Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରୁ ଆଜି 7 କରୋନା ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତଙ୍କ ମଧ୍ୟରେ କାଠଗଡ଼ା ସାହିରୁ ଜଣେ ମହିଳା, ଥୋରିଆ ସାହିରୁ ଜଣେ ପୁରୁଷ, ନୂଆପାଟଣାରୁ ଦୁଇ ଜଣ ମହିଳା, ମଙ୍ଗଳାବାଗରୁ ଜଣେ ଯୁବକ ଓ ଜଗତପୁରରୁ ଜଣେ ବ୍ୟକ୍ତି କ୍ୟାନସର ହସ୍ପିଟାଲ ଲିଙ୍କରେ ସଂକ୍ରମିତ ହୋଇଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ମହାନଦୀବିହାରରୁ ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।
ଆଜିର ନୂତନ 7ଟି ପଜିଟିଭ୍‌ ଚିହ୍ନଟ ପରେ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କସଂଖ୍ୟା 46କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 22 । ସେହିପରି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 22 ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
Image
Categories
ଆଜିର ଖବର ରାଜ୍ୟ ଖବର

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ 6 ପଜିଟିଭ୍‌

କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ 6 କରୋନା ପଜିଟିଭ୍‌  ଚିହ୍ନଟ ହୋଇଥିବା ନେଇ ସିଡିଏମ୍‌ଓ ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି । ଏହି 6 ଆକ୍ରାନ୍ତଙ୍କ ମଧ୍ୟରେ 4ଜଣ କ୍ୟାନସର ରୋଗୀ ରହିଥିବାବେଳେ ଜଣେ ଆଟେଣ୍ଡାଣ୍ଟ ଓ ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବାର ସୂଚନା ରହିଛି । ପୂର୍ବରୁ ହସ୍ପିଟାଲରୁ 3 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗତକାଲି ଦୁଇ ଜଣ ନର୍ସ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର : ବାହାରିଲେ 9, ସୁସ୍ଥ ହେଲେ 2

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁରରୁ 9 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଳା ପ୍ରଶାସନ ।  ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମେସ୍ତ ପ୍ରବାସ ଫେରନ୍ତା ରହିଥିବାବେଳେ ସମସ୍ତ ଆକ୍ରାନ୍ତ ଟିଏମ୍‌ସିରୁ  ଚିହ୍ନଟ ହୋଇଛନ୍ତି । କୁଜଙ୍ଗରୁ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ଦୁଇଜଣ ଓ ଦିଲ୍ଲୀରୁ ଜଣେ ଫେରିଥିଲେ । ସେହିପରି ନୂଆଗାଁରୁ ମଧ୍ୟ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ତିର୍ତ୍ତୋଲରୁ  ତିନିଜଣ ଚିହ୍ନଟ ହୋଇଥିବା ସ୍ଥଳେ ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି । ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ସାଉଦି ଆରବରୁ ଫେରିଥିବାବେଳେ ଅନ୍ୟ ଜଣକ ପଶ୍ଚିମବଙ୍ଗରୁ ଫେରିଛନ୍ତି।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 281ରେ ପହଞ୍ଚିଛି । ସେହିପରି ଆଜି ଜିଲ୍ଲାରୁ 2ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ଏପର୍ଯ୍ୟନ୍ତ 110ଟି ଆକ୍ଟିଭ୍‌ କେସ ରହିଥିବାବେଳେ 171ଜଣ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଅପଡେଟ୍‌ : ଆଜି ପୁଣି ଦୁଇଟି ମୁଣ୍ଡ ଗଡିଲା, ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଆଜି ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ସେଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମୃତକ ଦ୍ବୟ ଗଞ୍ଜାମରୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 23ରେ ପହଞ୍ଚିଛି । ଦୁହିଁଙ୍କ ମଧ୍ୟରେ ଜଣେ 48 ବର୍ଷୀୟ ବ୍ୟକ୍ତିଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟରେ ମୋଟ୍‌ 245 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ 6ହଜାର 859 ପହଞ୍ଚିଛି । ସେହିପରି ଆଉ 7 ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ 12ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 5, କଟକରୁ 4, ପୁରୀ ଓ ବରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ)
ଗଞ୍ଜାମ 1367 892 463 12 0
ଖୋର୍ଦ୍ଧା 814 573 234 5 2
କଟକ 557 431 121 4 1
ଯାଜପୁର 486 351 135 0 0
ଗଜପତି 435 133 302 0 0
ବାଲେଶ୍ବର 346 268 77 0 1
ଜଗତସିଂହପୁର 281 169 112 0 0
ପୁରୀ 255 210 43 1 1
କେନ୍ଦ୍ରାପଡା 243 202 41 0 0
ଭଦ୍ରକ 228 198 30 0 0
ମୟୂରଭଞ୍ଜ 201 124 76 0 1
ସୁନ୍ଦରଗଡ 191 146 45 0 0
କନ୍ଧମାଳ 178 158 20 0 0
ବଲାଙ୍ଗିର 167 148 19 0 0
ନୟାଗଡ 143 114 29 0 0
କେଉଁଝର 139 80 59 0 0
ଝାରସୁଗୁଡା 100 29 71 0 0
ବରଗଡ 97 50 46 1 0
ନୂଆପଡା 82 78 4 0 0
ଢେଙ୍କାନାଳ 76 53 23 0 0
କଳାହାଣ୍ଡି 71 63 8 0 0
ଅନୁଗୁଳ 63 49 14 0 0
ମାଲ୍‌କାନଗିରି 60 48 12 0 0
ସମ୍ବଲପୁର 50 24 26 0 0
ନବରଙ୍ଗପୁର 42 8 33 0 1
ଦେବଗଡ଼ 42 40 2 0 0
ବୌଦ୍ଧ 41 40 1 0 0
ରାୟଗଡା 39 12 27 0 0
ସୋନପୁର 36 35 1 0 0
କୋରାପୁଟ 29 17 12 0 0
Categories
ଆଜିର ଖବର ରାଜ୍ୟ ଖବର

