Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Update: ଆଉ ମାତ୍ର ଛଅ ଘଣ୍ଟା, ସିତ୍ରାଙ୍ଗ ବାତ୍ୟା ଧାରଣ କରିବ ଭୀଷଣ ରୂପ

ଭୁବନେଶ୍ବର: ବାତ୍ୟା ସିତ୍ରାଙ୍ଗକୁ ନେଇ ଆସିଛି ବଡ ଖବର। ଏହି ଖବର ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଅନୁସାରେ ଆଉ ମାତ୍ର ଛଅ ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ନେବ ଭୀଷଣ ରୂପ। ବର୍ତ୍ତମାନ ସମୁଦ୍ର ମଧ୍ୟରେ ଏହା ବାତ୍ୟା ଭାବେ ଗତିକରୁଛି। ହେଲେ ଛଅ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେବ।

ପାଣିପାଗ ସୂଚନା ଅନୁସାରେ ବାତ୍ୟା ସିତ୍ରାଙ୍ଗ ଭୀଷଣ ରୂପ ନେବା ପରେ ଏହା ଘଣ୍ଟାକୁ 90 ରୁ 100 କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ସେହିପରି ସମୁଦ୍ରରେ ଜୁଆର ପ୍ରାୟ 2.4 ମିଟର ଉଚ୍ଚତା ହେବ। ଏହା ଆସନ୍ତାକାଲି 25 ତାରିଖରେ ବାଙ୍ଗାଲାଦେଶ ସ୍ଥଳଭାଗ ଛୁଇଁବ ବୋଲି ଜଣାପଡିଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking: ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ସି-ତ୍ରାଙ୍ଗ ହେବ ଭୀଷଣ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସି-ତ୍ରାଙ୍ଗ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ରୂପ ଧାରଣ କରିବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଛି।  ଏହି ବାତ୍ୟା ସି-ତ୍ରାଙ୍ଗ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ।

ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ସି-ତ୍ରାଙ୍ଗ ଘଣ୍ଟା ପ୍ରତି ୧୫ କିମି ବେଗ ରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ହାଲକା ପବନ ପ୍ରବାହିତ ହେବ ବୋଲି ଜଣାପଡିଛି। ଏ ନେଇ ବନ୍ଦରଗୁଡିକରେ ବିପଦ ସଙ୍କେତ ଜାରୀ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking : ହେଲା ବାତ୍ୟା, ଆସନ୍ତାକାଲି ଦେଖାଇବ ଭୀଷଣ ରୂପ

ଭୁବନେଶ୍ବର: ଶେଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟା ରୂପକୁ ପରିବର୍ତ୍ତନ ହୋଇଛି। ଏହି ବାତ୍ୟାର ନାମ ରହିଛି ସି-ତ୍ରାଙ୍ଗ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ବର୍ତ୍ତମାନ ଏହି ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଆସନ୍ତା କାଲି ଏକ ଭୀଷଣ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ପୂର୍ବରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଗଭୀର ଅବପାତ ସକ୍ରିୟ ହେବା ପରେ ବାତ୍ୟା ରୂପ ଧାରଣ କରିଛି। ଏହା ଦ୍ବାରା ଆଜି ରାତିରୁ ଉପକୂଳ ଓଡିଶାର ବର୍ଷା ଆରମ୍ଭ ହେବ ବୋଲି କୁହାଯାଇଛି। ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ  ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।

Categories
Cyclone ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ! ବନ୍ଦରଗୁଡିକରେ ବିପଦ ସଂକେତ, ଆଜି ରାତିରୁ ବର୍ଷା

ଭୁବନେଶ୍ବର: ଆଗାମୀ ୧୨ଘଣ୍ଟା ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଅବପାତ ଗତ ୬ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୭କିମି ବେଗରେ ଗତିକରୁଛି।

ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଗଭୀର ଅବପାତରେ ପରିଣତ ହୋଇଛି। ଏହା ଆଗାମୀ ୧୨ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ସେଥିପାଇଁ ରାଜ୍ୟ ବନ୍ଦର ଗୁଡିକ ପାଇଁ  ବିପଦ ସଂକେତ -୩ ନମ୍ବର ଜାରୀ କରାଯାଇଛି। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି।

