Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରସ୍ଥିତ ୟୁନିଟ-୧ ହାଟକୁ ସିଲ୍ କଲା ବିଏମସି: ଜୁଲାଇ ୧ ତାରିଖ ଯାଏଁ ଲାଗିଲା କଟକଣା

ଭୁବନେଶ୍ବର: କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ଵର ସ୍ଥିତ ୟୁନିଟ-୧ ହାଟକୁ ସିଲ୍ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଗାଇଡଲାଇନ ସତ୍ତ୍ୱେ ହାଟରେ ଜନଗହଳି ଥିବାରୁ ବିଏମସି ସିଲ୍ କରିବାକୁ ବାଧ୍ୟ ହୋଇଛି। ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ଖୋଲା ଥିବାର ଆଜି ଦେଖିବାକୁ ମିଳିଥିଲା।

ସେପଟେ ଆସନ୍ତା ଦୁଇ ଦିନ ସପ୍ତାହାନ୍ତ ସଟଡାଉନ ଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏସବୁ କାରଣରୁ ୟୁନିଟ-୧ ହାଟକୁ ଜୁଲାଇ ୧ ତାରିଖ ଯାଏଁ ଭୁବନେଶ୍ବର ମହାନଗର ନିଗମ ସିଲ୍ କରିଦେଇଛି।

ତେବେ କେବଳ ପରିବା ହାଟ ଖୋଲିବାକୁ ନିର୍ଦ୍ଦେଶ ଥିବା ବେଳେ ଭିତର ହାଟକୁ ବନ୍ଦ କରିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ସମସ୍ତ ହୋଲସେଲ ଏବଂ ରିଟେଲ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଲକ ଡାଉନ ସମୟରେ ହୋଟେଲ ବନ୍ଦ ଥିବାବେଳେ ଚାକିରୀଆଙ୍କ ପେଟକୁ ଆହର ଦେଉଛି ‘ଆହାର’

ଭୁବନେଶ୍ୱର, ଲକଡାଉନ ବେଳେ ହୋଟେଲ ବନ୍ଦ। ହେଲେ ଯେଉଁମାନେ ଛୋଟ ଚାକିରୀ କରି ବଞ୍ଚୁଛନ୍ତି, ସେମାନଙ୍କ ପାଇଁ ଏହା ବଡ ସମସ୍ୟା ସୃଷ୍ଟି କରିଛି। ଯେଉଁମାନେ ବା କାମକୁ ଆସୁଛନ୍ତି ହେଲେ ସେମାନଙ୍କୁ ଖାଇବାକୁ କିଛି ମିଳୁ ନାହିଁ। କାରଣ ଲକଡାଉନ ପାଇଁ ହୋଟେଲ ବନ୍ଦ। ପାଖରେ ପଇସା ଥିଲେ ମଧ୍ୟ ପେଟକୁ ଆହାର ମିଳୁପାରୁ ନାହିଁ। ଏହିପରି ସମୟରେ ବିଏମସି ପରିଚାଳିତ ଆହାର କେନ୍ଦ୍ର ଏମାନଙ୍କର ସାହା ଭରସା ପାଲଟିଛି।

ଭଗବତ୍ ପ୍ରସାଦ ପାଢୀ ବୟସ ପାଖାପାଖି ୫୦ ବର୍ଷ, ଜଣେ ଘରୋଇ ଆୟୁବେଦିକ୍ ଦୋକାନର କର୍ମଚାରୀ, ନିୟମିତ ଭାବେ ଆହାର କେନ୍ଦ୍ରକୁ ଆସି ଖାଦ୍ୟ ଖାଆନ୍ତି। ସେ କହନ୍ତି, ଏହି ସହରରେ ଆମ ଭଳି ଚାକିରିଆଙ୍କୁ ସବୁ ବ୍ୟବସ୍ଥା କରି ରନ୍ଧାବଢା କରିବାର ସୁବିଧା ନଥିବା ବେଳେ କମ୍ ଦାମ୍‌ରେ ଆହାରର ପେଟପୁରା ଭୋଜନ ଆମ ପାଇଁ ବହୁତ କିଛି ।

ସେହିପରି ଲଭ୍‌ଲୀ ଶବର ବୟସ ୧୫ ବର୍ଷ। ସେ କ୍ୟାପିଟାଲ୍ ହାଇସ୍କୁଲ୍‌ର ଛାତ୍ରୀ। ସେ କହନ୍ତି, ଆମ ଭଳି ଗରିବ ପରିବାରଙ୍କ ପାଇଁ ଏହି ମହାମାରୀର ପ୍ରଭାବ ସମୟ ସହିତ ଅନ୍ୟ ସମୟରେ ପେଟ ପୁରାଉଛି ଏହି ଆହାର ଭୋଜନ ।

୨୨ ବର୍ଷିୟ ଆଲୋକ କୁମାର ଦାସ୍  ଘରୋଇ ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟରତ। ଏହି ଯୁବକ କହନ୍ତି, ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍‌ କାଳରେ ସୀମିତ ସ୍ୱଳ୍ପ ବ୍ୟୟରେ ଆମ ଭଳି କର୍ମଜୀବୀଙ୍କ ପାଇଁ ଆହାର କେନ୍ଦ୍ରରୁ ମିଳୁଛି ପେଟପୁରା ଭୋଜନ ।