ଆଉ 170 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 6,350କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 170 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 143ଜଣ ଚିହ୍ନଟ ହୋଇଥିବାବେଳେ 27ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର350କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1903 ଜଣ। ସେହିପରି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ରହିଛି 4432 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଗତ 24 ଘଣ୍ଟାରେ 375ଜଣଙ୍କର ଜୀବନ ନେଲାଣି କରୋନା, ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର ନିକଟତର

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ପ୍ରଭାବ ବଢୁଥିବା ସହ ସାରା ବିଶ୍ବରେ ସଙ୍କଟ ବଢିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ସଂଘାତିକ ହେଉଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 95 ହଜାର 48 ଜଣ ସଂକ୍ରମିତ ହୋଇଥିବାବେଳେ 12,948ଜଣଙ୍କର ମୃତ୍ୟୁହୋଇଛି । ସେହିପରି ଦୁଇ ଲକ୍ଷ 13 ହଜାର 830 ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 14 ହଜାର 516ଟି ନୂତନ ମାମଲା ଆସିଥିବାବେଳେ 375ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତ ଦେଶଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଆମେରିକାରେ ସର୍ବାଧିକ ମାମଲା ରହିଥିବାବେଳେ ଏହା ପଛକୁ ରହିଛି ବ୍ରାଜିଲ୍‌, ରୁଷ୍‌ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 5893ଜଣଙ୍କର ମୃତ୍ୟୁ ହୋଇଥିବାବେଳେ  ଦିଲ୍ଲୀରେ 2035, ଗୁଜୁରାଟରେ 1608, ତାମିଲନାଡୁରେ 666, ପଶ୍ଚିମବଙ୍ଗରେ 529, ମଧ୍ୟପ୍ରଦେଶରେ 495, ଉତ୍ତରପ୍ରଦେଶରେ 488ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରର ଦୁଇ ଆକ୍ରାନ୍ତ ପ୍ରବାସ ଫେରନ୍ତା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁରର ଆଜି ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଦୁହେଁ ବାହାର ରାଜ୍ୟ ଫେରନ୍ତା ହୋଇଥିବାବେଳେ ଟିଏମ୍‌ସିରେ ରହିଥିଲେ ବୋଲି ସୂଚନା ରହିଛି। ଆଜି ଜଗତସିଂହପୁର ଜିଲ୍ଲାରୁ ବାହାରିଥିବା ପଜିଟିଭ୍‌ଙ୍କ ମଧ୍ୟରେ ଜଣେ ଏରସମା ବ୍ଲକର ଅନ୍ୟଜଣେ କୁଜଙ୍ଗ ବ୍ଲକର ବୋଲି ସୂଚନା ରହିଛି। ଉକ୍ତ ୨ଜଣ ଆକ୍ରାନ୍ତ ଗୁଜୁରାଟ ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ନୂତନ ଦୁଇ ଆକ୍ରାନ୍ତଙ୍କ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ହୋଇଛି। ସେହିପରି ଜିଲ୍ଲାରେ ୪୦ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହେଲେଣି ୪୯ଜଣ।

