Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡି”ର ମ୍ୟୁଜିକ୍ ରିଲିଜ

ଭୁନନେଶ୍ୱର: ଆଜି ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା “ମନ ମୋର କାଗଜ ଗୁଡି” ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ମନ୍ତ୍ରୀ ସମୀର ରଞ୍ଜନ ଦାସ (ସ୍କୁଲ ଆଣ୍ଡ ମାସ ଏଜୁକେଶନ) ଯୋଗ ଦେଇଥିଲେ। ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ ଥିଲେ।

ସୁମିତ୍ରା ଏଣ୍ଟରଟେଂମେଣ୍ଟ ବ୍ୟାନରର,”ମନ ମୋର କାଗଜ ଗୁଡି” ସିନେମାକୁ ନେଇ ଏହାର ମୁଖ୍ୟ ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ ବେଶ ଆଶାବାଦୀ ଅଛନ୍ତି।ବ୍ୟୟବହୁଳ ସିନେମା ଟିକୁ ଆଉ ଟିକେ ସରସ ସୁନ୍ଦର କରିବା ପାଇଁ ସଙ୍ଗୀତକୁ ସ୍ମୃତି ମଧୁର କରିଛନ୍ତି, ସଙ୍ଗୀତ ନିର୍ଧେସକ ଜାପାନୀ ଭାଇ।ନିର୍ଧେସନା ଭାର ଦେଵଜ୍ୟୋତି ପାତ୍ର ସମ୍ଭାଳି ଥିବା ବେଳେ, ସଂଳାପ ଲେଖିଛନ୍ତି ମାନସ ପଢିହାରୀ। କାହାଣୀ ରଚନା ଦିବ୍ୟ ସିଂ ରାୟ କରିଥିବା ବେଳେ, ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ। ରାକେଶ ସିଂ ଦେଓ,ଭୂମିକା ଦାସ, ମମତା ଦାସ, ପ୍ରୀତିରାଜ, ଦେବୀ ବାରିକ, ଚୌଧୁରୀ ଜୟ ପ୍ରକାଶ ଦାସ,ଐଶ୍ୱର୍ଯ୍ୟା ବେହେରା, କୁମାର, ଜ୍ଞାନ, ଭକ୍ତି, ତାପସ, ମଣ୍ଟୁ, ପ୍ରୀତି, ନାଗେଶ, ଗୁଡି, ମମତା ଦାସ, ସୁହାନା, ଦିବ୍ୟାଂସା, ଲିପୁନ ପ୍ରମୁଖ କଳାକାରମାନେ ଅଭିନୟରେ ଅଛନ୍ତି।

ଆଜିର ଏହି ସଭାକୁ ପରିଚାଳନା କରି ଥିଲେ ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ।

Categories
ଆଜିର ଖବର ମନୋରଂଜନ

ସୁଟିଂ ସେଟ୍ ରୁ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଲଭ୍ ଇମ୍ପସିବଲ୍”

ଭୁବନେଶ୍ବର: ମୁନ ଟିଭି ମୁଭିଜ୍ ର ନୂଆ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଇମ୍ପସିବଲ୍ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜୋରଦାର ସୁଟିଂ ଚାଲିଛି। ୧୦ଟି ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଭେଟି ଦେବାର ପ୍ରତିଶୃତି ଦେଇ ଆରମ୍ଭ କରିଥିଲେ ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ଏବେ ତୃତୀୟ ଚଳଚ୍ଚିତ୍ରର ସୁଟିଂ ସାରି ଚତୁର୍ଥ ଚଳଚ୍ଚିତ୍ର ଲଭ୍ ଇମ୍ପସିବଲ୍ ର ସୁଟିଂ ନବାଗତ ଅଭିନେତା ରୋହନ଼ ଓ ଅଭିନେତ୍ରୀ ପୁନମ଼ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଚାଲିଛି।

ଚଳଚ୍ଚିତ୍ର ର ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାଶ। ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ। ନୃତ୍ୟ ନିର୍ଦ୍ଦେଶକ ଅଛନ୍ତି ସୁଧାକର ବସନ୍ତ। କ୍ୟାମେରା ପରିଚାଳନା କରୁଛନ୍ତି ଅଜିତ୍। ଗୀତ ଗୁଡ଼ିକ ଅତି ଶୃତି ମଧୂର ହୋଇଥିଲା ବେଳେ ଗୀତ ଗୁଡ଼ିକ ସୁଟିଂ ଭୁବନେଶ୍ୱର , କୋରାପୁଟ, କୋଣାର୍କ, ଚିଲିକା ରେ ହେବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ଚଳଚ୍ଚିତ୍ର ଟି ଭାଲେନ୍ ଟାଇନ଼ ଡେ ରେ ଶୁଭମୁକ୍ତି କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’ର ଶୁଭ ମହୁରତ