ମଇ ମାସ ୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଖୋଲା ରହୁଛି ଭୁବନେଶ୍ୱରରେ ଥିବା ୧୨ ଗୋଟି ଆହାର କେନ୍ଦ୍ର । କୋଭିଡ୍ ନିୟମ ଅନୁପାଳନରେ ଏହି ସେବା ଅଧିନରେ ଉତ୍ସାହୀ ତଥା ଆଗ୍ରହୀ ହିତାଧିକାରୀଙ୍କୁ ନିର୍ଦ୍ଧିଷ୍ଟ ସମୟରେ ସମସ୍ତ କେନ୍ଦ୍ରରୁ ଆହାର ଭୋଜନ ପ୍ୟାକ୍ କରି ଦେବାର ସୁବନ୍ଦୋବସ୍ତ କରିଛନ୍ତି ମହାନଗର ନିଗମ । ପ୍ରତ୍ୟହ ଦିବା୧୧ ଘଟିକା ପରଠାରୁ ଆହାର ଭୋଜନକୁ ପ୍ୟାକ୍ କରି ହିତାଧିକାରୀଙ୍କୁ ଦିଆଯାଇଛି । ତେବେ ତାଲାବନ୍ଦ ଅବଧିରେ ସହରର ଚଳପ୍ରଚଳ ଏବଂ ଗମନାଗମନ କମ୍ ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଧିଷ୍ଟ ସଂଖ୍ୟାର ଭୋଜନ ଦିଆଯାଉଅଛି ।

ଲକ୍‌ଡାଉନ୍‌ ଦିନ ଗୁଡ଼ିକରେ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ ଏମ୍‌ସ ଠାରେ ଥିବା ୨ ଗୋଟି ଆହାର କେନ୍ଦ୍ରରେ ୩୫୦ ଟି ଲେଖାଏଁ, କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୪୫୦ ଟି, ସମ୍ ହସ୍ପିଟାଲ୍ ନିକଟସ୍ଥ ଆହାର କେନ୍ଦ୍ରରେ ୪୦୦ ଟି, ଚନ୍ଦ୍ରଶେଖରପୁର କଳିଙ୍ଗ ହସ୍ପିଟାଲ୍ ନିକଟସ୍ଥ ଆହାର କେନ୍ଦ୍ର ଏବଂ ମ୍ୟୁଜିୟମ୍ ଛକ (ବି ଏମ୍ ସି ହତା ମଧ୍ୟରେ ଥିବା) ଆହାର କେନ୍ଦ୍ରରେ ୩୫୦ ଟି ଲେଖାଏଁ, ରସୁଲଗଡ଼ ଠାରେ ୪୦୦ ଟି, ସିଟି ବସ୍‌ଷ୍ଟାଣ୍ଡ୍ ମାଷ୍ଟରକ୍ୟାଣ୍ଟିନ୍ ଠାରେ ୩୦୦ ଟି, ନୟାପଲ୍ଲୀ ଦୁର୍ଗା ମଣ୍ଡପଠାରେ ୩୫୦ ଟି, ବରମୁଣ୍ଡା ବସ ଷ୍ଟାଣ୍ଡ୍ ଠାରେ ୨୫୦ ଟି, ଅଶୋକନଗର ଠାରେ ୩୦୦ ଟି ଏବଂ ଖାରବେଳ ନଗର ଠାରେ ୨୦୦ ଗୋଟି ଭୋଜନ ଦିଆଯାଉଅଛି ।

ସହରରେ ଥିବା ସମୁଦାୟ ୧୨ ଗୋଟି ଆହାର କେନ୍ଦ୍ର ମଧ୍ୟରୁ ୫ ଗୋଟି ଆହାର କେନ୍ଦ୍ର ବିଭିନ୍ନ ହସ୍ପିଟାଲ୍ ନିକଟରେ ଅବସ୍ଥିତ । ୩ ଗୋଟି ଆହାର କେନ୍ଦ୍ର ସପ୍ତାହର ଲକ୍‌ଡ଼ାଉନ୍ ଏବଂ ଶନିବାର ସଟ୍‌ଡ଼ାଉନ୍ ଖୋଲା ରହୁଥିବା ବେଳେ ଏମ୍ସ ଭୁବନେଶ୍ୱର ନିକଟରେ ଥିବା ଆହାର କେନ୍ଦ୍ରଗୁଡ଼ିକ ଲକ୍‌ଡାଉନ୍‌ ଏବଂ ଶନିବାର ସଟ୍‌ଡାଉନ୍‌ ସଂଧ୍ୟାରେ ଖୋଲିନଥାଏ ।

ଓଡିଶାର ଏକ ମୁଖ୍ୟ ପର୍ବ ରଜ ଉତ୍ସବ । ଏହି ପର୍ବରେ ସାଧାରଣ ସମୟରେ ଆହାର କେନ୍ଦ୍ର ଗୁଡ଼ିକରେ କମ୍ ସଂଖ୍ୟକ ଭୋଜନ ଦିଆଯାଇଥାଏ; ସାମ୍ପ୍ରତିକ ପରିସ୍ଥିତିରେ ଅନେକ ବ୍ୟକ୍ତି ରଜ ପର୍ବରେ ନିଜ ଗାଁ ଗଣ୍ଡାକୁ ଯାଇ ପାରିନାହାଁନ୍ତି । ତେଣୁ ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଅବଧିରେ ଆହାର କେନ୍ଦ୍ରକୁ ଖୋଲା ରଖାଯାଉଛି ଏବଂ ନିର୍ଦ୍ଧିଷ୍ଟ ସଂଖ୍ୟକ ଭୋଜନ ଦିଆଯାଉଛି; ତେଣୁ ରଜ ପର୍ବରେ ଘରକୁ ଯାଇ ନପାରି ଆହାର କେନ୍ଦ୍ର ଉପରେ ନିୟମିତ ନିର୍ଭର କରୁଥିବା ନାଗରିକ ମାନଙ୍କ ପାଇଁ କେନ୍ଦ୍ର ଗୁଡିକ ଖୋଲା ରଖାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ସଂଜୟ କୁମାର ସିଂହ ।

Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ସମୟରେ ଭୋକିଲାଙ୍କ ମୁହଁରେ ଖାଦ୍ୟ ଦେଉଛି ‘ଆହାର’: ଦିନକୁ ୪ ହଜାର ଲୋକେ ପାଉଛନ୍ତି ସୁବିଧା

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ଯୋଗୁଁ ଲକଡାଉନ କଟକଣା ଜାରି ରହିଛି। ଆଜିଠାରୁ ରାଜ୍ୟରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ କଟକଣା ଏବେ ବି ବଳବତ୍ତର ରହିଛି। ରାଜ୍ୟରେ ସ୍ଥିତି ସାମାନ୍ୟ ହେବାକୁ ଆହୁରି ଅନେକ ଦିନ ଲାଗିବ। କରୋନା ସଂକ୍ରମଣ ହ୍ରାସ ନହେବା ଯାଏଁ କଟକଣା ବଳବତ୍ତର ରହିବ।

ତେବେ ଏଭଳି ପରିସ୍ଥିତିରେ ଗରିବ, ଅସହାୟମାନେ ଭୋକିଲା ରହିବା ସମ୍ଭାବନା ଥିବାରୁ ଭୁବନେଶ୍ଵର ମହାନଗର ଅଞ୍ଚଳର ୧୨ ଟି ‘ଆହାର’ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ଆହାର କେନ୍ଦ୍ରଗୁଡିକରେ ଭୋକିଲାମାନଙ୍କୁ ଖାଦ୍ୟ ଯୋଗାଯାଉଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ପାଳନ ସହ ଦୈନିକ ୪ହଜାର ଭୋଜନ ଯୋଗାଇ ଦିଆଯାଉଛି। ଆହର କେନ୍ଦ୍ରଗୁଡିକରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ ଟା ପରେ ପାର୍ସଲ କରାଯାଇ ଖାଦ୍ୟ ବଣ୍ଟନ କରାଯାଉଛି। ଲକଡଉନ ସମୟରେ ଗମନାଗମନର କଟକଣା ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଜନ ଦିଆଯାଉଛି।

ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏମ୍ସ ଠାରେ ଦୁଇଟି ଆହାର କେନ୍ଦ୍ରରେ ୩୫୦ ଲେଖାଏଁ ଭୋଜନ ଦିଆଯାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ୪୫୦, ସମ୍ ନିକଟସ୍ଥ ଆହାର କେନ୍ଦ୍ରରେ ୪୦୦, କଳିଙ୍ଗ ହସ୍ପିଟାଲ ଆହାର କେନ୍ଦ୍ର ଓ ବିଏମସି ପରିସରରେ ଥିବା ଆହାର କେନ୍ଦ୍ରରେ ୩୫୦ ଲେଖାଏଁ, ରସୁଲଗଡରେ ୪୦୦, ମାଷ୍ଟର କ୍ୟାଣ୍ଟିନ ସ୍ଥିତ ସିଟି ବସ ଷ୍ଟାଣ୍ଡରେ ୩୦୦, ନୂଆପଲ୍ଲୀ ଦୂର୍ଗା ମଣ୍ଡପରେ ୩୫୦, ବରମୁଣ୍ଡା ବସ ଷ୍ଟାଣ୍ଡରେ ୨୫୦, ଅଶୋକନାଗରରେ ୩୦୦ ଏବଂ ଖାରବେଳ ନଗର ବସ ଷ୍ଟାଣ୍ଡରେ ୨୦୦ ଭୋଜନ ବିଏମସି ପକ୍ଷରୁ ଦିଆଯାଉଛି।

ତେବେ ନିୟମିତ ସମୀକ୍ଷା ପରେ କେନ୍ଦ୍ରଗୁଡ଼ିକରେ ଭୋଜନ ସଂଖ୍ୟା ପରିବର୍ତ୍ତନ କରାଯାଇଥାଏ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ମଙ୍ଗଳବାରଠୁ ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟୀକାକରଣ: ଖୁବ ଶୀଘ୍ର ସ୍ଲଟ ବୁକିଂ ବିଜ୍ଞପ୍ତି ଜାରି କରିବ ବିଏମସି

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ଠାରୁ ଭୁବନେଶ୍ବରରେ ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟୀକାକରଣ ଆରମ୍ଭ ହେବ। ଏହି ବର୍ଗର ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ବର୍ଗର ବ୍ୟକ୍ତିଙ୍କ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା ସକାଳ ୮ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ।

ସେହିଭଳି ୧୮ ରୁ ୪୪ ବର୍ଷ ଏବଂ ୪୫ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ପ୍ରକ୍ରିୟା ଦିନ ୩ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ ପରିଚାଳନା ପାଇଁ ବିଏମସିକୁ ଆଉ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ରାଜଧାନୀରେ କୋଭିଡ଼ ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଂଜୁର କରିଛନ୍ତି ।  ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ 77କୋଟି ଟଙ୍କା ଦିଆଯାଇଛି ।

ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀ ଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ। ୱଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱର କୁ ଆସି ଥାନ୍ତି। ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଂଜୁର କରାଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ବିରୁଦ୍ଧରେ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ, ନିରାଶ୍ରୟଙ୍କୁ ଦିଆଗଲା କରୋନା ଟିକା

ଭୁବନେଶ୍ୱର, ଆଜି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ ହୋଇଛି ଟିକାକରଣ । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ସମ୍ପୃକ୍ତ ଜୋନାଲ୍ ଡ଼େପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେବାପରେ ଆଜି ଏହି ଟିକାକରଣ ବିଭିନ୍ନ ଏସୟୁଏଚ୍ ରେ ଆରମ୍ଭ କରାଯାଇଛି ।

ଆରମ୍ଭ ହୋଇଥିବା ଏସୟୁଏଚ୍ ଗୁଡ଼ିକ ହେଲା-ଚନ୍ଦ୍ରଶେଖରପୁର (ନର୍ଥ ଜୋନ୍‌), ଭୀମ୍‌ପୁର ଏବଂ ଗଙ୍ଗନଗର (ଦକ୍ଷିଣ-ପଶ୍ଚିମ ଜୋନ୍‌) ଏବଂ ଅଶୋକନଗର (ଦକ୍ଷିଣ-ପୂର୍ବ ଜୋନ୍‌) । ବି ଏମ୍ ସି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଜଣ ଅନ୍ତେବାସୀଙ୍କୁ ଆଜି ଟିକାକରଣ କରାଯାଇଛି ଏବଂ ସମସ୍ତ ଏସ୍ ୟୁ ଏଚ୍ ରେ ଏହି ଟିକାକରଣ କରାଯିବ ବୋଲି କହିଛନ୍ତି କର୍ତୃପକ୍ଷ ।

ସମାଜର ବିଭିନ୍ନ ବର୍ଗଙ୍କୁ ଆମେ ସାମିଲ କରି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଆସୁଛୁ । କେବଳ ଟିକାକରଣ ନୁହେଁ କୋଭିଡ଼୍ ଟେଷ୍ଟିଂର ମଧ୍ୟ ଏହିଭଳି ସୁବିଧା କରାଯାଇଛି । ଏସ୍ ୟୁ ଏଚ୍ ଅନ୍ତେବାସୀଙ୍କ କ୍ଷେତ୍ରରେ ଟିକାକରଣକୁ ପ୍ରୋତ୍ସାହନ କରିବା ଦ୍ୱାରା ସେମାନଙ୍କ ମନରେ କରୋନା ଜନିତ ଆଶଙ୍କା ଦୂରହେବା, କରୋନା ସଚେତନତା ବଢିବା ଏବଂ ସେମାନଙ୍କର ପ୍ରକୃଷ୍ଟ ଯତ୍ନ ନେବାର ଯଥାର୍ଥତା ରକ୍ଷା ହେବବୋଲି କହିଛନ୍ତି ବି ଏମ୍ ସି କମିଶନର ।

ଆଜି ସକାଳ ୯ ଘଟିକା ସମୟରେ ଏହି ଟିକାକରଣ ପ୍ରକ୍ରିୟା ଉତ୍ତର ଜୋନ୍‌ର ଚନ୍ଦ୍ରଶେଖରପୁର ସ୍ୱତନ୍ତ୍ର ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଥିଲା । ଏହି ଅବସରରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ଉକ୍ତ ଏସ୍ ୟୁ ଏଚ୍ ର ଟିକାକରଣ ପ୍ରକ୍ରିୟା ସମ୍ପାଦନ କରାଇଛନ୍ତି । ଏଠାରେ ସମୁଦାୟ ୩୬ ଜଣ ଟିକା ନେଇଛନ୍ତି ।

ଅନ୍ୟ ପକ୍ଷରେ ଦକ୍ଷିଣ-ପଶ୍ଚିମ ଜୋନ୍ ର ଗଙ୍ଗନଗର ଏସ୍ ୟୁ ଏଚ୍ ଏବଂ ଭୀମପୁର ଆଶ୍ରୟସ୍ଥଳୀରେ ସମୁଦାୟ ୫୦ ଜଣଙ୍କୁ କୋଭିଡ଼୍ ଟିକା ନେବାରେ ଉପସ୍ଥିତ ଥିଲେ ଦକ୍ଷିଣ-ପୂର୍ବ ଜୋନ୍ ର ଜୋନାଲ୍ ଡ଼େପୁଟି କମିଶନର ରବିନାରାୟଣ ଜେଠୀ । ଅନୁରୂପ ଭାବେ ଦକ୍ଷିଣ-ପୂର୍ବ ଜୋନ୍‌ରେ ମଧ୍ୟ ଜୋନାଲ୍ ଡ଼େପୁଟି କମିଶନର ଅଂଶୁମାନ ରଥଙ୍କ ଉପସ୍ଥିତିରେ ସ୍ଥାନୀୟ ଅଶୋକନଗର ସ୍ଥିତ ଏସ୍ ୟୁ ଏଚ୍ ରେ ଟିକାକରଣ କରାଯାଇଛି । ଏଠାରେ ଆଜି ସମୁଦାୟ ୨୫ ଜଣ ଟିକା ନେଇଥିବା ଜଣାପଡ଼ିଛି ।

ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ସୋସିଆଲ୍ ଇକ୍ୟୁଇଟି ସେଂଟର, ଅଶୋକ ନଗର, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ଭୀମପୁର, ଘାଟିକିଆ, ଚନ୍ଦ୍ରଶେଖରପୁର, ଗଙ୍ଗନଗର ଏବଂ ମାଳିସାହି ଏସ୍ ୟୁ ଏଚ୍ ମାନଙ୍କରେ ପାଖାପାଖି ୪୦୦ ଅନ୍ତେବାସୀଙ୍କ ରହିବା ସୁବିଧା ଥିବାବେଳେ ମହାମାରୀ ସମୟରେ ଏହିସବୁ ସ୍ଥାନରେ ୮୦ ରୁ ୯୦ ପ୍ରତିଶତ ଅନ୍ତେବାସୀ ରହୁଛନ୍ତି ।

ଏମାନଙ୍କ ମଧ୍ୟରେ ବୃଦ୍ଧ, ବୃଦ୍ଧା, ମାନସିକ ଭିନ୍ନକ୍ଷମ, ଶ୍ରମିକ ଏବଂ ଅସହାୟ ମହିଳାମାନେ ରହୁଛନ୍ତି । ନିକଟ ଅତୀତରେ ଭିକ୍ଷାବୃତି କରୁଥିବା ଏବଂ ଶ୍ରମଜୀବି ବ୍ୟକ୍ତିମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ଏବଂ ବି ଏମ୍ ସି ତରଫରୁ ସରକାରଙ୍କ ନିୟମ ଅନୁସାରେ ଏହି ଅନ୍ତେବାସୀ ମାନଙ୍କର ଯତ୍ନ ନିଆଯାଇଛି ।

ଏସ୍ ୟୁ ଏଚ୍ ରେ ଟିକାକରଣ ପ୍ରକ୍ରିୟା ଚାଲୁରହି ଯଥାଶୀଘ୍ର ଏହାକୁ ଶେଷ କରାଯିବ ଏବଂ ଏଠାରେ ଥିବା କୌଣସି ଅନ୍ତେବାସୀଙ୍କର କୋଭିଡ଼୍ ସମ୍ପର୍କୀତ ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ସେମାନଙ୍କର ଟେଷ୍ଟିଂ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ଼୍ କେୟାର ସେଂଟର/କୋଭିଡ଼୍ କେୟାର ହସ୍ପିଟାଲ୍ କୁ ପଠାଯାଉଛି । ଏପରିକି ଯଦି କାହାରିକୁ ଏସ୍ ୟୁ ଏଚ୍ ରେ ରଖିବାକୁ ପଡ଼ୁଛି ଏହା ପୂର୍ବରୁ ସେମାନଙ୍କର କୋଭିଡ଼୍ ଟେଷ୍ଟ୍ କରାଯାଉଛି ।

ଆଜିର ଆୟୋଜିତ ଟିକାକରଣରେ ଓଡ଼ିଶା ପତିତାଉଦ୍ଧାର ସମିତିର ସଂଯୋଜିକା ଦେବୀ ମାତୃମୟୀ ପ୍ରିୟଦର୍ଶିନୀ ଏବଂ ପରିଚାଳିକା ପ୍ରିୟମ୍ବଦା ବିଶ୍ୱାଳ ସମସ୍ତ କେନ୍ଦ୍ର ବୁଲି ଟିକାକରଣ ଟିମ୍ କୁ ସହଯୋଗ କରିବା ସହିତ କୋଭିଡ଼୍ ନିୟମ ମାନି କିପରି ଅନ୍ତେବାସୀମାନେ ଟିକା ନେଇପାରିବେ ସେଥିପାଇଁ ସହଯୋଗ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜିଠୁ ବିଏମସି ଆରମ୍ଭ କଲା ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ

ଭୁବନେଶ୍ବର: ଆଜିଠୁ ରାଜଧାନୀ ଭୁବନେଶ୍ବରରେ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଯାଇଛି। ୪୫ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ ଆରମ୍ଭ ହୋଇଯାଇଛି। ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନ ଏହି ଅଭିଯାନ ପାଇଁ ଆବେଦନ କରିଥିଲା।

ତେବେ ବିଏମସିର ୩ ଟି ଜୋନରେ ୬ ଟି ଆପର୍ଟମେଣ୍ଟରେ ଟୀକାକରଣ ଚାଲିଛି। ପ୍ରତ୍ୟେକ ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟୀକାକରଣ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ଜେଡିସି ଅଂଶୁମାନ ରଥ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟ ଜନପଥର ଉନ୍ନତିକରଣ ପାଇଁ ବିଏମସିର ନିଷ୍ପତ୍ତି: ରାଜଧାନୀରୁ ଉଠିବ ୩ ମନ୍ଦିର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଅସ୍ଥାୟୀ ଭାବେ ୩ ଟି ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ରାଜମହଲ ଛକରେ ଥିବା ଶିବ ମନ୍ଦିର ଏବଂ ପାଣ୍ଟାଲୁନ ସମ୍ମୁଖରେ ଥିବା ମା’ କାଳୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ।

ଏହି ତିନି ମନ୍ଦିରକୁ ଏବେ ଅସ୍ଥାୟୀ ଭାବେ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ପରେ ୟୁନିଟ-୨ ରେ ଦେବାସ୍ଥଳୀ ନିର୍ମାଣ କରି ଏହି ଦେବାଦେବୀଙ୍କୁ ସେଠାରେ ଅବସ୍ଥାପିତ କରାଯିବ। ସ୍ମାର୍ଟ ଜନପଥ ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ପାଇଁ ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସମୟ ନିର୍ଦ୍ଧାରଣ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ବିଏମସି ସମୟ ନିର୍ଦ୍ଧାରଣ କରିଛି। ଟୀକାକରଣକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି।

ପ୍ରଥମ ଭାଗରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା ବେଳେ ଦ୍ଵିତୀୟ ଭାଗରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ।

ତେବେ ଟୀକାକରଣ ପାଇଁ ଭୁବନେଶ୍ବରରେ ୨୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅପରପକ୍ଷରେ କୌଣସି ବ୍ୟକ୍ତି ପଞ୍ଜୀକରଣ ବିନା ଟୀକା ଦିଆଯିବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି, ସେମାନେ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରି ଟୀକାକରଣରେ ସାମିଲ ହୁଅନ୍ତୁ ବୋଲି କମିଶନର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵର କୋର୍ଟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସକୁ ସିଲ୍ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ଵର କୋର୍ଟ ସମେତ ବହୁ ଗୁରତ୍ଵପୂର୍ଣ୍ଣ ଅଫିସକୁ ବିଏମସି ସିଲ୍ କରିଛି। ଭୁବନେଶ୍ଵର କୋର୍ଟ ସମେତ ଉପଜିଲ୍ଲାପାଳ ଅଫିସ, ତହସିଲ ଅଫିସ ଏବଂ ସବ ରେଜିଷ୍ଟର ଅଫିସକୁ ବିଏମସି ସିଲ୍ କରିଛି। ଏସମସ୍ତ ଅଫିସଗୁଡିକୁ ୭ ଦିନ ପାଇଁ ବିଏମସି ସିଲ୍ କରିଛି। ଆଜିଠାରୁ ମେ’ ୫ ଯାଏଁ କଟକଣା ଲାଗୁ ରହିବ। କୋର୍ଟ ପରିସରରୁ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମାର୍କେଟ ବିଲ୍ଦିଙ୍ଗକୁ ଦୁଇ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ ମାର୍କେଟ ବିଲ୍ଦିଙ୍ଗ-୨କୁ ଦୁଇ ଦିନ ପାଇଁ ବିଏମସି ସିଲ୍ କରିଛି। ବିଏମସି ଏବଂ ପୋଲିସ ପକ୍ଷରୁ ଆଜି ମାର୍କେଟ ବିଲ୍ଦିଙ୍ଗରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ମାର୍କେଟ ବିଲ୍ଦିଙ୍ଗରେ କୋଭିଡ଼ ନିୟମ ଉଲ୍ଲଂଘନ ହେଉଥିବାରୁ ବିଏମସି ସିଲ୍ କରିଛି।

ସେହିଭଳି କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ବାପୁଜୀ ନଗର ଭେଣ୍ଡିଂ ଜୋନକୁ ମଧ୍ୟ ବିଏମସି ସିଲ୍ କରିଛି। ତେବେ ଦୁଇ ଦିନ ପାଇଁ ଏହାକୁ ସିଲ କରାଯାଇଥିବା ବେଳେ ଶନିବାର ଏବଂ ରବିବାର ଦିନର ସଟଡାଉନ ପରେ ଆସନ୍ତା ସୋମବାର ଦିନ ଖୋଲିବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ଵରର କଳ୍ପନା ଛକ ନିକଟସ୍ଥ ଏହି ଆପାର୍ଟମେଣ୍ଟକୁ ସିଲ୍ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବର କଳ୍ପନା ଛକ ନିକଟସ୍ଥ ଉତ୍କଳ ରେସିଡେନ୍ସି ଆପାର୍ଟମେଣ୍ଟକୁ ବିଏମସି ସିଲ୍ କରିଛି। ଉକ୍ତ ଆପାର୍ଟମେଣ୍ଟରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଉତ୍କଳ ଆପାର୍ଟମେଣ୍ଟକୁ ୧୦ ଦିନ ପାଇଁ ବିଏମସି ସିଲ୍ କରିଛି।

ଆପାର୍ଟମେଣ୍ଟବାସୀ ୧୦ ଦିନ ପାଇଁ ହୋମ ଆଇସୋଲେସନ ରହିବେ। ଏହା ପରେ ୭ ଦିନ ଆପାର୍ଟମେଣ୍ଟ ବାସୀ ୭ ଦିନ କ୍ଵାରେଣ୍ଟିନରେ ରହିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ଏହାସହ ସଂପୂର୍ଣ୍ଣ ଆପାର୍ଟମେଣ୍ଟକୁ ବିଶୋଧନ କରିବା ପାଇଁ ସୋସାଇଟକୁ ବିଏମସି ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ପ୍ରମୁଖ ହାଟଗୁଡିକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଲା ବିଏମସି

ଭୁବନେଶ୍ଵର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ବିଏମସି ଏକ ବଡ ନିଷ୍ପତ୍ତି ନେଇଛି। ଭୁବନେଶ୍ବରରେ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ୟୁନି-୧ ହାଟକୁ ୟୁନିଟ-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତରିତ କରାଯିବ। ବ୍ରହ୍ମେଶ୍ଵର ହାଟକୁ ବ୍ରହ୍ମେଶ୍ଵର ମେଳଣ ପଡିଆକୁ ସ୍ଥାନାନ୍ତରିତ କରାଯିବ। ଲିଙ୍ଗରାଜ ହାଟକୁ ବିଏମସି ମାରକେଟ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ କରାଯିବ।

ତେବେ ସୋମବାର ଠାରୁ ଏହି ସବୁ ହାଟକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜିଠୁ ୟୁନିଟ-୪ ହାଟକୁ ଶାସ୍ତ୍ରୀନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ ସ୍ଥିତିକୁ ଦେଖି ବନ୍ଦ ହେଲା ଭୁବନେଶ୍ଵରର ସବୁ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ବର: ଭୁବନେଶ୍ବରର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ଼ ସଂକ୍ରମଣ ଯୋଗୁଁ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କୁ ଧାର୍ମିକ ଅନୁଷ୍ଠାନ ଭିତରକୁ ପ୍ରବେଶ ପାଇଁ ରୋକ ଲାଗିଛି। ଧାର୍ମିକ ଅନୁଷ୍ଠାନରେ କେବଳ ରୀତିକାନ୍ତି ଏବଂ ପୂଜାର୍ଚ୍ଚନା ହୋଇପାରିବ। ବିଭିନ୍ନ ଧର୍ମ ଗୁରୁଙ୍କ ସହ ବିଏମସିର ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି। ତେବେ ଧାର୍ମିକ ଅନୁଷ୍ଠାନ ପାଇଁ ଏକ ନୂଆ ଗାଇଡଲାଇନ ବିଏମସି ଜାରି କରିବ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ଲିଙ୍ଗରାଜ ମନ୍ଦିରରେ ଲାଗିଲା କଟକଣା: ଶ୍ରଦ୍ଧାଳୁଙ୍କୁ ମଳିବ ନାହିଁ ଅନୁମତି

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପାଇଁ ପୁଣି ଥରେ କଟକଣା ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏହି କଟକଣା ଲାଗୁ କରାଯାଇଛି। ମନ୍ଦିରର କିଛି ସେବାୟତ ସଂକ୍ରମିତ ହେବାରୁ କଟକଣା ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି। କେବଳ ସେବାୟତଙ୍କ ଦ୍ଵାରା ନୀତିକାନ୍ତ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ପୂର୍ବ ନିଷ୍ପତ୍ତି ଅନୁସାରେ ଅଶୋକାଷ୍ଟମୀ ରଥଯାତ୍ରା ହେବ। ମନ୍ଦିର ପ୍ରଶାସନ ରଥଯାତ୍ରା ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏନେଇ ବିଏମସି ନିର୍ଦ୍ଦେଶନାମା ଜାରି କରିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ଲାଗିବ ବୋଲି ବିଏମସି କହିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଷୁବ ସଂକ୍ରାନ୍ତି ଏବଂ ରମଜାନ ପର୍ବ ପାଇଁ କୋଭିଡ଼ କଟକଣା ଜାରି କଲା ବିଏମସି

ଭୁବନେଶ୍ଵର: ଆସନ୍ତାକାଲି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ଅଞ୍ଚଳରେ କଟକଣା ଲାଗିଛି। ଏହାସହିତ ମୁସଲମାନଙ୍କର ରମଜାନ ପର୍ବ ପାଇଁ ମଧ୍ୟ କଟକଣା ଲାଗିଛି।

ପଣା ସଂକ୍ରାନ୍ତିରେ ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କେବଳ ଧାର୍ମିକ ଅନୁଷ୍ଠାନରେ ସ୍ୱଳ୍ପ ସଂଖ୍ୟକ ସେବାୟତମାନଙ୍କୁ ନେଇ ରୀତିନୀତିରେ ପୂଜା କରିବାକୁ ଅନୁମତି ମିଳିଛି। ଭକ୍ତଙ୍କୁ ଧର୍ମାନୁଷ୍ଠାନ ସମ୍ପୂର୍ଣ୍ଣ ମନା।

ସେହିଭଳି ରମଜାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ନମାଜ ପାଠ ପାଇଁ ଅନୁମତି ମିଳିବ। ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯିବ। ତେବେ କଟକଣାକୁ ବିଏମସି ପକ୍ଷରୁ କଡାକଡି ତଦାରଖ କରାଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୩ ଟି ଓୟୋ ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ ଘୋଷଣା କଲା ବିଏମସି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ଆଜି ରାଜ୍ୟରେ ୧୭୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୧୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ବିଭିନ୍ନ ରାଜ୍ୟରୁ କିମ୍ବା ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିଏମସି ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି। ସବୁ ଯାତ୍ରୀଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ ଟୀକା ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ହୋଇଛି। ଯେଉଁ ଯାତ୍ରୀଙ୍କ ପାଖରେ ଏସବୁ ପ୍ରମାଣପତ୍ର ନଥାଏ, ସେମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ହୋଇଛି।

Image

ସେଥିପାଇଁ ଭୁବନେଶ୍ବରରେ ୩ ଟି ଓୟୋ ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ ଭାବେ ଘୋଷଣା କରାଯାଇଛି। ପଟିଆ, ଘାଟକିଆ ଓ ଗଜପତି ନଗରରେ ତିନୋଟି ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ର ଭାବେ ବିଏମସି ଘୋଷଣା କରିଛି। ପଟିଆର କିମ୍ସ ହସ୍ପିଟାଲ ନିକଟସ୍ଥ ମା’ ଗେଷ୍ଟ ହାଉସ, ଘାଟିକିଆର ମା’ ସମ ପ୍ୟାଲେସ, ଗଜପତି ନଗରର କଳିଙ୍ଗ ହସ୍ପିଟାଲ ନିକଟସ୍ଥ ମା’ ଗେଷ୍ଟ ହାଉସକୁ ଦେୟଯୁକ୍ତ ସଙ୍ଗରୋଧ ଭାବେ ବିଏମସି ଚିହ୍ନଟ କରିଛି। ଏଥିପାଇଁ ମୋଟ ୪୦ ଟି ଗୃହର ବ୍ୟବସ୍ଥା କରାଯାଇଛି। ବିନା ଶୀତତାପ ନିୟନ୍ତ୍ରଣରେ ରହିଲେ ଯାତ୍ରୀଙ୍କୁ ୧୦୯୯ ଟଙ୍କା ଦେୟ ଦେବାକୁ ପଡ଼ିବ ଏବଂ ଶୀତତାପ ନିୟନ୍ତ୍ରଣ ଗୃହରେ ରହିଲେ ୧୪୯୯ ଟଙ୍କା ଦେବା ପାଇଁ ନିର୍ଦ୍ଧାରଣ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ’ର ଭୁବନେଶ୍ବର ମୁଖ୍ୟ ଶାଖାକୁ ସିଲ୍ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାକୁ ବିଏମସି ସିଲ୍ କରିଛି। ୭ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଆଜିଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାଖାକୁ ସିଲ୍ କରାଯାଇଛି। ମୁଖ୍ୟ ଶାଖାର ଗ୍ରାଉଣ୍ଡ ଓ ଫାଷ୍ଟ ଫ୍ଲୋରକୁ ବିଶୋଧନ କରାଯିବ। ସମସ୍ତ କର୍ମଚାରୀଙ୍କୁ ଆସନ୍ତା ୬ ତାରିଖରେ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ବିଏମସି ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ଆକ୍ରାନ୍ତ କର୍ମଚାରୀଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଥିବା ବେଳେ ସେମାନେ ଏବେ ପୃଥକ ବାସରେ ରହିଛନ୍ତି। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାରି ହେଲା ବିଏମସିର ନୂଆ ଗାଇଡ଼ଲାଇନ୍: ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା ହେଲା କଡାକଡି

ଭୁବନେଶ୍ବର: କରୋନାର ଦ୍ଵିତୀୟ ଲହର ଏବେ ଭୟଙ୍କର ରୂପ ନେଉଛି। ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢିଚାଲିଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ ଆଜି ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ଏକ ନୂଆ ଗାଇଡ଼ଲାଇନ୍ ଜାରି କରିଛି। ବିବାହ ଏବଂ ଶୁଦ୍ଧ କ୍ରିୟା ପାଇଁ କଟକଣା କଡାକଡି କରିଛି। ବିବାହ ଉତ୍ସବରେ ସର୍ବାଧିକ ୧୦୦ ଜଣ ଲୋକ ଭାଗ ନେବାକୁ ଥିବା ବେଳେ ଶୁଦ୍ଧ କ୍ରିୟାରେ ସର୍ବାଧିକ ୫୦ ଜଣ ପାଇଁ ଅନୁମତି ରହିଛି।

ସେହିପରି କୌଣସି ଅନୁଷ୍ଠାନର ରୋପ୍ୟ, ସୁବର୍ଣ୍ଣ କିମ୍ବା ଶତବାର୍ଷିକୀ ଉତ୍ସବ ଉପରେ କଟକଣା ଲାଗିଛି। କୌଣସି ସଂସ୍ଥା କିମ୍ବା ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ପାଇଁ ଅନୁମତି ନାହିଁ। ଏହି ମାର୍ଗଦର୍ଶିକା ଆସନ୍ତା ୬ ତାରିଖରୁ ଲାଗୁ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାକୁ ସିଲ୍ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନରୁ ବହୁ ସଂଖ୍ୟାରେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି।

ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି। କେବଳ ଶିକ୍ଷାନୁଷ୍ଠାନ ପରିସରକୁ ବିଏମସି କର୍ମଚାରୀମାନେ ଯିବା ପାଇଁ ଅନୁମତି ରହିଛି। ସେହିଭଳି ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବା ବାରଣ କରାଯାଇଛି। ସେଥିପାଇଁ ଶିକ୍ଷାନୁଷ୍ଠାନ ଭିତରେ ଥିବା ଲୋକଙ୍କ ପାଇଁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯୋଗାଇବ।

ଶିକ୍ଷାନୁଷ୍ଠାନର ସବୁ ଛାତ୍ର ଏବଂ ଶିକ୍ଷକମାନଙ୍କୁ ଆଜି କରୋନା ପରୀକ୍ଷା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। ସମସ୍ତ ଆକ୍ରାନ୍ତମାନଙ୍କୁ ଗୋଟିଏ ସ୍ଥାନରେ ଆଇସୋଲେସନରେ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଅଭିନେତା ସୋନୁ ସୁଦଙ୍କ‌ ନାଁରେ ଥାନାରେ ଅଭିଯୋଗ ଆଣିଲା ବିଏମସି

ମୁମ୍ବାଇ: ବିଏମସି ପକ୍ଷରୁ ଆଉ ଜଣେ ଅଭିନେତାଙ୍କ ଉପରେ ଥାନରେ ଅଭିଯୋଗ ହୋଇଛି। କାରୋନା ସମୟରେ ପ୍ରବାସୀଙ୍କ ପାଇଁ ବାସ୍ତବ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ବିଏମସି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ସୋନୁ ସୁଦ ବିନା ଅନୁମତିରେ ନିଜଗୃହକୁ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ମୁମ୍ବାଇ ଜୁହୁସ୍ଥିତ ତାଙ୍କର ଛଅ ମହଲା ବିଶିଷ୍ଟ ଘରକୁ ସୋନୁ ସୁଦ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ କରିଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଦେଇଥିବା ବିଏମ୍‌ସି ଅଭିଯୋଗ କରିଛି।

ସେପଟେ ଏହି ଅଭିଯୋଗରେ ସୋନୁ ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମ୍‌ସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ କରୋନା ଯୋଗୁଁ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରିନାହିଁ। ସେ ଏବେ ବି ଅନୁମତି ଅପେକ୍ଷାରେ ରହିଥିବା ଜଣାଇଛନ୍ତି।