Categories
ଆଞ୍ଚଳିକ

ଚିଲିକାରେ କମିଲା ସଂକ୍ରମଣ: ଏକାଧିକ ଅଞ୍ଚଳ ହେଲା କଣ୍ଟେନମେଣ୍ଟ, ଆସନ୍ତାକାଲି ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସର୍ବନିମ୍ନ ସ୍ତରକୁ ପହଁଚିଛି। କିନ୍ତୁ ବାତ୍ୟା ଲାଗି ଦୁଇ ଦିନ ଟେଷ୍ଟିଙ୍ଗ ବନ୍ଦ ଥିବାରୁ ସଂକ୍ରମିତଙ୍କ ସଂଖ୍ୟାରେ କମ ଆସି ଥାଇପାରେ ବୋଲି କୁହାଯାଉଛି। ଆଜି କେବଳ ବାଣପୁର ବ୍ଲକରୁ ୬ ଜଣ ଆକ୍ରନ୍ତ ଚି଼ହ୍ନଟ ହୋଇଛନ୍ତି।

ସେହିପରି ଆଜି ୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୫୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୦୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ଏବଂ କୋଭିଡ ଟେଷ୍ଟିଙ୍ଗ ଚାଲୁ ରହିବ। ବାଣପୁର ମାଇନର ଉଚ୍ଚ ବିଦ୍ୟାଳୟରେ ୨୦୦ ପ୍ରଥମ ଡୋଜ ଟୀକା ଦିଆଯିବାକୁ ଥିବାବେଳେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଇରୀ ଉପ ସ୍ୱାସ୍ଥକେନ୍ଦ୍ର ଏବଂ ଜରିପଡ଼ା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଲେଖାଏଁ ୩୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଭାବେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ପଞ୍ଚାୟତ ରାଉତରାପଲି ଗ୍ରାମର ବିଦେଶୀ ଶତୃଶଲ୍ୟଙ୍କ ଘର ଠାରୁ ସୁରେନ୍ଦ୍ର ପରିଡାଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳ (୭ପରିବାର), ଖଡ଼ିକାପଲ୍ଲି ଗ୍ରାମର ଦେବରାଜ ସାମନ୍ତରାୟଙ୍କ ଘର ଠାରୁ ଅଶୋକ ସାମନ୍ତରାୟଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳ (୪ପରିବାର) ଏବଂ ଜରିପଡା ପଞ୍ଚାୟତ ମାଟିଆପଡ଼ା (ତୋଟାପଡ଼ା) ଗ୍ରାମର ଆରଡ଼ି ରୋଡ଼ ଠାରୁ ବାଘ କୂଅ ପର୍ଯ୍ୟନ୍ତ ଅଞ୍ଚଳ (୫୬ ପରିବାର) କୁ ଆଜି ରାତ୍ର ୯ ଘଟିକାରୁ ଆସନ୍ତା ଜୁନ ୫ ତାରିଖ ରାତ୍ର ୯ ଘଟିକା ଯାଏଁ ସଂପୂର୍ଣ୍ଣ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ବଢିଲା ସଂକ୍ରମଣ: ଏହି ଗ୍ରାମକୁ କରାଗଲା କଣ୍ଟେନମେଣ୍ଟ, ବନ୍ଦ ରହିବ ଟୀକା ଆଉ ଟେଷ୍ଟିଙ୍ଗ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ଅଣାୟତ୍ତ ଅବସ୍ଥାରେ ଅଛି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଶତ ଚେଷ୍ଟା ସତ୍ତ୍ୱେ ସଂକ୍ରମଣ କମିବାର ନାଁ ଧରୁନାହିଁ।  ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ୩୦ ପ୍ରତିଶତ ଅଧିକ। ଚିହ୍ନଟ ହୋଇଥିବା ୮୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୫୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୨ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୬୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୪୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୭୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୪୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୬୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ବାତ୍ୟା ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ବନ୍ଦ ରହିବା ସହ କୋଭିଡ ଟେଷ୍ଟିଙ୍ଗ ପ୍ରକ୍ରିୟା ବନ୍ଦ ରହିବ। ଏନେଇ ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଭାବେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତର ନହରଡ଼ିହି ଗ୍ରାମ (୨୮ ପରିବାର) କୁ ଆସନ୍ତା ଜୁନ ୩ ତାରିଖ ରାତ୍ର ୯ ଘଟିକା ଯାଏଁ ସଂପୂର୍ଣ୍ଣ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୀର୍ଘ ମାସ ପରେ ଚିଲିକାକୁ ଫେରିଲା କଣ୍ଟେନମେଣ୍ଟ: ଏହି ସବୁ ଅଞ୍ଚଳରେ ସାତ ଦିନିଆ କର୍ଫ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ମାସ ପରେ ଚିଲିକାକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ ଫେରିଛି। କରୋନା ଦ୍ଵିତୀୟ ଲହରରେ ସାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏବେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।  ଦ୍ରୁତଗତିରେ ଚିଲିକା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ବ୍ଲକର ଏକାଧିକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ବଉଳାବନ୍ଧ ଗ୍ରାମ ପଞ୍ଚାୟତ ୧ନମ୍ବର ୱାର୍ଡ ଅନ୍ତର୍ଗତ ପାଟଣା ସାହିର କିଛି ଅଂଶ, ସୀଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଧୁଆଁଳ ଗ୍ରାମର କିଛି ଅଂଶ ଏବଂ ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ଲମ୍ବୋଦରପୁର ଗ୍ରାମର କିଛି ଅଂଶକୁ ଆଜି ତା ୨୩ ଏପ୍ରିଲ ରୁ ତା ୨୯ ଏପ୍ରିଲ ଯାଏଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ଏହି ସମୟରେ ସମ୍ପୃକ୍ତ ଅଞ୍ଚଳର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକ ବିଶୋଧନ ହେବା ସହ କଣ୍ଟାକ୍ତ ଟ୍ରେସିଂ ଜାରି ରହିବ।

