Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ଥାନୀୟ ଶୀତଳାପଲ୍ଲୀ କ୍ୟାମ୍ପସରେ ରବିବାର ଏକ ମାଗଣା ହାଡ଼, ଗଣ୍ଠି ଓ ମେରୁଦଣ୍ଡ ଚିକିତ୍ସା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି।

ଅସ୍ଥିଶଲ୍ୟ ଓ ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ପରୀକ୍ଷା କରିବା ସହ ଚିକିତ୍ସା ସମ୍ପର୍କିତ ପରାମର୍ଶ ଦେଇଥିଲେ । ଏକ୍ସରେ, ସିଟି ସ୍କାନ୍ ଏବଂ ଏମ୍‌ଆରଆଇ ଭଳି ସ୍ୱାସ୍ଥ୍ୟ ପରୀକ୍ଷା ଗୁଡ଼ିକରେ ରୋଗୀମାନଙ୍କୁ ମଧ୍ୟ ରିହାତି ଦିଆଯାଇଥିଲା।

ହାଡ଼ ଏବଂ ଗଣ୍ଠି ଜନିତ ଚିକିତ୍ସା ଓ ପରୀକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଏହି ମାଗଣା ଶିବିରର ଉଦ୍ଦେଶ୍ୟ ବୋଲି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଆର୍‌.ସି. ଦେଓ ସୂଚନା ଦେଇଛନ୍ତି।

ଯେଉଁ ରୋଗୀମାନେ ଏହି ସମସ୍ୟା ସମ୍ପର୍କରେ ଅବଗତ ନୁହଁନ୍ତି ଏବଂ ଉତମ ସ୍ୱାସ୍ଥ୍ୟସେବା ଆବଶ୍ୟକ କରନ୍ତି ସେମାନଙ୍କୁ ଚିକିତ୍ସା ଯୋଗାଇଦେବା ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ ପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ଶିବିରକୁ ଆସିଥିବା ରୋଗୀମାନେ ଖୁସିବ୍ୟକ୍ତ କରିବା ସହ ହସ୍ପିଟାଲ କର୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । କେବଳ ପରୀକ୍ଷା ନୁହେଁ ଚିକିତ୍ସା ମଧ୍ୟ ପାଇପାରିଲୁ ତେଣୁ ଆମେ ହସ୍ପିଟାଲ୍ ଓ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଉଛୁ ବୋଲି ଜଣେ ବୟସ୍କ ରୋଗୀ କହିଛନ୍ତି।

ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ କହିଛନ୍ତି ଯେ ଏଭଳି ସ୍ୱାସ୍ଥ୍ୟସେବାର ଆବଶ୍ୟକତା ଥିବା ଦୃଷ୍ଟିରୁ ପ୍ରତ୍ୟେକ ରବିବାର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ। ଫିଜିଓଥେରାପି ବିଭାଗର ଡାକ୍ତର ସୁବାଶିଷ ପଟ୍ଟନାୟକ ଓ ଡାକ୍ତର ସରିତା ପଣ୍ଡା ରୋଗୀମାନଙ୍କୁ ଏହି ଶିବିରରେ ସାହାଯ୍ୟ ଓ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବିରଳ ସଚେତ ଅବସ୍ଥାରେ ମସ୍ତିଷ୍କ ଅତ୍ସୋପଚାର ସମ୍ପନ୍ନ

ଭୁବନେଶ୍ୱର: ଅତ୍ୟାଧୁନିକ ନ୍ୟୁରୋ ଏବଂ ସ୍ପାଇନ୍ସ ସର୍ଜରୀ ମାଧ୍ୟମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ୭୧ ବର୍ଷୀୟ ଜଣେ ରୋଗୀଙ୍କର ସଚେତ ଅବସ୍ଥାରେ ଏକ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି।

ରୋଗୀଙ୍କର ମସ୍ତିଷ୍କ ଉପର ଭାଗରେ ୨-୨.୫ ସେମି ପରିଧିର ଦୁଇଟି ସୂକ୍ଷ୍ମ କଣା (ବାଇଫ୍ରନ୍‌ଟାଲ୍ ବର୍‌ର ହୋଲସ୍‌) କରାଯାଇ ଏହା ମାଧ୍ୟମରେ ରୋଗୀଙ୍କ ମସ୍ତିଷ୍କ ଉପରେ ଚାପ ପକାଉଥିବା ରକ୍ତ ଓ ଅନ୍ୟାନ୍ୟ ତରଳ ପଦାର୍ଥ ଆଦିକୁ ମସ୍ତିଷ୍କ ମଧ୍ୟରୁ ନିଷ୍କାସନ କରିବାରେ ସର୍ଜନ୍ ସଫଳ ହୋଇଥିଲେ।

ପାରମ୍ପରିକ ଅତ୍ସୋପଚାର ପଦ୍ଧତିରେ ନିଶ୍ଚେତକ (ଜେନେରାଲ୍ ଆନେସ୍ଥେସିଆ) ପ୍ରୟୋଗ କରାଯାଇଥାଏ। କିନ୍ତୁ ତାହାର ବ୍ୟତିକ୍ରମ ସ୍ୱରୂପ ଉପରୋକ୍ତ ‘ଆୱେକ୍ ସର୍ଜରୀ’ ପଦ୍ଧତିରେ ରୋଗୀ ସଚେତ ଥାଇ ଅପରେସନ୍ କରାଯାଇଥିଲା।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରତାପ ସିଂହ ତୋମାରଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା।
ଡାକ୍ତର ତୋମାର ଏହି ସଫଳ ଅତ୍ସୋପଚାର ସଂପର୍କରେ କହିଛନ୍ତି ଯେ ଏହି ଆୱେକ୍ ବ୍ରେନ୍ ଅସ୍ତ୍ରୋପଚାର ଉଲ୍ଲେଖନୀୟ ସମ୍ଭାବନାର ନିଦର୍ଶନ ଅଟେ। ରୋଗୀଙ୍କୁ ସଚେତ ଅବସ୍ଥାରେ ରଖି ଅପରେସନ୍ କରାଯିବା ଦ୍ୱାରା ଆମେ ଅତ୍ୟନ୍ତ ସ୍ପଷ୍ଟ ସଠିକତା (ଗ୍ରେଟର ପ୍ରେସିସନ୍‌) ସହ ଅସ୍ତ୍ରୋପଚାର କରିପାରୁଛୁ ଓ ନିରାପଦ ଦିଗକୁ ହାସଲ କରିପାରୁଛୁ। ଏହା ଆରୋଗ୍ୟ ହେବାର ସମୟକୁ ହ୍ରାସ କରିବା ସହ ଫଳାଫଳକୁ ଅଧିକ ଉନ୍ନତ କରିବାରେ ସହାୟକ ହେଉଛି। ବୟସ୍କ ରୋଗୀ ଓ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଏହି କୌଶଳ ଅଧିକ ଲାଭଦାୟକ ହୋଇପାରିବ।

ଏ ସଂପର୍କରେ ଶୀତଳାପଲ୍ଲୀସ୍ଥିତ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି ଯେ ଆୱେକ୍ ବ୍ରେନ୍ ସର୍ଜରୀର ସଫଳତା ଆଧୁନିକ ନ୍ୟୁରୋସର୍ଜରୀ କ୍ଷେତ୍ରରେ ରୋଗୀକୈନ୍ଦ୍ରିକ ଆପ୍ରୋଚ୍ ଓ ଜଟିଳତା ହ୍ରାସର ବର୍ଦ୍ଧିତ ମହତ୍ୱକୁ ସୂଚାଏ। ଯେହେତୁ ଟେକ୍‌ନିକ୍ ଓ ଟେକ୍‌ନୋଲୋଜି ବିକଶିତ ହୋଇଚାଲିଛି, ସେ କ୍ଷେତ୍ରରେ ବିଭିନ୍ନ ସ୍ନାୟୁବିକ୍ (ନ୍ୟୁରୋଲୋଜିକାଲ୍) ସ୍ଥିତିରେ ରୋଗୀ ଚିକିତ୍ସାର ଷ୍ଟାଣ୍ଡାର୍ଡ ପ୍ରାକ୍ଟିସ୍ ଉନ୍ନତ ହୋଇପାରୁଛି।

ରୋଗୀଙ୍କ ନିରାପତା, ସୁବିଧା ଓ ଶୀଘ୍ର ଆରୋଗ୍ୟତାକୁ ପ୍ରାଥମିକତା ଦେଇ ଏଭଳି ନିଆରା ପଦ୍ଧତିକୁ ଗ୍ରହଣ କରାଯିବା ମସ୍ତିଷ୍କ ରୋଗ ( ବ୍ରେନ୍ କଣ୍ଡିସନ୍‌) ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅଧିକ ପ୍ରଭାବୀ ହୋଇପାରୁଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ପେଡିଆଟ୍ରିକ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗତ ରବିବାର ପେଡିଆଟ୍ରିକ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ପ୍ରାୟ ୧୫୦ ଜଣ ପ୍ରତିନିଧି ସାମିଲ ହୋଇଥିଲେ।

କର୍ମଶାଳାରେ ଲକ୍ଷେ୍ନା÷ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ର ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ପ୍ରଫେସର (ଡାକ୍ତର) ଉଜ୍ଜ୍ୱଲ୍ ପୋଦାର ଏବଂ ମୁମ୍ବାଇ ସ୍ଥିତ ଏମ୍‌ଜିଏମ୍ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ଏନ୍‌୍‌.ସି. ମହାନ୍ତି ଯୋଗ ଦେଇ ଶିଶୁମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ଯକୃତ ଏବଂ ଗ୍ୟାଷ୍ଟ୍ରୋଇନ୍‌ଟେଷ୍ଟିନାଲ୍ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।

ସାରା ରାଜ୍ୟରୁ ବିଭିନ୍ନ ଶିଶୁରୋଗ ବିଭାଗର ଡାକ୍ତର ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ଯୋଗ ଦେଇ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିଥିଲେ।

କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତାଦେବୀ ମହାନ୍ତି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଶ ପତି, ଶିଶୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ମୃତ୍ୟୁଞ୍ଜୟ ଦାଶ ଏବଂ ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) କଳ୍ପନା ପଣ୍ଡା ଆୟୋଜନ କରିଥିଲେ। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିସିଆନ୍‌ସ (ଭୁବନେଶ୍ୱର ଶାଖା)ର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଅଣୁଜୀବ ବିଜ୍ଞାନ ବିଭାଗ ପକ୍ଷରୁ ସୋମବାର ‘ବିଶ୍ୱ ହାତ ସ୍ୱଚ୍ଛତା ଦିବସ’ ପାଳିତ ହୋଇଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ସମ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର କେ. ମୋହିନୀ ରାଓ ଏବଂ ଲାବୋରେଟୋରୀ ର ନିର୍ଦ୍ଦେଶକ ତଥା ଅଣୁଜୀବ ବିଜ୍ଞାନ (ମାଇକ୍ରୋବାୟୋଲୋଜି) ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ଯୋଗ ଦେଇ ହାତ ଧୋଇବା ଦ୍ୱାରା କିଭଳି ସଂକ୍ରମଣକୁ କିପରି ଦୂରରେ ରଖିହେବ ଏବଂ ଅନ୍ୟ ବ୍ୟକ୍ତି ମଧ୍ୟ ସୁସ୍ଥ ରଖିପାରିବେ ଏ ନେଇ ବିସ୍ତୃତ ଭାବେ ସଚେତନତା ନିମନ୍ତେ ବାର୍ତା ଦେଇଥିଲେ।

ରୋଗୀ ସେବାରେ ସ୍ୱଚ୍ଛ ହାତର ମହତ୍ୱ ତଥା ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ କିଭଳି ସାହାଯ୍ୟ କରେ ତାହା ବକ୍ତାମାନେ ସରଳ ଉପାୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଇଥିଲେ। ଏଥି ସହିତ ପ୍ରାଚୀନ କାଳରେ ଓ କୋଭିଡ୍ ମହାମାରୀ ସମୟରେ ସ୍ୱଚ୍ଛ ହାତର ମହତ୍ୱ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ଅଣୁଜୀବ ବିଜ୍ଞାନ ବିଭାଗର ଡାକ୍ତର ଓ ଷ୍ଟାଫ୍ ମାନଙ୍କ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଘ (WHO) ଏ ବର୍ଷର ସ୍ଳୋଗାନ “ହ୍ୱାଏ ଇଜ୍ ସେୟାରିଂ ନଲେଜ୍ ଏବାଉଟ୍ ହ୍ୟାଣ୍ଡ ହାଇଜିନ୍ ଷ୍ଟିଲ୍ ସୋ ଇମ୍ପୋର୍ଟାଂଟ” ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇ ରୋଗୀ ସେବାରେ ଏହାକୁ ପ୍ରାଧାନ୍ୟ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏହି ବାର୍ତାକୁ ହସ୍ପିଟାଲର ସମସ୍ତ ବିଭାଗୀୟ କର୍ମଚାରୀ ହସ୍ତ ଅଙ୍କିତ ପୋଷ୍ଟର ମାଧ୍ୟମରେ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ ଏବଂ ଶ୍ରେଷ୍ଠ ବିବେଚିତ ପୋଷ୍ଟରକୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଡ୍ରାମା ଏବଂ ନୃତ୍ୟ ପରିବେଷଣ ଜରିଆରେ ସ୍ୱଚ୍ଛ ହାତର ସଠିକ୍ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସମ୍ ହସ୍ପିଟାଲ୍ ପକ୍ଷରୁ ଆନ୍ତର୍ଜାତିକ ସେବିକା ସପ୍ତାହ ପାଳିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାତର ୨୦୨୨ ଓ ୨୦୨୩ରେ ଶ୍ରେଷ୍ଠ ବିଏସ୍‌କେୱାଇ ହସ୍ପିଟାଲ୍‌ର ମାନ୍ୟତା ପାଇଥିବା ବେଳେ କରୋନା ମହାମାରୀ ସମୟରେ ଚିକିତ୍ସା ଓ ପରିଚାଳନା ନେଇ ଶ୍ରେଷ୍ଠ କୋଭିଡ ହସ୍ପିଟାଲ୍ ଭାବେ ପରିଗଣିତ ହୋଇଛି। ତେବେ ହସ୍ପିଟାଲ୍ ଏହି ସବୁ ପ୍ରତିଷ୍ଠା ପାଇବା କ୍ଷେତ୍ରରେ ଡାକ୍ତରମାନଙ୍କ ସହିତ ନର୍ସମାନଙ୍କ ଅବଦାନର ବଡ଼ ଗୁରୁତ୍ୱ ରହିଛି ବୋଲି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ସେବିକା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାମନ୍ତସିଂହାର କହିଛନ୍ତି ଯେ ଡାକ୍ତରମାନେ ରୋଗୀମାନଙ୍କର ପରୀକ୍ଷା, ରୋଗ ନିରୂପଣ ଓ ଚିକିତ୍ସା କରୁଥିôବା ବେଳେ ନର୍ସମାନେ ୨୪ ଘଂଟା ଧରି ରୋଗୀମାନଙ୍କର ସେବା କରିଥାନ୍ତି। ତେଣୁ ସେମାନଙ୍କର କାର୍ଯ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ।

ଏହି ଅବସରରେ ରାଜ୍ୟ ସରକାରଙ୍କ ନର୍ସିଂ ବିଭାଗର ନିର୍ଦ୍ଦେଶକ ଡାକ୍ତର ଆର୍ତବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେ ୧୨ ତାରିଖକୁ ନର୍ସିଂ ଦିବସ ଭାବେ ପାଳନ କରାଯାଉଥିବା କହିବା ସହ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ନର୍ସମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ରାଜଯୋଗିନୀ ବି.କେ. ନମିତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାନସିକ ଚାପର ପରିଚାଳନା ଏବଂ ଏ କ୍ଷେତ୍ରରେ ଧ୍ୟାନ କରିବାର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କର ସେବା କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ଆଡିସ୍ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶୋଭାମଞ୍ଜରୀ ସାମଲ ବକ୍ତବ୍ୟ ରଖିଥିବା ବେଳେ ଡେପୁଟି ନସିଂ ସୁପରିଟେଣ୍ଡେଂଟ ନିରୂପମା ଡଗର ଧନ୍ୟବାଦ ଅର୍ପଣ କରିଥିଲେ। ସେବିକା ସପ୍ତାହ ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତ କ୍ଲିନିକାଲ୍ ଓ ନନ୍‌କ୍ଲିନିକାଲ୍ ବିଭାଗୀୟ ମୁଖ୍ୟ, ସମସ୍ତ ଡିଏନ୍‌ଏସ୍‌, ଏଏନ୍‌ଏସ୍‌, ନର୍ସିଂ ଅଫିସର, ଇନ୍‌ଟର୍ଣ୍ଣ ଓ ଛାଚ୍ରଛାତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା ମଧୁମେହ ଚିକିତ୍ସା ଓ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ଏକ ସମ୍ପୂର୍ଣ୍ଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ବ୍ରହ୍ମପୁର ଏବଂ ଏହାର ନିକଟବର୍ତ୍ତୀ ଅଂଚଳବାସୀଙ୍କ ନିମନ୍ତେ ଆୟୋଜିତ ଏହି ଚିକିତ୍ସା ଓ ସଚେତନତା ଶିବିରରେ ୧୫୦ ରୁ ଊର୍ଦ୍ଧ୍ୱ ପୁରୁଷ ଓ ସ୍ତ୍ରୀ ଯୋଗ ଦେଇଥିଲେ।

ରବିବାର ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବା ସହ ଖାଦ୍ୟ ଗ୍ରହଣ, ବ୍ୟାୟାମ ଏବଂ ସୁସ୍ଥ ଜୀବନ ଶୈଳୀ ବିଷୟରେ ପରାମର୍ଶ ଦେଇଥିଲେ। ଶିବିରକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ରକ୍ତ ନମୁନା ପରୀକ୍ଷା କରିବା ସହ ଆଖି ପରୀକ୍ଷା (ରେଟିନୋସ୍କୋପି), ରକ୍ତଚାପ ପରୀକ୍ଷା ଓ ଡାଇବେଟିସ୍‌ରେ ପାଦର ଯତ୍ନ ସମ୍ବନ୍ଧୀୟ ଚିକିତ୍ସା କରାଯାଇଥିଲା।

ଏହି ଅବସରରେ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି ଯେ ହସ୍ପିଟାଲ୍ ପକ୍ଷରୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଚତୁର୍ଥ ରବିବାର ଦିନ ମାଗଣା ମଧୁମେହ ଚିକିତ୍ସା ଶିବିରର ଆୟୋଜନ କରାଯିବ। ଏହି ଶିବିର ସକାଳ ୯ ରୁ ଦିନ ୧ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି। ତେଣୁ ଜନସାଧାରଣ ମଧୁମେହ ରୋଗ ସମ୍ପର୍କିତ ଚିକିତ୍ସା ଓ ପରାମର୍ଶ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

ରବିବାର ଶିବିରରେ ରୋଗୀମାନଙ୍କର ଡାଇବେଟିସ୍ ସମ୍ପର୍କିତ ସଚେତନତା ଯେପରି କି ଏହି ରୋଗର ସମସ୍ୟା, ଜଟିଳତା ଓ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ନିଜ ଜୀବନ ଶୈଳୀରେ କିଭଳି ପରିବର୍ତନ ଆଣିପାରିବେ ଓ ପାଦର ଯଦ୍ନ ନେଇପାରିବେ ସେ ନେଇ ପରାମର୍ଶ ଦିଆଯିବା ସହ ଯେଉଁମାନେ ଦୀର୍ଘ ବର୍ଷ ଧରି ମଧୁମେହ ସମସ୍ୟା ସମ୍ପର୍କରେ ଅବଗତ ନୁହଁନ୍ତି ସେମାନେ କିଭଳି ଏ ରୋଗ ସମ୍ପର୍କରେ ଅଧିକ ଜାଣିବେ ଓ ନିଜର ଚିକିତ୍ସା କରାଇବେ ସେ ସମ୍ପର୍କରେ ବିସ୍ତୃତ ଭାବେ ବିଶେଷଜ୍ଞମାନେ ବୁଝାଇ ଦେଇଥିଲେ।

ଏଥି ସହିତ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିବିସି, ଏଚ୍‌ବିଏ୧ସି, ଏଫ୍‌ବିଏସ୍‌, ପିପିବିଏସ୍‌, କିଡ୍‌ନୀ ଫଙ୍କସନ୍ ଟେଷ୍ଟ, ଲିପିଡ ପ୍ରୋଫାଇଲ୍ (କୋଲେଷ୍ଟ୍ରାଲ୍ ଟେଷ୍ଟିଂ) ଓ ୟୁରିନ୍ ଆର୍‌/ଏମ୍ ଭଳି ସ୍ୱାସ୍ଥ୍ୟ ପରୀକ୍ଷାର ପ୍ୟାକେଜ୍‌ରେ ରିହାତି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ମଧୁମେହ ଭଳି ସମସ୍ୟା ସମ୍ପର୍କରେ ଅନେକେ ଅବଗତ ନଥିବା ବେଳେ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ପରାମର୍ଶ ଜରିଆରେ ଏହି ରୋଗ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ବୋଲି ଶ୍ରୀ ଦାଶ କହିଛନ୍ତି।

ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁର ଓ ଆଖପାଖ ଅଂଚଳର ଲୋକଙ୍କ ପାଇଁ ସମ୍ ହସ୍ପିଟାଲ୍ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରୟାସ କରୁଛି ଯେପରିକି ସେମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ସେହିପରି ମଧୁମେହ ବିଶେଷଜ୍ଞ ଡାକ୍ତର ଅମର କୁମାର ଦାସ କହିଥିଲେ ଯେ ମଧୁମେହ ରୋଗର କାରଣ ଜାଣିବା ସହ ରୋଗୀଙ୍କୁ ଚିହ୍ନଟ କିରବା ଓ ଜଟିଳତା ବିଷୟରେ ସଚେତନତା ସୃଷ୍ଟି ଏହି ଶିବିରର ଲକ୍ଷ୍ୟ।

ଏହି ଶିବିରରେ ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡାକ୍ତର ଜୀବନ ପ୍ରଧାନ ଓ ଚକ୍ଷୁ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ସ୍ନିଗ୍ଧା ରୋଗୀମାନଙ୍କୁ ପରୀକ୍ଷା କରିଥିଲେ। ହସ୍ପିଟାଲ୍‌ର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଶିବିରକୁ ସୁଚାରରୂପେ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ରେ ‘ଭିପିଡି ସର୍‌ଭେଲାନ୍ସ ଆଣ୍ଡ ଏମ୍‌ଆର୍ କ୍ୟାମ୍ପେନ୍‌’ ପ୍ରସଙ୍ଗକୁ ନେଇ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମିଳିତ ସହଯୋଗରେ ‘ଭିପିଡି ସର୍‌ଭେଲାନ୍ସ ଆଣ୍ଡ ଏମ୍‌ଆର୍ କ୍ୟାମ୍ପେନ୍‌’ ପ୍ରସଙ୍ଗକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ସମ୍ ହସ୍ପିଟାଲ୍ କ୍ୟାମ୍ପସ୍‌ରେ ଆୟୋଜିତ ଏହି କର୍ମଶାଳାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍ -୧ ଏବଂ କ୍ୟାମ୍ପସ୍‌-୨ର ପ୍ରାୟ ୬୦ ରୁ ଊର୍ଦ୍ଧ୍ୱ ଡାକ୍ତର ଅଂଶ ଗ୍ରହଣ କରିଥିଲେ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟୀକାକରଣର ଭୂମିକା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। କୋଭିଡ ସମୟର ଭୟାବହତା ପରେ ସାରା ବିଶ୍ୱ ଟୀକାକରଣର ପ୍ରକୃତ ଆବଶ୍ୟକତାକୁ ବୁଝିପାରିଥିଲା। ସେହିପରି ଅନେକ ସଂକ୍ରାମକ ରୋଗ ଗୁଡ଼ିକରୁ ରକ୍ଷା ପାଇବା ପାଇଁ ଟୀକାକରଣର ଆବଶ୍ୟକତା, ଉପାଦେୟତା, ସଚେତନତା ଏବଂ ଏହାର ମୂଲ୍ୟବୋଧତାକୁ କିପରି ସମସ୍ତ ଜନସାଧାରଣଙ୍କ ନିକଟରେ ଗୁରୁତ୍ୱର ସହିତ ପହଂଚା ଯାଇପାରିବ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମମତାଦେବୀ ମହାନ୍ତି, କମ୍ୟୁନିଟି ମେଡିସିନ୍ ବିଭାଗର ଡାକ୍ତର ଲିପିଲେଖା ପଟ୍ଟନାୟକ, ନୋଡାଲ ଅଧିକାରୀ ଡାକ୍ତର ବ୍ରଜ କିଶୋର ବେହେରା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏସ୍‌ଆର୍‌ଟିଏଲ୍‌ର ଡଃ ନିହାର ରଞ୍ଜନ ରାୟ, ଡବ୍ଲ୍ୟୁଏଚ୍‌ରେ ଏସ୍‌ଏମ୍‌ଓ ଡଃ ଅର୍ଚ୍ଚନା ଗାୟେନ୍ ପ୍ରମୁଖ ଉପସ୍ଥିତ ରହି ଟୀକାକରଣ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ।

ନିଷ୍ଠାପରତା କାର୍ଯ୍ୟ ଓ ଶୃଙ୍ଖଳିତ କାର୍ଯ୍ୟ ଦକ୍ଷତା ପାଇଁ ଡଃ ବ୍ରଜକିଶୋର ବେହେରାଙ୍କୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଏହି କର୍ମଶାଳାରେ ସମ୍ମାନିତ କରାଯାଇଥିଲା। ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡିଶାର ବିଭିନ୍ନ ଅଂଚଳରୁ ବହୁ ନିଃସନ୍ତାନ ଦମ୍ପତି ଏହି ଶିବିରରେ ଯୋଗ ଦେଇ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ସହ ଚିକିତ୍ସା କରାଇଥିଲେ।

ଭୁବନେଶ୍ୱର ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌)ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ଏହି ଶିବିରକୁ ଆସିଥିବା ଦମ୍ପତିମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଜନନ କ୍ଷମତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ବହୁ ଦମ୍ପତି ପରାମର୍ଶ ଗ୍ରହଣ କରିଥିଲେ।

ଏହି ଅଂଚଳର ରୋଗୀ ଯେଉଁମାନେ କି ବନ୍ଧ୍ୟାଦୋଷରେ ପୀଡିତ ସେମାନଙ୍କ ସମସ୍ୟା କିପରି ଠିକ୍ ଭାବରେ ନିରୂପଣ କରାଯାଇପାରିବ ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ ତାହା ହିଁ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ପ୍ରଧାନ କହିଛନ୍ତି। ପ୍ରଥମେ ବନ୍ଧ୍ୟାଦୋଷର କାରଣ ଚିହ୍ନଟ କରିବା ପରେ ତତ୍ ଉପଯୋଗୀ ଚିକିତ୍ସା ସମ୍ପର୍କରେ ଦମ୍ପତିଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।

ଗତ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ଏକ ଶିବିରର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ସିଏଚ୍‌ଆର୍ ଏବଂ ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ମିଳିତ ଉଦ୍ୟମରେ ଏଭଳି ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିରର ଆୟୋଜନ କରାଯିବ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି।
ଶ୍ରୀ ଦାଶ କହିଛନ୍ତି ଯେ ଏହି ଶିବିରରେ ବହୁ ସଂଖ୍ୟକ ଦମ୍ପତି ଯୋଗ ଦେଇଥିଲେ। ଦକ୍ଷିଣ ଓଡିଶାର ନିଃସନ୍ତାନ ଦମ୍ପତିଙ୍କୁ ଏଣିକି ଡାକ୍ତରୀ ପରାମର୍ଶ ପାଇଁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ଆୟୋଜିତ ଏହି ଶିବିରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିବା ବେଳେ ଶୀତଳାପଲ୍ଲୀ ସମ୍ ମଲ୍ଟି ସ୍ପେଶିଆଲ୍ଟି ହସ୍ପିଟାଲ୍‌ର ଡାକ୍ତର ସ୍ମୃତିରଂଜନ ପଟ୍ଟନାୟକ , ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ଡାକ୍ତର ରିଷିକା ସେନ୍‌, ଭୁବନେଶ୍ୱର ସମ୍ ହସ୍ପିଟାଲର ଡାକ୍ତର ଶୁଭାଙ୍ଗୀ ଜେନା, ଏଏନ୍‌ଏସ୍ ଶ୍ରୀମତି ଅର୍ଚ୍ଚନା ପ୍ରିୟଦର୍ଶିନୀ ତ୍ରିପାଠୀ, ନର୍ସିଂ ଇନ୍‌ଚାର୍ଜ ଶ୍ରୀମତି ଇତି ଶ୍ରାବଣୀ ତଥା ଅନ୍ୟାନ୍ୟ ନର୍ସିଂ, କ୍ଳିନିକାଲ୍ ଓ ନନ୍ କ୍ଳିନିକାଲ୍ ଷ୍ଟାଫ୍ ଏହି ଶିବିରକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଯକ୍ଷ୍ମା ରୋଗ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଯକ୍ଷ୍ମା ଅର୍ଥାତ ଟ୍ୟୁବରକ୍ୟୁଲୋସିସ୍ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ସିଏମ୍‌ଇରେ ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ସେବନ ଉପରେ ଗୁରୁତ୍ୱ ଦେଇଛନ୍ତି ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ ଅଫ୍ ରେସ୍‌ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା।

ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ପ୍ରଫେସର ଜେନା କହିଛନ୍ତି ଯେ ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯକ୍ଷ୍ମା ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଦୁଇଟି ସମସ୍ୟାର କିଭଳି ଚିକିତ୍ସା କରାଯାଇପାରିବ ସେ ନେଇ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ପ୍ରଫେସର ଜେନା କହିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଯକ୍ଷ୍ମା ରୋଗର ଚିହ୍ନଟ ନିମନ୍ତେ ଏକ ଜେନମ୍ ସିକ୍ୱେନ୍ସି ଲ୍ୟାବ୍ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏକ ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ ଟିବି ୱାର ଆରମ୍ଭ କରାଯିବ ବୋଲି କହିଥିଲେ । ଏଥି ସହିତ ଟିବିକୁ ରୋକିବାରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମ ଉପଯୁକ୍ତ ପନ୍ଥା ପ୍ରସ୍ତୁତ କରାଗଲେ ଟିବି ହାରିବ ଓ ଦେଶ ଜିତିବ ବୋଲି କହିଥିଲେ।

ଏହି ଅବସରରେ ରାଜମହେନ୍ଦ୍ରୀ ସ୍ଥିତ ଜିଏସ୍‌ଏଲ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଟିବି ଆଣ୍ଡ ଚେଷ୍ଟ ଡିଜିଜେସ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୋମନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଟିବି ଓ ଡାଇବିଟିସ୍ କିଭଳି ଜଣେ ରୋଗୀ ଉପରେ ଭାରି ପଡ଼େ ଓ ଏହାକୁ ନିରାକରଣ କରିବା ନେଇ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଆୟୋଜିତ ସିଏମ୍‌ଇରେ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବୋଲିଜିମ୍ ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହେଡ କ୍ୱାର୍ଟର୍‌ର ଏନ୍‌ଟିଇପି କନ୍‌ସଲ୍‌ଟାଂଟ ଡାକ୍ତର ସୁବ୍ରତ ପଣ୍ଡା ମଧ୍ୟ ଯକ୍ଷ୍ମା ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ପ୍ରହଲ୍ଲାଦ ମହାନ୍ତି, ସୋଆର ଚିଫ୍ ଫାସିଲିଟେଟିଂ ଅଫିସର ପ୍ରତିମା ରାଉତରାୟ, ଫାୟାର ଅଫିସର ଏ.ଟି ବସ୍ତିଆ, ଏଓ, ସିକ୍ୟୁରିଟି ପି.ସି ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଏନ୍‌ଏସ୍ ରଶ୍ମିତା ସ୍ୱାଇଁ, ଏଏନ୍‌ଏମ୍ ଶୁଭସ୍ମିତା ସାହୁ, ଷ୍ଟାଫ୍ ନର୍ସ ନମିତା ନାୟକ ଓ ଶୁଭଲକ୍ଷ୍ମୀ ଖୁଂଟିଆ ପ୍ରମୁଖଙ୍କୁ ସମ୍ମାନତ କରାଯାଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ ପ୍ରଫେସର ଡାକ୍ତର ପ୍ରୀତମ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ହସ୍ପିଟାଲ୍‌ର ପଲ୍‌ମୋନାରୀ ବିଭାଗର ପ୍ରଫେସର ରାଖି ଲୁଦାମ୍‌, ପ୍ରଫେସର ପ୍ରିୟଦର୍ଶିନୀ ବେହେରା, ଆସୋସିଏଟ୍ ପ୍ରଫେସର, ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡ଼ା, ଡାକ୍ତର ପ୍ରୀତମ୍ ଛୋଟରାୟ ଏବଂ ଆସିଷ୍ଟାଂଟ ପ୍ରଫେସର, ଡାକ୍ତର କେ.ସି. ସାହୁ, ଡାକ୍ତର ସୋନାଲୀ ମଲ୍ଲିକ୍‌, ଡାକ୍ତର ପ୍ରଜ୍ଞା ରାଉତ, ଡାକ୍ତର ଅମ୍ଳାନ୍ ମିଶ୍ର ଓ ଡାକ୍ତର ସୌରଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପକ୍ଷରୁ ସଚେତନତା ର‌୍ୟାଲି ଓ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ ଲୋକାର୍ପିତ

ଭୁବନେଶ୍ଵର: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ତଥା ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ଉତ୍ତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସ୍ଥାପିତ ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହସ୍ପିଟାଲ କ୍ୟାମ୍ପସ୍‌ରେ ପହଂଚିବା ପରେ ଫଳକ ଉନ୍ମୋଚନ ସହ କ୍ୟାମ୍ପସ୍ ପରିସରରେ ବୃକ୍ଷ ରୋପଣ କରିଥିଲେ ଓ ଆନୁଷ୍ଠାନିକ ଭାବେ ହସ୍ପିଟାଲ୍‌ଟିକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (Dr) ମନୋଜରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଏହି ଅବସରରେ ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ କାର୍ତିକ ପାଣ୍ଡିଆନ୍ ମଂଚରେ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାସଂଦ ମାନସ ମଙ୍ଗରାଜ ଏବଂ ସୋଆର ଉପସଭାପତି ଶାଶ୍ୱତୀ ଦାସ ଉପସ୍ଥିତ ଥିଲେ।

ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ୍ ଠାରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ। ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଂଟା ରୋଗୀ ସେବା ପ୍ରଦାନ କରାଯିବ।

ସମ୍ ହସ୍ପିଟାଲର ଏହି ନୂତନ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ସମସ୍ତ ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ବିଭାଗ ରହିଛି। ଦେଶ ତଥା ବିଦେଶରେ ତାଲିମ ପ୍ରାପ୍ତ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ ଏଠାରେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ।

୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଭୁବନେଶ୍ୱର ଦୀର୍ଘ ୧୯ ବର୍ଷ ହେବ ଓଡ଼ିଶା ସମେତ ପୂର୍ବାଂଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି। ଏହି ହସ୍ପିଟାଲ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଡାକ୍ତରୀ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏକ ମାଇଲ ଖୁଂଟ ସୃଷ୍ଟି କରିଛି।

ଗତ ଜାନୁଆରୀ ମାସ ୨୧ ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତ୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି।

ସୋଆ ପକ୍ଷରୁ ଭୁବନେଶ୍ୱରରେ ୨୦୨୦ ମସିହାରେ ସମ୍ ଅଲ୍ଟିମେଟ ମେଡିକେୟାର ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନେରି କେୟାର ହସ୍ପିଟାଲ୍ ମଧ୍ୟ ଆରମ୍ଭ କରାଯାଇଛି। ସୋଆର ଏହି ୪ ଟି ହସ୍ପିଟାଲ୍ ଲୋକମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ। ଏହି ୪ ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ୱରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସୁବିଧା ଉପଲବ୍ଧ।

୨୦୨୦ ମସିହାରେ କୋଭିଡ୍‌-୧୯ ମହାମାରୀର କରାଳ ଛାୟା ସାରା ବିଶ୍ୱର ଜନ ଜୀବନକୁ କବଳିତ କରିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅବିରତ ଓ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା। ସମ୍ କୋଭିଡ ହସ୍ପିଟାଲ୍ ଗୁଡ଼ିକ ଯୋଗୁଁ ହିଁ ଓଡି଼ଶାରେ କରୋନା ମୃତ୍ୟୁ ହାର କମ୍ ରହିଥିଲା।

୨୦୨୩ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ସୋଆ ଦେଶରେ ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି।

ଆଜି ଏହି ନୂତନ ହସ୍ପିଟାଲର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିତଳାପଲ୍ଲୀ କ୍ୟାମ୍ପସ୍ ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା, ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଏସ୍‌ଏଚ୍‌ଏମ୍ ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ସିଇଓ  ସୁନୀଲ ଦାସ, ଜଏଂଟ୍ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଅଫିସର୍ ଅନ୍ ସ୍ପେଶିଆଲ୍ ଡ୍ୟୁଟି ପ୍ରହଲ୍ଲାଦ ମହାନ୍ତି, ଚିଫ୍ ଭିଜିଲାନ୍ସ ଅଫିସର୍ ଯୁଗଳ ଦାସ, ଲିଗାଲ୍ ଆଫେୟାସ୍ ର ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସାହୁ, କର୍ପୋରେଟ୍ କମ୍ୟୁନିକେସନ୍ ବିଭାଗ ର ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ, ଚାଟାର୍ଡ ଆକାଉଂଟାଟ ସରୋଜ କାନ୍ତ ସାମଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବରିଷ୍ଠ ଡାକ୍ତର ପ୍ରଫେସର ସମୀର ସାହୁ, ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ, ପ୍ରଫେସର ସୁରେନ୍ ଦାଶ, ପ୍ରଫେସର ଈଶ୍ୱର ଚନ୍ଦ୍ର ବେହେରା, ପ୍ରଫେସର ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର, ପ୍ରଫେସର ଜେ.ଏନ୍ ସେନାପତି, ନର୍ସିଂ ସୁପରିଟେଣ୍ଡେଂଟ ମୀନତି ମିଶ୍ର, ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଜସ୍ମିନୀ ପଣ୍ଡା, ବାୟୋ ମେଡିକାଲ୍ ଇଂଜିନିୟରିଂ ବିଭାଗ ମୁଖ୍ୟ ଇଂ ମନୋରମା ପରିଡା, କ୍ୱାଲିଟି ବିଭାଗର ମୁଖ୍ୟ ଡକ୍ଟର ଅରୋଲିପି ଦାସ ଓ ଡେପୁଟି ଡାଇରେକ୍ଟର ପ୍ରିୟବ୍ରତ ଦାସଙ୍କ ସମତେ ଅନ୍ୟାନ୍ୟ ବରିଷ୍ଠ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହେବ ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ

ଭୁବନେଶ୍ଵର: ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ଏବେ ଦକ୍ଷିଣ ଓଡ଼ିଶାରେ ଉତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସମ୍ ହସ୍ପିଟାଲ୍‌ର ତୃତୀୟ କ୍ୟାମ୍ପସ ଆରମ୍ଭ କରିବାକୁ ଯାଉଛି।

ସମ୍ ହସ୍ପିଟାଲ୍‌ର ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ବୁଧବାର, ଫେବୃଆରୀ ୧୪ ତାରିଖ ବସନ୍ତ ପଂଚମୀ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ।

ଓଡ଼ିଶା ସମତେ ପୂର୍ବାଂଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି।

ଗତ ଜାନୁଆରୀ ମାସ ୨୧ ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି।

ଶିତଳାପଲ୍ଲୀ ଠାରେ ଆରମ୍ଭ ହେବାକୁ ଯାଉଥିବା ନୂତନ ହସ୍ପିଟାଲ୍‌ରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ।

ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଂଟା ରୋଗୀ ସେବା ପ୍ରଦାନ କରାଯିବ। ସୋଆ ପକ୍ଷରୁ ଭୁବନେଶ୍ୱରରେ ୨୦୨୦ ମସିହାରେ ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନେରି କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ମଧ୍ୟ ଆରମ୍ଭ କରାଯାଇଛି। ସୋଆର ଏହି ୪ ଟି ହସ୍ପିଟାଲ୍ ଲୋକମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ। ଏହି ୪ ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ୱରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସୁବିଧା ଉପଲବ୍ଧ।

୨୦୨୦ ମସିହାରେ କୋଭିଡ୍‌-୧୯ ମହାମାରୀର କରାଳ ଛାୟା ସାରା ବିଶ୍ୱର ଜନଜୀବନକୁ କବଳିତ କରିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅବିରତ ଓ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା। ସମ୍ କୋଭିଡ ହସ୍ପିଟାଲ୍ ଗୁଡ଼ିକ ଯୋଗୁଁ ହିଁ ଓଡି଼ଶାରେ କରୋନା ମୃତ୍ୟୁ ହାର କମ୍ ରହିଥିଲା।

୨୦୨୩ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ସୋଆ ଦେଶରେ ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରବିବାର ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ- ୧୬ ନିକଟରେ ଆରମ୍ଭ ହୋଇଥିବା ନୂଆ ହସ୍ପିଟାଲରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସଂପନ୍ନ ବ୍ୟବସ୍ଥା ରହିଛି ।
ମୁଖ୍ୟମନ୍ତ୍ରୀ ହସ୍ପିଟାଲ କ୍ୟାମ୍ପସ୍‌ରେ ପଂହଚିବା ପରେ ତାଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର )ମନୋଜରଂଜନ ନାୟକ ସ୍ୱାଗତ କରିଥିଲେ । ହସ୍ପିଟାଲଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡାକ୍ତରଖାନା ପରିସରରେ ଉପଲବ୍ଧ ଥିବା ସୁବିଧା ଗୁଡିକକୁ ବୁଲି ଦେଖିଥିଲେ । ଏହି ଅବସରରେ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ, ୫ଟି ଅଧ୍ୟକ୍ଷ ଶ୍ରୀ ଭି. କେ ପାଣ୍ଡିଆନ୍ , ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ , ମୁଖ୍ୟମନ୍ତ୍ରୀ ଙ୍କ ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁରେଶ କୁମାର ମହାପାତ୍ର, ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏବଂ ପୂର୍ବତନ କୁଳପତି ତଥା ପ୍ରମୁଖ ଉପଦେଷ୍ଟା ( ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ଏହି ନୂତନ ହସ୍ପିଟାଲ ରାଜ୍ୟ ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଂଟ ହେବାର ଲକ୍ଷ୍ୟ ରଖିଛି ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।
ଦୀର୍ଘ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଏବେ ଓଡ଼ିଶା ତଥା ପୂର୍ବାଂଚଳ ରାଜ୍ୟଗୁଡ଼ିକର ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଫୁଲନଖରା ଠାରେ ଉଦ୍‌ଘାଟିତ ଏହି ନୂତନ ହସ୍ପିଟାଲରେ ବର୍ତମାନ ୭୫୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦୁଇବର୍ଷ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇ ୩୦୦୦ ହେବ ।
ଏହି ନୂତନ ଡାକ୍ତରଖାନାରେ ଜେନେରାଲ୍ ମେଡିସିନ୍‌, ରେସ୍‌ପିରେଟୋରୀ ମେଡିସିନ୍‌, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍‌, ସାଇକିଆଟ୍ରି, ଆନେସ୍‌ଥେସିଓଲୋଜି, ରେଡିଓ-ଡାଏଗ୍ନୋସିସ୍‌, ଇମର୍ଜେନ୍ସି ମେଡିସିନ୍‌, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍‌, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର୍ ମେଡିସିନ୍‌, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବ୍‌ଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍‌ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଇତ୍ୟାଦି ବିଭାଗ ରହିବ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଡାକ୍ତରମାନେ ଓ ନୂତନ ଭାବେ ନିଯୁକ୍ତ ଡାକ୍ତର ମାନେ ଫୁଲନଖରା ଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ । ଏଠାରେ ୨୪ ଘଂଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ
ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ହେବ । ସୁଲଭ ମୂଲ୍ୟରେ ଏଠାରେ ଉତମ ମାନର ସ୍ପେଶିଆଲିଷ୍ଟ୍ ଓ ସୁପର ସ୍ପେଶିଆଲିଷ୍ଟ୍ ଚିକିତ୍ସା ସୁବିଧା ରୋଗୀମାନଙ୍କୁ ପ୍ରଦାନ କରାଯିବ ।

ଏଠାରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ଯନ୍ତ୍ରପାତି ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ । ଏହି ହସ୍ପିଟାଲରେ ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଂଚିବାରେ ସୁବିଧା ହେବ । ଖୁବ୍ ଶୀଘ୍ର ଦ୍ୱିତୀୟ କ୍ୟାମ୍ପସ୍ ରେ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରାଯିବାର ମଧ୍ୟ ଯୋଜନା ରହିଛି ।

ପ୍ରଫେସର ନନ୍ଦ କହିଥିଲେ ଯେ ଚଳିତ ମାସ ଶେଷ ସୁଦ୍ଧା ସମ୍ ହସ୍ପିଟାଲ ର ଅନ୍ୟଏକ କ୍ୟାମ୍ପସ୍ ଗଞ୍ଜାମ ଜିଲ୍ଲାର ଶିତଳାପଲ୍ଲୀ ଠାରେ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବାର ଯୋଜନା ରହିଛି । ୩୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ସମସ୍ତ ଆବଶ୍ୟକୀୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ନିମନ୍ତେ ଭିତିଭୂମି ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।
ଏହି ତିନୋଟି ହସ୍ପିଟାଲରେ ରାଜ୍ୟସରକାର ଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଯୋଜନା ଦ୍ୱାରା ସ୍ୱାସ୍ଥ୍ୟସେବା ଉପଲବ୍ଧ ଏବଂ ତିନୋଟି ହସ୍ପିଟାଲ ଲୋକମାନଙ୍କୁ ଉତମମାନ ର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ, ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଫୁଲନଖରା କ୍ୟାମ୍ଫସ୍ ର ନୂତନ ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା ଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

୨୦୦୫ ମସିହାରେ ଆରମ୍ଭ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପ୍ରତ୍ୟେକ ବର୍ଷ ଏମ୍‌ବିଏସ୍‌ଏସ୍ ପାଠ୍ୟକ୍ରମରେ ୨୫୦ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହସ୍ପିଟାଲ ଆରମ୍ଭ ହେବା ପରଠାରୁ ଉତମ ଓ ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍‌ରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ଡିସେମ୍ବର ୨୯ ତାରିଖରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞ ଓ ଡାକ୍ତର ମାନେ ଶିଶୁ ଶଲ୍ୟ ସମ୍ପର୍କିତ ବିଭିନ୍ନ ରୋଗକୁ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରତ୍ୟେକ ଶିଶୁ ଉତମ ଯତ୍ନ ଓ ଚିକିତ୍ସା ପାଇବା ପାଇଁ ହକ୍‌ଦାର। କେତେକ ଶିଶୁଙ୍କର ଶରୀରରେ ଜନ୍ମଗତ ତ୍ରୁଟି ଥିବା ବେଳେ କାହାର କାହାର ପରବର୍ତ୍ତୀ ସମୟରେ ସମସ୍ୟା ଦେଖାଦେଇଥାଏ। ଶିଶୁମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା, କଫ, କାଶ ସହିତ କିଡ୍‌ନୀ, ପେଟ ସମସ୍ୟା ସହ ହୃଦଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ। ସେହିପରି ହାର୍ନିଆ ଓ ଚର୍ମ ସମସ୍ୟା ମଧ୍ୟ ଉପୁଜିଥାଏ। ତେଣୁ ଏହିସବୁ ସମସ୍ୟାରୁ ଶିଶୁମାନଙ୍କୁ ଉତମ ଚିକିତ୍ସା ଓ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିବା ନିମନ୍ତେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଶିଶୁ ଶଲ୍ୟ ବିଶେଷଜ୍ଞମାନଙ୍କର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ବିଶେଷଜ୍ଞ ମାନେ ମତ ବ୍ୟକ୍ତ କରିଥିଲେ।

ଆଧୁନିକ ଶିଶୁ ଶଲ୍ୟ ଅସ୍ତ୍ରୋପଚାର ଦ୍ୱାରା ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ପିଲାକୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଦେଖାଦେଉଥିବା ଅନେକ ଜଟିଳ ସମସ୍ୟା ଯେପରିକି ଏନ୍‌କମ୍ପାସିଂ ୟୁରିନାରୀ, ଗ୍ୟାଷ୍ଟ୍ରୋଇନ୍‌ଟେଷ୍ଟାଇନାଲ୍‌, ଚେଷ୍ଟ, ନ୍ୟୁରୋ ସର୍ଜିକାଲ ସମସ୍ୟା ସମେତ ବିଭିନ୍ନ ଜନ୍ମଗତ ତ୍ରୁଟିର ଚିକିତ୍ସା ଓ ଉପଚାର ହୋଇପାରୁଛି। ଶିଶୁ ଶଲ୍ୟ ବିଶେଷଜ୍ଞମାନେ ଅତ୍ୟାଧୁନିକ ପ୍ରକ୍ରିୟା ଯେପରିକି କି-ହୋଲ୍‌, ଏଣ୍ଡୋସ୍କୋପିକ୍‌, ଲାପ୍ରୋସ୍କୋପିକ୍ ଓ ରୋବୋଟିକ୍ ସର୍ଜରୀ ମାଧ୍ୟମରେ ଶିଶୁମାନଙ୍କର ସୁରକ୍ଷିତ ଅସ୍ତ୍ରୋପଚାର କରିପାରୁଛନ୍ତି। ସେହିପରି ମିନିମାଲି ଇନ୍‌ଭେସିଭ୍ ସର୍ଜରୀ, ପେଡିଆଟ୍ରିକ୍ ଆନେସଥେସିଆ ଓ ହାଇଲେଭେଲ ଇନ୍‌ଟେନ୍ସିଭ୍ କେୟାର ଦ୍ୱାରା ଶିଶୁମାନଙ୍କ ଉତମ ସ୍ୱାସ୍ଥ୍ୟ ସେବା ସମ୍ପନ୍ନ ହୋଇପାରୁଛି ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗର ପ୍ରଫେସର (ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରାଧାନ କହିଥିଲେ।

ଭାରତରେ ପ୍ରତ୍ୟେକ ଦିନ ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ୱ ଶିଶୁ ଜନ୍ମଗତ ତ୍ରୁଟି ନେଇ ଜନ୍ମ ଗ୍ରହଣ କରୁଥିବା ବେଳେ ଉପଯୁକ୍ତ ଶିଶୁ ଶଲ୍ୟ ସୁବିଧା ଓ ଆଇସିୟୁର ଅଭାବ ଯୋଗୁଁ ଗ୍ରାମାଂଚଳ ମାନଙ୍କରେ ଶିଶୁ ମୃତ୍ୟୁହାର ବଢ଼ୁଛି। ତେବେ ଉପଯୁକ୍ତ ଚିକିତ୍ସା ଓ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁ ମୃତ୍ୟୁହାର ରୋକା ଯାଇପାରିବ। ଭାରତରେ ୨୦୨୨ରେ ଶିଶୁ ମୃତ୍ୟୁ ହାର ୧୦୦୦ ଜନ୍ମ ପ୍ରତି ୨୭.୬୯ ରହିଛି। ୨୦୨୧ରେ ଏହି ହାର ୨୮.୭୭ ଥିଲା।

ତେବେ ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରର ସ୍ୱାସ୍ଥ୍ୟସେବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରଦାନ କରାଯାଇଥାଏ। ଏଠାରେ ନବଜାତ ଶିଶୁଙ୍କ ଶରୀରରେ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର, ପେଟର ଅସ୍ତ୍ରୋପଚାର, ହୃଦ୍ ଅସ୍ତ୍ରୋପଚାର ଓ ଜନ୍ମଗତ ତ୍ରୁଟି ଥିବା ଶିଶୁମାନଙ୍କର ସମସ୍ୟା ଗୁଡ଼ିକର ଉନ୍ନତମାନର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ୍ ସର୍ଜରୀ ବିଭାଗରେ ସମ୍ପନ୍ନ କରାଯାଇପାରୁଛି ବୋଲି ପ୍ରଫେସର ପ୍ରଧାନ କହିଥିଲେ।

ଏଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ମାଧ୍ୟମରେ ସମସ୍ତ ଶିଶୁ ଶଲ୍ୟ ସମସ୍ୟାଗୁଡ଼ିକର ଅସ୍ତ୍ରୋପଚାର ଓ ଚିକିତ୍ସା କରାଯାଉଛି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ରଙ୍କ ସମେତ ଶିଶୁ ଶଲ୍ୟ ବିଭାଗର ପ୍ରଫେସର ହିରଣ୍ୟ କୁମାର ମହାନ୍ତି, ପ୍ରଫେସର ସୁଧାଂଶୁ ଏସ୍‌. ପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ଲଳିତ ପଣ୍ଡା, ଡାକ୍ତର ବିକ୍ରମ ବେହେରା, ଡାକ୍ତର ସନ୍ତୋଷ ସୁବୁଦ୍ଧି ଓ ଶିଶୁ ରୋଗ ବିଭାଗର ପ୍ରଫେସର ଅରକ୍ଷିତ ସ୍ୱାଇଁ, ପ୍ରଫେସର ସରୋଜ ଶତପଥୀ, ପ୍ରଫେସର ରତନ କୁମାର ଦାସ, ଡାକ୍ତର ପ୍ରିୟଙ୍କା ପଣ୍ଡା ଓ ଡାକ୍ତର ପୁଣ୍ୟପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ନିଓନାଟାଲ୍ ରିଶୁସିଟେସନ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆଡଭାନ୍ସଡ ନିଓନାଟାଲ ରିଶୁଶିଟେସନ ପ୍ରୋଗ୍ରାମ (ଏନ୍‌ଆର୍‌ପି)ର ବିଭିନ୍ନ ଦିଗ ସମ୍ପର୍କରେ ମଙ୍ଗଳବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଶିଶୁରୋଗ ଏବଂ ନବଜାତ ଶିଶୁରୋଗର ଏକ ବିଶେଷଜ୍ଞ ଟିମ୍ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସ ମାନଙ୍କୁ ଏ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ହସ୍ପିଟାଲର ଶିଶୁରୋଗ (ପୋଷ୍ଟ ଗ୍ରାଜୁଏଟ) ବିଭାଗ ଓ ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ (ଆଇଏପି) ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ମୋଟ ୨୪ ଜଣ ଟ୍ରେନି ଯୋଗ ଦେଇଥିଲେ।

ରାଜ୍ୟରେ ନବଜାତ ଶିଶୁମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ମୃତ୍ୟ ସଂଖ୍ୟାକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଗୋଲ୍ଡେନ୍ ମୁମେଂଟ ପ୍ରୋଜେକ୍ଟର ଏହା ଅଂଶ ବିଶେଷ।

ଏହାର ଉଦ୍‌ଘାଟନୀ ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଡାକ୍ତରମାନେ ରୋଗୀମାନଙ୍କୁ କାଉନସେଲିଂ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଡାକ୍ତର ମାନେ ରୋଗୀମାନଙ୍କର କେବଳ ଚିକିତ୍ସା ଓ ଯତ୍ନ ନେବା ନୁହେଁ ବରଂ ସେମାନେ ଯେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ସେ ନେଇ ବୁଝାଇବା ଡାକ୍ତରମାନଙ୍କ କର୍ତ୍ତବ୍ୟ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବଶ୍ୱେରର ଶିଶୁରୋଗ ବିଭାଗର ଆଡିସ୍ନାଲ ପ୍ରଫେସର (ଡାକ୍ତର) ପଙ୍କଜ ମହାନ୍ତି ଲିଡ୍ ଇନ୍‌ଷ୍ଟ୍ରକ୍ଟର ଥିବା ବେଳେ ତାଙ୍କ ସହିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ, ନୂଆଦିଲ୍ଲୀ ସ୍ଥିତ ମୌଲାନା ଆଜାଦ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ବିଜୟଲକ୍ଷ୍ମୀ ବେହେରା ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଇଶା ପଣ୍ଡା ଶିକ୍ଷା ଦେଇଥିଲେ।

ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ଗୀତାଞ୍ଜଳି ସେଠୀ ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଡାକ୍ତର ଜେ. ବିକ୍ରାନ୍ତ କୁମାର ପୃଷ୍ଟି କର୍ମଶାଳାରେ ଅବଜରଭର ଫ୍ୟାକଲ୍ଟି ଭାବେ ଯୋଗ ଦେଇଥିଳେ।

ଆଇଏପି ଭୁବନେଶ୍ୱର ଶାଖାର ସଭାପତି ଡାକ୍ତର ଆଶୁତୋଷ ମହାପାତ୍ର ଓ ସମ୍ପାଦକ ଡାକ୍ତର ସୁଶୃତ ଦାସ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ପ୍ରବୋଧ କୁମାର ସାବତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

ଭୁବନେଶ୍ୱର: ଗଣ୍ଠିବାତ ସମସ୍ୟାରୁ ସୁସ୍ଥ ହେବା ସମ୍ଭବପର। ଏହା ଏକ ଜୀବନ ଶୈଳୀ ଜନିତ ବ୍ୟାଧି। ସଚେତନ ଓ ସତର୍କ ହେବା ସହ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ରୋଗରୁ ମଣିଷ ସୁସ୍ଥ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା।

ଅକ୍ଟୋବର ୧୨ ତାରିଖ ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଏହି ବ୍ୟାଧି ନେଇ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଆୟୋଜିତ ୱାକାଥନ୍‌ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି।

ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଗଣ୍ଠିବାତ ରୋଗର ସମସ୍ୟା ଓ ଏହାର ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବୁଝାଇଥିଲେ। ଏହି ବ୍ୟାଧିରୁ ମୁକ୍ତି ପାଇବା ନିମନ୍ତେ ଉପଯୁକ୍ତ ଜୀବନ ଶୈଳୀ ଏବଂ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ୱାକାଥନ୍ ଅବସରରେ ସଂପୃକ୍ତ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋ କହିଥିଲେ ଯେ ଏହି ସମସ୍ୟା ଯେ କୈଣସି ବୟସରେ ଦେଖାଦେଇପାରେ। ଏକ ଶହରୁ ଅଧିକ ପ୍ରକାରର ଗଣ୍ଠିବାତ ହୋଇଥାଏ  ତେବେ ଏହା ସଂକ୍ରାମକ ନୁହେଁ। ଏହାର ଚିକିତ୍ସା ସମ୍ଭବ। ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରାଗଲେ ରୋଗୀଟି ଯନ୍ତ୍ରଣା ଓ ଅକର୍ମଣ୍ୟତାରୁ ମୁକ୍ତ ହୋଇଥାଏ ବୋଲି ସେ କହିଥିଲେ।

ମାଷ୍ଟରକ୍ୟାଂଟିନ୍ ରୁ ରାମମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ଏହି ୱାକାଥନ୍‌ରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର, ପ୍ରମେୟର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର, ଡିଜିଏମ୍ (ସର୍କୁଲେସନ୍‌) ଗଜେନ୍ଦ୍ର ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଛାତ୍ରଛାତ୍ରୀମାନେ ସାମିଲ ଥିଲେ।

ଏହି ଅବସରରେ ହସ୍ପିଟାଲ୍‌ରେ ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ଏକ ସିଏମ୍‌ଇ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି।

ଏହି ରୋବୋଟ ଦ୍ୱାରା ନିର୍ଭୁଲ ଭାବେ ଅସ୍ତ୍ରୋପଚାର ହୋଇପାରୁଛି ଏବଂ ଗତ ୬ ସପ୍ତାହ ମଧ୍ୟରେ ହସ୍ପିଟାଲ୍‌ରେ ଏଭଳି ୪୦ ଟି ଅସ୍ତ୍ରୋପଚାର ହୋଇ ସାରିଛି ବୋଲି ଏହାର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଅନିରୁଦ୍ଧ ଦାଶ କହିଛନ୍ତି।

ଏହି ସ୍ୱୟଂଚାଳିତ ଆକ୍ଟିଭ୍ କ୍ୟୁଭିସ୍ ରୋବୋଟିକ ସିଷ୍ଟମ୍‌ର ଶୁଭାରମ୍ଭ ଶୁକ୍ରବାର ହୋଇଥିଲା। ଏହି ଅବସରରେ ଡକ୍ଟର ଦାଶ କହିଥିଲେ ଯେ ଏହି ରୋବୋଟ ଦ୍ୱାରା ଉନ୍ନତ ମାନର ଏବଂ ସଠିକତାର ସହ ଅସ୍ତ୍ରୋପଚାର ହୋଇପାରୁଛି। ଏହାକୁ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ସିଷ୍ଟମ ବୋଲି କୁହାଯାଇଛି।

ଏହି ଉପାୟରେ ଅସ୍ତ୍ରୋପଚାର କଲେ ଏହା ଏକ କ୍ଷୁଦ୍ର କ୍ଷତ ମାଧ୍ୟମରେ ଚିକିତ୍ସା କରେ, ଅଧିକ ନମନୀୟତା ପ୍ରଦାନ କରେ ଏବଂ ସଂକ୍ରମଣର ଆଶଙ୍କାକୁ ହ୍ରାସ କରେ ବୋଲି ସେ କହିଥିଲେ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓଡିଶାର ପ୍ରଥମ ହସ୍ପିଟାଲ୍ ଭାବେ ଏଭଳି ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ କରିଛି ବୋଲି ପ୍ରଫେସର (ଡଃ) ଦାଶ କହିଥିଲେ। ଏହି ରୋବୋଟ ଦକ୍ଷିଣ କୋରିଆର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କର ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଡାକ୍ତର ସଚିଦାନନ୍ଦ ମହାନ୍ତି, ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଆର୍ତବନ୍ଧୁ ନାୟକ, ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡଃ)ଅଶୋକ କୁମାର ମହାପାତ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡଃ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡଃ) ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ଏହି ରୋବୋଟ ନିମନ୍ତେ ମାର୍କେଟିଂ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କମ୍ପାନୀର ଜଣେ ପ୍ରତିନିଧି ଏହି ଅବସରରେ କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦେଶର ପ୍ରଥମ ମେଡିକାଲ୍ କଲେଜ ଭାବେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନିମନ୍ତେ ଏହି ସ୍ୱୟଂଚାଳିତ ରୋବୋଟର ବ୍ୟବହାର ଆରମ୍ଭ କରିଛି । ଏଥି ନିମନ୍ତେ ହସ୍ପିଟାଲ୍‌ରେ ଏକ ସେଂଟର ଅଫ୍ ଏକ୍ସିଲେନ୍ସ ଆରମ୍ଭ କରାଯିବାର ଯୋଜନା ରହିଛି ଯେଉଁଠାରେ ଅସ୍ଥିଶଲ୍ୟ ବିଭାଗର ସର୍ଜନମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ପାରିବ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରାଜ୍ୟର ପ୍ରଥମ ଚିକିତ୍ସା କେନ୍ଦ୍ର ଭାବେ ଏହି ନୂତନ ଜ୍ଞାନକୌଶଳ ଆପଣାଇଥିବାରୁ ହସ୍ପିଟାଲ୍‌କୁ ଶୁଭେଚ୍ଛା ଜଣାଇ ପ୍ରଫେସର (ଡଃ) ମହାନ୍ତି କହିଥିଲେ ଯେ ଏଭଳି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନ୍ୟ ଫ୍ୟାକଲ୍ଟିମାନଙ୍କୁ ପ୍ରଶିକ୍ଷଣ ଦେବା ଆବଶ୍ୟକ ଯାହାଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ।

ପ୍ରଫେସର ନନ୍ଦ ରୋବୋଟିକ ଅସ୍ତ୍ରୋପଚାରର ଶୁଭାରମ୍ଭକୁ ଏକ ବଡ଼ ସଫଳତା ବୋଲି କହିବା ସହ ୨୦୦୬ ମସିହାରେ ଇଂଲଣ୍ଡର ଲିଡସ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ ସେ ଏପରି ନୂତନ ଜ୍ଞାନକୌଶଳର ବ୍ୟବହାର ଦେଖିଥିଲେ ବୋଲି କହିଥିଲେ। ସୋଆରେ ଏକ ରୋବୋଟିକ ଲ୍ୟାବ୍ ଆରମ୍ଭ କରାଯିବା ନେଇ ପ୍ରସ୍ତାବ ରହିଥିବା ପ୍ରକାଶ କରି ଏହି ଜ୍ଞାନକୌଶଳ ଦ୍ୱାରା ଅନେକ ଜଟିଳ ଅସ୍ତ୍ରୋପଚାର ହୋଇପ।।ରିବ ବୋଲି ସେ କହିଥିଲେ।

ଦେଶର ଜଣେ ପ୍ରତିଷ୍ଠିତ ନ୍ୟୁରୋସର୍ଜନ ଭାବେ ଜଣାଶୁଣା ପ୍ରଫେସର ମହାପାତ୍ର ଏହି ଅବସରରେ କହିଥିଲେ ଯେ ରୋବୋଟର ବ୍ୟବହାର ବର୍ତମାନ ସମୟର ଆବଶ୍ୟକତା ଅଟେ। ଏହା ବ୍ୟୟସାପେକ୍ଷ ହୋଇଥିବାରୁ ଟେକ୍ନୋଲଜିକୁ ସଂପୂର୍ଣ୍ଣ ଭାବେ ବ୍ୟବହାର କରିବା ଉଚିତ୍ ବୋଲି ସେ କହିଥିଲେ।

ଡାକ୍ତର ନାୟକ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଉନ୍ନତି କରୁଛି ଏବଂ ଏହି ଶିକ୍ଷାନୁଷ୍ଠାନକୁ ନେଇ ରାଜ୍ୟ ଗର୍ବିତ।

ପ୍ରଫେସର (ଡଃ) ମିଶ୍ର କହିଥିଲେ ଯେ ଏହି ନୂତନ ଜ୍ଞାନ କୌଶଳ ଦ୍ୱାରା ରୋଗୀକୁ ଖୁବ କମ୍ କଷ୍ଟ ହେବା ସହ କମ୍ ହାଡ଼ କ୍ଷୟ ହୋଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥତା ପାଇଥାଏ। ନୂତନ ଜ୍ଞାନକୌଶଳକୁ ଆପଣାଇବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସବୁବେଳେ ଆଗରେ ରହିଛି। ରୋଗୀ ସେବା ଏବଂ ଶିକ୍ଷା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ନୂତନ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ଦେବାରେ ଖୁବ୍ ଆଗ୍ରହୀ ବୋଲି ସେ କହିଥିଲେ।

ପ୍ରଫେସର (ଡଃ) ସାମନ୍ତସିଂହାର କହିଥିଲେ ଯେ ଏହି ଜ୍ଞାନକୌଶଳର ବ୍ୟବହାର ଏକ ବଡ଼ ସଫଳତା। ହସ୍ପିଟାଲ୍ ପକ୍ଷରୁ ଏକ ମଦର ରୋବୋଟ ମଧ୍ୟ ଅଣାଯିବାର ବ୍ୟବସ୍ଥା ହେଉଛି ଯାହାକି ଅନ୍ୟାନ୍ୟ ବିଭାଗର ଅସ୍ତ୍ରୋପଚାରରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡଃ ସତ୍ୟ ପ୍ରସନ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ ହସ୍ପିଟାଲ୍ ପକ୍ଷରୁ “ବିଶ୍ୱ ଅଲ୍‌ଜାଇମର ଦିବସ” ଅବସରରେ ୱାକାଥନ୍ ଆୟୋଜିତ

ଭୁବନେଶ୍ୱର: ବିଶ୍ୱ ଅଲ୍‌ଜାଇମର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି।

ଗୁରୁବାର ସକାଳେ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା।

ଚଳିତ ବର୍ଷ ବିଶ୍ୱ ଅଲ୍‌ଜାଇମର ଦିବସର ଥିମ୍ ରହିଛି “ ନେଭର ଠୁ ଅର୍ଲି , ନେଭର ଠୁ ଲେଟ୍‌” ଅର୍ଥାତ୍ କେବେବି ଆଗୁଆ ନୁହେଁ କିମ୍ବା କେବେ ଅତି ବିଳମ୍ବ ନୁହେଁ । ଏହି ଥିମ୍‌ର ସଚେତନତା ବାର୍ତା ଲୋକଙ୍କ ନିକଟରେ ପହଂଚାଇବା ନେଇ ୱାକାଥନର ଆୟୋଜନ କରାଯାଇଥିଲା। ଏହି ସମସ୍ୟାରେ ଥିବା ବିପଦ, ଚିକିତ୍ସାରେ ବିଳମ୍ବ ଏବଂ ରୋଗକୁ ଆଗକୁ ଅଧିକ ବଢ଼ିବାକୁ ନ ଦେବାର ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ଏହି ୱାକାଥନରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ, ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଓ ଆସୋସିଏଟ୍ ପ୍ରଫେସର ଲଗ୍ନଜିତ ଦାଶ ସମେତ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଂଗଦାନ ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ

ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୂହୁର୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍ ଦାନ କରିବାର ନିଷ୍ପତି ନେଇଥିଲେ । ୨୦୨୨ ମସିହା ମେ ମାସ ୧୭ ତାରିଖରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଅଂଚଳର ଏହି ଝିଅଟିର ମୃତ୍ୟୁ ପରେ ତା’ର ଦୁଇଟି ବୃକକକୁ ବାହାର କରାଯାଇ ଅଂଗଦାନ ପ୍ରକ୍ରିୟାରେ ସଫଳତାର ସହ ଅନ୍ୟ ଦୁଇଜଣଙ୍କ ରୋଗୀଙ୍କର ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ।

ହସ୍ପିଟାଲ ପକ୍ଷରୁ ଗୁରୁବାର ଭାରତୀୟ ଅଂଗ ଦାନ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଏହି ଅନୁଭୂତି ବଖାଣିଥିଲେ ଝିଅଟିର ବାପା ଶ୍ରୀ ସପନ କୁମାର ବିନ୍ଧାଣୀ ଓ ମା ଡାକ୍ତର ସୁନୀତା ପ୍ରଧାନ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭାରତୀୟ ଅଂଗ ଦାନ ଦିବସ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଶ୍ରୀ ବିନ୍ଧାଣୀ ଓ ଡାକ୍ତର ପ୍ରଧାନଙ୍କୁ ହସ୍ପିଟାଲ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଗଦାନର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ସହ ହସ୍ପିଟାଲ୍‌ର ଡାକ୍ତର ଓ ଜନସାଧାରଣଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅଂଗ ଦାନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ଏହା ଯୋଗୁଁ ମୃତ୍ୟୁ ପରେ ବି ମଣିଷ ଅନ୍ୟ ୮ ଜଣଙ୍କର ଜୀବନ ରକ୍ଷା କରିପାରିବ ବୋଲି ସେ କହିଥିଲେ । ମୃତ୍ୟୁ ପୂର୍ବରୁ ମଣିଷ କେବଳ ବୃକକ, ଯକୃତ ଓ ଚର୍ମ ଦାନ କରିପାରିଥାଏ । ତେବେ ମୃତ୍ୟୁ ପରେ ବିଭିନ୍ନ ଅଂଗ ଯେପରିକି ବୃକକ, ଯକୃତ, ଫୁସ୍‌ଫୁସ୍‌, କ୍ଷୁଦ୍ରାନ୍ତ୍‌, ଚକ୍ଷୁ, ଅଗ୍ନାଶୟ, ହୃତ୍‌ପିଣ୍ଡ, ଚର୍ମ ଓ ହାଡ ସମେତ ଟିସ୍ୟୁ ଦାନ କରିପାରିବ ବୋଲି ଡାକ୍ତର ନାୟକ କହିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅଂଗଦାନ ସମ୍ପର୍କରେ ସଚେତନତା ଆବଶ୍ୟକ ବୋଲି କହିବା ସହ ଏ ନେଇ ଡାକ୍ତରମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅଂଗ ଦାନ କରିବା ନିମନ୍ତେ ଆଗେଇ ଆସିବା ଉଚିତ୍ ବୋଲି ସେ କହିଥିଲେ ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଝିଅର ଅଂଗ ଦାନ କରିବାର ନିଷ୍ପତି ପାଇଁ ଶ୍ରୀ ବିନ୍ଧାଣୀ ଓ ଡାକ୍ତର ପ୍ରଧାନଙ୍କୁ ସମ୍ମାନ ଜଣାଇବା ସହ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ବିଭାଗରେ ଶୀଘ୍ର ରୋବୋଟିକ୍ସ ସର୍ଜରୀ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଅଂଗ ଦାନ ଓ ପ୍ରତ୍ୟାରୋପଣ ସମ୍ପର୍କରେ ବିଭିନ୍ନ ବିଭାଗର ଡାକ୍ତରମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଏହି ଉପଲକ୍ଷେ ଗୁରୁବାର ସକାଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଏକ ୱାକାଥନ ମଧ୍ୟ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ସିଏଚ୍‌ଆର୍: ବନ୍ଧ୍ୟାଦୋଷ ସମସ୍ୟା ଥିବା ଦମ୍ପତିଙ୍କର ଆଶାର କେନ୍ଦ୍ର

ଭୁବନେଶ୍ୱର: ବନ୍ଧ୍ୟାଦୋଷ ସମସ୍ୟା ଥିôବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପରିଚାଳିତ ଇନ୍‌ଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) କେନ୍ଦ୍ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌)। କେବଳ ଓଡ଼ିଶା ନୁହେଁ ଅନ୍ୟ ପ୍ରଦେଶ ତଥା ବିଦେଶରୁ ମଧ୍ୟ ଚିକିତ୍ସା ଓ ସନ୍ତାନ ଲାଭ ପାଇଁ ଏହି କେନ୍ଦ୍ରକୁ ଛୁଟି ଆସୁଛନ୍ତି ଅନେକ ଦମ୍ପତି।

ମଙ୍ଗଳବାର ବିଶ୍ୱ ଆଇଭିଏଫ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କେନ୍ଦ୍ରରୁ ମିଳୁଥିବା ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବାଂଲାଦେଶ ଚାପାଇ ନବାବଗଞ୍ଜ ଅଂଚଳର ଜନୈକ ଦମ୍ପତି। ଦୀର୍ଘ ୧୯ ବର୍ଷର ବୈବାହିକ ଜୀବନ ପରେ ମଧ୍ୟ ସନ୍ତାନ ସୁଖ ଲାଭ କରି ନଥିବା ଏହି ଦମ୍ପତି ଏବେ ସମ୍ ସିଏଚ୍‌ଆର୍ ଉପରେ ହିଁ ଭରସା କରିଛନ୍ତି। ଏହି ଠାରେ ହିଁ ଏହି ଦମ୍ପତିଙ୍କର ଦୀର୍ଘ ଦିନ ହେବ ଚିକିତ୍ସା ଜାରୀ ରହିଛି। ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଉପରେ ବେଶ ଆଶାବାଦୀ ଅଛନ୍ତି ଏହି ବାଂଲାଦେଶୀ ଦମ୍ପତି।

ବାଂଲାଦେଶ ଭଳି ଅନ୍ୟ ଦେଶରୁ ଦମ୍ପତିମାନେ ଏହି କେନ୍ଦ୍ରକୁ ସନ୍ତାନ ଲାଭ ପାଇଁ ଭରସା କରୁଛନ୍ତି। ତେଣୁ ଏହା ଗର୍ବର ବିଷୟ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସମସ୍ତ ନିୟମାବଳୀ ହସ୍ପିଟାଲ୍ ପକ୍ଷରୁ ପାଳନ କରାଯାଉଛି ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସିଏଚ୍‌ଆର୍‌ର ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଏକ ରିପ୍ରଡକ୍ଟିଭ୍ ମେଡିସିନ୍ ବିଭାଗ ଆରମ୍ଭ କରାଯିବ ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ୱର ୬ ରୁ ୮ କୋଟି ଦମ୍ପତିଙ୍କ ମଧ୍ୟରୁ ୨୫ ପ୍ରତିଶତ ଦମ୍ପତି ପ୍ରତ୍ୟେକ ବର୍ଷ ବନ୍ଧ୍ୟାଦୋଷ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଗତିଶୀଳ ଦେଶଗୁଡ଼ିକରେ ପ୍ରତି ୪ ଜଣ ଦମ୍ପତିଙ୍କ ମଧ୍ୟରେ ଜଣେ ଏହି ସମସ୍ୟାରେ ପୀଡ଼ିତ ଅଟନ୍ତି।

୧୫ ପ୍ରତିଶତ ଭାରତୀୟ ଦମ୍ପତି ବନ୍ଧ୍ୟାଦୋଷର ଶିକାର ହେଉଥିବା ବେଳେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି। ବିଳମ୍ବରେ ବିବାହ, ଚାପଯୁକ୍ତ ଜୀବନ ଶୈଳୀ, ମେଦବହୁଳତା, ଜଙ୍କଫୁଡ୍ ପ୍ରତି ଆଗ୍ରହ, ଧୂମ୍ରପାନ, ମଦ୍ୟପାନ ଓ ନିଶା ସେବନ ପ୍ରଭୃତି ଏହି ସମସ୍ୟାର ପ୍ରମୁଖ କାରଣ।

ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ତଥ୍ୟ ଅନୁଯାୟୀ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତୀୟଙ୍କ କ୍ଷେତ୍ରରେ ବନ୍ଧ୍ୟାଦୋଷ ଢ଼େର ବୃଦ୍ଧି ପାଇଛି।

ମହିଳାମାନଙ୍କ କ୍ଷେତ୍ରରେ ବନ୍ଧ୍ୟାଦୋଷ ଦେଖାଯିବାର ୫ଟି ମୁଖ୍ୟ କାରଣ ହେଉଛି ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍‌), ଏଣ୍ଡୋମେଟ୍ରିଓସିସ୍‌, ଆବ୍‌ନର୍ମାଲ୍ ମେଲ୍ ଫ୍ୟାକ୍ଟର, ଟ୍ୟୁବାଲ୍ ବ୍ଲକେଜେସ୍ ଆଣ୍ଡ ଓଭ୍ୟୁଲେସନ୍ ସମସ୍ୟା।

ତେବେ ଏହି ସବୁ ସମସ୍ୟାଗୁଡ଼ିକର ସଫଳ ଚିକିତ୍ସା ୨୦୧୨ ମସିହା ଠାରୁ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌) ଠାରେ ଉପଲବ୍ଧ ଅଛି। ଆଇଭିଏଫ୍ ଚିକିତ୍ସା ଓ ବହୁବିଧ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାର ପ୍ରଥମ ମେଡିକାଲ୍ କଲେଜ ହସ୍ପିଟାଲ ଅଟେ।

୨୦୧୩ ମସିହାରେ ଆଇସିଏମ୍‌ଆର୍ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏହି କେନ୍ଦ୍ର ୨୦୨୩ ମସିହାରୁ ଓଡ଼ିଶା ଷ୍ଟେଟ୍ ବୋର୍ଡ ଫର୍ ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନିକ୍ (ଆର୍ଟ) ଅନୁଯାୟୀ ଲେବଲ୍ ଟୁ ଆର୍ଟ କ୍ଲିନିକ ଭାବେ ପଞ୍ଜୀକୃତ ହୋଇଛି।

ଏହି କେନ୍ଦ୍ରରେ ଇନ୍‌ଫର୍ଟିଲିଟି କପଲ୍ କାଉନ୍‌ସେଲିଂ, ଟ୍ରାନ୍ସଭାଜାଇନାଲ ସ୍କାନ୍‌, ଓଭ୍ୟୁଲେସନ୍ ଇଣ୍ଡକ୍ସନ୍ ଆଣ୍ଡ ଫଲିକ୍ୟୁଲାର ମନିଟରିଂ, ଫର୍ଟିଲିଟି ଏନ୍‌ହାନ୍ସିଂ ଲାପ୍ରୋସ୍କୋପିକ୍ ସର୍ଜରୀ, ସିମେନ୍ ଆନାଲିସିସ୍‌, ଇନ୍‌ଟ୍ରାୟୁଟେରିନ୍ ଇନ୍‌ସେମିନେସନ୍ (ଆଇୟୁଆଇ), ଇନ୍‌-ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌), ଇନ୍‌ଟ୍ରାସାଇଟୋପ୍ଲାଜ୍‌ମିକ୍ ସ୍ପର୍ମ ଇଞ୍ଜେକ୍ସନ୍ (ଆଇସିଏସ୍‌ଆଇ), ସର୍ଜିକାଲ୍ ସ୍ପର୍ମ ରିଟ୍ରାଇଭାଲ୍ ପ୍ରୋସିଡ୍ୟୁଅର୍ (ଟେସା/ପେସା), ସିମେନ୍ ଆଣ୍ଡ ଏମ୍ବ୍ରିଓ ଫ୍ରିଜିଙ୍ଗ୍ ଓ ଡୋନର ସ୍ପର୍ମ ଆଇୟୁଆଇ ଓ ଆଇଭିଏଫ୍। ସିଏଚ୍‌ଆର୍‌ର ସଫଳତାର ହାର ଆଇଭିଏଫ୍ କ୍ଷେତ୍ରରେ ବିଶ୍ୱ ଆର୍ଟ ସକ୍‌ସେସ୍ ହାରରେ ୪୮.୧ ପ୍ରତିଶତ ଥିବା ବେଳେ ଆଇୟୁଆଇ କ୍ଷେତ୍ରରେ ୧୪ ପ୍ରତିଶତ ରହିଛି।

ଏହି ଅତ୍ୟାଧୁନିକ ଚିକିତ୍ସା ସହିତ ସିଏଚ୍‌ଆର୍ ଠାରେ କ୍ୟାନ୍ସର ଥେରାପି ନିମନ୍ତେ କେମୋଥେରାପି ଓ ପେଲ୍‌ଭିକ୍ ରାଡିଏସନ୍ ପାଇଁ ଯିବା ପୂର୍ବରୁ ଉଭୟ ଲିଙ୍ଗଙ୍କର ଫର୍ଟିଲିଟି ସଂରକ୍ଷଣ କରିବାର ସୁବିଧା ମଧ୍ୟ ରହିଛି। ଏସବୁ ବ୍ୟବସ୍ଥା ନିମନ୍ତେ ଖୁବ୍ ସୁଲଭ ମୂଲ୍ୟ ରଖାଯାଇଛି ଯାହା ଦ୍ୱାରା କି ଅଧିକରୁ ଅଧିକ ଦମ୍ପତି ଏହି ସୁଯୋଗ ନେଇପାରିବେ।

ଏଭଳି ସମସ୍ୟା ଥିବା ଦମ୍ପତିଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ସ୍ୱତନ୍ତ୍ର ଚିକିତ୍ସା ମାଧ୍ୟମରେ ଓ ଖୁବ୍ କମ୍ ପାଶ୍ୱର୍ ପ୍ରତିକ୍ରିୟା ଦ୍ୱାରା ଗର୍ଭଧାରଣ ସୁବିଧା ଯୋଗାଇ ଦେବା ଆମର ଲକ୍ଷ୍ୟ ରହିଛି ବୋଲି ସିଏଚ୍‌ଆର୍‌ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ କହିଛନ୍ତି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଜେ. ଭି କନ୍‌ୱର, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ, ନିଓନାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ନନ୍ଦ, ପ୍ରଫେସର ରତନ କୁମାର ଦାସ, ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଜୟଶ୍ରୀ ସ୍ୱାଇଁ, ୟୁରୋଲୋଜି ବିଭାଗର ପ୍ରଫେସର ଦେବବ୍ରତ ସାବତ, ସିଏଚ୍‌ଆର୍‌ର ଆସୋସିଏଟ୍ ପ୍ରଫେସର (ଡାକ୍ତର) ପଦ୍ମାଳୟା ଠାକୁର, ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅନୁଭୁତି ପଟେଲ୍‌, ଡାକ୍ତର ଅମ୍ରିତା ମହାନ୍ତି, ଏମ୍ବ୍ରିଓଲୋଜି ବିଭାଗର ଡାକ୍ତର ଚିଦାନନ୍ଦ ଦାସ ଓ ଆଶୀଷ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଆଇଭିଏଫ ଚିକିତ୍ସାରେ ସଫଳତା ପାଇଥିବା ଦମ୍ପତିମାନେ ଉପସ୍ଥିତ ରହି ସେମାନଙ୍କ ଅନୁଭୂତି ବଖାଣି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରୋବୋଟ ଦ୍ଵାରା ସମ୍ ହସ୍ପିଟାଲ୍‌ରେ ସଫଳ ହେଉଛି ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର: ପ୍ରଫେସର ଦାଶ

ଭୁବନେଶ୍ୱର: ବର୍ତ୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି।

ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବୋଟ ସହାୟତାର ପ୍ରକ୍ରିୟା ସମାନ ଅଟେ। ପ୍ରତ୍ୟାରୋପଣରେ ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡା ଯାଇଥାଏ। ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର ଏବଂ ସର୍ଜନ ନିୟନ୍ତ୍ରଣ କରିଥାନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାଶ ସୂଚନା ଦେଇଛନ୍ତି।

ଜଟିଳ ସମସ୍ୟା ଥିବା କ୍ଷେତ୍ରରେ ରୋବୋଟ ସହାୟତାରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ଆଣ୍ଠୁ ଚତୁଃପାଶ୍ୱର୍ରେ ଥିବା କୋମଳ ତନ୍ତୁଗୁଡ଼ିକର ପ୍ରତ୍ୟାରୋପଣ ଓ ଗଣ୍ଠିର ଉତମ ସଜ୍ଜିକରଣ ହୋଇପାରିଥାଏ ବୋଲି ସେ କହିଛନ୍ତି।
ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ମେଡିକାଲ୍ କଲେଜ ହସ୍ପିଟାଲ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌)ରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଭବିଷ୍ୟତରେ ଏହି ଉପାୟ ଅବଲମ୍ବନ କରାଯିବ ବୋଲି ପ୍ରଫେସର ଦାଶ କହିଛନ୍ତି।

ଚିରାଚରିତ ଢ଼ଙ୍ଗରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଓ ରୋବୋଟ ସହାୟତାରେ କରାଯାଉଥିବା ଅସ୍ତ୍ରୋପଚାର ମଧ୍ୟରେ କିଛି ଫରକ ନାହିଁ। ତେଣୁ ରୋବୋଟ ସହାୟତାରେ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତ ହେଉଥିବା ରୋଗୀଙ୍କୁ ଅଲଗା ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ତେବେ କେଉଁମାନେ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରିପାରିବେ ସେ ନେଇ ପ୍ରଫେସର ଦାଶ କହିଛନ୍ତି ଯେ ସାଧାରଣ ଭାବେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତି ମଧ୍ୟ ରୋବୋଟ ସହାୟତାରେ ଏହା କରାଇପାରିବେ। ଆଣ୍ଠୁ ଗଣ୍ଠିରେ ସମସ୍ୟା ଥିବା ଏବଂ କୌଣସି ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଖୁବ୍ ଲାଭଦାୟକ ବୋଲି ସେ କହିଛନ୍ତି।

ଏହାଛଡ଼ା ଏହି କ୍ଷେତ୍ରରେ ରୋବୋଟିକ ଅସ୍ତ୍ରୋପଚାର ସାଧାରଣ ଅସ୍ତ୍ରୋପଚାର ଅପେକ୍ଷା ଉତମ ଫଳ ଦେଇଥାଏ କାରଣ ଏହାକୁ ପୂର୍ବରୁ ପରିକଳ୍ପନା କରାଯାଇ ନିର୍ଭୁଲ ଭାବେ କରାଯାଇପାରେ।

ସ୍ୱତନ୍ତ୍ର ଥ୍ରୀଡି ଇମେଜ ନିଆଯାଇ ରୋବୋଟିକ୍ ଅସ୍ତ୍ରୋପଚାର କରାଯାଇଥାଏ। ଏହି ଇମେଜଗୁଡ଼ିକ ସର୍ଜନଙ୍କୁ ଉପଯୁକ୍ତ ଭାବେ ପ୍ରତ୍ୟାରୋପଣରେ ସହାୟକ ହୋଇଥାଏ।
ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସର୍ଜନମାନେ ପ୍ରତ୍ୟାରୋପଣ ନେଇ ଅଧିକ ଦକ୍ଷ ହୋଇପାରନ୍ତି। ଏହା ଦ୍ୱାରା ଶୀଘ୍ର ରୋଗୀ ସୁସ୍ଥ ହୋଇଥାଏ, ଖୁବ୍ କମ୍ ସମସ୍ୟା ଦେଖାଦେଇଥାଏ ଏବଂ ଆଉ ଥରେ ଅସ୍ତ୍ରୋପଚାରର ଆବଶ୍ୟକତା କମ୍ ଥାଏ ବୋଲି ପ୍ରଫେସର ଦାଶ କହିଛନ୍ତି।

ତେବେ ଏହି ଅସ୍ତ୍ରୋପଚାରରେ କେବଳ ରୋବୋଟ କାମ କରେ ନାହିଁ ସେ କେବଳ ସର୍ଜନମାନଙ୍କୁ ଅସ୍ତ୍ରୋପଚାରରେ ସାହାଯ୍ୟ କରିଥାଏ ବୋଲି ଡାକ୍ତର ଦାଶ କହିଛନ୍ତି। ପାରମ୍ପରିକ ଅସ୍ତ୍ରୋପଚାରରେ ସବୁକିଛି ସର୍ଜନଙ୍କ ନିୟନ୍ତ୍ରଣରେ ଥାଏ। ତେବେ ରୋବୋଟିକ୍ ସର୍ଜରୀ ଦ୍ୱାରା ଅଧିକ ସୁଫଳ ମିଳିଥାଏ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିକିତ୍ସା କ୍ଷେତ୍ରରେ ପ୍ରଭାବ ପକାଉଛି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଅଭ୍ୟୁଦୟ 

ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯୋଗୁଁ ଏକ ସ୍ୱତନ୍ତ୍ର କ୍ଲିନିକାଲ୍ ଏବଂ ବୈଜ୍ଞାନିକ ଶାଖା ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଅଭ୍ୟୁଦୟ ଫଳରେ ଚିକିତ୍ସା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଭୂତ ଉନ୍ନତି ଘଟିଛି ବୋଲି ଶୁକ୍ରବାର ଜଣେ ବିଶେଷଜ୍ଞ ମତ ଦେଇଛନ୍ତି।

ସାରା ଦେଶରେ ଅଧିକରୁ ଅଧିକ ରକ୍ତ କେନ୍ଦ୍ର ବା ବ୍ଲଡ୍ ସେଂଟର ଖୋଲାଯାଉଥିବା ବେଳେ ଅଟୋମେସନ୍‌, କମ୍ପ୍ୟୁଟରାଇଜେସନ୍ ଏବଂ ସେନ୍‌ସିଟିଭ୍ ଆଡଭାନ୍ସଡ ଟେକ୍ନିକ୍ ଭଳି ନୂତନ ଜ୍ଞାନକୌଶଳର ବ୍ୟବହାର ଏହି ପରିବର୍ତନ ଆଣିପାରିଛି ବୋଲି କହିଛନ୍ତି କୋଲକାତା ସ୍ଥିତ ଆପୋଲୋ ଗ୍ଲିନିଏଗିଲ୍‌ସ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ତଥା ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୁଦିପ୍ତ ଶେଖର ଦାସ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଚତୁର୍ଥ ବାର୍ଷିକ କନ୍‌ଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ)ରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏହା କହିଛନ୍ତି ଡାକ୍ତର ଦାସ।

୨୦ ବର୍ଷ ପୂର୍ବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ସମ୍ପର୍କରେ ବିଶେଷ କିଛି ଜଣା ନଥିବା ବେଳେ ଗତ ଏକ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ଆଖିଦୃଶିଆ ବିକାଶ ହୋଇଛି ବୋଲି କହିବା ସହ ଦେଶର ସବୁ ରକ୍ତ ଭଣ୍ଡାରଗୁଡ଼ିକରେ ଏପର୍ଯ୍ୟନ୍ତ ଉପଯୁକ୍ତ ବ୍ୟବସ୍ଥା ହୋଇପାରି ନାହିଁ ବୋଲି ଡାକ୍ତର ଦାସ କହିଥିଲେ।

ତେବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଯେଭଳି ଭାବେ ଜନସାଧାରଣଙ୍କର ଆବଶ୍ୟକତାକୁ ପୂରଣ କରୁଛି ଏବଂ ଉଚ୍ଚକୋଟୀର କାର୍ଯ୍ୟ କରୁଛି ତାହା ପ୍ରଶଂସନୀୟ ବୋଲି କହିଥିଲେ ଡାକ୍ତର ଦାସ। ଦେଶର ଅଧିକ ରକ୍ତ ଭଣ୍ଡାରଗୁଡ଼ିକରେ ବର୍ତମାନ ଟ୍ରାନ୍ସଫ୍ୟୁଜନ୍ ବିଶେଷଜ୍ଞମାନେ କାର୍ଯ୍ୟ କରୁଥିବା ବେଳେ ଏ କ୍ଷେତ୍ରରେ ଭାରତ ଖୁବ୍ ଶୀଘ୍ର ବିକଶିତ ଦେଶଗୁଡ଼ିକ ସହିତ ଏହି କ୍ଷେତ୍ରରେ ନିଜର ସ୍ଥାନ ନେବ ବୋଲି ସେ କହିଥିଲେ।

ଆୟୋଜିତ ଏହି ସିଏମ୍‌ଇର ବିଷୟବସ୍ତୁ ଥିଲା “ହେଡ୍‌ୱେ ଇନ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌: ସ୍ପେଶିଆଲ୍ ଏମ୍ଫାସିସ୍ ଅନ୍ ପେଡିଆଟ୍ରିକ ଆଣ୍ଡ ନିଓନାଟୋଲୋଜି ପେସେନ୍‌ଟ୍ସ”। ଏହି ସିଏମ୍‌ଇରେ ଟ୍ରାନ୍ସଫ୍ୟୁଜନ ମେଡିସିନ୍ କ୍ଷେତ୍ରର ବିଶେଷଜ୍ଞ, ବିଭିନ୍ନ ବିଭାଗର ସିନିୟର ଫ୍ୟାକଲ୍ଟି, ଜୁନିୟର ରେସିଡେଂଟ୍ସ, ପିଜି ଛାତ୍ରଛାତ୍ରୀ ଏବଂ ଅନ୍ୟ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର କର୍ମଚାରୀ ସମେତ ପ୍ରାୟ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ।
ଏହି ଅବସରରେ ଆଇଏମ୍‌ଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜା ନନ୍ଦିନୀ କାନୁନ୍‌ଗୋ କହିଥିଲେ ଯେ ହସ୍ପିଟାଲ୍‌ର ଏହି ରକ୍ତ ଭଣ୍ଡାରଟି ୨୦୦୫ରେ ଆରମ୍ଭ ହୋଇଥିବା ବେଳେ ଏଠାରେ ରକ୍ତ ସଂଗ୍ରହ ଓ ରୋଗୀମାନଙ୍କୁ ରକ୍ତ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ମଧ୍ୟ ଦିଆଯାଇଥାଏ। ରକ୍ତ ଭଣ୍ଡାରଟି ଆରମ୍ଭ ହେବା ସମୟରେ ପ୍ରତ୍ୟେକ ଦିନ ପ୍ରାୟ ୩ ରୁ ୫ ୟୁନିଟ ରକ୍ତ ସଂଗ୍ରହ କରାଯାଉଥିବା ବେଳେ ୩ ୟୁନିଟ ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଏହାର ପରିମାଣ ବୃଦ୍ଧି ପାଇ ପ୍ରତ୍ୟେକ ଦିନ ହାରାହାରି ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଉଥିବା ବେଳେ ୧୭୫ ୟୁନିଟ୍ ପ୍ରଦାନ କରାଯାଉଛି।

ଏହି ବିଭାଗରେ ନିୟମିତ ଷ୍ଟେମ୍ ସେଲ୍ ଆଫେରେସିସ୍ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଥେରାପ୍ୟୁଟିକ୍ ଆଫେରେସିସ୍ କରାଯାଇଥାଏ। ଏହା ଦ୍ୱାରା ଡାକ୍ତରଖାନାରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ପରି ଜଟିଳ ପ୍ରକ୍ରିୟା ସଫଳତାର ସହ କରାଯାଇ ପାରୁଛି ବୋଲି ସେ କହିଥିଲେ।

ରୋଗୀଙ୍କୁ ରକ୍ତପ୍ରଦାନ କ୍ଷେତ୍ରରେ ଟ୍ରାନ୍ସଫ୍ୟୁଜନ୍ ଦ୍ୱାରା ସଂକ୍ରମଣର ବିପଦକୁ କମ୍ କରିବା ପାଇଁ ସମସ୍ତଙ୍କ କ୍ଷେତ୍ରରେ ‘ଇଣ୍ଡିଭିଜୁଆଲ୍ ଡୋନର- ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟିଙ୍ଗ୍ (ଆଇଡି-ନାଟ୍‌)’ ପରୀକ୍ଷା କରାଯାଇଥାଏ ବୋଲି ପ୍ରଫେସର କାନୁନ୍‌ଗୋ କହିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ କାଉନ୍‌ସିଲ୍‌ର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ନୀଳକଣ୍ଠ ମିଶ୍ର ଯୋଗ ଦେଇ କହିଥିଲେ ଯେ ଓଡ଼ିଶାରେ ପ୍ରତ୍ୟେକ ବର୍ଷ ୪ ଲକ୍ଷ ୟୁନିଟ୍‌ରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ କରାଯାଉଥିବା ବେଳେ ପ୍ରାୟ ୫ ଲକ୍ଷ ୟୁନିଟ୍‌ର ଆବଶ୍ୟକତା ରହିଛି। ତେଣୁ ସରକାର ସୁରକ୍ଷିତ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ପାଇଁ ପ୍ରଚେଷ୍ଟା କରୁଛନ୍ତି। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସମାଜ ପ୍ରତି ସେବା ଓ କାର୍ଯ୍ୟ ଉଚ୍ଚକୋଟୀର ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଷ୍ଟେଟ୍ ଏଡ୍ସ କଂଟ୍ରୋଲ୍ ସୋସାଇଟିର ନିର୍ଦ୍ଦେଶକ ଡାକ୍ତର ଉର୍ମିଳା ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମିଶ୍ର ସ୍ୱେଚ୍ଛାକୃତ ରକ୍ତଦାନ ଉପରେ ଗୁରୁତ୍ୱ ଦେଇଥିବା ବେଳେ ପ୍ରଫେସର ସାମନ୍ତସିଂହାର ହସ୍ପିଟାଲ୍‌ର ରକ୍ତ ଭଣ୍ଡାରର କାର୍ଯ୍ୟ ସୁରୁଖୁରରେ ସମ୍ପାଦନ କ୍ଷେତ୍ରରେ ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ଭିତିଭୂମିର ସହଯୋଗକୁ ପ୍ରଂଶସା କରି ଏହି ରକ୍ତ ଭଣ୍ଡାରରେ ଗଚ୍ଛିତ ରକ୍ତ ରାଜ୍ୟରେ ସବୁଠାରୁ ସୁରକ୍ଷିତ ବୋଲି କହିଥିଲେ।

କୋଭିଡ ମହାମାରୀ ସମୟରେ ମଧ୍ୟ ସମ୍ ହସ୍ପିଟାଲ୍‌ର ରକ୍ତ ଭଣ୍ଡାର ପକ୍ଷରୁ ଥାଲାସେମିଆ ଓ ସିକଲ୍ ସେଲ୍ ଏନିମିଆ ରୋଗୀମାନଙ୍କର ନିୟମିତ ଭାବେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରାଯାଉଥିଲା ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।