Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ଜଣେ ଯବାନ ସହିଦ, ୪ ଜଣ ଆତଙ୍କିକୁ କରାଗଲା ଘେରାବନ୍ଦୀ

ଶ୍ରୀନଗର: ଆଜି ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ଜଣେ ଭାରତୀୟ ଯବାନ ସହୀଦ ହୋଇଯାଇଥିବା ବେଳେ ୪ ଜଣ ଆତଙ୍କବାଦୀଙ୍କ ଘେରାବନ୍ଦୀ କରାଯାଇଛି।

ସୂଚନା ମୁତାବକ, ପୁଲୱାମା ଜିଲ୍ଲାର ରାଜପୋରା ଅନ୍ତର୍ଗତ ହଂଜିନ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ଥିବାର କୌଣସି ସୂତ୍ରରୁ ଖବର ପାଇଁ ଆଜି ସୁରକ୍ଷା ବାହିନୀ ତଦନ୍ତ ଅଭିଯାନ ଆରମ୍ଭ କରିଥିଲେ। ହଠାତ ଆତଙ୍କବଦୀମାନେ ସୁରକ୍ଷାବାହିନୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ଯବାନ ଆହତ ହୋଇଥିଲେ। ଫଳରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା।

ସେଠାରେ ୩ ରୁ ୪ ଜଣ ଆତଙ୍କି ମହଜୁଦ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଗୁଳିବିନିମୟ ଜାରି ରହିଥିବା ବେଳେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି। ଆହତ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ଜୀବନ ବଞ୍ଚିପାରିନହିଁ।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଲସ୍କର କମାଣ୍ଡର ସମେତ ଦୁଇ ଆତଙ୍କୀ

ଶ୍ରୀନଗର: ଗତକାଲି ଠାରୁ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଶ୍ରୀନଗରର ପାଂରୀପୋରାରେ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ଏହି ଗୁଳିବିନିମୟରେ ଲସ୍କରର ଦୁଇ ଜଣ ଆତଙ୍କୀଙ୍କୁ ସୁରକ୍ଷା ବାହିନୀ ନିହତ କରିଛି। ନିହତ ଆତଙ୍କୀଙ୍କ ମଧ୍ୟରେ ଲସ୍କର କମାଣ୍ଡର ଅବରାର ମଧ୍ୟ ସାମିଲ ଅଛି। ଯେଉଁ ଘରେ ଆତଙ୍କବାଦୀମାନେ ଲୁଚି ରହିଥିଲେ ସେହି ଘରକୁ ସୁରକ୍ଷା ବାହିନୀମାନେ ଉଡାଇଦେଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ପାଖରୁ ଏକେ-୪୭ ରାଇଫଲ ଜବତ କରାଯାଇଛି। ସଂପୂର୍ଣ୍ଣ ଅଞ୍ଚଳରେ ତଦନ୍ତ ଅଭିଯାନ ଜାରି ରହିଛି।

Categories
ଆଜିର ଖବର

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଫଳ କଲା ସୁରକ୍ଷା ବାହିନୀ

ଜମ୍ମୁକାଶ୍ମୀର : ଜାମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ। ଜାମ୍ମୁ କାଶ୍ମୀରର  ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରରେ ସେନା ବାହିନୀ ପୁଲୱାମା ପୁଲିସ ଓ ସିଆରଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ସାଣ୍ଟ୍ରୋ କାରରୁ ବିପୁଳ ପରିମାଣର ’ଆଇଡି’ (ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ) ଊଦ୍ଧାର କରିଥିଲେ। ପରେ ଉକ୍ତ କାରରେ ଥିବା ବୋମାକୁ ବୋମା  ନିଷ୍କ୍ରୟକାରୀ ଦଳ ଏହି ବୋମାକୁ ଠିକ୍ ସମୟରେ ନିଷ୍କ୍ରିୟ କରିଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପୁଲୱାମା ପୋଲିସ, ସିଆରପିଏଫ୍‌ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ କରୁଥିବାବେଳେ ଏହି ଗାଡିକୁ ଚିହ୍ନଟ କରିଥିଲେ। ରାଜପୋରା ରୋଡରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀ ଏହି କାରଟିକୁ ଚଳାଇ ଆସୁଥିଲେ। ସନ୍ଦେହ ହେବାରୁ ସର୍ଚ୍ଚ  ଅପରେସନ କରୁଥିବା ପୁଲୱାମା ପୁଲିସ, ସିଆରପିଏଫ ଓ ସେନା ଗାଡିଟିକୁ ଅଟକାଇ ବାକୁ ଚେଷ୍ଟା କରିଥିଲେ। ଏହପରେ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରୁକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ କାର ଉପରକୁ ଗୁଳି ଚଳାଇଥିଲେ। ଯାହା ଫଳରେ ଆତଙ୍କବାଦୀ ରାସ୍ତାରେ କାରକୁ ଛାଡି ଅନ୍ଧାରରେ ପଳାଇ ଯାଇଥିଲା। ସୁରକ୍ଷା ବାହିନୀ କାରକୁ ଯାଞ୍ଚ କରିବାକୁ ଏଥିରେ ବିପୁଳ ପରିମାଣର ଆଇଡି ବୋମା ରହିଥିବା ଦେଖିବାକୁ ପାଇଥିଲା। ଏହାପରେ ତୁରନ୍ତ ଘଟଣା ସ୍ଥଳକୁ ବୋମା  ନିଷ୍କ୍ରୟକାରୀ ଦଳକୁ ଡକା ଯିବା ସହ ବୋମାକୁ ନିଷ୍କ୍ରିୟ କରାଯାଇଥିଲା ।ତେବେ ଜବତ ହୋଇଥିବା ଧଳା ସାଣ୍ଟ୍ରାେ କାର୍‌ଟିରେ ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ ଲଗାଯାଇଥିବାବେଳେ ଏହିି ଗାଡିଟି କଠୁଆରେ ପଞ୍ଜିକୃତ ହୋଇଥିବାର ସୂଚନା ରହିଛି । ଗାଡିରେ ମୋଟ୍‌ 40ରୁ 45 କିଲୋର ବିସ୍ଫୋରକ ଦ୍ରବ୍ୟ ରହିଥିବାବେଳେ ଏହାକୁ ନିଷ୍କ୍ରିୟ କରାଯାଇଛି। ସୂଚନା ଦେଇଛନ୍ତି ଜାମ୍ମୁକାଶ୍ମୀରର ଆଇଜି ବିଜୟ କୁମାର ।

ସୂଚନାଯୋଗ୍ୟ, 2019 ଫେବୃଆରୀ ମାସରେ ଫୁଲଓ୍ବାମାଠାରେ ଏହିପରି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଏକ କାରରେ ବୋମା ରଖାଯାଇଥିଲା ଏବଂ ସିଆରପିଏଫ ଗାଡି ଯାଉଥିବା ରାସ୍ତାରେ ଯାଉଥିବା ସମୟରେ ବିସ୍ପୋରଣ କରାଯାଇଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାୟ 45 ଜଣ ଯବାନ ସହିଦ ହୋଇଥିଲେ ।