Categories
ଆଜିର ଖବର ଜାତୀୟ ଖବର

ସାର୍ବଜନୀନ ଡାକ ସଂଘର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ର ଅନୁମୋଦନ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୟୁପିୟୁ ସହିତ ଏକ ରାଜିନାମା କରି ଏହି ଅଞ୍ଚଳରେ ୟୁପିୟୁର ବିକାଶମୂଳକ ସହଯୋଗ ଏବଂ ବୈଷୟିକ ସହାୟତା କାର୍ଯ୍ୟକଳାପ ଗୁଡ଼ିକ ହାତକୁ ନେବା ପାଇଁ ନୂଆଦିଲ୍ଲୀ, ଭାରତରେ ସାର୍ବଜନୀନ ଡାକ ସଂଘ (ୟୁପିୟୁ)ର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଏହି ଅନୁମୋଦନ ଡାକ କ୍ଷେତ୍ରରେ ଦକ୍ଷିଣ – ଦକ୍ଷିଣ ଏବଂ ତ୍ରିମୁଖୀ ସହଯୋଗ ଉପରେ ଗୁରୁତ୍ୱାରୋପ କରି ବହୁପକ୍ଷୀୟ ସଂଗଠନ ଗୁଡ଼ିକରେ ଭାରତକୁ ଏକ ସକ୍ରିୟ ଭୂମିକା ନିର୍ବାହ କରିବାକୁ ସକ୍ଷମ କରାଇବ। ୟୁପିୟୁର ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଭାରତ ଜଣେ କ୍ଷେତ୍ରୀୟ ପ୍ରକଳ୍ପ ବିଶେଷଜ୍ଞ, କର୍ମଚାରୀ ଏବଂ କାର୍ଯ୍ୟାଳୟ ବ୍ୟବସ୍ଥା ପ୍ରଦାନ କରିବ। ସାମର୍ଥ୍ୟ ନିର୍ମାଣ ଏବଂ ପ୍ରଶିକ୍ଷଣ ସମୂହ, ଡାକ ସେବା ଗୁଡ଼ିକର ଦକ୍ଷତା ଏବଂ ଗୁଣାତ୍ମକମାନ ଉନ୍ନତିକରଣ, ଡାକ ପ୍ରଯୁକ୍ତିର ଅଭିବୃଦ୍ଧି, ଇ – ବାଣିଜ୍ୟ ଏବଂ ବ୍ୟବସାୟ ପ୍ରୋତ୍ସାହନ ଇତ୍ୟାଦି ଉପରେ ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳ ପାଇଁ ୟୁପିୟୁ ସହିତ ସଂଯୋଜନା କରି ଏହି କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏବଂ କାର୍ଯ୍ୟାନ୍ୱୟନ କରାଯିବ।

ଏହି ପଦକ୍ଷେପ ଭାରତର କୂଟନୀତିକ ପଦାଙ୍କକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିବ ଏବଂ ଅନ୍ୟ ଦେଶ ମାନଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରିବ, ବିଶେଷ କରି ଏସିଆ – ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହିତ ଏବଂ ବିଶ୍ୱ ଡାକ ମଞ୍ଚ ଗୁଡ଼ିକରେ ଭାରତର ଉପସ୍ଥିତିକୁ ଏହା ବୃଦ୍ଧି କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦୁଝର ଠାରେ ଇପିଏଫଓ ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ଭୁବନେଶ୍ଵର/ନୂଆଦିଲ୍ଲୀ: କେନ୍ଦୁଝର ଠାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟାଳୟକୁ ଲୋକାର୍ପଣ କରାଯାଇଥିଲା। ଏଥିସହିତ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଇପିଏଫଓ ସଦସ୍ୟମାନଙ୍କର ଲାଭ ଓ ସୁବିଧା ପାଇଁ ଇ-ପାସବୁକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ସଦସ୍ୟମାନେ ଗ୍ରାଫିକ୍ସ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟର ବିବରଣୀ ଦେଖିପାରିବେ। ଶ୍ରୀ ଯାଦବ ୧୦୦ କିମ୍ବା ତତୋଧିକ କର୍ମଚାରୀ କାମ କରୁଥିବା ଇପିଏଫଓର ୬୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କ୍ରେଚ୍‌ ସୁବିଧାକୁ ଉଦଘାଟନ କରିଥିଲେ ଏବଂ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଆଞ୍ଚଳିକ କାର୍ଯ୍ୟାଳୟ କୋଠା ପାଇଁ ଶିଳାନ୍ୟାସ କରିଥିଲେ।