Categories
ଆଜିର ଖବର ଆଞ୍ଚଳିକ ବ୍ୟବସାୟ

ବାଣପୁର, ବାଲୁଗାଁରେ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ: ଯୋଗାଣ ବିଭାଗ ଆଖିରେ କଳା ପଟି

ସୀତାରାମ ଅଗ୍ରୱାଲ

ଚିଲିକା: ସଟଡ଼ାଉନ, ଲକଡ଼ାଉନ, କଣ୍ଟେନମେଣ୍ଟ ନାଁ ଶୁଣିଲେ ସାଧାରଣ ଜନତା ଭୟଭୀତ ହୁଅନ୍ତି। କିନ୍ତୁ ଏହି ସମୟରେ କିଛି ଅସାଧୁ ବେପାରୀ ଲାଭବାନ ହୁଅନ୍ତି। ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ସଂକ୍ରମଣ ଶୀର୍ଷରେ ରହିଛି। ରାଜ୍ୟ ସରକାର ଆସନ୍ତା ଶନିବାର ଏବଂ ରବିବାରକୁ ସପ୍ତାହାନ୍ତ ସଟ ଡ଼ାଉନ ଭାବେ ଘୋଷଣା କରିଛନ୍ତି।

ତେବେ ଆମେ ଯଦି ଚିଲିକା ନିର୍ବାଚନମଣ୍ଡଳୀ କଥା ଦେଖିବା ତାହାଲେ ଉକ୍ତ ସଟ ଡ଼ାଉନ କେତେକ ଅସାଧୁ ବେପାରୀଙ୍କ ପାଇଁ ପୁଷ ମାସ ସଦୃଶ। ହେଲେ ଏଇ କଟକଣାର ସୁଯୋଗ ନେଇ ବାଣପୁର, ବାଲୁଗାଁ ଅଞ୍ଚଳରେ କେତେକ ଦୋକାନୀ ପରିବା ଭଳି ଅତ୍ୟାବଶ୍ୟକ ଜିନିଷକୁ ଚଢା ଦରରେ ବିକିବା ଆରମ୍ଭ କରିଦେଲେଣି। ଅତ୍ୟାବଶ୍ୟକ ସାମଗ୍ରୀ ହେତୁ ସାଧାରଣ ଜନତା ଅନ୍ୟ କିଛି ବାଟ ନପାଇ ଚଢାଦରରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ କିଛି ଅସାଧୁ ବେପାରୀ ଅଧିକ ଲାଭବାନ ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଲାଭ କରିବା ଆଶାରେ ଗରିବ ଲୋକର ପେଟକୁ ଲାତ ମାରିବା କେତେଦୂର ଗ୍ରହଣୀୟ?

