ଭୁବନେଶ୍ବର : ରାଜ୍ୟରେ ଆଜି 527 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 338 ଜଣ ଚିହ୍ନଟ ହୋଇଥିବାବେଳେ 189ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର 624ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3ହଜାର 860ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6ହଜାର703 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 42ଜଣ । ସେହିପରି12ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
Tag: କରୋନା
ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁରରୁ 17 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । 17 ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛି ଜିଲ୍ଲା ପ୍ରଶାସନ । ଏହି ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାର ସୂଚନା ରହିିଛି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ 11 ଜଣ ଚିହ୍ନଟ ହୋଇଛନ୍ତି । ଏରସମା ବ୍ଲକରୁ 3 ଜଣ, ରଘୁନାଥପୁର ବ୍ଲକରୁ ଜଣେ, ଜଗତସିଂହପୁର ମ୍ୟୁନିସପାଲିଟିରୁ 2ଜଣ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି ।
ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରୁ ଜଣେ, କର୍ଣ୍ଣାଟକରୁ 3 ଜଣ, ମହାରାଷ୍ଟ୍ରରୁ ଜଣେ, ପଶ୍ଚମବଙ୍ଗରୁ 2ଜଣ, ତେଲେଙ୍ଗାନାରୁ 7ଜଣ, ତାମିଲନାଡରୁ ତିନିଜଣ ଫେରିଥିବାର ସୂଚନା ରହିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 357ରେ ପହଞ୍ଚିଥିବାବେଳେ ସୁଦ୍ଧା ସୁସ୍ଥ ହୋଇଛନ୍ତି 266ଜଣ । ଜିଲ୍ଲାରେ ଏବେ ସୁଦ୍ଧା 91ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 571 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 403 ଜଣ ଚିହ୍ନଟ ହୋଇଥିବାବେଳେ 168ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 10ହଜାର 97 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3ହଜାର 557ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6ହଜାର4864 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 38ଜଣ । ସେହିପରି10ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତ ସାରା ବିଶ୍ୱରେ କରୋନା ପ୍ରଭାବିତ ଦେଶ ତାଲିକାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଂଚିଛି । ଆଜି ପୁଣି 22 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 20 ହଜାର ଡେଇଁଛି ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 19 ହଜାର 665ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 20 ହଜାର ଟପିଛି । ଦେଶରେ କରୋନ ମୃତ୍ୟୁସଂଖ୍ୟା 20 ହଜାର 160କୁ ବୃଦ୍ଧି ହୋଇଛି । ଗତ 24 ଘଣ୍ଟାରେ 22ହଜାର 252 ଜଣ ଆକ୍ରାନ୍ତ ହୋଇଥିବାବେଳେ 467ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶର ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 59ହଜାର 557ଜଣ ଚିକିତ୍ସାଧୀନ ଥିବାବେଳେ ସୁସ୍ଥ ହୋଇଛନ୍ତି 4 ଲକ୍ଷ 39 ହଜାର 948 ଜଣ ।
ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ 2 ଲକ୍ଷ 11 ହଜାର 987ଜଣ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 9 ହଜାର 26କୁ ବୃଦ୍ଧି ହୋଇଛି। ସେହିପରି ଦିଲ୍ଲୀରେ 3ହଜାର 115, ଗୁଜୁରାଟରେ 1 ହଜାର 960ଜଣ, ତାମିଲନାଡୁରେ 1ହଜାର 571ଜଣ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । (ଏଜେନ୍ସି)
କଟକ: କଟକ ସହରରୁ ଆଉ 3 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଲୋକାଲ୍ କେସ୍ ଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିବାବେଳେ ଅନ୍ୟ ଜଣେ ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଲୋକାଲ୍ କଣ୍ଟାକ୍ଟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 58 ବର୍ଷୀୟ କୋଭିଡ ଯୋଦ୍ଧା ବୋଲି ସୂଚନା ରହିଛି । ସେ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ବୟସ 59 ବର୍ଷ । ସେ ମାଣିକଘୋଷ ବଜାରରୁ ଚିହ୍ନଟ ହୋଇଛନ୍ତି । ସେ ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।
ସେହିପରି ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 62 ବର୍ଷୀୟ ପୁରୁଷ । ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି ।
ନୂତନ ତିନି ପଜିଟିଭ୍ଙ୍କୁ ମିଶାଇ କଟକ ସହରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 193ରେ ପହଞ୍ଚିଛି । ସେହିପରି 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 22 ଜଣ ସୁସ୍ଥ ହୋଇଛନ୍ତି । କଟକରେ ଏବେସୁଦ୍ଧା 169 ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 456 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 309ଜଣ ଚିହ୍ନଟ ହୋଇଥିବାବେଳେ 147ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 9,526କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3254 ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6224 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 36ଜଣ । ସେହିପରି 10 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ଏବେ ସୁଦ୍ଧା ଦେଶର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ବିଶ୍ୱର ତୃତୀୟ ନମ୍ୱରରେ ପହଞ୍ଚିଛି। ରୁଷିଆକୁ ପଛରେ ପକାଇ ଭାରତ ତିନି ନମ୍ୱର ହୋଇଛି। ଆମେରିକା ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ରହିଛି ବ୍ରାଜିଲ । ଏହାପରେ ତୃତୀୟ ସ୍ଥାନରେ ଭାରତ ରହିଛି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 97 ହଜାର 413ରେ ପହଞ୍ଚିଛି । ସେହିପରି ଦେଶରେ କରୋନ ଜନିତ ମୃତ୍ୟୁସଂଖ୍ୟା 19 ହଜାର 693କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 24 ହଜାର 248ଜଣ ଆକ୍ରାନ୍ତ ହୋଇଥିବାବେଳେ 425ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 2 ଲକ୍ଷ 53 ହଜାର 287 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 4 ଲକ୍ଷ 24 ହଜାର 437ଜଣ ।
ମହାରାଷ୍ଟ୍ରରେ ସର୍ବାଧିକ 2 ଲକ୍ଷ 06 ହଜାର 619ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 8 ହଜାର 822କୁ ବୃଦ୍ଧି ହୋଇଛି। ସେହିପରି ଦିଲ୍ଲୀରେ 3 ହଜାର 67ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 1943, ତାମିଲନାଡୁରେ 1510ଜଣଙ୍କର ମୃତ୍ୟୁ ହୋଇଛି ।
ଚୌଦ୍ବାର : କଟକ ଚୌଦ୍ବାର ଜେଲ୍ର ଜଣେ ଓ୍ବାର୍ଡର କରୋନା ସଂକ୍ରମିତ । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଡ୍ୟୁଟି ବେଳେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଜଣେ କଏଦୀଙ୍କ ଚିକିତ୍ସା ବେଳେ 4ଜଣ ଓ୍ବାର୍ଡର ଡ୍ୟୁଟି କରିଥିଲେ । ଡ୍ୟୁଟି କରିଥିବା 4 ଓ୍ବାର୍ଡରଙ୍କ ମଧ୍ୟରୁ ଜଣଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଚୌଦ୍ବାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର । ଏହାପରେ ଜେଲ୍ ଓ ବାରାକ୍ ଷ୍ଟାଫ୍ଙ୍କ ସ୍ବାବ ଟେଷ୍ଟ ପାଇଁ ପ୍ରଶାସନକୁ ଚିଠି ଲେଖିଛନ୍ତି ଜେଲ୍ ଅଧୀକ୍ଷକ। ସେହିପରି ନୂଆ ଅନ୍ତେବାସୀଙ୍କୁ ଜେଲ୍ ପ୍ରବେଶ ପୂର୍ବରୁ ସ୍ବାବ ଟେଷ୍ଟ ହେବ ବୋଲି ସୂଚନା ରହିଛି ।
କଟକ : କଟକ ସହରରେ ଆଜି 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 46 ସରକାରୀ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ 28 ଜଣ ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି ।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ ସରକାରୀ କ୍ବାରେଣ୍ଟିନ୍ରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ତିନି କରୋନା ଯୋଦ୍ଧା ରହିଛନ୍ତି । ହୋମ୍ କ୍ବାରେଣ୍ଟାଇନ୍ରୁ ମାଳିସାହିରୁ ସର୍ବାଧିକ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଣିକ ଘୋଷ ବଜାରରୁ11 ଜଣ, ସିଡିଏରୁ 3 ଜଣ, ବମ୍ଫକୁଦରୁ ଜଣେ ଚିହ୍ନଟ ହୋଇଛନ୍ତି ।
ନୂତନ 74ଜଣ ଚିହ୍ନଟ ପରେ କଟକ ସହରରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 190ରେ ପହଞ୍ଚିଛି । କଟକ ସହରରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧ କଟକ ସହରରେ 166ଟି ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 19 ପଜିଟିଭ୍ ମଧ୍ୟରୁ ହୋମ୍ କ୍ବାରେଣ୍ଟାଇନ୍ରୁ 9 ଜଣ ଥିବାବେଳେ ଲୋକାଲ୍ କେସ୍ 8 ଜଣ ଓ 2 ଜଣ କୋଭିଡ୍ ଯୋଦ୍ଧା ଅଛନ୍ତି ବୋଲି ସୂଚନା ଦେଇଛି ବିଏମ୍ସି ।
କଳ୍ପନା ଛକ ନିକଟ ଏକ ସରକାରୀ ଅଫିସ୍ର 2 କୋଭିଡ୍ ଯୋଦ୍ଧା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ଲୋକାଲ୍ କେସ୍ ମଧ୍ୟରୁ ବଡଗଡ ନେତାଜୀ କ୍ଲବ ପାଖ ଜଣେ 27 ବର୍ଷୀୟ ଯୁବକ ସଂକ୍ରମିତହୋଇଥିବାର ସୂଚନା ରହିଛି । ଭରତପୁର ତେଲୁଗୁସାହିର ଜଣେ 60 ବର୍ଷୀୟା ମହିଳା ସଂକ୍ରମିତ ହୋଇଥିବାବେଳେ ଘାଟିକିଆର ଜଣେ 21ବର୍ଷୀୟ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ୍ 4 ଏସ୍ସିପିସିଆର୍ ଅଫିସ୍ ପାଖରେ ଜଣେ 24 ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ଘାଟିକିଆ ସିଇଟି କଲେଜ ପାଖର ଜଣେ ବ୍ୟାଙ୍କ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ ଝାରପଡା, ମହାବୀର ନଗରରୁ ଜଣେ 30 ବର୍ଷୀୟ ବ୍ୟାଙ୍କ କର୍ମଚାରୀ ରହିଛନ୍ତି । ସେହିପରି ସୁନ୍ଦରପଦା ଅଞ୍ଚଳରୁ 32 ବର୍ଷୀୟ ଯୁବକ ଥିବାବେଳେ ଆଉ ଜଣେ ପଳାଶପଲ୍ଲୀ, ଏୟାରପୋର୍ଟ ପାଖରୁ 31 ବର୍ଷୀୟ ଯୁବକ ରହିଛନ୍ତି ।
ସେହିପରି ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆଗା, ସାମନ୍ତରାପୁରାରରୁ 2ଜଣ ରହିଛନ୍ତି । ସେ ପୂର୍ବ ସଂକ୍ରମିତଙ୍କଠାର ସଂକ୍ରମିତ ହୋଇଛନ୍ତି । ସେହିପରି ଘରୋଇ ହସ୍ପିଟାଲରୁ ଦୁଇ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 29 ବର୍ଷୀୟ ଯୁବକ ଥିବାବେଳେ ଆଉ ଜଣେ 27 ବର୍ଷୀୟା ଯୁବତୀ ରହିଛନ୍ତି । ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ଆଉ ଦୁଇ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଜଣେ ସେଣ୍ଟ୍ର୍ରାଲ୍ ସରକାରୀ ହସ୍ପିଟାଲର ଜଣେ 29 ବର୍ଷୀୟା କର୍ମଚାରୀ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ପାହାଳରୁ 32 ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଥିବାବେଳେ ବରମୁଣ୍ଡାରୁ 48 ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି 23 ଜଣ ଆଜି ସୁସ୍ଥ ହୋଇଥିବା ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଆଜି ନୂତନ 19ଜଣ ଚିହ୍ନଟ ହେବା ପରେ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 433କୁ ବୃଦ୍ଧି ହୋଇଛି । 6ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 270 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଭୁବନେଶ୍ବରରେ 156ଟି ସକ୍ରିୟ ମାମଲା ରହିଛି।
ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ସୂଚନା ମିଳିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଜପତିର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ରହିଛି । ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି ହୋଇଛି। ସେହିପରି ବାଲେଶ୍ବରର ଜଣେ 40 ବର୍ଷୀୟା ପଜିଟିଭ୍ ମହିଳା ଅସହ୍ୟ ଛାତି ଯନ୍ତ୍ରଣା ଯୋଗୁଁ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଗଜପତି ଜିଲ୍ଲାର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 40 ବର୍ଷ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାର ମୃତକଙ୍କ ବୟସ 64 ବର୍ଷ ବୋଲି ସୂଚନା ରହିଛି। ମୃତକ ଜଣକ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ, ଗତକାଲି ସର୍ବାଧିକ 5 ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଦୁଇଜଣଙ୍କର ମୃତ୍ୟୁହୋଇଛି । ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 7, କଟକରୁ 4, ପୁରୀ ଓ ଅନୁଗୁଳ ଓବରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିଲେ । ଏବେ ଦୁଇ ନୂଆ ଜିଲ୍ଲା ଅର୍ଥାତ୍ ସୁନ୍ଦରଗଡ ଓ ଗଜପତିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ରାଜ୍ୟରେ 10 ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 469 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 317ଜଣ ଚିହ୍ନଟ ହୋଇଥିବାବେଳେ 150ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 9ହଜାର 70କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 90ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 934ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 34ଜଣ । ସେହିପରି 9 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମର କର୍ମଚାରୀ କରୋନାରେ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ 2 ଜଣ ଇଞ୍ଜିନିୟର ରହିଥିବାବେଳେ ଜଣେ ଡ୍ରାଇଭର ରହିଥିବାର ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତିନି ଆକ୍ରାନ୍ତଙ୍କ ବାହାର ଜିଲ୍ଲାର ଟ୍ରାଭେଲ୍ ହିଷ୍ଟ୍ରି ଥିବା ସୂଚନା ରହିଛି । ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଇଞ୍ଜିନିୟରିଂ ବିଭାଗ ସିଲ୍ ହୋଇଛି । ଇଞ୍ଜିନିୟରିଂ ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି ।
ଦିନକୁ ଦିନ ଜଟିଳ ହେଉଛି କରୋନା କଟକଣା। ସରକାରୀ କର୍ମଚାରୀ ଯେମିତି ସଂକ୍ରମିତ ନହୁଅନ୍ତି ସେଥିପାଇଁ ସାଧାରଣ ଲୋକଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି। ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା ଓ ସରକାରୀ କର୍ମଚାରୀମାନେ ଆକ୍ରାନ୍ତ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବିଏମ୍ସି ଅଫିସକୁ ଲୋକଙ୍କ ପ୍ରବେଶକୁ ମନା କରାଯାଇଥିବା ବେଳେ ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲୋକ ଆସିବାକୁ ମନା କରାଯାଇଛି। ଖୋର୍ଦ୍ଧା ପୌର ଅଫିସ୍ରେ ମଧ୍ୟ ଅନୁରୂପ କଟକଣା ଜାରି କରାଯାଇଛି। ଅଫିସ୍ ଖୋଲିବ, କର୍ମଚାରୀ ଆସିବେ। ହେଲେ କୌଣସି ଲୋକ ଆସିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି।
ଭୁବନେଶ୍ବର : ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ବନ୍ଦ କଲେ ରାଜ୍ୟ ସରକାର । କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରା ବନ୍ଦ । ବୋଲବମ୍ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଆୟୋଜିତ ଏକ ପ୍ରେସ୍ମିଟ୍ରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି । ଭିଡ ହେବା ଦୃଷ୍ଟିରୁ ଓ ମନ୍ଦିର ବନ୍ଦ ଥିବାରୁ ବୋଲବମ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । କୌଣସି ଭକ୍ତଙ୍କୁ ବୋଲବମ୍ ଯାତ୍ରାରେ ନଯିବାକୁ ସରକାର ତାଗିଦ୍ କରିଛନ୍ତି ।
ଆସନ୍ତା କାଲିଠାରୁ ବୋଲବମ୍ ଯାତ୍ରା ଆରମ୍ଭ ହୋଇଥାନ୍ତା । ଶ୍ରାବଣ ମାସରେ ଶ୍ରଦ୍ଧାଳୁମାନେ ଖାଲି ପାଦରେ ଚାଲି ଚାଲି ଶୈବ ପୀଠଗୁଡିକରେ ଜଳଲାଗି କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିବାବେଳେ ଭିଡ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି ।
କଟକ : ଆଜି କଟକ ସହରରୁ ନୂତନ 11ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ସରକାରୀ କ୍ବାରେଣ୍ଟିନ୍ର ଚିହ୍ନଟ ହୋଇଥିବାବେଳେ 6 ଜଣ ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭଙ୍କ ମଧ୍ୟରେକ୍ୟାନସର ହସ୍ପିଟାଲରୁ ପାଞ୍ଚ ଜଣ ରୋଗୀ ଏବଂ ସମ୍ପର୍କୀୟ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ୍ ଯୋଦ୍ଧା ଥିବାବେଳେ 5 ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ସୂଚନା ରହିଛି ।
ନୂତନ 11ଜଣ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଏବେ ମୋଟ୍ ପଜିଟିଭ୍ଙ୍କ ସଂଖ୍ୟା 116ରେ ପହଞ୍ଚିଛି । ସେହିପରି କଟକ ସହରରେ 2 ଜଣଙ୍କର ମୃତ୍ୟୁ ଘଟିଥବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧା 92 ଜଣ ସକ୍ରିୟ ରହିଛନ୍ତି ।
ସମ୍ବଲପୁର : ସମ୍ବଲପୁର ଭିସୁଟ୍ର 4 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ବାମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ୍ ଆସିଥିଲା । ଅଧ୍ୟାପିକା ପଜିଟିଭ୍ ଆସିବାରୁ ଭିସୁଯ୍ କର୍ମଚାରୀଙ୍କ ସ୍ବାବ୍ ନିଆଯାଇଥିଲା । ସଂଗୃହୀତ 60 ସ୍ବାବ୍ରୁ 4 ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ସୂଚନା ରହିଛି । ଭିସୁଟ୍ର 4 କର୍ମଚାରୀ ସଂକ୍ରମିତ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଭିସୁଟ୍ରେ କରୋନା ସଂକ୍ରମିତ ମାମଲା ଆସିବା ପରେ ଭିସୁଟ୍କୁ ଆସନ୍ତା 11 ତାରିଖ ଯାଏଁ ବନ୍ଦ କରାଯିବା ନେଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ସେହିପରି ସମସ୍ତ କର୍ମଚାରୀଙ୍କୁ ହେଡ୍ କ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କଲେ ଶୃଙ୍ଖାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି । ହେଡ୍କ୍ବାର୍ଟର ବାହାରେ କର୍ମଚାରୀ ଥିଲେ ସେମାନେ ଫେରିବା ପରେ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି ।
ଭୁବନେଶ୍ବର : ଆଜି ରାଜ୍ୟରୁ 5 ଜଣଙ୍କର ମୁଣ୍ଡ ନେଇଛି କରୋନା । 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଜିଲ୍ଲାରୁ 3 ଓ ଖୋର୍ଦ୍ଧାରୁ 2 ଜଣ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ରହିଛି । ଆଜି ମୃତ୍ୟୁବରଣ କରିଥିବା ସମସ୍ତ ମୃତକ ପୁରୁଷ ବୋଲି ସୂଚନା ରହିଛି ।
ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନିଜଣଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ରହିଥିବାବେଳେ ତାଙ୍କର ଡାଇବେଟିସ୍ ସହ ହାଇପର୍ଟେନସନ୍ ରହିଥିଲା । ସେହିପରି ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 27 ଓ 35 ବର୍ଷ ବୋଲି ସୂଚନା ରହିଛି ।
ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତମାନେ ଭୁବନେଶ୍ବରର ବୋଲି ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ 64 ବର୍ଷୀୟ ଥିବାବେଳେ ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକଙ୍କ ବୟସ 51 ବର୍ଷ ।
ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ବେଶ୍ ଉତ୍କଟ ରହିଛି । ଜିଲ୍ଲାରେ କରୋନା ଯୋଗୁଁ 20ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2000 ଟପିଲାଣି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ 7ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଥିବାବେଳେ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 900 ପାଖାପାଖି ପହଞ୍ଚିଛି। ଏବେ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 34ରେ ପହଞ୍ଚିଛି ।
ଜିଲ୍ଲା | ମୋଟ୍ ପଜିଟିଭ୍ | ସକ୍ରିୟ | ସୁସ୍ଥ | ମୃତ | ମୃତ (ଅନ୍ୟାନ୍ୟ) |
---|
ଅନୁଗୁଳ |
95 [+24] |
37 [+24] |
57 |
1 |
0 |
ବାଲେଶ୍ବର |
390 [+13] |
80 [+13] |
309 |
0 |
1 |
ବରଗଡ |
133 [+2] |
68 [+2] |
64 |
1 |
0 |
ଭଦ୍ରକ |
245 [+12] |
21 [+12] |
224 |
0 |
0 |
ବଲାଙ୍ଗିର |
213 |
60 |
153 |
0 |
0 |
ବୌଦ୍ଧ |
45 |
5 |
40 |
0 |
0 |
କଟକ |
715 [+13] |
200 [+12] |
509 |
4 |
2 [+1] |
ଦେବଗଡ |
62 |
20 |
42 |
0 |
0 |
ଢେଙ୍କାନାଳ |
84 [+1] |
18 [+1] |
66 |
0 |
0 |
ଗଜପତି |
449 [+7] |
218 [+7] |
231 |
0 |
0 |
ଗଞ୍ଜାମ |
2,066 [+216] |
917 [+213] |
1,128 |
20 [+3] |
1 |
ଜଗତସିଂହପୁର |
317 [+12] |
90 [+12] |
227 |
0 |
0 |
ଯାଜପୁର |
541 [+1] |
150 [+1] |
391 |
0 |
0 |
ଝାରସୁୁଗୁଡା |
128 [+8] |
79 [+8] |
49 |
0 |
0 |
କଳାହାଣ୍ଡି |
76 |
6 |
70 |
0 |
0 |
କନ୍ଧମାଳ |
186 [+8] |
8 [+8] |
178 |
0 |
0 |
କେନ୍ଦ୍ରାପଡା |
264 [+11] |
38 [+11] |
226 |
0 |
0 |
କେଉଁଝର |
157 [+5] |
61 [+5] |
96 |
0 |
0 |
ଖୋର୍ଦ୍ଧା |
944 [+50] |
232 [+48] |
703 |
7 [+2] |
2 |
କୋରାପୁଟ |
57 [+5] |
32 [+5] |
25 |
0 |
0 |
ମାଲ୍କାନଗିରି |
111 [+5] |
58 [+5] |
53 |
0 |
0 |
ମୟୂରଭଞ୍ଜ |
253 [+28] |
92 [+28] |
160 |
0 |
1 |
ନବରଙ୍ଗପୁର |
53 [+11] |
39 [+11] |
13 |
0 |
1 |
ନୟାଗଡ |
164 [+1] |
35 [+1] |
129 |
0 |
0 |
ନୂଆପଡା |
82 |
4 |
78 |
0 |
0 |
ପୁରୀ |
291 [+18] |
74 [+18] |
215 |
1 |
1 |