Categories
ଆଜିର ଖବର ରାଜ୍ୟ ଖବର

16ଟି ଜିଲ୍ଲାରୁ 75 ଆକ୍ରାନ୍ତ ଚିହ୍ନଟ : ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଲା

ଭୁବନେଶ୍ବର : ଆଜି 16ଟି ଜିଲ୍ଲାରୁ 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ଚତୁର୍ଥ ମୁଣ୍ଡ ନେଇଛି କରୋନା । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି ।

ଖୋର୍ଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ 18 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 7, କଟକ ଓ ବଲାଙ୍ଗିରରୁ 5, ନୟାଗଡରୁ 4 ଜଣ ଚିହ୍ନଟ ହୋଇଛନ୍ତି । ସୋନପୁର ଓ କେନ୍ଦ୍ରାପଡାରୁ ତିନି ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କୋରାପୁଟରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର, ଗଞ୍ଜାମ, ପୁରୀ, ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 598 396 198 4 0
ଯାଜପୁର 319 253 66 0 0
ଖୋର୍ଦ୍ଧା 244 94 145 4 1
ବାଲେଶ୍ବର 190 140 49 0 1
କଟକ 172 84 87 1 0
କେନ୍ଦ୍ରାପଡା 166 132 34 0 0
ଭଦ୍ରକ 140 106 34 0 0
ବଲାଙ୍ଗିର 121 54 67 0 0
ପୁରୀ 101 84 17 0 0
ସୁନ୍ଦରଗଡ 99 50 49 0 0
ଜଗତସିଂହପୁର 89 49 40 0 0
ନୟାଗଡ 87 50 37 0 0
ମୟୂରଭଞ୍ଜ 70 16 54 0 0
ନୂଆପଡା 69 14 55 0 0
ଗଜପତି 61 10 51 0 0
ଢେଙ୍କାନାଳ 35 6 29 0 0
ବୌଦ୍ଧ 34 33 1 0 0
ଅନୁଗୁଳ 33 25 8 0 0
ଦେବଗଡ 33 24 9 0 0
କେଉଁଝର 33 18 15 0 0
ସୋନପୁର 29 7 22 0 0
କଳାହାଣ୍ଡି 27 15 12 0 0
କନ୍ଧମାଳ 25 13 12 0 0
ମାଲକାନଗିରି 21 19 2 0 0
ବରଗଡ 16 2 14 0 0
କୋରାପୁଟ 16 7 9 0 0
ସମ୍ବଲପୁର 16 8 8 0 0
ଝାରସୁଗୁଡା 8 6 2 0 0
ନବରଙ୍ଗପୁର 2 1 1 0 0
ରାୟଗଡା 2 0 2 0 0
Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ 173 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 173 କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନୂତନ 173 ଆକ୍ରାନ୍ତଙ୍କ ମଧ୍ୟରେ 150 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ରହିଥିବାବେଳେ ଲୋକାଲ୍‌ କେସ୍‌ 23 ରହିଛି । ରାଜରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2781କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ଗତକାଲି ରେକର୍ଡ ସଂଖ୍ୟକ 123ଜଣ ସୁସ୍ଥ ହୋଇଥିବାବେଳେ ଆଜି ରେକର୍ଡ ସଂଖ୍ୟକ 173 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମରୁ ରହିଛି ବୋଲି ସୂଚନା ରହିଛି । 14ଟି ଜିଲ୍ଲାରୁ 173ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ସୁସ୍ଥ ହେଲେ ଆଉ 91