ତେବେ ଏଠି ଯୋଗାଣ ବିଭାଗର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି। ଚିଲିକା ଏବଂ ବାଣପୁର ବ୍ଲକରେ ଦୁଇ ଜଣ ଯୋଗାଣ ନିରୀକ୍ଷକ ଅବସ୍ଥାପିତ ହୋଇଥିବା ବେଳେ ଅତ୍ୟାବଶ୍ୟକ ଜିନିଷର କଳାବଜାରୀ ସେମାନଙ୍କ ଦୃଷ୍ଟିକୁ ନଆସିବା ଅତ୍ୟନ୍ତ ଚିନ୍ତାଜନକ।  ଅଭିଯୋଗ ହେଉଛି କି ଯୋଗାଣ ବିଭାଗର ନାକତଳେ ଏ ସବୁ ଅସାଧୁ କାର୍ଯ୍ୟ ଜାରିରହିଥିବା ସ୍ଥଳେ ଜାଣିଶୁଣି ଯୋଗାଣ ବିଭାଗ ଚୁପ ରହୁଛି।

ଆସନ୍ତା ଶନିବାର ଠାରୁ ଦୁଇ ଦିନ ଯାଏଁ ସଟ ଡ଼ାଉନ ହେବାକୁ ଥିବା ବେଳେ ଆଜିଠାରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଖୁଲମଖୁଲା ଜାରି ରହିବ। ତେବେ ଏଠି ଦେଖିବାକୁ ବାକି ରହିଲା ବାଣପୁର ଏବଂ ଚିଲିକା ଯୋଗାଣ ନିରୀକ୍ଷକ ଏଦିଗରେ କେବେ ଏବଂ କି ପଦକ୍ଷେପ ନେବେ?

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ପୁଣି ବଢୁଛି କରୋନା ଗ୍ରାଫ: ଏହି ସବୁ ଗ୍ରାମ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀରେ କିଛିଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଏବେ ପୁଣି ଏହା ବଢ଼ିବାରେ ଲାଗିଛି। ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀରେ ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ନିର୍ବାଚନମଣ୍ଡଳୀର ଏକାଧିକ ଗାଁ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ଚିଲିକା ବ୍ଲକ

ହରିପୁର ଗ୍ରାମ ପଞ୍ଚାୟତର ବଳିଆ ଗ୍ରାମ, ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତର ଚଣ୍ଡେଶ୍ୱର(କଜଳେଈ ସାହି ) ଏବଂ ବିରିବାଡି ଗ୍ରାମ ପଞ୍ଚାୟତର ଛକଡ଼ିପୁର(ପୁରୁଣା ସାହି ) କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୦୨ .୧୦.୨୦ ଠାରୁ ତା୧୨.୧୦.୨୦ ଯାଏଁ ଯାଏଁ କଟକଣା ଜାରି ରହିବ।