ଆଜି ରାତିରୁ ଉପକୂଳରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଦୀପାବଳିରେ ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଉତ୍ତର-ଉପକୂଳରେ ସାମାନ୍ୟ ଅଧିକ ପ୍ରଭାବ ପଡିବ ବୋଲି ପାଣିପାଗ ବିଭାଗ କହିଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Breaking: ସାମ୍ଭବ୍ୟ ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚିବ ଡାକିଲେ ଜରୁରୀ ବୈଠକ

ଭୁବନେଶ୍ବର: ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଡାକିଛନ୍ତି ଜରୁରୀ ବୈଠକ। ଏହି ବୈଠକ ଲୋକସେବା ଭବନରେ ଆଜି ଅପରାହ୍ନରେ ହେବ। ମୁଖ୍ୟ ଶାସନ ସଚିବ ଏହି ବୈଠକର ଅଧ୍ୟକ୍ଷତା କରିବେ। ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ଫୋନ କରି ଜଣାଇ ଦିଆଯାଇଛି। ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଏସଆରସି, ଭାରତୀୟ ପାଣିପାଗ ବିଭାଗ, ଶକ୍ତି ବିଭାଗ ପ୍ରମୁଖରେ ରହିବେ।

ପାଣିପାଗ ସୂଚନା ଅନୁସାରେ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏହି ଲଘୁଚାପ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗ ଆଡକୁ ଅଗ୍ରସର ହେଉଛି। ଏହା ଆସନ୍ତା 22 ତାରିଖ ବେଳକୁ ଅବପାତ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି 23 ତାରିଖ ବେଳକୁ ଏହା ଗଭୀର ଅବପାତ ହେବ ବୋଲି ଜଣାପଡିଛି। ଏହା ଯଦି ସକ୍ରିୟ ରୁହେ ତେବେ 25 ତାରିଖ ବେଳକୁ ବାତ୍ୟା ହେବା ନିଶ୍ଚିତ ବୋଲି ଜଣାପଡିଛି।

 

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୃଷ୍ଟି ହେଲା ଲଘୁଚାପ, ଏହା ପରେ ହେବ ବାତ୍ୟା ସମ୍ଭାବନା

ଭୁବନେଶ୍ବର: ବିଦେଶୀ ପାଣିପାଗ ସୂଚନା ଧିରେ ଧିରେ ସତ ହେବାକୁ ଯାଉଛି। କାରଣ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସୂଚନା ଅନୁସାରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଯାହା ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗ ଆଡକୁ ଅଗ୍ରସର ହେଉଛି।

ଏହା ଆସନ୍ତା 22 ତାରିଖ ବେଳକୁ ଅବପାତ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି 23 ତାରିଖ ବେଳକୁ ଏହା ଗଭୀର ଅବପାତ ହେବ ବୋଲି ଜଣାପଡିଛି। ଏହା ଯଦି ସକ୍ରିୟ ରୁହେ ତେବେ ବାତ୍ୟା ହେବା ନିଶ୍ଚିତ ବୋଲି ଜଣାପଡିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Cyclone Alert: ବାତ୍ୟା ପାଇଁ ସାତୋଟି ଜିଲ୍ଲା ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର: ବାତ୍ୟା ସମ୍ଭାବନା ରହିଥିବାରୁ ବର୍ତ୍ତମାନ ରାଜ୍ୟ ସାତୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି। ଏକ ଜରୁରୀ ମେସେଜ ମାଧ୍ୟମରେ ଏହି ସାତୋଟି ଜିଲ୍ଲାପାଳ ବର୍ତ୍ତମାନ ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲା।

ଏହି ଚିଠିରେ କୁହାଯାଇଛି ଯେ, ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଆଗୁଆ ସତର୍କ କରାଇଛନ୍ତି। ସେଥିପାଇଁ ଏହି ସାତୋଟି ଜିଲ୍ଲାର ଜିଲ୍ଲାପାଳ ଆଗୁଆ ପ୍ରସ୍ତୁତି କରିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି।

ଏଥିସହିତ ଏହି ଚିଠି ଜରିଆରେ ନିର୍ଦ୍ଧିଷ୍ଠ ଭାବେ କୁହାଯାଇଛି ଯେ, 22 ଏବଂ 23 ତାରିଖରେ ମତ୍ସ୍ୟଜୀବିମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦେବେ। କାରଣ 22 ଅକ୍ଟୋବରରେ ସମୁଦ୍ରର ଜଳପତ୍ତନ ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବିମାନେ ଏହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ପ୍ରବର୍ତ୍ତାଇବେ।

ଯେଉଁ ମତ୍ୟଜୀବିମାନେ ବର୍ତ୍ତମାନ ଗଭୀର ସମୁଦ୍ର ଭିତରେ ଅଛନ୍ତି ସେମାନେ ତୁରନ୍ତ 22 ତାରିଖ ପୂର୍ବରୁ ଫେରି ଆସିବା ପାଇଁ ମଧ୍ୟ ବନ୍ଦୋବସ୍ତ କରନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଏହି ଚିଠିରେ ଅବଗତ କରାଇଛି। କାରଣ ପୂର୍ବରୁ ବାତ୍ୟା ସମୟରେ ଗଂଜାମ ଜିଲ୍ଲାର କେତେକ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଫସି ରହିଥିଲେ। ସେମାନଙ୍କୁ ଏୟାର ଲିଫ୍ଟ ମାଧ୍ୟମରେ କୂଳକୁ ଅଣାଯାଇଥିଲା।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ଭୟଙ୍କର ବାତ୍ୟା’ ଭାବେ ବଦଳୁଛି ଉତ୍ତର-ଆଣ୍ଡାମାନ ସାଗରରେ ସୃଷ୍ଟି ସକ୍ରିୟ ଘୂର୍ଣ୍ଣିବଳୟ

ଭୁବନେଶ୍ବର: ଧିରେ ଧିରେ ଭୟଙ୍କର ବାତ୍ୟା ଆଡକୁ ରୂପାନ୍ତରିତ ହେବାରେ ଲାଗିଛି ଉତ୍ତର-ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ବର୍ତ୍ତମାନ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରୂପ ଧାରଣ କରିାତଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଛି। ଆସନ୍ତା ତିନିଦିନ ମଧ୍ୟରେ ଏହାର ସଂପୂର୍ଣ୍ଣ ରୂପରେଖ ଜଣାପଡିବାର ସମ୍ଭାବନା ରହିଛି।

ତେବେ ଏହାର ପ୍ରଭାବରେ ଆସନ୍ତା ୨୨ ଅକ୍ଟୋବର ରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ହେବ। ଏହା ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗଦ କହିଛି। ଫଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ସତର୍କ କରାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ସୃଷ୍ଟି ହେଲା ଘୂର୍ଣ୍ଣବଳୟ, ଆସନ୍ତା ୨୦ତାରିଖ ବେଳକୁ ଲଘୁଚାପ, ବାତ୍ୟା ଆଶଙ୍କା

ଭୁବନେଶ୍ବର: ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୩.୧କିମି ଯାଏଁ ବ୍ୟାପିଛି। ଫଳରେ ଏହାର ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ପଶ୍ଚିମକେନ୍ଦ୍ରୀୟ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଆଡକୁ ଗତିକରିବା। ଫଳରେ ଲଘୁଚାପ ସୃଷ୍ଟିର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଦ୍ବାରା ବାତ୍ୟା ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ମହାବାତ୍ୟା ସମ୍ଭାବନା !!! ଭାରତୀୟ ପାଣିପାଗ ସଂସ୍ଥା ‘ନା’, ବିଦେଶୀ ସଂସ୍ଥା ‘ହଁ’

ଭୁବନେଶ୍ବର: ଆସନ୍ତା ଅକ୍ଟୋବର 25 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହା ଯଦି ଶକ୍ତିଶାଳୀ ହୁଏ ତେବେ ମହାବାତ୍ୟାରେ ପରିଣତ ହେବ। ଏହିପରି ଏକ ଖବରକୁ ନେଇ ଗତ କିଛି ଦିନ ଧରି ସମସ୍ତଙ୍କୁ ବିଚଳିତ କରିଦେଇଛି। ପୁଣି ଥରେ କଣ 1999 ମହାବାତ୍ୟାର ପୁର୍ନାବୃତ୍ତି ହେବ କି ? ଏହି ଖବର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଖୋଳତାଡ ଆରମ୍ଭ କରିଛନ୍ତି।