ଭୁବନେଶ୍ବର: ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି। ଏହାକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସଂଯୋଜକ ବାସୁଦେବ ମାଳବିଷୋୟୀ, ସିଆର ଏଣ୍ଟରଟେନମେଣ୍ଟ ପ୍ରଯୋଜକ ବିଜୟ ଦ୍ବିବେଦୀ, ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା, ସଂଳାପ ଲେଖକ ହର ବାରିକ୍, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, କ୍ୟାମେରାମ୍ୟାନ ଦିଲ୍ଲୀପ ବାରିକ୍, ନୃତ୍ୟ ନିର୍ଦ୍ଦେଶକ ଲୁବୁନ-ଟୁବୁନ, ସମ୍ପାଦକ ଚନ୍ଦ୍ରଶେଖର ମିଶ୍ରଙ୍କ ସହ ଅଭିନେତା ଜ୍ୟୋତି, ଅଭିନେତ୍ରୀ ଦିବ୍ୟା, ସସ୍ମିତା, ରାଇମୋହନ ପରିଡା, ଅସିତ୍ ପତି, ପ୍ରଭାତୀ ସାହୁ, ପ୍ରତିଭା ପଣ୍ଡା, ବାବୁ ପ୍ରଧାନ, ସୋରଜ ଦାସ୍, କେକେ, ଚିନ୍ତାମଣି, ଜୀବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଭାଇ ଭଉଣୀଙ୍କ ନିବିଡ ପ୍ରେମ ଓ ତ୍ୟାଗ ଉପରେ ଚଳଚ୍ଚିତ୍ରଟିର କାହାଣୀ ଗତିଶୀଳ ହୋଇଛି। ମଳୟ ମିଶ୍ରଙ୍କ ବଳିଷ୍ଠ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଇରା ମହାନ୍ତି ଏବଂ ନିର୍ଦେଶକ ନିଜେ ମଳୟ ମହାନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ହାର ବାରିକ। ଫାଇଟ୍ ଦାୟିତ୍ୱରେ ଅଛନ୍ତି ଶୈଳେନ୍ଦ୍ର। ଚଳିତ ମାସ ୧୯ ତାରିଖରୁ ସୁଟିଂ ଫ୍ଲୋରକୁ ଆସିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆ ଓଡ଼ିଆ ଚଳଚ୍ଚିତ୍ର “ଲଭ୍‌ ଇମ୍ପସିବଲ୍‌” ର ଆରମ୍ଭ ହେଲା ସୁଟିଂ

ଭୁବନେଶ୍ବର: ମୁନ୍ ଟିଭି ମୁଭିଜ ପକ୍ଷରୁ ଘୋଷିତ ଦଶଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳାନୟନା’, ସମ୍ବିତ ଓ ଲିପିକା,”ଲଭ୍ ୪୨୦” ରେ ଜ୍ୟୋତି ଓ ଶୀତଲର ସୁଟିଂ ସରିବା ପରେ ଆଉ ଏକ ନୂଆ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଲଭ୍ ଇମ୍ପସିବଲ୍” ଅଭିନେତ୍ରୀ ପୁନମ୍ ଓ ନବାଗତ ନାୟକ ରୋହନ୍ ଙ୍କୁ ନେଇ ସୁଟିଂ‌ ଡିସେମ୍ବର ୧୦ରୁ ଆରମ୍ଭ ହୋଇ ଯାଇଛି। ସେହି “ଲଭ ଇମ୍ପସିବୁଲ” ନୂଆ ଓଡ଼ିଆ ଚଳଚ୍ଚିତ୍ର ଭୁବନେଶ୍ୱରସ୍ଥିତ ବରମୁଣ୍ଡା ସାଇ ମନ୍ଦିର ରେ‌ ମହୁରତ ପରେ ସୁଟିଂ ଆରମ୍ଭ ହୋଇଥିଲା।

ଏହାର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ତ୍ରିପତି ସାହୁ। ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ସୁଟିଂ କାମ ଧୁମ୍ ଧାମରେ ଚାଲିଛି। ତେବେ ସଂଳାପ ରଚନା ଓଡ଼ିଶାର ଆଗଧାଡିର ସଂଳାପକାର ଡ. ରଜନୀ ରଞ୍ଜନ ଲେଖିଥିବା ବେଳେ , ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ସୁପର ଡୁପର ସଂଗୀତ ନିର୍ଦ୍ଦେଶନା ଦେଇଥିବା ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କ୍ୟାମେରା ପରିଚାଳନା କରୁଛନ୍ତି ସୁନାମଧନ୍ୟ ଓ ୫୦ ରୁ ଅଧିକ ଚଳଚ୍ଚିତ୍ର ରେ‌ କ୍ୟାମେରା ପରିଚାଳନା କରିଥିବା କ୍ୟାମେରାମ୍ୟାନ୍ ଅଜିତ୍ ଓ ୧୫୦ ରୁ ଅଧିକ ଚଳଚ୍ଚିତ୍ରର ପ୍ରଚାର ପ୍ରସାର କରିଥିବା କ୍ରିଏଟିଭ ନିର୍ଦ୍ଦେଶକ ପ୍ରଣୟ ଜେଠୀ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ପ୍ରଯୋଜନା ସଂସ୍ଥା ମୁନ୍‌ଟିଭି ମୁଭିଜ୍ ତରଫରୁ ପ୍ରକାଶ।

Categories
ଆଜିର ଖବର ଆଞ୍ଚଳିକ ସିନେମା

ବାଣପୁରରେ ଅନୁଷ୍ଠିତ ହେଲା ଓଡିଆ ଚଳଚ୍ଚିତ୍ର ‘ତୋ ପାଇଁ କିଛି ବି କରିପାରେ’ ର ଶେଷ ଭାଗର ସୁଟିଂ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକ ସଲପଡିହ ଗ୍ରାମ ଅନ୍ତର୍ଗତ ମା’ ପାଣ୍ଡବାଶୁଣୀ ମନ୍ଦିରରେ ନୂତନ ଓଡିଆ ଚଳଚ୍ଚିତ୍ର ‘ତୋ ପାଇଁ କିଛି ବି କରିପାରେ’ ର ଶେଷ ଭାଗର ସୁଟିଂ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ ଅଭିନେତା ଅମ୍ଲାନ, ବବି ମିଶ୍ର ଓ ଅଭିନେତ୍ରୀ ରିୟା ଯୋଗଦେଇ ମା’ ପାଣ୍ଡବଶୁଣୀଙ୍କ ବ୍ୟାନରରେ ନିର୍ମିତ ଫିଲ୍ମର ଶେଷ ଭାଗର ସୁଟିଂ କରିଥିଲେ।

ଏହି ଚଳଚ୍ଚିତ୍ରଟି ମା’ ପାଣ୍ଡବାଶୁଣୀ ଏଣ୍ଟେରଟେନମେଣ୍ଟ ବ୍ୟାନରର ପ୍ରଥମ ଅବଦାନ ଏବଂ ଏହି ଦୁଇ ଅଭିନେତା ଅଭିନେତ୍ରୀ ‘ତୋ ପାଇଁ କିଛି ବି କରିପାରେ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି।

ଏହାର ନିର୍ଦ୍ଦେଶକ ନିରଞ୍ଜନ ବେହେରା ଥିବାବେଳେ ପ୍ରଯୋଜକ ଶଙ୍କର ବେହେରା ଓ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ ବୋଲି ଜଣାପଡିଛି। ହେଲେ ଫିଲ୍ମ ରେ ସମୁଦାୟ ପାଞ୍ଚ ଗୋଟି ଗୀତ ରହିଥିବା ବେଳେ ଦୁଇ ଗୋଟି ଗୀତର ଶୁଟିଂ ପୁଣି ଏହି ମନ୍ଦିର ରେ ଆଗାମୀ ମାସରେ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅତି ନିକଟରୁ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଦେଖିବାକୁ ଦର୍ଶକ ଙ୍କ ବହୁତ ଭିଡ ଜମିଥିଲା ଏବଂ ଲୋକମାନଙ୍କ ମଧ୍ୟରେ ବେଶ କିଛି ସମୟ ଉତ୍ସାହ ଭରିଦେଇଥିଲା।