ରାୟଗଡା |
115 |
93 |
22 |
0 |
0 |
ସମ୍ବଲପୁର |
70 [+6] |
34 [+6] |
36 |
0 |
0 |
ସୁବର୍ଣ୍ଣପୁର |
39 [+2] |
4 [+2] |
35 |
0 |
0 |
ସୁନ୍ଦରଗଡ |
256 [+36] |
80 [+36] |
176 |
0 |
0 |
ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 24ଟି ଜିଲ୍ଲାରୁ 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ସର୍ବାଧିକ 216 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 50, ସୁନ୍ଦରଗଡରୁ 36, ମୟୂରଭଞ୍ଜରୁ 28, ଅନୁଗୁଳରୁ 24, ପୁରୀରୁ 18ଜଣ ଚିହ୍ନଟ ହୋଇଛନ୍ତି । କଟକ ଓ ବାଲେଶ୍ବରରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର ଓ ଭଦ୍ରକରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଓ କେନ୍ଦ୍ରାପଡାରୁ 11 ଜଣ ଲେଖାଏଁ ଅକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡା, କନ୍ଧମାଳରୁ 8 ଜଣ ଲେଖାଏଁ ରହିଛନ୍ତି । ଗଜପତିରୁ 7ଜଣ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରରୁ 6, କେଉଁଝର, କୋରାପୁଟ, ମାଲ୍କାନଗିରିରୁ 5 ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡଓ ସୋନପୁର 2 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ, ଯାଜପୁର, ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 355ଜଣ ଚିହ୍ନଟ ହୋଇଥିବାବେଳେ 140ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 8ହଜାର 601କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2 ହଜାର 853ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 705ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 29ଜଣ । ସେହିପରି 8 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ସମ୍ବଲପୁର : ଆସନ୍ତା 11 ତାରିଖ ଯାଏଁ ବନ୍ଦ ରହିବ ଭିସୁଟ୍ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କର୍ତ୍ତୃପକ୍ଷ ବନ୍ଦ ଘୋଷଣା କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ହେଡ୍ କ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କଲେ ଶୃଙ୍ଖାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି । ହେଡ୍କ୍ବାର୍ଟର ବାହାରେ କର୍ମଚାରୀ ଥିଲେ ସେମାନେ ଫେରିବା ପରେ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି ।
ସୂଚନାଯୋଗ୍ୟ, ଭିସୁଟ୍ର ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇବା ପରେ ଭିସୁଟ୍କୁ ଗତ ଜୁନ୍ 30 ତାରିଖରେ କରୋନା ଦିନକ ପାଇଁ ବନ୍ଦ କରି ଦିଆଯାଇ ଭିସୁଟ୍ ପରିସରକୁ ବିଶୋଧନ କରାଯାଇଥିଲା । ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଭିସୁଟ୍କୁ ଅଧିକ ଦିନ ପାଇଁ ବନ୍ଦ କରାଯିବ କି ନାହିଁ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 19ଟି ଜିଲ୍ଲାରୁ 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 95 ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରୁ 24, ଯାଜପୁରରୁ 22, ଖୋର୍ଦ୍ଧାରୁ 21, ସୁନ୍ଦରଗଡରୁ 17, କଟକରୁ 12, ଝାରସୁଗୁଡାରୁ 10,ବଲାଙ୍ଗିରରୁ 7, ନୟାଗଡରୁ 5, ପୁରୀ4, ବୌଦ୍ଧରୁ 3, ମୟୂରଭଞ୍ଜରୁ 2 ଜଣ ରହିଛନ୍ତି । ସେହିପରି ଅନୁଗୁଳ, ବରଗଡ, କେଉଁଝର, ଦେବଗଡ, ଗଜପତି, ଜଗତସିଂହପୁର, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।