Categories
ଆଞ୍ଚଳିକ

ଚିଲିକା ରାଜନୀତି: ବିଜେଡିରେ ମିଶିଲେ ପୂର୍ବତନ ସରପଞ୍ଚଙ୍କ ସହ ଶତାଧିକ ବିଜେପି କର୍ମି

ବାଲୁଗାଁ ( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ ନିମିକ୍ଷେତା ପଞ୍ଚାୟତର ତିନି ଥରର ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଅଞ୍ଜଳି ସ୍ବାଇଁଙ୍କ ସମେତ ଚାଷଙ୍ଗରା, ନିମାଇଁମଲ୍ଲ, ଓସ୍ତାପଲ୍ଲି,ବୀରପାଟଣା, ବେଲପଡ଼ା, ପରିଛାପଦରର ବିଜେପିର ବହୁ ଆଗଧାଡିର ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ସମସ୍ତ କାର୍ଯ୍ୟକର୍ତାଙ୍କୁ ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଦଳୀୟ ଉତ୍ତରୀୟ ଦେଇ ବିଜେଡି ପରିବାରକୁ ସ୍ୱାଗତ କରିଥିଲେ। ଉକ୍ତ ମିଶ୍ରଣ ପର୍ବରେ ବିଜେଡି ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ପୂର୍ବତନ ଚିଲିକା ବ୍ଲକ ଅଧ୍ୟକ୍ଷ ଉତ୍ପଳ ପାଇକରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ ପ୍ରଧାନ, ଚିଲିକା ବ୍ଲକ ମହିଳା ସଭାପତି ଅମ୍ରିତା ବେହେରା, ଚିଲିକା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଆଲୋକ ନାୟକ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଭାସ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।

ନୂତନ କର୍ମକର୍ତ୍ତାଙ୍କ ଦଳରେ ସାମିଲ ନେଇ ଦଳୀୟ ସଂଗଠନ ଆହୁରି ମଜଭୁତ ହେବା ନେଇ ବିଧାୟକ ପାର୍ଥି ଶ୍ରୀ ସାହୁ କହିଛନ୍ତି।