ଏଥିପୂର୍ବରୁ ଇପିଏଫ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ୨୩୩ତମ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ନିମ୍ନ ନିଷ୍ପତ୍ତିଗୁଡ଼ିକ ନିଆଯାଇଥିଲା:

୨୦୨୨-୨୩ ବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ବର୍ଷ ପାଇଁ ଇପିଏଫଓ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ବୋର୍ଡ ଅନୁମୋଦନ କରିଥିଲା।

ଇପିଏଫଓର ଭୌତିକ ଭିତ୍ତିଭୂମି ବଢ଼ାଇବା ପାଇଁ ଆଗାମୀ ପାଞ୍ଚ ବର୍ଷ ଲାଗି ସମ୍ଭାବ୍ୟ ଯୋଜନାକୁ ବୋର୍ଡ ଅନୁମୋଦନ କରିଛି ଯେଉଁଥିରେ ଜମି କ୍ରୟ, ଅଟ୍ଟାଳିକା ନିର୍ମାଣ ଏବଂ ସ୍ୱତନ୍ତ୍ର ମରାମତି ସାମିଲ ରହିଛି, ଏଥିପାଇଁ ୨୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଅଧିକ ମଜୁରି ଉପରେ ପେନସନ ଓ ଫାଇଲିଂ ବିକଳ୍ପ ଯୋଗାଇ ଦେବା ଲାଗି ପଦକ୍ଷେପ ଆଦି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅନୁପାଳନ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୋର୍ଡକୁ ଅବଗତ କରାଯାଇଥିଲା।

ଇପିଏଫଓ@2047 ଭିଜନ ଦସ୍ତାବିଜ ଅନୁରୂପ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ସଂଘ (ଆଇଏସଏସଏ)ରେ ଜଣେ ସହଯୋଗୀ ସଦସ୍ୟ ପରିବର୍ତ୍ତେ ମାନ୍ୟତାପ୍ରାପ୍ତ ସଦସ୍ୟଭାବେ ଇପିଏଫଓର ମାନ୍ୟତାକୁ ପରିବର୍ତ୍ତିତ କରିବା ଲାଗି ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଥିଲା।

ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଇପିଏଫଓ ଏବଂ ଏନଟିଏ ମଧ୍ୟରେ ଏକ ପ୍ରମୁଖ ବୁଝାମଣାପତ୍ରକୁ ସିବିଟି ଅନୁମୋଦନ କରିଥିଲା। ସାମାଜିକ ସୁରକ୍ଷା ସହାୟତା ଓ ଷ୍ଟେନୋଗ୍ରାଫର କ୍ୟାଡରରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏମଓୟୁ ଅନୁଯାୟୀ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଛି।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଅଧିକାରୀ ଓ କର୍ମଚାରୀ ସେବା ସର୍ତ୍ତାବଳୀ) ନିୟାମକ, ୨୦୦୮ରେ ସଂଶୋଧନ ନିମନ୍ତେ ସୁପାରିସ କରିବା ଲାଗି ଏକ କମିଟି ଗଠନକୁ ବୋର୍ଡ ମଞ୍ଜୁର ଦେଇଥିଲା।

ପୋର୍ଟଫୋଲିଓ ମ୍ୟାନେଜରଙ୍କ ଏଏମସି ସମ୍ପ୍ରସାରଣ ପାଇଁ ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଥିଲା।

ବୋର୍ଡ ସେହି ଶ୍ରେଣୀ ପାଇଁ ନିର୍ଦ୍ଧାରିତ ସୀମା ଅଧୀନରେ ନିବେଶର ଯେକୌଣସି ସ୍ୱୀକାର୍ଯ୍ୟ ଶ୍ରେଣୀରେ ଇଟିଏଫ ନିବେଶର ଆୟର ନିବେଶ କରିବାର ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

ଇପିଏଫଓର ନିଧି ଆପକେ ନିକଟ ୨.୦ ପ୍ରୟାସ ଉପରେ ସିବିଟି ନିକଟରେ ଏକ ଉପସ୍ଥାପନା ଦିଆଯାଇଥିଲା। ପ୍ରତ୍ୟେକ ମାସ ୨୭ ତାରିଖରେ ଦେଶବ୍ୟାପୀ ଏହି ଜିଲ୍ଲା ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗୁଜରାଟର ଭଦୋଦରା ଏବଂ ଆସାମର ବକ୍ସା ଠାରେ ଜିଲ୍ଲା ଶିବିର ସହିତ ସିବିଟି ସଦସ୍ୟମାନେ ସିଧାସଳଖ ଆଲୋଚନା କରିଥିଲେ। ନିଧି ଆପକେ ନିକଟ ୨.୦ର ସଫଳ ଆୟୋଜନ ପାଇଁ ଶ୍ରୀ ଯାଦବ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ।