Categories
ବିଶେଷ ଖବର

ନିର୍ବାଚନ କମିଶନଙ୍କ ରାଷ୍ଟ୍ରୀୟ ଆଇକନ ଭାବରେ ନୂଆ ଇନିଂସ ଆରମ୍ଭ କଲେ ଭାରତ ରତ୍ନ ସଚିନ୍ ତେନ୍ଦୁଲକର

ନୂଆଦିଲ୍ଲୀ: କ୍ରିକେଟ୍ କିମ୍ବଦନ୍ତୀ ତଥା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ସଚିନ୍ ତେନ୍ଦୁଲକର ଆଜି ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି । ଭାରତର ନିର୍ବାଚନ ଆୟୋଗ ଲାଗି ଭୋଟର ସଚେତନତା ସୃଷ୍ଟି କରିବା ପାଇଁ ‘ଜାତୀୟ ଆଇକନ୍’ ଭାବରେ ନିଜର ଦାୟୀତ୍ବ ଆରମ୍ଭ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଶ୍ରୀ ଅରୁଣ ଗୋଏଲଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର ଆକାଶବାଣୀ ରଙ୍ଗ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 3 ବର୍ଷ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି ସହଯୋଗ ଆଗାମୀ ନିର୍ବାଚନ, ବିଶେଷ କରି ସାଧାରଣ ନିର୍ବାଚନ 2024 ରେ ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଯୁବକମାନଙ୍କ ଉପରେ ତେନ୍ଦୁଲକରଙ୍କ ଅଦ୍ବିତୀୟ ପ୍ରଭାବର ଲାଭ ଉଠାଇବା ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ସହଯୋଗ ମାଧ୍ୟମରେ ଭାରତ ନିର୍ବାଚନ ଆୟୋଗର ଉଦ୍ଦେଶ୍ୟ ନାଗରିକମାନଙ୍କୁ ବିଶେଷ ଭାବରେ ଯୁବକମାନଙ୍କୁ ଏବଂ ସହରୀ ଜନସଂଖ୍ୟାକୁ ଭୋଟ ଦେବା ପାଇଁ ସଚେତନ କରିବା, ଯଦ୍ବାରା ସହରୀ ଏବଂ ଯୁବ ଉଦାସୀନତାର ଆହ୍ବାନକୁ ସମାଧାନ କରାଯାଇପାରିବ।

ସଚିନ ତେନ୍ଦୁଲକର, ଭାରତର ନିର୍ବାଚନ ଆୟୋଗ ପାଇଁ ଜାତୀୟ ଆଇକନ୍ ଭାବରେ ତାଙ୍କର ଉତ୍ସାହ ଏବଂ ପ୍ରତିବଦ୍ଧତା ପ୍ରକାଶ କରି କହିଛନ୍ତି ଯେ ଭାରତ ଭଳି ଏକ ଗଣତନ୍ତ୍ର ପାଇଁ ଯୁବକମାନେ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। କ୍ରୀଡା ମ୍ୟାଚ୍ ସମୟରେ ଯେଉଁ ହୃଦୟ ଟିମ ଇଣ୍ଡିଆ ପାଇଁ ଏକ ସ୍ବରରେ ‘ଇଣ୍ଡିଆ, ଇଣ୍ଡିଆ!’ ର ଜୟକାର ସହିତ ସ୍ପନ୍ଦିତ ହୋଇଥାଏ, ତାହା ଆମର ଅମୂଲ୍ୟ ଗଣତନ୍ତ୍ରକୁ ଆଗକୁ ନେବା ପାଇଁ ସେହିପରି ଭାବରେ ସ୍ପନ୍ଦିତ ହେବ। ଏପରି କରିବାର ଏକ ସରଳ କିନ୍ତୁ ସବୁଠାରୁ ଶକ୍ତିଶାଳୀ ଉପାୟ ହେଉଛି ସର୍ବଦା ନିଜର ମତାମତ ଭୋଟ୍ ମାଧ୍ୟମରେ ପ୍ରଦାନ କରିବା।

ଏହି ଅବସରରେ ସେ କହିଛନ୍ତି ଯେ ଷ୍ଟାଡିୟମ ଠାରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ମତଦାନ ବୁଥ ପର୍ଯ୍ୟନ୍ତ, ଜାତୀୟ ଦଳ ପାଖରେ ଠିଆ ହେବା ଠାରୁ ଆରମ୍ଭ କରି ଆମର ଭୋଟ୍ ଦେବା ପାଇଁ ସମୟ ବାହାର କରିବା ପର୍ଯ୍ୟନ୍ତ ଆମେ ଆଗ୍ରହ ଓ ଉତ୍ସାହର ସହିତ ଏଥିରେ ସାମିଲ୍ ହେବା ଆବଶ୍ୟକ। ଯେତେବେଳେ ଦେଶର କୋଣ ଅନୁକୋଣରୁ ଯୁବକମାନେ ନିର୍ବାଚନୀ ଗଣତନ୍ତ୍ରରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରନ୍ତି, ଆମେ ଆମ ଦେଶ ପାଇଁ ଏକ ସମୃଦ୍ଧ ଭବିଷ୍ୟତକୁ ଏହା ମାଧ୍ୟମରେ ସୁନିଶ୍ଚିତ କରିପାରିବା।

ଏହି ଅବସରରେ ସିଇସି ଶ୍ରୀ ରାଜୀବ କୁମାର କହିଛନ୍ତି ଯେ କେବଳ ଭାରତରେ ନୁହେଁ ବିଶ୍ୱବ୍ୟାପୀ ସମ୍ମାନିତ ଆଇକନ୍ ଶ୍ରୀ ସଚିନ୍ ତେନ୍ଦୁଲକରଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି ଯାହା ତାଙ୍କ କ୍ରିକେଟ୍ ଦକ୍ଷତା ଠାରୁ ବହୁ ଉର୍ଦ୍ଧ୍ବରେ। ଶ୍ରୀ ରାଜୀବ କୁମାର କହିଛନ୍ତି ଯେ ତାଙ୍କର ଉତ୍କୃଷ୍ଟ କ୍ୟାରିୟର ହେଉଛି ଉତ୍କର୍ଷତା, ଦଳଗତ କାର୍ଯ୍ୟ ଏବଂ ସଫଳତାର ନିରନ୍ତର ଅନୁସରଣ ପାଇଁ ତାଙ୍କର ପ୍ରତିବଦ୍ଧତାର ପ୍ରମାଣ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ତାଙ୍କର ପ୍ରଭାବ କ୍ରୀଡା ଠାରୁ ଉର୍ଦ୍ଧ୍ବରେ, ଯେଉଁଥିପାଇଁ ସେ ଭାରତ ନିର୍ବାଚନ ଆୟୋଗ ସହିତ ସହଯୋଗ କରିବା ଏବଂ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ଏକ ଆଦର୍ଶ ବିକଳ୍ପ ଭାବରେ ସୃଷ୍ଟି ହୋଇଛନ୍ତି।

ଏହି ସହଭାଗୀତା ବିଭିନ୍ନ ଟିଭି ଟକ୍ ସୋ / କାର୍ଯ୍ୟକ୍ରମ ତଥା ଡିଜିଟାଲ୍ ଅଭିଯାନ ଇତ୍ୟାଦିରେ ଶ୍ରୀ ତେନ୍ଦୁଲକରଙ୍କ ଭୋଟର ସଚେତନତାକୁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରିବ, ଯାହା ଭୋଟ୍ ଦେବାର ମହତ୍ତ୍ୱ ଏବଂ ଦେଶର ଭାଗ୍ୟ ଗଠନରେ ଏହାର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

ଏହି କାର୍ଯ୍ୟକ୍ରମରେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ଛାତ୍ରମାନେ ମଧ୍ୟ ଗଣତନ୍ତ୍ରକୁ ମଜବୁତ କରିବାରେ ଭୋଟ୍ ଦେବାର ଗୁରୁତ୍ୱ ଉପରେ ଏକ ପ୍ରଭାବଶାଳୀ ନାଟକ ଉପସ୍ଥାପନ କରିଥିଲେ।

ଭାରତୀୟ ନିର୍ବାଚନ ଆୟୋଗ ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ ଭାରତୀୟଙ୍କ ସହ ନିଜକୁ ଜଡିତ କରେ ଏବଂ ଗଣତନ୍ତ୍ରର ଉତ୍ସବରେ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ର ଜାତୀୟ ଆଇକନ୍ ଭାବରେ ନିଯୁକ୍ତ କରିଥାଏ। ଗତ ବର୍ଷ ଆୟୋଗ ପ୍ରସିଦ୍ଧ ଅଭିନେତା ଶ୍ରୀ ପଙ୍କଜ ତ୍ରିପାଠୀଙ୍କୁ ଜାତୀୟ ଆଇକନ୍ ଭାବରେ ସ୍ୱୀକୃତି ଦେଇଥିଲେ। ଏହାପୂର୍ବରୁ, 2019 ଲୋକସଭା ନିର୍ବାଚନ ସମୟରେ,ଏମ.ଏସ. ଧୋନୀ, ଆମୀର ଖାନ ଏବଂ ମେରି କୋମଙ୍କ ପରି ମହାନ୍ ବ୍ୟକ୍ତିତ୍ବ ଜାତୀୟ ଆଇକନ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ ପୁଣ୍ୟତିଥିରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ପ୍ରତିଷ୍ଠାତା ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନେତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ଆଜି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଶ୍ରୀ ବାଜପେୟୀଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ତାଙ୍କ ଅସୀମ ଦୂରଦୃଷ୍ଟି କାରଣରୁ ହିଁ ଏମ୍ସ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଥିଲା। ଆଜି ଏମ୍ସ ଭୁବନେଶ୍ୱର ପୂର୍ବ ଭାରତର ଏକ ବିଶ୍ୱସନୀୟ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ପରିଣତ ହୋଇପାରିଛି। ଏହି ଜାତୀୟ ପ୍ରତିଷ୍ଠାନର ସମସ୍ତ ଅଧ୍ୟାପକ, ଡାକ୍ତର, ନର୍ସିଂ ଅଧିକାରୀ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଏହାକୁ ଦେଶ ତଥା ବିଶ୍ୱର ଏକ ପ୍ରମୁଖ ଅନୁଷ୍ଠାନ ଭାବେ ପ୍ରତିଷ୍ଠା କରିବା ଏବଂ ଗରିବ ଅସହାୟ ଲୋକଙ୍କ ସେବା କରିବା ପାଇଁ ପ୍ରତିବଦ୍ଧ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍ ଡ. ପି ଆର୍ ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ ଜେନା, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଭାରପ୍ରାପ୍ତ ଡିଡିଏ ରଶ୍ମିରଂଜନ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜର ବିଭିନ୍ନ ବର୍ଗରୁ ଆସିଥିବା ପ୍ରମୁଖ ବ୍ୟକ୍ତିବିଶେଷ ଏମ୍ସ ପରିସରରେ ଥିବା ଶ୍ରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ମୂଳଦୁଆ ପକାଇଥିଲେ। ଏହା ହେଉଛି ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହାର ଭିତ୍ତିପ୍ରସ୍ଥର ସ୍ଥାପନ ଶ୍ରୀ ବାଜପେୟୀଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦିରାଗାନ୍ଧୀ ବିରୋଧରେ ମିଥ୍ୟା ଖବର ପ୍ରସାରଣ ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏତଲା ଦରଜ

ଭୁବନେଶ୍ୱର: ଓଡ଼ିଶା ଭାସ୍କର ନାମକ ଏକ ୱେବ ପୋର୍ଟାଲ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଏବଂ ଚରିତ୍ର ସଂହାର ଖବର ପ୍ରସାରଣ କରିଥିବାରୁ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନାରେ ଏକ ଏତଲା ଦରଜ କରାଯାଇଥିଲା। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପୋର୍ଟାଲର ମାଲିକ ମଧୁ ମହାନ୍ତି, ୱେବ ପୋର୍ଟାଲର ସମ୍ପାଦକ, ୟୁଟୁବ୍ ଏବଂ ଫେସବୁକ୍ ବିରୋଧରେ ଏତଲା ଦାଖଲ କରାଯାଇଛି।

ଏହି ପୋର୍ଟାଲ ଇନ୍ଦିରା ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କ ମା କମଳା ନେହେରୁ, ଜବାହାରଲାଲ ନେହୁରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କ ବିରୋଧରେ ଯେଭଳି ନିନ୍ଦନୀୟ ଏବଂ ଅଶ୍ଲୀଳ ଖବର ପ୍ରସାରଣ କରିଛି, ତାହା ସାଧାରଣ ଜନତାଙ୍କ ମନରେ ଆଘାତ ଦେଇଛି। ଏପରିକି ଜାତୀର ଜନକ ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ଏହି ପୋର୍ଟାଲରେ ଅପମାନିତ କରାଯାଇଛି।

ଅନ୍ୟପକ୍ଷରେ ମୁସଲମାନ ସଂପ୍ରଦାୟକୁ ମଧ୍ୟ ଆକ୍ଷେପ କରି ମନ୍ତବ୍ୟ ଦିଆଯାଇଛି। ସୁତରାଂ ଏହି ଅପରାଧିମାନଙ୍କୁ ତୁରନ୍ତ ଗିରଫ କରିବା ସହ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅଶୋକ ଦାସ, ପ୍ରଭାବତି ପଟ୍ଟନାୟକ, ଗୀତାଞ୍ଜଳୀ ମହାନ୍ତି, ସୁଭଦ୍ରା ମିଶ୍ର, କୁସୁମ ପ୍ରଧାନ, ଆଶିଷ ମଲ୍ଲିକ, ପମି ମିଶ୍ର, ମାମିନା ବେହେରା, ଶ୍ରୀୟା ପଣ୍ଡା, ରୁପଦିପ୍ତା ମହାପାତ୍ର, ସୌମେନ୍ଦ୍ର ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଦେବରାଜ ମିଶ୍ର, ପ୍ରସନ୍ନ ନାୟକ, ଧରବଳିଆର ସିଂ, ସେକ୍ ତାକୱିନ୍‌, ସୁମନ୍ତ ସ୍ୱାଇଁ ଓ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଭାରତ ରତ୍ନ ଡ଼ଃ. ବି.ଆର. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ଃ. ବି.ଆର. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ନେତୃତ୍ବରେ ଡ଼ଃ. ବି.ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଯାଇଥିଲା।

ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରିବାସ୍ତବ ଏବଂ ସମସ୍ତ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ବାବା ସାହେବ ଆମ୍ବେଦକରଙ୍କୁ ପୁଷ୍ପ ଦ୍ଵାରା ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ରେଳପଥର ଉପମୁଖ୍ୟ କାର୍ମିକ ଅଧିକାରୀ ପ୍ରଖର ଗୁପ୍ତା ଏହି ଉତ୍ସବକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପୁଣି ଚମକିବେ ସୂର୍ଯ୍ୟ!, ଏବି ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିବାରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ପ୍ରଥମ ଟି-୨୦ ମ୍ୟାଚ୍ ହାରିଯିବା ପରେ ଭାରତୀୟ ଦଳ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳିବ। ସିରିଜ୍ କୁ ସମାନ କରିବାକୁ ହେଲେ ଭାରତକୁ ଯେକୌଣସି କ୍ଷେତ୍ରରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ପ୍ରଥମ ଟି-୨୦ ରେ, ଯେଉଁଠାରେ ସୁର୍ଯ୍ୟକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି, ବର୍ତ୍ତମାନ ଦ୍ୱିତୀୟ ଟି-୨୦ ରେ ମଧ୍ୟ ଅନେକ ରେକର୍ଡ ତାଙ୍କୁ ଅପେକ୍ଷା କରିଛି। ଏପରି ପରିସ୍ଥିତିରେ, ଦ୍ୱିତୀୟ ଟି-୨୦ ମ୍ୟାଚ୍ ସମୟରେ କେଉଁ ରେକର୍ଡ ପ୍ରସ୍ତୁତ କରାଯାଇପାରିବ ଜାଣନ୍ତୁ…..

ପାଣ୍ଡ୍ୟାଙ୍କୁ ୧୫୦ ୱିକେଟ୍ ପୂରଣ କରିବାର ସୁଯୋଗ:

୧ ୱିକେଟ୍ ପାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୫୦ ତମ ୱିକେଟ୍ ପୂରଣ କରିବେ।

ଆଜି ଏହି ଖେଳାଳିମାନେ ଏକ ସ୍ୱତନ୍ତ୍ର ରେକର୍ଡ କରିପାରିସୂର୍ଯ୍ୟକୁମାର ଯାଦବଙ୍କୁ ‘ଛକାରେ ଶତକ’ କରିବାର ସୁଯୋଗ:

ଟି-୨୦ ଇଣ୍ଟରନ୍ୟାସନାଲରେ ଛକାରେ ଶତକ ପୂରଣ କରିବା ପାଇଁ ସୂର୍ଯ୍ୟକୁମାର ଯାଦବ ମାତ୍ର ୬ ଟି ଛକା ଦୂରରେ ଅଛନ୍ତି। ଯଦି ଆଜିର ମ୍ୟାଚରେ ସୂର୍ଯ୍ୟଙ୍କ ବ୍ୟାଟ୍ କଥା ହୁଏ ଏବଂ ୬ ଟି ଛକା ମାରିବାରେ ସଫଳ ହୁଅନ୍ତି, ତା’ହେଲେ ତାଙ୍କର ୧୦୦ ଟି ଛକା ଟି-୨୦ ଇଣ୍ଟରନ୍ୟାସନାଲରେ ପଞ୍ଜିକୃତ ହେବ। ଏପର୍ଯ୍ୟନ୍ତ ୧୩ ଟି ବ୍ୟାଟ୍ସମ୍ୟାନ୍ ଟି-୨୦ ଇଣ୍ଟରନ୍ୟାସନାଲରେ ୧୦୦ କିମ୍ବା ଅଧିକ ଛକା ମାରିଛନ୍ତି। ଏହା ବ୍ୟତୀତ ସୂର୍ଯ୍ୟଙ୍କୁ ୧୫୦ ଟି ଚୌକା ପୂରଣ କରିବାର ସୁଯୋଗ ମିଳିବ। ଏଥିପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉ ୨ ଟି ଚୌକା ମାରିବାକୁ ପଡିବ।

ଏବି ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିବ!:

ଯଦି ଆଜିର ମ୍ୟାଚରେ ସୂର୍ଯ୍ୟ ୪୮ ରନ୍ ସ୍କୋର କରିବାରେ ସଫଳ ହୁଅନ୍ତି, ତେବେ ମିଷ୍ଟର ୩୬୦ ଡିଗ୍ରୀ ଏବି ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିବେ। ଏବି ଡି ଭିଲିୟର୍ସ ଟି-୨୦ ଇଣ୍ଟରନ୍ୟାସନାଲରେ ମୋଟ ୧୬୭୨ ରନ୍ ସ୍କୋର କରିଛନ୍ତି। ଏହି ସମୟରେ ସୂର୍ଯ୍ୟ ମୋଟ ୧୬୨୫ ରନ୍ କରିଛନ୍ତି। ଏହାର ଅର୍ଥ ସୂର୍ଯ୍ୟକୁମାର ଯାଦବ ଏବିଙ୍କ ରେକର୍ଡ ଭାଙ୍ଗିବାକୁ ନିକଟତର ହୋଇଛନ୍ତି।

ଟି-୨୦ ଆନ୍ତର୍ଜାତୀୟ ସ୍ତରରେ ରନ:

ବିରାଟ କୋହଲି- ୪,୦୦୮ ରନ୍
ରୋହିତ ଶର୍ମା – ୩,୮୫୩ ରନ୍
କେ.ଏଲ୍ ରାହୁଲ- ୨,୨୬୫ ରନ୍
ଶିଖର ଧାୱନ- ୧,୭୫୯ ରନ୍
ଏବି ଡି ଭିଲିୟର୍ସ- ୧୬୭୨ ରନ୍
ସୂର୍ଯ୍ୟକୁମାର ଯାଦବ- ୧,୬୨୫ ରନ୍

ଏହି ରେକର୍ଡ ସୃଷ୍ଟି କରିବାର ଇଶାନ କିଶାନଙ୍କର ମଧ୍ୟ ଏକ ସୁଯୋଗ ଅଛି:

ଯଦି ଆଜିର ମ୍ୟାଚରେ ଇଶାନ କିଶନ ୪ ଟି ଛକା ମାରିବାରେ ସଫଳ ହୁଅନ୍ତି, ତେବେ ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୫୦ ଟି ଛକା ପୂରଣ କରିବେ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ

ସଦୈବ ଅଟଳ: ଯାହାଙ୍କ ନିରବତା ଥିଲା ଶବ୍ଦଠାରୁ ଅଧିକ ଶକ୍ତିଶାଳୀ

ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ। ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ। ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ଯୋଗଦେଇଥିଲେ। ୧୯୪୦-୪୪ ଭିତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ନେବାପରେ ୧୯୪୭ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକଭାବେ କାର୍ଯ୍ୟାରମ୍ଭ କରିଥିଲେ।

୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ମାତ୍ର ଅଠର ବର୍ଷ ବୟସରେ ତାଙ୍କ ବଡଭାଇ ପ୍ରେମ କୁମାରଙ୍କ ସହିତ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ଗୁରୁଜୀ ମାଧବ ସଦାଶିବ ଗୋଲୱାଲ କରଙ୍କ ନିର୍ଦ୍ଦେଶକ୍ରମେ ସଂଘ କାର୍ଯ୍ୟରୁ ବିରତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇଥିଲେ। ତାଙ୍କୁ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ସଂପାଦକ ଦାୟିତ୍ୱ ଅର୍ପଣ କରାଯାଇଥିଲା। ୧୯୫୭ରେ ୩୩ବର୍ଷ ବୟସରେ ବଳରାମପୁର ଲୋକସଭା ଆସନରୁ ପ୍ରଥମ ଥର ପାଇଁ ସେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୫୦ ବର୍ଷ ଧରି ସେ ସଂସଦର ସଦସ୍ୟ ଥିଲେ।

ଏପରିକି ୧୯୯୮ରେ ମଧ୍ୟ ଶ୍ରୀ ବାଜପେୟୀ ଲୋକସଭାକୁ ୯ଥର ଓ ରାଜ୍ୟସଭାକୁ ୨ଥର ନିର୍ବାଚିତ ହୋଇ ସଂସଦରେ ସର୍ବ ବୃହତ୍ତମ ଦଳରୂପେ ଉଭା ହୋଇ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏଆଇଡିଏମଙ୍କ ସମର୍ଥନ ପ୍ରତ୍ୟାହାର କରିବାରୁ ତାଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡିଲା ଓ ସେ ପ୍ରଧାନମନ୍ତ୍ରୀ ପଦରୁ ଇସପ୍ତା ଦେଲେ। ଏହି ସମୟରେ କାରଗିଲ୍ ଯୁଦ୍ଧ ହୋଇଥିଲା ଏବଂ ଯୁଦ୍ଧପରେ ୨୦୦୦ ମସିହାର ସାଧାରଣ ନିର୍ବାଚନରେ ଏନଡିଏ ପୂର୍ଣ୍ଣ ବହୁମତ ପାଇଁ ବାଜପେୟୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ପଦରେ ସମୁଦାୟ ୬ବର୍ଷ ୬୪ ଦିନ ରହି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ।

ବାଜପେୟୀ ପ୍ରଧାନମନ୍ତ୍ରୀ ହେବାବେଳେ ତାଙ୍କ ସମ୍ମୁଖରେ ସବୁଠାରୁ ବଡ ଆହ୍ୱାନ ଥିଲା ଅର୍ଥନୈତିକ ବିକାଶ। ତେଣୁ ନରସିଂହ ରାଓ ଆରମ୍ଭ କରିଥିବା ଅର୍ଥନୈତିକ ସଂସ୍କାରକୁ ସେ ସଂପ୍ରାସାରିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଥିଲେ। ଜାତୀୟ ରାଜପଥ ଉନ୍ନୟନ ପ୍ରକ୍ରିୟା, ସୂର୍ଣ୍ଣିମ ଚର୍ତୁଭୁଜ ଓ ପ୍ରଧାନମନ୍ତ୍ରୀ ସଡକ ଯୋଜନା ତାଙ୍କର ଭାରତକୁ ସବୁଠାରୁ ବଡ ଅବଦାନ। ଭାରତର ପ୍ରମୁଖ ଚାରୋଟି ମହାନଗରୀ-ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇକୁ ପରସ୍ପର ସହିତ ଚାରି ଲେନ୍ ବିଶିଷ୍ଟ ରାଜପଥ ଦ୍ୱାରା ଯୋଡି ସେ ଏକ ଇତିହାସ ସୃଷ୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଭାରତର ସବୁ ଗ୍ରାମକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଏକ ଅବିଶ୍ୱାସ୍ୟ ଓ ଅକଳ୍ପନୀୟ ସ୍ୱପ୍ନ ଦେଖିଥିଲେ ଯାହା ଆଜି ବାସ୍ତବତାରେ ପରିଣତ ହୋଇଛି ଏବଂ ଭାରତବର୍ଷର ସବୁ ଗ୍ରାମ ପଞ୍ଚାୟତରେ ପକ୍କା ରାସ୍ତା ନିର୍ମିତ ହୋଇପାରିଛି ତଥା ମଣ୍ଡଳ ମୁଖ୍ୟାଳୟ ସହ ସଂଯୋଗ ସମ୍ଭବ ହୋଇଛି । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ସ୍ୱାଧୀନତା ଠାରୁ ୧୯୯୮ ଭିତରେ ନିର୍ମାଣ ହୋଇଥିବା ରାଜପଥର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇପାରିଥିଲା।

ବାଜପେୟୀ ‘ଶକ୍ତି ସେ ଶାନ୍ତି’ ନୀତିରେ ବିଶ୍ୱାସ କରୁଥିଲେ। ଆମେରିକା ଓ ରୁଷ ଭଳି ବୃହତମ ଦେଶମାନେ ନିଜର ସାମରିକ ଶକ୍ତି ଦ୍ୱାରା ଆର୍ନ୍ତଜାତିକ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ନୀତି ଗ୍ରହଣ କରିଥିଲେ। ସେହିଭଳି ଭାରତ ଶକ୍ତିଶାଳୀ ହେବା ଦ୍ୱାରାହିଁ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ଶାନ୍ତି ପ୍ରତିଷ୍ଠା କରିବାକୁ ସକ୍ଷମ ହେବ ବୋଲି ସେ ବିଶ୍ୱାସ କରୁଥିଲେ। ତେଣୁ ୧୯୯୮ ମେ ମାସରେ ରାଜସ୍ଥାନର ପୋଖରାନରେ ସେ ପରମାଣୁ ପରୀକ୍ଷଣ କରିଥିଲେ।

ବୈଦେଶିକ ନୀତିରେ ଯଥା ସମ୍ଭବ ଉନ୍ନତି ଘଟାଇ ସେ ଚୀନ୍ ସହିତ କୁଟନୈତିକ ବୁଝାମଣା କରିବା ସହିତ ବାଣିଜ୍ୟ କ୍ଷେତ୍ରରେ ଦୃଢ ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ ହୋଇଛନ୍ତି। ଚୀନ ସିକିମକୁ ଭାରତର ଅଙ୍ଗ-ରାଜ୍ୟରୂପେ ସ୍ୱୀକୃତି ଦେଇଛି। ସେହିପରି ଇସ୍ରାଏଲ୍ ସହିତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ରାଜିନାମା କରିବାକୁ ସେ ସମର୍ଥ ହୋଇଥିଲେ। ଏହାଦ୍ୱାରା ଆତଙ୍କବାଦ ବିରୁଦ୍ଧରେ ଲଢିବା ପାଇଁ ପାରସ୍ପରିକ ସହଯୋଗ ଓ ବିଭିନ୍ନ ଜ୍ଞାନ କୈାଶଳରେ ହସ୍ତାନ୍ତର ସମ୍ଭବ ହୋଇପାରିଥିଲା। ପୋଖରାନ୍ ଠାରେ ପରମାଣୁ ପରୀକ୍ଷଣ କରିବାରୁ ଆମେରିକା ଓ ତାହାର ସହଯୋଗୀ ରାଷ୍ଟ୍ରମାନେ ଭାରତ ଭାରତ ବିରୁଦ୍ଧରେ ଅର୍ଥନୈତିକ ବାସନ୍ଦ ଜାରି କରିଥିଲେ ମଧ୍ୟ ତାଙ୍କରି କାର୍ଯ୍ୟକାଳ ଭିତରେ ଦୀର୍ଘ ୧୪ ମାସ ପରେ ଆମେରିକା ସମ୍ପର୍କରେ ଉନ୍ନତି ଘଟିଥିଲା। ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ତାଲିବାନ ଓ ଅଲକାଇଦା ବିରୁଦ୍ଧରେ ଭାରତ ଆମେରିକାର  ଏକ ବଡ ସହଯୋଗୀ ରାଷ୍ଟ୍ରରୂପେ ଆମେରିକାକୁ ବିଭିନ୍ନ ଲକ୍ଷ୍ୟ ସାଧନ ଦିଗରେ ସହାୟତା ପ୍ରଦାନ କରିବାକୁ ସମର୍ଥ ହୋଇଥିଲା।

୧୯୯୯ରେ ସମସ୍ତ ପ୍ରକାର ଦ୍ୱିପାକ୍ଷିକ ସମ୍ପକେ ଉଲଂଘନ କରି ମୁସାରଫଙ୍କ ନିର୍ଦ୍ଦେଶକ୍ରମେ କାରଗିଲ୍ କ୍ଷେତ୍ରରେ ପାକିସ୍ଥାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତର ଅଞ୍ଚଳକୁ ଦଖଲକୁ ନେଇଥିଲେ। ଶାନ୍ତିପ୍ରିୟ ବାଜପେୟୀ ଏହାର କଠୋର ଜବାବ୍ ଦେଇ ଅପେରେସନ୍ ବିଜୟ ଆରମ୍ଭ କରି ପାକିସ୍ଥାନର ସୈନ୍ୟମାନଙ୍କୁ ପୁଣି ପଛକୁ ହଟାଇ ନିୟନ୍ତ୍ରଣ ରେଖାଠାରେ ଭାରତର ବିଜୟ ପତାକା ଉଡାଇଥିଲେ।

ବିଜେପି ନେତୃତ୍ୱରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଦେଶର ତଫସିଲ୍ ଭୁକ୍ତ ଜାତି ଓ  ଉପଜାତି ମାନଙ୍କ ଉନ୍ନତି ପାଇଁ ଯାହା କରିଛନ୍ତି ତାହା ଅନନ୍ୟ ଓ ଅଭୂତପୂର୍ବ ତାର ସବୁଠାରୁ ବଡ ଉଦାହରଣ ହେଲା। ୧୯୯୯ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପୁର୍ନଗଠନ କରି ଦେଶରେ ସ୍ୱତନ୍ତ୍ରଭାବେ ଏକ ‘ଆଦିବାସୀ ଉନ୍ନୟନ ମନ୍ତ୍ରଣାଳୟ’ ଗଠନ।

ବାଜପେୟୀଙ୍କ ଆଦର୍ଶ ଓ ଗଣତନ୍ତ୍ର ପ୍ରତି ନିଷ୍ଠା ସବୁକାଳ ଲାଗି ତାଙ୍କ ଶାସନ କାଳକୁ ଭାରତବର୍ଷ ଇତିହାସରେ ଏକ ସୂର୍ଣ୍ଣିମ ଅଧ୍ୟାୟ ରୂପେ ଲିପିବଦ୍ଧ କରି ରଖିବ ଏଥିରେ ସନ୍ଦେହ ନାହିଁ। ୨୪ଟି ରାଜନୈତିକ ଦଳକୁ ନେଇ ଭାରତଭଳି ବହୁ ଭାଷିକ ଓ ବହୁମତବାଦୀ ଦେଶରେ ସେ ସ୍ୱଚ୍ଛ ଶାସନ ଦେବା ସହିତ କେତେ ଗୁଡିଏ ଐତିହାସିକ ପଦକ୍ଷେପ ନେଇ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ରୂପେ ନିଜକୁ ପ୍ରତିଷ୍ଠା କରିପାରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ ପୁଣ୍ୟତିଥିରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ପ୍ରତିଷ୍ଠାତା ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନେତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଚତୁର୍ଥ ପୁଣ୍ୟତିଥି ଅବସରରେ ଆଜି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଏମ୍ସ ଭୁବନେଶ୍ୱର ଡିନ୍ (ଏକାଡେମିକ୍ସ) ଡ. ଦେବାଶିଷ ହୋତା, ପିଆର ସେଲ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଭାରପ୍ରାପ୍ତ ଡିଡିଏ ରଶ୍ମିରଂଜନ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜର ବିଭିନ୍ନ ବର୍ଗରୁ ଆସିଥିବା ପ୍ରମୁଖ ବ୍ୟକ୍ତିବିଶେଷ ଏମ୍ସ ପରିସରରେ ଥିବା ଶ୍ରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ମୂଳଦୁଆ ପକାଇଥିଲେ। ଏହା ହେଉଛି ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହାର ଭିତ୍ତିପ୍ରସ୍ଥର ସ୍ଥାପନ ଶ୍ରୀ ବାଜପେୟୀଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

ପୁଣ୍ୟତିଥି ଅବସରରେ ଏକ ବାର୍ତ୍ତା ମାଧ୍ୟମରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠା କରି ଅସୀମ ଦୂରଦୃଷ୍ଟିସମ୍ପନ୍ନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ଆଜି ଏମ୍ସ ଭୁବନେଶ୍ୱର ପୂର୍ବ ଭାରତର ଏକ ବିଶ୍ୱସନୀୟ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ପରିଣତ ହୋଇପାରିଛି।

ଏହି ଜାତୀୟ ପ୍ରତିଷ୍ଠାନର ସମସ୍ତ ଅଧ୍ୟାପକ, ଡାକ୍ତର, ନର୍ସିଂ ଅଧିକାରୀ, ଛାତ୍ର ଏବଂ କର୍ମଚାରୀମାନେ ଏହାକୁ ଦେଶ ତଥା ବିଶ୍ୱର ଏକ ପ୍ରମୁଖ ଅନୁଷ୍ଠାନ ଭାବେ ପ୍ରତିଷ୍ଠା କରିବା ଏବଂ ଗରିବ ଅସହାୟ ଲୋକଙ୍କ ସେବା କରିବା ପାଇଁ ପ୍ରତିବଦ୍ଧ। ଏଥିସହିତ ଶ୍ରୀ ବାଜପେୟୀ ଜୀ’ଙ୍କର ରାଷ୍ଟ୍ର ପ୍ରତି ରହିଥବା ଅଙ୍ଗୀକାରବଦ୍ଧତାକୁ ଅନୁସରଣ କରି ତାଙ୍କ ମହନୀୟ ଲକ୍ଷ୍ୟକୁ ପୂରଣ କରିବାକୁ ଶପଥ ନେଇଥିବା ଡ. ବିଶ୍ୱାସ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମଧୁବାବୁଙ୍କୁ ଭାରତ ରତ୍ନ ଦାବି କରି ଦସ୍ତଖତ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବି ଯୋର ଧରିଛି। ଏନେଇ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ନିକଟରେ ଓ ପୁରୀ କୋର୍ଟ ନିକଟରେ ଓକିଲ ସଂଘ ସହଯୋଗରେ ଅଲ୍ ଓଡ଼ିଶା ଲୟର୍ସ ଗୃପ ଓଡ଼ିଶା ପକ୍ଷରୁ ଦସ୍ତଖତ ସଂଗ୍ରହ କରାଯାଇଛି।

ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ଦସ୍ତଖତ ଅଭିଯାନର ଆବାହକ ଲିଙ୍ଗରାଜ ସାହୁ, ସଂଯୋଜକ ସଂଗୀତା ପଟ୍ଟନାୟକ, ଖାରବେଳ ଐର, ପୁରୀ ଓକିଲ ସଂଘର ସମ୍ପାଦକ ସାରଦା ସାମଲ ଓ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।

ମଧୁବାବୁଙ୍କ ପ୍ରଥମ କର୍ମକ୍ଷେତ୍ର କୋଲକତାରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନ ପରେ ଆଣ୍ଡାମାନ, ଚେନ୍ନାଇ, କର୍ଣ୍ଣାଟକ, ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ ସମେତ ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି।

Categories
ବିଶେଷ ଖବର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ହେଲା ଅନ୍ତିମ ସଂସ୍କାର

ମୁମ୍ବାଇ: ଦେଶର ପ୍ରସିଦ୍ଧ କଣ୍ଠଶିଳ୍ପୀ ସ୍ୱର କୋକିଳା ଲତା ମଙ୍ଗେଶକରଙ୍କୁ ଆଜି ମୁମ୍ବାଇର ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଶରୀରକୁ ତ୍ରିରଙ୍ଗାରେ ଗୁଡ଼ାଇ ଦିଆଯାଇଥିଲା ଏବଂ ସଶସ୍ତ୍ର ବାହିନୀର ସୈନିକମାନେ ତାଙ୍କୁ ଶେଷ ଅଭିବାଦନ ଜଣାଇଥିଲେ। ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ କ୍ରିକେଟର ସଚିନ ତେନ୍ଦୁଲକର, ଶାହାରୁଖ ଖାନଙ୍କ ସମେତ ସମସ୍ତ ସେଲିବ୍ରିଟି ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶ ତଥା ବିଦେଶର ଲୋକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକରରେ କୋଭିଡ ପଜିଟିଭ ହୋଇଥିଲେ। ଏହା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପ୍ରାୟ ଏକ ମାସ ଧରି ଆଇସିୟୁରେ ଲାଇଫ୍ ସପୋର୍ଟରେ ଥିଲେ। ସେ ଆଜିଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ଦେଶବାସୀଙ୍କୁ ଚକିତ କରି ଦେଇଛି। କେନ୍ଦ୍ର ସରକାର ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଦସ୍ତଖତ ଅଭିଯାନକୁ ପ୍ରଶଂସା କଲେ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ସାମାଜିକ ଅନୁଷ୍ଠାନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମକୁ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଭୂୟସୀ ପ୍ରଶଂସା କରିଛନ୍ତି।

ଆଜି ଭୁବନେଶ୍ୱରସ୍ଥିତ ବାସଭବନ କାର୍ଯ୍ୟାଳୟରେ ପ୍ରଣବ ପ୍ରକାଶ ଦାସଙ୍କୁ ‘ସ୍କାନ’ର ଅଧ୍ୟକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା ଏବଂ ରାଜ୍ୟ ସଂଯୋଜକ ସରୋଜ ସାହୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅଗ୍ରଗତି ସମ୍ପର୍କରେ ଶ୍ରୀ ଦାସଙ୍କୁ ଅବଗତ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ପ୍ରତି ଘରୁ ଦୀର୍ଘ ୫ ମାସ ବ୍ୟାପୀ ହେବାକୁ ଥିବା ଏହି ଦସ୍ତଖତ ଅଭିଯାନ ୧୪୭ ବିଧାନସଭା କ୍ଷେତ୍ର ଅନ୍ତଗର୍ତ ୫ ମହାନଗର ନିଗମ, ୩୪ ମ୍ୟୁନିସିପାଲିଟି, ୬୭ ଏନ୍‌ଏସି ଅଞ୍ଚଳ ସହ ୩୧୪ ବ୍ଲକର ୫୩,୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହା ଆସନ୍ତା ବର୍ଷ ଜାନୁୟାରୀ ୧୫ ତାରିଖ ଦିନ ଶେଷ ହେବାକୁ ଥିବାବେଳେ ଜାନୁୟାରୀ ୨୩ ତାରିଖ ଦିନ ମହାମହୀମ ରାଷ୍ଟ୍ରପତିଙ୍କୁ ସମସ୍ତ ଦସ୍ତଖତ ପତ୍ର ଗୁଡ଼ିକ ପ୍ରଦାନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ ପାଇଁ ନିବେଦନ କରାଯିବ। ଏହି ଆଲୋଚନା ସମୟରେ ସମ୍ବଲପୁର ଜିଲ୍ଲା ସଂଯୋଜକ ହୀରାଲାଲ ବେହେରା ସାମିଲ ଥିଲେ।

ଏହି ଅବସରରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଭେଟି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରଛନ୍ତି। ସେ କହିଛନ୍ତି ଯେ ବିଜୁବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାମ କୌଣସି ପିଢ଼ି ଭୁଲି ପାରିବେ ନାହିଁ। ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ। ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।