Categories
ବିଶେଷ ଖବର

ପ୍ରଥମ ସର୍ବଭାରତୀୟ ଆଇନ ସେବା କର୍ତ୍ତୃପକ୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ସମ୍ମିଳନୀରେ ଆଜି ଉଦବୋଧନ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନା, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ, ଏସ.ପି. ସିଂହ ବାଘେଲ, ଅନ୍ୟାନ୍ୟ ସୁପ୍ରିମକୋର୍ଟ ବିଚାରପତିଗଣ, ହାଇକୋର୍ଟର ମୁଖ୍ୟ ବିଚାରପତିଗଣ, ରାଜ୍ୟ ଆଇନ ପ୍ରାଧିକରଣଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷବୃନ୍ଦ (ଏସଏଲଏସଏଏସ) ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମାଗଣା ଆଇନ ସେବା ଉପରେ ପର୍ଯ୍ୟବସିତ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଆଜାଦୀ କା ଅମୃତ କାଳ ସମୟ। ଏହା ହେଉଛି ଏପରି ସମୟ ଯେତେବେଳେ ଆମ ସଂକଳ୍ପ ଦେଶକୁ ଆଗାମୀ ୨୫ ବର୍ଷ ମଧ୍ୟରେ ନୂତନ ଶିଖରରେ ପହଂଚାଇପାରିବ। ବ୍ୟବସାୟିକ ସୁଲଭତା, ଭଲ ଭାବେ ବଂଚିବା ଭଳି ଦେଶର ଅମୃତ ଯାତ୍ରାରେ ଆଇନର ସହଜ ଲଭ୍ୟତା ମଧ୍ୟ ସମଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ରାଜନୀତିର ନିର୍ଦ୍ଦେଶ ନିୟମାବଳୀ ବା ଡାଇରେକ୍ଟିର ପ୍ରିନ୍ସପୁଲ୍ସ ଅଫ ଦି ଷ୍ଟେଟ ପଲିସୀରେ ଆଇନ ସେବା ଉପରେ କିଭଳି ନିର୍ଦ୍ଦେଶନାମା ରହିଛି ପ୍ରଧାନମନ୍ତ୍ରୀ ତା’ ଉପରେ ଆଲୋକପାତ କରିଥିଲେ। ଏହାର ମହତ୍ୱ ନାଗରିକମାନଙ୍କ ନ୍ୟାୟପାଳିକା ଉପରେ ଥିବା ବିଶ୍ୱାସ ପ୍ରତିଫଳିତ ହୋଇଛି। ସେ କହିଥିଲେ ଯେ “ଯେକୌଣସି ସମାଜରେ ନ୍ୟାୟିକ ପଦ୍ଧତିର ଆଶ୍ରୟ ନେବା ଯେପରି ଗୁରୁତ୍ୱପୂର୍ଣ୍ଣ ନ୍ୟାୟ ପ୍ରଦାନ ମଧ୍ୟ ସେହିଭଳି ଗୁରୁତ୍ୱପୂର୍ଣ୍ଣ। ବିଚାରବିଭାଗୀୟ ଭିତ୍ତିଭୂମିର ମଧ୍ୟ ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗତ ଆଠ ବର୍ଷ ମଧ୍ୟରେ ଦେଶର ବିଚାରବିଭାଗୀୟ ଭିତ୍ତିଭୂମିକୁ ମଜବୁତ କରିବା ନିମନ୍ତେ ଅନେକ କାର୍ଯ୍ୟ କରାଯାଇଛି।”

ସୂଚନା ପ୍ରଯୁକ୍ତିବିଦ୍ୟା ଓ ଫିନଟେକରେ ଭାରତ ନେତୃତ୍ୱ ନେଉଥିବାବେଳେ, ବିଚାରବିଭାଗୀୟ କାର୍ଯ୍ୟାବଳୀରେ ଏହାର ପ୍ରବର୍ତ୍ତନ ଏହାଠାରୁ ବଳି ଭଲ ସମୟ ଆଉ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଥିଲେ, “ଇ-ଅଦାଲତ ଅଭିଯାନ ଜରିଆରେ ଦେଶରେ ଆଭାସୀ ଅଦାଲତ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରାଫିକ ଉଲ୍ଲଂଘନ ଭଳି ଅପରାଧରେ ୨୪ ଘଣ୍ଟିଆ ଅଦାଲତ କାର୍ଯ୍ୟ କରୁଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ଦୃଶ୍ୟଶ୍ରାବ୍ୟ ଭିତ୍ତିଭୂମି ମଧ୍ୟ ସମ୍ପ୍ରସାରିତ ହେଉଛି।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏକ କୋଟିରୁ ଅଧିକ ମାମଲା ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଶୁଣାଯାଇଛି। ଏଥିରୁ ପ୍ରମାଣିତ ହୋଉଛି ଯେ “ଆମ ନ୍ୟାୟିକ ପଦ୍ଧତି ପ୍ରାଚୀନ ଭାରତୀୟ ବିଚାର ପରମ୍ପରା ପ୍ରତି ଅଙ୍ଗୀକାରବଦ୍ଧ ଥିବାବେଳେ ଏକବିଂଶ ଶତାବ୍ଦୀର ବାସ୍ତବତା ସହ ମଧ୍ୟ ଖାପ ଖୁଆଇବାକୁ ମଧ୍ୟ ପ୍ରସ୍ତୁତ।” ସେ ଆହୁରି କହିଥିଲେ ଯେ “ଜଣେ ସାଧାରଣ ନାଗରିକ ତା’ର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଉଚିତ୍। ସେମାନେ ନିଜର ସମ୍ବିଧାନ କ’ଣ ସେ ବିଷୟରେ ଜାଣିବା ଦରକାର ଓ ସମ୍ବିଧାନର ଢାଞ୍ଚା ନିୟମ ଓ ପ୍ରତିକାର ବିଷୟରେ ମଧ୍ୟ ଜାଣିବା ଦରକାର । ଏ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ଅମୃତ କାଳ ଏକ କର୍ତ୍ତବ୍ୟର ସମୟ ବୋଲି ଗୁରୁତ୍ୱର ସହ କହିବା ସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁସବୁ ଅଞ୍ଚଳ ଅବହେଳିତ ରହିଯାଇଛି ଆମକୁ ତାହା ପ୍ରତି ବେଶୀ ଧ୍ୟାନ ଦେବାକୁ ପଡ଼ିବ। ଶ୍ରୀ ମୋଦୀ ବିଚାରାଧୀନ ବନ୍ଦୀମାନଙ୍କ ଉପରେ ସମ୍ବେଦନଶୀଳତା ନେଇ ପୁଣି ପ୍ରଶ୍ନ ଉଠାଇଥିଲେ। ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ଏଭଳି ବନ୍ଦୀମାନଙ୍କୁ ଆଇନଗତ ସାହାଯ୍ୟ ଦେବା ପାଇଁ ଦାୟିତ୍ୱ ନେବାଆବଶ୍ୟକ। ବିଚାରାଧୀନ ବନ୍ଦୀ ସମୀକ୍ଷା କମିଟି ଅଧ୍ୟକ୍ଷ ଭାବେ କାମ କରୁଥିବା ଜିଲ୍ଲା ଜଜମାନେ ସେମାନଙ୍କୁ ତୁରନ୍ତ ଖଲାସ ହେବା ନେଇ ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଏ ଦିଗରେ ଏକ ଅଭିଯାନ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଏନଏଏଲଏସଏକୁ ଧନ୍ୟବାଦ ଜଣାଇଥିଲେ। ଅଭିଯାନରେ ଅଧିକ ଆଇନଜୀବୀ ଜଡ଼ିତ ହେବାକୁ ସେ ବାର କାଉନସିଲକୁ ମଧ୍ୟ ନିବେଦନ କରିଥିଲେ।

ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ପକ୍ଷରୁ ଜାତୀୟସ୍ତରୀୟ ସମ୍ମିଳନୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏଏସ) ଜୁଲାଇ ୩ଠ-୩୧ ୨ଠ୨୨ରେ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ହେଉଛି। ଡିଏଲଏସଏରେ ସମୀକରଣ ଓ ସମକାଳୀନ ହେବା ପାଇଁ ଏକ ସମନ୍ୱିତ ପଦ୍ଧତି ଗ୍ରହଣ ନେଇ ଆଲୋଚନା ହେବ।

ଦେଶରେ ମୋଟ ୬୭୬ଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏଏସ) ରହିଛି। ଜିଲ୍ଲା ଜଜ ଏହାର ମୁଖ୍ୟ ଓ ପ୍ରାଧିକରଣ ଅଧ୍ୟକ୍ଷ ଅଟନ୍ତି। ଅବଶ୍ୟ ଡିଏଲଏଓଏ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ (ଏସଏଲଏସଏଏସ ) ଦ୍ୱାରା ବିଭିନ୍ନ ଆଇନ ସେବା ଓ ସଚେତନତା କାର୍ଯ୍ୟକ୍ରମକୁ ଏନଏଏଲଏସଏ ତ୍ୱରାନ୍ୱିତ କରିଥାଏ। ଏନଏଏଲଏସଏ ଦ୍ୱାରା ପରିଚାଳିତ ଲୋକ ଅଦାଲତକୁ ନିୟନ୍ତ୍ରଣ କରି ଡିଏଲଏସଏଏସ ଅଦାଲତର ଅନେକ ବୋଝ ହାଲୁକା କରିଥାଏ।

Categories
ବିଶେଷ ଖବର

ଭାରତରେ ଗରିବମାନେ ସ୍ୱପ୍ନ ଦେଖିପାରିବେ, ମୁଁ ଏହାର ପ୍ରମାଣ: ପଢନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପୂର୍ଣ୍ଣ ଭାଷଣ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଠାରୁ ଦ୍ରୌପଦୀ ଶପଥ ଗ୍ରହଣ କରିଥିଲେ। ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ସେ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଗ୍ରହଣ କରିଛନ୍ତି ଏବଂ ସ୍ଵାଧୀନଭାରତରେ ଜନ୍ମ ହୋଇଥିବା ପ୍ରଥମ ରାଷ୍ଟ୍ରପତି।

ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ କରୋନା, ଡିଜିଟାଲ, ଶିକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବୋଧିତ କରିଥିଲେ। ପଢନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପୂର୍ଣ୍ଣ ଭାଷଣ….

ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଅବଦାନକୁ ପ୍ରଶଂସା:

ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ପ୍ରଥମ ଆନୁଷ୍ଠାନିକ ଭାଷଣ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ, “ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବ ଲୋକଙ୍କର ସଫଳତା। ମୁଁ ମଧ୍ୟ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏକି ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି। ” ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନକୁ ପ୍ରଶଂସା କରି କହିଛନ୍ତି ଯେ, ସାନ୍ଥଲ ବିପ୍ଳବ, ପାଇକ ବିପ୍ଳବ ଠାରୁ କୋଲ ବିପ୍ଳବ ଏବଂ ଭିଲ ବିପ୍ଳବ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ସାସକ୍ତ କରିଥିଲେ।

ସେ କହିଛନ୍ତି ଯେ, ସାମାଜିକ ଉନ୍ନତି ତଥା ଦେଶପ୍ରେମ ପାଇଁ ‘ଧରତୀ ଆବା’ ପ୍ରଭୁ ବିର୍ସା ମୁଣ୍ଡା ଜିଙ୍କ ବଳିଦାନ ଦ୍ୱାରା ଆମେ ଅନୁପ୍ରାଣିତ ହୋଇଛୁ। ଆମେ ଜୀବନକୁ ଆଗକୁ ନେଇଛୁ। ମୁଁ ମୋ ଜୀବନରେ ଜଙ୍ଗଲ ଏବଂ ଜଳାଶୟର ମହତ୍ତ୍ଵକୁ ହୃଦୟଙ୍ଗମ କରିଛି। ଏବଂ ସମାନ ସମ୍ମାନ ସହିତ ପ୍ରକୃତିର ସେବା କରୁଛୁ।

କରୋନା ଟିକା ଉପରେ ଭାରତର ସଫଳତା:

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣରେ କରୋନା ସଂକ୍ରମଣ ରୋକିବାରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଭାରତ ୨୦୦ କୋଟି ଡୋଜ କରୋନା ଟିକା ପ୍ରୟୋଗ କରିବାର ରେକର୍ଡ ସୃଷ୍ଟି କରିଛି। ଏହି ସମଗ୍ର ଯୁଦ୍ଧରେ ଭାରତର ଲୋକମାନେ ଦର୍ଶାଇଥିବା ଧୈର୍ଯ୍ୟ, ସାହସ ଏବଂ ସହଯୋଗ ହେଉଛି ଏକ ସମାଜ ଭାବରେ ଆମର ବଢୁଥିବା ଶକ୍ତି ଏବଂ ସମ୍ବେଦନଶୀଳତାର ପ୍ରତୀକ।

ସମସ୍ତଙ୍କ ଉଦ୍ୟମ ଏବଂ ସମସ୍ତଙ୍କର କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ:

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣରେ କହିଛନ୍ତି ଯେ, ସଂସଦୀୟ ଗଣତନ୍ତ୍ର ଭାବରେ ୭୫ ବର୍ଷ ମଧ୍ୟରେ ଭାରତ ଅଂଶଗ୍ରହଣ ଏବଂ ସହମତି ମାଧ୍ୟମରେ ପ୍ରଗତିର ସଂକଳ୍ପ ନେଇଛି। ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ଏବଂ ରୀତିନୀତି ଗ୍ରହଣ କରି ‘ଏକ ଭାରତ – ଶ୍ରେଷ୍ଠ ଭାରତ’ ନିର୍ମାଣରେ ସକ୍ରିୟ ଅଟୁ। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଆମଠାରୁ ସ୍ୱାଧୀନ ଭାରତର ନାଗରିକମାନେ କରିଥିବା ଆଶାକୁ ପୂରଣ କରିବା ପାଇଁ ଆମକୁ ଏହି ଅମୃତକାଳରେ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡିବ। ଏହି ୨୫ ବର୍ଷରେ ସମସ୍ତଙ୍କର ପ୍ରୟାସ ଏବଂ ସମସ୍ତଙ୍କର କର୍ତ୍ତବ୍ୟ ଦ୍ଵାରା ଅମୃତକାଳର ସଫଳତାର ପଥ ଦୁଇଟି ଟ୍ରାକରେ ଆଗକୁ ବଢିବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ତାଙ୍କର ପ୍ରଥମ ଗ୍ରୁଲିଂରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ଏହା ମୋ ପାଇଁ ଅତ୍ୟନ୍ତ ସନ୍ତୋଷଜନକ ବିଷୟ। ଶତାବ୍ଦୀ ଧରି ବଞ୍ଚିତ ରହିଥିବା ଗରିବ, ନିଷ୍ପେସିତ, ପଛୁଆ ଏବଂ ଆଦିବାସୀମାନେ ମୋ ଭିତରେ ସେମାନଙ୍କର ପ୍ରତିଫଳନ ଦେଖୁଛନ୍ତି। ଆଜି ମୁଁ ସମସ୍ତ ଦେଶବାସୀଙ୍କୁ ବିଶେଷ କରି ଭାରତର ଯୁବକ ଏବଂ ଭାରତର ମହିଳାମାନଙ୍କୁ ଆଶ୍ୱାସନା ଦେଉଛି ଯେ, ଏହି ପଦବୀରେ କାମ କରିବାବେଳେ ସେମାନଙ୍କ ଆଗ୍ରହ ମୋ ପାଇଁ ସର୍ବାଧିକ ହେବ।

ସେ କହିଛନ୍ତି ଯେ, ଆଜି ମୁଁ ଏପରି ପ୍ରଗତିଶୀଳ ଭାରତର ନେତୃତ୍ୱ ନେଇ ଗର୍ବିତ ଅନୁଭବ କରୁଛି। ସେ କହିଛନ୍ତି ଯେ, ମୁଁ ଚାହୁଁଛି ଆମର ସମସ୍ତ ଭଉଣୀ ଏବଂ ଝିଅଙ୍କୁ ଅଧିକରୁ ଅଧିକ ସଶକ୍ତ କରାଯାଉ ଏବଂ ସେମାନେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଅବଦାନ ବୃଦ୍ଧି ଜାରି ରଖନ୍ତୁ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଭାଷଣରେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ଶିକ୍ଷାକୁ ସ୍ମରଣ କରି କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନେହେରୁ ଜୀ, ସର୍ଦ୍ଦାର ପଟେଲ, ବାବାସାହେବ ଆମ୍ବେଦକର, ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ ଭଳି ମହାପୁରୁଷମାନେ ସର୍ବୋଚ୍ଚ ରଖିବାକୁ ଆମକୁ ଶିଖାଇଛନ୍ତି। ରାଷ୍ଟ୍ର ପ୍ରତିରକ୍ଷା ତଥା ରାଷ୍ଟ୍ର ନିର୍ମାଣରେ ମହିଳା ଶକ୍ତିର ଭୂମିକାକୁ ରାଣୀ ଲକ୍ଷ୍ମୀବାଇ, ରାଣୀ ଭେଲୁ ନଚିଆର, ରାଣୀ ଗାଇଦିନଲୁଇ ଏବଂ ରାଣୀ ଚେନ୍ନାମା ଭଳି ଅନେକ ନାରୀଶକ୍ତି ନୂତନ ଉଚ୍ଚତା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ତୃତୀୟ ତରଙ୍ଗରେ ୧୩ ବିଚାରପତିଙ୍କ ସମେତ ୪୦୦ ସୁପ୍ରିମକୋର୍ଟ କର୍ମଚାରୀ ସଂକ୍ରମିତ: ସିଜେଆଇ

ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ତରଙ୍ଗ ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ମାରାତ୍ମକ ମହାମାରୀ କେବଳ ସାଧାରଣ ଲୋକଙ୍କୁ ନୁହେଁ ରାଜନେତା ଏବଂ ଅଭିନେତାମାନଙ୍କୁ ମଧ୍ୟ ସ୍ପର୍ଶ କରିଛି। ମଙ୍ଗଳବାର ଦିନ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ, ମହାମାରୀର ତୃତୀୟ ତରଙ୍ଗ ସମୟରେ ସୁପ୍ରିମକୋର୍ଟର ତେର ଜଣ ବିଚାରପତି ଏବଂ କୋର୍ଟର ୪୦୦ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଉଲ୍ଲେଖନୀୟ କଥା ହେଉଛି, ରେଜିଷ୍ଟ୍ରି ଦ୍ୱାରା ଶୁଣାଣି ପାଇଁ ତାଙ୍କ ମାମଲା ତୁରନ୍ତ ତାଲିକାଭୁକ୍ତ ହୋଇନାହିଁ ବୋଲି ଜଣେ ଓକିଲ ଅଭିଯୋଗ କରିବା ପରେ ସିଜେଆଇ ଏହି ସୂଚନା ଦେଇଛନ୍ତି।

ଦେଶର ସୁପ୍ରିମକୋର୍ଟରେ ୩୪ ଜଣ ବିଚାରପତିଙ୍କ ଅନୁମୋଦିତ ଶକ୍ତି ରହିଛି। ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତିଙ୍କ ସମେତ ୩୨ ଜଣ ବିଚାରପତି ସୁପ୍ରିମକୋର୍ଟରେ କାର୍ଯ୍ୟ କରୁଛନ୍ତି। ଏଥିରେ ପ୍ରାୟ ୩୦୦୦ କୋର୍ଟ କର୍ମଚାରୀ ଅଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, କୋଭିଡ ମାମଲାର ସଂଖ୍ୟାକୁ ଦୃଷ୍ଟିରେ ରଖି ଜାନୁୟାରୀ ୩ ତାରିଖରୁ ଭର୍ଚୁଆଲ ମୋଡରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କଲେ ୬୮ ଜଣଙ୍କ ନାମ

ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ନିଷ୍ପତ୍ତିରେ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ, ରାଜସ୍ଥାନ ଏବଂ କଲିକତା ସମେତ ୧୨ ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଏକା ସଙ୍ଗରେ ୬୮ ନାମ ସୁପାରିଶ କରିଛନ୍ତି। ଏହି ହାଇକୋର୍ଟଗୁଡିକରେ ବିଚାରପତିଙ୍କ ଅଭାବ ରହିଛି।

ସୂତ୍ରରୁ ପ୍ରକାଶ ଯେ ଜଷ୍ଟିସ୍ ରମନା, ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ତିନି ଜଣିଆ କଲେଜିୟମ୍ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ମାର୍ଲି ୱାଙ୍କୁଗ ମିଜୋରାମର ପ୍ରଥମ ନ୍ୟାୟିକ ଅଧିକାରୀ ଭାବରେ ଗୌହାଟି ହାଇକୋର୍ଟରେ ବିଚାରପତି ଭାବରେ ମନୋନୀତ ହୋଇଛନ୍ତି। ସେ ଅନୁସୂଚିତ ଜନଜାତିର। ତାଙ୍କ ବ୍ୟତୀତ ଅନ୍ୟ ୯ ଜଣ ମହିଳା ପ୍ରାର୍ଥୀଙ୍କୁ ମଧ୍ୟ ସୁପାରିଶ କରାଯାଇଛି।

ଅଗଷ୍ଟ ୨୫ ଏବଂ ସେପ୍ଟେମ୍ବର ୧ ତାରିଖରେ ହୋଇଥିବା ବୈଠକରେ କଲେଜିୟମ୍ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବରେ ପଦୋନ୍ନତି ପାଇଁ ୧୧୨ ପ୍ରାର୍ଥୀଙ୍କ ନାମ ବିଚାର କରିଥିଲେ। ସେଥିମଧ୍ୟରୁ ୬୮ ଟି ନାମ ୧୨ ଜଣ ହାଇକୋର୍ଟ, ୪୪ ଜଣ ବାରରୁ ଏବଂ ୨୪ ଜଣ ନ୍ୟାୟିକ ସେବା ପାଇଁ ଅନୁମୋଦିତ ହୋଇଛି।

ସୂଚନାଯୋଗ୍ୟ ଯେ, ଯଦି ଏହି ନାମଗୁଡିକ କେନ୍ଦ୍ର ଦ୍ୱାରା ଅନୁମୋଦିତ ହୁଏ, ତେବେ ଏହି ବିଚାରପତିମାନେ ଆହ୍ଲାବାଦ, ରାଜସ୍ଥାନ, କଲିକତା, ଝାଡଖଣ୍ଡ, ଜମ୍ମୁ କାଶ୍ମୀର, ମାଡ୍ରାସ, ପଞ୍ଜାବ-ହରିୟାଣା, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ଛତିଶଗଡ ଏବଂ ଆସାମ ହାଇକୋର୍ଟରେ ନିଯୁକ୍ତ ହେବେ। ଏଥିମଧ୍ୟରୁ ୧୬ ଜଣ ବିଚାରପତି ଆହ୍ଲାବାଦ ହାଇକୋର୍ଟରେ ନିଯୁକ୍ତ ହେବେ। ଯେଉଁଥିରେ ମୋଟ ୧୬୦ ଜଣ ବିଚାରପତି ରହିବା ଉଚିତ, କିନ୍ତୁ ବର୍ତ୍ତମାନ ସେଠାରେ ୯୩ ଜଣ ବିଚାରପତି ଅଛନ୍ତି।