ବାଣପୁର ବ୍ଲକ

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବଡ଼ସିରେଇପୁର ଏବଂ ହଳନ୍ଦା ଗ୍ରାମ, ଭେଟେଶ୍ୱର ଗ୍ରାମ ପଞ୍ଚାୟତର ଭେଟେଶ୍ୱର ଏବଂ ଭାପୁର ଗ୍ରାମ, ନାଚୁଣୀ ଗ୍ରାମ ପଞ୍ଚାୟତର ନାଚୁଣୀ ଏବଂ ବଡ଼ପଦର ଗ୍ରାମ, ନନ୍ଦପୁର ଗ୍ରାମ ପଞ୍ଚାୟତର ନନ୍ଦପୁର, ଭେସରି ଏବଂ ଦୋଳମୁଣ୍ଡାଇ ଗ୍ରାମ, ଭବାନୀପୁର ଗ୍ରାମ ପଞ୍ଚାୟତର ଭବାନୀପୁର ଗ୍ରାମ, ଏବଂ କୁମାରାଙ୍ଗ ଗ୍ରାମ ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୦୨.୧୦.୨୦ ଠାରୁ ୦୯.୧୦.୨୦ ଯାଏଁ କଟକଣା ଜାରି ରହିବ।

Categories
ଆଞ୍ଚଳିକ

ବାଣପୁର ର ପିଛା ଛାଡ଼ୁନି କରୋନା: ଆଜି ପୁଣି ଆଠଗୋଟି ଗ୍ରାମ ଏବଂ ଗୋଟାଏ ୱାର୍ଡ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ 

ବାଣପୁର: କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ତାର କାୟା ବିସ୍ତାର କରୁଥିବା ବେଳେ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ତାରିଖରେ ବାଣପୁର ସହରାଞ୍ଚଳରେ କୋଭିଡର ୬ ଗୋଟି ଆକ୍ଟିଭ କେସ ଥିବାବେଳେ ଗ୍ରାମାଞ୍ଚଳରେ ୮୮ ଗୋଟି ଆକ୍ଟିଭ କେସ ଅଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ଗୋଟାଏ ବି ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି। ଆଜି ପୁଣି ବାଣପୁର ବ୍ଲକ ଏବଂ ଏନ.ଏ.ସି ର କିଛି ଅଂଚଳରୁ ନୂତନ ପଜିଟିଭ କେସ ଚି଼ହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ୮ ଗୋଟି ଗ୍ରାମ ଏବଂ ଏନ.ଏ.ସି ର ଗୋଟାଏ ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ସେହି ଗ୍ରାମଗୁଡିକ ହେଲା-

ନାଚୁଣୀ ପଞ୍ଚାୟତର ଗୋରଡାଝରି ଗ୍ରାମ, କୁମାରାଙ୍ଗ ପଞ୍ଚାୟତର ଝିଣ୍ଟିକାପଲ୍ଲି ଗ୍ରାମ, ନରେନ୍ଦ୍ରପୁର ପଞ୍ଚାୟତର ବଡ଼ସିରେଇପୁର ଗ୍ରାମ, ଦାମିଆବରବରା ପଞ୍ଚାୟତର ଦାମିଆବରବରା ଗ୍ରାମ, ନନ୍ଦପୁର ପଞ୍ଚାୟତର ପଦନପୁର ଏବଂ ଅନ୍ତରକିଆରୀ ଗ୍ରାମ, ଭେଟେଶ୍ୱର ପଞ୍ଚାୟତର ଵେତୁଲି ଗ୍ରାମ, ମୋରାମୋରି ପଞ୍ଚାୟତର ସଲପଡିହ ଗ୍ରାମଗୁଡିକୁ ଏବଂ ବାଣପୁର ଏନ.ଏ.ସି ର ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମର କିଛି ଅଂଶକୁ ଆଜି ତା ୨୭.୦୯.୨୦ ଠାରୁ ତା ୦୪.୧୦.୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ପୁଣି ଏହି ସବୁ ଗ୍ରାମଗୁଡିକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ 