ତେବେ ଏହିପରି ଏକ ଖବରକୁ ଭାରତୀୟ ପାଣିପାଗ ବିଭାଗ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏକ ସୂଚନା ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ” ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇ ନାହିଁ।”

ସେତିକି ନୁହେଁ ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି, “କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ, ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ, ତେଣୁ ଆପଣମାନେ ଗୁଜବ ଠାରୁ ଦୁରେଇ ରୁହନ୍ତୁ।”

ପାଣିପାଗ ବିଭାଗ ଏପରି କହିବା ପରେ ସମସ୍ତେ ଅସ୍ବସ୍ଥି ହୋଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଏପରି ଖବର ଆସିଲା କେଉଁଠୁ? ଅନୁସନ୍ଧାନ ପରେ ଜଣାପଡିଲା ଯେ, ଗତ 10 ତାରିଖରେ ଭାରତର ପ୍ରତିଷ୍ଠିତ ଖବର କାଗଜ ବିଜିନେସ ଷ୍ଟାଣ୍ଡର୍ଡ ଏହା ପ୍ରକାଶିତ କରିଛି। ସେଥିରେ କୁହାଯାଇଛି ଯେ, ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଚଳିତ ମାସ 25 ତାରିଖ ଭିତରେ ବଙ୍ଗୋପସାଗରରେ ଏକ ମହାବାତ୍ୟା ହେବାର ସମ୍ଭାବନା ରହିଛି।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅକ୍ଟୋବର 18ରୁ 15 ତାରିଖ ମଧ୍ୟରେ ଏହା ବାତ୍ୟା ସୃଷ୍ଟି ହେବ। ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସେଥିରେ କୁହାଯାଇଛି। ଏହି ସମୟରେ ଘଣ୍ଟାକୁ 250 କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି। କାନଡା ବିଶ୍ବବିଦ୍ୟାଳୟର ଜଣେ ପାଣିପାଗ ଗବେଷକ ଏହି ସୂଚନା ଦେଇଛନ୍ତି ବୋଲି କୁହାଯାଇଛି।

ଏହି ଖବର ପ୍ରକାଶିତ ହେବା ପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଏପରିକି ଆନ୍ଧ୍ର ସରକାର ଏହାକୁ ନେଇ ତତ୍ପରତା ପ୍ରକାଶ କରିବାକୁ ଆରମ୍ଭ କଲେ। ତେବେ ଭାରତୀୟ ପାଣିପାଗ ବିଭାଗ ଏହା ଉପରେ ସ୍ପଷ୍ଟିକରଣ ଦେବା ପରେ ସମସ୍ତଙ୍କୁ ଅସ୍ବସ୍ଥି ଦେଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏବେ ବାତ୍ୟା ନାହିଁ, ତଥାପି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ସବୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି। ଚଳିତ ମାସ ଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ (ବିଶେଷତଃ ଅକ୍ଟୋବର ଓ ନଭେମ୍ବର ମାସରେ) ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ। ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ।

ଏସବୁକୁ ବିଚାରକରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର “ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି”। ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ଜଣାଇଥିଲେ ଯେ ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି। ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି। ଏକ ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି।

ଗୋପାଳପୁର ଓ ପାରାଦ୍ୱୀପଠାରେ ଡପଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ ( ହାଇ ଓ୍ୱିଣ୍ଡ୍ ସ୍ପିଡ୍ ରେକର୍ଡର) ସ୍ଥାପନ କରାଯାଇଛି। ଏହି ଯନ୍ତ୍ର ଘଣ୍ଟା ପ୍ରତି ପ୍ରାୟ ୩୦୦ କି.ମି. ପବନ ସ୍ଥିତିରେ ମଧ୍ୟ କାର‌୍ୟ୍ୟକରିପାରିବ। ଏସବୁ ଆଧୂନିକ ଭିତ୍ତିଭୂମି ସ୍ଥିତିର ପର‌୍ୟ୍ୟବେକ୍ଷଣ କରିବାସହ ପାଗ ପୂର୍ବାନୁମାନ ଅନୁଶୀଳନରେ ସହାୟକ ହେଉଛି।

ବତ୍ୟାରେ ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ମୋବାଇଲ୍ ଟେଲିକମ୍-ଟାଓ୍ୱାର,ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବ୍ଷ୍ଟେସନ୍, ଏବଂ ଯଥେଷ୍ଟ ସଂଙ୍ଖ୍ୟକ ମାନବ ସମ୍ବଳ ଆଦିର ଆକଳନ ଏବଂ ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଏହାଛଡା ପାନୀୟ ଜଳ ପାଇଁ ଗ୍ରାମ ଓ ସହରାଞ୍ଚଳରେ ଥିବା ହ୍ୟାଣ୍ଡ ପମ୍ପ ଗୁଡିକୁ କର୍ମକ୍ଷମ ରଖିବା ସହ ବାତ୍ୟା ଅତିକ୍ରାନ୍ତ ହେବା ସଂଙ୍ଗେ ସଂଙ୍ଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କର୍ମକ୍ଷମ କରିବାକୁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଯଥେଷ୍ଟ ପରିମାଣର ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ୍ ଏବଂ ଡ଼ାକ୍ତରୀ ଟିମ୍ ଆଦି ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଓଡ଼୍ରାଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମ୍ମାନଙ୍କର ସବୁ ଉପକରଣକୁ ସଠିକ୍ଭାବେ ଯାଞ୍ଚ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର‌୍ୟ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଥିଲା। ଆବଶ୍ୟକ ବେଳେ ନିରାପଦ ସ୍ଥାନକୁ ସହାୟତା-ଭିତ୍ତିକ ସ୍ଥାନାନ୍ତର କରିବାରେ ଏହି ତାଲିକା ବହୁ ପରିମାଣରେ ଫଳପ୍ରଦ ହେବ।

ତୁରନ୍ତ ଗମନା ଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ଉଦ୍ବୃତ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ବାତ୍ୟା ପରିଚାଳନା ସହ ସଂପୃକ୍ତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ। ନାଭାଲ୍, ଆର୍ମି, କୋଷ୍ଟଗାର୍ଡ଼ ଓ ଭାରତୀୟ ପାଣିପାଗ ବିଭାଗ ଆଦିର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକତା ସଂପର୍କିତ ସୂଚନା ଦେଇଥିଲେ।

Categories
Cyclone ଆଜିର ଖବର ଜାତୀୟ ଖବର

Cyclone Update: ବାତ୍ୟା ଦୁର୍ବଳ ହୋଇଛି ସତ, ହେଲେ ଏହାର ପ୍ରଭାବ ଆଜି ରହିବ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟ ବାତ୍ୟା ଅସାନି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଗତକାଲି ତାହା ଗଭୀର ଅବପାତ ହେବା ପରେ ଏବଂ ଅବପାତକୁ ପରିବର୍ତ୍ତନ ହୋଇଛି। ତେବେ ଏହାର ପ୍ରଭାବ ଉଭୟ ସ୍ଥଳ ଓ ଜଳଭାଗରେ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଜଣାପଡିଛି। ସେଥିପାଇଁ ଆଜି ଓଡିଶାର ଉପକୂଳରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ପ୍ରଭାବରେ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ଭୂପୃଷ୍ଠ ପବନ ପ୍ରବାହିତ ହେବ। ଏହାର ବେଗ ଘଣ୍ଟା ପ୍ରତି ୩୫ ରୁ ୪୫ ସର୍ବାଧିକ ୫୫କିମି ଯାଏଁ ରହିବାର ସମ୍ଭାବନା ରହିଛି। ତେଣୁ ଆଗାମୀ ୨୪ଘଣ୍ଟା ଯାଏଁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳମଧ୍ୟକୁ ପ୍ରବେଶ ପାଇଁ ସମ୍ପୂର୍ଣ ବାରଣ କରାଯାଇଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

Cyclone Update: ବାତ୍ୟା ଅସାନି ହେଲା ଦୁର୍ବଳ, ଏବେ ଲଘୁଚାପ

ଭୁବନେଶ୍ବର: ଧୀରେ ଧୀରେ ବାତ୍ୟା ଅସାନି ତାହାର ସତ୍ତା ହଜାଇବାକୁ ବସିଲାଣି। ଭୀଷଣ ବାତ୍ୟାରୁ ବର୍ତ୍ତମାନ ଆସି ତାହାର ପୂର୍ବ ଅବସ୍ଥାକୁ ଫେରି ଆସିଛି। ବାତ୍ୟାର ଅବଶିଷ୍ଠଂଶ ଗତ କାଲିର ଗଭୀର ଅବପାତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ ଅବପାତରେ ପରିଣତ ହୋଇଛି।
ଗତ ୬ ଘଣ୍ଟା ମଧ୍ୟରେ ଏହା ସ୍ଥିର ରହିଥିବା ବେଳେ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।
Categories
Cyclone ଆଜିର ଖବର ରାଜ୍ୟ ଖବର

Cyclone Update: ଦୁର୍ବଳ ହେଲା ଅସାନି, ବାତ୍ୟାରୁ ଗଭୀର ଅବପାତକୁ ଖସିଲା

ଭୁବନେଶ୍ବର: ଦୁର୍ବଳ ହେଉଛି “ଅସାନି”, ସ୍ଥଳ ଭାଗ ସଂସ୍ପର୍ଶରେ ଆସିବା ପରେ ଏହାର ବଳ ଭାଙ୍ଗିବାରେ ଲାଗିଛି। ଆନ୍ଧ୍ର ଉପକୂଳର ଭୌଗଳିକ ସ୍ଥିତି ବାତ୍ୟା ସହ ପାରସ୍ପରିକ କ୍ରିୟା ପ୍ରଭାବରେ ଧୀରେ ଧୀରେ ମେଘ ଖଣ୍ଡ ଗୁଡିକ ବିଛୁରିତ ହେବା ସହ ବାତ୍ୟା ଦୁର୍ବଳ ହେବା ପ୍ରକ୍ରିୟା ଆହୁରି ସକ୍ରିୟ ହୋଇଛି।

ମଛଲିପାଟନମ ଠାରୁ ୨୦ କିମି ଦୂରରେ ଆନ୍ଧ୍ର ଉପକୂଳରେ ଅସାନି ଦୁର୍ବଳ ହୋଇ “ଗଭୀର ଅବପାତ” ରେ ପରିଣତ ହୋଇଛି। ବର୍ତ୍ତମାନର ପର୍ଯ୍ୟବେକ୍ଷଣ ଅନୁଯାୟୀ ଆନ୍ଧ୍ରପ୍ରଦେଶ ଉପକୂଳକୁ ଗଭୀର ଅବପାତ ରୂପରେ ମଛଲିପାଟନମ ଏବଂ ନରସପୁର ମଧ୍ୟ ଦେଇ ଅତିକ୍ରମ ପ୍ରକ୍ରିୟା ଜାରି ରହିଛି। ଫଳରେ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ପବନ ପ୍ରବାହିତ ହେଉଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Exclusive : ସମୁଦ୍ରରେ ବୁଡିଲା ଡଙ୍ଗା, ଏହି ଭିଡିଓ ଦେଖିଲେ ଥରିଯିବ ଛାତି

ବ୍ରହ୍ମପୁର: ଭୀଷଣ ବାତ୍ୟା ଅସାନିର ପ୍ରଭାବ ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ସମୁଦ୍ରର ଅଶାନ୍ତ ଯୋଗୁଁ ଦୁଇଟି ଛାତି ଥରା ଦୃଶ୍ୟ ପଦାକୁ ଆସିଛି। ଗୋଟିଏ ପଟେ ପାତି ସୋନପୁର ନିକଟସ୍ଥ ଗହୀର ସମୁଦ୍ରରେ ଆନ୍ଧ୍ରପ୍ରଦେଶ ରୁ ଆସିଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡିଯିବା ଯୋଗୁଁ ୧୧ ଜଣ ମତ୍ସ୍ୟଜୀବୀ ସମୁଦ୍ର ଗର୍ଭରେ ଫସିଯାଇଥିଲେ। ଖବର ପାଇ ରାଜ୍ୟ ସରକାରଙ୍କ ସହାୟତାରେ ଏୟାରଲିଫ୍ଟ ମାଧ୍ୟମରେ ସମସ୍ତ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଅନ୍ୟପଟେ ସମାନ ଦୃଶ୍ୟ  ଛତ୍ରପୁର ବ୍ଲକ ଅନ୍ତର୍ଗତ ଅର୍ଯ୍ୟାପାଲି ବେଳାଭୂମି ନିକଟରେ ସନର୍ଯ୍ୟାପାଲି, ବଡ ଅର୍ଯ୍ୟାପାଲି ଓ ଗୋଲାବନ୍ଧ ଭଳି ଅଂଚଳର ଦେଖିବାକୁ ମିଳିଛି। ୬୦ ଜଣ ମତ୍ସ୍ୟଜୀବୀ ୬ ଗୋଟି ଡଙ୍ଗା ମାଧ୍ୟମରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ଫେରୁଥିବା ବେଳେ, ସମୁଦ୍ର ଅଶାନ୍ତ ଯୋଗୁଁ ଡଙ୍ଗା ଓଲଟି ପଡିଥିବା ସୂଚନା ମିଳିଛି।

ଯାହାଫଳରେ ଗହୀର ସମୁଦ୍ର ଭିତର ସମସ୍ତ ୬୦ ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସମସ୍ତ ମତ୍ସ୍ୟଜୀବୀ ଦୀର୍ଘ ଏକ ଘଣ୍ଟାର ସଂଘର୍ଷ ପରେ ପହଁରି ପହଁରି କୂଳରେ ଆସିଥିବା ଜଣାପଡିଛି। ତେବେ ସମୁଦ୍ରରେ ସେମାନଙ୍କର ଡଙ୍ଗା ଜାଲ ଓ ମୋଟର ଭାଙ୍ଗି ଯାଇଛି।

ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ହେଲେ ପ୍ରଶାସନର ସଚେତନତା ଅଭାବରୁ ସେ କଥାକୁ ମତ୍ସ୍ୟଜୀବୀ ଧ୍ୟାନ ଦେଉ ନାହାଁନ୍ତି। ଫଳରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବାକୁ ଲାଗିଛି। ତେବେ ବର୍ତ୍ତମାନ ସମୁଦ୍ରରେ ଆଉ କେହି ମତ୍ସ୍ୟଜୀବୀ ଅଛନ୍ତି କି ନାହିଁ ପ୍ରଶାସନ ଖୋଳଡାଡ ଅରମ୍ଭ କରିଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Updates: ଗୋପାଳପୁର ବନ୍ଦରରେ ଲାଗିଲା ୩ ନମ୍ବର ବିପଦ ସଂକେତ

ଭୁବନେଶ୍ବର: ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଅବଗତ କରାଯାଇଛି। କାରଣ ବାତ୍ୟା ଅସାନୀ ସମୁଦ୍ର ଭିତରେ ଗତି କରିବା ବେଳେ ଗୋପାଳପୁର ପାଖ ଦେଇ ଯିବ। ଏହାଫଳରେ ସେହି ଅଞ୍ଚଳର ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ କେବଳ ଗୋପାଳପୁର ବନ୍ଦରକୁ ନଜରରେ ରଖି ୩ ନମ୍ବର ବିପଦ ସଂକେତ ଜାରୀ କରାଯାଇଛି।

ସେହିପରି ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି। କାରଣ ଏହି ବନ୍ଦରଗୁଡିକଠାରୁ ବହୁ ଦୂରରେ ଅସାନୀ ଗତି କରିବ। ଏହି ସମୟରେ ପବନର ବେଗ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Categories
Cyclone ଆଜିର ଖବର ଜାତୀୟ ଖବର

Cyclone Impact: ଭୁବନେଶ୍ବରରେ ଆରମ୍ଭ ହେଲା ବାତ୍ୟାର ପ୍ରଭାବ, ପ୍ରବଳ ବର୍ଷା

ଭୁବନେଶ୍ବର: ଭୀଷଣ ବାତ୍ୟା ଅସାନି ପ୍ରଭାବ ଧିରଧିରେ ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା ହେବ ବୋଲି କହିଥିଲା। ହେଲେ ଆଜିଠାରୁ ବର୍ତ୍ତମାନ ବର୍ଷାର ପ୍ରଭାବ ଅନୁଭୂତ ହେଲାଣି। ଆଜି ଭୁବନେଶ୍ବରରେ ମଧ୍ୟାହ୍ନ ବେଳକୁ ଆକାଶ ମେଘାଛନ୍ନ ରହିଥିଲା। ଧିରେଧିରେ ଏହା କଳାହାଣ୍ଡିଆ ମେଘରେ ପରିଣତ ହୋଇଥିଲା।

ବର୍ତ୍ତମାନ ସଦ୍ୟତମ ସୂଚନା ଅନୁସାରେ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏପରିକି ଉପକୂଳ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଥିବାର ଜଣାପଡିଛି। ବର୍ତ୍ତମାନ ଭୀଷଣ ବାତ୍ୟା ଧିରଧିରେ ଉପକୂଳ ଆଡକୁ ମୁହାଁଇବାରେ ଲାଗିଛି। ଏହା ସ୍ଥଳଭାଗ ସ୍ପର୍ଶ କରୁ ନ ଥିଲେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏପରିକି ଓଡିଶାର ବନ୍ଦରଗୁଡିକରେ ଦୁଇ ନମ୍ବର ବିପଦ ସଙ୍କେତ ଦିଆଯାଇଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Update: ଘଣ୍ଟା ପ୍ରତି ୨୧ କିମି ବେଗରେ ଆସୁଛି ବାତ୍ୟା ‘ଅସାନି’

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅସାନି ଧିରେଧିରେ ଆହୁରି ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଏହି ଭୀଷଣ ବାତ୍ୟା। ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୧କିମି ରହିଛି।

ଆସନ୍ତାକାଲି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ନିକଟବର୍ତ୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି।

ଅସାନୀ ସ୍ଥଳଭାଗ ନଛୁଇଁ ପୁରୀ ଉପକୂଳରୁ ୯୦ କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ଦୁର୍ବଳ ହୋଇଯିବ। ତେବେ ଏହାର ପ୍ରଭାବରେ ଆସନ୍ତାକ।ଲି ସନ୍ଧ୍ୟାରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହି ସମୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିମି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Alert: ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା, ଦୁଇଦିନ ପ୍ରବଳ ବର୍ଷା ଓ ପବନ

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’  ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ଛୁଇଁବ ନାହିଁ। ଏହା ଓଡିଶା ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଘଣ୍ଟାପିଛା ପବନର ବେଗ ୪୦ରୁ ୫୦ କିମି ହୋଇପାରେ।ବର୍ତ୍ତମାନ ଅସାନି ପୁରୀ ଠାରୁ ୯୨୦ କିମି ଦୂରରେ ରହିଛି।

ତେବେ ଏହି ଅତିକ୍ରମ ବେଳେ ରାଜ୍ୟରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ଆଜି ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ବର୍ତ୍ତମାନ ଘଣ୍ଟା ପ୍ରତି  ୧୪ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ବର୍ତ୍ତମାନ ବାତ୍ୟା ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ୧୦ ତାରିଖ ସଂଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟବର୍ତ୍ତି ହେବ।

ତେବେ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ବର୍ଷା ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

Cyclone Breaking: ସୃଷ୍ଟି ହେଲା ବାତ୍ୟା, ଘଣ୍ଟା ପ୍ରତି ୧୩ କିମି ବେଗରେ ଆସୁଛି ମାଡି

ଭୁବନେଶ୍ବର: ସକ୍ରିୟ ହେଉଛି ଗଭୀର ଅବପାତ ଏବଂ ଶେଷରେ ବାତ୍ୟାର ରୂପ ନେଲା। ବର୍ତ୍ତମାନ ଏହା ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ କହିଛି ଯେ, ଏହା ଘଣ୍ଟା ପ୍ରତି ୧୩ କମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।

ତେବେ ଏହି ବାତ୍ୟା ସଂଧ୍ୟା ସୁଦ୍ଧା ତୀବ୍ରରୂପ ଧାରଣ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା ଯେ, ଏହା ଆଠ ତାରିଖ ସକାଳେ ବାତ୍ୟା ରୂପ ନେବ, ସଂଧ୍ୟାରେ ତୀବ୍ର ବାତ୍ୟା ହେବ। ଏହି ତିନିଦିନ ଧରି ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Categories
Cyclone ଜାତୀୟ ଖବର ବିଶେଷ ଖବର

Cyclone Breaking: ରବିବାର ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ଅବପାତ

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଗଭୀର-ଅବପାତ ରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା କାଲି ସକାଳ ସୁଦ୍ଧା ଏହି ଗଭୀର ଅବପାତ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।

ତେବେ ଏହି ବାତ୍ୟା ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ବିଭାଗ ସତର୍କ କରାଇଛି। ବର୍ତମାନ ଏହା ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ପୁରୀ ଠାରୁ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବୋଲି ଜଣାପଡିଛି।