ଭୁବନେଶ୍ବର : ଆଜି ରାଜ୍ୟରେ 143ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 91 ଜଣ ସୁସ୍ଥ ହୋଇଥିବାର ସୂଚନା ମିଳିଛି । ରାଜ୍ୟରେ ଆଜି ଆଉ 91 ଜଣ ସୁସ୍ଥ ହୋଇଛନ୍ତି । ଦେବଗଡରୁ ସର୍ବାଧିକ 22 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ପୁରୀରୁ 16, ନୟାଗଡରୁ 15, ବଲାଙ୍ଗିରରୁ 9, ଅନୁଗୁଳ ଓ ବାଲେଶ୍ବରରୁ 5 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଭଦ୍ରକ ଓ ସୁନ୍ଦରଗଡରୁ3 ଜଣ ଲେଖାଏଁ, କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ବରଗଡରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳ, ଗଜପତି ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜିର 91 ଜଣ ସୁସ୍ଥକୁ ମିଶାଇ ରାଜ୍ୟରେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା 1416ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଆଜି ରାୟଗଡା ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିବାବେଳେ ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କରୋନା ବ୍ୟାପି ସାରିଛି । ତେବେ ରାଜ୍ୟରେ ସୁସ୍ଥ ହାର ବଢିଥିବାରୁ ରାଜ୍ୟବାସୀଙ୍କୁ ଏହା ଆଶ୍ବସ୍ତି ପ୍ରଦାନ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିହ୍ନଟ 143ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି

ଭୁବନେଶ୍ବର : ଆଜି ଚିହ୍ନଟ 143ଜଣଙ୍କ ଆକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଛି ।  ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 132 ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ 11 ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ 143ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 41 ଜଣ ଚିହ୍ନଟ ହୋଇଛନ୍ତି । 36 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ 10 ଜଣ ଗୁଜୁରାଟ, 4 ଜଣ ମହାରାଷ୍ଟ୍ର, ଜଣେ ଆନ୍ଧ୍ର, ଆଉ 21 ଜଣ ଗୁଜୁରାଟ ଓ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି । ସେହିପରି ଗଞ୍ଜାମରୁ ଆଜି ଚିହ୍ନଟ 41 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 5ଟି ଲୋକାଲ୍‌ କେସ୍‌ ରହିଛି । 36 ଜଣଙ୍କୁ ଛାଡି ଅନ୍ୟ ସମେସ୍ତ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା ରହିଛି ।

ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ  ରହିଛନ୍ତି । ଏହି ତିନି ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ଦୁଇ ଜଣ ସୁରତ ଫେରନ୍ତା ଓ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି। ମୟୂରଭଞ୍ଜରୁ ଚିହ୍ନଟ 8 ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଛଅ ଜଣ ମହାରାଷ୍ଟ୍ର ଫେରନ୍ତା । ଜଣେ ତେଲେଙ୍ଗାନା ଓ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି ।

କେନ୍ଦ୍ରାପଡାରୁ ଚିହ୍ନଟ ସମସ୍ତ 9ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ବୋଲି ଜଣାପଡିଛି । 5 ଜଣ ଗୁଜୁରାଟ, ଦୁଇ ଜଣ ମହାରାଷ୍ଟ୍ର ଓ ଦୁଇ ଜଣ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି ।

ବାଲେଶ୍ବରରୁ ଚିହ୍ନଟ 24 ଆକ୍ରାନ୍ତଙ୍କ ମଧ୍ୟରୁ 23 ଜଣ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଜଣେ ଲୋକାଲ୍‌ ବୋଲି ଜଣାପଡିଛି । ସେହିପରି ଭଦ୍ରକରୁ ଚିହ୍ନଟ 3 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ରହିଛି ।

ସମ୍ବଲପୁରରୁ ଚିହ୍ନଟ ତିନି ଆକ୍ରାନ୍ତ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଜଣେ ଆନ୍ଧ୍ରଫେରନ୍ତା ହୋଇଥିବାବେଳେ ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ତେଲେଙ୍ଗାନାରୁ ଫେରିଥିଲେ ବୋଲି ସୂଚନା ମିଳିଛି । ସୁନ୍ଦରଗଡରୁ 4 ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ କ୍ବାରେଣ୍ଟିନ୍‌ ସେଣ୍ଟରର । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ର ଫେରନ୍ତା ଆଉ ଜଣେ ଆନ୍ଧ୍ର ଫେରନ୍ତା ରହିଥିବାବେଳେ ଦୁଇଟି ଲୋକାଲ୍‌ କେସ୍‌ ରହିଛି ।

ବଲାଙ୍ଗିରରୁ ଆଜି 13 ଜଣ ଚିହ୍ନଟ ହୋଇଥିବାବେଳେ ସମେସ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରେ ଥିଲେ। ଏଥିରୁ 10 ଜଣ ମହାରାଷ୍ଟ୍ର ଫେରନ୍ତା ଓ ଦୁଇ ଜଣ ଗୁଜୁରାଟ ଫେରନ୍ତା ଓ ଜଣେ ତାମିଲନାଡୁ ଫେରନ୍ତା ରହିଛନ୍ତି ।

ଦେବଗଡରୁ ଚିହ୍ନଟ ଜଣେ ଆକ୍ରାନ୍ତ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି । ଅନୁଗୁଳରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ରରୁ ଫେରିଥିବାବେଳେ ଜଣେ କର୍ଣ୍ଣାଟକ ଫେରନ୍ତା ବୋଲି ସୂଚନା ରହିଛି ।

ନୂଆପଡାର ଚିହ୍ନଟ ସମସ୍ତ 8 ଜଣ ଆକ୍ରାନ୍ତ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ସେହିପରି ସୋନପୁରରୁ ଚିହ୍ନଟ 17 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 14 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ତିନୋଟି ଲୋକାଲ୍‌ କେସ୍‌ ରହିଛି । 14 ଜଣ କ୍ବାରେଣ୍ଟିନ୍‌ କେସ୍‌ ମଧ୍ୟରୁ ତିନିଜଣ ଗୁଜୁରାଟ ଫେରନ୍ତା ହୋଇଥିବାବେଳେ ତିନିଜଣ ତେଲେଙ୍ଗାନା ଓ 8 ଜଣ ତାମିଲନାଡୁ ଫେରନ୍ତା ରହିଛନ୍ତି ।

ଗଜପତିରୁ ଚିହ୍ନଟ 4 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ ସେମାନେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡିଛି । ସେହିପରି ଆଜି କଳାହାଣ୍ଡିରୁ ଜଣେ ଚିହ୍ନଟ ହୋଇଥିବାବେଳେ ସେ ଗୁଜୁରାଟ ଫେରନ୍ତା ଓ କ୍ବାରେଣ୍ଟିନ୍‌ରେ ରହିଥିଲେ । ଆଜି ଚିହ୍ନଟ 143 ଜଣଙ୍କ ମଧ୍ୟରେ ରାୟଗଡାରୁ ଜଣେ  ପଜିଟିଭ୍‌ ରହିଛନ୍ତି । ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଫେରିଥିଲେ ଓ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ସର୍ବାଧିକ 129 ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 129 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି । ଏନେଇ ସୂଚନାଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ।   19ଟି ଜିଲ୍ଲାରୁ 129 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ ରହିଛନ୍ତି ।  ଏହି ନୂତନ 129 ଜଣଙ୍କ ମଧ୍ୟରେ 119 ଜଣ କ୍ବାରେଣ୍ଟିନ୍‌ କେନ୍ଦ୍ରର ଓ 10 ଜଣ ଲୋକାଲ୍‌ କେସ ରହିଛି ବୋଲି ଜଣାପଡିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 1948କୁ ବୃଦ୍ଧି ହୋଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 889 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1050ଜଣ। ସେହିପରି କରୋନା ଯୋଗୁଁ  ରାଜ୍ୟରେ 7 ଜଣ ମୃତ୍ୟୁବରଣ କରିଥିବାବେଳେ କରୋନା ଆକ୍ରାନ୍ତ ଥିବା ଦୁଇଜଣ ଅନ୍ୟାନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା 10 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ।  ଚିହ୍ନଟ 10 ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି। 8 ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ତାମିଲନାଡୁରୁ ଦୁଇ ଫେରନ୍ତା ରହିଛନ୍ତି। 21 ତାରିଖରେ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ନିଆଯାଇଥିବାବେଳେ ଚିହ୍ନଟ ସମସ୍ତ 10 ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି 10 ଆକ୍ରାନ୍ତଙ୍କ ମଧ୍ୟରୁ ନାଉଗାଁ କ୍ବାରେଣ୍ଟିନ୍‌ ସେଣ୍ଟରରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ବାଲିକୁଦାରୁ ଚାରି ଏବଂ ବିରିଡିରୁ ଜଣେ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ଏବେ କିମସ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି। ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

