Categories
ଆଞ୍ଚଳିକ

ବିଶ୍ୱ ପରିବେଶ ଦିବସ ଅବସରରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ସ୍ଥିତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ୫ ଜୁନ୍‌ ୨୦୨୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରାଣାଙ୍କ ନେତୃତ୍ୱରେ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର କାର୍ଯ୍ୟକର୍ତ୍ତୀ ପୁଷ୍ପମଞ୍ଜରୀ ଦେଇଙ୍କ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ମାନେ ଓ ସ୍ଥାନୀୟ ଗ୍ରାମବାସୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା ଓ ସଜାଗତା ବୃଦ୍ଧି ପାଇଁ ବିଦ୍ୟାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ପ୍ରଂଶସା କରାଯାଇଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇଛି ବୋଲି ଅନେକ ଅଭିଭାବକ ଏବଂ ସଦସ୍ୟମାନେ ମତ ପ୍ରକାଶ କରିଛନ୍ତି।

ବିଦ୍ୟାଳୟ ରେ ଗ୍ରୀଷ୍ମ ଛୁଟି ଚାଲିଥିବା ହେତୁ ପୂର୍ବାହ୍ନରେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏହା ପରେ ସରକାର ଙ୍କ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ୟୁଟୁବ ମାଧ୍ୟମରେ ରେ ଜୀବନ ଶୈଳୀ ଉପରେ ପରିବେଶ ର ପ୍ରଭାବ ସମ୍ପର୍କ ରେ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କୁ ପିଲାମାନେ ଓ ଅଭିଭାବକ ମାନେ ୟୁଟୁବ ମାଧ୍ୟମରେ ରେ ଦେଖିଥିଲେ। ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଲିଙ୍କ କୁ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଅଭିଭାବକ ମାନଙ୍କୁ ପଠାଇଥିଲେ। ଏହା ପରେ ଅପରାହ୍ନ ରେ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଉଦଣ୍ଡ ଠାକୁରଙ୍କ କଣ୍ଟାଗଡା ନୀତି ସମ୍ପନ୍ନ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ବାଲୁଙ୍କେଶ୍ୱର ମହାଦେବଙ୍କର ଗତ ମାସ ୩୦ ତାରିଖରେ ଉଦଣ୍ଡ ପାଣି ତୋଳା ହୋଇଥିଲା। ଚଳିତ ବର୍ଷ ୯ ଦିନ ପାଇଁ ପାଣି ତୋଳା ହୋଇଥିଲା। ତେବେ ଆଜି ବାଲୁଙ୍କେଶ୍ୱର ଦେବଙ୍କ କାମନା ମନ୍ଦିର ଠାରେ ମେରୁ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି।

ମେରୁ ଦିବସରେ ଭଗତା ଓ ଭକ୍ତମାନେ ବିଛା ଯାଇଥିବା କଣ୍ଟା ଉପରେ ଶୋଇ ଗଡି ଗଡି ଏକ ପାର୍ଶ୍ୱ ରୁ ଅନ୍ୟ ପାର୍ଶ୍ୱ କୁ ଯାଇ ନିଜର ଭକ୍ତିର ପରୀକ୍ଷା ଦେଇଥିଲେ। ଏହି କଣ୍ଟାଗଡା ନୀତି ଦେଖିବା ପାଇଁ ଶହ ଶହ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା। ଗୁରୁବାର ଦିନ ସକାଳେ ଝାମୁ ଚଲା ନୀତି ସମ୍ପନ୍ନ ହେବ ବୋଲି ଗ୍ରାମବାସୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଡାକ୍ତରଙ୍କ ଅବହେଳାରେ ରୋଗୀ ମୃତ୍ୟୁ ଅଭିଯୋଗ: ମେଡିକାଲ ଘେରିଲେ ଉତକ୍ଷିପ୍ତ ଗ୍ରାମବାସୀ

ରଣପୁର: ପୁଣି ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ପାଇଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ମୃତ୍ୟୁକୁ ନେଇ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବା ଦେଖା ଦେଇଥିଲା। ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଶତାଧିକ ଗ୍ରାମବାସୀ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କ୍ଷତି ପୁରଣ ଦାବି କରି ଆଉଟ ଡୋର ସମ୍ମୁଖରେ ଶତାଧିକ ଗ୍ରାମବାସୀ ମେଡିକାଲକୁ ଘେରି ରହିଥିଲେ। ଫଳରେ ଆଉଟ ଡୋରରେ ରୋଗୀ ଚିକିତ୍ସା ବନ୍ଦ ରହିଥିଲା। ମୃତ ଯୁବକ ଜଣଙ୍କ ହେଉଛନ୍ତି ରଣପୁର ବ୍ଲକ କନ୍ଧ ନୟାଗଡ଼ ଗ୍ରାମର ସୋମନାଥ ପଲେଇ।

ମଙ୍ଗଳବାର ସକାଳୁ ଯୁବକ ଜଣକର ପେଟରେ ଯନ୍ତ୍ରଣା ହେବାରୁ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ପାଇଁ ଆସିଥିବା ବେଳେ କାର୍ଯ୍ୟରତ ଡାକ୍ତର ବି.ବି. ବଳବନ୍ତରାୟ ତାଙ୍କୁ ୩ ରୁ ୪ ଟି ଇଞ୍ଜେକ୍ସନ ଦେଇଥିଲେ। ସେହି ସମୟରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଚାନ୍ଦପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ଚାନ୍ଦପୁର ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ଚାଇଲଡ଼ି ଟ୍ରାକିଙ୍ଗ ସର୍ଭେ କାର୍ଯ୍ୟ ପରିଦର୍ଶନ କଲେ ଯୁଗ୍ମ ନିର୍ଦ୍ଦେଶିକା