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ ଧୀରେ ଧୀରେ ତଳକୁ ଖସୁଥିବାବେଳେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମନୋବଳ ବଢୁଛି। ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ସମଗ୍ର ନିର୍ବାଚନମଣ୍ଡଳୀରେ ଜିରୋ କୋଭିଡ କେସ ଲକ୍ଷ୍ୟ ନେଇ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ କୋଭିଡ କେସ ଯେଉଁ ଅଞ୍ଚଳରୁ ବାହାରୁଛି ସ୍ଥାନୀୟ ପ୍ରଶାସନ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଏନେଇ ଅବଗତ କରାଉଛି ଏବଂ ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରୁଛି। ଆଜି ବାଣପୁର ଏବଂ ଚିଲିକା ବ୍ଲକର ଏକାଧିକ ଗ୍ରାମରୁ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଥିବାରୁ ଆଜି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଏବଂ ଚିଲିକା ବ୍ଲକର ଏକାଧିକ ଗ୍ରାମଗୁଡିକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଅଛି।

ବାଣପୁର ବ୍ଲକ
୧-ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଏବଂ ଗମ୍ଭାରୀମୁଣ୍ଡା ଗ୍ରାମ
୨-କୁଲେଇ ପଞ୍ଚାୟତ ର ହରିଚନ୍ଦନପୁର ଏବଂ କୁଲେଇ ଗ୍ରାମ
୩-ଭବାନୀପୁର ପଞ୍ଚାୟତର ଭୁଷ୍କାପଡା ଗ୍ରାମ
-ଆୟତପୁର ପଞ୍ଚାୟତର ପାଳଧୁଆପଲ୍ଲୀ ଗ୍ରାମ

ଚିଲିକା ବ୍ଲକ
୧-ସୋରଣ ପଞ୍ଚାୟତର ଏକ ନମ୍ବର ୱାର୍ଡ ହନୁମନ୍ତ ଗ୍ରାମ
୨-ଡୁଙ୍ଗମାଳ ସିଟି ପଞ୍ଚାୟତ ର ଆଖୁପୋଖରା ଗ୍ରାମ
୩-ଜରିପଡା ପଞ୍ଚାୟତ ର ବାଉଁଶମୂଳା ଏବଂ ନଳୀଗାଡ଼ିଆ ଗ୍ରାମ

ତେବେ ଏହି ସବୁ ଗ୍ରାମଗୁଡିକୁ ଆଜି ତା ୨୪.୦୯.୨୦ ଠାରୁ ୦୧.୧୦.୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କଟକଣା ଜାରି ରହିବ।

Categories
ଆଞ୍ଚଳିକ

ବାଣପୁର ବ୍ଲକର ଦଶ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କଲା ଜିଲ୍ଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଚିଲିକା ନିର୍ବାଚନମଣ୍ଡଳୀ ରେ ତାର କାୟା ବିସ୍ତାର କରୁଛି। ବର୍ତ୍ତମାନ ଅନଲକ ୪.୦ ରେ ପ୍ରାୟତଃ ନବେ ପ୍ରତିଶତ କଟକଣା ଉଠିଯାଇଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ରେ ଏହାର ଓଲଟା ପ୍ରଭାବ ପଡ଼ିଛି।  କଟକଣା ଉଠିଯିବାରୁ ପ୍ରତିଦିନ ଦୋକାନ ବଜାରରେ ଭିଡ଼ ଜମିବା ସହ ଗାଁ ଗହଳିରେ କେହି କୋଭିଡ ଗାଇଡଲାଇନ ମାନୁନାହାନ୍ତି ଯାହା ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି।

ଗତ ସପ୍ତାହରେ ଲଗାତାର ତିନି ଦିନ ଧରି ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ ହୋଇଥିବାସ୍ଥଳେ ଗତ ଦୁଇଦିନ ହେବ ପରିସ୍ଥିତି ସ୍ୱାଭାବିକ ଥିଲା। ହେଲେ ଆଜି ପୁଣି ଥରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ଦଶ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ସେହି ଗ୍ରାମଗୁଡିକ ହେଲା-

କୁଲେଇ ପଞ୍ଚାୟତର ବିଂଝଳା ଏବଂ କୁଲେଇ ଗ୍ରାମ, ଗମ୍ଭାରୀମୁଣ୍ଡା ପଞ୍ଚାୟତର ବରପାଟଣା ଗ୍ରାମ, ନାଚୁଣୀ ପଞ୍ଚାୟତର କହେଁଇପୁର ଏବଂ ବଡ଼ପଦର ଗ୍ରାମ, ଭବାନୀପୁର ପଞ୍ଚାୟତର ଭବାନୀପୁର ଗ୍ରାମ, କୁମାରାଙ୍ଗ ପଞ୍ଚାୟତର କୁମାରାଙ୍ଗ ଗ୍ରାମ, ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମ, ଗାଲୁଆ ପଞ୍ଚାୟତର ମାଟିଆପୋଖରୀ ଗ୍ରାମ ଏବଂ ଦାମିଆବରବରା ପଞ୍ଚାୟତର ଦାମିଆବରବରା ଗ୍ରାମକୁ ଆଜି ତା ୨୨.୦୯.୨୦ ଠାରୁ ତା ୨୯.୦୯.୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ଏହି ସବୁ ଗ୍ରାମ ଏବଂ ୱାର୍ଡକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀ ରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବର୍ତ୍ତମାନ ଏହା ସର୍ବାଧିକ ସ୍ଥାନକୁ ପହଁଚିଛି ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଅପରପକ୍ଷେ କରୋନା ରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀ ରେ ବଢିଚାଲିଛି।

ଗତକାଲି କୋଭିଡରେ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ର ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ସୂଚନା ଅଛି। ଯାହାକି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତିଦିନ ଜିଲ୍ଲା ଉଚ୍ଚ ଅଧିକାରୀମାନେ ବାଲୁଗାଁ ଏବଂ ବାଣପୁରରେ ତୁହାକୁ ତୁହା ବୈଠକ କରୁଛନ୍ତି। ଗତକାଲି ଖୋର୍ଦ୍ଧା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ସଭାଗୃହ ମଧ୍ୟରେ କରୋନାକୁ ପ୍ରତିହିତ କରିବା ପାଇଁ ବୈଠକ କରିଥିବାବେଳେ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବାଣପୁର ଏନ.ଏ.ସି ସଭାଗୃହ ମଧ୍ୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ସମୀକ୍ଷା ବୈଠକ କରିଥିଲେ। କିନ୍ତୁ ଯାହା ଜଣାପଡୁଛି ଚିଲିକାରେ ସବୁ ରଣନୀତି ଏକ ରକମର ଫେଲ ମାରୁଛି। କରୋନା ଦିନକୁ ଦିନ ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ଏକାଧିକ ଗାଁ ଏବଂ ଉଭୟ ଏନ.ଏ.ସି ର ଦୁଇ ଗୋଟି ୱାର୍ଡକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ଚିଲିକା ବ୍ଲକ-

ନିମିକ୍ଷେତା ଗ୍ରାମ ପଞ୍ଚାୟତର ବେଲପଡା ଗ୍ରାମ, ବଡକୁଳ ଗ୍ରାମ ପଞ୍ଚାୟତର ଖଡ଼ିକାପଲ୍ଲୀ ଗ୍ରାମ ଏବଂ ଅଠରବାଟିଆ ଗ୍ରାମ ପଞ୍ଚାୟତର ଛେଡ଼ାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୬.୦୯.୨୦ ଠାରୁ ତା୨୬.୦୯.୨୦ ଯାଏଁ କଟକଣା ଜାରି ରହିବ।

ବାଲୁଗାଁ ଏନ.ଏ.ସି-

ସେହିପରି ବାଲୁଗାଁ ଏନ.ଏ.ସି ର ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମକୁ ତା ୧୬.୦୯.୨୦ ରୁ ୨୬.୦୯.୨୦ କଣ୍ଟେନମେଣ୍ଟ କଟକଣା ଜାରି ରହିବ।

ବାଣପୁର ବ୍ଲକ-

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗମେଇଁ ଏବଂ ବଡ଼ସିରେଇପୁର ଗ୍ରାମ, ଭେଟେଶ୍ୱର ଗ୍ରାମ ପଞ୍ଚାୟତର ବୋରିଗାଁ ଗ୍ରାମ, ବିଷ୍ଣୁଡିହ ଗ୍ରାମ ପଞ୍ଚାୟତର ଖଣତ ଗ୍ରାମ, ମୋରାମୋରି ଗ୍ରାମ ପଞ୍ଚାୟତର ସଲପଡିହ, ମୋରାମୋରି ଗ୍ରାମ ଏବଂ ୭ ନମ୍ବର ୱାର୍ଡ କନ୍ଧ ଆମ୍ବଝର, ନନ୍ଦପୁର ଗ୍ରାମ ପଞ୍ଚାୟତର ନନ୍ଦପୁର ଗ୍ରାମ ଏବଂ ଆୟତପୁର ଗ୍ରାମ ପଞ୍ଚାୟତର ଆୟତପୁର ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୬.୦୯.୨୦ ଠାରୁ ୨୩.୦୯.୨୦ ଯାଏଁ କଟକଣା ଜାରି ରହିବ।

ବାଣପୁର ଏନ.ଏ.ସି-

ସେହିପରି ବାଣପୁର ଏନ.ଏ.ସି ର ୧୦ ନମ୍ବର ୱାର୍ଡ ତଳସାହିକୁ ୧୬.୦୯.୨୦ ରୁ ୨୩.୦୯.୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।

Categories
ଆଞ୍ଚଳିକ

ବାଲୁଗାଁ ଏନ.ଏ.ସିର ସରଳାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ 

ବାଲୁଗାଁ: ବାଲୁଗାଁ ଏନ.ଏ.ସି ର ସରଳାପଦର ଗ୍ରାମ (ୱାର୍ଡ ନମ୍ବର ୧୧)ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଉକ୍ତ ୱାର୍ଡ ରେ ତିନି ଜଣ ନୂତନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରଳାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାପାଇଁ ପତ୍ର ସଂଖ୍ୟା ୮୩୯/୨୦.୦୮.୨୦୨୦ ରେ ଏକ ଚିଠି ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଜିଲ୍ଲା ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ।

ଏହାକୁ ଗମ୍ଭୀରତାର ସହ ନେଇ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଉକ୍ତ ଚିଠିକୁ ଅନୁମୋଦନ ଦେଇ ବାଲୁଗାଁ ଏନ.ଏ.ସି ର ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମକୁ ତା ୨୦.୦୮.୨୦(ଗୁରୁବାର ) ସନ୍ଧ୍ୟା ୭ ଘଟିକାରୁ ତା ୨୩.୦୮.୨୦(ରବିବାର ) ସଂଧ୍ୟା ୭ ଘଟିକା ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

କଣ୍ଟନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଆକୃତି ଗୋଏଙ୍କା (କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଲୁଗାଁ ଫାୟାର ଷ୍ଟେସନ ଅଫିସରଙ୍କୁ କଣ୍ଟେନମେଣ୍ଟ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ସୌମ୍ୟକାନ୍ତ ଦାସ ପଟ୍ଟନାୟକ (ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ୱ ଦିଆଯାଇଛି। ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର।

Categories
ଆଜିର ଖବର ଆଞ୍ଚଳିକ

ବେଗୁନିଆପଡା ବ୍ଲକର ହଂସତୁଳି ଗ୍ରାମ କଣ୍ଟେନମେଣ୍ଟ ସହ ବିଭିନ୍ନ ପଞ୍ଚାୟତକୁ ବଫର ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ

ପିଣ୍ଟୁ ବିଶୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସାମ୍ନାକୁ ଆସିବାରେ ଲାଗିଛି। ଏଥିଲାଗି ବିଭିନ୍ନ ପଞ୍ଚାୟତ ଗୁଡିକୁ ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି। ତେବେ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ସାତ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ।

ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର, ତାଳସର ଓ ସଣ୍ଡମୂଳ ପଞ୍ଚାୟତର ରାହାଡା ଏବଂ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼, ଫାରକାପଲି ଓ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁକୁ ବଫର ଜୋନ ଭାବେ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ। ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି। ଏଥି ସହ ଆଜି ହଂସତୁଳି ଗ୍ରାମକୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି।