Categories
ଆଜିର ଖବର ରାଜ୍ୟ ଖବର

ସୁନାଖଣି-ଖମାର ରେଳ ସେକ୍ସନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ମଧ୍ୟ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ୧୫୦ କିଲୋମିଟର ଦୈର୍ଘ୍ୟ ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସୁଦୂର ଅଞ୍ଚଳରେ ଚାଲୁରହିଛି ଏବଂ ଏହାକୁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ତଦାରଖ କରୁଛନ୍ତି।

ତାଳଚେର ଏବଂ ସୁନାଖଣି ମଧ୍ୟରେ ୧୭.୬୨ କି.ମି. ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି। ସୁନାଖଣି-ସାମଲ-ପାରାବିଲ ମଧ୍ୟରେ ୧୬.୩୧ କି.ମି. ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଅଛି। ଜମି ଅଧିଗ୍ରହଣରେ ବିଳମ୍ବ ଏବଂ ଅନେକ ଜମି ସମ୍ବନ୍ଧୀୟ ବିବାଦ ଏବଂ ଅଦାଲତ ମାମଲାଗୁଡ଼ିକର ବଳବତ୍ତର ଯୋଗୁଁ ନିର୍ମାଣ କାର୍ଯ୍ୟ ମନ୍ଥର ଗତି ଘଟାଉଥିଲା ଯାହା ବର୍ତ୍ତମାନ ସମାଧାନ ପନ୍ଥାରେ ଅଛି ଏବଂ ଜମି ହସ୍ତାନ୍ତର ପ୍ରକ୍ରିୟାକରଣ ସ୍ପଷ୍ଟ ହେବା ପରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ।

ଉନ୍ନତ ଯାତାୟାତ ଗତିବିଧି ତଥା ହିତାଧିକାରୀ ଏବଂ ଶିଳ୍ପସଂସ୍ଥାକୁ ସୁବିଧା ଯୋଗାଇଦେବା ପାଇଁ ଶ୍ରୀ ଶର୍ମା ତାଳଚେରରେ ରେଳ ସାଇଡିଙ୍ଗ ନୀରିକ୍ଷଣ କରିଥିଲେ। ଟ୍ରାଫିକ୍ ଓ ଟ୍ରେନ ଯାତାୟାତ ସୁବିଧା କାର୍ଯ୍ୟର ସମୀକ୍ଷା କରି ମହାପ୍ରବନ୍ଧକ ଶ୍ରୀ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ଏହି ଅଞ୍ଚଳରେ ଅସୁବିଧା ମୁକ୍ତ ଟ୍ରାଫିକ୍ ଗତିବିଧି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର-ଭଦ୍ରକ୍ ରେଳ ସେକ୍ସନ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ​ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ଯାଞ୍ଚ କରି ରେଳ ଚଳାଚଳ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଭବିଷ୍ୟତରେ ଅଧିକ ଯାତାୟତ ବୃଦ୍ଧି ସମ୍ବନ୍ଧରେ ଆକଳନ କରିଛନ୍ତି।

ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟାନ୍ୟ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ।

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଥିବା ଷ୍ଟେସନ ମାନଙ୍କରେ ଭିତ୍ତିଭୂମି ସମ୍ବନ୍ଧୀୟ ତଥା ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ଯାତାୟତ ସୁବିଧା ସମୀକ୍ଷା କରିଥିଲେ ଏବଂ ଟ୍ରେନ୍ ଚଳାଚଳ ସୁଗମ ତଥା ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟା ତଥା ଯାତ୍ରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଷ୍ଟେସନ୍ ପୁନଃ ବିକାଶ ପ୍ରଗତିର ସମୀକ୍ଷା

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ରେଳ ସଦନ ଠାରେ ରେଳପଥ ଅଧୀନରେ ଥିବା ରେଳ ଷ୍ଟେସନ ଗୁଡିକର ପୁନଃ ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଇଆସୁଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମା ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଯଥା ଭୁବନେଶ୍ୱର, ଭୁବନେଶ୍ୱର ନୂଆ, ପୁରୀ, କଟକ ଷ୍ଟେସନର ପୁନଃ ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି।

ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଷ୍ଟେସନଗୁଡିକର ସାମଗ୍ରିକ ସୌନ୍ଦର୍ଯ୍ୟକରଣରେ ଉନ୍ନତି ଆଣିବା ଏବଂ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ଧ୍ୟାନ ଦେବାକୁ ଶ୍ରୀ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଜନସାଧାରଣ କୈନ୍ଦ୍ରିକ ରେଳ ପ୍ରକଳ୍ପର ନିର୍ମାଣ ସମୟରେ ଉପୁଜୁଥିବା ବାଧାକୁ ଏଡ଼ାଇବାପାଇଁ ତୃଣମୂଳ ସ୍ତରରୁ ପ୍ରସଙ୍ଗ ଗୁଡିକର ସମାଧାନ କରିବା ପାଇଁ ସମସ୍ତ ସହଭାଗୀ ମାନଙ୍କ ସହିତ ସଠିକ୍ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିବାବେଳେ ଲକ୍ଷ୍ୟ ଧାର୍ଯ୍ୟ କାର୍ଯ୍ୟଗୁଡିକୁ ସଠିକ ସମୟରେ ପୂର୍ଣ୍ଣ କରିବାକୁ ଅଧିକ ଗୁରୁତ୍ୱାରୋପ କରିଥିଲେ।

ପୁରୀ ଷ୍ଟେସନର ପୁନଃ ନିର୍ମାଣ ପାଇଁ ମୂଳଦୁଆ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶ କାର୍ଯ୍ୟ ପାଇଁ ଦୋକାନ, ଅନୁସନ୍ଧାନ କାଉଣ୍ଟର ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି। ସେହିଭଳି କଟକ ରେଳ ଷ୍ଟେସନରପୁନଃ ନିର୍ମାଣ ପାଇଁ ମୃତ୍ତିକା ଅନୁସନ୍ଧାନ/ପରୀକ୍ଷା ଚାଲୁରହିଛି। ଏହା ବ୍ୟତୀତ ଭୁବନେଶ୍ୱର ନୂଆ ଷ୍ଟେସନର ପୁନଃ ନିର୍ମାଣ ପାଇଁ ଯୋଜନା ଚାଦନ୍ତ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଛଅ ଜଣ ରେଳ କର୍ମଚାରୀ ପୁରସ୍କୃତ

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଛଅ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ସତର୍କତା ପାଇଁ ପୁରସ୍କୃତ କରିଛନ୍ତି।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ ଗୋରଖନାଥ ଷ୍ଟେସନର ପଏଣ୍ଟସମ୍ୟାନ୍ ଅଜିତ ବାହିରା ଓ ଇଚ୍ଛାପୂରମ ଷ୍ଟେସନର ପଏଣ୍ଟସମ୍ୟାନ୍ ଜି ରାମବାବୁ ଏବଂ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ୍ ଷ୍ଟେସନରେ କାର୍ଯ୍ୟରତ ପଏଣ୍ଟସମ୍ୟାନ୍ ଜଗନ୍ନାଥ ରଣାଙ୍କ ସହିତ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଇଶିଙ୍ଗା ଷ୍ଟେସନର ଟ୍ରାକ ମେଣ୍ଟେନର ପ୍ରସନ୍ନ କୁମାର ତ୍ରିପାଠୀ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଧାନମଣ୍ଡଳ ରେଳ ଷ୍ଟେସନର ଟ୍ରାକ ମେଣ୍ଟେନର ମଦନ କୁମାର ସିଂ ସେମାନଙ୍କର କାର୍ଯ୍ୟରତ ସମୟରେ ଚଳନ୍ତା ଟ୍ରେନ ଗୁଡିକର ହଟ ଆକ୍ସିଲ ଚିହ୍ନଟ କରି ଟ୍ରେନ ଚଳାଚଳରେ ସମ୍ଭାବ୍ୟ ଦୁର୍ଘଟଣା ଏଡାଇ ପାରିଥିବାରୁ ସେମାନଙ୍କୁ ମହାପ୍ରବନ୍ଧକ ଶ୍ରୀ ଶର୍ମା ବିଶେଷ ଭାବେ ସମ୍ମାନିତ କରିଛନ୍ତି।

ଏହା ବ୍ୟତୀତ ସମ୍ବଲପୁର କଣ୍ଟ୍ରୋଲରେ କାର୍ଯ୍ୟ କରୁଥିବା ସିନିୟର ସେକ୍ସନ୍ ଇଞ୍ଜିନିୟର ଏସ୍ କେ ମହାପାତ୍ର ହଟ୍ ଆକ୍ସିଲ ରିପୋର୍ଟ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହା ଦ୍ୱାରା ଟ୍ରେନ୍ କୁ ମାର୍ଗରେ ଅଟକରଖାଯାଇ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥିଲା।

ଉପରୋକ୍ତ କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ମନୋଜ ଶର୍ମା କହିଛନ୍ତି ଯେ ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟମେନ, ଓଏଚଇ ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କ୍ୟାଡରଙ୍କ କଠିନ ପରିଶ୍ରମ ଏବଂ ସତର୍କତା, ଯେଉଁମାନେ ନିରାପଦରେ ଟ୍ରେନ ଚଳାଚଳ ପାଇଁ ପୂର୍ବ ତଟ ରେଳପଥରେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଚିତ୍। ସେ ମଧ୍ୟ ରେଳବାଇ କର୍ମଚାରୀଙ୍କୁ ନିବେଦନ କରିଛନ୍ତି ଯେ କାର୍ଯ୍ୟରତ ଥିବା ସମୟରେ ସତର୍କ ରୁହନ୍ତୁ ଯାହା ଦ୍ୱାରା ଯାତ୍ରୀ ଏବଂ ଟ୍ରେନ୍ ନିରାପତ୍ତା ସମ୍ଭବ ହୋଇପାରିବ।

ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏବଂ ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ​

Categories
ଆଜିର ଖବର ରାଜ୍ୟ ଖବର

ଅନୁଗୁଳ-ଝାରସୁଗୁଡା ରୋଡ୍-ସମ୍ବଲପୁର ରେଳ ସେକ୍ସନ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ସମ୍ବଲପୁର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ଅଞ୍ଚଳ ସହିତ ଅନୁଗୁଳ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଜରପଡା ଷ୍ଟେସନ ଠାରୁ ଝାରସୁଗୁଡା ରୋଡ଼ ଷ୍ଟେସନ ମଧ୍ୟରେ ରେଳ ମାର୍ଗ ସହିତ ଅନ୍ୟାନ ଭିତ୍ତିଭୂମି ନିରୀକ୍ଷଣ କରିବା ସହ ସମ୍ବଲପୁରରେ ରେଳ ଅଧିକାରୀଙ୍କ ସହ ଏହି ଅଞ୍ଚଳରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ଏବଂ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଶ୍ରୀ ଶର୍ମା ୱିଣ୍ଡୋ ଟ୍ରେଲିଂ ସହିତ ଜରପଡା ଠାରୁ ଝାରସୁଗୁଡା ରୋଡ୍ ମଧ୍ୟରେ ଥିବା ଦୋହରୀକରଣ କାର୍ଯ୍ୟକୁ ନିରୀକ୍ଷଣ କରି ଏହି ମାର୍ଗରେ ଥିବା ଷ୍ଟେସନ ମାନଙ୍କରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧା ସହିତ ଟ୍ରେନ୍ ଚଳାଚଳ ପାଇଁ ବିଭିନ୍ନ ଟ୍ରାଫିକ୍ ସୁବିଧା କାର୍ଯ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିଥିଲେ।

ମହାପ୍ରବନ୍ଧକ ସରଲା ଠାରେ ନିୟମିତ ମରାମତି ସୁବିଧା ସହିତ ମାଲବାହୀ ଟ୍ରେନ୍ ପରୀକ୍ଷା (ଫ୍ରେଟ ଟ୍ରେନ ଏକ୍ଜାମିନେସନ ଉଇଥ ଆରଓଏଚ ଫାସିଲିଟି) ପାଇଁ ନିର୍ମାଣ ସ୍ଥାନ ଯାଞ୍ଚ କରିଥିଲେ ଓ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟ ସମୀକ୍ଷା କରିଥିବାବେଳେ ସମ୍ବଲପୁରରେ ରେଳ ଅଧିକାରୀଙ୍କ ସହ ନିର୍ମାଣାଧୀନ ରେଳ ପ୍ରକଳ୍ପ ଗୁଡିକର ମଧ୍ୟ ସମୀକ୍ଷା କରିଥିଲେ।  ସମୀକ୍ଷା ବୈଠକରେ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ବିନୀତ ସିଂହଙ୍କ ସହିତ ସମ୍ବଲପୁର ଏବଂ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ଶ୍ରୀ ଶର୍ମାଙ୍କୁ ତାଙ୍କ ଯାଞ୍ଚ ସମୟରେ ସହାୟତା କରିଥିଲେ।

ମହାପ୍ରବନ୍ଧକ ଶ୍ରୀ ଶର୍ମା ରେଳ ଅଧିକାରୀ ମାନଙ୍କୁ ଏହି ଅଞ୍ଚଳରେ ଚାଲୁରହିଥିବା ରେଳ ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏବଂ ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ଭାଗିଦାରୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ନିର୍ମାଣାଧୀନ କାର୍ଯ୍ୟ ଶୀଘ୍ର ସମାପନ ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣକରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଯାତ୍ରୀ ସୁବିଧା ଏବଂ ଟ୍ରେନ୍ ଚଳାଚଳ ସହିତ ସେ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ସହଭାଗୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ଓ ପ୍ରସ୍ତାବିତ ବିକାଶ ମୂଳକ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର ଓ ପୁରୀ ଷ୍ଟେସନ ନିରୀକ୍ଷଣ କରିବା ସହିତ ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିଛନ୍ତି। ଏହା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ମଧ୍ୟ ଏହାରୀ ଶର୍ମା ଯାଞ୍ଚ କରିଛନ୍ତି।

ଶ୍ରୀ ଶର୍ମା ଭୁବନେଶ୍ୱର ଷ୍ଟେସନ ପରିଦର୍ଶନ କରି ଚାଲୁ ରହିଥିବା ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ସମୀକ୍ଷା କରିଥିଲେ। ଭୁବନେଶ୍ୱର ଠାରେ ଅତି ସୁନ୍ଦର ଷ୍ଟେସନ ବିଲଡିଂ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିବାବେଳେ ଅନୁସଙ୍ଗିକ ଯାତ୍ରୀ ସୁବିଧା ଓ ପରିସେବା ସ୍ଥାନ ପାଇବ। ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶର୍ମା ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।

ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍‌ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।

ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି।

ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ।

ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।

ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ଶର୍ମାଙ୍କୁ ସହାୟତା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବ ତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ମନୋଜ ଶର୍ମା

ଭୁବନେଶ୍ବର: 1985 ବ୍ୟାଚ୍ ର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ର ଅଧିକାରୀ ମନୋଜ ଶର୍ମା ମହାପ୍ରବନ୍ଧକ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ଶ୍ରୀ ଶର୍ମା ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (CR) ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ ରେଳବାଇରେ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)/ରତଲାମ, ଉତ୍ତର ରେଳବାଇରେ ମୁଖ୍ୟ ଇଞ୍ଜିନିୟର, ଭାରତର ଜାତୀୟ ରାଜପଥ ପ୍ରାଧିକରଣ (N.H.A.I.), ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର,ଏବଂ ଲଖନଉ ରେ ଅନୁସନ୍ଧାନ ଡିଜାଇନ୍ ଏବଂ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ/ନିର୍ଦ୍ଦେଶକ (R.D.S.O) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଶର୍ମା 1987 ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି। ସେ ରୁରକି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ଆଇ ଆଇ ଟି ଦିଲ୍ଲୀରୁ ଏମ ଟେକ କରିଛନ୍ତି। ପ୍ରୋଜେକ୍ଟ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁଳ ଅଭିଜ୍ଞତା ରହିଛି।  ସେ ବିଭିନ୍ନ ମନ୍ତ୍ରଣାଳୟରେ, ଯେପରିକି RDSO,ଲଖନଉ, NHAI ଇତ୍ୟାଦି ଭଳି ବିଭିନ୍ନ ସରକାରୀ କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିଛନ୍ତି।

ଶ୍ରୀ ଶର୍ମା ଅତ୍ୟନ୍ତ ପ୍ରତିବଦ୍ଧ ଏବଂ ନିଷ୍ଠାପର ଅଧିକାରୀ ଏବଂ ତାଙ୍କର ଭାରତୀୟ ରେଳବାଇର କାର୍ଯ୍ୟ କାରିତା ଉପରେ ଉଜ୍ଜ୍ୱଳ ଜ୍ଞାନ ଏବଂ କାର୍ଯ୍ୟ ଦକ୍ଷତା ରହିଛି, ସକ୍ରିୟ ଆଭିମୁଖ୍ୟ ଏବଂ ସମସ୍ୟା ସମାଧାନ କୌଶଳ ରହିଛି, ସର୍ବଦା ଅତିରିକ୍ତ ଦାୟିତ୍ ବହନ କରିବାରେ ତତ୍ପର ରହିଥାନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶ୍ରୀ ଶର୍ମା ସର୍ବଦା ଭାରତୀୟ ରେଳବାଇର ଲକ୍ଷ୍ୟାଧର୍ଯ୍ୟ ପୂରଣ କରିବାରେ ଚେଷ୍ଟା କରିଥାନ୍ତି।

I.I.T, ଦିଲ୍ଲୀରୁ MTech ବ୍ୟତୀତ, ଶ୍ରୀ ଶର୍ମା ବିଭିନ୍ନ ସରକାରୀ ସଂସ୍ଥାରେ ଏବଂ ମନ୍ତ୍ରଣାଳୟରେ ଭିନ୍ନ ଭିନ୍ନ କ୍ଷମତାରେ କାର୍ଯ୍ୟ କରୁଥିବାବେଳେ ବହୁ ବର୍ଷ ଧରି ସେହି ସବୁ କାର୍ଯ୍ୟ ଶୈଳୀର ଦକ୍ଷତା ଏବଂ ଅଭିଜ୍ଞତା କୁ ଏକାଠି କରିବାରେ ସଫଳ ହେଇଛନ୍ତି।  ଏତଦବ୍ୟତୀତ ଶ୍ରୀ ଶର୍ମା 2011 ମସିହାରେ ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନରୁ ତାଙ୍କର ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପାଠ୍ୟକ୍ରମ ମଧ୍ୟ ସମ୍ପୂର୍ଣ କରିଛନ୍ତି।