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାଲିଥିବା ଚାଇଲଡ଼ି ଟ୍ରାକିଙ୍ଗ ସର୍ଭେ (CTS) କାର୍ଯ୍ୟର ବ୍ୟବସ୍ଥାପନା ଓ ପ୍ରଗତିକୁ ନିଜେ ଘୁରି ଦେଖିଲେ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶିକା ରାଜଶ୍ରୀ ପଟ୍ଟନାୟକ। ଏହି ପରିଦର୍ଶନ ସମୟରେ ନୟାଗଡ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ଓ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମଧ୍ୟ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରେ ହେଉଥିବା ସର୍ଭେ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ।

ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ଏହି ବିଷୟରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସହିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ସେମାନେ ଏହି କାର୍ଯ୍ୟକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଂପର୍କିତ ଉଦ୍ୟମ ବୋଲି ବିବେଚନା କରି ସମ୍ପୂର୍ଣ୍ଣ ସହଯୋଗ ଦେବା ପ୍ରତିଶ୍ରୁତି ଦେଇଛନ୍ତି।

ସର୍ଭେ ମାଧ୍ୟମରେ ବିଦ୍ୟାଳୟରୁ ବିଚ୍ଛିନ୍ନ ହୋଇଥିବା ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ପୁଣି ପାଠପଢ଼ି ଆଣିବା ପାଇଁ ପ୍ରୟାସ ଚାଲିଛି। ଏହି କାର୍ଯ୍ୟରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିୟୋଜିତ ହୋଇଛନ୍ତି। ସେମାନେ ଘରକୁ ଘରକୁ ବୁଲି ତଥ୍ୟ ସଂଗ୍ରହ କରି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସର୍ଭେ କରୁଛନ୍ତି।

Categories
ଆଞ୍ଚଳିକ

ରଣପୁର ବ୍ଲକର ଆଦିତ୍ୟ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପର, ମୋଟ ୯ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ

ରଣପୁର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପ୍ରକାଶିତ ୨୦୨୫ ମାଟ୍ରିକ ପରୀକ୍ଷା ଫଳାଫଳରେ ରଣପୁର ବ୍ଲକର ବିଜ୍ଞାପିତ ପରିଷଦ ହରଚଣ୍ଡୀ ସାହି ର ମେଧାବୀ ଛାତ୍ର ଆଦିତ୍ୟ ପ୍ରସାଦ ପତି ୫୬୦ ନମ୍ବର ରଖି ରଣପୁର ବ୍ଲକ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ତାଙ୍କ ଦୃଢ଼ ପ୍ରତିବଦ୍ଧତା, କଠିନ ପରିଶ୍ରମ ଏବଂ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ସହଯୋଗ ଦ୍ୱାରା ଏହି ସଫଳତା ଅର୍ଜନ କରିପାରିଛନ୍ତି।

ଏହି ବର୍ଷ ରଣପୁର ବ୍ଲକରୁ ମୋଟ ୯ ଜଣ ଛାତ୍ରଛାତ୍ରୀ ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ବିଷ୍ନୁପ୍ରିୟା ସାହୁ ୫୫୮ ନମ୍ବର ଓ ଆୟୁଷ୍ମାନ ସାହୁ ୫୪୭ ନମ୍ବର, ଗୋପାଳପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଶୁଭସ୍ମିତା ବରାଡ଼ ୫୫୦ ନମ୍ବର ଓ ବିଶ୍ୱଜିତ ସାହୁ ୫୪୭ ନମ୍ବର, ବ୍ରଜରାଜପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରୁଦ୍ର ପ୍ରତାପ ମହାପାତ୍ର ୫୪୪ ନମ୍ବର, ଅଡାଲ ଶଙ୍କର୍ଷଣ ବିଦ୍ୟାପୀଠ ର ସ୍ନେହଲତା ମୁଦୁଲି ୫୪୫ ନମ୍ବର ଓ ଶୁଭମ ବରାଡ଼ ୫୪୦ ନମ୍ବର, ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଶ୍ୱିନ ପ୍ରିୟ ଦର୍ଶିନୀ ୫୪୧ ନମ୍ବରରଖି ଏ-୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଏହି ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଭବିଷ୍ୟତରେ ଆଉ ଭଲ କରିବାକୁ ଉତ୍ସାହିତ କରିଛନ୍ତି।

ଏହି ଅବସରରେ ଆଦିତ୍ୟଙ୍କ ଅଭିଭାବକ ତାଙ୍କ ସନ୍ତାନଙ୍କ ସଫଳତା ଉପରେ ଗର୍ବିତ ଓ ଆନନ୍ଦିତ ଅନୁଭବ କରୁଛନ୍ତି। ଗ୍ରାମବାସୀ ମଧ୍ୟ ଏହି ସଫଳତାକୁ ଉତ୍ସବ ଭାବରେ ଅନୁଭବ କରୁଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ ସମ୍ପୂର୍ଣ୍ଣ ଶିକ୍ଷା ପରିବାର ଏହି ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୃଷ୍ଣପୁରରେ ସାତ କୋଠି ଦଣ୍ଡ ଠାକୁର ମେଳନ

ରଣପୁର: ପବିତ୍ର ଶ୍ରୀରାମ ନବମୀ ତିଥିରେ ରଣପୁର ବ୍ଲକ କୃଷ୍ଣପୁରରେ ସାତ କୋଠି ଦଣ୍ଡ ଠାକୁରଙ୍କ ମେଳନ ହୋଇଥିଲା। ଏହି ମେଳନ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ଏହି ସାତ କୋଠି ଠାକୁର ହେଲେ ଭୋବରା କମଳେଶ୍ୱର ଦେବ, ମଧୁପୁର କମଳେଶ୍ୱର ଦେବ, ବାସୁଦିଆ କମଳେଶ୍ୱର ଦେବ, ନନ୍ଦପୁର କମଳେଶ୍ୱର ଦେବ, କଣ୍ଡରାସିଂହ ନୀଳକଣ୍ଠେଶ୍ୱର ଦେବ, ମହତପଲ୍ଲା ନୀଳକଣ୍ଠେଶ୍ୱର ଦେବ ଓ ବରମୂଳ ନୀଳକଣ୍ଠେଶ୍ୱର ଦେବ ଠାକୁର। ଆଖ ପାଖ ଅଂଚଳରୁ ଆସିଥିବା ହଜାର ହଜାର ଶୈବ୍ୟ ଭକ୍ତଙ୍କ ଉପସ୍ଥିତ ଦଣ୍ଡ ଠାକୁର ମେଳନ ପୂଜା ସମାପନ ହୋଇଥିଲା।

Categories
ଆଞ୍ଚଳିକ

ଚାରିଅଟ ପବ୍ଲିକ ସ୍କୁଲର ୮ମ ବାର୍ଷିକ ଉତ୍ସବ ଉତ୍ସାହମୟ ପରିବେଶରେ ପାଳିତ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କାକଲମା ଅଞ୍ଚଳରେ ଅବସ୍ଥିତ ଚାରିଅଟ ପବ୍ଲିକ ସ୍କୁଲର ୮ମ ବାର୍ଷିକ ଉତ୍ସବ ଉତ୍ସାହ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇ ଯାଇଛି। ଏହି ଉତ୍ସବରେ ବିଭିନ୍ନ ଗରିମାମୟ ବ୍ୟକ୍ତିତ୍ୱମାନେ ଉପସ୍ଥିତ ରହି ବିଦ୍ୟାଳୟର ଅଭିବୃଦ୍ଧି ଓ ଶିକ୍ଷାର ଉନ୍ନତି ବିଷୟରେ ଅନୁପ୍ରେରଣାମୂଳକ କଥା କହିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ, ଯେଉଁମାନେ ଶିକ୍ଷାର ଗୁରୁତ୍ୱ ଓ ଶିକ୍ଷକମାନଙ୍କ ଭୂମିକା ବିଷୟରେ ଉପସ୍ଥିତ ମାନଙ୍କୁ ଉଦ୍ବୋଧନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀ ଦେଇ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଦର୍ପନାରାୟଣପୁର ଏବଂ ଖତିଆ ସରପଞ୍ଚମାନେ, ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ପାତ୍ର, ସାଧନ କେନ୍ଦ୍ରର ଅଧିକାରୀ ଅଶୋକ କୁମାର ସାମନ୍ତରାୟ, ଟ୍ରଷ୍ଟ ଅଧ୍ୟକ୍ଷା ସୁପ୍ରଭା ପ୍ରଧାନ, ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପ୍ରଧାନ, ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାତ କୁମାର ପ୍ରଧାନ, ଏବଂ କାକଲମା ବିଦ୍ୟାଳୟର ଅଧ୍ୟକ୍ଷା ସରୋଜିନୀ ପରିଡା ଉପସ୍ଥିତ ଥିଲେ।

ଉତ୍ସବର ଆରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପୂଜାଅର୍ଚ୍ଚନା ସହିତ ହୋଇଥିଲା। ଅତିଥିମାନେ ଜଗନ୍ନାଥଙ୍କ ନିକଟରେ ଧୂପ, ଦୀପ ଏବଂ ପୁଷ୍ପ ଅର୍ପଣ କରି ଉତ୍ସବର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ବିଦ୍ୟାଳୟର ସଫଳତା ବିଷୟରେ ଅଭିମତ ଯୋଗାଇଥିଲେ। ଏହି ଉତ୍ସବର ମୂଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ନୃତ୍ୟ, ସଙ୍ଗୀତ, ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ଆନନ୍ଦ ଓ ଉତ୍ସାହରେ ଭରିଦେଇଥିଲା।

ଅନ୍ତେ, ଏହି ବାର୍ଷିକ ଉତ୍ସବରେ ଅନେକ ପ୍ରଶଂସାନୀୟ କାର୍ଯ୍ୟକ୍ରମ ଉପସ୍ଥିତ ମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଏବଂ ବିଦ୍ୟାଳୟର ଏହି ଅଗ୍ରଗତି ଅଗାମୀ ଦିନରେ ଆହୁରି ଉନ୍ନତି କରିବାକୁ ଅତିଥିମାନେ ଆଶା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଣିତ-ବିଜ୍ଞାନ ପ୍ରଦର୍ଶନୀ, ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକର ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଗଣିତ-ବିଜ୍ଞାନ ପ୍ରଦର୍ଶନୀ ମେଳା, ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଓ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶିକ୍ଷବିତ ଲକ୍ଷ୍ମୀଧର ସାହୁ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଏହି ଅବସରରେ, ଗଣିତ-ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ନିଜର କୌଶଳ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଚତୁର୍ଥ ଶ୍ରେଣୀର ସୋମ୍ୟ ରଞ୍ଜନ ରଣା ପ୍ରଥମ ସ୍ଥାନ, ପଞ୍ଚମ ଶ୍ରେଣୀର ସ୍ୱୟଂଶ୍ରୀ ରାଣସିଂହ ଦ୍ୱିତୀୟ ସ୍ଥାନ ଓ ଦ୍ଵିତୀୟ ଶ୍ରେଣୀର ଆୟୁଷ୍ମାନ ତ୍ରିପାଠୀ ତୃତୀୟ ସ୍ଥାନ ଅଧିକୃତ କରିଥିଲେ।

ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ କାର୍ଯ୍ୟକ୍ରମ ସଫଳ କରିବାରେ ଅହମ୍ ଭୂମିକା ନିବାହନ କରିଥିଲେ।

ଏହି ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ପରିଚାଳନା ସଦସ୍ୟସଦସ୍ୟା, ଅଭିଭାବକ ଓ ଗ୍ରାମବାସୀମାନେ ଉତ୍ସାହର ସହ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ -୨୦୨୫

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁନାଖଳା ସ୍ଥିତ କୋଟଗଡ଼ ଅନନ୍ତ ଆଶ୍ରମ ଠାରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନୀଜୀବୀ ତଥା ପୁରୀ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନୀଜୀବୀ ଗିରିଜାକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ସୁରେଶ କୁମାର ସ୍ବାଇଁ, ସମାଜସେବୀ ବ୍ରଜ ସୁବୁଦ୍ଧି, ବାସୁଦେବ ସାହୁ, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ଯୁବନେତା ତ୍ରିନାଥ ବିଶ୍ୱାଳ, ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସଂଗଠନର ସାଧାରଣ ସମ୍ପାଦିକା ସୁଚିତ୍ରା ବେହେରା, ରାଜସୁନାଖଳା ସମିତିସଭ୍ୟ ତପନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।  ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଅଞ୍ଚଳ ତଥା ରାଜ୍ୟର ବିକାଶରେ ଯୁବସମାଜର ଭୂମିକା। ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅ। ଏହି ଫାଉଣ୍ଡେସନ ବର୍ତ୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି।

୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅଛି। ଏବେ ଏହି ସଂଗଠନ ଭୁବନେଶ୍ୱରରେ କେବଳ ଓଡିଶାରେ ସୀମିତ ହୋଇ ନାହିଁ, ତାହା ଦେଶ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରଣପୁର ନନ୍ଦପୁର କେଳା କେଳୁଣୀ କଳାର ନିଖୁଣ ଅଭିନୟ ଅଜୟ ଦାସ ଓ ତାଙ୍କ ଗ୍ରୁପ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ କଳା ପ୍ରଦର୍ଶନ କରିଥିଲେ। ଏଥିରେ ବିଭିନ୍ନ ବୁଦ୍ଧିଜୀବି, ସାମାଜିକ କର୍ମୀ, ସାମ୍ବାଦିକ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି, କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ ଫାଉଣ୍ଡେସନର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ରଣପୁର: ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉତ୍ସାହପୂର୍ଣ୍ଣ ଭାବରେ ପାଳିତ ହୋଇଯାଇଛି।  ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାର ସମ୍ମାନରେ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯାହାର ମାଧ୍ୟମରେ ସେମାନେ ନିଜ ଭାଷାର ସଂସ୍କୃତିକ ଧାରାବାହିକତାକୁ ପ୍ରଦର୍ଶନ କରିଥିଲେ।

ଶିକ୍ଷକମାନେ ମାତୃଭାଷାର ଗୁରୁତ୍ୱ ବିଷୟରେ ଉପସ୍ଥିତ ମଣ୍ଡଳୀକୁ ଉଦବୋଧନ କରି ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷାର ସୁରକ୍ଷା ଓ ସମ୍ବର୍ଦ୍ଧନ ପାଇଁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ନରସିଂହପୁର କ୍ଲଷ୍ଟର, ଖଇରପଲ୍ଲୀ କ୍ଲଷ୍ଟର, ଗୌରାଙ୍ଗପୁର କ୍ଲଷ୍ଟର, ରଣପୁର କ୍ଲଷ୍ଟର, କାଶନ୍ଦା କ୍ଲଷ୍ଟର ସମେତ ରଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇ ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ଯୋଗ ଦେଲେ ନୂତନ ଶିକ୍ଷା ଅଧିକାରୀ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ପିଣ୍ଟୁ କୁମାର ପ୍ରଧାନ ନୂତନ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକକୁ ବଦଳି ହୋଇଥିବା ଜଣାପଡିଛି।

ରଣପୁର ବ୍ଲକରେ ଯୋଗ ଦେଇଥିବା ନୂତନ ବ୍ଲକ ଶିକ୍ଷା ଅଧିକାରୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆଜି ଶିକ୍ଷକ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମୟରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ନୂତନ ପେନସନ ଶିକ୍ଷକ ସଙ୍ଘ ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ ସଂଯୋଜକ ସୁଶୀଲ କୁମାର ରଣା, ରଣପୁର ସର୍କଲ ସଭାପତି ଅଜୟ କୁମାର ସାହୁ, କୋଷାଧ୍ୟକ୍ଷ ପବିତ୍ର ମୋହନ ସାମନ୍ତରାୟ, ରମାକାନ୍ତ ସାହୁ, ଅଶୋକ କୁମାର ବେହେରା, ରାମଚନ୍ଦ୍ର ବେହେରାଙ୍କ ସହିତ ସମସ୍ତ ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ।

ସେହିପରି ବ୍ଲକର ସାଧନ କେନ୍ଦ୍ର ସଂଯୋଜକ ସଙ୍ଘ ଦ୍ୱାରା ମଧ୍ୟ ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ଜଣାଯାଇଛି। ବ୍ଲକରେ କାର୍ଯ୍ୟ କରୁଥିବା ପ୍ରଥମ ଓଡିଶା ଫାଉଣ୍ଡେସନର କର୍ମକର୍ତ୍ତାମାନେ ନୂତନ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ଜଣାଇଛନ୍ତି। ନୂତନ ଶିକ୍ଷା ଅଧିକାରୀ ସମସ୍ତ ପ୍ରକାର ସୁବିଧା ଅସୁବିଧା ସିଧା ସଳଖ ତାଙ୍କୁ ଜଣାଇବା ପାଇଁ ମତ ଦେଇଛନ୍ତି। ଶିକ୍ଷକଶିକ୍ଷୟତ୍ରୀମାନେ ନିଜର କର୍ତ୍ତବ୍ୟ ମଧ୍ୟ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ କହିଛନ୍ତି।

Categories
ଆଞ୍ଚଳିକ

ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକର ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇ ଉଦଯାପିତ ଯାଇଛି। ଏହାର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ରାଇପଡା ସରପଞ୍ଚ ବାସନ୍ତୀ ଦେଇ, ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ବିଦ୍ୟାଳୟ ପଞ୍ଚ ସଖା ସେତୁର ଉପସଭାପତି ପ୍ରଫୁଲ କୁମାର ଦାଶ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାମନ୍ତରାୟ, ପ୍ରଥମ ଓଡିଶା ଫାଉଣ୍ଡେସନର କାଞ୍ଚନ ଲେଙ୍କା, ଶକୁନ୍ତଳା ମାହଲ, ଶର୍ମିଲା ସାମଲ, ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକର ସମସ୍ତ କ୍ଲଷ୍ଟରର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ଏହାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶାର ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ନୟାଗଡ ଜିଲ୍ଲା ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର, ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀଣୀ ଲକ୍ଷ୍ମୀ ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ଅବସର ପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାକର ସାମନ୍ତରାୟ, କେରଣ୍ଡାଟାଙ୍ଗୀ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ଶିକ୍ଷଣ ସାମଗ୍ରୀ ଅତ୍ୟନ୍ତ ସୁନ୍ଦର ଓ ଉନ୍ନତମାନର ଥିଲା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ବହି, ପେନସିଲ, ସ୍କେଲ, ରବର, ଖାତା ଆଦି ପୁରସ୍କାର ପ୍ରଦାନ କରାଯାଇଥିଲା। ବ୍ଲକର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟି ସଭାପତି, ସଦସ୍ୟ ସଦସ୍ୟା ଓ ଅର୍ଜୁନପୁର ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ବ୍ଲକରେ ବିକଶିତ ଗାଁ ବିକଶିତ ଓଡିଶାର ଶୁଭାରମ୍ଭ

ରଣପୁର: ରାଜ୍ୟ ସରକାର ଙ୍କ ପଞ୍ଚାୟତରାଜ ବିଭାଗ ଅଧୀନରେ ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡିଶା କୁ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭରଚୁଆଲ ଜରିଆରେ ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ରଣପୁର ବ୍ଲକ ପରିସର ମଧ୍ୟରେ ବିଡ଼ିଓ ମନୋଜ କୁମାର ନାୟକ ଙ୍କ ଦ୍ୱାରା ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ଅଧକ୍ଷା ନିର୍ମଳା ବେହେରା ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁରଜୋନ ଜିଲ୍ଲାପରିଷଦ ରାଜନୀରାଣୀ ପଟ୍ଟନାୟକ, ଗୋପାଳପୁର ଜୋନ ଜିଲ୍ଲାପରିଷଦ ଲକ୍ଷ୍ମୀପ୍ରିୟା ତରେଇ ଓ ପରେଶ ଚନ୍ଦ୍ର ମିଶ୍ରଙ୍କ ସହ ସମସ୍ତ ସରପଞ୍ଚ, ସମିତିସଭ୍ୟ, ସମସ୍ତ କର୍ମଚାରୀ ଓ ମିଶନଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ।

ଏହି ଯୋଜନା ରେ ମୋୖଳିକ ଭିତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହେବ। ଅନୁର୍ଣ୍ଣତା ଜନଜାତି ବସବାସ କରୁଥିବା ଅଞ୍ଚଳ ରେ ଅଭ୍ୟନ୍ତରିଣ ଓ ଅନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀ ର ବିକାଶ ଓ ଉର୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତିଭୂମି ସମ୍ପ୍ରସାରଣ, ନୂତନ ଅଭିନବ ଜନମଙ୍ଗଳକlରି ବହୁମୁଖୀ ପ୍ରକଳ୍ପ ର ନିର୍ମାଣ ସହ ପଞ୍ଚାୟତ ଗୁଡିକରେ ପାନୀୟଜଳ ର ବ୍ୟବସ୍ଥା ପାଇଁ ଏହି ଯୋଜନା ସହାୟକ ହେବବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଭରଚୁଆଲ ଜରିଆରେ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖଣ୍ଡିସି ବ୍ରିଜ ନିକଟରେ ବଡ଼ ଦୁର୍ଘଟଣା: ଓଲଟିଲା ବସ, ଚାଲିଗଲା ଜୀବନ

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ଖଣ୍ଡିସି ଛକ ନିକଟରେ ଥିବା ବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ନୟାଗଡ଼ରୁ ଓଡି-୦୨-ଏ.ଏଫ.-୪୮୪୯ ନମ୍ବର ବିଶିଷ୍ଟ ଇଣ୍ଡିଆନ ନାମକ ଘରୋଇ ଯାତ୍ରିବାହୀ ବସଟି ଭରସାମ୍ୟ ହରାଇ ବ୍ରିଜରେ ଧକ୍କାଦେଇ ତଳକୁ ଖସି ପଡିଥିଲା। ସେହି ବସରେ ୪୦ରୁ ଅଧିକ ଯାତ୍ରୀ ନୟାଗଡ଼ ଗୁଣ୍ଠୁଣିରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା।

ବ୍ରିଜଟି ଅଣ-ଓସାରିଆ ଓ ମୋଡ଼ଣି ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହେଉଛି। ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ବ୍ରିଜଟିକୁ ଓସାରିଆ କରିବା ପାଇଁ ଦାବି ହେଉଛି।

ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ, ରଣପୁର ପୋଲିସ, ରଣପୁର ଦମକଳ ବାହିନୀ ଓ ଟାଙ୍ଗୀ ଦମକଳ ବାହିନୀର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଏଥିରେ ଜଣ ଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଦୁର୍ଘଟଣାର କାରଣ ସମ୍ବନ୍ଧରେ ପୋଲିସ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର ଏବଂ ରନ୍ଧନ ପ୍ରତିଯୋଗିତା

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଏବଂ ସହାୟିକା ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ରଣପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ଓ ଆଦିତ୍ୟ ରଞ୍ଜନ ମହାନ୍ତି ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଶିକ୍ଷକ କୈଳାଚନ୍ଦ୍ର ମାଝୀ, ରାମଚନ୍ଦ୍ର ବେହେରା, ଅଶୋକ କୁମାର ସାମନ୍ତରାୟ ଓ ସଞ୍ଜୟ କୁମାର ବରାଡ଼ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ପାଚିକା ଏବଂ ସହାୟିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଶେଷରେ ପାଚିକା ମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାପାଚିକା ଏବଂ ସହାୟିକାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଫୁୁଡ କମିଶନ ବିଭାଗର ରଣପୁର ପରିଦର୍ଶନ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ରାଜ୍ୟ ଫୁୁଡ କମିଶନ ବିଭାଗ ପରିଦର୍ଶନ କରିଥିବା ଜଣାପଡିଛି। ରାଜ୍ୟ ଫୁୁଡ କମିଶନ ବିଭାଗର ସଦସ୍ୟ ପ୍ରିୟବ୍ରତ ସାମାନ୍ତରାୟ, ଜୁନିଅର ଏକଜୁଟିଭ୍ ଆସୁଷ୍ଟାଂଟ ପ୍ରଭାସ କୁମାର ନାୟକ ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଲୋଧାଚୁଆ ପଚାୟତ, ପାଟବେରେଣା ପ୍ରାଥମିକ ବିଦ୍ୟାଳୟ, ପାଟବେରେଣା ଅଙ୍ଗନବାଡି କେନ୍ଦ୍ର, କୋଇଲମା ଅଙ୍ଗନବାଡି କେନ୍ଦ୍ର, କୋଟଗଡ ଆଶ୍ରମ ବିଦ୍ୟାଳୟ, ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୋଧାଚୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଣପୁର ଛତୁଆ ପ୍ରସ୍ତୁତି କେନ୍ଦ୍ର ସହ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ।

ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ସମୟରେ ଖାଦ୍ୟ ପ୍ରସ୍ତୁତି, ଖାଦ୍ୟର ମାନ, କାଗଜପତ୍ର ଯାଂଚ କରିବା ସହ ପାଚକପାଚିକାମାନଙ୍କୁ ନିୟମିତ ଆପ୍ରନ, ଟୋପି ପିନ୍ଧିବା ପାଇଁ ପରାମର୍ଶ ଦେଇଥିଲେ। ପଚାୟତ ଅଫିସ ପରିଦର୍ଶନ ସମୟରେ ଚାଉଳ ବସ୍ତାକୁ ଓଜନ କରି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଡିଓ ସୁଧୀର ନାୟକ, ନୟାଗଡ ଜିଲ୍ଲା ସହକାରୀ ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ, ରଣପୁର ବ୍ଲକ ଶିକ୍ଷା ଅଧିକାରୀଣୀ ବନଲତା ବେହେରା, ଜିଲ୍ଲା ମଧ୍ୟାହ୍ନ ଭୋଜନ ସଂଯୋଜକ ମନୋଜ କୁମାର ସାହୁ, ସିଡିପିଓ ଗୀତାଞ୍ଜଳୀ ଦଲାଲ, ମଙ୍ଗଳ ସଂପ୍ରସାରଣ ଅଧିକାରୀଣୀ ଶୁଭଶ୍ରୀ ଶୁଭସ୍ମିତା, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚାନ୍ଦପୁରରେ ବ୍ୟାପୁଛି ଜଣ୍ଡିସ: ଜଣେ ମୃତ, ୩୫ରୁ ଅଧିକ ଆକ୍ରାନ୍ତ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ପଞ୍ଚାୟତ ଜେମାଦେଇପୁର ଗ୍ରାମରେ ଜଣ୍ଡିସ୍ ବ୍ୟାପିଛି। ଫଳରେ,ଏହି ଗ୍ରାମର ପୁଷ୍ପା ସାହୁ (୨୪) ଙ୍କ କଟକର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଜଣ୍ଡିସ୍‌ରେ ୩୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଦଳ ଗ୍ରାମରେ ପହଞ୍ଚି ପାନୀୟ ଜଳ ନମୂନା ସଂଗ୍ରହ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହାସହ ଚାନ୍ଦପୁର ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ‌ତା ସୃଷ୍ଟି କରାଯାଇଛି। ପାନୀୟଜଳରୁ ଏହି ରୋଗ ସଂକ୍ରମିତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ପୁଷ୍ପା ନିଳିମା ଲାକ୍ରାଙ୍କ ସମେତ ମାଇକ୍ରୋ ବାୟୋଲୋଜିଷ୍ଟ, ଲାବ୍‌ ଟେକ୍ନିସିଆନ ପ୍ରମୁଖ ସ୍ଵାସ୍ଥ୍ୟ ବିଭାଗ ଟିମ୍‌ରେ ସାମିଲ ଥିଲେ। ସ୍ଥାନୀୟ ଆଶାକର୍ମୀ,ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ। ଚାନ୍ଦପୁର ଅଞ୍ଚଳରେ ବିଶୁଦ୍ଧ ପାନୀୟଜଳ ମିଳୁ ନଥିବାରୁ ଦୂଷିତ ଜଳ ବ୍ୟବ‌ହାର କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୮ରେ ରଣପୁର ବ୍ଲକ ଅଡିସନ

ରଣପୁର: ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ ଆସନ୍ତା ୮ ତାରିଖ ରବିବାର ଦିନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ, ରଣପୁର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଏକାଡେମୀ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।

ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରା ସଭାପତି ଡ. ବିଜୟ କୁମାର ଚୌଧୁରୀ, ସହ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ,ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ତଥା ଗୀତିକାର ବିରଞ୍ଚି ନାରାୟଣ ତ୍ରିପାଠୀ, ଏକାଡେମୀ ନିର୍ଦ୍ଦେଶକ ତଥା ଶିକ୍ଷାବିତ୍ ଗଦାଧର ବେଉରା, ଶିକ୍ଷାବିତ୍ ସୁଶୀଲ କୁମାର ରଣା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ରବିବାର ପୂର୍ବାହ୍ନ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ। ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ପ୍ରତିଯୋଗୀ ମାନେ ସକାଳ ସାଢେ଼ ୯ଟାରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାମ ପଞ୍ଜିକରଣ କରିବେ।

ସଙ୍ଗୀତଧାରା ନିଷ୍ପତ୍ତି ଅନୁଯାୟୀ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଯଥାକ୍ରମେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପାଚିକା ସହାୟିକାଙ୍କ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଘେରାଉ: ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଦାବୀ

ନୟାଗଡ/ରଣପୁର: CITU ନେତୃତ୍ଵରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରଣପୁର ବ୍ଳକ କମିଟି ତରଫରୁ ୧୪ ଦଫା ଦାବୀରେ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଥିଲା।

ଦିନ ୧୨ ଘଟିକା ସମୟରେ ପଞ୍ଚୁଦୋଳ ପଡିଆ ସହିଦ୍ ରଘୁ-ଦିବାକର ମଣ୍ଡପ ଠାରୁ ପାଚିକା ମାନଙ୍କର ଏକ ଶୋଭାଯାତ୍ରା ବାହାରି ରଣପୁର ବଜାର ପରିକ୍ରମା କରି ରଣପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକାଙ୍କ ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା। ବ୍ଳକ ସଭାପତି ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନିତୀକୁ ତୀବ୍ର ସମାଲୋଚନା କରିଥିଲେ।

ଦୀର୍ଘ ୨୯ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ତଳ ସ୍ତରରେ କାର୍ଯ୍ୟ କରୁଥିବା ପାଚିକା ଓ ସହାୟିକାଙ୍କ ସାମଗ୍ରିକ ସମସ୍ୟା ପାଇଁ ସରକାରଙ୍କ ନୀତି ଦାୟୀ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ରଣପୁର ଅଞ୍ଚଳର ସମସ୍ତ ସ୍କୁଲ କୁ LPG ଗ୍ୟାସ ସଂଯୋଗ, ପରିଚୟ ପତ୍ର ପ୍ରଦାନ, ପାନୀୟ ଜଳ ଯୋଗାଣ, ରୋଷ ଶାଳା ନିର୍ମାଣ ଓ ୨୦୨୪ ସାଧାରଣ ନିର୍ବାଚନରେ କାର୍ଯ୍ୟରତ ପାଚିକାଙ୍କୁ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ ପାଇଁ ସଂଗଠନ ତରଫରୁ ଦାବୀ କରିଥିଲେ।

ପାଚିକା ଙ୍କୁ ତାମିଲ୍ ନାଡୁ ସରକାରଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଭଳି ଓ କେରଳ ସରକାରଙ୍କ ଶ୍ରମିକ ମାନ୍ୟତା ଓ ମାସିକ ସର୍ବନିମ୍ନ ଦରମା ଭଳି ରାଜ୍ୟର ଡବଲ ଇଞ୍ଜିନି ମୋହନ ସରକାର ଯୋଗାଇ ଦେବାକୁ ଦାବୀ କରିଥିଲେ। ସେହିଭଳି ମାସିକ ପେନସନ ଦଶ ହଜାର ଟଙ୍କା, ଅବସର ଓ ମୃତ୍ୟୁ କାଳୀନ ସହାୟତା ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ମଧ୍ୟ ଦାବୀ କରିଥିଲେ।

ପରିଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଏ. ବି. ଓ. ରସାନନ୍ଦ ସାହୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେବା ସହ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଅଡିବସି ଥିଲେ। ଗ୍ୟାସ ସଂଯୋଗ ଓ ପରିଚୟ ପତ୍ର ପ୍ରଦାନ ଆସନ୍ତା ନଭେମ୍ବର ମାସ ସୁଦ୍ଧା ଦେବା ପାଇଁ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେବା ସହ ରୋଷେଇ ସାଳା ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଏହି ଆନ୍ଦୋଳନରେ ସିଟୁର ରାଜ୍ୟ ନେତା ପୂର୍ଣ୍ଣ ଚନ୍ଦ୍ର ପାଢି ଓ ସୁରେଶ ସ୍ଵାଇଁ, ଜିଲ୍ଲା ନେତା ସଞ୍ଜୁକ୍ତା ସେଠୀ, ସବ୍ୟସାଚୀ ସେନାପତି, କାଳନ୍ଦୀ ନାୟକ, ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା,ସୁଶୀଲ ମହାନ୍ତି, କୁଳମଣି ପଲେଇ, ପ୍ରଭାତୀ ବେହେରା ଓ ଅନୁପମା ବେହେରା ପ୍ରମ୍ମୁଖ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚନ ଓ ଆଲୋଚନା

ରଣପୁର: ରଣପୁର ବ୍ଲକ ପରିସରରେ ଥିବା ମିଶନ ଶକ୍ତି ସଭାଗୃହରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ଲୋଗୋ ଉନ୍ମୋଚନ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବିଡ଼ିଓ ସୁଧୀର କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ରାଉତରାୟ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତିଲତା ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ବ୍ଲକ ଶିକ୍ଷା ଅଧିକାରୀଣୀ ବନଲତା ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ସମସ୍ତ ଅତିଥି ଓ ଉପସ୍ଥିତ ଥିବା ସଦସ୍ୟମାନେ ନିପୁଣ ଓଡିଶା ସଙ୍ଗୀତ ଗାନ କରିଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାଳୟର ପ୍ରାଥମିକ ସ୍ତରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ତଥା ନିପୁଣତା ହାସଲ କରିବା। ଏହା ସହିତ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଦୃଷ୍ଟି ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା।

ଏଥିରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଆଲୁମିନି କମିଟି ସଭାପତି ଯୋଗ ଦେଇଥିଲେ। ଏଥିରେ ଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ନିଜ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ଉପସ୍ଥାପନା କରିଥିଲେ। ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।  ପ୍ରଥମ ଓଡିଶାର ସଦସ୍ୟମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ଆଦର୍ଶ ପ୍ରଧାନ ଶିକ୍ଷକ ବିଦାୟ ସମ୍ବର୍ଦ୍ଧନା ସଭା

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟର ଅଧିନସ୍ଥ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡଗାଁ ବ୍ଲକ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସି.ସି.ଆର.ସି. ସୁଶୀଲ କୁମାର ରଣା, ଓଡିଶାର ପରିଚିତ ଶିକ୍ଷାବିତ ଗଦାଧର ବେହୁରା, ବରିଷ୍ଠ ଶିକ୍ଷକ ତଥା ରାମଚନ୍ଦ୍ରପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳକଣ୍ଠ ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ କୁମାର ମହାନ୍ତି, ମୋ ସ୍କୁଲ ସଭାପତି ସୁଶୀଲ କୁମାର ମହାନ୍ତି, ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ, ପାମ୍ପଡା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ ସଭାପତି ସୁକାନ୍ତ କୁମାର ବେହେରା ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଶିକ୍ଷକ ଅଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।  ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ ବିଦାୟୀ ସଙ୍ଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ଶରତ କୁମାର ନାୟକ, ବିଜୟ କୁମାର ଚମ୍ପତ୍ତି, ସୁଷମା ପ୍ରଧାନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ଅତିଥିମାନେ ବିଦାୟୀ ପ୍ରଧାନ ଶିକ୍ଷକ ଜଣେ କର୍ମନିଷ୍ଠ, ସମୟାନୁବର୍ତ୍ତିତା, ଛାତ୍ର ବତ୍ସଳ, ସ୍ନେହୀ, ପରୋପକାରୀ ଥିଲେ ବୋଲି ଅତିଥି ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଗ୍ରାମବାସୀମାନେ ମତ ପ୍ରକାଶ କରିଥିଲେ।

ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀକୁ ୫ ଶହ ଟଙ୍କା ଅର୍ଥରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହା ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ୧୦ ହଜାର ଟଙ୍କା ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି।

ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକର ବହୁ ଶିକ୍ଷକଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟା ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।