ୟ କରୁଥିବା ବେଳେ ବିପିନଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ବିପିନ ସେଠାରେ ଟଳି ପଡିଥିଲେ।

ତାଙ୍କୁ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର ମେଡିକାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ମେଡିକାଲ ପକ୍ଷରୁ ନାଚୁଣୀ ଥାନାକୁ ଜଣାଇଦିଆଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ଘଟି ୫ ଟି ଜିଲ୍ଲାରେ ୬ ମୃତ: ଅନୁକମ୍ପାମୂଳକ ସହାୟତା ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ରବିବାର ଦିନ ରାଜ୍ୟର ୫ ଟି ଜିଲ୍ଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ଘଟି ୯ ମୃତ: ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ରାଜ୍ୟର ୬ଟି ଜିଲ୍ଲାରେ ବଜ୍ରପାତ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ନିଜ ବାଡିରେ ଥିବା ତାଳ ଗଛ କାଟି ପାରିବ ନାହିଁ, ନେବାକୁ ପଡିବ ଜଙ୍ଗଲ ବିଭାଗର ଅନୁମତି

ଭୁବନେଶ୍ବର: ଏଣିକି ନିଜ ବାଡିରେ ଥିବା ତାଳ ଗଛକୁ କାଟିପାରିବ ନାହିଁ। ଯଦି କାଟିବ ତେବେ ଶାଗୁଆନ ଗଛ ପରି ଅନୁମତି ନେବାକୁ ପଡିବ। ଏହି ଅନୁମତି ଜଙ୍ଗଲ ବିଭାଗ ପ୍ରଦାନ କରିବ। ଏହିପରି ଏକ କଠୋର ନିୟମ ଖୁବ ଶିଘ୍ର ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି। କାରଣ ବର୍ତ୍ତମାନ ରାଜ୍ୟରେ ତାଳଗଛ ହ୍ରାସ ପାଇବା ଦ୍ବାରା ଅଧିକ ବଜ୍ରପାତ ମୃତ୍ୟୁ ହେଉଛି ବୋଲି କୁହାଯାଇଛି।

ପୂର୍ବପରି ଯେପରି ତାଳ ଗଛ ଥିଲା ତାହା ଧିରେଧିରେ କମିବାରେ ଲାଗିଛି। ସେଥିପାଇଁ ବଜ୍ରପାତ ସିଧା ମାଟି ଉପରେ ପଡି ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ତାଳଗଛ ଏକମାତ୍ର ସାହା ଭରସା ବୋଲି ଜଣାପଡିଛି। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ତାଳ ଗଛ ରୋପଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ନିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ଯୋଗୁଁ ୩ ମୃତ: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁର ଖଲିଆପଲି ଗ୍ରାମପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହା ସହିତ ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣାରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଓ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ସୋଆର ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପୁନେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି (ଆଇଆଇଟିଏମ୍‌) ମଧ୍ୟରେ ୫ ବର୍ଷ ପୂର୍ବରୁ ହୋଇଥିବା ବୁଝାମଣାପତ୍ରର ସୋମବାର ଏଠାରେ ନବୀକରଣ କରାଯାଇଛି।

ଆଉ ୫ ବର୍ଷ ଅବଧି ନିମନ୍ତେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଅନୁଯାୟୀ ଓଡ଼ିଶାରେ ସୋଆ ଦ୍ୱାରା କାର୍ଯ୍ୟକାରୀ ବଜ୍ରପାତ ସତର୍କ ନେଟ୍‌ୱର୍କ ୪ଟି ସ୍ଥାନରୁ ୮ ଟି ସ୍ଥାନକୁ ବର୍ଦ୍ଧିତ କରାଯାଇ ୧୦୦ କିମି ପରିସୀମା ମଧ୍ୟରେ ବଜ୍ରପାତର ପୂର୍ବାନୁମାନକୁ ତ୍ୱରାନ୍ୱିତ କରିବାରେ ଆଇଆଇଟିଏମ୍ ସହଯୋଗ କରିବ।

