Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମନଗର ଉପନିର୍ବାଚନ: ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ଭଦ୍ରକ: ଆଜି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ଶତାଧିକ କର୍ମିଙ୍କ ଗହଣରେ ଆସି ସେ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା ପ୍ରସାଦ ହରିଚନ୍ଦନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ଆସନ୍ତାକାଲି ଧାମନଗର ଉପନିର୍ବାଚନର ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏହାପରେ ଆସନ୍ତା ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ରହିଛି। ସେହିଭଳି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷଦିନ ୧୭ ତାରିଖ ରହିଛି।

ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବାକୁ ଥିବା ବେଳେ ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର

ଭୁବନେଶ୍ୱରର ଦୁଗାପୂଜା ମଣ୍ଡପ ବୁଲି ମାଁ ଙ୍କ ଦର୍ଶନ କଲେ ପିସିସି ସଭାପତି

ଭୁବନେଶ୍ୱର: ଆଜି ପବିତ୍ର ମହାଷ୍ଟମୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଭୁବନେଶ୍ୱରର ୨୦ ରୁ ଉର୍ଦ୍ଧ୍ବ ଦୁର୍ଗାମଣ୍ଡପ ବୁଲି ଦୁର୍ଗା ମାଁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ଯୁକ୍ତ ପଟ୍ଟନାୟକ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ମନାସି ସୁଖ ସମୃଦ୍ଧି କାମନା କରିଛନ୍ତି।

ଶ୍ରୀଯୁକ୍ତ ପଟ୍ଟନାୟକ ଓୟୁଏଟି ସ୍ଥିତ ଝାଡେଶ୍ୱରୀ ଦୁର୍ଗାପୂଜା ମଣ୍ଡପ, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ଼, ଚକେଇସିଆଣି, ପଳାଶୁଣି, ସହିଦ ନଗର, ବମୀଖାଲ, ଝାରପଡା, ଲଷ୍ମୀସାଗର, ବଡଗଡ଼, ବ୍ରହ୍ମେଶ୍ୱର, ସାମନ୍ତରାପୁର, ହାଟସାହି, ବଢ଼େଇବାଙ୍କ(ବଡୁ ସାହି), ତିନିମୁଣ୍ଡିଆ (ବ୍ରାହ୍ମଣ ସାହି), ଗୋସାଗୋରେଶ୍ୱର(ଚଷା ସାହି) ଆଦି ଦୁର୍ଗମଣ୍ଡପ ବୁଲିଥିଲେ।

ସମସ୍ତ ପୂଜାପୂଜା କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଯୁକ୍ତ ପଟ୍ଟନାୟକ ଏବଂ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଆଜିର କାଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ,ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ,ଲୋକନାଥ ମହାରଥୀ,ତରୁଣ ମିଶ୍ର,ପ୍ରକାଶ ଜେନା,ଚିନ୍ମୟ ସୁନ୍ଦର ଦାଶ ,ଦୀପକ କୁମାର ମହାପାତ୍ର,ମିହିର ଆଚାର୍ଯ୍ୟ,ସୁବାଷ ପ୍ରଧାନ,ସଂକୁନା କଂହର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା:  ୨୬ ଟି ଜିଲ୍ଲାରେ ଚାଲିବେ ୨୨୫୦ କିଲୋମିଟର

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି କର୍ମକର୍ତା, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସଂଯୋଜକ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟରାମ ରମେଶ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ଭାରତ ଯୋଡ଼ୋ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ।

ଭାରତ ଯୋଡ଼ୋ ପଦଯାତ୍ରାକୁ ଓଡ଼ିଶାରେ ଆଗେଇ ନେବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଯାତ୍ରା ରାଜ୍ୟର ୨୬ ଟି ଜିଲ୍ଲାର ୨୨୫୦ କି.ମି. ପଦଯାତ୍ରା ଏବଂ ପ୍ରତିଦିନ ୨୦ କି.ମି. ପଦଯାତ୍ରା ହେବ। ଏହି ପଦଯାତ୍ରା ୧୦୦ ଦିନ ଧରି ଅନୁଷ୍ଠିତ ହୋଇ ଜାନୁଆରୀ ୩୦ ତାରିଖରେ ଭୁବନେଶ୍ୱରରେ ସମାପ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ।

ଏହି ପଦଯାତ୍ରାର ସୁପରିଚାଳନା ପାଇଁ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଏବଂ ପଂଚାୟତ ସଂଯୋଜକ, ବୁଥ ସଂଯୋଜକ, ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନ ମାନଙ୍କର ସଂଯୋଜକ ନିଯୁକ୍ତି ହୋଇଛନ୍ତି। ପଦଯାତ୍ରା ସମୟରେ ପଂଚାୟତ ସ୍ତରରୁ ସାଧାରଣ ଜନତା ଆସି କିପରି ଏହି ଯାତ୍ରାରେ ଯୋଡ଼ି ହେବେ ତାର ଯୋଜନା ପ୍ରସ୍ତୁତ ହୋଇଛି। ପଦଯାତ୍ରା ସମୟରେ ବ୍ୟାପକ ପରିମାଣରେ ପ୍ରଚାରପତ୍ର ଜନସଚେତନା ପାଇଁ ବଂଟନ କରାଯିବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ପଦଯାତ୍ରା ସମୟରେ ସେ ଅଂଚଳର ସବୁବର୍ଗର ଲୋକଙ୍କ ସହିତ ଆଲୋଚନା କରିବେ।

ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଉପସ୍ଥିତ ରହି ବିଭିନ୍ନ ପଦାଧିକାରୀ ମାନଙ୍କର ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଆରଓ ନିରୋଜ ଡାଙ୍ଗି, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ସୁଶ୍ରୀ ସୁଶିଳା ତିରିଆ, ଡା. ରାମଚନ୍ଦ୍ର ଖୁଂଟିଆ, ଶ୍ରୀ ଶରତ ରାଉତ, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରାପ୍ରସାଦ ବାହିନୀପତି, ଶ୍ରୀ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ।

ସେହିପରି ଶ୍ରୀ ରମେଶ ଜେନା, ଶ୍ରୀ ରାଜନ ଏକା, ଶ୍ରୀ ଭୁଜବଳ ମାଝୀ, ଶ୍ରୀ ସୁରେଶ କୁମାର ମହାପାତ୍ର, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ରବିନ୍ଦ୍ର କୁମାର ସେଠୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ମାନସ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ସୁରେନ୍ଦ୍ର ସିଂ ଭୋଇ, ନବଜ୍ୟୋତି ପଟ୍ଟନାୟକ, ଅଭିଷେକ ମହାନନ୍ଦ, ଉମବଲ୍ଲଭ ରଥ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ରଞ୍ଜନ ଲେଙ୍କା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ରାଉତ, ସୁବ୍ରତ ମହାପାତ୍ର, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସର ଦିଗବିଜୟ ସିଂ, ଜୟରାମ ରମେଶ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ, ସାଂସଦ ଶ୍ରୀ ଦିଗ୍‌ବିଜୟ ସିଂ, ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ର ରାଜୁ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ରାଜ୍ୟ ପାଇଁ ଏଆଇସିସି ସଂଯୋଜକ ଡ. ରାଗିଣୀ ନାୟକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତା କାଲି ସେପ୍ଟେମ୍ବର ୧୭ ତାରିଖ ଶନିବାର ଦିନ ସନ୍ଧ୍ୟାରେ ଭୁବନେଶ୍ୱରରେ ପଂହଚିବେ।

ଉପରୋକ୍ତ ନେତୃବୃନ୍ଦ ସେପ୍ଟେମ୍ବର ୧୮ ତାରିଖ ରବିବାର ପୂର୍ବାହ୍ନ ୯ ଘଂଟା ସମୟରେ ଭୁବନେଶ୍ୱର ରେଡକ୍ରସ ଭବନରେ ନାଗରିକ ସମାଜ ସହ ବିଚାର ବିମର୍ଷ କରିବେ।
ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଆୟୋଜିତ ବୈଠକରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ସଂକ୍ରାନ୍ତରେ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ।

ଦିନ ୧୨ଟା ସମୟରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ ଓ ତାପରେ ଅପରାହ୍ନରେ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବାର୍ତାରେ ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି ଶ୍ରୀ ବେହେରା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ଅଣସଂଗଠିତ ଶ୍ରମିକ ଏବଂ କର୍ମଚାରୀ କଂଗ୍ରେସର ସମୀକ୍ଷା ବୈଠକ

ଭୁବନେଶ୍ୱର:  ଅଣସଂଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସର ରାଜ୍ୟ ସଭାପତି ଶ୍ରୀ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ରାଜ୍ୟ ଅଣସଂଗଠିତ ଶ୍ରମିକ କର୍ମଚାରୀ ମାନଙ୍କୁ ତୃଣମୂଳ ସ୍ତରରୁ କିଭଳି ସଂଗଠିତ କରାଯିବ ସେ ନେଇ ଏକ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭରେ ନିରଞ୍ଜନ ଲେଙ୍କା ଦେଶାତ୍ମକ ବୋଧକ ସଂଗୀତ ଗାନ କରିଥିଲେ।

ଏହି ବୈଠକରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଯୋଗଦେଇ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ସମସ୍ତ କର୍ମୀ ଓ ନେତୃତ୍ୱକୁ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ଅଣସଂଗଠିତ ଶ୍ରମିକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଏହା ସହିତ ରାଜ୍ୟର ପ୍ରତ୍ୟେକ ଖଟିଖିଆ ଗରିବ ମେହନତି ମଣିଷ ଏବଂ ଚାଷୀ ମୂଲିଆଙ୍କୁ ସାମାଜିକ ସୂରକ୍ଷା ନିଶ୍ଚିତ କରିବାପାଇଁ ବିଗତ ଦିନରେ କଂଗ୍ରେସ କରିଥିବା ସମସ୍ତ ଆଇନ ଓ ଯୋଜନାକୁ ଅଣଦେଖା କରାଯାଉଥିବା ବେଳେ ବର୍ତମାନ ଆମକୁ ଏ କ୍ଷେତ୍ରରେ ସଂଗ୍ରାମ କରିବାକୁ ପଡ଼ିବ। କାରଣ ଦରବୃଦ୍ଧି ଆକାଶଛୁଆଁ ହୋଇଥିବା ବେଳେ ବେରୋଜଗାରୀ ମହାମାରୀରୂପ ନେଉଛି। ଫଳରେ ଏମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି।

ଆଗାମୀ ସେପ୍ଟେମ୍ବର ୪ ତାରିଖ ମହଙ୍ଗାଇ ବିରୋଧରେ ଦିଲ୍ଲୀ ଚଲୋ ଅଭିଯାନକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ। ତେଣୁ ଆଗାମୀ ଦିନରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିବା ସହିତ ରାଜ୍ୟରେ ନବୀନ ଏବଂ କେନ୍ଦ୍ରରେ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ସଭାରେ ସାଧାରଣ ସଂପାଦକ ତ୍ରିଲୋଚନ ମହାନନ୍ଦ, ଉପାଧ୍ୟକ୍ଷ ଜ୍ୟୋତ୍ସା ସେନାପତି, ରାଜ୍ୟ ନିର୍ମାଣ ଶ୍ରମିକ ମୁଖ୍ୟ କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ରାଉରକେଲା ଠାରେ ଅଣସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଏକ ବିରାଟ ସଭା ଆୟୋଜନ ସହିତ ଏକଲକ୍ଷ ଡିଜିଟାଲ ସଭ୍ୟ ସଂଗ୍ରହ କରିବାକୁ ସଭାପତି ଆହ୍ୱାନ ଦେଇଥିଲେ।

ବାଲେଶ୍ୱର ବିକାଶ ଦାସ, ଭଦ୍ରକ ଗଣେଶ ମଲ୍ଲିକ, ବଲାଙ୍ଗିର ଭୁଦେବ ବାରିକ, ଯାଜପୁର ପଦ୍ମନାଭ ନାୟକ, ସମ୍ବଲପୁର ରାଗିଣୀ ଜାଲ, କେନ୍ଦ୍ରାପଡ଼ା ଶିବ ପ୍ରସାଦ ନାଥ, ମୟୁରଭଞ୍ଜ ରୂପକ, ଜଗତସିଂହପୁର ନିରଞ୍ଜନ ଲେଙ୍କା, ଗଞ୍ଜାମ ରଞ୍ଜନ ତରାଇ, ଢ଼େଙ୍କାନାଳ ରୁକ୍ମଣୀ ଦଳାଇ, ଖୋର୍ଦ୍ଧା ପୁଷ୍ପଲତା କୁମାରୀ, ଭୁବନେଶ୍ୱର ଭାରତୀବାଳା ଦାସ ଆଦି ଜିଲ୍ଲାରେ ଅଣସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ସାଂଗଠନିକ ଦାୟୀତ୍ୱ ଦିଆଯାଇଛି। ୧କୋଟି ୬୨ ଲକ୍ଷ ଅଣସଂଗଠିତ ଶ୍ରମିକ କଂଗ୍ରେସକୁ ସଂଗଠିତ କରିବାପାଇଁ ପିସିସି ସଭାପତି ଆହ୍ୱାନ ଦେଇଥିଲେ। ରାଜ୍ୟସ୍ତରରେ ସଫଳ ସଭ୍ୟ ସଂଗ୍ରହ କରିଥିବାରୁ ବିକାଶ ଦାସ, ସୁଦର୍ଶନ, ବିଦ୍ୟାଧରଙ୍କୁ ପିସିସି ସଭାପତି ପୁଷ୍ପଗୁଚ୍ଛ ସହ ଉତରୀୟ ଦେଇ ସମ୍ମାନ କରିଥିଲେ। ଅରୁଣ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟା ମୁକାବିଲା ପାଇଁ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ, ଆହ୍ବାନ ଦେଲେ କଂଗ୍ରେସ ସଭାପତି

ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି। ସରକାରଙ୍କର ଅଦୁରଦର୍ଶିତା ଓ ଅପରିଣାମଦର୍ଶିତା ପାଇଁ ରାଜ୍ୟବାସୀ ବନ୍ୟାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଯଦି ରାଜ୍ୟ ସରକାରଙ୍କର ସତ୍‌ସାହସ ଅଛି ଓ ବନ୍ୟାର ନିୟନ୍ତ୍ରଣ ପାଇଁ ସାମନ୍ୟତମ ଆନ୍ତରିକତା ଅଛି ତେବେ ସର୍ବଦଳୀୟ ଓ ବିଶେଷଜ୍ଞମାନଙ୍କ ବୈଠକ ଡାକନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି।

କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ସଂଘଠିତ ହେଉଥିବା ବନ୍ୟା ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ୟା ଅନୁଧ୍ୟାନକାରୀ କମିଟି ରାଜ୍ୟର ପ୍ରଭାବିତ ୧୫ ଜିଲ୍ଲା ଗ୍ରସ୍ତ କରି ପରିସ୍ଥିତି ପରିଖି ଥିଲେ ଓ ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେଥିରୁ ଯାହା ନିର୍ଯ୍ୟାସ ବାହାରିଲା ସରକାର କେବଳ ମିଛ ପ୍ରଚାରରେ ବ୍ୟସ୍ତ ବୋଲି ଜଣାପଡ଼ିଲା

ଏହି ବୈଠକରେ କଂଗ୍ରେସ ବନ୍ୟା ଅନୁଧ୍ୟାନକାରୀ କମିଟିର ଅଧ୍ୟକ୍ଷ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ପି.ସି.ସି ସଭାପତିଙ୍କ ଅଭିଯୋଗକୁ ସମର୍ଥନ କରିବା ସହ କହିଛନ୍ତି ଯେ, ସରକାରଙ୍କର ବିଫଳତା ପାଇଁ ଆଜି ରାଜ୍ୟରେ ସରକାରୀକୃତ ବନ୍ୟା ଦେଖାଦେଇଛି।

ସେହିପରି ବନ୍ୟା ପ୍ରଭାବିତ ଅଂଚଳରେ କଂଗ୍ରେସ ଦଳ ପକ୍ଷରୁ ରିଲଫ୍ ସହାୟତା ପର୍ଯ୍ୟାପ୍ତ ପରିମାଣରେ ରିଲଫ୍ ସହାୟତା ଯୋଗାଇ ଦିଆଯାଇଥିବା ଯୋଗୁଁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପିସିସି ସଭାପତି ଶ୍ରୀଯକ୍ତ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପି.ସି.ସି କୃଷକ ସେଲ୍‌ର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅଗଷ୍ଟ ୫ ତାରିଖରେ ରାଜଭବନ ଘେରାଉ କରିବ ପ୍ରଦେଶ କଂଗ୍ରେସ, କାରଣ କଣ ??

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୦ ଘଟିକା ସମୟରେ “ରାଜଭବନ ଘେରାଉ” କରାଯିବ ବୋଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ “ଅଛେଦିନ”ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଏହି ୮ବର୍ଷ ଭିତରେ “ଅଛେଦିନ” ପରିବର୍ତେ ଭାରତର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି। ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି। ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି। ଲୋକଙ୍କ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି।

ନରେନ୍ଦ୍ର ମୋଦି ମା’ ମାନଙ୍କ ଆଖିରୁ ଲୁହ ପୋଛିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଗ୍ୟାସର ଦରବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ମା ମାନେ ଚୁଲି ମୁଣ୍ଡରେ ଲୁହ ଗଡ଼ାଉଛନ୍ତି। ସବୁଠାରୁ ଦୁଃଖର କଥା ଯେତେବେଳେ ୫% ଜିଏସଟି ସାଧାରଣ ଖାଦ୍ୟପଦାର୍ଥ ଉପରେ ଲାଗୁ କରାଗଲା, ହେଲେ ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ। ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ। ଏ ସରକାର କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ।

ଠିକ୍ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ଲକ୍ଷ ରୋଜଗାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଞ୍ଜୁରୀପ୍ରାପ୍ତ ମୂଳ ପଦବୀର ୫୦% ହ୍ରାସକରି କେବଳ ଠିକା ନିଯୁକ୍ତି ଓ ସଂପର୍କୀୟ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କମ୍ପାନୀ ମାଧ୍ୟମରେ ଆଉଟସୋର୍ସିଂ କରି ଏ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କ ସହିତ ପ୍ରତାରଣା କରୁଛି। କେନ୍ଦ୍ର ସରକାରରଙ୍କ ତୃଟିପୂର୍ଣ୍ଣ ଜିଏସଟି ନୀତି ଯୋଗୁ ଭାରତବର୍ଷର ଅଣସଂଗଠିତ କ୍ଷେତ୍ର ଆଜି ସଂପୂର୍ଣ୍ଣ ଉଜୁଡ଼ି ଗଲା। ଯଦ୍ୱରାକି ଭାରତବର୍ଷର ୪୨ କୋଟି ଲୋକ ରୋଜଗାର ହରାଇ ଗରିବି ଭିତରକୁ ଠେଲି ହୋଇଗଲେ। ପ୍ରତିରକ୍ଷାକୁ ଶକ୍ତିଶାଳି କରିବା ପରିବର୍ତେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷ ମିଲିଟାଲିରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବାପାଇଁ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ।

ସେନାବାହିନୀରେ ସୈନିକ ସଂଖ୍ୟବି ବର୍ଷକୁ ବର୍ଷ ହ୍ରାସ ପାଇବରେ ଲାଗିବ। ଏ ସବୁକୁ ନେଇ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରାଯିବ। ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜଭବନ ଘେରାଉ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟବାସୀ ଓ କଂଗ୍ରେସ ନେତୃବର୍ଗଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ମିଡିଆ ସେଲର ଆବାହକ ସତ୍ୟପ୍ରକାଶ ନାୟକ ସଂଯୋଜନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରରୋଚିତ ପ୍ରବର୍ତନ ନିର୍ଦ୍ଦେଶାଳୟ ଯେପରି ଭାବରେ ରାଷ୍ଟ୍ରନେତା ତଥା ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ବାରମ୍ବାର ଜେରା କରିବାକୁ ଡାକି ନିର୍ଯ୍ୟାତନା ଦେଉଛନ୍ତି ତାହାର ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପିସିସି ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି ।

ଏହି ସତ୍ୟାଗ୍ରହରେ ସାରା ରାଜ୍ୟର ବହୁ କଂଗ୍ରେସ ନେତୃବର୍ଗ, ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ସଭାସ୍ଥଳିରେ ଯୋଗଦାନ କରିଥିଲେ । ନରେନ୍ଦ୍ର ମୋଦି ସରକାର ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ବିଶେଷ କରି କଂଗ୍ରେସ ଦଳକୁ ଜନମାନସରେ ନିନ୍ଦିତ କରିବା ପାଇଁ ଭାରତ ବର୍ଷର ସ୍ୱାଧୀନ ସଂସ୍ଥାମାନଙ୍କୁ ଅପବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରିବାପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ କହିଛି ଶାସନ କ୍ଷମତାକୁ ଆସିବା ପୂର୍ବରୁ ଭାରତବର୍ଷର ଜନଗଣଙ୍କୁ ଯେଉଁ ପୂଳା ପୂଳା ପ୍ରତିଶ୍ରୁତି ଦେଇଥିଲେ ତନ୍ମମଧ୍ୟରୁ ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିବାରେ ନରେନ୍ଦ୍ର ମୋଦି ସରକାର ସକ୍ଷମ ହେଲେ ନାହିଁ । ପରଂନ୍ତୁ ଆଜି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଆଦିର ଅହେତୁକ ଦରବୃଦ୍ଧି, ବେରୋଜଗାରୀ, ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଶିଳ୍ପ, କୃଷକ ଓ କୃଷି କ୍ଷେତ୍ରର ସମସ୍ୟା, ଆଦିବାସୀ ପଛୁଆ ବର୍ଗଙ୍କର ବିକାଶ, ପ୍ରବାସୀ ଶ୍ରମିକ ମାନଙ୍କର ସମସ୍ୟାକୁ ସମାଧାନ କରିବାରେ ମୋଦି ସରକାର ବିଫଳ ।

କଂଗ୍ରେସ ଅଭିଯୋଗକରିଛି ଯେ, ଏ ସରକାର ଗରିବ ଖଟିଖିଆ, ଚାଷୀ, ସାଧାରଣ ବର୍ଗ ଏବଂ ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ବଂଚିବା ପାଇଁ ନିର୍ଭର କରୁଥିବା ଚୂଡ଼ା, ଅଟା, ଚାଉଳ, ଚୂନା, ଖଇ, ଉଖୁଡ଼ା, ଦହି, ମୁଆଁ, ଲହୁଣି, ଗୁଡ଼ ଇତ୍ୟାଦି ଉପରେ ୫% ଜିଏସ୍‌ଟି ଆଦାୟ କରିବାକୁ ଭୁଲିଲେ ନାହିଁ । ଏପରିକି ଚିକିତ୍ସାଧିନ ରୋଗିମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧ, ତୁଳା, ଗଜ, ସୂତା, ଛୁଂଚି ଇତ୍ୟାଦି ଉପରେ ୫% ରୁ ୧୮% ପର୍ଯ୍ୟନ୍ତ ଜିଏସ୍‌ଟି ଆଦାୟ କରୁଛନ୍ତି ।

ବେରୋଜଗାରୀ ଆଜି ସର୍ବୋଚ୍ଚ ସୀମାରେ ପଂହଚିଛି । ୪୨ କୋଟିରୁ ଅଧିକ ଆଜି ଦାରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି । ମୁଦ୍ରାସ୍ପିତି ଗତ ୫ ମାସ ଧରି ୭%ରୁ ଅଧିକ ରହିଛି । ବାଣିଜ୍ୟକ ନିଅଂଟ ଆଜି ଚରମ ସୀମାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଦୃତ ଗତିରେ ହ୍ରାସ ପାଉଛି, ଏପରିକି ଗୋଟେ ଡଲାରର ମୂଲ୍ୟ ଆଜି ୮୦ଟଙ୍କା ଅତିକ୍ରମ କରିସାରିଛି ଏପରି ସ୍ଥଳେ ଏସବୁ ସମସ୍ୟାକୁ ନେଇ ଯେତେବେଳ ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଶ୍ରୀ ରାହୁଲ ଗାନ୍ଧୀ ପାର୍ଲାମେଂଟ ଭିତରେ ଓ ବାହାରେ ସରକାରଙ୍କର ନୀତି ଓ ନିଷ୍ପତିକୁ କଡ଼ା ସମାଲୋଚନା କରିବା ଯୋଗୁଁ ଆଜି ଇଡି, ସିବିଆଇ ଓ ଆଇଟିର ଭୟ ଦେଖାଇ ସେମାନଙ୍କର ମୁଁହ ବନ୍ଦ କରିବାପାଇଁ ଚେଷ୍ଟା ଚଳାଇଛନ୍ତି ।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନରେନ୍ଦ୍ର ମୋଦି ସରକାରର ପ୍ରତିହିଂସା ପରାୟଣ ଓ ଆକ୍ରୋଶମୂଳକ ରାଜନୀତିକୁ ଦୃଢ଼ ନିନ୍ଦ୍ରା କରିବା ସହିତ ସାରା ରାଜ୍ୟର ସମସ୍ତ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତା ଶ୍ରୀମତୀ ଗାନ୍ଧୀଙ୍କ ପଛରେ ଛିଡ଼ା ହୋଇଛନ୍ତି । ଅସତ୍ୟକୁ କେବଳ ସତ୍ୟରେ ବିଜୟ କରିହେବ, ଏହି ଧର୍ମରେ କଂଗ୍ରେସ ଦଳ ତାର ପ୍ରତିବାଦ ଜାରି ରଖିଛି ।

ନ୍ୟାସନାଲ ହେରାଲ୍ଡ ଘଟଣାରେ କୌଣସି ପ୍ରକାର ଯେତେବେଳେ ଅର୍ଥ କାରବାର ହୋଇନାହିଁ ସେଥିରେ କିଭଳି ଅର୍ଥ ହେରାଫେରି ହେଲା ଏହାହିଁ ହେଉଛି କଂଗ୍ରେସର ସବୁଠାରୁ ବଡ଼ ପ୍ରଶ୍ନ । ଆଜିର ଏହି “ସତ୍ୟାଗ୍ରହ”ରେ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ବହୁ କର୍ମି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଅଗ୍ନିପଥ ଯୋଜନାକୁ ବିରୋଧ କରି ଓଡିଶା କଂଗ୍ରେସ କରିବ ସତ୍ୟାଗ୍ରହ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ଦାବି ରେ କଂଗ୍ରେସ ଦଳ ତରଫରୁ ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୂବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ଆସନ୍ତାକାଲି  ସୋମବାର ଦିନ ୧୦.୩୦ ମିନିଟ ସମୟରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ପାୱାରହାଉସ ଛକ ଏହି ସତ୍ୟାଗ୍ରହ କରାଯିବ।

ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ଯୋଗଦେଇ ଏହି ଯୋଜନାକୁ କଠୋର ସମାଲୋଚନା କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଗ୍ନିପଥ ଯୋଜନାକୁ ମୋଦି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ; କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସାୱନ୍ତ

ଭୁବନେଶ୍ୱର: ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ।

ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି।

ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତାର ଯୌବନ ଅବସ୍ଥାରେ ଚାକରିରୁ ଅବସର ନେଇ ପୂର୍ବତନ କର୍ମଚାରି ହେବାର ଅଦ୍‌ଭୁତ ପୂର୍ବ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ ।

ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଂଟିନ, ପେନସନ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ ବଂଚିତ ହୋଇଛନ୍ତି । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି ।

ଦେଶର ସେନାବାହିନୀର ବଜେଟ ୧୭-୧୮ ମସିହାରେ ୧୭.୮% ଥିଲା ବେଳେ ୨୦-୨୧ ବେଳକୁ ୧୩.୦୨ ପ୍ରତିଶତକୁ ଖସିଆସିବା ମୋଦି ସରକାରଙ୍କର ଅପରିଣାମିଦର୍ଶି ନିଷ୍ପତି ଓ ସେନାବାହିନୀକୁ ଦୁର୍ବଳ କରିବାର ମାନସିକତାକୁ ପ୍ରତିଫଳିତ କରୁଛି । ଆସନ୍ତା କାଲି ସତ୍ୟାଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଅଭିଷେକ ମହାନନ୍ଦ, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ କଂଗ୍ରେସର ଆକ୍ରମଣାତ୍ମକ ପଦକ୍ଷେପ, ଦିଲ୍ଲୀରୁ ଫେରିବେ ସଭାପତି

ଭୁବନେଶ୍ବର: ଆଜିଠାରୁ ପ୍ରଦେଶ କଂଗ୍ରେସର ଆରମ୍ଭ ହେବ ଆକ୍ରମଣାତ୍ମକ ପଦକ୍ଷେପ। କାରଣ ହେଲା ରାଜ୍ୟ କଂଗ୍ରେସର ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ହେଲେ ସେ ଏ ପର୍ଯ୍ୟନ୍ତ କଂଗ୍ରେସ ଭବନରେ ଦାୟିତ୍ବ ଗ୍ରହଣ କରି ନାହାଁନ୍ତି। ଆଜି ସେ ନୂଆଦିଲ୍ଲୀରୁ ଫେରୁଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ସେ ସିଧା କଂଗ୍ରେସ ଭବନ ଆସି ମଙ୍ଗ ସମ୍ଭାଳିବେ।

ଆଜି ଶରତ ପଟ୍ଟନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ପାଇଁ କଂଗ୍ରେସ ତରଫରୁ ଏକ ବଡ ଶୋଭାଯାତ୍ରାରର ଆୟୋଜନ କରାଯାଇଛି। ବିମାନ ବନ୍ଦରରୁ ତାଙ୍କୁ ସ୍ବାଗତ କରାଯାଇଛି ଶୋଭାଯାତ୍ରାରେ କଂଗ୍ରେସ ଭବନ ଅଣାଯିବ। ଏହାପରେ ସେ ଆଗାମୀ ନିର୍ବାଚନ ପାଇଁ ଆରମ୍ଭ କରିବେ ପଦକ୍ଷେପ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ଶିବିର, ଟାର୍ଗେଟରେ କେନ୍ଦ୍ର ରାଜ୍ୟ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବ ସଂକଳ୍ପ ଶିବିର ଭୁବନେଶ୍ୱର ଇନିଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରର୍ସ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା। ଅଖିଳ ଭାରତ କଂଗ୍ରେସ କମିଟିର ଉଦୟପୁର ନବ ସଂକଳ୍ପ ଚିନ୍ତନ ଶିବିରର ନିଷ୍ପତିକୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରିବା ନେଇ ଆଜି ଏହି ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା।

ସର୍ବପ୍ରଥମେ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ତତ୍ୱାବଧାନରେ ଦଳୀୟ ପତାକା ଉତୋଳନ କରାଯାଇଥିଲା ଏବଂ ସଭାକକ୍ଷରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ବିଗତ ୮ ବର୍ଷ ଧରି ଏ ସରକାର ଦେଶକୁ ଲୁଟ କରିବାଛଡ଼ା ଆଉ କିଛି କରିନାହିଁ । ଦେଶବାସୀଙ୍କୁ ଆଛେଦିନର ସ୍ୱପ୍ନ ଦେଖାଇ ଲୋକମାନଙ୍କ ଉପରେ ମହଙ୍ଗାଇର ବୋଝ ଲଦିଦିଆଯାଇଛି।

ଅଟା, ଅଣ୍ଡା, ପନିପରିବା, ମାଛ, ତେଲ, ଲୁଣ, ଡାଲି ପ୍ରଭୃତି ଅତ୍ୟାବଶ୍ୟକୀୟ ପଦାର୍ଥର ଦାମ ୨୦୧୪ ରେ ଯାହାଥିଲା ଆଜି ଶତପ୍ରତିଶତ ବଢ଼ିଯାଇଛି । ଲୋକଙ୍କ ପାଖରେ ରୋଜଗାର ନାହିଁ । ଭାରତ ବର୍ଷର ୪୫ କୋଟି ଲୋକ ଆଜି ବେରୋଜଗାର ହୋଇ ଯାଇଛନ୍ତି । ବେରୋଜଗାରୀ ମୋଦି ସରକାର ସମୟରେ ୪୫ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏହି ଶିବିରରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ ଚେଲା କୁମାର ନିଜ ଅଭିଭାଷଣରେ କହିଥିଲେ ଯେ ସାରା ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବ। ଏବଂ ସାରା ଓଡ଼ିଶାରେ କୋଣ ଅନୁକୋଣକୁୁ କଂଗ୍ରେସ ଚିନ୍ତାଧାରାର ବାର୍ତା ପହଂଚାଯିବ। କେନ୍ଦ୍ରରେ ଦୀର୍ଘ ୮ ବର୍ଷ ଧରି ଏକ ଜନବିରୋଧି ସାଂପ୍ରଦାୟିକତା ସୃଷ୍ଟି କରୁଥିବା ଏକ ସରକାର ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଏକ ଜନବିପ୍ଳବ ସୃଷ୍ଟି କରିବ। ଠିକ୍ ସେହିପରି ଭାବରେ ଦୀର୍ଘ ୨୨ ବର୍ଷଧରି ରାଜ୍ୟର ଜଳ, ଜଙ୍ଗଲ, ଜମି ଓ ଖଣି ଲୁଟ କରିଥିବା ସରକାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ହେବ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଲେ ଯେ ଓଡ଼ିଶାର ସସସ୍ତ ଖଣିକୁ ରାଜ୍ୟ ସରକାର ନିଜସ୍ୱ ହାତକୁ ଯଦି ନିଅନ୍ତି ତେବେ ରାଜ୍ୟ ୧ଲକ୍ଷ ଟଙ୍କା ରାଜସ୍ୱ ପାଇବ ମାତ୍ର ଓଡ଼ିଶା ସରକାର କାହା ସ୍ୱାର୍ଥରେ ଏହା କରୁ ନାହାନ୍ତି ତାହା ଜଣା ନାହିଁ। ଭବିଷ୍ୟତ ପାଇଁ ସରକାର ଏହାପାଇଁ ବହୁମୂଲ୍ୟ ନିଶ୍ଚୟ ଦେବେ। ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଲେଯେ କଂଗ୍ରେସ ଭିତରେ ଏକତା ଏକାନ୍ତ ଆବଶ୍ୟକତା ରହିଛି। କଂଗ୍ରେସର ଶୃଙ୍ଖଳା ସବୁସ୍ତରରେ ଏକାନ୍ତ କାମ୍ୟ।

ଆମ ଭିତରେ ଥିବା କନ୍ଦଳ ଯୋଗୁଁ ଆଜି କଂଗ୍ରେସ ଦୁର୍ବଳ ହୋଇଛି। ଫଳରେ ଆମେ ବିରୋଧିଙ୍କୁ ଉପଯୁକ୍ତ ଭାବରେ ଲଢ଼ି ପାରିଲୁ ନାହିଁ। ଓଡ଼ିଶାର ଜନସାଧାରଣ ଉଭୟ ମୋଦୀ ଓ ନବୀନ ସରକାର ଉପରେ ଅତିଷ୍ଠ ହୋଇ ସାରିଛନ୍ତି । ରାଜ୍ୟର ଛାତ୍ର, ଶିକ୍ଷିତ ଯୁବକ, କୃଷକ, ସାଧାରଣ ମହିଳାଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ, ନିମ୍ନ ମଧ୍ୟବିତ, ଶ୍ରମିକ କେହି ଖୁସିରେ ନାହାଁନ୍ତି। ୨୨ ବର୍ଷ ଭିତରେ ପାହାଡ ଭଳି ପ୍ରତିଶ୍ରୁତି ଲୋକଙ୍କୁ ଦିଆଯାଇଛି, କିନ୍ତୁ ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ ହୋଇନାହିଁ।

ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ପଂଚାନନ କାନୁନଗୋ ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଶରତ ରାଉତ, ସାଂସଦ ସପ୍ତଗିରି ଉଲ୍ଲାକା, ସସ୍ମିତା ବେହେରା, ବିଧାୟକ ସୁରେଶ କୁମାର ରାଉତରାୟ, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ଲେଙ୍କା ପ୍ରମୁଖ ଅଭିଭାଷଣରେ କହିଥିଲେ ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା ଓ ଜନବିରୋଧି ନୀତି ନେଇ କଂଗ୍ରେସ ପ୍ରତ୍ୟେକ ପରିବାର ପାଖରେ ପଂହଚିବ ।

କଂଗ୍ରେସ ବସୁଧୈବ କୁଟୁମ୍ବକମ ନୀତିରେ ବିଶ୍ୱାସ କରେ ଆସନ୍ତା ଅଗଷ୍ଟ ୯ ଠାରୁ କଂଗ୍ରେସ ଭାରତ ଯୋଡ ଅଭିଯାନ ଆରମ୍ଭ କରିବ କରିବ । ଭାରତ ବର୍ଷକୁ ବିଭାଜନକାରୀ ସାଂପ୍ରଦାୟିକ ଶକ୍ତି କବଳରୁୂ ରକ୍ଷା କରିବା ପାଇଁ ସଂକଳ୍ପ ପାରିତ ହୋଇଛି । ଭାରତ ବର୍ଷର ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ଭାରତ ବର୍ଷର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲଭଭାଇ ପଟେଲ, ମୌଲାନା ଆବୁଲ କାଲାମ ଆଜାଦ, ଡ଼. ବି. ଆର ଆମ୍ବେଦକରଙ୍କ ଦୂରଦୃଷ୍ଟି ଯୋଗୁଁ ଭାରତ ବର୍ଷରେ ଏମ୍‌ସ, ଆଇଆଇଟି, ଆଇଆଇଏମ ଠାରୁ ଆରମ୍ଭ କରି ବୃହତ ନଦୀ ବନ୍ଧ ଯୋଜନା, ବୃହତ ଶିଳ୍ପ ଏବଂ ବିଦ୍ୟୁତ, ଦୁଗ୍ଧ ଉତ୍ପାଦନ କରି ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ଓ ହରିତ ବିପ୍ଳବ କରିଥିଲା କିନ୍ତୁ ଆଜିର ଭାରତ ବର୍ଷରେ ଯେଉଁ ଯାତୀୟ ସଂପତି ଦେଖୁଛନ୍ତି ସେ ବୀମା କମ୍ପାନୀ ଠାରୁ ଆରମ୍ଭ କରି ରେଳପଥ, ବିମାନବନ୍ଦର, ବ୍ୟାଙ୍କ, ବିଏସନେଲ ଆଜି ଏହି ଅପାରଗ ସରକାର ବିକ୍ରୀ କରିଚାଲିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସର ଆରମ୍ଭ ହେଲା ମିଶନ ୨୦୨୪, ଭୁବନେଶ୍ବରରେ ହେବ ନବସଂକଳ୍ପ ଶିବିର

ଭୁବନେଶ୍ୱର: ଓଡିଶା କଂଗ୍ରେସରେ ନୂଆ ମଙ୍ଗୁଆଳ ଆସିବା ପରେ ଆରମ୍ଭ ହୋଇଯାଇଛି ମିଶନ ୨୦୨୪। ସେଥିପାଇଁ କଂଗ୍ରେସ ତରଫରୁ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ନିକଟରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ହୋଇଥିଲା ନବ ସଂକଳ୍ପ ଶିବିର। ସେହି ଶିବିରରେ ନିଷ୍ପତି ହୋଇଥିଲା ସବୁ ରାଜ୍ୟରେ ଏହିପରି କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଆସନ୍ତା ଜୁନ ୧ ତାରିଖ ବୁଧବାର ଓ ୨ ତାରିଖ ଗୁରୁବାର ଦୁଇଦିନ ବ୍ୟାପି ରାଜ୍ୟ କଂଗ୍ରେସ ଆରମ୍ଭ କରୁଛି ଶିବିର।

ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସ୍ ସଭା ଗୃହରେ କରାଯିବ। ଏହି ଶିବିର ବୁଧବାର ସକାଳ ୯ ଟା ୩୦ ସମୟରେ ପ୍ରଦେଶ କଂଗ୍ରେସ କମିଟି ନବ ନିଯୁକ୍ତ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ଜି.ରୁଦ୍ର ରାଜୁ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବୁଧବାର ବୈଠକରେ ସମସ୍ତ କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନର ସାଂସଦ ଓ ବିଧାୟକ ପ୍ରାର୍ଥୀ, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏଆଇସିସି କର୍ମକର୍ତା ଓ ପୂର୍ବତନ କର୍ମକର୍ତା, ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ ସାମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେବେ ।

ସେହିଭଳି ଗୁରୁବାର ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସଂପାଦକ (ଓଡ଼ିଶା), ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ ଓ ନଗର କଂଗ୍ରେସ ସଭାପତି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିି । ସେଥିପାଇଁ ସମସ୍ତ ନେତୃବୃନ୍ଦଙ୍କୁ ପତ୍ରମାଧ୍ୟମରେ ଜଣାଇ ଦିଆଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତିଙ୍କ ନାମ ହେଲା ଘୋଷଣା, ନିରଂଜନଙ୍କ ଇସ୍ତଫା ହେଲା ଗୃହୀତ

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଜି ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସର ସଭାପତିଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ। ଆଜି ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଛି।

ଏହି ବିଜ୍ଞପ୍ତିରେ ପ୍ରଥମେ କୁହାଯାଇଛି ଯେ, ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନିରଜଂନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ହୋଇଛି। ଏଥିସହିତ ନୂଆ ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ନିଂରଜନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳ ଭିତରେ ବେଶ୍ ଭଲ କାମ କରିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ୧୯୯୧ ଏବଂ ୧୯୯୬ ରେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥି ସହତି ସେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱରେ ଥିଲେ। ତାଙ୍କର ନିଯୁକ୍ତି ପରେ ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେ ମିଳିମିଶି କାମ କରିବାକୁ ପଦକ୍ଷେପ ନେବୁ ବୋଲି ଶରତ କହିଛନ୍ତି।

ସେହିପରି ଓଡିଶା ପ୍ରଭାରୀ ଚେଲ୍ଲାକୁମାର ମଧ୍ୟ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଶରତ ପଟ୍ଟନାୟକଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିବ। ଶରତ ପଟ୍ଟନାୟକଙ୍କ ବହୁ ବଡ ଅଭିଜ୍ଞତା ରହିଛି। ତାଙ୍କର ନେତୃତ୍ବରେ ଦଳ ନିଶ୍ଚିତ ଭଲ କରିବ। ବହୁ ନେତା ଏହି ରେସରେ ଥିଲେ, ହେଲେ ସେମାନଙ୍କ ଭିତରେ ଶରତ ପଟ୍ଟନାୟକଙ୍କ ଅଭିଜ୍ଞ ସଂପର୍ଣ୍ଣ ନେତା ଭାବେ ତାଙ୍କୁ ଏହି ପଦବୀ ପାଇଁ ମନୋନିତ କରାଯାଇଛି।

ଶରତ ପଟ୍ଟନାୟକଙ୍କୁ ସଭାପତି ଭାବେ ଘୋଷଣା କରାଯିବା ପରେ ପ୍ରଦେଶ କଂଗ୍ରେସ ମହଲରେ ଉତ୍ସାହ ଖେଳିଯାଇଛି।