ଗତକାଲି ଅର୍ଥାତ୍‌ 24 ତାରିଖ ଦିନ ସକାଳ 7ଟାରୁ 25 ତାରିଖ ସକାଳ 10ଟା ସୁଦ୍ଧା 575 ଜଣ ପ୍ରବାସୀ ଓଡ଼ିଆ ଜିଲ୍ଲାରେ ପହଞ୍ଚିଛନ୍ତି । ସେମାନଙ୍କୁ ବିଭିନ୍ନ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ଜଗତସିଂହପୁର ବ୍ଲକକୁ 67ଜଣ, ଜଗତସିଂହପୁର ପୌର ପରିଷଦକୁ 8 ଜଣ, ବାଲିକୁଦା ବ୍ଲକକୁ 105 ଜଣ, କୁଜଙ୍ଗ ବ୍ଲକକୁ 48 ଜଣ, ନାଉଗାଁ ବ୍ଲକକୁ 47 ଜଣ, ଏରସମା ବ୍ଲକକୁ 92 ଜଣ, ତିର୍ତ୍ତୋଲ୍‌ ବ୍ଲକକୁ 127ଜଣ, ରଘୁନାଥପୁର ବ୍ଲକକୁ 49ଜଣ,ବିରିଡି ବ୍ଲକକୁ 30 ଜଣ ଓ ପାରାଦୀପ ପୌର ପରିଷଦକୁ 2ଜଣଙ୍କ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ପରିବହନ, ଖାଇବା ପିଇବା, ରହଣିର ସୁବନ୍ଦୋବସ୍ତ କରାଯାଇଛି । ସମେସ୍ତ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ ବୋଲି ଜିଲ୍ଲାପାଳ ନିବେଦନ କରିଛନ୍ତି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 41କୁ ବୃଦ୍ଧି ହୋଇଥିବାବେଳେ 5 ଜଣ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ 103ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 1438କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତ ସୁରତ୍‌ ଫେରନ୍ତା

କେନ୍ଦ୍ରାପଡା : ଆଜି କେନ୍ଦ୍ରାପଡାରୁ ଚିହ୍ନଟ 4 ଜଣ ସୁରତ ଫେରନ୍ତା । ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ମାର୍ଶାଘାଇ ବ୍ଲକର ଓ ଜଣେ ମହାକାଳପଡାର ବୋଲି ଜଣାପଡିଛି । ସମସ୍ତେ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ଥିଲେ, 10 ତାରିଖରେ ନମୁନା ପରୀକ୍ଷା ପାଇଁ ଯାଇଥିଲା । ନମୁନା ପରୀକ୍ଷଣରୁ ପଜିଟିଭ୍‌ ସ୍ପଷ୍ଟ ହେବା ପରେ ଆକ୍ରାନ୍ତଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ପଠାଯାଇଛି। କେନ୍ଦ୍ରାପଡାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଏଯାବତ୍‌ ବାହାରୁ କେନ୍ଦ୍ରାପଡାକୁ 10 ହଜାର ଲୋକ ଆସିଲେଣି । ସରକାରୀ ଗାଇଡ୍‌ ଲାଇନ୍‌ ଅନୁସାରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ଏପରିକି କ୍ବାରେଣ୍ଟିନ୍‌ କେନ୍ଦ୍ରରେ 144 ଲାଗିଥିବାର କହିଛନ୍ତି ଜିଲ୍ଲାପାଳ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସକାଳୁ ଚିହ୍ନଟ 17 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 16 ଜଣ ସୁରତ ଫେରନ୍ତା

ଭୁବନେଶ୍ବର : ଆଜି ଚିହ୍ନଟ 17ଜଣଙ୍କ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର ।  ଜଣକୁ ଛାଡି ସମସ୍ତ 16  ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ରହିଛି ।  ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବାର ସୂଚନା ରହିଛି ।  17ରୁ 16 ଜଣ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡିଛି। ଚିହ୍ନଟ 17 ଜଣଙ୍କ ମଧ୍ୟରେ ଗଞ୍ଜାମରୁ 12, ଭଦ୍ରକର 1, ରାଉରକେଲାରୁ ଜଣେ ଓ  ମୟୂରଭଞ୍ଜରୁ ତିନି ଜଣ ପଜିଟିଭ୍‌ ରହିଛନ୍ତି। ରାଉରକେଲା ଆକ୍ରାନ୍ତ ଜଣକ କଣ୍ଟେନମେଣ୍ଟ ଜୋନ୍‌ର ବୋଲି ଜଣାପଡିଛି ।ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, ରାଜ୍ୟରେ ମୋଟ 287 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 222 ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ 2 ଜଣ ପ୍ରାଣ ହରାଇଛନ୍ତି।