Categories
ଆଜିର ଖବର

ଆଉ ଜଣେ ଲଶ୍କର ଆତଙ୍କବାଦୀଙ୍କ ହେବ ଫାଶୀ, ଜାଣନ୍ତୁ ସେ କିଏ ଏବଂ କେଉଁଠି କରିଥିଲା ଆକ୍ରମଣ

ନୂଆଦିଲ୍ଲୀ: ୨୦୦୦ ମସିହାରେ ଲାଲ କିଲ୍ଲା ଉପରେ ହୋଇଥିବା ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲଶ୍କର-ଇ-ତୋଇବା ଆତଙ୍କବାଦୀ ଆଶଫାକଙ୍କୁ ଫାଶୀ ଦିଆଯିବ। ବାସ୍ତବରେ ସୁପ୍ରିମକୋର୍ଟ ଆତଙ୍କବାଦୀ ଅଶଫାକଙ୍କ ମୃତ୍ୟୁ ଦଣ୍ଡକୁ ସଂରକ୍ଷିତ ରଖିଛନ୍ତିଏବଂ ତାଙ୍କ ଦ୍ଵାରା ଦାଖଲ ହୋଇଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି।

ପ୍ରକୃତରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ରେଲାଲ କିଲ୍ଲା ଆକ୍ରମଣ ମାମଲାରେ ଆତଙ୍କବାଦୀ ଆଶଫାକ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ଦୀର୍ଘ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଆତଙ୍କବାଦୀ ଆରିଫଙ୍କୁ ଅଗଷ୍ଟ ୧୦ ତାରିଖ ୨୦୧୧ରେ ମୃତ୍ୟୁଦଣ୍ଡ ଦେଇଥିଲେ। ଏହା ପରେ ଆତଙ୍କବାଦୀ ଆଶଫାକ ପୁନର୍ବାର ଓପନ କୋର୍ଟରେ ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରିବାକୁ ଦାବି କରିଥିଲେ।

ଆତଙ୍କବାଦୀ ଆଶଫାକ ୨୨ ଡିସେମ୍ବର ୨୦୦୦ ର ରାତିରେ ଲାଲ କିଲ୍ଲାରେ ଥିବା ସେନା ବ୍ୟାରେକ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସୁପ୍ରିମକୋର୍ଟର ୫ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ ଜୁଲାଇ ୨୦୧୯ରେ ପାକିସ୍ତାନୀ ନାଗରିକ ଆଶଫାକଙ୍କ ଆବେଦନକୁ ଗ୍ରହଣ କରିଥିଲେ।

ସୂଚନା ଯୋଗ୍ୟ ଯେ, ୨୨ ଡିସେମ୍ବର ୨୦୦୦ ରେ ଲାଲ କିଲ୍ଲା ଆକ୍ରମଣରେ ଦୁଇ ଜଣ ସେନା କର୍ମଚାରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ୧୧ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଆକ୍ରମଣ କରିବା ପାଇଁ ପାକିସ୍ତାନରୁ ଆତଙ୍କବାଦୀ ଦଶ ଲକ୍ଷ ଟଙ୍କା ପାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଟଫଣ୍ଡ ଦୁର୍ନୀତି ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ଵର: ଆଜି ଚିଟଫଣ୍ଡ ଦୁର୍ନୀତି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ରାଜ୍ୟସରକାର ଏବଂ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ମିଳିନଥିବାରୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏହା ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେପ୍ରସଙ୍ଗରେ ଜାଣିବା ପାଇଁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ନ୍ୟାୟାଧୀଶ ଏମଆର ଶାହା ଏବଂ ନ୍ୟାୟାଧୀଶ କ୍ରୀଷ୍ଣା ମୁରାଲିଙ୍କ ଖଣ୍ଡପୀଠ ଶୁଣାଣି କରି ଏହା ଉପରେ ଜବାବ ରଖିବାକୁ ଉଭୟ ରାଜ୍ୟ ସରକାର ଏବଂ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚିଠଫଣ୍ଡ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ କରୁଥିଲା। ଏହାସହିତ ରାଜ୍ୟସରାକର ମଧ୍ୟ ତଦନ୍ତ କମିଟି ଗଠନ କରିଥିଲେ। ଏହାପରେ ବହୁ ଠକ ସଂସ୍ଥା ପକ୍ଷରୁ ମଧ୍ୟ କୋଟି କୋଟି ଟଙ୍କା ଆଦାୟ କରାଯାଇଥିଲା। ଏସବୁ ସତ୍ତ୍ୱେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇନଥିବାରୁ ସୁପ୍ରିମକୋର୍ଟ ସଜ୍ଞାନକୁ ନେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ ତାରିଖ ଦିନ ହେବ ବୋଲି ଧାର୍ଯ୍ୟ କରାଯାଇଛି।

Categories
ବିଶେଷ ଖବର

ଜଷ୍ଟିସ୍ ଚନ୍ଦ୍ରଚୁଡ ହେବେ ଦେଶର ୫୦ ତମ ପ୍ରଧାନ ବିଚାରପତି: କେନ୍ଦ୍ରକୁ ସୁପାରିଶ କଲେ ସିଜେଆଇ ୟୁୟୁ ଲଲିତ

ନୂଆଦିଲ୍ଲୀ: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନାମ ପଠାଇଛନ୍ତି। ନଭେମ୍ବର ୯ ତାରିଖରେ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିବ।

ଅକ୍ଟୋବର ୭ ତାରିଖରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ସିଜେଆଇ ଲଲିତଙ୍କୁ ଏକ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବାକୁ ଅନୁରୋଧ କରିଥିଲେ। ଆଜି ସେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସମସ୍ତ ବିଚାରପତିଙ୍କ ସହ ସାକ୍ଷାତ ପରେ ସିଜେଆଇ ୟୁୟୁ ଲଲିତ ଏହି ନାମ କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି।

ଜଷ୍ଟିସ୍ ଲଲିତ ହେଉଛନ୍ତି ଦ୍ୱିତୀୟ ସିଜେଆଇ, ଯିଏକି ବାରରୁ ସୁପ୍ରିମକୋର୍ଟକୁ ସିଧାସଳଖ ଉନ୍ନୀତ ହେବେ। ତାଙ୍କ ପୂର୍ବରୁ ଜଷ୍ଟିସ୍ ଏସ୍.ଏମ୍ ସିକ୍ରି, ଯିଏ ଜାନୁଆରୀ ୧୯୭୧ରେ ୧୩ ତମ ସିଜେଆଇ ହୋଇଥିଲେ। ଜଷ୍ଟିସ ଲଲିତଙ୍କ ପିତା ଜଷ୍ଟିସ ୟୁ.ଆର ଲଲିତ ମଧ୍ୟ ଜଣେ ବରିଷ୍ଠ ଓକିଲ ତଥା ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଥିଲେ।

ଯଶବନ୍ତ ଚନ୍ଦ୍ରଚୂଡ କିଏ?:

ନଭେମ୍ବର ୧୧ ତାରିଖ ୧୯୫୯ ରେ ଜନ୍ମ ହୋଇଥିବା ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତି ଅଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିଛନ୍ତି। ସେ ଅଷ୍ଟ୍ରେଲିୟା ନ୍ୟାସନାଲ ୟୁନିଭରସିଟି, ହାର୍ଭାର୍ଡ ଲ ସ୍କୁଲ ଏବଂ ଅନେକ ବିଦେଶୀ ଆଇନ ବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି। ୧୯୯୮ରେ ବମ୍ବେ ହାଇକୋର୍ଟ ତାଙ୍କୁ ସିନିୟର ଆଡଭୋକେଟ୍ ଭାବରେ ମନୋନୀତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା: ଇସିଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା ଲାଗିଛି। ସୁପ୍ରିମକୋର୍ଟଙ୍କ ଦ୍ଵାରା ଉଦ୍ଧବ ଠାକରେ ଗୋଷ୍ଠୀକୁ ଝଟକା ଲାଗିଛି। ସେହି ଗୋଷ୍ଠୀ ଏବେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ନିର୍ବାଚନ ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବିଧାୟକଙ୍କ ଅଯୋଗ୍ୟତା ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ଉପରେ ଶୁଣାଣି କରିବା ଉଚିତ ନୁହେଁ ବୋଲି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଦାବି କରିଥିଲା।

Categories
ଆଜିର ଖବର ଜାତୀୟ ଖବର

୬ ବର୍ଷର ବିମୁଦ୍ରୀକରଣ ପରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠନ

ନୂଆଦିଲ୍ଲୀ: ୨୦୧୬ ମସିହାରେ ୬ ବର୍ଷର ବିମୁଦ୍ରୀକରଣ ପରେ, ବର୍ତ୍ତମାନ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହାର ବୈଧତା ଉପରେ ଶୁଣାଣି କରିବେ। ଏଥିପାଇଁ ଜଷ୍ଟିସ୍ ଏସ୍ ଅବଦୁଲ ନାଜିରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କ ଏକ ଖଣ୍ଡପୀଠ ଗଠନ କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୮ ତାରିଖରେ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି ତାରିଖ ସ୍ଥିର କରିପାରନ୍ତି। ଏହି ମାମଲା ଡିସେମ୍ବର ୧୬ ତାରିଖ ୨୦୧୬ରେ ସମ୍ବିଧାନ ବେଞ୍ଚକୁ ପଠାଯାଇଥିଲା କିନ୍ତୁ, ଏହା ଗଠନ ହୋଇପାରି ନଥିଲା।

ଏହି ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠର ସଦସ୍ୟମାନେ- ଜଷ୍ଟିସ୍ ଏସ୍ ଅବଦୁଲ ନଜିର, ବି ଆର ଗଭଇ, ଏ ଏସ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ୍ ଏବଂ ବିଭି ନାଗରତ୍ନା ନଭେମ୍ବର ୮ ତାରିଖ ୨୦୧୬ରେ କେନ୍ଦ୍ର ସରକାର ପୁରୁଣା ୫୦୦ ଏବଂ ୧୦୦୦ ନୋଟ୍ ପ୍ରତ୍ୟାହାର କରି ନେଇଥିଲେ। ଏହା ବିରୋଧରେ ଅନେକ ପିଟିସନ ଦାଖଲ କରାଯାଇଥିଲା। ନଭେମ୍ବର ୧୫ ତାରିଖ ୨୦୧୬ ରେ ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ତତ୍କାଳୀନ ପ୍ରଧାନ ବିଚାରପତି ଟି.ଏସ୍ ଠାକୁର କହିଥିଲେ, “ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ପ୍ରଶଂସନୀୟ। ଆମେ ଅର୍ଥନୈତିକ ନୀତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ କିନ୍ତୁ ଲୋକଙ୍କ ଅସୁବିଧାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ସରକାର ଏହି ଦିଗରେ ଏକ ଆଫିଡେଭିଟ୍ ଦାଖଲ କରିବା ଉଚିତ୍ ବୋଲି ସେ କହିଛନ୍ତି।

ପରେ, ଆବେଦନକାରୀ ପକ୍ଷର ଓକିଲମାନେ ଯୁକ୍ତି କରିଥିଲେ ଯେ, ଏହି ଯୋଜନାରେ ଅନେକ ଆଇନଗତ ତ୍ରୁଟି ରହିଛି। ଏହା ପରେ ଡିସେମ୍ବର ୧୬ ତାରିଖ ୨୦୧୬ରେ, ସୁପ୍ରିମକୋର୍ଟ ଏହି ମାମଲାକୁ ୫-ବିଚାରପତି ସମ୍ବିଧାନ ପୀଠକୁ ପଠାଇଲେ, କିନ୍ତୁ ସେତେବେଳେ ବିମୁଦ୍ରୀକରଣ ଉପରେ ପ୍ରତିବନ୍ଧକ ସମେତ ସୁପ୍ରିମକୋର୍ଟ ଏହି ମାମଲାରେ କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ମନା କରିଦେଇଥିଲେ। ଏହି ପ୍ରସଙ୍ଗରେ ବିଭିନ୍ନ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ମଧ୍ୟ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିସିସିଆଇକୁ ବଡ ଆଶ୍ଵସ୍ତି: ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପଦରେ ରହିବେ ଗାଙ୍ଗୁଲି ଏବଂ ଜୟ ଶାହା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କଠାରୁ ବିସିସିଆଇକୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟଙ୍କ ଆଶ୍ଵସ୍ତି ପରେ ବର୍ତ୍ତମାନ ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇର ସଭାପତି ରହିପାରିବେ। ଏହା ବ୍ୟତୀତ ଜୟ ଶାହା ମଧ୍ୟ ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇ ସଚିବ ରହିବାକୁ ଯାଉଛନ୍ତି। ପ୍ରକୃତରେ, ସୁପ୍ରିମକୋର୍ଟ ବିସିସିଆଇକୁ ବୋର୍ଡର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି।

Categories
ବିଶେଷ ଖବର

ସଂରକ୍ଷଣର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ: ସରକାରୀ ଚାକିରୀ ତଥା ଶିକ୍ଷାନୁଷ୍ଠାନଗୁଡିକରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବିଭାଗଗୁଡିକ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକ ଆବେଦନକାରୀଙ୍କ ଦ୍ଵାରା ପ୍ରସ୍ତୁତ ଡ୍ରାଫ୍ଟ ପ୍ରସଙ୍ଗଗୁଡିକ ସମସ୍ତ ପକ୍ଷଙ୍କୁ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୁରୁବାର ସୁଦ୍ଧା ସମସ୍ତ ପକ୍ଷ ସେମାନଙ୍କ ପ୍ରସଙ୍ଗ ପ୍ରସ୍ତୁତ କରିବା ଉଚିତ୍। ବର୍ତ୍ତମାନ ସୁପ୍ରିମକୋର୍ଟ ସେପ୍ଟେମ୍ବର ୮ ତାରିଖରେ ନିଷ୍ପତ୍ତି ନେବେ ଯେ କେଉଁ ଢଙ୍ଗରେ ଏବଂ କେତେ ସମୟ ମଧ୍ୟରେ ଏହି ମାମଲାର ଶୁଣାଣି ହେବ। ୧୦୩ ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ ୨୦୧୯ ମାଧ୍ୟମରେ କେନ୍ଦ୍ର ସରକାର ଆର୍ଥିକ ଦୁର୍ବଳ ବିଭାଗ (EWS) ପାଇଁ ଶିକ୍ଷାନୁଷ୍ଠାନରେ ଆଡମିଶନ ତଥା ଜନସେବାରେ ସଂରକ୍ଷଣ ବ୍ୟବସ୍ଥା ଯୋଡିଛନ୍ତି। ଏହାର ସାମ୍ବିଧାନିକ ବୈଧତାକୁ ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି।

ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ସମ୍ବିଧାନର ଏକ ପାଞ୍ଚ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି। ଏହାପୂର୍ବରୁ ଅଗଷ୍ଟ ୩୦ ତାରିଖରେ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ, ଜଷ୍ଟିସ ଦୀନେଶ ମହେଶ୍ୱରୀ, ଜଷ୍ଟିସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କୁ ନେଇ ଗଠିତ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ସେପ୍ଟେମ୍ବରରେ ପ୍ରକ୍ରିୟାଗତ ଦିଗ ତଥା ଅନ୍ୟାନ୍ୟ ବିବରଣୀ ଉପରେ ୬ ତାରିଖରେ ନିଷ୍ପତ୍ତି ନେବେ ଏବଂ ସେପ୍ଟେମ୍ବର ୧୩ରୁ ଆବେଦନ ଶୁଣିବେ।

ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଆମେ ଉଭୟ ପକ୍ଷଙ୍କୁ କିଛି ଅତିରିକ୍ତ ସମୟ ଦେଇପାରିବା। ଏହା ୫ କାର୍ଯ୍ୟ ଦିବସ ହୋଇପାରେ। ତାହା ହେଉଛି, ପ୍ରଥମ ସପ୍ତାହରେ ତିନିଟି କାର୍ଯ୍ୟ ଦିବସ ଏବଂ ଦ୍ୱିତୀୟ ସପ୍ତାହରେ ଦୁଇଟି କାର୍ଯ୍ୟଦିବସ। ଆସନ୍ତା ମଙ୍ଗଳବାର ଠାରୁ ଆମେ ଏହି ମାମଲାର ଶୁଣାଣି ଆରମ୍ଭ କରିବା ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ପ୍ରତ୍ୟେକ ପକ୍ଷ ପାଇଁ ଦୁଇ ଦିନର ସମୟ ବହୁତ କମ୍। ଏହା ଉପରେ ପ୍ରଧାନ ବିଚାରପତି ମୌଖିକ ଭାବରେ କହିଛନ୍ତି ଯେ, ସାଧାରଣ ଉତ୍ତରଦାୟିତ୍ୱର ନୀତିକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଶେଷ ହେବ ଏବଂ ଏହା ପରେ କୋର୍ଟ ସେହି ମାମଲାର ଶୁଣାଣି କରିବେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାଫେଲ ମାମଲାର ନିରପେକ୍ଷ ତଦନ୍ତ ସହ ଜଡିତ ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଫେଲ ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ ନିରପେକ୍ଷ ତଦନ୍ତ ପାଇଁ ଏକ ନୂତନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବାସ୍ତବରେ, ରାଫେଲ କ୍ରୟରେ ଦୁର୍ନୀତି ସମ୍ପର୍କରେ ଫ୍ରାନ୍ସ ପୋର୍ଟାଲର ଦାବି ସମ୍ପର୍କରେ ଏହା ଦାଖଲ କରାଯାଇଥିଲା, ଯେଉଁଥିରେ କୋର୍ଟଙ୍କ ତତ୍ତ୍ବାବଧାନରେ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଲୋଡିଥିଲେ। ଆବେଦନକାରୀ ଏମ.ଏଲ୍ ଶର୍ମା ଏହି ଆବେଦନ ଦାଖଲ କରିଥିଲେ। ଏକ ବିବାଦୀୟ ଭାରତୀୟ ମଧ୍ୟସ୍ଥିଙ୍କୁ ଡସଲ୍ଟ ଆଭିଏସନ ୮ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଦେଇଛି ବୋଲି ଆବେଦନରେ କୁହାଯାଇଥିଲା।

ଯଦି ଏହା ଫ୍ରାନ୍ସ ସରକାରଙ୍କ ଦ୍ଵାରା ଅନୁମୋଦିତ ଏକ ଡକ୍ୟୁମେଣ୍ଟ, ତେବେ ଏହି ଚୁକ୍ତିନାମାକୁ ବାତିଲ କରିବାକୁ ଆଇନର ନିୟମ ଆହ୍ଵାନ କରାଯାଇପାରିବ। ତେଣୁ ଏହା ଏକ ଗମ୍ଭୀର ବିଷୟ। ଦେଶରେ ଯୁଦ୍ଧ ବିମାନ ରାଫେଲ କ୍ରୟରେ ଦୁର୍ନୀତି ସମ୍ପର୍କରେ ଫ୍ରାନ୍ସ ପୋର୍ଟାଲର ଦାବି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଓକିଲ ଏମ.ଏଲ୍ ଶର୍ମା ସୁପ୍ରିମକୋର୍ଟଙ୍କ ନିରପେକ୍ଷ ତଦନ୍ତ ପାଇଁ ଫ୍ରାନ୍ସ ପୋର୍ଟାଲର ଦାବି ଉପରେ ଆବେଦନ କରିଛନ୍ତି। ଏହି ଆବେଦନରେ ଡିଲକୁ ବାତିଲ କରିବା ସହ ଜରିମାନା ସହିତ ପୁରା ରାଶି ଫେରସ୍ତ କରିବାକୁ ଦାବି କରାଯାଇଛି।

ଏହା ସହିତ କୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ପୋର୍ଟାଲ ଦାବି କରିଛି ଯେ ରାଫେଲ ତିଆରି କରିଥିବା ଫରାସୀ କମ୍ପାନୀ ଡସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ପ୍ରାୟ ୮ କୋଟି ୬୨ ଲକ୍ଷ ଟଙ୍କା ‘ଉପହାର’ ଦେବାକୁ ପଡିଥିଲା। ଏହି ଆବେଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଏବଂ ସିବିଆଇ ମଧ୍ୟ ପକ୍ଷଭୁକ୍ତ ହୋଇଛନ୍ତି। ଡସଲ୍ଟ ଆଭିଏସନ ଏହି ଅଭିଯୋଗକୁ ଅସ୍ୱୀକାର କରିସାରିଛି। ଏହି ଡିଲରେ କୌଣସି ଦୁର୍ନୀତି କିମ୍ବା ଅନିୟମିତତା ନାହିଁ ବୋଲି କମ୍ପାନୀ କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଷ୍କର୍ମ ମାମଲାରେ ଶାହନାୱାଜ ହୁସେନଙ୍କୁ ବଡ ଆଶ୍ଵସ୍ତି, କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଜେପି ନେତା ଶାହନାୱାଜ ହୁସେନଙ୍କୁ ବଡ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ପୀଡିତାଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ସେପ୍ଟେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଏହାର ଉତ୍ତର ମଗାଯାଇଛି। ଶାହନାୱାଜ ହୁସେନ୍ ଉପରେ ୨୦୧୮ରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨୦୧୮ ର ଦୁଷ୍କର୍ମ ଅଭିଯୋଗରେ ସୁପ୍ରିମକୋର୍ଟ ବର୍ତ୍ତମାନ ଶାହନାୱାଜ ହୁସେନ୍ ଙ୍କ ବିରୋଧରେ ସମସ୍ତ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି।

ନିକଟରେ ଦିଲ୍ଲୀ ହାଇକୋର୍ଟ ଶାହନାୱାଜ ହୁସେନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଶାହନାୱାଜ ହୁସେନ୍‌ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ୟୁୟୁ ଲଲିତଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଏହି ବିଷୟରେ ବିଚାର କରିବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଆମେ ଏକ ନିର୍ଦ୍ଦେଶ ଦେଉଛୁ।

ଏବେ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟରେ ଚାଲିଥିବା ବିତର୍କ ସମୟରେ ଯେତେବେଳେ ପୀଡିତା ମହିଳାଙ୍କ ଓକିଲ ଉଚ୍ଚ ସ୍ୱରରେ କହିବା ଆରମ୍ଭ କରିଥିଲେ ସେତେବେଳେ କୋର୍ଟ କହିଥିଲେ ଯେ ଆମେ ପୀଡିତାଙ୍କ କଥା ମଧ୍ୟ ଶୁଣିବା। କିନ୍ତୁ ପ୍ରଥମେ ଆବେଦନକାରୀଙ୍କ ନିବେଦନ ଶୁଣାଯିବା ଉଚିତ। ଏହା ପରେ ବରିଷ୍ଠ ଓକିଲ ମୁକୁଲ ରୋହତଗି ଶାହନାୱାଜ ହୁସେନ୍‌ଙ୍କ ପକ୍ଷରୁ ହାଜର ହୋଇଥିଲେ। ମୁକୁଲ ରୋହତଗି କହିଥିଲେ ଯେ, ଜାନୁୟାରୀ ୩୧ ତାରିଖ ୨୦୧୮ ରେ ପୀଡିତା ଅଭିଯୋଗ କରିଛନ୍ତି। ଶାହନାୱାଜ ହୁସେନ୍‌ଙ୍କ ରୋହତଗି କହିଥିଲେ ଯେ, ମହିଳା ଜଣକ ଛାଡପତ୍ର ନେବା ପରେ ମୋ ପାଖକୁ ଆସିଥିଲେ। ସେ ମଧ୍ୟ କାନ୍ଦୁଥିଲେ। ଏହାଠାରୁ ଅଧିକ କିଛି ଘଟିନଥିଲା।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ’ଗ୍ରୀନ୍ସ ଜୁଲୋଜିକାଲ ରେସକ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଦ୍ୱାରା ଗୁଜରାଟର ଜାମନଗରଠାରେ ସ୍ଥାପନ କରାଯାଉଥିବା ଚିଡ଼ିଆଖାନା ବିରୁଦ୍ଧରେ ଦାୟର ଏକ ଜନସ୍ୱାର୍ଥ ଆବେଦନ (ପିଆଇଏଲ୍‍)କୁ ଖାରଜ କରିଦେଇଛନ୍ତି।

ନ୍ୟାୟମୂର୍ତ୍ତି ଦିନେଶ ମହେଶ୍ୱରୀ ଏବଂ ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରୀ ଜନସ୍ୱାର୍ଥ ଯାଚିକାକୁ ଖାରଜ କରିଦେଇ କହିଛନ୍ତି ଯେ, “ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ଏକ ଆଇନସମ୍ମତ ଏବଂ ମାନ୍ୟତା ପ୍ରାପ୍ତ ଚିଡ଼ିଆଖାନା ଏବଂ ରେସ୍‍କ୍ୟୁ ସେଣ୍ଟର। ଆମେ ଏଥିରେ ବିବାଦର କୌଣସି କାରଣ ଲକ୍ଷ୍ୟ କରୁନାହୁଁ।” ଏଥିରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆବେଦନକାରୀ ବିନା କୌଣସି ଠୋସ୍‍ କାରଣ ନଥାଇ ଏବଂ କେବଳ କିଛି ନ୍ୟୁଜ ରିପୋର୍ଟ ଆଧାରରେ ଏହି ଯାଚିକା ଦାଖଲ କରିଦେଇଛନ୍ତି। ଆବେଦନକାରୀ ନିଜ ସପକ୍ଷରେ ସର୍ବୋଚ୍ଚ ଅଦାଲତରେ ଠୋସ୍‍ ସାକ୍ଷ୍ୟ ପ୍ରମାଣ ଦାଖଲ କରିପାରିନାହାନ୍ତି।

ଜନସ୍ୱାର୍ଥ ଯାଚିକାରେ ରିଲାଏନ୍ସର ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଭାରତ ଏବଂ ବିଦେଶରୁ ଜୀବଜନ୍ତୁଙ୍କୁ ଆଣିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଥିଲେ। ଏଥିସହିତ ଏହି ଅଣ ଲାଭଜନକ ସଂଗଠନ ପରିଚାଳନା ଏବଂ ପ୍ରଶାସନ ସମ୍ପର୍କରେ ଯାଞ୍ଚ କରିବାକୁ ଏସ୍‍ଆଇଟି ଗଠନ ନିମନ୍ତେ ମଧ୍ୟ ଅଦାଲତରେ ଆବେଦନ କରିଥିଲେ। ତେବେ ଏହାକୁ ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଦେଇଥିଲେ।

ସର୍ବୋଚ୍ଚ ଅଦାଲତରେ ନିଜ ପକ୍ଷ ରଖି ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ପକ୍ଷରୁ ‘ତେନ୍ଦୁଆ ସଂରକ୍ଷଣ କେନ୍ଦ୍ର’ ଏବଂ ‘କୁମ୍ଭୀର ସଂରକ୍ଷଣ କେନ୍ଦ୍ର’ ସହିତ ନିଜ କାର୍ଯ୍ୟକଳାପର ବିଭିନ୍ନ ସଫଳତା ସମ୍ପର୍କରେ ବ୍ୟାପକ ବିବରଣୀ ଉପସ୍ଥାପନ କରିଥିଲେ। ସର୍ବୋଚ୍ଚ ଅଦାଲତ ଉକ୍ତ ସେଣ୍ଟରରେ ଜୀବଜନ୍ତୁଙ୍କ ସହାୟତା ନିମନ୍ତେ ଉପଲବ୍ଧ ଚିକିତ୍ସକ, କ୍ୟୁରେଟର, ଜୀବବିଜ୍ଞାନୀ, ପ୍ରାଣୀ ବିଜ୍ଞାନୀ ଏବଂ ଅନ୍ୟ ବିଶେଷଜ୍ଞଙ୍କ ଉପଲବ୍ଧତା ଏବଂ ତାହାର ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହିତ ଜାଣିବାକୁ ପାଇଥିଲେ ଯେ ଜୀବଜନ୍ତୁ ପରିଚାଳନା ଏବଂ ସ୍ଥାନାନ୍ତରଣ ନିମନ୍ତେ ଦିଆଯାଇଥିବା ଅନୁମତି ଏବଂ ସେ ସମ୍ପର୍କିତ ସମସ୍ତ ବିଧିବ୍ୟବସ୍ଥା ଆଇନସମ୍ମତ ଏବଂ ଅଧିକୃତ ଅଟେ।

ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ‘ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର’ (ଜିଜେଡଆର୍‍ଆର୍‍ସି) ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗ ସମ୍ପର୍କରେ ଅଦାଲତଙ୍କୁ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ ଜିଜେଡଆର୍‍ଆର୍‍ସିର କାର୍ଯ୍ୟକଳାପ ସମ୍ପର୍କରେ ବିବାଦର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ମଧ୍ୟ କହିଥିଲେ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହାୟତାରେ ପରିଚାଳିତ ଗ୍ରୀନ୍ସ ଜୁଲୋଜିକାଲ ରେସ୍‍କ୍ୟୁ ଆଣ୍ଡ ରିହାବିଲିଟେସନ ସେଣ୍ଟର (ଜିଜେଡଆର୍‍ଆର୍‍ସି)ରେ ଉପଲବ୍ଧ ସୁବିଧା ସୁଯୋଗରେ ଉଚ୍ଚ ନ୍ୟାୟାଳୟ ସନ୍ତୁଷ୍ଟ ଅଛନ୍ତି।

ଏ ସମ୍ପର୍କରେ ପ୍ରକାଶ କରି ଜିଜେଡଆର୍‍ଆର୍‍ସିର ମୁଖ୍ୟ ଧନରାଜ ନାଥୱାନି କହିଛନ୍ତି, “ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କରୁଛୁ। ଜିଜେଡଆର୍‍ଆର୍‍ସି ଜୀବଜନ୍ତୁଙ୍କର କଲ୍ୟାଣ, ଉଦ୍ଧାର, ଥଇଥାନ ଏବଂ ସଂରକ୍ଷଣ ସହିତ ଜଟିଳ ପରିସ୍ଥିତିରୁ ଉଦ୍ଧାର ହେବା ଆବଶ୍ୟକ କରୁଥିବା ଜୀବଜନ୍ତୁଙ୍କୁ ବିଶ୍ୱ ମାନର ଥଇଥାନ ଯତ୍ନ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛି।”

Categories
ବିଶେଷ ଖବର

ମାଗଣା ବିଦ୍ୟୁତ୍, ଜଳ ଏବଂ ଶିକ୍ଷାକୁ ଫ୍ରିବିଜ୍ କୁହାଯାଇପାରିବ କି?: ସିଜେଆଇ ରମନାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ରାଜନୈତିକ ଦଳର ମୁକ୍ତ ଯୋଜନା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ସିଜେଆଇ ଏନଭି ରମନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ସମଗ୍ର ମାମଲାର ଶୁଣାଣି ହେଉଛି। ଏହି ମାମଲାରେ ମାଗଣା ଯୋଜନା ଘୋଷଣା କରୁଥିବା ଦଳର ମାନ୍ୟତା ବାତିଲ କରାଯିବା ଉଚିତ ବୋଲି ଏକ ପିଟିସନ ଦାଖଲ କରାଯାଇଛି। ଏବେ ପୁଣି ଥରେ ଏହି ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଯେଉଁଠାରେ ସିଜେଆଇ ରାମନା ମାଗଣା ଯୋଜନା ବିଷୟରେ ଅନେକ ମନ୍ତବ୍ୟ ଦେଇଛନ୍ତି।

ମାଗଣା ବିଦ୍ୟୁତ୍, ଜଳ ଫ୍ରିବିଜ୍ କି?:

ମାଗଣା ଯୋଜନା ବିଷୟରେ ଶୁଣିବାବେଳେ ସିଜେ ରମନା କହିଛନ୍ତି ଯେ, ଆମେ ରାଜନୈତିକ ଦଳମାନଙ୍କୁ ପ୍ରତିଶ୍ରୁତି ଦେବା ବନ୍ଦ କରିପାରିବୁ ନାହିଁ। କିନ୍ତୁ ପ୍ରଶ୍ନ ହେଉଛି ପ୍ରକୃତ ପ୍ରତିଜ୍ଞା କ’ଣ ଏବଂ ଯାହାକୁ ଫ୍ରିବିଜ୍ ଭାବରେ ବିବେଚନା କରାଯିବା ଉଚିତ୍। ଆମେ ମାଗଣା ଶିକ୍ଷା ଏବଂ କିଛି ୟୁନିଟ୍ ମାଗଣା ବିଦ୍ୟୁତକୁ ଫ୍ରିବିଜ୍ ଭାବରେ ଦେଖିପାରିବା କି? ଏହା ଉପରେ ଆଲୋଚନା କରିବା ଆବଶ୍ୟକ। ଏକ ବଡ଼ ମନ୍ତବ୍ୟ ଦେବାବେଳେ ସିଜେଆଇ କହିଛନ୍ତି ଯେ, ଏଭଳି ପ୍ରତିଶ୍ରୁତି କୌଣସି ଦଳର ବିଜୟ କିମ୍ବା କ୍ଷମତା ଆସିବା ସ୍ଥିର କରେ ନାହିଁ। ପ୍ରଶ୍ନ ହେଉଛି ଲୋକଙ୍କୁ ଜଳ ଏବଂ ବିଦ୍ୟୁତ୍ ଦେବା ଫ୍ରିବିଜ୍ କି ନୁହେଁ।

ଏହି ସମୟରେ କୋର୍ଟରେ ହାଜର ହୋଇଥିବା ସିନିୟର ଆଡଭୋକେଟ୍ ବିକାଶ ସିଂଙ୍କ ତରଫରୁ କୁହାଯାଇଥିଲା ଯେ, ଆମେ ଏଫିଡେଭିଟ୍ ଗ୍ରହଣ କରିନାହୁଁ, ଯେତେବେଳେ ମିଡିଆ ସେମାନଙ୍କୁ ପୂର୍ବରୁ ପାଇଥିଲା। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଏହାକୁ ପ୍ରଚାର ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ। ଆହୁରି ମଧ୍ୟ, ଏହା ନିଶ୍ଚିତ ହେବା ଉଚିତ ଯେ ଆବେଦନର କପି ସମସ୍ତ ପକ୍ଷଙ୍କୁ ଦିଆଯାଉଛି। ଏହି ପ୍ରସଙ୍ଗରେ ପରାମର୍ଶ ଏବଂ ଅନ୍ୟାନ୍ୟ ସୂଚନା ଶନିବାର ସୁଦ୍ଧା ଦାଖଲ କରାଯାଇପାରିବ।

ଯେତେବେଳେ ବିଜେପି ନେତା ତଥା ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା, ସେତେବେଳେ ସମଗ୍ର ମାମଲା ଆରମ୍ଭ ହୋଇଥିଲା। ଯେଉଁଥିରେ ମାଗଣା ଯୋଜନା ଏବଂ ଏଭଳି ଯୋଜନା ପ୍ରସ୍ତୁତ କରୁଥିବା ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହା ଶୁଣି ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ ବିଷୟରେ କହିଥିଲେ। ଏଥି ସହିତ, ଆମ୍ ଆଦମୀ ପାର୍ଟି ଏହି ଆବେଦନକୁ ଦୃଢ ବିରୋଧ କରି କହିଥିଲା ଯେ, AAP ତରଫରୁ ଏହା ସୁପ୍ରିମକୋର୍ଟରେ କୁହାଯାଇଛି ଯେ ଗରିବଙ୍କ କଲ୍ୟାଣ ଯୋଜନା ମାଗଣା ଉପହାର କିମ୍ବା ଫ୍ରିବିଜ୍ ନୁହେଁ। ଦଳ ପକ୍ଷରୁ କୁହାଯାଇଛି ଯେ, ଯଦି ଏହି ମାମଲାର ଶୁଣାଣି ହେଉଛି, ତେବେ ସାଂସଦ, ବିଧାୟକ ଏବଂ କର୍ପୋରେଟରମାନଙ୍କୁ ଦିଆଯାଇଥିବା ଭତ୍ତାର ମଧ୍ୟ ମୂଲ୍ୟାଙ୍କନ କରାଯିବା ଉଚିତ୍।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟରୁ ନୁପୁର ଶର୍ମାଙ୍କୁ ବଡ ଆଶ୍ଵସ୍ତି, ଦିଲ୍ଲୀକୁ ହସ୍ତାନ୍ତର ହେବ ସମସ୍ତ ମାମଲା

ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ନେତା ନୁପୁର ଶର୍ମା ଆଜି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି। ଏହାପୂର୍ବରୁ ଜୁଲାଇ ୧୯ ତାରିଖରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜମସେଦ ପରଡିୱାଲାଙ୍କ ଏକ ବେଞ୍ଚ ମହମ୍ମଦଙ୍କ ଉପରେ ମନ୍ତବ୍ୟ ମାମଲାରେ ନୁପୁରଙ୍କ ଗିରଫଦାରୀକୁ ସ୍ଥଗିତ ରଖିଥିଲେ। ଆହୁରି ମଧ୍ୟ ୮ ଟି ରାଜ୍ୟରେ ପଞ୍ଜିକୃତ ହୋଇଥିବା ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନୋଟିସ ଜାରି କରାଯାଇଥିଲା।

ଶୁଣାଣି ସମୟରେ ନୁପୁରଙ୍କ ଓକିଲ ମନିନ୍ଦର ସିଂ କହିଛନ୍ତି ଯେ, ଅନେକ ପକ୍ଷର ଉତ୍ତର ଆସିନାହିଁ। ଏହା ଉପରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଆମେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛୁ। ଏହା ପରେ ମନିନ୍ଦର ସିଂ କହିଛନ୍ତି ଯେ ସମସ୍ତ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କରାଯିବା ଭଲ।

ଏହା ପରେ ଜଷ୍ଟିସ ପଚାରିଥିଲେ ଯେ ଜୁଲାଇ ୧୯ ତାରିଖରେ ଆମର ଶୁଣାଣି ପରେ ଅନ୍ୟ କୌଣସି ଏତଲା ଅଛି କି? ଜଷ୍ଟିସ୍ କହିଛନ୍ତି ଯେ, ଆମେ ସମସ୍ତ ଏଫ୍ଆଇଆର୍ ଏକାଠି କରି ଦିଲ୍ଲୀକୁ ସ୍ଥାନାନ୍ତର କରିବୁ। ଏହା ଉପରେ ମନିନ୍ଦର କହିଛନ୍ତି ଯେ ଏଫଆଇଆର ବାତିଲ ହେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନକୁ ଅନୁମତି ଦିଆଯାଉ। ଏଥିପାଇଁ ଜଜ୍ କହିଛନ୍ତି ଯେ ହଁ, ଏହା କରାଯିବ।

ପଶ୍ଚିମବଙ୍ଗର ଓକିଲ କ’ଣ କହିଥିଲେ?:

ଏହା ପରେ ପଶ୍ଚିମବଙ୍ଗର ଓକିଲ ମନେକା ଗୁରୁସ୍ୱାମୀ କହିଛନ୍ତି ଯେ, ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ପ୍ରଥମ ଏଫଆଇଆର ଭାବରେ ବର୍ଣ୍ଣନା କରାଯାଉଥିବା ବେଳେ ନୁପୁର ଅଭିଯୋଗକାରୀ ନୁହଁନ୍ତି। ଜଜ୍ କହିଛନ୍ତି ଯେ, ତେବେ କେଉଁଟା ପ୍ରଥମ ଏଫଆଇଆର, ଯେଉଁଥିରେ ନୁପୁର ଅଭିଯୁକ୍ତ ଅଟନ୍ତି? ମାନେକା କହିଛନ୍ତି ଯେ, ମୁମ୍ବାଇର ଏଫଆଇଆରରେ ସେ ଅଭିଯୁକ୍ତ ଅଟନ୍ତି। ଏହା ଉପରେ ଜଷ୍ଟିସ କହିଛନ୍ତି ଯେ, ଅନୁସନ୍ଧାନକାରୀ ସଂସ୍ଥା (ଦିଲ୍ଲୀ ପୋଲିସ) ଏହାର କାର୍ଯ୍ୟ କରିବ।

ମନିନ୍ଦର ସିଂ ଏହା ଉପରେ କହିଛନ୍ତି ଯେ, ନୁପୁରଙ୍କ ଜୀବନ ପ୍ରତି ବିପଦକୁ ଧ୍ୟାନରେ ରଖିବା ଉଚିତ୍। ଜଷ୍ଟିସ୍ ପୁଣି କହିଛନ୍ତି ଯେ ଆମେ କେବଳ ଦିଲ୍ଲୀ ସ୍ଥାନାନ୍ତର କରିବୁ। ମାନେକା ଏହାକୁ ବିରୋଧ କରି କହିଥିଲେ ଯେ ଏହା ଭୁଲ ହେବ। ପ୍ରଥମ FIR ମୁମ୍ବାଇର |

ମନେକା ଏଥିରେ ହସ୍ତକ୍ଷେପ କରି କହିଛନ୍ତି ଯେ ପୂର୍ବରୁ ଦିଲ୍ଲୀକୁ ସମସ୍ତ ଏଫଆଇଆର ସ୍ଥାନାନ୍ତର ଦାବି ଥରେ ପ୍ରତ୍ୟାଖ୍ୟାନ କରାଯାଇଛି। ଏକ ମିଳିତ SIT ପ୍ରସ୍ତୁତ ହେବା ଭଲ | ଏହା ଉପରେ ଜଷ୍ଟିସ କହିଛନ୍ତି ଯେ ପରେ ଆମେ ଜାଣିବାକୁ ପାଇଲୁ ଯେ ସୁରକ୍ଷା କାରଣରୁ, ଆବେଦନକାରୀଙ୍କ ପାଇଁ ସାରା ଦେଶରେ କୋର୍ଟ ଯିବା ସମ୍ଭବ ନୁହେଁ।

କୋର୍ଟଙ୍କ ନିର୍ଦ୍ଦେଶ

ଜଷ୍ଟିସ ସୂର୍ଯ୍ୟକାନ୍ତ ଏହି ଆଦେଶରେ କହିଛନ୍ତି ଯେ, “ଆବେଦନକାରୀ ତାଙ୍କ ବିରୋଧରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ କୁ ବନ୍ଦ କରିବାକୁ କିମ୍ବା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି, ଯାହାଫଳରେ ସମାନ ଏଜେନ୍ସି ଯାଞ୍ଚ କରିପାରିବେ। ଜୁଲାଇ ୧ ତାରିଖରେ ଆମେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲୁ। କିନ୍ତୁ ପରେ ନୂଆ ତଥ୍ୟ ଆମ ପାଖକୁ ଆସିଲା। ”

ଜଷ୍ଟିସ୍ କହିଛନ୍ତି ଯେ, “ଆମେ ଏଫ୍ଆଇଆର୍ ବନ୍ଦ କରିବାକୁ ଦାବି ଉପରେ କୌଣସି ଆଦେଶ ଦେଉ ନାହୁଁ। ଏଥିପାଇଁ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟରେ ଏକ ଦାବି କରିପାରିବେ। ଆମେ ଆବେଦନକାରୀଙ୍କ ଜୀବନ ପ୍ରତି ବିପଦ ବୋଲି ବିଚାର କରିଛୁ। ଆମେ ସମସ୍ତ ଏଫ୍ଆଇଆର୍ ଦିଲ୍ଲୀକୁ ସ୍ଥାନାନ୍ତର କରୁଛୁ। ଦିଲ୍ଲୀ ପୋଲିସ ଦ୍ୱାରା ସବୁ ଯାଞ୍ଚ କରାଯିବ।”

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟଙ୍କ ବଡ ରାୟ: ରଦ୍ଦ ହେଲା PMLA ବିରୋଧରେ ଆବେଦନ, ଜାରି ରହିବ ଗିରଫ ପ୍ରକ୍ରିୟା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମନି ଲଣ୍ଡରିଂ ଆକ୍ଟ ମାମଲାରେ ସୁପ୍ରିମକୋର୍ଟ ଇଡିର କ୍ଷମତାକୁ ସବୁଜ ସଙ୍କେତ ଦେଇଛନ୍ତି। PMLA ଅଧୀନରେ ଗିରଫ ହେବାର ଅଧିକାରକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ ବୋଲି କୋର୍ଟ କହିଛନ୍ତି। ଅପରାଧ, ସନ୍ଧାନ ଏବଂ ଜବରଦଖଲ, ଗିରଫଦାରୀ, ସମ୍ପତ୍ତି ସଂଲଗ୍ନ ଏବଂ ଜାମିନର ଦ୍ୱିଗୁଣ ସର୍ତ୍ତ ଉପରେ ସୁପ୍ରିମକୋର୍ଟ PMLA ର କଠୋର ବ୍ୟବସ୍ଥାକୁ ସମର୍ଥନ କରିଥିଛନ୍ତି।

କାର୍ତ୍ତି ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ଆବେଦନ ସମେତ ମୋଟ ୨୪୨ ଟି ଆବେଦନ ଉପରେ ଏହି ନିଷ୍ପତ୍ତି ନିଆଯାଇଛି। କୋର୍ଟ କହିଛନ୍ତି ଯେ PMLA ଅଧୀନରେ ଗିରଫ ହେବାର ଇଡି ଅଧିକାର ଅକ୍ଷୁର୍ଣ୍ଣ ରହିବ। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ। ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ସିଟି ରବି କୁମାରଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ଏହି ରାୟ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଧାର-ଭୋଟର ଆଇଡି ଲିଙ୍କ୍ ମାମଲା: କଂଗ୍ରେସ ନେତାଙ୍କ ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାର-ଭୋଟର ଆଇଡି ଲିଙ୍କ୍ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲାଙ୍କ ଆବେଦନ ଶୁଣିବାକୁ ମନା କରିଦେଇଛନ୍ତି ଏବଂ ତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ଏଭଳି ଆବେଦନ ଉପରେ ଶୁଣାଣି କରିସାରିଛନ୍ତି। ଯଦି ଏହି ବିଷୟରେ ବିଭିନ୍ନ ସ୍ଥାନରେ ଏକାଧିକ ପିଟିସନ୍ ଦାଖଲ କରାଯାଏ, ତେବେ କେନ୍ଦ୍ର ଏକ ସ୍ଥାନାନ୍ତର ଆବେଦନ କରିପାରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟକୁ ଯିବାର ଏକ ଆଇନଗତ ପ୍ରତିକାର ମଧ୍ୟ ରହିଛି। ପ୍ରଥମେ ଆବେଦନକାରୀ ହାଇକୋର୍ଟଙ୍କ ନିକଟକୁ ଯିବା ଉଚିତ୍। ସୁରେଜୱାଲାଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କ ଏକ ବେଞ୍ଚ ଏହି ଆବେଦନ ଶୁଣାଣି କରିଛନ୍ତି। କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଏହି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ନିର୍ବାଚନ ଅଧିନିୟମ ସଂଶୋଧନ ଆଇନ ବିରୋଧରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଆଇନର ସଂଶୋଧନ ବାତିଲ କରିବାକୁ ସୁରଜେୱାଲା ଦାବି କରିଛନ୍ତି। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସୁରଜୱାଲା ଆଧାରକୁ ଭୋଟର ପରିଚୟ ସହିତ ଯୋଡିବା ଆଇନକୁ ଗୋପନୀୟତା ଅଧିକାରର ଉଲ୍ଲଂଘନ ଏବଂ ସମ୍ବିଧାନର ଉଲ୍ଲଂଘନ ବୋଲି କହିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ଏହା ସମାନତାର ଅଧିକାର ବିରୁଦ୍ଧ ଅଟେ। ଆବେଦନରେ କୁହାଯାଇଛି ଯେ, ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ନାଗରିକଙ୍କ ଗୋପନୀୟତା ଅଧିକାରର ଉଲ୍ଲଂଘନ ଏବଂ ଏହା ଅସାମ୍ବିଧାନିକ। କଂଗ୍ରେସର ଏକ ଯୁକ୍ତି ମଧ୍ୟ ରହିଛି ଯେ, ଆଧାର ନାଗରିକତ୍ୱର ପ୍ରମାଣ ନୁହେଁ ବରଂ ବାସିନ୍ଦା ହେବାର ପ୍ରମାଣ ହୋଇଥିବାବେଳେ ଭୋଟର ପରିଚୟ ପତ୍ର ନାଗରିକତ୍ୱ ଅଧିକାର ପ୍ରଦାନ କରିଥାଏ।

Categories
ବିଶେଷ ଖବର

ଭାରତରେ ଗରିବମାନେ ସ୍ୱପ୍ନ ଦେଖିପାରିବେ, ମୁଁ ଏହାର ପ୍ରମାଣ: ପଢନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପୂର୍ଣ୍ଣ ଭାଷଣ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଠାରୁ ଦ୍ରୌପଦୀ ଶପଥ ଗ୍ରହଣ କରିଥିଲେ। ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ସେ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଗ୍ରହଣ କରିଛନ୍ତି ଏବଂ ସ୍ଵାଧୀନଭାରତରେ ଜନ୍ମ ହୋଇଥିବା ପ୍ରଥମ ରାଷ୍ଟ୍ରପତି।

ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ କରୋନା, ଡିଜିଟାଲ, ଶିକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବୋଧିତ କରିଥିଲେ। ପଢନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପୂର୍ଣ୍ଣ ଭାଷଣ….

ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଅବଦାନକୁ ପ୍ରଶଂସା:

ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ପ୍ରଥମ ଆନୁଷ୍ଠାନିକ ଭାଷଣ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ, “ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବ ଲୋକଙ୍କର ସଫଳତା। ମୁଁ ମଧ୍ୟ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏକି ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି। ” ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନକୁ ପ୍ରଶଂସା କରି କହିଛନ୍ତି ଯେ, ସାନ୍ଥଲ ବିପ୍ଳବ, ପାଇକ ବିପ୍ଳବ ଠାରୁ କୋଲ ବିପ୍ଳବ ଏବଂ ଭିଲ ବିପ୍ଳବ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ସାସକ୍ତ କରିଥିଲେ।

ସେ କହିଛନ୍ତି ଯେ, ସାମାଜିକ ଉନ୍ନତି ତଥା ଦେଶପ୍ରେମ ପାଇଁ ‘ଧରତୀ ଆବା’ ପ୍ରଭୁ ବିର୍ସା ମୁଣ୍ଡା ଜିଙ୍କ ବଳିଦାନ ଦ୍ୱାରା ଆମେ ଅନୁପ୍ରାଣିତ ହୋଇଛୁ। ଆମେ ଜୀବନକୁ ଆଗକୁ ନେଇଛୁ। ମୁଁ ମୋ ଜୀବନରେ ଜଙ୍ଗଲ ଏବଂ ଜଳାଶୟର ମହତ୍ତ୍ଵକୁ ହୃଦୟଙ୍ଗମ କରିଛି। ଏବଂ ସମାନ ସମ୍ମାନ ସହିତ ପ୍ରକୃତିର ସେବା କରୁଛୁ।

କରୋନା ଟିକା ଉପରେ ଭାରତର ସଫଳତା:

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣରେ କରୋନା ସଂକ୍ରମଣ ରୋକିବାରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଭାରତ ୨୦୦ କୋଟି ଡୋଜ କରୋନା ଟିକା ପ୍ରୟୋଗ କରିବାର ରେକର୍ଡ ସୃଷ୍ଟି କରିଛି। ଏହି ସମଗ୍ର ଯୁଦ୍ଧରେ ଭାରତର ଲୋକମାନେ ଦର୍ଶାଇଥିବା ଧୈର୍ଯ୍ୟ, ସାହସ ଏବଂ ସହଯୋଗ ହେଉଛି ଏକ ସମାଜ ଭାବରେ ଆମର ବଢୁଥିବା ଶକ୍ତି ଏବଂ ସମ୍ବେଦନଶୀଳତାର ପ୍ରତୀକ।

ସମସ୍ତଙ୍କ ଉଦ୍ୟମ ଏବଂ ସମସ୍ତଙ୍କର କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ:

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣରେ କହିଛନ୍ତି ଯେ, ସଂସଦୀୟ ଗଣତନ୍ତ୍ର ଭାବରେ ୭୫ ବର୍ଷ ମଧ୍ୟରେ ଭାରତ ଅଂଶଗ୍ରହଣ ଏବଂ ସହମତି ମାଧ୍ୟମରେ ପ୍ରଗତିର ସଂକଳ୍ପ ନେଇଛି। ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ଏବଂ ରୀତିନୀତି ଗ୍ରହଣ କରି ‘ଏକ ଭାରତ – ଶ୍ରେଷ୍ଠ ଭାରତ’ ନିର୍ମାଣରେ ସକ୍ରିୟ ଅଟୁ। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଆମଠାରୁ ସ୍ୱାଧୀନ ଭାରତର ନାଗରିକମାନେ କରିଥିବା ଆଶାକୁ ପୂରଣ କରିବା ପାଇଁ ଆମକୁ ଏହି ଅମୃତକାଳରେ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡିବ। ଏହି ୨୫ ବର୍ଷରେ ସମସ୍ତଙ୍କର ପ୍ରୟାସ ଏବଂ ସମସ୍ତଙ୍କର କର୍ତ୍ତବ୍ୟ ଦ୍ଵାରା ଅମୃତକାଳର ସଫଳତାର ପଥ ଦୁଇଟି ଟ୍ରାକରେ ଆଗକୁ ବଢିବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ତାଙ୍କର ପ୍ରଥମ ଗ୍ରୁଲିଂରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ଏହା ମୋ ପାଇଁ ଅତ୍ୟନ୍ତ ସନ୍ତୋଷଜନକ ବିଷୟ। ଶତାବ୍ଦୀ ଧରି ବଞ୍ଚିତ ରହିଥିବା ଗରିବ, ନିଷ୍ପେସିତ, ପଛୁଆ ଏବଂ ଆଦିବାସୀମାନେ ମୋ ଭିତରେ ସେମାନଙ୍କର ପ୍ରତିଫଳନ ଦେଖୁଛନ୍ତି। ଆଜି ମୁଁ ସମସ୍ତ ଦେଶବାସୀଙ୍କୁ ବିଶେଷ କରି ଭାରତର ଯୁବକ ଏବଂ ଭାରତର ମହିଳାମାନଙ୍କୁ ଆଶ୍ୱାସନା ଦେଉଛି ଯେ, ଏହି ପଦବୀରେ କାମ କରିବାବେଳେ ସେମାନଙ୍କ ଆଗ୍ରହ ମୋ ପାଇଁ ସର୍ବାଧିକ ହେବ।

ସେ କହିଛନ୍ତି ଯେ, ଆଜି ମୁଁ ଏପରି ପ୍ରଗତିଶୀଳ ଭାରତର ନେତୃତ୍ୱ ନେଇ ଗର୍ବିତ ଅନୁଭବ କରୁଛି। ସେ କହିଛନ୍ତି ଯେ, ମୁଁ ଚାହୁଁଛି ଆମର ସମସ୍ତ ଭଉଣୀ ଏବଂ ଝିଅଙ୍କୁ ଅଧିକରୁ ଅଧିକ ସଶକ୍ତ କରାଯାଉ ଏବଂ ସେମାନେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଅବଦାନ ବୃଦ୍ଧି ଜାରି ରଖନ୍ତୁ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଭାଷଣରେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ଶିକ୍ଷାକୁ ସ୍ମରଣ କରି କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନେହେରୁ ଜୀ, ସର୍ଦ୍ଦାର ପଟେଲ, ବାବାସାହେବ ଆମ୍ବେଦକର, ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ ଭଳି ମହାପୁରୁଷମାନେ ସର୍ବୋଚ୍ଚ ରଖିବାକୁ ଆମକୁ ଶିଖାଇଛନ୍ତି। ରାଷ୍ଟ୍ର ପ୍ରତିରକ୍ଷା ତଥା ରାଷ୍ଟ୍ର ନିର୍ମାଣରେ ମହିଳା ଶକ୍ତିର ଭୂମିକାକୁ ରାଣୀ ଲକ୍ଷ୍ମୀବାଇ, ରାଣୀ ଭେଲୁ ନଚିଆର, ରାଣୀ ଗାଇଦିନଲୁଇ ଏବଂ ରାଣୀ ଚେନ୍ନାମା ଭଳି ଅନେକ ନାରୀଶକ୍ତି ନୂତନ ଉଚ୍ଚତା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦେଶଦ୍ରୋହ ମାମଲା: ଖାରଜ ହେଲା ଶର୍ଜିଲ ଇମାମଙ୍କ ଜାମିନ ଆବେଦନ

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଦିଲ୍ଲୀର କଡକଡଡୁମା କୋର୍ଟ ଦିଲ୍ଲୀ ହିଂସା ଅଭିଯୋଗରେ ଶର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ଦେଶଦ୍ରୋହ ମାମଲାରେ ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସମ୍ପର୍କରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ସମ୍ପର୍କରେ କୋର୍ଟ ମେ ୩୦ ତାରିଖରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ। ମେ ୨୭ ତାରିଖରେ ଶର୍ଜିଲ ଦେଶଦ୍ରୋହ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ନିମ୍ନ କୋର୍ଟକୁ ଯାଇଥିଲେ। ଜାମିନ ପାଇଁ ନିମ୍ନ ଅଦାଲତ ନିକଟକୁ ଯିବାକୁ ଦିଲ୍ଲୀ ହାଇକୋର୍ଟ କହିଥିଲେ।

ପ୍ରକୃତରେ, ବୁଧବାର ଦିନ ନିଜେ ଶର୍ଜିଲ ଇମାମଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସମ୍ପର୍କରେ ଶୁଣାଣି ଦିଲ୍ଲୀର କଡକଡଡୁମା କୋର୍ଟରେ ହେବାର ଥିଲା। କିନ୍ତୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ସ୍ଥଗିତ ରଖିଛନ୍ତି। ଏହା ପରେ କୋର୍ଟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଜୁଲାଇ ୨୩ ତାରିଖରେ ଘୋଷଣା କରାଯିବ। ଏହା ପରେ ଆଜିର ଶୁଣାଣିରେ ଶର୍ଜିଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଶଦ୍ରୋହ ମାମଲାରେ ଆଶ୍ଵସ୍ତି ପାଇଁ ଶର୍ଜିଲ ଇମାମ କୋର୍ଟଙ୍କ ନିକଟକୁ ଯାଇଥିଲେ।

Categories
ବିଶେଷ ଖବର

ଏବେ ବି ଲୋକମାନେ ଭୋକରେ ମରୁଛନ୍ତି, ଏହା ଏକ ଚିନ୍ତାର ବିଷୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ସୁପ୍ରିମକୋର୍ଟ ନେଇଥିବା ସ୍ଵତଃ ସଜ୍ଞାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସତ୍ତ୍ୱେ ଲୋକମାନେ ଭୋକରେ ଅଛନ୍ତି। ସରକାରୀ ଦାବି ସତ୍ତ୍ୱେ ଲୋକମାନେ ଭୋକରେ ମରୁଛନ୍ତି। ପ୍ରବାସୀ ଶ୍ରମିକମାନେ କିପରି ଉଭୟ ରାସନ ଏବଂ କାର୍ଡ ଠିକ୍ ସମୟରେ ପାଇବେ ତାହା ସରକାର ପରାମର୍ଶ ଦେବା ଉଚିତ୍। ଏହା ଏକ ଚିନ୍ତାର ବିଷୟ ହୋଇଥିବାବେଳେ ଅନେକ ଥର କୁହାଯାଇଛି ଯେ ଦେଶର କୌଣସି ନାଗରିକ ଭୋକରେ ମରିବା ଉଚିତ୍ ନୁହେଁ। ନାଗରିକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ଉଚିତ ଏବଂ ଯଦି ଉଚିତ ହିତାଧିକାରୀ ରାସନ ପାଇବା ପାଇଁ ସରକାରଙ୍କ ନିକଟରେ ପହଞ୍ଚିପାରୁ ନାହାଁନ୍ତି, ତା’ହେଲେ ସରକାର ଏହାର ଯୋଜନାର ସୁଯୋଗ ନେବାକୁ ନାଗରିକଙ୍କ ନିକଟରେ ପହଞ୍ଚିବା ଉଚିତ। ଏହି ଧାରଣାକୁ ବାସ୍ତବତାକୁ ଆଣିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ୍। ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ପାଇବା ପାଇଁ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ଦିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ କୋର୍ଟ କେନ୍ଦ୍ରରୁ ପରାମର୍ଶ ଲୋଡିଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଶୁଣିବାବେଳେ ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ଏହି ମନ୍ତବ୍ୟ ଦେଇଛନ୍ତି।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏକ କଲ୍ୟାଣକାରୀ ରାଜ୍ୟ ହୋଇ ଆମ ଦେଶରେ ଦୁଇଜଣ ଲୋକ ଗୁରୁତ୍ୱପୂର୍ଣ୍ଣ – କୃଷକ ଏବଂ ପ୍ରବାସୀ ଶ୍ରମିକ। ପ୍ରବାସୀ ଶ୍ରମିକମାନେ ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି, ସେମାନଙ୍କୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ।

କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଆରମ୍ଭ ହୋଇଥିବା ମାମଲାରେ ଜଷ୍ଟିସ୍ ଶାହା କହିଛନ୍ତି ଯେ, କୃଷକ ଏବଂ ପ୍ରବାସୀ ଶ୍ରମିକମାନେ ଭାରତର ଦୁଇଟି ଶ୍ରେଣୀ, ଯେଉଁମାନେ ସହାୟତା ପାଇବାକୁ ଯୋଗ୍ୟ। କେତେକ ରାଜ୍ୟ ସେମାନଙ୍କୁ ସହାୟତା ଦେବାରେ ପଛରେ ଅଛନ୍ତି। ସେ କହିଛନ୍ତି ଯେ, ଅନେକ ରାଜ୍ୟ ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚି ପାରି ନାହାଁନ୍ତି। ଏଥି ସହିତ ଜଷ୍ଟିସ ଶାହାଙ୍କ ବେଞ୍ଚକୁ ଏଏସଜି ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ, ପଞ୍ଜୀକରଣ ପ୍ରସଙ୍ଗରେ ଆମେ ସମସ୍ତ ପଦକ୍ଷେପ ନେଇଛୁ। ଅସନ୍ତୋଷ ବ୍ୟକ୍ତ କରି ଜଷ୍ଟିସ ଶାହା କହିଛନ୍ତି ଯେ, ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ରାସନ କାର୍ଡ ପାଇନଥିବା କୋର୍ଟରେ ସୂଚନା ଦିଆଯାଇଛି। ଭାରତର କୌଣସି ନାଗରିକ ଭୋକରେ ମରିବା ଉଚିତ୍ ନୁହେଁ। କିନ୍ତୁ ନାଗରିକମାନେ ଭୋକରେ ମରୁଛନ୍ତି। ଗାଁର ଲୋକମାନେ ପେଟରେ କନା ବାନ୍ଧି ପାଣି ପିଇ ଭୋକକୁ ମାରିବାକୁ ବାଧ୍ୟ ହେଉଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନୁପୁର ଶର୍ମାଙ୍କୁ ବଡ ଆଶ୍ଵସ୍ତି, ବର୍ତ୍ତମାନ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ବର୍ତ୍ତମାନ ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଆଜି ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ କୌଣସି ରାଜ୍ୟର ପୋଲିସ ତାଙ୍କୁ ବର୍ତ୍ତମାନ ଗିରଫ କରିପାରିବେ ନାହିଁ ବୋଲି କହିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବ।

ବିଚାରପତି କହିଛନ୍ତି ଯେ, ଆବେଦନରେ ଏଫଆଇଆର ରଦ୍ଦ କରାଯାଉ ବୋଲି ଦାବି ହୋଇଛି। ଏହି କ୍ଷମତା ହାଇକୋର୍ଟଙ୍କ ଉପରେ ରହିଛି। ଜୁଲାଇ ୧ ତାରିଖରେ ଆମେ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲୁ। ଆମେ ଆପଣଙ୍କୁ ବିକଳ୍ପ ଆଇନଗତ ଉପାୟ ଅବଲମ୍ବନ କରିବାକୁ କହିଥିଲୁ, କିନ୍ତୁ ଆପଣ ସେଗୁଡିକ ବ୍ୟବହାର କରିବାକୁ ସ୍ଥିତିରେ ନାହାଁନ୍ତି। ଆମେ ଏହାର ସମାଧାନ କରିବୁ।

କୋର୍ଟ କହିଛନ୍ତି ଯେ ଆବେଦନକାରୀ କିପରି ଏକ ବୈକଳ୍ପିକ ଆଇନଗତ ମାର୍ଗ ଗ୍ରହଣ କରିବେ ତାହା ଆମର ଚିନ୍ତା। ସେମାନଙ୍କ ବିଚାର ପାଇଁ ଆମେ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରୁଛୁ। ଅଗଷ୍ଟ ୧୦ ତାରିଖରେ ଏହି ଶୁଣାଣି ହେବ।

ପଶ୍ଚିମବଙ୍ଗରେ ଆହୁରି ଅନେକ ଏଫ୍ଆଇଆର୍ ଅଛି ବୋଲି କୋର୍ଟ କହିଛନ୍ତି। ସେଠାରେ ପୋଲିସ ଏକ ଲୁକଆଉଟ ସର୍କୁଲାର ଜାରି କରିଛି। ଗିରଫ ସନ୍ଦେହ କରାଯାଉଛି। ତାଙ୍କର ନୂତନ ଆବେଦନକୁ ସମର୍ଥନ କରି ସେ କହିଛନ୍ତି ଯେ ଅନେକ ଘଟଣା ଘଟିଛି। ଅଜମେର ଦରଗାହରେ ଖାଦିମ ସଲମାନ ଚିସ୍ତି ନୁପୁର ଶର୍ମାଙ୍କ ଗଳା କାଟିଦେବାକୁ ଧମକ ଦେଉଥିବା ଏକ ଭିଡିଓ ଜାରି କରିଛନ୍ତି। ୟୁପିର ଜଣେ ବ୍ୟକ୍ତି ମଧ୍ୟ ଏଭଳି ଭିଡିଓ ଜାରି କରିଛନ୍ତି।

ଏହି ନିର୍ଦ୍ଦେଶ ଦେବାବେଳେ କୋର୍ଟ କହିଛନ୍ତି ଯେ ବର୍ତ୍ତମାନ କୌଣସି ରାଜ୍ୟର ପୋଲିସ ଗିରଫ କରିବା ଉଚିତ ନୁହେଁ।

Categories
ବିଶେଷ ଖବର

ଅଗ୍ନିପଥ ଯୋଜନା ବିବାଦ: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି, ସରକାରଙ୍କ ପକ୍ଷ ରଖିବାକୁ କେନ୍ଦ୍ରର ନିବେଦନ

ନୂଆଦିଲ୍ଲୀ: ଆଜି ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ବିଭିନ୍ନ ପିଟିସନରେ ଏହି ଯୋଜନାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୀକ୍ଷା କରିବାଠାରୁ ଆରମ୍ଭ କରି ଏହାକୁ ବାତିଲ କରିବା ପର୍ଯ୍ୟନ୍ତ ଏହି ଯୋଜନାକୁ ବନ୍ଦ କରିବାକୁ ଦାବି କରାଯାଇଛି। ଯେଉଁମାନେ ସଶସ୍ତ୍ର ବାହିନୀରେ ଚାକିରି ପାଇବା ପ୍ରକ୍ରିୟାରେ ଅଛନ୍ତି ସେମାନଙ୍କ ପାଇଁ ଏହି ଯୋଜନା ପ୍ରୟୋଗ କରାଯିବା ଉଚିତ ନୁହେଁ ବୋଲି ଆବେଦନକାରୀ କହିଛନ୍ତି। ସେମାନେ ୪ ବର୍ଷ ପରିବର୍ତ୍ତେ ପୁରୁଣା କାର୍ଯ୍ୟକାଳ ଅନୁଯାୟୀ ଚାକିରି ପାଇବା ଉଚିତ୍।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ମଧ୍ୟ ଏକ ସଚେତନତା ଦାଖଲ କରିଛନ୍ତି ଏବଂ ଏହାର ଶୁଣାଣି ନକରି ଏକପାଖିଆ ଆଦେଶ ନଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ତିନିଟି ଆବେଦନକାରୀଙ୍କ ମଧ୍ୟରେ ହର୍ଷ ଅଜୟ ସିଂ, ମନୋହର ଲାଲ ଶର୍ମା ଏବଂ ରବିନ୍ଦ୍ର ସିଂ ଶେଖୱାତ ଅଛନ୍ତି।

ଆବେଦନରେ କ’ଣ ରହିଛି ଦାବି?:

ଏହା ଭୁଲ ଏବଂ ଦେଶର ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟକାରୀ ହୋଇଥିବା କହି ମନୋହର ଲାଲ ଶର୍ମା ଏହି ଯୋଜନା ବାତିଲ କରିବାକୁ ଦାବି କରିଛନ୍ତି। ଏଥି ସହ ହର୍ଷ ଅଜୟ ସିଂ ଦାବି କରିଛନ୍ତି ଯେ, ସରକାରର ସେହି ଯୋଜନାକୁ ପୁନଃ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଅଦାଲତ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାକୁ ସ୍ଥଗିତ ରଖନ୍ତୁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଦାଲତ ଅବମାନନା ମାମଲା: ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ୪ ମାସ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ବିଜୟ ମାଲ୍ୟାଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଜରିମାନା ଆଦାୟ ନହୁଏ ତେବେ ୨ ମାସର ଅତିରିକ୍ତ ଦଣ୍ଡ ମିଳିବ। ଏହା ବ୍ୟତୀତ ବିଜୟ ମାଲ୍ୟାଙ୍କୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି ଯେ, ୪ ସପ୍ତାହ ମଧ୍ୟରେ ବିଦେଶକୁ ଟ୍ରାନ୍ସଫର ହୋଇଥିବା ୪୦ ମିଲିୟନ ଡଲାର ପ୍ରଦାନ କରାଯାଉ।

ତିନିଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରେ ଜଷ୍ଟିସ୍ ୟୁ ୟୁ ଲଲିତ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ସୁଧାଂଶୁ ଧୁଲିଆ ରହିଥିଲେ। ପ୍ରକାଶ ଯୋଗ୍ୟ ଯେ, ମାଲ୍ୟା କେବଳ ବିଦେଶୀ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ସମ୍ପର୍କରେ କୋର୍ଟଙ୍କୁ ଭୁଲ ତଥ୍ୟ ଦେଇନାହାଁନ୍ତି, ବରଂ ଗତ ୫ ବର୍ଷ ଧରି କୋର୍ଟରେ ହାଜର ନହୋଇ କୋର୍ଟର ଅବମାନନାକୁ ଆହୁରି ବଢାଇ ଦେଇଛନ୍ତି। ୨୦୧୭ ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବମାନନା ମାମଲାରେ ମାଲ୍ୟା ଦୋଷୀ ସାବ୍ୟସ୍ତ ହୋଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜି ନ୍ୟୁଜ୍ ଆଙ୍କର୍ ରୋହିତ ରଂଜନଙ୍କୁ ଆଶ୍ଵସ୍ତି, ଗିରଫଦାରୀରୁ ମୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ବିକୃତ କରିବା ପରେ ଜି ନ୍ୟୁଜ୍ ଆଙ୍କର୍ ରୋହିତ ରଂଜନ ବିବାଦ ଘେରରେ ଅଛନ୍ତି। ଆଜି ସେ କୋର୍ଟରୁ ଆଶ୍ଵସ୍ତି ପାଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କୁ ଗିରଫରୁ ମୁକ୍ତ କରିଛନ୍ତି। ବାସ୍ତବରେ ଜୟପୁର, ଛତିଶଗଡ ସମେତ ବିଭିନ୍ନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଭଳି ପରିସ୍ଥିତିରେ ପୋଲିସ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି।