Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଲାଗୁ ହେଲା ଲକଡାଉନ: ମେ’ ୫ ତାରିଖରୁ ଲାଗିବ କଟକଣା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’ ୫ ତାରିଖ ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି।

ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ।

ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ କମ୍ପ୍ଲେକ୍ସ, ଜିମ୍, ଯାତ୍ରା, ଖୋଲା ମଞ୍ଚ, ସେଲୁନ, ପାର୍ଲର, ଧାର୍ମିକ କାର୍ଯ୍ଯକ୍ରମ, କ୍ରୀଡା, ରାଜନୈତିକ ସମାବେଶ ଆଦି କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

ହେଲେ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆବଶ୍ୟକ। ବିବାହରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକାର୍ଯ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ରହିଛି।

କଣ ରହିବ ଖୋଲା:

ପରିବା, ଗ୍ରସେରୀ, କ୍ଷୀର ଦୋକାନ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ପେଟ୍ରୋଲ ପମ୍ପ ଏବଂ ରନ୍ଧନ ଗ୍ୟାସ ଯୋଗାଣ ଚାଲୁ ରହିବ। ଗାଡି ମରାମତି ଦୋକାନ ଖୋଲା ରହିବ। ନିର୍ବାଚନ ସମ୍ପର୍କିତ ଲୋକଙ୍କୁ ଅନୁମତି ମିଳିବ। ଆର୍ଥିକ ବ୍ୟବସ୍ଥା, ଏଟିଏମ ଖୋଲା ରହିବ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ଗଣମାଧ୍ୟମର କର୍ମଚାରୀଙ୍କୁ ଅନୁମତି ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ନିୟମ ନମାନିଲେ ହେବ ଲକଡାଉନ କିମ୍ବା ସଟଡାଉନ!: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଲେ ଚେତାବନୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ। ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ବହୁ କଟକଣା ଲାଗାଇଥିବା ବେଳେ ନିୟମକୁ ମାନିବା ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି। ହେଲେ କେତେ ଜଣ ଅମାନିଆ ଏହାକୁ ଅଣଦେଖା କରୁଛନ୍ତି। ନିଜକୁ ବିପଦରେ ପକାଇବା ସହ ନିରୀହ ଲୋକଙ୍କୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି। ତେଣୁ ଏହାକୁ ନେଇ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି।

ଯେଉଁଠି ଅମାନିଆ ମାନେ ନିୟମକୁ ଉଲ୍ଲଂଘନ କରୁଥିବା ଦେଖାଯାଏ, ସେହି ସ୍ଥାନରେ ଲକଡାଉନ କିମ୍ବା ସଟଡାଉନ ଭଳି ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସବୁ ସ୍ଥାନରେ ଏଭଳି ପରିସ୍ଥିତି ନଥିଲେ ମଧ୍ୟ କିଛି କିଛି ସ୍ଥାନରେ ନିୟମକୁ ଅଣଦେଖା କରାଯାଉଛି। ସେଥିପାଇଁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ନୂଆ ଷ୍ଟ୍ରାଟେଜି ତିଆରି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ବ୍ୟବସାୟ

ବାଣପୁର, ବାଲୁଗାଁରେ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଯୋଗାଣ ବିଭାଗ ଆଖିରେ କଳା ପଟି

ସୀତାରାମ ଅଗ୍ରୱାଲ

ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି।

ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଲାଭ କରିବା ଆଶାରେ ଗରିବ ଲୋକର ପେଟକୁ ଲାତ ମାରିବା କେତେଦୂର ଗ୍ରହଣୀୟ?

ତେବେ ଏଠି ଯୋଗାଣ ବିଭାଗର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଚିଲିକା ଏବଂ ବାଣପୁର ବ୍ଲକରେ ଦୁଇ ଜଣ ଯୋଗାଣ ନିରୀକ୍ଷକ ଅବସ୍ଥାପିତ ହୋଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷର କଳାବଜାରୀ ସେମାନଙ୍କ ଦୃଷ୍ଟିକୁ ନଆସିବା ଅତ୍ୟନ୍ତ ଚିନ୍ତାଜନକ।  ଅଭିଯୋଗ ହେଉଛି କି ଯୋଗାଣ ବିଭାଗର ନାକତଳେ ଏ ସବୁ ଅସାଧୁ କାର୍ଯ୍ୟ ଜାରିରହିଥିବା ସ୍ଥଳେ ଜାଣିଶୁଣି ଯୋଗାଣ ବିଭାଗ ଚୁପ ରହୁଛି।

ଆସନ୍ତା ଶନିବାର ଠାରୁ ଦୁଇ ଦିନ ଯାଏଁ ସଟ ଡ଼ାଉନ ହେବାକୁ ଥିବା ବେଳେ ଆଜିଠାରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଖୁଲମଖୁଲା ଜାରି ରହିବ। ତେବେ ଏଠି ଦେଖିବାକୁ ବାକି ରହିଲା ବାଣପୁର ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଏଦିଗରେ କେବେ ଏବଂ କି ପଦକ୍ଷେପ ନେବେ?

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ: କରୋନା କଟକଣାକୁ ମାନିବା ଲାଗି ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାକୁ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି। କରୋନା ବିପକ୍ଷରେ ଦେଶ ବଡ ଲଢେଇ ଲଢୁଛି। ଏହି ମହାମାରୀରେ ଯେଉଁମାନଙ୍କ ପ୍ରଣାହାନି ଘଟିଛି, ସେମାନଙ୍କ ପ୍ରତି ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦେଶର ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କରୋନା ଯୋଦ୍ଧାଙ୍କ କାର୍ଯ୍ୟ ପ୍ରଶଂସନୀୟ। ପୂର୍ବରୁ ସେମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢିଥିଲେ। କରୋନା ବାତ୍ୟା ଭଳି ମାଡି ଚାଲିଥିଲେ ମଧ୍ୟ ଆମେ ଧର୍ଯ୍ୟ ହରାଇବା ନାହିଁ ବୋଲି ମୋଦୀ କହିଛନ୍ତି।

ଗତକାଲି ଟୀକା ଉପରେ ଏକ ବଡ ନିଷ୍ପତ୍ତି ନିଯାଇଆଛି। ମେ’ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯାଉଛି। ବୈଜ୍ଞାନିକମାନେ କମ ସମୟରେ ଦୁଇଟି ଟୀକା ବିକଶିତ କରିଛନ୍ତି। କମ ମୂଲ୍ୟରେ ଦେଶରେ ଟୀକା ଉପଲବ୍ଧ ହେଉଥିବା ବେଳେ ବର୍ତ୍ତମାନ ବିଶ୍ଵର ସବୁଠାରୁ ବଡ ଟୀକାକରଣ ଜାରି ରହିଛି।

ଯଦି ଆମେ କରୋନା କଟକଣାକୁ ସଠିକ ଭାବେ ମାନିବା, ତେବେ ଦେଶରେ କୌଣସି କର୍ଫ୍ୟୁ କିମ୍ବା ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମୋଦୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏହି ରାଜ୍ୟକୁ ଫେରିଲା ଲକଡାଉନ: ୮ ଦିନ ଯାଏଁ ସମଗ୍ର ରାଜ୍ୟରେ ଲାଗିବ କଟକଣା

ରାଞ୍ଚି: ଦେଶରେ କରୋନା ସଂକ୍ରମଣ ଯେତେ ବଢୁଛି ସେତେ କଟକଣାକୁ କଡାକଡି କରାଯାଉଛି। କରୋନାର ଦ୍ଵିତୀୟ ଲହର ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଝାଡଖଣ୍ଡ ସରକାର ସମଗ୍ର ରାଜ୍ୟ ପାଇଁ ଲକଡାଉନ ଲାଗୁକରିଛନ୍ତି। ୮ ଦିନ ପାଇଁ ଝାଡଖଣ୍ଡ ସରକାର ଲକଡାଉନ ଲାଗୁ କରିଛନ୍ତି। ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ଯାଏଁ ଏହି ରାଜ୍ୟରେ କଟକଣା ବଳବତ୍ତର ରହିବ। ତେବେ ଅତ୍ୟାବଶ୍ୟକ ସେବାକୁ ଛାଡି ଏହି ସମୟରେ ସବୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏହି ରାଜ୍ୟକୁ ଫେରିଲା ଲକଡାଉନ: ଆସନ୍ତାକାଲି ଠାରୁ ଆରମ୍ଭ ହେବ କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ଦେଶରେ ଧୀରେ ଧୀରେ କଟକଣାକୁ କଡାକଡି କରାଯାଉଛି। ମଧ୍ୟପ୍ରଦେଶ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡ଼ାଉନ ଘୋଷଣା କରିଛି। ଏହି ଲକଡାଉନ ୬୦ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସମସ୍ତ ସହରାଞ୍ଚଳ ପାଇଁ ଏହି ୬୦ ଘଣ୍ଟିଆ ଲକଡାଉନ ରାଜ୍ୟ ସରକାର ଘୋଷଣା କରିଛି। ଆସନ୍ତାକାଲି ସନ୍ଧ୍ୟା ୬ ଘଟିକା ଠାରୁ ସୋମବାର ସକାଳ ୬ ଘଟିକା ଯାଏଁ ଲକଡାଉନ କଟକଣା ଜାରି ରହିବ।

ତେବେ ଏହି ସମୟରେ ଜରୁରୀକାଳିନ ସେବାକୁ ଛାଡିଦେଲେ ଅନ୍ୟସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ହୋଇଛି। ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ପକ୍ଷରୁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡର ଦୁର୍ଗକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ଜିଲ୍ଲାପାଳ

ରାୟପୁର: ଛତିଶଗଡରେ ଦୁର୍ଗ ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତ୍ତି ହୋଇଛି। ଏପ୍ରିଲ ୬ ତାରିଖରୁ ୧୪ ତାରିଖ ଯାଏଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା ହୋଇଛି। ଦୁର୍ଗ ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର

କେନ୍ଦ୍ର ସରକାରଙ୍କ ବିନା ପରାମର୍ଶରେ ରାଜ୍ୟମାନେ ଆଉ ଲକ୍ ଡାଉନ ବା ସଟ୍ ଡାଉନ କରିପାରିବେ ନାହିଁ

ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ “ଅନଲକ-୪” ପାଇଁ ନୂତନ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ଏହି ପର୍ୟାୟରେ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ଟ୍ରେନ ଯାତାୟାତ ଆରମ୍ଭ କରିବ। ଧାର୍ମିକ, ରାଜନୈତିକ, କ୍ରୀଡା, ସାଂସ୍କୃତିକ କାର୍ୟକ୍ରମ ଇତ୍ୟାଦିରେ ୧୦୦ରୁ କମ ଲୋକ ଭାଗ ନେଇ ପାରିବେ। ତେବେ ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୨୧ରୁ ଅନୁମତି ପ୍ରଦାନ କରାଯିବ।

ସ୍କୁଲ, କଲେଜ, ସିନେମା ହଲ ଓ ସ୍ଵିମିଂ ପୁଲ ଆଗ ଭଳି ବନ୍ଦ ରହିବ। ମୁକ୍ତାକାଶ ମଞ୍ଚରେ ୧୦୦ ଲୋକଙ୍କ ଭିତରେ କାର୍ୟକ୍ରମ ପାଇଁ ସେପ୍ଟେମ୍ବର ୨୧ ପରେ ଅନୁମତି ମିଳିବ। “ଅନଲକ-୪” ରେ ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ କେନ୍ଦ୍ରର ବିନା ଅନୁମତିରେ ଆଉ “ଲକ ଡାଉନ” ବା “ସଟ ଡାଉନ” ଘୋଷଣା କରି ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଲକ ଡାଉନ ନିର୍ଦ୍ଦିଷ୍ଟ ଭାବରେ କେବଳ “କଣ୍ଟେନମେଣ୍ଟ ଜୋନ”ରେ ସୀମିତ ରହିବ। ପୂରା ଜିଲ୍ଲା, ସହର ବା ସବ ଡିଭିଜନକୁ ଆଉ ଲକ ଡାଉନରେ ରକ୍ଷା ଯାଇପାରିବ ନାହିଁ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲକଡାଉନ କଟକଣାରୁ ପରୀକ୍ଷା ବାଦ: ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା କରିବାକୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲୀ: ପରୀକ୍ଷା ଉପରୁ ଲକ୍ ଡାଉନ କଟକଣା ହଟାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଦଶମ, ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।  ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା କରିବାକୁ ରାଜ୍ୟକୁ କେନ୍ଦ୍ର ଚିଠି ଦେଇଛି। ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ ଗୃହ ସଚିବ। ତେବେ ପରୀକ୍ଷା ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ମାନିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି। କଣ୍ଟେନମେଣ୍ଟ ଜୋନରେ କୌଣସି ପରୀକ୍ଷା କେନ୍ଦ୍ର ହେବନି। ଶିକ୍ଷକ ଓ ଛାତ୍ର ଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଥର୍ମାଲ ସ୍କ୍ରିନିଙ୍ଗ ସହ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯିବା ନେଇ ନିର୍ଦ୍ଦେଶ ରହିଛି। ସେହିପରି ଘରୁ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣିବାକୁ ସ୍ଵତନ୍ତ୍ର ବସ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି।

Categories
ଆଞ୍ଚଳିକ

ପାରାଦ୍ବୀପ ୟୁନିଟ୍‌ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ

ରଞ୍ଜିତ ପଣ୍ଡା
କୁଜଙ୍ଗ: କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶକୁ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ କେହି ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି । ଲୋକ ବାହାରକୁ ବାହାରି ପାରୁ ନଥିବା ବେଳେ ଖାଦ୍ୟ ବିନା ଭୋକ ଉପାସରେ ପାରାଦ୍ଵୀପ ଭଳି ସହର ଓ ବଜାର ଘାଟରେ ଅନେକ ଭୀକାରି ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ପାରାଦ୍ବୀପରେ ଥିବା ‘ପାରାଦ୍ବୀପ ୟୁନିଟ ଟ୍ରଷ୍ଟ’ ସ୍ବେଚ୍ଛାସେବୀ ସଂଗଠନ ନିଜସ୍ୱ ପାଣ୍ଠିରୁ ସ୍ଥାନୀୟ ଅଞ୍ଚଳରେ ଥିବା ନିରାଶ୍ରୟ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଉକ୍ତ ସହରରେ ରହୁଥିବା ଶ୍ରମିକ ଏବଂ ପ୍ରବାସୀ ଶ୍ରମିକଙ୍କ ସହିତ ରିକ୍ସା ଓ ଟ୍ରଲି ଚାଳକ ଏବଂ ମାନସିକ ଅନଗ୍ରସର ଲୋକଙ୍କୁ ରନ୍ଧା ଖାଦ୍ୟ ‘ପାରାଦ୍ବୀପ ୟୁନିଟ ଟ୍ରଷ୍ଟ’ ପକ୍ଷରୁ ଯୋଗାଉଛନ୍ତି । ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ସାମାଜିକ ଦୂରତ୍ବ ଏବଂ ସ୍ବଚ୍ଛତା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଏହା ସହିତ ହାତ ଧୋଇବା ପାଇଁ ସାବୁନ ଏବଂ ମାସ୍କ ପ୍ରଦାନ କରାଯାଉଛି ।

ପାରାଦ୍ବୀପର ବଡପଡିଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ନେହେରୁ ବଙ୍ଗଳା, ବିଭିନ୍ନ ବସ୍ତି, ଲେବର କଲୋନୀ ଓ ବାଲିଝରା ସ୍ଥିତ ଜରାଶ୍ରମ ଅନ୍ତେବାସୀଙ୍କୁ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ବଣ୍ଟନ କରା ଯିବା ସହିତ ଥଣ୍ଡା ଓ ଜ୍ବର ପାଇଁ ମେଡିସିନ ଯୋଗାଇ ଦିଆ ଯାଇଛି । ତେବେ ପାରାଦ୍ବୀପ ୟୁନିଟ ଟ୍ରଷ୍ଟର ସଭାପତି ତପନ ସ୍ବାଇଁ, ଉପ ସଭାପତି ଲୁଡୁକା ମହାନ୍ତି, ସଂପାଦକ ଅମୀୟ ମହାନ୍ତି, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସ୍ବାଇଁ, ସାଧାରଣ ସମ୍ପାଦକ ବିବେକାନନ୍ଦ ମହାପାତ୍ର, ପ୍ରଦୀପ ମାଝୀ, ବିଜୟ କୁମାର ଲେଙ୍କା, ରାଜେନ୍ଦ୍ର ମହାପାତ୍ର, ମିର୍ଦୋଶ ବିଶ୍ୱାଳ, ଶିବ ଦଳେଇ, ରବିନ୍ଦ୍ର ରଜାକ୍, ବାଦଲ ଜେନା, ମଳୟ ସ୍ବାଇଁ, ବ୍ରଜ ଗୋପାଳ ମାଝୀଙ୍କ ସମେତ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ଉପସ୍ଥିତ ଥିଲେ । ପାରାଦୀପ ଭଳି ଶିଳ୍ପାନୁଷ୍ଠାନ ମାନଙ୍କରେ ପ୍ରାୟ ୮୦ପ୍ରତିଶତ କାର୍ଯ୍ୟ ବନ୍ଦ ହୋଇ ପଡିଥିବା ବେଳେ ୟୁନିଟ ଟ୍ରଷ୍ଟ ସଦାସର୍ବଦା ସାହାଯ୍ୟ ପାଇଁ ଉପଲବ୍ଧ ବୋଲି ଟ୍ରଷ୍ଟର ଉପଦେଷ୍ଟା ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି ।

Categories
ଫଟୋ ଖବର

ବରଗଡ ଅଗ୍ରଣୀ ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ ନିଷ୍ଠା ପରିବାର ପକ୍ଷରୁ ବୁର୍ଲା ଡାକ୍ତରଖାନାରେ ଖାଦ୍ୟ ବଣ୍ଟନ

ବରଗଡ, ଅଗ୍ରଣୀ ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ ନିଷ୍ଠା ପରିବାର ପକ୍ଷରୁ #lockdown ସମୟରେ #ବୁର୍ଲା ଡକ୍ଟରଖାନାରେ ଟିଫିନ ବଣ୍ଟନରେ ଯୋଗଦେଇ ସହଯୋଗ କରିଥିଲେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ। ଦୈନିକ 600 ରୁ ଅଧିକ ଲୋକ ଉପକୃତ ହେଉଛନ୍ତି। #OdishaFightsCorona

Categories
ଆଜିର ଖବର ରାଜ୍ୟ ଖବର

ଲକ୍ ଡାଉନରେ ଫସି ରହିଥିବା ଏକୁଲା ପାହାଡିଆ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ଶେଷରେ ମିଳିଲା ସହାୟତା

କଙ୍କଡାହାଡ, ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଗସ୍ତ କରିଛନ୍ତି। (ଏକୁଲ ପାହାଡ) ପାହାଡର ସମ୍ପୂର୍ଣ 16 କିଲୋମିଟର ଉପରେ ଅବସ୍ଥିତ ଏହି ଚାରୋଟି ଗ୍ରାମର ଲୋକମାନେ କରୋନା ବିପତ୍ତି ପାଇଁ କରାଯାଇଥିବା ଲାକଡାଉନ ଯୋଗୁ ଅସୁବିଧାରେ ଫସି ରହିଛନ୍ତି।

ଏଭଳି ଏକ ବିପଦ ସମୟରେ ସେହି ଉପାନ୍ତ ଅଞ୍ଚଳରେ ବାସ କରୁଥିବା ସମସ୍ତ ଗ୍ରାମବାସୀଙ୍କୁ ସଂଜୟ ବର୍ମା ରନ୍ଧା ଖାଦ୍ୟ ସହିତ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏଥି ସହ 4ଟି ଯାକ ଗ୍ରାମରେ ବାସ କରୁଥିବା ସମସ୍ତ ପରିବାରକୁ ଚୁଡା, ତେଲ, ସାବୁନ, ମାସ୍କ, ଡ଼ାଲି, ଚିନି, ଅମୂଲ ଆଦି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଛନ୍ତି। ସେହି ଗ୍ରାମବାସୀଙ୍କ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ଯଥାଶୀଘ୍ର ସେସବୁର ସମାଧାନ ଲାଗି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ମହିଳା ମାନଙ୍କ ଶାରୀରିକ ସୁସ୍ଥତାକୁ ଦୃଷ୍ଟିରେ ରଖି ସାନିଟାରୀ ନପକିନ ପ୍ରଦାନ କରିଛନ୍ତି। ଏହି ସବୁ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ଥିଲେ ମଧ୍ୟ ଏଠାରେ ଗମନାଗମନ ସକାଶେ ଉତ୍ତମ ରାସ୍ତା ଓ ପିଡ଼ିଏସ ସେଣ୍ଟର କରାଯିବାର ଆବଶ୍ୟକତା ଅଛି। ଢେଙ୍କାନାଳ ଜିଲାର ବଜରଙ୍ଗ କ୍ଲବ ସହାୟତାରେ ଲୋକଙ୍କୁ ଏହି ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ ପାହାନ୍ତି ପତ୍ର, ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ, ଜିଲା ଛାତ୍ର ସଭାପତି ସୁରୋଜ ମହାପାତ୍ର, ଯୁବ ସଭାପତି ଧରମାନନ୍ଦ ପରିଡା, ବଜରଙ୍ଗ କ୍ଲବର ଆକର୍ଷଣ ସିନହା , ସୁବ୍ରତ ଦାଶ, ସୁଭେନ୍ଦ୍ର ଷଡଙ୍ଗୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।