ଏହି ବୁଝାମଣାପତ୍ରଟି ଆଇଆଇଟିଏମ୍‌ର ନିର୍ଦ୍ଦେଶକ ଡକ୍ଟର ଆର୍‌. କ୍ରିଷ୍ଣନ୍ ଓ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।

ଓଡ଼ିଶାରେ ବଜ୍ରପାତ ସତର୍କ ନେଟ୍‌ୱର୍କ ବର୍ତମାନ ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର ଓ ରାୟଗଡ଼ାରେ କାର୍ଯ୍ୟକ୍ଷମ ଥିବା ବେଳେ ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗୀର ଓ ଅନୁଗୁଳରେ ନୂତନ କେନ୍ଦ୍ର ଅବସ୍ଥାପିତ କରାଯିବା ନିମନ୍ତେ ନିଷ୍ପତି ହୋଇଛି।

ବଜ୍ରପାତ ଓ ଘଡ଼ଘଡ଼ି ସହ ଝଡ଼ ସମ୍ପର୍କିତ ଅନେକ ଗବେଷଣା କାର୍ଯ୍ୟରେ ସୋଆ ଓ ଆଇଆଇଟିଏମ୍ ପୁନେ ବର୍ତମାନ ନିୟୋଜିତ ଅଛନ୍ତି। ସେହିପରି ଏହି ଦୁଇଟି ଅନୁଷ୍ଠାନ ବାୟୁମଣ୍ଡଳର ସ୍ଥିତି ଆକଳନ କରି ଓଡ଼ିଶାର ବିଭିନ୍ନ ବ୍ଲକ୍‌ରେ ଝଡ଼ ଓ ବଜ୍ରପାତର ସଫଳ ପୂର୍ବାନୁମାନ କରିପାରୁଛନ୍ତି।

ବୁଝାମଣା ଅନୁଯାୟୀ ରାଜ୍ୟର ବିଭିନ୍ନ ବ୍ଲକ ଓ ଗ୍ରାମପଂଚାୟତରେ ଝଡ଼ ଓ ବଜ୍ରପାତ ପୂର୍ବରୁ ଜନସାଧାରଣଙ୍କୁ ସତର୍କ କରିବା ସହ ପଶ୍ଚିମ ଓଡ଼ିଶାରେ ହଠାତ୍ ଉପୁଜୁଥିବା ମରୁଡି ପରିସ୍ଥିତି ବିଷୟରେ ପୂର୍ବରୁ ସୂଚନା ଦେବା ନିମନ୍ତେ ସୋଆ ଓ ଆଇଆଇଟିଏମ୍ ମିଳିତ ଭାବେ କାର୍ଯ୍ୟ କରିବେ। ଏଥିରେ ଭୁବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ସହଯୋଗ ନିମନ୍ତେ ମଧ୍ୟ ଉଦ୍ୟମ କରାଯିବ।

ଇତି ମଧ୍ୟରେ ସୋଆରେ ଏକ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ଜଳବାୟୁ ଏବଂ କୃଷି କ୍ଷେତ୍ରରେ ଏହାର ପ୍ରଭାବ ସମ୍ପର୍କିତ ଗବେଷଣା ନିମନ୍ତେ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ମଧ୍ୟ ପ୍ରତିଷ୍ଠା କରାଯାଇଛି।

ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଆଇଆଇଟିଏମ୍‌ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଭି. ଗୋପାଳକ୍ରିଷ୍ଣନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର୍ (ସିସିଏସ୍‌ଏ)ର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ପଣ୍ଡା, ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସିସିଏସ୍‌ଏର ଡିଷ୍ଟିଙ୍ଗୁଇସ୍‌ଡ୍ ପ୍ରଫେସର ପ୍ରଫେସର ଉମା ଚରଣ ମହାନ୍ତି, ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ, ଆଡିସ୍‌ନାଲ୍ ଡିନ୍ ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର୍‌) ପ୍ରଫେସର ରେଣୁ ଶର୍ମା ଏବଂ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ଖବର, ୧୧ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଆଜି ରାଜ୍ୟର ପାଣିପାଗ ନେଇ ଆସିଛି ବଡ ସୂଚନା। ତାହା ହେଲା ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ହେବ ଝଡବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଦେଇଛି।

ସେଥିପାଇଁ ପାଣିପାଗ ବିଭାଗ ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରୀ କରିଛି। ସେଗୁଡିକ ହେଲା ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେଉଁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଖୋର୍ଦ୍ଧା (ଭୁବନେଶ୍ୱର ସହ), କଟକ ଏବଂ ପୁରୀ ରହିଛି। ଏହି ଜିଲ୍ଲାଗୁଡିକରେ ପ୍ରଭାବ ପକାଇପାରେ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଞ୍ଚଳିକ

ବାଣପୁର: ବଜ୍ରପାତ ଯୋଗୁଁ ଚାଷୀଙ୍କ ପ୍ରାଣହାନୀ

ବାଣପୁର (ସୀତାରାମ ଅଗ୍ରୱାଲ): ସନ୍ଧ୍ୟାରେ ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ଗ୍ରାମ ପଞ୍ଚାୟତ ହଜ ଗ୍ରାମର ଅନାମ ମୁଦୁଲିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି।

ପ୍ରକାଶ ଥାଉକି ଅନାମ ନିଜ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ସେହି ବିଲ ପାଖରେ ହିଁ ଅନାମ ଟଳିପଡିଥିଲେ। ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ଗମ୍ଭାରୀମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନାମଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଫୁଟବଲ ମ୍ୟାଚ୍ ସମୟରେ ବଜ୍ରପାତ, ଦୁଇ ଦର୍ଶକ ମୃତ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଝାଡଖଣ୍ଡର ଡୁମକା ଜିଲ୍ଲାରେ ଏକ ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ ହେବା ପରେ ଦୁଇ ଦର୍ଶକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆହତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସେ କହିଛନ୍ତି ଯେ, ଘୂର୍ଣ୍ଣିବଳୟ ସହିତ ପ୍ରବଳ ବର୍ଷା ଆରମ୍ଭ ହେବା ପରେ ଏହି ଘଟଣା ଘଟିଥିଲା ​​ଏବଂ ଅନେକ ଦର୍ଶକ ବର୍ଷା ଠାରୁ ନିଜକୁ ରକ୍ଷା ପାଇବା ପାଇଁ ହଁସଡିହା ଅଞ୍ଚଳରେ ଥିବା ଏକ ତମ୍ବୁ ତଳେ ଆଶ୍ରୟ ନେଇଥିଲେ।

ହଁସଡିହା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଜିତେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ବଜ୍ରପାତରେ ଶିବଲାଲ ସୋରେନ (୩୨) ଏବଂ ସାନ୍ତଲାଲ ହେମ୍ବ୍ରମ (୨୦) ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆହତଙ୍କୁ ସରଇହାଟ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଜିଲ୍ଲା ନଗର ସର୍ଜନ ବଚ୍ଚା ପ୍ରସାଦ ସିଂ କହିଛନ୍ତି ଯେ, ଆହତମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରଥମ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ବ୍ଲକ୍ ରେ ବଜ୍ରପାତରେ ଜଣେ ଯୁବକଙ୍କ ସହ ୪ ଗୋରୁ ମ୍ରୁତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗଦାଧରପୁର ଗ୍ରାମରେ ବଜ୍ରପାତରେ ୪ ଗୋରୁ ମ୍ରୁତ୍ୟୁବରଣ କରିଥିବା ଜଣାପଡ଼ିଛି।

ଆଜି ଦିନ ୨ଟା ବେଳେ ବଜ୍ରପାତରେ ବାଟଗା ଗ୍ରା’ପ ଅନ୍ତର୍ଗତ ଗଦାଧରପୁର ବିଛଣ୍ଡ ଆଠଜଉଆଳୀଙ୍କର ୪ଟି ଗାଈବଳଦ ଙ୍କର ମୃତ୍ୟୁ ହୋଇଛି। ସେହିପରି ଜାମୁଜୋରୀ ପଂଚାୟତ ବାଗବର ନିକଟସ୍ଥ କୁହ୍ଲବସା ନୂତନ ବ୍ରିଜ୍ ନିକଟରେ ଗାଧୋଇବାକୁ ଯାଇ ଜଣେ ଯୁବକର ବଜ୍ରପାତରେ ମ୍ରୁତ୍ୟୁ ହୋଇଥିବା ଜଣାପଡ଼ିଛି।

ମ୍ରୁତକ ଜଣଙ୍କ ହେଲେ ମୁନା ବସାତ୍ ଘର କଇଙ୍ଗ ବୋଲି ଜଣାପଡ଼ିଛି। ସେ ଜେସିବି ଅପରେଟର ଭାବରେ କାମ କରୁଥିବା ବେଳେ ଗାଧୋଉଥିବା ସମୟରେ ହିଁ ବଜ୍ରପାତ ହୋଇଥିଲା। ପାଣି ଭିତରେ ହିଁ ସେ ମ୍ରୁତ୍ୟୁବରଣ ହୋଇଥିବା ଜଣାପଡ଼ିଛି। ମ୍ରୁତକର ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ଦାବୀ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆଜି ପ୍ରବଳ ବଜ୍ରପାତ, ଲୋକେ ଆତଙ୍କିତ, ରାସ୍ତାଘାଟରେ ପାଣିର ଲହଡି

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ପ୍ରବଳ ବଜ୍ରପାତ ସହିତ ବର୍ଷା ହୋଇଯାଇଛି। ତେବେ ଏହି ବଜ୍ରପାତର ଶଦ୍ଦ ଏତେ ଜୋରଥିଲା ଯେ, ଘର ଦୋହଲି ଯାଉଥିଲା। ପ୍ରାୟ ଅପରାହ୍ନ 2 ଟାରୁ ଏହା ଆରମ୍ଭ ହୋଇ 4ଟା ପର୍ଯ୍ୟନ୍ତ ଚାଲିଥିଲା। ଚଡଚଡି ସହିତ ଏପରି ଘଡଘଡି ଶୁଣି ଲୋକେ ଆତଙ୍କିତ ହୋଇପଡିଥିଲା।

ଆଜି ଅପରାହ୍ନ ପ୍ରାୟ 2 ଟା ପରେ ଭୁବନେଶ୍ବର ପୁରା ଅନ୍ଧକାରମୟ ହୋଇଯାଇଥିଲା। କଳାହାଣ୍ଡିଆ ମେଘ ପୁରା ରାଜଧାନୀକୁ ଢାଙ୍କି ଦେଇଥିଲା। ଏହାପରେ ପରେ ଘଡଘଡି ଓ ଚଡଚଡିରେ ଆକାଶ ପ୍ରକମ୍ପିତ ହୋଇଯାଇଥିଲା। ଲଗାତର ପଛକୁପଛ ଘଡଘଡ ଚଡଚଡି ଲାଗି ରହିଥିଲା। ଫଳରେ ଲୋକେ ଘର ଭିତରେ ବସି ରହି ଭଗବାନକୁ ଡାକିବାରେ ଲାଗିଥିଲା।

ଏପରି ପରିସ୍ଥିତିରେ ବସ୍ତି ବାସିନ୍ଦାଙ୍କ ଅବସ୍ଥା କହିଲେ ନ ସରେ। ସେମାନଙ୍କ ଘର ଭିତରେ ପାଣି ପଶିବା ସହିତ ଚଡଚଡିରେ ସେମାନେ ପୁରା ଛାନିଆ ଅବସ୍ଥା ଭିତରେ ଗତି କରୁଥିଲେ। ଆଜି ରାଜଧାନୀରେ ଯେପରି ବର୍ଷା ଓ ବଜ୍ରପାତ ହେଲା ପୂର୍ବରୁ କେବେ ହୋଇ ନ ଥିଲା ବୋଲି ଅନେକ କହନ୍ତି। କାରଣ ଗୋଟିଏ ପରେ ଗୋଟିଏ ଘଡଘଡି ମାରିବା ଅନେକକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଏହି ସମୟରେ ଯେଉଁମାନେ ରାସ୍ତାରେ ଗାଡି ଧରି ଯାଉଥିଲେ ସେମାନଙ୍କର ଅବସ୍ଥା ଆହୁରି ଖରାପ ହୋଇପଡିଥିଲା। ସେମାନେ ଭୟରେ କଲର୍ଭଟ ଭିତରେ ଆଶ୍ରମ ନେଉଥିଲେ। ଏପରିକି ଅନେକ ରାସ୍ତାରେ ଗାଡି ଥୋଇ ନିକଟସ୍ଥ ଦୋକାନ କିମ୍ବା ଘରେ ଆଶ୍ରୟ ନେଇଥିଲେ। ଫଳରେ ରାସ୍ତାରେ ଗାଡି ଜାମ ହୋଇପଡିଥିଲା। ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଯାଉଥିବାରୁ ଅନେକଙ୍କୁ ଗାଡି ଚଳାଇ ଯିବା ସମ୍ଭବ ମଧ୍ୟ ହୋଇ ନ ଥିଲା।

ଭୁବନେଶ୍ବରର ମୁଖ୍ୟ ରାସ୍ତା ରାଜମହଲରୁ ମାଷ୍ଟରକାଣ୍ଟିନ ମଧ୍ୟରେ ପାଣି ଲହଡି ଭାଙ୍ଗୁ ଥିଲା। ସେହିପରି କଳିଙ୍ଗ ଷ୍ଟାଡିୟମରୁ ପାୱାରହାଉସ ଛକ ପର୍ଯ୍ୟନ୍ତ ପାଣି ଲହଡି ଡିଭାଇଡରରେ ପିଟି ହେଉଥିବାର ଦେଖିବାକୁ ମିଳିଥିଲା। ଚିରାଚରିତ ପାଣିଜମିବା ସ୍ଥାନ ଇସ୍କନ ସାମନାରେ ପୂର୍ବ ପରି କୃତିମ ହ୍ରଦ ସୃଷ୍ଟି ହୋଇଥିଲା। ସେଠାରେ କାର ବୁଡିଯିବାର ଅବସ୍ଥା ପରିଲକ୍ଷିତ ହୋଇଥିଲା।

ବମିଖାଲ, ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ପାଣି ଜମି ରହିଛି। ସେହିପରି ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବର୍ଷାପାଣିରେ ଉବୁଟୁବୁ। ସେହିପରି ବର୍ଷାରେ ବେହାଲ ହୋଇଯାଇଛି ପୁରୁଣା ଭୁବନେଶ୍ବର। ବିବେକାନନ୍ଦ ମାର୍ଗ ଓ ରଥ ରୋଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ରାସ୍ତାଘାଟରେ ପାଣି ବୁଡ଼ି ରହିଥିବାରୁ ବହୁସ୍ଥାନରେ ଟ୍ରାଫିକ ଜାମ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ବେଗୁନିଆପଡା: ବଜ୍ରପାତରେ ଗାଈ ମୃତ୍ୟୁ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ଗୋପାଳପୁର ସାହି ଲକ୍ଷ୍ମି ଭୂୟାଁ ଙ୍କ ଗାଇ ବଜ୍ରପାତରେ ମୃତ୍ୟୁ ବରଣ କରିଛି। ସୂଚନା ଅନୁଯାୟୀ ଗତକାଲି ରାତିରେ ବର୍ଷା ସହ ବଜ୍ରପାତ ଯୋଗୁଁ ଗୁହାଳରେ ଥିବା ଲକ୍ଷ୍ମି ଭୂୟାଁଙ୍କ ଗାଇର ମୃତ୍ୟୁ ଘଟିଛି। ଏ ନେଇ ତାଙ୍କୁ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବଳ ବର୍ଷାରେ ଉବୁଟୁବୁ ହେଲା ଭୁବନେଶ୍ବର, ଭୟଙ୍କର ବଜ୍ରପାତ, ଏମସ୍ ପାଚେରୀ ଭୁଶୁଡିଲା

ଭୁବନେଶ୍ବର: ଆଜି ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ଲଗାତର ଦିନତମାମ ଏହି ବର୍ଷା ଲାଗି ରହିବା ଯୋଗୁଁ ରାଜଧାନୀରେ ପ୍ରାୟ ଅନେକ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣିଷ ଫଳରେ କିଛିସମୟ ଧରି ରାଜଧାନୀରେ ଗାଡିମୋଟର ଠପ ହୋଇଯାଇଥିଲା।

ରାଜଧାନୀରେ ଏପରି ଅବସ୍ଥା ହୋଇଥିଲା ଯେ, ପୁରା ଜଳଘେରିରେ ଲୋକେ ରହିଥିବାର ଅନୁଭବ ହୋଇଥିଲା। ବିଶେଷ କରି ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଭୀମଟାଙ୍ଗୀ, ରସୁଲଗଡ ପରି ବହୁ ସ୍ଥାନରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଲାଗିରହିଥିଲା। ଏପରିକି ସେହି ପାଣିରେ ଗାଡି ନେଇ ଯିବାକୁ ଯାତ୍ରୀମାନେ ଭୟ କରିଥିଲେ।

ସେହିପରି କେତେକ ସ୍ଥାନରେ ଡ୍ରେନ ପାଣି ଉଛୁଳି ରାସ୍ତା ଏପରିକି ଘରେ ଭିତରେ ପଶିଯାଇଥିବା ଜଣାପଡିଛି। କେତେକ ସ୍ଥାନରେ ଲୋକେ ରାସ୍ତା ଉପରେ ଗାଡି ରାଖିଥିବା ବେଳେ ତାହା ପାଣିରେ ଅଧା ବୁଡିଯାଇଥିବାର ଦେଖାଯାଇଥିଲା। ତେବେ ବିଏମସି କମିସନର କେତେକ ସ୍ଥାନରେ ପମ୍ପ ଲଗାଇ ପାଣି ନିଷ୍କାସନ କରିଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସି ନ ଥିଲା।

ବସ୍ତି ଅଞ୍ଚଳ ଅବସ୍ଥା କହିବା ଆବଶ୍ୟକ ନାହିଁ। କାରଣ ଭୁବନେଶ୍ବରର ବିଭିନ୍ନ ବସ୍ତିର ଅବସ୍ଥା ସାଂଘାତିକ ହୋଇପଡିଛି। ବସ୍ତି ମଝିରେ ନଦୀରେ ପାଣି ଯିବା ପରି ପରିସ୍ଥିତି ସୃଷ୍ଟି ହୋଇ ଥିଲା। ସେଠାରୁ ଅନେକ ଲୋକେ ଉଚ୍ଚା ସ୍ଥାନରେ ଆଶ୍ରୟ ନେଇ ଥିବାର ଦେଖା ଯାଇଥିଲା। ଦୀର୍ଘ ସମୟ ଧରି ପାଣି ପ୍ରବାହିତ ହେବାରୁ ସେମାନଙ୍କର ଆସବାବ ପତ୍ର ଭାସିଯାଇଥିବା ଜଣାପଡିଛି।

ତେବେ ଏହି ପ୍ରବଳ ବର୍ଷାରେ ଭୁବନେଶ୍ବର ଏମସର ପାଚେରୀର ଏକ ଅଂଶ ଭାଙ୍ଗିଯାଇଥିବାର ଦେଖାଯାଇଛି। ଏଥିରେ ତିନିଜଣଙ୍କ ଉପରେ ଏହା ପାଚେରୀ ମାଡି ବସିଥିଲା। ଫଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ସେମାନଙ୍କୁ ଉଦ୍ଧାର କରିବା ସହିତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେହିପରି ଆହୁରି କେତେକ ସ୍ଥାନରେ ଗଛ ପଡିବା, ପୋଲ ଭାଙ୍ଗିବା ଆଦି ପରିଲକ୍ଷିତ ହୋଇଛି।

ତେବେ ଭୁବନେଶ୍ବରରେ ପ୍ରବାଳ ବର୍ଷା ସହିତ ପ୍ରବଳ ବଜ୍ରପାତ ଲୋକଙ୍କୁ ଭୟଭିତ କରିଦେଇଥିଲା। ମଧ୍ୟାହ୍ନରେ ପୁରୀ ରାଜଧାନୀ ଅନ୍ଧକାର ହୋଇଯାଇଥିଲା। ସେହି ସମୟରେ ପ୍ରାୟ ଦୀର୍ଘ ସମୟ ଧରି ବିଜୁଳି ସହିତ ପ୍ରବଳ ଘଡଘଡି ମାରିଥିଲା। ଏହା ଏପରି ଅବସ୍ଥା ହୋଇଥିଲା ଯେ, ଲୋକେ ଘର ଭିତରେ ରହି ମଧ୍ୟ ଭୟଭିତ ହୋଇପଡିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବଜ୍ରପାତ ଯୋଗୁଁ ଅତି କମରେ ୧୨ ମୃତ

ରାଞ୍ଚି: ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ବଜ୍ରପାତ ହେତୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଧନବାଦ୍ ଜିଲ୍ଲାର ବାରୱାଡା ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଦିନ ଜାମସେଦପୁରର ବେହେରାଗୌଡା ଏବଂ ଗୁମଲା ଜିଲ୍ଲାର ଚିରୋଡିହରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀ କହିଛନ୍ତି। ଲୋହରଦାଗାରୁ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗୁରୁବାର ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଚତରା, ହଜରିବାଗ, ରାଞ୍ଚି, ବୋକାରୋ ଏବଂ ଖୁଣ୍ଟି ଜିଲ୍ଲାରେ ଜଣେ ଏବଂ ପଲାମୁ ହୁସେନାବାଦରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସଂପୃକ୍ତ ଜିଲ୍ଲାମାନଙ୍କୁ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବା ପାଇଁ କେତେ କ୍ଷୟକ୍ଷତି ଆକଳନ କରିବାକୁ କୁହାଯାଇଛି। ବଜ୍ରପାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଝାଡଖଣ୍ଡ ସରକାର ଚାରି ଲକ୍ଷ ଟଙ୍କା ପ୍ରଦାନ କରିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଜରେସିଙ୍ଗା ଗ୍ରାମରେ ଅଘଟଣ: ବଜ୍ରପାତରେ ୨୬ ଗାଈ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ କିସିଣ୍ଡା ଥାନା ଜରେସିଙ୍ଗା ଗ୍ରାମରେ ବଜ୍ରପାତରେ ୨୬ ପଟ ଗାଈ, ବଳଦ ଓ ବାଛୁରୀ ମୃତ୍ୟୁ ବରଣ କରିଥିବା ଖବର ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ପାଣିମୋରା ପଂଚାୟତର ଜରାସିଙ୍ଗା ଗ୍ରାମରେ ଅପରାହ୍ନ ୧.୩୦ରେ ବଜ୍ରପାତ ହୋଇଥିଲା। ଗ୍ରାମର ଗାଈ ଗୋଠରେ ୨୬ ପଟ ଗାଈ ,ବଳଦ ଓ ବାଛୁରୀ ଥିବା ବେଳେ ବଜ୍ରପାତ ହୋଇଥିଲା। ବଜ୍ର ପାତରେ୨୬ ପଟ ମୃତ୍ୟୁବରଣ କରିଥିଲେ।

ଗ୍ରାମର ଗଦାଧର ନାଏକଙ୍କ ୨ ପଟ ଗାଈ, ୩ ବାଛୁରୀ ଓ ୨ ବଳଦ , ମହେନ୍ଦ୍ର ମଲ୍ଲିକଙ୍କ ୩ ପଟ ବଳଦ, ୨ ପଟ ଗାଈ, ୨ ପଟ ବାଛୁରୀ, ଗୟା ଦେହୁରୀଙ୍କ ୧ ପଟ ବଳଦ, ୧ ପଟ ଗାଈ, ୧ ପଟ ବାଛୁରୀ ସନ୍ତୋଷ ନାଏକ ଙ୍କ ୩ ପଟ ବଳଦ, ୩ ପଟ ଗାଈ ଓ ୩ ପଟ ବାଛୁରୀ ବଜ୍ର ପାତର ମୃତ୍ୟୁ ବରଣ କରିଥିବା ଜଣା ପଡିଛି। କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଲରୁ ଫେରୁଥିବା ବେଳେ ବିଜୁଳି ଘଡ଼ଘଡ଼ି ମାରି ବୃଦ୍ଧଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୁଷ୍କାପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରପାତ ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାର ଖବର ହସ୍ତଗତ ହୋଇଛି।

ଖବର ମୁତାବକ ଆଜି ଅପରାହ୍ନରେ ଭୁଷ୍କାପଡ଼ା ଗ୍ରାମର ଭ୍ରମର ମହାନ୍ତି (୭୫) ବିଲରୁ ଚାଷ କାମ ସାରି ଫେରୁଥିବାବେଳେ ହଠାତ ବଜ୍ରପାତ ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଭ୍ରମର ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ପରିବାର ବର୍ଗ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଭ୍ରମରଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ବାଣପୁର ମେଡିକାଲ ଡାକ୍ତର ସନ୍ଦୀପ ମହାନ୍ତି ବାଣପୁର ପୋଲିସକୁ ସୂଚନା ଦେବାପରେ ପୋଲିସ ଶବ ଜବତ କରି ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟରେ ୨୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୨ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକଲି ସକାଳ ୮ ଟା ୩୦ ଯାଏଁ ୨୨ ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।

ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ବର୍ଷା ସହ ବଜ୍ରପାତର ସତର୍କ ସୂଚନା: ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୭ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକଲି ସକାଳ ୮ ଟା ୩୦ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।

ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ବାଲାଙ୍ଗୀରି, ନୂଆପଡା, ସୋନପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବଜ୍ରପାତରେ ୪୦ ଜଣ ଲୋକଙ୍କ ଗଲା ଜୀବନ: ରାଜସ୍ଥାନରେ ସେଲ୍ଫି ନେବା ହେଲା କାଳ, ୮ ମୃତ

ନୂଆଦିଲ୍ଲୀ: ଉତ୍ତରଭାରତର ଉତ୍ତରପ୍ରଦେଶ, ରାଜସ୍ଥାନ ସମେତ କେତୋଟି ରାଜ୍ୟରେ ଗତକାଲି ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪୦ ଲୋକଙ୍କ ମୃତ୍ୟୁ ହୋଇଯାଇଛି। କାନପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ବଜ୍ରପାତ ଯୋଗୁଁ ୧୮ ଜଣ ଙ୍କ ଜୀବନ ଚାଲିଯାଇଥିବା ବେଳେ ପ୍ରୟାଗରାଜରେ ୧୪ ଜଣ, କୌଶାମ୍ବୀରେ ୪ ଜଣ, ଆଗ୍ରାରେ ୩ ଜଣ, ଉନ୍ନାବରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ସେହିଭଳି ପ୍ରତାପଗଡ଼, ବାରଣାସୀ ଏବଂ ରାୟବରେଲୀରେ ଜଣେ ଲେଖାଏଁ ଲୋକଙ୍କ ବଜ୍ରପାତ ଯୋଗୁଁ ପ୍ରାଣହାନୀ ଘଟିଛି। ଅନେକ ସ୍ଥାନରେ ଏହି ବଜ୍ରପାତ ଯୋଗୁଁ ପଶୁମାନଙ୍କ ମଧ୍ୟ ଜୀବନ ଚାଲିଯାଇଛି। ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଯୋଗୀ ସରକାର ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ଅପରପକ୍ଷେ ରାଜସ୍ଥାନର ଆମେର କିଲ୍ଲା ନିକଟସ୍ଥ ଏକ ଟାୱାରରେ ଚଢି ସେଲ୍ଫି ଫଟୋ ନେଉଥିବା ବେଳେ ୮ ଜଣ ଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୨୪ ଘଣ୍ଟାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା: ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୮ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ କୁଆପଥର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଦେଇଛି।