Categories
ଆଜିର ଖବର ଜାତୀୟ ଖବର

ଶୋପିଆନରେ ଗୁଳିବିନିମୟ: ଦୁଇ ଜବାନ ସହିଦ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଦକ୍ଷିଣ କାଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ସଂଘର୍ଷରେ ଦୁଇ ସୈନିକଙ୍କ ଶହୀଦ ହେବାର ଖବର ରହିଛି। ଏଥି ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ: ଏସପିଓ ସହିଦ, ୪ ଯବାନ ଆହତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ବାନ୍ଦିପୋରାରେ ଗ୍ରେନେଡ ଆକ୍ରମଣର ଖବର ସାମ୍ନାକୁ ଆସୁଛି। ବାନ୍ଦିପୋରାରେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଆକ୍ରମଣ ପରେ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଆକ୍ରମଣରେ ଆହତ ହୋଇଥିବା ଯବାନମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଜଣେ ଏସପିଓଙ୍କ ସହିଦ ହେବାର ଖବର ମଧ୍ୟ ରହିଛି।

ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି। ସୂଚନାନୁସାରେ, ଆତଙ୍କବାଦୀମାନେ ନିଶାତ ପାର୍କ ନିକଟରେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଆହତଙ୍କ ମଧ୍ୟରେ ୨ ଜଣ ସୀମା ସୁରକ୍ଷା ବଳର ଯବାନ ଏବଂ ୩ ଜଣ ପୋଲିସ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ମାସ ଧରି ଉପତ୍ୟକାରୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଉଭୟ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେନା ମିଳିତ ଭାବେ ଅପରେସନ ଜାରି ରଖିଛନ୍ତି। ଏଥିରେ ସେନା ଏବଂ ପୋଲିସ ଦ୍ୱାରା ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର କଠୋରତା ପରେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ମଧ୍ୟ ବିଫଳ ହେବାରେ ଲାଗିଛି, ଯେଉଁଥିପାଇଁ ଆତଙ୍କବାଦୀଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କାଶ୍ମୀରର ଅବନ୍ତିପୋରାରେ ଲଶ୍କର ଆତଙ୍କବାଦୀ ନିହତ, ସୁରକ୍ଷା ବାହିନୀ ଉପରେ କରିଥିଲା ଅନେକ ଆକ୍ରମଣ

କାଶ୍ମୀର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳରେ ଗତକାଲି ରାତିରେ ହୋଇଥିବା ଏନକାଉଣ୍ଟରରେ ଜଣେ ୧୯ ବର୍ଷୀୟ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନା ମିଳିତ ଅପରେସନରେ ଏହି ଆତଙ୍କବାଦୀର ମୃତ୍ୟୁ ହୋଇଛି। ଏନକାଉଣ୍ଟର ସ୍ଥାନରୁ ଏକ ପିସ୍ତଲ ସମେତ ବହୁ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

ପୋଲିସର ମୁଖପାତ୍ରଙ୍କ ଅନୁଯାୟୀ, “ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଉପରେ ଆଧାର କରି ଏକ ଛୋଟ ପୋଲିସ୍ ଟିମ୍ ଅବନ୍ତିପୋରାର ନମ୍ବଲ ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ପୋଲିସ୍ ପାର୍ଟି ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏହାପରେ ପାଲଟା ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା।”

ନିହତ ଆତଙ୍କବାଦୀ ଜଣଙ୍କ କର୍ମାବାଦ ପୁଲୱାମା ନିବାସୀ ଇରଫାନ୍ ଅହମ୍ମଦ ଶେଖ ବୋଲି ଜଣା ପଡିଛି ଏବଂ ଲଶ୍କରର ଟିଆରଏଫ ଗୋଷ୍ଠୀ ସହ ସେ ଜଡିତ ଥିଲା।

Categories
ଆଜିର ଖବର ଜାତୀୟ ଖବର

ଶ୍ରୀନଗରରେ ସୁରକ୍ଷା ବାହିନୀର ବଡ କାର୍ଯ୍ୟାନୁଷ୍ଠାନ, ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ଵାରା ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଗତକାଲି ରାତିରେ ଜକୁରା ଅଞ୍ଚଳରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଯାହା ପରେ ସୁରକ୍ଷାବାହିନୀଙ୍କୁ ଏହି ସଫଳତା ମିଳିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ ସେତେବେଳେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇ ପାଲଟା ଆକ୍ରମଣ ଆରମ୍ଭ କରିଥିଲା। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଅଧିକାରୀ କହିଛନ୍ତି। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ବିଜୟ କୁମାର କହିଛନ୍ତି ଯେ, ଆତଙ୍କବାଦୀମାନେ ଲଶ୍କର-ଇ-ତୋଇବା ସହ ଜଡିତ ‘ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ରୁ ଆସିଛନ୍ତି। ଜାନୁଆରୀ ୨୯ ତାରିଖରେ ଅନନ୍ତନାଗରେ ଜଣେ ହେଡ କନଷ୍ଟେବଳ ଅଲି ମହମ୍ମଦ ଘାନିଙ୍କ ହତ୍ୟାରେ ଜଣେ ଆତଙ୍କବାଦୀ ସମ୍ପୃକ୍ତ ଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ସଫା ହେଲା ଆତଙ୍କବାଦୀ: ସାମରିକ କାର୍ଯ୍ୟାନୁଷ୍ଠାନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ନଦୀଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି। ଜମ୍ମୁ କାଶ୍ମୀର ପୋଲିସର ସୂତ୍ର ଅନୁଯାୟୀ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ସୁରକ୍ଷା ବାହିନୀ ଦ୍ୱାରା ହତ୍ୟା କରାଯାଇଥିବା ଆତଙ୍କବାଦୀର ପରିଚୟ ସମ୍ପର୍କରେ ପୋଲିସକୌଣସି ସୂଚନା ସେୟାର କରିନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜମ୍ମୁ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନମାନେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କ ବଡ ସଫଳତା: ୧୨ ଘଣ୍ଟା ମଧ୍ୟରେ ଟଳିଲେ ୫ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୀମାରେ ଆତଙ୍କବାଦ ଉପରେ ସୁରକ୍ଷା ବାହିନୀ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ଗତ ୧୨ ଘଣ୍ଟା ମଧ୍ୟରେ ଦୁଇଟି ଏନକାଉଣ୍ଟରରେ ପାକିସ୍ତାନ ପ୍ରାୟୋଜିତ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦର ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିବା ଆଇଜିପି କାଶ୍ମୀର ସୂଚନା ଦେଇଛନ୍ତି।

ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ, ଗତ ୧୨ ଘଣ୍ଟା ମଧ୍ୟରେ ପୁଲୱାମାରେ ଚାରିଜଣ ଆତଙ୍କବାଦୀ ଏବଂ ବଡଗାମରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ନିହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜୈଶ (ଜେଏମ) କମାଣ୍ଡର ଆତଙ୍କବାଦୀ ଜାହିଦ ୱାନି ଏବଂ ଜଣେ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି।

ଦକ୍ଷିଣ କାଶ୍ମୀରର ପୁଲୱାମା ଏବଂ କେନ୍ଦ୍ରୀୟ କାଶ୍ମୀରର ବୁଡଗାମ ଜିଲ୍ଲାର ଚରାର-ଇ-ସରିଫ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୁରକ୍ଷା କର୍ମୀମାନେ ସେଠାରେ କର୍ଡନ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷା କର୍ମୀ ଅପରେସନ କରୁଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ପାଲଟା ଆକ୍ରମଣ ଆରମ୍ଭ କରିଥିଲା।

ଏଥି ସହିତ ଗତକାଲି ଆତଙ୍କବାଦୀମାନେ ଅନନ୍ତନାଗରେ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜମ୍ମୁ-କଶ୍ମୀର ପୋଲିସ୍ ହେଡ୍ କନଷ୍ଟେବଳ ଅଲି ମହମ୍ମଦ ଘାନି ଅନନ୍ତନାଗର ବିଜବେହାରର ତବଲା ଅଞ୍ଚଳର ହାସନପୋରା ସ୍ଥିତ ତାଙ୍କ ବାସଭବନ ନିକଟରେ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ଚଳାଇଥିବା ପୋଲିସ କହିଛି। ଘାନିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା ​​ବୋଲି ସେମାନେ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଶ୍ରୀନଗରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏକ ଘଣ୍ଟା ମଧ୍ୟରେ ଦୁଇଟି ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଶ୍ରୀନଗରରେ ସୁରକ୍ଷା ବାହିନୀଙ୍କ ଦୁଇଟି ପୃଥକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଶ୍ରୀନଗର ଉପକଣ୍ଠରେ ଥିବା ହରୱନରେ ଲଶ୍କର-ଇ-ତୋଇବାର ଜଣେ କୁଖ୍ୟାତ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଏକ ଚାଳିଶ ଦିନ ମଧ୍ୟରେ ସମାନ ଅଞ୍ଚଳରେ ଏହା ହେଉଛି ଦ୍ୱିତୀୟ ମୁକାବିଲା। କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଏକ ଟୁଇଟ୍ ଜରିଆରେ ନିହତ ହୋଇଥିବା ଆତଙ୍କବାଦୀ ସଲିମ ପରେ ବୋଲି କହିଛନ୍ତି, ଯିଏକି ଲଶ୍କର-ଇ-ତୋଇବା ସହିତ ଜଡିତ ଥିଲେ।

ଅନ୍ୟ ଜଣେ ବିଦେଶୀ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି ବୋଲି ଟୁଇଟ୍‌ରେ ଦର୍ଶାଯାଇଛି। ତେବେ ପରେ କୁହାଯାଇଥିଲା ଯେ କେବଳ ସଲିମ ନିହତ ହୋଇଛି। ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନୀ ଆତଙ୍କବାଦୀ ଖସି ପଳାଇବାରେ ସଫଳ ହୋଇଛି। କିନ୍ତୁ ତାଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।

ହରଭନ ପରେ ଶ୍ରୀନଗରର ଗୌସାଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପୋଲିସ ଏବଂ ସିଆରପିଏଫ ର ମିଳିତ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଘଟଣାସ୍ଥଳରୁ ଗୁଳି ଜବତ କରାଯାଇଛି ବୋଲି ପୋଲିସ କହିଛି। ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଜାରି ରହିଛି। ଡିସେମ୍ବର ୩୧ ତାରିଖରେ ମଧ୍ୟ ଶ୍ରୀନଗରରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ। ଏହାପୂର୍ବରୁ ଡିସେମ୍ବର ୩୦ତାରିଖରେ ଦକ୍ଷିଣ କାଶ୍ମୀରରେ ଦୁଇଟି ଏନକାଉଣ୍ଟରରେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କୁ ବଡ ସଫଳତା, ୨ ପାକିସ୍ତାନୀଙ୍କ ସମେତ ଜୈଶ-ଇ-ମହମ୍ମଦର ୬ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଟି ପୃଥକ ମୁକାବିଲାରେ ଜଣେ ପୋଲିସ୍ ଆହତ ହୋଇଥିବାବେଳେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୬ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେନା, ସିଆରପିଏଫ ଏବଂ କାଶ୍ମୀର ପୋଲିସ ଗତ ୧୨ ଘଣ୍ଟା ମଧ୍ୟରେ କାଶ୍ମୀରରୁ ୬ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ସଫା କରିଛି। ଅନନ୍ତନାଗ ଏବଂ କୁଲଗାମରେ ଦୁଇଟି ପୃଥକ ମୁକାବିଲାରେ ଏହି ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନୀ ବୋଲି ନିଶ୍ଚିତ ହୋଇଛି।

ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ମିଳିଥିବା ଗୁପ୍ତଚର ଆଧାରରେ କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ ବୋଲି ଅଧିକାରୀ କହିଛନ୍ତି।

ସେ କହିଛନ୍ତି ଯେ, ସୁରକ୍ଷା ବାହିନୀ ଏହାର ପ୍ରତିଶୋଧ ନେଇଛି ଏବଂ ଉଭୟ ଏନକାଉଣ୍ଟରରେ ମୋଟ ୬ ଜଣ ଆତଙ୍କବାଦୀ ଏବଂ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଏଥିସହ ପୂର୍ବରୁ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ M-4 ଏବଂ ଦୁଇଟି AK-47 ରାଇଫଲ ମଧ୍ୟ ଜବତ କରାଯାଇଛି। ସୁରକ୍ଷା ବାହିନୀ ପାଇଁ ଏହା ଏକ ବଡ ସଫଳତା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଟଳିଲେ ୬ ନକ୍ସଲ

ନୂଆଦିଲ୍ଲୀ: ତେଲେଙ୍ଗାନା ଏବଂ ଛତିଶଗଡ ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ଗ୍ରେହାଉଣ୍ଡ ସୈନିକମାନେ ଅପରେସନ୍ ପାଇଁ ବାହାରକୁ ଯାଇଥିଲେ। ଏହା ପରେ ନକ୍ସଲମାନଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା।

୬ ଜଣ ନକ୍ସଲଙ୍କ ମୃତଦେହ ବ୍ୟତୀତ ଏନକାଉଣ୍ଟର ସ୍ଥାନରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ତେଲେଙ୍ଗାନାର କୋତ୍ତାଗୁଡାମ ଏସପି ସୁନୀଲ ଦତ୍ତଙ୍କ ନେତୃତ୍ୱରେ ଏହି ଅପରେସନ୍ କରାଯାଇଥିଲା। ସେହି ସ୍ଥାନରେ ନିରନ୍ତର ସର୍ଚ୍ଚ ଅପରେସନ୍ ଚାଲିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଲୱାମା: ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ଦିନ ଜମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଉପରେ ସୁରକ୍ଷା ବାହିନୀ ଏକ ଅପରେସନ୍ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ସୁରକ୍ଷା ବାହିନୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲା। ଯେଉଁଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି।

ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେ କେଉଁ ଆତଙ୍କବାଦୀ ସଂଗଠନର ସହ ଜଡିତ, ତାହାର ଅନୁସନ୍ଧାନ ଜାରି ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀର ଅପରେସନରେ ୧୩ ଗ୍ରାମବାସୀ ନିହତ, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ୍ ଜିଲ୍ଲାର ଓଟିଙ୍ଗ ଗ୍ରାମରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ମୃତ୍ୟୁବରଣ କରିଥିବା ସାଧାରଣ ନାଗରିକ ପାଇଁ ସେନା ଗଭୀର ଦୁଃଖ ପ୍ରକାଶ କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଏହି ଅପରେସନରେ ଜଣେ ଯବାନଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସେନା କହିଛି।

ଆତଙ୍କବାଦୀଙ୍କ ସମ୍ଭାବ୍ୟ ଗତିବିଧି ଉପରେ ଏକ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।

ସେନା ଏକ ବିବୃତ୍ତିରେ କହିଛନ୍ତି, “ଏହି ଘଟଣା ଏବଂ ପରେ ଘଟିଥିବା ହିଂସା ନେଇ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ। ଗ୍ରାମବାସୀଙ୍କ ଦୁର୍ଭାଗ୍ୟଜନକ ଜୀବନ ହାନି ହେବାର କାରଣଗୁଡିକ ଉଚ୍ଚସ୍ତରୀୟ ଅନୁସନ୍ଧାନ କରାଯାଉଛି ଏବଂ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଉଲ୍ଲେଖ ଯୋଗ୍ୟ ଯେ, ସୁରକ୍ଷା ବାହିନୀ ଅପରେସନରେ ୧୩ ଜଣ ଗ୍ରାମବାସୀ ଏବଂ ଜଣେ ଯବାନ ସହିଦ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଶ୍ରୀନଗର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କବାଦୀ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଶ୍ରୀନଗରର ରାମବାଗରେ ସୁରକ୍ଷା ବାହିନୀଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସାଧାରଣ ନାଗରିକଙ୍କ ହତ୍ୟାରେ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍) ର ମେହେରାନ୍ ଓ ବାସିତ ବୋଲି ଜଣା ପଡିଛି। ତେବେ ପରିଚୟ ସମ୍ପର୍କରେ କୌଣସି ଅଫିସିଆଲ୍ ନିଶ୍ଚିତକରଣ ହୋଇନାହିଁ। ଅଧିକାରୀମାନେ କହିଛନ୍ତି ଯେ ଲାଲ ଚୌକ-ବିମାନବନ୍ଦର ରାସ୍ତାରେ ଥିବା ରାମବାଗ ବ୍ରିଜ ନିକଟରେ କିଛି ସମୟ ଗୁଳି ବିନିମୟରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଏହାପୂର୍ବରୁ ନଭେମ୍ବର ୨୦ ତାରିଖରେ ସୁରକ୍ଷା ବାହିନୀ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ମୁଦାସିର ୱାଗେ ସମେତ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହାପୂର୍ବରୁ ନଭେମ୍ବର ୧୭ ତାରିଖରେ ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇଟି ପୃଥକ ମୁକାବିଲାରେ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) କମାଣ୍ଡର ଆଫାକ ସିକନ୍ଦରଙ୍କ ସମେତ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କୁଲଗାମରେ ଜଣେ ଆତଙ୍କବାଦୀ ନିହତ, ଲୁଚି ରହିଥିବା ଆତଙ୍କିଙ୍କ ଉପରେ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ସଫା କରିଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଏହି ଆତଙ୍କବାଦୀକୁ ମାରି ଦିଆଯାଇଛି। ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଏହି ଅଞ୍ଚଳରେ ଲୁଚି ରହିଥିବା ସୂଚନା ମିଳୁଛି।

ବହୁ ସଂଖ୍ୟକ ଯବାନ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଆତଙ୍କବାଦୀମାନେ ଏହି ଅଞ୍ଚଳରୁ ପଳାୟନ ନକରିବା ପାଇଁ ଯବାନମାନେ ସମସ୍ତ ରାସ୍ତା ବନ୍ଦ କରି ଦେଇଛନ୍ତି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯଥାଶୀଘ୍ର ମୃତ କିମ୍ବା ଜୀବନ୍ତ ଧରିବା ପାଇଁ ସୁରକ୍ଷାବାହିନୀ ଉଦ୍ୟମ ଜାରି ରଖିଛି। ଏହାପୂର୍ବରୁ ସୁରକ୍ଷାବାହିନୀକୁ ବୁଧବାର ଦିନ ବଡ଼ ସଫଳତା ମିଳିଥିଲା। ଦୁଇଟି ପୃଥକ ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଏନକାଉଣ୍ଟର କରିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଶ୍ରମିକଙ୍କୁ ହତ୍ୟା କରିଥିବା ଦୁଇଜଣ ଆତଙ୍କବାଦୀଙ୍କୁ ସଫା କଲେ ସୁରକ୍ଷା ବାହିନୀ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଦୁଇଜଣ ଶ୍ରମିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀମାନେ ବୁଧବାର ଦିନ ଶୋପିଆନ୍ ଜିଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ହୋଇଛନ୍ତି। ଏହାକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ପାଇଁ ଆତଙ୍କବାଦୀଙ୍କ ଷଡଯନ୍ତ୍ରର ଏହା ଏକ ଦୃଢ ପ୍ରତିକ୍ରିୟା ବୋଲି ବିବେଚନା କରାଯାଉଛି। ମୃତକ ଆତଙ୍କବାଦୀର ପରିଚୟ ମିଳିଛି। ତାହାର ନାମ ଆଦିଲ ଅହ ୱାନୀ ବୋଲି ଜଣାପଡିଛି। ସେ ପୁଲୱାମାର ଲିଟର ଅଞ୍ଚଳରେ ଅଣ-କାଶ୍ମୀରର ଜଣେ ଗରିବ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ବର୍ତ୍ତମାନ ସୁଦ୍ଧା ଦୁଇ ସପ୍ତାହ ମଧ୍ୟରେ ୧୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆଜି ସକାଳେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଶୋପିଆର ଜୈନପୋରାର ଦ୍ରାଗଡ ଅଞ୍ଚଳରେ ସୁରକ୍ଷା ବାହିନୀ ଦୁଇଜଣଙ୍କୁ ଘେରି ରହିଥିଲେ। ଏହି ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା।

ଏହି ଏନକାଉଣ୍ଟରରେ ସେନା, ପୋଲିସ ଏବଂ ସିଆରପିଏଫ ଯବାନ ମଧ୍ୟ ସାମିଲ ହୋଇଥିଲେ। ବାସ୍ତବରେ, ଉପତ୍ୟକାର ସୁରକ୍ଷା କର୍ମୀମାନେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ନିରନ୍ତର ଅପରେସନ୍ ଚଳାଉଛନ୍ତି। ଅକ୍ଟୋବରରେ ଉପତ୍ୟକାରେ ହିନ୍ଦୁ ଓ ଶିଖମାନଙ୍କୁ ହତ୍ୟା କରିବାର ଅନେକ ଘଟଣା ଘଟିଛି। ଆତଙ୍କବାଦୀମାନେ କ୍ରମାଗତ ଭାବରେ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ କରି ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପାଞ୍ଚ ଯବାନଙ୍କ ଶହୀଦ ହେବାର ପ୍ରତିଶୋଧ: ୨୪ ଘଣ୍ଟାରେ ୫ ଆତଙ୍କବାଦୀଙ୍କୁ ସଫା କଲେ ସୁରକ୍ଷାବାହିନୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପାଞ୍ଚ ଜଣ ଯବାନଙ୍କ ଶହୀଦ ହେବାର ପ୍ରତିଶୋଧ ନେଇଛି ସୁରକ୍ଷା ବାହିନୀ। ଆଜି ଏଠାରେ ଶୋପିଆନ୍ ଠାରେ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ସଫା କରିଛି। ଶୋପିଆନ୍ ଏନକାଉଣ୍ଟରରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀ ଲଶ୍କର-ଏ-ତୋଇବା (ଲେଟି) ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି। ବର୍ତ୍ତମାନ ଦୁଇଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଭଳି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

ସେହିଭଳି ଗତକାଲି ଅନନ୍ତନାଗ ଏବଂ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଖାଗୁଣ୍ଡକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବାରୁ ଏହି ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଆତଙ୍କବାଦୀମାନେ ଉପତ୍ୟକାରେ ପୁଣି ସକ୍ରିୟ ହେଉଛନ୍ତି। ଗତ କିଛି ଦିନ ହେବ ଆତଙ୍କବାଦୀମାନେ କ୍ରମାଗତ ଭାବରେ ଉପତ୍ୟକାର ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି କିମ୍ବା ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଛନ୍ତି। ଗତକାଲି ଆତଙ୍କବାଦୀମାନେ ପୁଞ୍ଚର ସୋରେନକୋଟ ଲେଓସି ସଂଲଗ୍ନ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଅନୁପ୍ରବେଶ ବିଷୟରେ ଖବର ମିଳିବା ପରେ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଜଣେ ଜେସିଓ ଏବଂ ସେନାର ୪ ଜଣ ସୈନିକ ଗୁରୁତର ଆହତ ହୋଇଥିଲେ। ଆହତ ସୈନିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଚିକିତ୍ସା ସମୟରେ ସେମାନେ ଶହୀଦ ହୋଇଯାଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ୬ ଦିନରେ ୭ ଜଣଙ୍କୁ ହତ୍ୟା, ୭୦୦ ଲୋକଙ୍କୁ ଅଟକ ରଖିଲା ସୁରକ୍ଷା ବାହିନୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସାତ ଶହ ଲୋକଙ୍କୁ ଅଟକ ରଖିଛି। ୬ ଦିନ ମଧ୍ୟରେ କାଶ୍ମୀର ପଣ୍ଡିତ, ଶିଖ ଏବଂ ମୁସଲମାନ ସମ୍ପ୍ରଦାୟର ୭ ଜଣ ସାଧାରଣ ନାଗରିକଙ୍କ ହତ୍ୟା ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ ୫୦୦ ଲୋକ ଅଛନ୍ତି ଯେଉଁମାନେ ନିଷିଦ୍ଧ ଧାର୍ମିକ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, କାଶ୍ମୀରରେ ଲଗାତାର ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷା ବାହିନୀ ଏହି ପଦକ୍ଷେପ ନେଇଛି। ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ କଟ୍ଟରପନ୍ଥୀଙ୍କ ବୃଦ୍ଧି ହେତୁ ଆକ୍ରମଣ ହୋଇପାରେ।

ଏହାପୂର୍ବରୁ ରବିବାର ଦିନ ଏନଆଇଏ କାଶ୍ମୀର ଉପତ୍ୟକାର ଅନେକ ସ୍ଥାନରେ ଚଢାଉ କରି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଏଫ) ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ନିଷିଦ୍ଧ ଲଶ୍କର-ଏ-ତାଇବା ଗୋଷ୍ଠୀର ଟିଆରଏଫ ଏକ ସମ୍ମୁଖ ସଂଗଠନ ବୋଲି ବିଶ୍ୱାସ କରାଯାଏ। କାଶ୍ମୀର ଉପତ୍ୟକାରେ ସାଧାରଣ ନାଗରିକଙ୍କ ହତ୍ୟା ପାଇଁ ଟିଆରଏଫ ନିଜକୁ ଦାୟୀ କରିଛି। ଏନଆଇଏ ମୁଖପାତ୍ର କହିଛନ୍ତି ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସର ସହଯୋଗରେ କୁଲଗାମ, ଶ୍ରୀନଗର ଏବଂ ବାରାମୁଲ୍ଲା ଜିଲ୍ଲାର ସାତୋଟି ସ୍ଥାନରେ ଚଢାଉ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଣ୍ଡ ହେଲା ପାକିସ୍ଥାନର ଷଡଯନ୍ତ୍ର, ଅନୁପ୍ରବେଶ କରୁଥିବା ଆତଙ୍କବାଦୀକୁ ଗିରଫ କଲା ସୁରକ୍ଷା ବାହିନୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାକୁ ପାକିସ୍ତାନର ଷଡଯନ୍ତ୍ରକୁ ନେଇ ଏକ ବଡ଼ ଖୁଲାସା ହୋଇଛି। କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି। ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛି। ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ନିହତ ଆତଙ୍କବାଦୀଙ୍କଠାରୁ ସୁରକ୍ଷା ବାହିନୀ ପାକିସ୍ତାନର ମୁଦ୍ରା ପାଇଛି। ଫେରାର ହୋଇଯାଇଥିବା ଜଣେ ଆତଙ୍କବାଦୀକୁ ପାକିସ୍ତାନ ଗୁପ୍ତଚର ବିଭାଗ ଆଇଏସଆଇର ଏଜେଣ୍ଟ ଭାବରେ କୁହାଯାଉଛି। ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେନା ଏହି ସମ୍ପୂର୍ଣ୍ଣ ଅପରେସନ୍ ବିଷୟରେ ଅଧିକ ସୂଚନା ଦେବ।

ଉଲ୍ଲେଖ ଯୋଗ୍ୟ ଯେ, ସୁରକ୍ଷା ବାହିନୀ ଆଜି ପାଇଥିବା ସଫଳତା ମଧ୍ୟ ବିଶେଷ କାରଣ। ପାଞ୍ଚ ବର୍ଷ ପୂର୍ବେ ଏହି ଦିନ ପାକିସ୍ତାନର ଆତଙ୍କବାଦ ବିରୋଧରେ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ସେପ୍ଟେମ୍ବର ୧୮ ତାରିଖରେ, ଉରିରେ ୫-୬ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ। ଏହା ପରେ ଅନେକ ଦିନ ଧରି ଉରିରେ ଏକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସେପ୍ଟେମ୍ବର ୨୩ ତାରିଖରେ ଉରିର ହଥଲଙ୍ଗାଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଏନକାଉଣ୍ଟର ପରେ ମଧ୍ୟ ସୁରକ୍ଷା ବାହିନୀ ଉରିରେ ଅପରେସନ୍ ଜାରି ରଖିଥିଲେ, ଗତକାଲି ମଧ୍ୟ ଏନକାଉଣ୍ଟର ବେଳେ ଜଣେ ପାକିସ୍ତାନୀ ଧରାପଡିଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏହି ଅପରେସନ ସମୟରେ ୪ ଜଣ ସେନା କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସୂଚନାନୁସାରେ, ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ମାସିଲ, ଟିଟୱାଲ ସେକ୍ଟର ବ୍ୟବହାର କରିଥିଲେ। ଏଥିପାଇଁ ଏହି ଆତଙ୍କବାଦୀମାନେ ପାକିସ୍ତାନୀ ସେନାର ସହାୟତା ପାଇଥିଲେ। ପାକିସ୍ତାନ ପାର୍ଶ୍ୱରେ ଏହି ଉଭୟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ପାକିସ୍ତାନ ପକ୍ଷରୁ ଭାରତୀୟ ପୋଷ୍ଟରେ ଗୁଳି ବିନିମୟ କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ, ବିଜେପି ନେତାଙ୍କ ହତ୍ୟାରେ ଥିଲେ ସମ୍ପୃକ୍ତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବିଜେପି ନେତାଙ୍କ ହତ୍ୟା ମାମଲାରେ ସାମିଲ ଥିଲା।

ମୃତକ ଦୁଇ ଆତଙ୍କବାଦୀ ଆବିଦ୍ ଓ ଆଜାଦ ବୋଲି ଜଣାପଡିଛି। ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ, ଆବିଦ୍ ଲଶ୍କର-ଏ-ତୋଇବାର ଜିଲ୍ଲା କମାଣ୍ଡର ହୋଇଥିବାବେଳେ ଆଜାଦ ଜୁଲାଇ ୮ ତାରିଖ ୨୦୨୦ ମସିହାରେ ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ଭାଇ ଉମର ସୁଲତାନ ଏବଂ ପିତା ବଶିର ଅହମ୍ମଦ ଶେଖଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା। ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଉତ୍ତର କାଶ୍ମୀରର ବାନ୍ଦିପୋରାର ୱଟନିରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଯାହା ଫଳରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥଲା।

ଏନକାଉଣ୍ଟର ସ୍ଥାନରୁ ଅନ୍ୟାନ୍ୟ ସାମଗ୍ରୀ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ଏବଂ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଆଉ ଦୁଇ ଆତଙ୍କି

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଶ୍ରୀନଗରର ଆଲୋଚି ବାଗ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (କାଶ୍ମୀର) ବିଜୟ କୁମାର କହିଛନ୍ତି ଯେ, ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର ବରିଷ୍ଠ କମାଣ୍ଡର ଲଶ୍କର/ଟିଆରଏଫ୍ ଅବ୍ବାସ ଶେଖ ଏବଂ ତାଙ୍କ ସହଯୋଗୀ (ଡେପୁଟି) ଶାକିବ ମଞ୍ଜୁରଙ୍କୁ ହତ୍ୟା କରାଯାଇଛି। ଏହି ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ବିଷୟରେ ଆମେ ଅବଗତ ଥିଲୁ। ସାଦା ୟୁନିଫର୍ମରେ ଥିବା ପୋଲିସ କର୍ମଚାରୀମାନେ ତୁରନ୍ତ ଏହି ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ କରିଥିଲେ।

କୁମାର କହିଛନ୍ତି ଯେ, “ଅବ୍ବାସ ଶେଖଙ୍କ ନିର୍ଦ୍ଦେଶରେ ଶାକିବ ମଞ୍ଜୁର ଅନେକ ହତ୍ୟା କରିଥିଲା। ସେମାନେ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ”ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଧରିବା ପାଇଁ ପ୍ରବର୍ତ୍ତାଉଥିବାରୁ ଅଞ୍ଚଳର ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ।

ଏହି ସମୟରେ ଶ୍ରୀନଗରରେ ଆତଙ୍କ ସହ ଜଡିତ ଆଉ ଏକ ଘଟଣା ଘଟିଥିଲା। ଯେଉଁଠାରେ ଆତଙ୍କବାଦୀମାନେ ପୁରୁଣା ଶ୍ରୀନଗରର ଇଦଗାହ ​​ଅଞ୍ଚଳରେ ଗ୍ରେନେଡ ସାହାଯ୍ୟରେ ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ।

ତେବେ ଅଗଷ୍ଟ ୨୧ତାରିଖରେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅବନ୍ତିପୋରା ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆତଙ୍କବାଦୀଙ୍କ ଲୁଚିବା ବିଷୟରେ ସୁରକ୍ଷା ବାହିନୀ ସୂଚନା ପାଇବା ମାତ୍ରେ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା। ପରେ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲେ ମଧ୍ୟ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ତୁରନ୍ତ ସାମ୍ନାକୁ ଆସି ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜବାବ ଦେବା ଆରମ୍ଭ କରିଥିଲେ। ଫଳରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

ଏହି ଏନକାଉଣ୍ଟରରେ ନିହତ ହୋଇଥିବା ତିନି ଆତଙ୍କବାଦୀ ଜୈଶର କମାଣ୍ଡର ବୋଲି କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ। ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହାପୂର୍ବରୁ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଶିକ୍ଷା ବିଭାଗର କର୍ମଚାରୀଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣାଟି ତ୍ରାଲ ଅଞ୍ଚଳରେ ହୋଇଥିଲା। ଆତଙ୍କବାଦୀମାନେ ରାତି ପ୍ରାୟ ସାଢେ ୯ ଟା ବେଳେ ଲୁରଗାମର ୩୫ ବର୍ଷିୟ ଜାଭେଦ୍ ଅହମ୍ମଦଙ୍କ ଘରେ ଗୁଳି କରି ଫେରାର ହୋଇଯାଇଥିଲେ।

ସେହିଦିନ ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଦୁଇ ଆତଙ୍କବାଦୀଙ୍କ ଉପରେ ସାଧାରଣ ନାଗରିକଙ୍କୁ ହତ୍ୟାରେ ସମ୍ପୃକ୍ତ ଅଭିଯୋଗ ହୋଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ତଦନ୍ତ ଅଭିଯାନ ଜାରି

ଜମ୍ମୁ: ଆଜି ଜମ୍ମୁ କାଶ୍ମୀରର ଅବନ୍ତିପୋରା ପାମ୍ପୋର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛି’। ବର୍ତ୍ତମାନ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଏନକାଉଣ୍ଟର ଜାରି ରହିଛି।

ଜମ୍ମୁ-କାଶ୍ମୀର ପୋଲିସର ସୂଚନା ଅନୁଯାୟୀ, ପାମ୍ପୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଏହା ପରେ ଯେତେବେଳେ ଆମର ଯବାନମାନେ ତଦନ୍ତ ଅଭିଯାନ ଆରମ୍ଭ କରିଥିଲେ। ହେଲେ ହଠାତ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷା ବାହିନୀ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ମୃତ ଆତଙ୍କବାଦୀ କିଏ ଏବଂ କେଉଁ ଆତଙ୍କବାଦୀ ଗୋଷ୍ଠୀ ସହ ସେ ସମ୍ପୃକ୍ତ ଅଛନ୍ତି, ଏହାର ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ।