Categories
Cyclone ବିଶେଷ ଖବର ରାଜ୍ୟ ଖବର

Cyclone Alert: ସାମ୍ଭବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ନେଲେ ଏହି ନିଷ୍ପତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ମତ୍ସ୍ୟଜୀବୀ ମାନେ ୮ ତାରିଖ ଠାରୁ ମାଛ ଧରିବାକୁ ଗଭୀର ସମୁଦ୍ର ମଝିକୁ ନଯିବା ପାଇଁ ବାରଣ କରିବା ସହ, ଯେଉଁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଛନ୍ତି ୮ ତାରିଖ ଶୁଦ୍ଧା ଫେରି ଆସିବାକୁ ସତର୍କ କରିଦେଇଛନ୍ତି ।

କେତେ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଛନ୍ତି ଓ ୮ ତାରିଖ ଦିନ ସୁଦ୍ଧା କେତେଜଣ ଫେରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ତରଫରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ଜିଲ୍ଲା ସ୍ତରରେ ଅଫିସର ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ରଖିବାକୁ ମଧ୍ୟ ଜଣାଇଛନ୍ତି । ଏହା ସହ ଜିଲ୍ଲା ସ୍ତରରେ ମତ୍ସ୍ୟଜୀବୀମାନଙ୍କୁ ନିୟମିତ ଭାବେ ସତର୍କ ସୂଚନା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପାରମ୍ପରିକ ମତ୍ସ୍ୟଜୀବୀମାନେ ଉଚ୍ଚ ଜୁଆର ସୃଷ୍ଟିର ଆଶଙ୍କା ଥିବାରୁ ସେମାନଙ୍କର ଡଙ୍ଗାଗୁଡିକୁ ନିରାପଦ ସ୍ଥାନରେ ରଖିବା ପାଇଁ ସତର୍କ କରି ଦିଆଯାଇଛି ।

ଇଣ୍ଡିଆନ ନ୍ୟାଭି, କୋଷ୍ଟ ଗାର୍ଡ କମାଣ୍ଡରଙ୍କୁ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ୮ ତାରିଖ ପୂର୍ବରୁ ନିରାପଦ ଭାବେ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ ତାରିଖ ସୁଦ୍ଧା ସମୁଦ୍ରରେ ଜାହାଜ ଓ ମାଛଧରା ବୋଟଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ମାନବ ସମ୍ବଳ ଓ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ କୃଷକମାନଙ୍କୁ ନିୟମିତ ଭାବେ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଜାରି ରଖିବେ । ଯାହାଫଳରେ କି କୃଷକମାନେ, ପନିପରିବା/ ଉଦ୍ୟାନ କୃଷି, ଧାନ ଓ ଅମଳ ହୋଇଥିବା ଫସଲ ଓ ମଣ୍ଡିରେ ଗଛିତ ଥିବା ଧାନ ସବୁକୁ ସୁରକ୍ଷିତ ରଖି ପାରିବେ ।

ଜିଲ୍ଲାସ୍ତରରେ କୃଷିଭିତ୍ତିକ ନିର୍ଦ୍ଦେଶାବଳୀ ଓ ଏହାର ସୁରକ୍ଷା ଦିଗରେ ନିୟମିତ ଭାବେ କୃଷି ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ କୃଷକମାନଙ୍କୁ ସଚେତନ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ।

ଭିନ୍ନକ୍ଷମ, ବାଳା ଓ ବୃଦ୍ଧାଶ୍ରମରେ ରହୁଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯିବ ଯଦି ସେଭଳି କୌଣସି ସମସ୍ୟା ଉପୁଯେ ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିରାପଦ ଭାବେ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କ ପାଇଁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳିରେ ରଖାଯିବା ସହ ଖାଦ୍ୟପେୟ ଓ ପାନୀୟ ଜଳ ସୁବନ୍ଦୋବସ୍ତ କରାଯିବ ।

ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୧୮ ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ସ୍ୱତନ୍ତ୍ର ରିଲିଫ କମିଶନର କ୍ଷତିଗ୍ରସ୍ତ ଘରଗୁଡିକୁ ଜିଓ ଟ୍ୟାଗ୍‌ କରିବା ସହ ଚାଷର କ୍ଷୟକ୍ଷତି ସମ୍ପର୍କିତ ସମସ୍ତ ଫଟୋ ଓ ତଥ୍ୟ, କେସ୍‌ ରେକର୍ଡଗୁଡିକୁ ନଥି ଭୁକ୍ତ କରିବା ଉଚିତ, ସହାୟତା ପାଇବାକୁ ଥିବା ହିତାଧିକାରୀମାନଙ୍କର କ୍ଷତିଗ୍ରସ୍ତ ଘରଗୁଡିକର ଫଟୋଗ୍ରାଫିକ ପ୍ରମାଣ ବାଧ୍ୟତାମୂଳକ ବୋଲି ଦର୍ଶାଇଛନ୍ତି ।

ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ କିଛି ଗୃହ ଯୋଗାଇ ଦିଆଯାଇଅଛି । ଏହାର ଏକ ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ଯଦି କୌଣସି ଗୃହ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୁଏ ଏହାକୁ ଚିହ୍ନଟ କରିବାରେ ଏହି ତାଲିକା ସହାୟତା କରିବ ।

ସେହିପରି ଯୋଗ୍ୟ ବିବେଚିତ ହିତାଧିକାରୀମାନଙ୍କୁ SDRF/ NDRF ନିୟମ ଆଧାରରେ DBT ମାଧ୍ୟମରେ ଗୃହନିର୍ମାାଣ ପାଇଁ ଅଗ୍ରୀମ ପ୍ରଦାନ କରାଯିବ । ହିତାଧିକାରୀମାନଙ୍କ ତାଲିକା ନିଶ୍ଚିତ ଭାବେ ଜିଲ୍ଲାର ୱେବ୍‌ସାଇଟରେ ସ୍ଥାନିତ ହେବ ।

Categories
Cyclone ବିଶେଷ ଖବର ରାଜ୍ୟ ଖବର

Cyclone Alert: ବାତ୍ୟା ନିଶ୍ଚିତ, ଆସିଲା ପାଞ୍ଚଦିନିଆ ଗତିବିଧିର ସମୟ, ଜାଣନ୍ତୁ କେଉଁଦିନ କଣ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଅବପାତରେ ପରିଣତ ହୋଇଛି। ତେବେ ଆଜି ଦିନ ସୁଦ୍ଧା ଏହା ଗୋଟିଏ ସ୍ଥାନରେ ଘନିଭୂତ ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହା ବର୍ତ୍ତମାନ ନିକୋବର ଦୀପପୁଞ୍ଜଠାରୁ ୧୭୦ କିମି ଦୂରରେ ରହିଛି। ସେହିପରି ଆଣ୍ଡାମାନ ଦୀପପୁଞ୍ଜଠାରୁ ଏହା ୩୦୦ କିମି, ବିଶାଖାପାଟନାମଠାରୁ ୧୨୭୦ କିମି ଏବଂ ପୁରୀଠାରୁ ୧୩୦୦ କିମି ଦୂରରେ ରହିଛି।

ଏହା ଉପରେ କ୍ଲିକ କରନ୍ତୁ ପଢନ୍ତୁ- ବଢିଲା ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ

ଆସନ୍ତାକାଲି ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଇଛି। ତେବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ସୃଷ୍ଟି ହେବ। ଏହା ୧୦ ତାରିଖ ସନ୍ଧ୍ୟା ବେଳକୁ ଆନ୍ଧ୍ର ଏବଂ ଓଡିଶା ଉପକୂଳରେ ଛୁଇଁବ ବୋଲି ପାଣିପାଗ ବିଭାଗ କହିଛି।

ଏହାର ପ୍ରଭାବରେ ୧୦ ଏବଂ ୧୧ ତାରିଖ ଦୁଇଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି।୧୦ ତାରିଖରେ ଉପକୂଳ ଓଡିଶା ସହିତ ଗଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ୧୧ ତାରିଖରେ ଉପକୂଳ ଓଡିଶା ସହିତ ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ରହିଛି।

ଆହୁରି ପଢିବାକୁ ଏହା ଉପରେ କ୍ଲିକ କରନ୍ତୁ- ଆଇପିଏସ ହେଲେ ମଧ୍ୟ ପିନ୍ଧି ନ ଥିଲେ ପୋଲିସ ପୋଷାକ, କାହିଁକି ???

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନି ଯିବା ପାଇଁ ପରାମର୍ଶ ରହିଛି। ମୁଖ୍ୟତଃ ୯, ୧୦ ଏବଂ ୧୧ ତାରିଖରେ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ୧୧ ତାରିଖ ପରେ କେବେ ଯିବ ସେ ନେଇ ପାଣିପାଗ ପରାମର୍ଶକୁ ଅପେକ୍ଷା କରିବା ପାଇଁ କୁହାଯାଇଛି। ସେହିପରି ବନ୍ଦରଗୁଡିକରେ ଏକ ନମ୍ବର ବିପଦ ସଙ୍କେତ ପ୍ରଦାନ କରାଯାଇଛି।

Categories
Cyclone ଆଜିର ଖବର ଜାତୀୟ ଖବର

Cyclone Alert: ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା, ୧୦ ତାରିଖ ସନ୍ଧ୍ୟା ପରେ ଓଡିଶା ମୁହାଁ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏକ ବଡ ଖବର ଆସିଛି। ତାହା ହେଲା ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେବ। ୧୦ ତାରିଖ ସନ୍ଧ୍ୟା ପରେ ଏହା ଗତିପଥ ପରିବର୍ତନ କରିବ। ସନ୍ଧ୍ୟାରେ ଉତ୍ତର ପଶ୍ଚିମ ପରେ ଉତ୍ତର-ଉତ୍ତର ପୂର୍ଵ ଦିଗରେ ଗତି କରିବାର ସମ୍ଭାବନା ଦେଖାଦେଇଛି। ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସମୁଦ୍ର ମଧ୍ୟରେ ଓଡିଶା ଉପକୂଳ ମୁହାଁ ହେବ ବୋଲି ଜଣାପଡିଛି।

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ ଘନୀଭୂତ ହୋଇ ଆଗାମୀ ୬ଘଣ୍ଟାରେ ଅବପାତ ରୂପ ନେବ। ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟ ରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳ ପହଞ୍ଚିବା ପରେ ଦିଗ ପରିବର୍ତନ କରିବ ବୋଲି ପାଣିପାଗ ବିଭାଗ କହିଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ହେଲା ୱେଲ୍ ମାର୍କ, ଆଜି ଜଣାପଡିବ ବାତ୍ୟା ସ୍ଥିତି

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳ ସମୟରେ ୱେଲ୍ ମାର୍କ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତୀ ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଅବପାତର ରୂପ ନେବାର ସମ୍ଭାବନା ରହିଛି।

୧୦ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ପହଞ୍ଚିବ । ସେଥିପାଇଁ ପ୍ରବଳ ବର୍ଷା ନେଇ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ପବନର ବେଗ ବଢ଼ି ୭୦ରୁ ୮୦ କିମି ଓ ଝଟକା ପବନ ଘଣ୍ଟାକୁ ୯୦କିମି ରହିବ ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ବାତ୍ୟା ଏତେଟା ଶକ୍ତିଶାଳୀ ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଯଦି ଓଡିଶା ଉପକୂଳ ଦେଇ ଏହା ଗତି କରେ କିମ୍ବା ଓଡିଶାରେ ଲ୍ୟାଣ୍ଡଫଲ୍ କରେ, ସେତେବେଳେ ଏହା ଦୁର୍ବଳ ହୋଇଯାଇଥିବ । ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ଆଜି ସଂଧ୍ୟାରେ ସ୍ପଷ୍ଟ ହେବ ବୋଲି ଜଣାପଡୁଛି।

Categories
ଆଜିର ଖବର ରାଜ୍ୟ ଖବର

BIG BREAKING: ପାଣିପାଗ ନେଇ ଆସିଲା ବଡ ଖବର

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଏକ ବଡଖବର। ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ସତ ହେଲା। ଖୁବ ଶିଘ୍ର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେବ। ଏ ନେଇ ଏବେ ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ‘ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା ରହିଛି’ ବୋଲି କୁହାଯାଇଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

ସକ୍ରିୟ ହେଲା ଘୂର୍ଣ୍ଣିବଳୟ, ହେଲେ ବାତ୍ୟା ସମ୍ଭାବନା ଅଛି କି ?

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳ ଧିରଧିରେ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହା ଆସନ୍ତାକାଲି ଲଘୁଚାପରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ଫଳରେ ରାଜ୍ୟର ପାଗ ମେଘୁଆ ରହିବା ସହିତ ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ରହିଛି।

ତେବେ ଏହି ଲଘୁଚାପ ପରବର୍ତ୍ତି ସମୟରେ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ବର୍ତମାନ କହିହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। କାରଣ ଏକ ସଂପୂର୍ଣ୍ଣ ରୂପେ ଲଘୁଚାପରେ ପରିଣତ ହେବା ପରେ ବାତ୍ୟାର ସ୍ଥିତି ଜଣାପଡିବ ବୋଲି ବିଭାଗ କହିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

ବଙ୍ଗୋପସାଗରରେ ବାତ୍ୟା ! ସ୍କୁଲ କଲେଜ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ, ହାଇ ଆର୍ଲଟ ଜାରୀ

ନୂଆଦିଲ୍ଲୀ : ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାକୁ ରୂପାନ୍ତରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହାଦ୍ବାରା 70-80 କିଲୋମିଟର ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଯାହା 90 କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି। ଏହି ବାତ୍ୟାର ନାମ ଆସାନି ରଖାଯାଇଛି। ଏହି ବାତ୍ୟା ଆଣ୍ଡାମାନ ନିକୋବର ଅଞ୍ଚଳରେ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଇଛି।

ତେବେ ଏହି ଲଘୁଚାପ ଦ୍ବାରା ଆଣ୍ଡାମାନରେ ଗତକାଲି ଅପରାହ୍ନଠାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ଚଳାଚଳରେ ବ୍ୟାଘାତ ଘଟିଛି। ବାତ୍ୟା ଆସାନିକୁ ଦୃଷ୍ଟିରେ ରଖି ଆଣ୍ଡାମାନ ଏବଂ ନିକୋବର ପ୍ରଶାସନ ମାର୍ଚ୍ଚ 21 ରୁ ସତର୍କତାମୂଳକ ପଦକ୍ଷେପ ଭାବରେ ୟୁନିଅନ ଅଞ୍ଚଳର ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରିଦେଇଛନ୍ତି। ଆସାନି ପାଇଁ ଦ୍ୱୀପପୁଞ୍ଜରେ ହାଇ ଆଲର୍ଟ ଜାରି ସହିତ  NDRF ଦଳକୁ ମୁତୟନ କରାଯାଇଛି।

UT ପ୍ରଶାସନ ମଧ୍ୟ ଅଗ୍ରଭାଗରେ ଥିବା ଭାସାଲର ସମସ୍ତ ନିର୍ଧାରିତ ଜାହାଜକୁ ବାତିଲ କରିଦେଇଛି ଏବଂ ଯାତ୍ରୀମାନଙ୍କୁ ହେଲ୍ପଲାଇନ ନମ୍ବର: 03192-245555 / 232714 କିମ୍ବା ଟୋଲ୍ ଫ୍ରି ନମ୍ବର 1-800-345-2714 କୁ କଲ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ସମୟରେ, ଆଣ୍ଡାମାନ ଏବଂ ନିକୋବରରେ ନିୟୋଜିତ NDRF ଦଳଗୁଡିକ ସତର୍କତାମୂଳକ ପଦକ୍ଷେପ ଭାବରେ ଅସୁରକ୍ଷିତ ଅଞ୍ଚଳରେ ଗଛ ସଫା କରିଛନ୍ତି ଏବଂ ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସଚେତନ କରିବା ପାଇଁ ଚେଷ୍ଠା କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚାଲିଗଲା ବାତ୍ୟା, ଝାଡି ଦେଇଗଲା ବର୍ଷା; ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ପରିମାଣ

ଭୁବନେଶ୍ୱର: ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ୩୫.୮ ମିମି ବୃଷ୍ଟିପାତ ହୋଇଛି। ଜଗତସିଂହପୁରରେ ୧୯୨.୦ମିମି, କେନ୍ଦ୍ରାପଡ଼ାରେ ୧୩୩.୯ ମିମି ଏବଂ ପୁରୀରେ ୧୧୩.୫ ମିମି ବର୍ଷା ହୋଇଛି। ଅର୍ଥାତ୍‌ ଏହି ତିନୋଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବୃଷ୍ଟପାତ ରେକର୍ଡ କରାଯାଇଛି ।

ସେହିପରି ଖୋର୍ଦ୍ଧାରେ ୭୪.୮ ମିମି, ଗଞ୍ଜାମରେ ୭୩.୩ ମିମି, କଟକରେ ୬୧.୮ ମିମି, ବାଲେଶ୍ୱରରେ ୫୩.୪ ମିମି, ନୟାଗଡ଼ରେ ୫୨.୩ ମିମି ଏବଂ ଭଦ୍ରକରେ ୫୧.୬ ମିମି ଅର୍ଥାତ୍‌ ଏହି ୬ଟି ଜିଲ୍ଲାରେ ହାରାହାରି ୫୦ ମିମି ବୃଷ୍ଟିପାତ ହୋଇଛି ।

ଅନ୍ୟପକ୍ଷରେ ଯାଜପୁରରେ ୪୪.୫ ମିମି, ମୟୂରଭଞ୍ଜରେ ୩୩.୬ ମିମି, ବୌଦ୍ଧରେ ୩୨.୬ ମିମି, ଗଜପତିରେ ୩୧.୧ ମିମି, କେଉଁଝରରେ ୨୭.୧ ମିମି, ଢେଙ୍କାନାଳରେ ୨୫.୮ ମିମି, ଅନୁଗୋଳରେ ୧୭.୦ ମିମି ଏବଂ କନ୍ଧମାଳରେ ୧୫.୪ ମିମି, ଏହିପରି ହାରାହାରି ୧୦ ମିମିରୁ ଅଧିକ ବୃଷ୍ଟିପାତ ହୋଇଛି ।

ସେହିପରି ୧୨ଟି ଜିଲ୍ଲା ସମ୍ବଲପୁରରେ ୬.୯ ମିମି, ସୁବର୍ଣ୍ଣପୁରରେ ୫.୩ ମିମି, ବଲାଙ୍ଗୀରରେ ୪.୪ ମିମି, ବରଗଡ଼ରେ ୪.୨ ମିମି, କଳାହାଣ୍ଡିରେ ୩.୮ ମିମି, ଝାରସୁଗୁଡ଼ାରେ ୩.୬ ମିମି, ସୁନ୍ଦରଗଡ଼ରେ ୩.୬ ମିମି, ଦେବଗଡ଼ରେ ୩.୪ ମିମି, ରାୟଗଡ଼ାରେ ୩.୩ ମିମି, କୋରାପୁଟରେ ୨.୦ ମିମି, ନୂଆପଡ଼ାରେ ୦.୬ ମିମି ଏବଂ ନବରଙ୍ଗପୁରରେ ୦.୪ ମିମି ଅର୍ଥାତ୍‌ ୧୦ ମିମିରୁ କମ୍‌ ବୃଷ୍ଟିପାତ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

CycloneAlert: ଗୋପାଳପୁରରୁ ୧୩୦ କିଲୋମିଟର ଦୂରରେ ଜୱାଦ, କାଲିରାତିରୁ ଚାଲିଛି ବର୍ଷା

ଭୁବନେଶ୍ୱର: ସମୁଦ୍ରରେ ଭିତରେ ଦୁର୍ବଳ ହେବାରେ ଲାଗିଛି ‘ଜୱାଦ’ । ଗଭୀର ଅବପାତରେ ପରିଣତ ହୋଇ ସାରିଛି ଜୱାଦ। ଆଉ କିଛି ସମୟ ପରେ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି । ବର୍ତ୍ତମାନ ଜୱାଦ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ।

ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ଜୱାଦ ଦକ୍ଷିଣ-ଦକ୍ଷିଣପୂର୍ବରେ ଗୋପାଳପୁର ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୮୦ କିଲୋମିଟର ଓ ପାରାଦୀପ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ।

ଏହାର ପ୍ରଭାବରେ ଗତକାଲି ରାତିରୁ ରାଜ୍ୟରେ କ୍ରମାଗତ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷ ମଧ୍ୟ ହେବାରେ ଲାଗିଛି। ଭୁବନେଶ୍ବରରେ ପାଗ ପୁରା ଅନ୍ଧାରିଆ ରହିଛି। ଗତକାଲି ରାତିରୁ ଅନବରତ ବର୍ଷା ଲାଗି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

CycloneAlret: ସ୍ଥଳଭାଗ ଆଡକୁ ଆସୁଛି ସାମ୍ଭବ୍ୟ ବାତ୍ୟା, ଜାଣନ୍ତୁ ପୁରୀରୁ କେତେ ଦୂରରେ ରହିଛି

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ଧିରଧିରେ ସ୍ଥଳଭାଗ ଆଡକୁ ଆସିବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ଏହି ଗଭୀର ଅବପାତକୁ ପରିବର୍ତ୍ତନ ନେବ। ତେବେ ବର୍ତ୍ତମାନ ଜୱାଦ ବିଶାଖପାଟନାମଠାରୁ 210 କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରରୁ ଏହି 320 କିଲୋମିଟର ଏବଂ ପୁରୀରୁ 390 କିଲୋମିଟର ଦୂରରେ ରହିଛି। ହେଲେ ପାରାଦ୍ବୀପରୁ ଏହା 470 କିଲୋମିଟର ଦୂରରେ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

CycloneAlert: ବିପଦ ଟଳିଲା, ଦୁର୍ବଳ ହେଲା ସାମ୍ଭବ୍ୟ ବାତ୍ୟା ‘ଜୱାଦ’, ଜାରୀ ରହିବ ପ୍ରବଳ ବର୍ଷା

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ବର୍ତ୍ତମାନ ସମୁଦ୍ର ଭିତରେ ଦୁର୍ବଳ ହେବାରେ ଲାଗିଛି। ଯାହା ଆଶା କରାଯାଉଥିଲା ତାହା ଆଉ ହେବ ନାହିଁ ବୋଲି ଜଣାପଡିଛି। ତେବେ ଏହା ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇଛି। ଧୀରେଧୀରେ ଏହା ସ୍ଥଳ ଭାଗକୁ ମାଡି ଆସୁଛି। ଆସନ୍ତାକାଲି ଏହି ପୁରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ‘ଜୱାଦ’ ବର୍ତ୍ତମାନ ବିଶାଖପାଟନାମ୍ ର ଦକ୍ଷିଣପୂର୍ବ ଦିଗରେ 230 କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରରୁ 340 କିଲୋମିଟର, ପୁରୀ ଉପକୂଳରୁ 410 କିଲୋମିଟର ଏବଂ ପାରାଦ୍ବୀପଠାରୁ 490 କିଲୋମିଟର ଦୂରରେ ରହିଛି।

ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଏହା ପୁରୀତଟ ସ୍ଥଳଭାଗରେ ପ୍ରବେଶ କରି ପଶ୍ଚିମ ବଂଗ ଆଡକୁ ଗତି କରିବ। ତେବେ ସ୍ଥଳଭାଗ ଛୁଇଁବା ବେଳକୁ ଏହା ଦୁର୍ବଳ ହୋଇପଡିଥିବା। ଫଳରେ ପବନର ଗତି ହ୍ରାସ ପାଇବ। ହେଲେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବକୁ ଲକ୍ଷ ରଖି ତିନୋଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ ପୁରୀ ଏବଂ ଜଗତସିଂହପୁର। ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି।

ସେହିପରି ଆଠଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଗଜପତି ଏବଂ ଯାଜପୁର ଜିଲ୍ଲା। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି କନ୍ଧମାଳ, ରାୟଗଡା, କେଉଁଝର ଏବଂ ମୟୁରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

CycloneAlret: ସମୁଦ୍ରରେ ବଡ ଜୁଆର ଆସିବ ବୋଲି ଚେତାବନୀ ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: ଆସନ୍ତାକାଲି ଏବଂ ତା’ପରଦିନ ସମୁଦ୍ରରେ ବଡ ଜୁଆର ଆସିବ। ଏହିପରି ଚେତାବନୀ ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହାର କାରଣରେ କୁହାଯାଇଛି ଯେ, ଚତୁର୍ଥ ଡିସେମ୍ବର ଅମାବାସ୍ୟା ଦିନ ହୋଇଥିବାରୁ , ଓଡିଶା ଉପକୂଳରେ ପ୍ରାୟ ୨ ରୁ ୪ ମିଟର ଉଚ୍ଚର ଜୁଆର ଆସିବାର ସମ୍ଭାବନା ରହିଛ।

ସେହିପରି ୫ ତାରିଖରେ ସ୍ୱାଭାବିକ ଜୁଆରଠାରୁ ପ୍ରାୟ ୦.୫ ମିଟର ଅଧିକ ଉଚ୍ଚର ଜୁଆର ମଧ୍ୟାହ୍ନରେ ଆସିବା। ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାର ନିମ୍ନମାନର ଅଞ୍ଚଳରେ ଜଳମଗ୍ନ ହେବା ସମ୍ଭାବନା। ସେଥିପାଇଁ ସମୁଦ୍ରକୂଳିଆ ତଥା ତଳିଆ ଅଞ୍ଚଳ ସତର୍କ ରହିବା ପାଇଁ କୁହାଯାଇଛି।

( ଏଥିରେ ଥିବା ଫଟୋଟି ଭୁବନେଶ୍ବର ପାଣିପାଗ ବିଭାଗ ଦ୍ବାରା ପ୍ରସ୍ତୁତ)

Categories
ଆଜିର ଖବର ରାଜ୍ୟ ଖବର

CycloneAlret: ବାତ୍ୟା ପାଇଁ ଶନିବାର ଦିନ 19 ଜିଲ୍ଲାର ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ପାଇଁ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ 19ଟି ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏ ନେଇ ବିଭାଗ ତରଫରୁ ଏହି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କ ଜଣାଇ ଦିଆଯାଇଛି। ବାତ୍ୟା ଆଶଙ୍କାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ରଖି ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି।

ବିିଜ୍ଞପ୍ତି ଅନୁୁସାରେ ଗଂଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଂଜ ଜିଲ୍ଳାରେ ଡିସେମ୍ବର ୪ ତାରିଖରେ ବିିଦ୍ୟାଳୟ ବନ୍ଦ ରହିବ। ଏଥିରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ।

ତେବେ ସ୍କୁଲରେ ଶିକ୍ଷକମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି। କାରଣ ବାତ୍ୟା ମୁକାବିଲା ପାଇଁ ସେମାନେ ପ୍ରଶାସନକୁ ସହଯୋଗ କରିବେ ବୋଲି ଉଲ୍ଲେଖ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ଦିନ ଗୋଟାଏ ବେଳେ ଭାରତୀୟ ପାଣିପାଗ ବିଭାଗ ଦେବ ବାତ୍ୟାର ସ୍ପଷ୍ଟ ଚିତ୍ର

ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ସ୍ପଷ୍ଟ ଚିତ୍ର ଆଜି ଜଣାପଡିବ। କାରଣ ଆଜି ଗୋଟିଏ ବେଳେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରୁଛି। ଏଥିରେ ପାଣିପାଗ ବିଭାଗର ଡିଜି ମୃତୁଞ୍ଜୟ ମହାପାତ୍ର ବାତ୍ୟାର ବିସ୍ତୁତ ତଥ୍ୟ ପ୍ରଦାନ କରିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ଏନଡିଆରଏଫ ଡିଜି ମଧ୍ୟ ଉପସ୍ଥିତ ରହିବେ। ସେ ସାମ୍ଭବ୍ୟ ବାତ୍ୟ ମୁକାବିଲା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ମଧ୍ୟ ତଥ୍ୟ ରଖିବେ।

ଦ ସମୀକ୍ଷାର ଫେସକବୁ ପେଜ୍ ରେ ଏହାର ସିଧା ପ୍ରସାରଣ କରାଯିବ

Categories
ଜାତୀୟ ଖବର ବିଶେଷ ଖବର

ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ରର ବୈଠକ; ଏନଡିଆରଏଫ, ବିମାନ, ଜାହାଜ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟ।ବିନେଟ ସଚିବ ଶ୍ରୀ ର।ଜୀବ ଗୌବାଙ୍କ ଅଧ୍ୟକ୍ଷତ।ରେ ଜ।ତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ବୈଠକ ଅନୁଷ୍ଠିତ ହୋଇଯ।ଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯାହାକି ଅଧିକ ଘନୀଭୂତ ହୋଇ ଡିସେମ୍ବର ୩ ତ।ରିଖରେ ସାମୁଦ୍ରିକ ଝଡ଼ର ରୂପ ନେବ।କୁ ଯାଉଛି, ତ।ହ।ର ବର୍ତ୍ତମାନର ସମ୍ପର୍କରେ ଭ।ରତୀୟ ପ।ଣିପ।ଗ ବିଭ।ଗର ମହ।ନିର୍ଦ୍ଦେଶକ ସମିତିକୁ ବିସ୍ତୃତ ସୂଚନା ଦେଇଥିଲେ । ଏହି ସମ୍ଭ।ବ୍ୟ ବ।ତ୍ୟା ଡିସେମ୍ବର ୪ ତ।ରିଖ ସକ।ଳେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶ। ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରଭ।ବିତ ର।ଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ଘଣ୍ଟ। ପ୍ରତି ୯୦ରୁ ୧୦୦ କିମି ରହିବ। ସହିତ ପ୍ରବଳ ବର୍ଷା ଓ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି ।

ଏହି ସ।ମୁଦ୍ରିକ ଝଡ଼ ଆନ୍ଧ୍ରପ୍ରଦେଶର ଶ୍ରୀକ।କୁଲମ, ବିଶାଖାପାଟଣା ଓ ବିଜୟନଗରମ ଜିଲ୍ଲା ସହିତ ଓଡ଼ିଶ।ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଅଧିକ ପ୍ରଭାବିତ କରିବା ଏହ।ର ପ୍ରଭାବରେ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା କ୍ଷେତ୍ରରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡ।ମ।ନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକ।ରୀମ।ନେ ଅଂଶଗ୍ରହଣ କରି ସେମାନଙ୍କ ପକ୍ଷରୁ ସମ୍ଭ।ବ୍ୟ ବ।ତ୍ୟା ମୁକ।ବିଲ। ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ଭ।ବ୍ୟ ସ।ମୁଦ୍ରିକ ଝଡ଼ ଯୋଗୁ ପ୍ରଭାବିତ ହେବ।କୁ ଥିବା କ୍ଷେତ୍ରରେ ଜନସାଧାରଣଙ୍କ ସୁରକ୍ଷା ପ।ଇଁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସେମାନେ କହିଥିଲେ। ବାତ୍ୟା ପ୍ରଭାବରୁ ଭିତ୍ତିଭୂମିଜନିତ କ୍ଷତିକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ ।

ଏହିସବୁ ର।ଜ୍ୟରେ ଏନଡିଆରଏଫର ୩୨ଟି ଦଳକୁ ନିୟୋଜିତ କର।ଯ।ଇଛି ଏବଂ ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖ।ଯ।ଇଛି। ସ୍ଥଳସେନ। ଓ ନୌସେନ।ର ରିଲିଫ ଓ ଉଦ୍ଧ।ରକ।ରୀ ଦଳକୁ ପ୍ରସ୍ତୁତ ରଖ।ଯିବ। ସହିତ ଜ।ହ।ଜ ଓ ବିମ।ନଗୁଡ଼ିକୁ ଆବଶ୍ୟକତ। କ୍ଷେତ୍ରରେ ମୁତୟନ ପ।ଇଁ ମଧ୍ୟ ପ୍ରସ୍ତୁତ ରଖ।ଯ।ଇଛି ।

ର।ଜ୍ୟ ଓ କେନ୍ଦ୍ର ସରକ।ରଙ୍କ ଏଜେନ୍ସିଗୁଡ଼ିକର ମୁକ।ବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟ।ବିନେଟ ସଚିବ ଶ୍ରୀ ର।ଜୀବ ଗୌବା ଜୋର ଦେଇ କହିଥିଲେ ଯେ ବ।ତ୍ୟା ସ୍ଥଳଭ।ଗରେ ପହଞ୍ଚିବା ପୂର୍ବରୁ ର।ଜ୍ୟ ସରକ।ର ଏବଂ କେନ୍ଦ୍ର ସରକ।ରଙ୍କ ସମ୍ପୃକ୍ତ ଏଜେନ୍ସିମ।ନେ ସମସ୍ତ ସତର୍କତା ଏବଂ ପ୍ରଶମନ ପଦକ୍ଷେପ ଗ୍ରହଣ କରିବ। ଉଚିତ୍ ଯ।ହ।ଫଳରେ ଜୀବନ ହ।ନିକୁ ରୋକିବା ଏବଂ ସମ୍ପତ୍ତି, ଭିତ୍ତିଭୂମି ଓ ଫସଲ କ୍ଷତି ହ୍ର।ସ କରିବ। ସମ୍ଭବ ହେବ।

କ୍ୟ।ବିନେଟ ସଚିବ ମଧ୍ୟ ଜୋର ଦେଇ କହିଥିଲେ ଯେ, ସମସ୍ତ ମତ୍ସ୍ୟଜୀବୀ ଏବଂ ଡଙ୍ଗା ତୁରନ୍ତ ଉପକୂଳକୁ ଫେର।ଇ ଆଣିବା ଏବଂ ବ।ତ୍ୟା ପ୍ରଭ।ବିତ କ୍ଷେତ୍ରରୁ ଲୋକମ।ନଙ୍କୁ ଆଗୁଆ ଉଦ୍ଧ।ର କରିବାକୁ ସମସ୍ତ ପ୍ରୟ।ସ ସୁନିଶ୍ଚିତ କରିବା ଲାଗି ର।ଜ୍ୟ ସରକ।ର ସମସ୍ତ ପ୍ରୟ।ସ କରିବା ଉଚିତ୍ । ସେ ର।ଜ୍ୟ ସରକ।ରମ।ନଙ୍କୁ ଆଶ୍ୱ।ସନ। ଦେଇ କହିଥିଲେ ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ସହ।ୟତ। ପ।ଇଁ ପ୍ରସ୍ତୁତ ଏବଂ ଉପଲବ୍ଧ ରହିଛନ୍ତି।

ସ୍ୱର।ଷ୍ଟ୍ର ମନ୍ତ୍ରଣ।ଳୟ, ବନ୍ଦର ଜ।ହ।ଜ ଚଳ।ଚଳ ଏବଂ ଜଳମ।ର୍ଗ, ମତ୍ସ୍ୟ ବିଭ।ଗ, ଟେଲିଯୋଗ।ଯୋଗ ବିଭ।ଗ, ଶକ୍ତି ମନ୍ତ୍ରଣ।ଳୟ, ପେଟ୍ରୋଲିୟମ ଏବଂ ପ୍ର।କୃତିକ ବ।ଷ୍ପ ମନ୍ତ୍ରଣ।ଳୟର ବରିଷ୍ଠ ଅଧିକ।ରୀମ।ନଙ୍କ ସମେତ, ଏନଡିଆରଏଫ ଡିଜି, ଆଇଏମଡି ଡିଜି, ସିଆଇଏସସି, ଆଇଡିଏସ ଏବଂ ଏନଡିଏମଏର ବରିଷ୍ଠ ଅଧିକ।ରୀମ।ନେ ବୈଠକରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

Cyclone Alert: ଏଗାରଟି ଜିଲ୍ଲାକୁ ପୁରା ସତର୍କ ରହିବାକୁ ନିର୍ଦ୍ଦେଶ, ଭୂସ୍ଖଳନ ହେବାର ସମ୍ଭାବନା

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ସେଥି ମଧ୍ୟରୁ ରାଜ୍ୟର ଆଠଟି ଜିଲ୍ଲାକୁ ପୁରା ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ନୟାଗଡ଼, ଗଂଜାମ , ଗଜପତି, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡା ଏବଂ କୋରାପୁଟ।

ଏସବୁ ଜିଲ୍ଲାରେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ପବନର ବେଗ 40-50 କିଲୋମିଟର ସହିତ ମଧ୍ୟମ ବର୍ଷା ଏବଂ ଘଡଘଡି ହେବ ବୋଲି କୁହାଯାଇଛି। ଏଥିରେ ଭୁବନେଶ୍ବର ଏବଂ କଟକ ଜିଲ୍ଲାରେ ମଧ୍ୟ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏହି ଜିଲ୍ଲାର ତଳିଆ ଅଞ୍ଚଳକୁ ଖାଲି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଆଉ ଏଗାରଟି ଜିଲ୍ଲାକୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଗୁଡିକ ହେଲା ମାଲକାନଗିରି, କନ୍ଧମାଳ, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେଉଁଝର ଏବଂ ଦେଓଗଡ। ଏହି ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାରୁ ଦୁଇଟି ଜିଲ୍ଲାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ସେହି ଦୁଇଟି ଜିଲ୍ଲା ହେଲା ଗଜପତି ଏବଂ ରାୟଗଡା। ଏହି ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଦ୍ବୟ ଟ୍ରାଫିକ ତଥା ଯାନବାହନ ଚଳାଚଳ ଉପରେ ନଜର ରଖିବାକୁ କୁହାଯାଇଛି। ଦରକାର ପଡିଲେ ରାସ୍ତ ବନ୍ଦ କରିପାରିବେ ବୋଲି ମଧ୍ୟ ଅନୁମତି ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଆରମ୍ଭ ହେଲା ବାତ୍ୟା ଗୁଲାବର ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଗୋପାଳପୁରରୁ ଅଳ୍ପ ଦୂରରେ ରହିଛି

ଭୁବନେଶ୍ବର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ବର୍ତ୍ତମାନ ବାତ୍ୟା ରୂପ ନେଇଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡିଆସୁଛି। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର ଦକ୍ଷିଣପଶ୍ଚିମ ଦିଗର 270 କିଲୋମିଟର ଦୂରରେ ରହିଛି। ଆଜି ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।

ଏହାର ପ୍ରଭାବରେ ବର୍ତ୍ତମାନ ରାଜଧାନୀ ସମେତ ଦକ୍ଷିଣ ଓଡିଶାର ବର୍ଷା ସହିତ ସାମାନ୍ୟ ପବନ ଆରମ୍ଭ ହୋଇଯାଇଛି। ରାଜଧାନୀରେ ସକାଳୁ ସକାଳୁ ପାଗ ସାମାନ୍ୟ ଭଲ ଥିବା ବେଳେ 9ଟା ବେଳକୁ ଏଥିରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ ମେଘୁଆ ପାଗ ହେବା ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ଅନୁଭୂତ ହୋଇଛି। ସଂଧ୍ୟା ବେଳକୁ ଏହାର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇ କୁହାଯାଇଛି। ଏଥିସହିତ ସମୁଦ୍ରକୁଳିଆ ଅଞ୍ଚଳଗୁଡିକରେ ସତର୍କ ରହିବା ପାଇଁ ମଧ୍ୟ କୁହାଯାଇଛି। ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକର ଜିଲ୍ଲାପାଳ ଏହା ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ମଧ୍ୟ ଗତକାଲିଠାରୁ କରାଯାଇଛି। ଏଥିପାଇଁ 42 ଟି ଓଡ୍ରାଫ ଟିମ ଏବଂ 24ଟି ଏନଡିଆରଏଫ ଟିମକୁ ମଧ୍ୟ ସଜାଗ କରି ରଖାଯାଇଛି। ସେମାନଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁକରେ ମୁତୟନ କରାଯାଇଛି। ଏଥିସହିତ ଅଗ୍ନିଶମ ବିଭାଗ ଏବଂ ତଟ ସୁରକ୍ଷା ବାହିନୀଙ୍କୁ ମଧ୍ୟ ସଜାଗ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ୟାସ’କୁ ନେଇ କେନ୍ଦ୍ରର ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

ନୂଆଦିଲ୍ଲୀ, ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ୟାସ୍‌’କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନଙ୍କ ଦ୍ୱାରା କିଭଳି ଭାବେ ସଫଳତାର ସହ ମୁକାବିଲା କରାଯାଇପାରିବ ତାହାର ପ୍ରସ୍ତୁତି ସଂପର୍କରେ ଆଜି କ୍ୟାବିନେଟ ସଚିବ, ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂକଟ ପରିଚାଳନା କମିଟି (ଏନସିଏମସି)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କମିଟି ସମ୍ମୁଖରେ ଏହି ସାମୁଦ୍ରିକ ଝଡ଼ବାତ୍ୟାର ସଦ୍ୟତମ ସ୍ଥିତି ଉପସ୍ଥାପନ କରିଥିଲେ ଯାହା ମେ 26 ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଉପକୂଳ ଛୁଇଁଲା ବେଳକୁ ଏହି ଝଡ଼ବାତ୍ୟାର ବେଗ ଘଣ୍ଟା ପ୍ରତି 155ରୁ 165 କିଲୋମିଟର ହେବାର ସମ୍ଭାବନା ରହିଛି । ଏଭଳି ବାତ୍ୟା ସହିତ ସେହିସବୁ ରାଜ୍ୟମାନଙ୍କରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ତୁହାକୁ ତୁହା ଝଡ଼ ପ୍ରବାହିତ ହେବ ।

ତେଣୁ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ କମିଟି ପକ୍ଷରୁ ଏହି ସାମୁଦ୍ରିକ ଝଡ଼ବାତ୍ୟା ସଂପର୍କରେ ସୂଚୀତ କରାଯିବା ସହିତ ଏହାର ମୁକାବିଲା ନିମନ୍ତେ ଆବଶ୍ୟକ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଏଥି ନିମନ୍ତେ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଏବେ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଉଛି । ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟାନ୍ନ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖିବା ସହ ଅନ୍ୟାନ୍ୟ ଜରୁରି ସଂସାଧନ ଯଥା ଶକ୍ତି, ଟେଲି ଯୋଗାଯୋଗ ବ୍ୟବସ୍ଥାକୁ କାଏମ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହିସବୁ ରାଜ୍ୟମାନଙ୍କର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏନଡିଆରଏଫର ୬୫ଟି ଟିମଙ୍କୁ ମୁତୟନ କରାଯାଇଛି ଏବଂ ଅନ୍ୟ 20ଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ସେନା, ନୌସେନା ଓ ତଟରକ୍ଷୀ ବାହିନୀଙ୍କୁ ଜାହାଜ ଓ ବିମାନ ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ମୁତୟନ କରିବା ଲାଗି ମଧ୍ୟ ନିୟୋଜିତ କରାଯାଇଛି ।

ସେହିଭଳି ହସପିଟାଲ, କୋଭିଡ଼ କେୟାର ସେଣ୍ଟରଗୁଡ଼ିକ ଯେଭଳି ଝଡ଼ବାତ୍ୟା ସମୟରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟକରେ ସେଥି ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି ଏବଂ ଏଥି ସହିତ ସାରା ଦେଶର କୋଭିଡ଼ ହସପିଟାଲଗୁଡ଼ିକୁ ଯେଭଳି ଅକ୍ସିଜେନ୍‌ ଉତ୍ପାଦନ ଓ ଯୋଗାଣ ଅବ୍ୟାହତ ରହିପାରିବ ତାହା ମଧ୍ୟ ସୁନିଶ୍ଚିତ କରାଯାଉଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିମାନଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରି କ୍ୟାବିନେଟ ସଚିବ ରାଜୀବ ଗୌବା ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ, ସମୟୋଚିତ ଭାବେ ଯେଭଳି ସମସ୍ତ ପ୍ରକାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇପାରିବ ଏବଂ କୌଣସି ଜଣେ ହେଲେ ଲୋକଙ୍କ ଜୀବନ ହାନି ନଘଟେ କିମ୍ବା ଧନଜୀବନ ହାନିକୁ କିଭଳି ସର୍ବନିମ୍ନ କରାଯାଇପାରିବ ତାହା ଉପରେ ସମସ୍ତେ ପ୍ରାଧାନ୍ୟ ଦେବା ଉଚିତ ।

ସେ ଆହୁରି ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ, ଯେଉଁସବୁ ଅଞ୍ଚଳର ଲୋକମାନେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ସେଠାରୁ ସେମାନଙ୍କୁ ଏଥି ପୂର୍ବରୁ ସ୍ଥାନାନ୍ତରଣ କରାଯିବା ଆବଶ୍ୟକ । ଏଥି ସହ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଡଙ୍ଗା ଓ ଫେରିଗୁଡ଼ିକ ଯେଭଳି ବାତ୍ୟା ପୂର୍ବରୁ ଉପକୂଳକୁ ଫେରି ଆସିବେ ଓ କାହାରି ଜୀବନହାନି ଘଟିବ ନାହିଁ ତାହା ମଧ୍ୟ ସୁନିଶ୍ଚିତ କରାଯିବା ଆବଶ୍ୟକ ।

ଗୌବା ଏହି ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଆରୋପ କରିଥିଲେ ଯେ କୋଭିଡ଼ ସଂକ୍ରମିତ ରୋଗୀଙ୍କ ନିରାପତ୍ତାକୁ ମଧ୍ୟ ସୁନିଶ୍ଚିତ କରାଯିବା ଦରକାର ଏବଂ କୋଭିଡ଼ ହସପିଟାଲ ଓ କେନ୍ଦ୍ରମାନଙ୍କରେ ଚିକିତ୍ସା ସେବା ନିରବଚ୍ଛିନ୍ନ ଭାବେ ଜାରି ରଖାଯିବା ଉଚିତ । ସେହିଭଳି ଅଧ୍ୟୁଷିତ କ୍ଷେତ୍ରରୁ ଦେଶର ଅନ୍ୟାନ୍ୟ ଭାଗକୁ ଯେଭଳି ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ଓ ଯୋଗାଣ ଅବ୍ୟାହତ ରହେ ସେ ଦିଗରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ବାଂଛନୀୟ ।

ଗୌବା କହିଛନ୍ତି ଯେ ଝଡ଼ବାତ୍ୟା ପରେ ତୁରନ୍ତ ଶକ୍ତି, ଟେଲିକମ୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାକୁ କିଭଳି ତୁରନ୍ତ ଚାଲୁ କରାଯାଇପାରିବ ସେଥି ନିମନ୍ତେ ଆଗୁଆ ପ୍ରସ୍ତୁତି ସୁନିଶ୍ଚିତ କରାଯିବା ଦରକାର । ଏଥି ନିମନ୍ତେ ସେ ସଂପୃକ୍ତ ଏଜେନ୍ସିମାନଙ୍କୁ ପରସ୍ପର ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଲୋକଙ୍କୁ ସ୍ଥାନାନ୍ତର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର। ଜିଲ୍ଲାପାଳ ଓ ଏସ୍‌.ପି ମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୁଖ୍ୟ ଶାସନ ସଚିବ ଏହି ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଉ ଦୁଇ ଦିନ ମଧ୍ୟରେ ବଙ୍ଗୋପ ସାଗରରେ ବାତ୍ୟା ୟାସର ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ଠିକ୍‌ ଭାବରେ ନିର୍ଣ୍ଣୟ ହୋଇନାହିଁ । ତେଣୁ ଆମର ସମସ୍ତ ଉପକୂଳବର୍ତ୍ତୀ ଓ ଏହାର ଆଖପାଖ ଜିଲ୍ଲା ଗୁଡିକ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହି ପ୍ରବଳ ବର୍ଷା ଓ ପବନ ପାଇଁଁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଯଥା – ODRAF, NDRF, Road Clearing Machines ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବାତ୍ୟା ପରେ ସବୁଠାରୁ କମ୍‌ ସମୟ ମଧ୍ୟରେ ରାସ୍ତାକୁ ସଫା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ସେହିପରି ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନଃସଂଯୋଗ ପାଇଁ ସମସ୍ତ ଟିମ୍‌ ଓ ଆବଶ୍ୟକ ଯନ୍ତ୍ରପାତି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଅନ୍ୟ ରାଜ୍ୟରୁ ଅତିରିକ୍ତ ଟିମ୍‌ ଓ ଯନ୍ତ୍ରପାତି ଆଣି ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବୈଠକରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ମାନେ ସେମାନଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ବାଲେଶ୍ବରରେ ୧୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଥିବା ବେଳେ ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡାରେ ୯୭୦ଟି ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟସ୍ଥଳ ଚିହ୍ନଟ କରି ରଖାଯାଇଛି ବୋଲି ସୂଚନା ଦିଆଯାଇଥିଲା । ଏହାସହିତ ଅକ୍‌ସିଜେନ ବ୍ୟବସ୍ଥା, ଉଦ୍ଧାର କାର୍ଯ୍ୟ, ଖାଦ୍ୟ, ଔଷଧ ଆଦି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ । ଗର୍ଭବତୀ ମହିଳା ମାନଙ୍କ ସ୍ଥାନାନ୍ତର ଓ ଚିକିତ୍ସା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ସେମାନେ କହିଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶ ଦାତା , ଡିଜି ଶ୍ରୀ ଅଭୟ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର, ମହିଳା ଓ ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଅଗ୍ନିଶମ ସେବା ଡିଜି ଏମ୍‌. ଅକ୍ଷୟ, ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଆଞ୍ଚଳିକ

ବାତ୍ୟା “ୟଶ”ର ମୁକାବିଲା ପାଇଁ ବାଣପୁର ପ୍ରଶାସନର ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଗୋଟିଏ ପଟେ ବୈଶ୍ବିକ ମହାମାରି କରୋନା ଘାତକ ସାଜିଥିବାବେଳେ ଅପର ପକ୍ଷେ ଭାରତୀୟ ପାଣିପାଗ ବିଭାଗର ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସୂଚନା ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା “ୟଶ”ଏବେ ଓଡିଶା ମୁଁହା ହୋଇଛି। ଏହା ମେ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ଏହାର ପ୍ରଭାବକୁ ନେଇ ଆଶା ଆଶଙ୍କାରେ ରାଜ୍ୟ ସରକାର।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏସ ଆର ସିଙ୍କ ପକ୍ଷରୁ ଆଲର୍ଟ ଜାରିକରାଯାଇଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଏ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନରେ ଥିବା ସମସ୍ତ ବିଭାଗୀୟ ଅଧିକାରୀ ଓ ସରପଂଚ ମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜନସାଧାରଣଙ୍କୁ କିଭଳି ସମସ୍ତ ପ୍ରକାର ସହଯୋଗ ସାଙ୍ଗକୁ ସୁରକ୍ଷିତ କାରାଯାଇପାରିବ ତାହାକୁ ନେଇ ଆାଜି ଏ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ ଉପସ୍ଥିତ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେବା ସହ ସମସ୍ତ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷାର ପୂର୍ଣ୍ଣ ପ୍ରତିଶୃତି ଦେଇଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବାଣପୁର ଥାନାଧିକାରୀ ରଶ୍ମିରଂଜନ ସାହୁ ସଂପୂର୍ଣ୍ଣ ସହଯୋଗ କରିବାର ପ୍ରତିଶୃତି ଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷା ମଧ୍ୟ ସହଯୋଗର ସଂପୂଣ୍ଣ ପ୍ରତିଶୃତି ଦେଇଥିଲେ।

ଆଜିର ଏହି ପ୍ରସ୍ତୁତି ବୈଠକରେ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା, ଏବିଡିଓ ସିମାଦ୍ରୀ ପାତ୍ର, ସିଡିପିଓ ବିଦ୍ୟୁତ ପ୍ରଭା ରଥ, ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ, ବିଦ୍ୟୁତ ବିଭାଗ ଜେଇ ଓ ସମସ୍ତ ବିଭାଗୀୟ ଯନ୍ତ୍ରୀ, ବ୍ଲକ ଅଧ୍ୟକ୍ଷା ରଂଜିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବାଣପୁର ବିଡିଓ ପ୍ରଦ୍ୟୁମ୍ନ କୁମାର ନାୟକ ଉକ୍ତ ବୈଠକରେ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କର, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ରାଜ୍ୟର ପ୍ରଭାବିତ ହେବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୋଲିସ୍‍ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହିତ ରାଜ୍ୟସ୍ତରରେ ସଂପୃକ୍ତ ସମସ୍ତ ବିଭାଗକୁ ପ୍ରାକ୍‍ ପ୍ରସ୍ତୁତି କରିବାକୁ ଜଣାଇ ଦିଆଯାଇଛି ।

ସମସ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କର ଅଧିକାରୀମାନଙ୍କ ଦ୍ୱାରା ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଗୁଡିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିଛନ୍ତି । ଆଶ୍ରୟସ୍ଥଳୀଗୁଡିକରେ ବିକଳ୍ପ ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ତଦାରଖ କରିଛନ୍ତି । ସ୍ଥାନାନ୍ତରଣ ସମୟରେ ବିଶେଷକରି ବୃଦ୍ଧବୃଦ୍ଧା, ଅସୁସ୍ଥ ବ୍ୟକ୍ତି, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ପ୍ରସୂତି ଏବଂ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ।

ସଂପୃକ୍ତ ଅଂଚଳର ଡାକ୍ତରଖାନାରେ ବିକଳ୍ପ ବିଦ୍ୟୁତ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଅଗ୍ନିଶମ ବାହିନୀ, ଓଡ୍ରାଫ୍‍ ଏବଂ ଏନ୍‍ଡିଆରଏଫ୍‍ କର୍ମଚାରୀମାନେ ସେମାନଙ୍କର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ବାତ୍ୟା ପୂର୍ବ ଓ ପରେ ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍‍ଧତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଅଛି । ଜିଲ୍ଲାର ମତ୍ସ୍ୟ ଓ ପଶୁ ସଂପଦ ଅଧିକାରୀଙ୍କ ଦ୍ୱାରା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି । ମତ୍ସ୍ୟଜୀବୀମାନଙ୍କ ବସ୍ତିରେ ଏ ସମ୍ବନ୍ଧରେ ଜନସଚେତନତା ପାଇଁ ମାଇକ୍‍ ଯୋଗେ ସୂଚନା ପ୍ରଦାନ କରାଯାଉଛି ।

ନଗର ଉନ୍ନୟନ ବିଭାଗ , ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରସ୍ତୁତ ରହିବା ସହ ରାସ୍ତାଘାଟର ତ୍ୱରିତ ମରାମତି, ପାନୀୟ ଜଳ ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶକ୍ତି ବିଭାଗ ତରଫରୁ ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ବିଦ୍ୟୁତ ସରବରାହ ଭିତ୍ତିଭୂମିର ତ୍ୱରିତ ପୁନଃନିର୍ମାଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ କୁଶଳୀ କର୍ମୀ ଦଳ ଓ ଯନ୍ତ୍ରାଂଶ ଗଚ୍ଛିତ ରଖାଯାଉଛି ।

ବାତ୍ୟା ସମୟରେ ଦୂରସଂଚାର ବ୍ୟବସ୍ଥାର ସଠିକ୍‍ କାର୍ଯ୍ୟକ୍ଷମ ରଖିବା ଓ ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଦୂରସଂଚାର ଭିତ୍ତିଭୂମିର ପୁନଃକାର୍ଯ୍ୟକାରୀ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥା, ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହ ଆଲୋଚନା କରିଥିଲେ । ଉକ୍ତ ସେବାପ୍ରଦାନକାରୀ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୟରେ ମାନବ ସମ୍ବଳ, ଯନ୍ତ୍ରାଂଶ ଓ ସାମଗ୍ରୀ ଆଦି ପ୍ରସ୍ତୁତ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।