Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 63ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 93

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 63 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 63କରୋନା ଆକ୍ରାନ୍ତଙ୍କ ମଧ୍ୟରେ 15 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 48 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି 93 ଜଣ ସୁସ୍ଥ ହୋଇଛନ୍ତି । ନୂତନ 63 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 837ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 853ଜଣ ସୁସ୍ଥ ହୋଇଥିବାବେଳେ 184ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 779  ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1454କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଓ ମୟୂରଭଞ୍ଜରୁ ଜିଲ୍ଲାରୁ ସର୍ବାଧିକ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବରଗଡ଼, କେନ୍ଦୁଝର ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1454 ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

କରୋନାରେ ସଂକ୍ରମିତ ହେଲେ ମେଗାଷ୍ଟାର ଚିରଞ୍ଜିବୀ

ହାଇଦ୍ରାବାଦ : ସାଉଥ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଏହା ସହିତ ସେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି।  ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ନିଜକୁ ହୋମ୍‌ କ୍ବାରେଣ୍ଟାଇନ୍‌ କରିଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ନଥିବାସତ୍ତ୍ବେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଅପକମିଂ ଫିଲ୍ମ ‘ଆଚାର୍ଯ୍ୟ‘ର ସୁଟିଂ ପୂର୍ବରୁ ସେ କରୋନା ଟେଷ୍ଟ କରାଇଥିଲେ । ଏଥିରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହି ଖବର ଶୁଣିବାପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ତେବେ ନିକଟରେ ଚିରଞ୍ଜିବୀ ଓ ନାଗାର୍ଜୁନ୍‌ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1425 ଟପିଲା

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର, ବରଗଡ ଜିଲ୍ଲାରୁ 2 ଜଣ  ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ ସୁନ୍ଦରଗଡ, ଝାରସୁଗୁଡା, ଗଞ୍ଜାମ, ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1425 ବୃଦ୍ଧି ହୋଇଛି।

ଖୋର୍ଦ୍ଧାରୁ ଆଜି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଖୋର୍ଦ୍ଧା ଜିଲ୍ଲାରୁ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଭୁବନେଶ୍ବରର 59 ବର୍ଷ ଓ 45 ବର୍ଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ 63 ବର୍ଷୀୟ ପୁରୁଷ, 72 ବର୍ଷୀୟ ପୁରୁଷ, 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବରଗଡରୁ 70- ବର୍ଷ ଓ 34 ବର୍ଷ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 39 ବର୍ଷୀୟ ବ୍ୟକ୍ତି ଓ 45 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ 86 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 62 ବର୍ଷୀୟ ବ୍ୟକ୍ତି, ଦେବଗଡରୁ 68 ବର୍ଷୀୟ ବ୍ୟକ୍ତି, ଝାରସୁଗୁଡାରୁ 77 ବର୍ଷୀୟ ପୁରୁଷ ଓ ସୁନ୍ଦରଗଡରୁ 50 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି

Categories
ଆଜିର ଖବର ରାଜ୍ୟ ଖବର

ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1400 ଟପିଲା

ଭୁବନେଶ୍ବର: ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ମ୍ରୂରଭଞ୍ଜ, ସମ୍ବଲପୁର, ବରଗଡ ଜିଲ୍ଲାରୁ 2 ଜଣ  ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀ, ବାଲେଶ୍ବର, କଳାହାଣ୍ଡି, କୋରାପୁଟ, କେନ୍ଦ୍ରାପଡା ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1410କୁ ବୃଦ୍ଧି ହୋଇଛି।

ଖୋର୍ଦ୍ଧାରୁ ଆଜି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଖୋର୍ଦ୍ଧା ଜିଲ୍ଲାରୁ 63 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଭୁବନେଶ୍ବରର 69 ବର୍ଷୀୟ ପୁରୁଷ, ଅନ୍ୟ ଜଣେ 74 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡରୁ 63 ବର୍ଷୀୟ ମହିଳା ଆକ୍ରାନ୍ତଙ୍କସହ 57 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।ସମ୍ବଲପୁରରୁ 45 ବର୍ଷ ଓ 74 ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୟୂରଭଞ୍ଜର 66 ବର୍ଷୀୟ ପୁରୁଷ ଓ 58 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କଟକରୁ 67 ବର୍ଷୀୟ ପୁରୁଷ ଓ 63 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଭଦ୍ରକରୁ 15 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡାରୁ 53 ବର୍ଷୀୟ ଆକ୍ରାନ୍ତ, କଳାହାଣ୍ଡିରୁ 32 ବର୍ଷୀୟ ଯୁବକ, କୋରାପୁଟରୁ 54 ବର୍ଷୀୟ ପୁରୁଷ, ବାଲେଶ୍ବରରୁ 56 ବର୍ଷୀୟ ପୁରୁଷ, ପୁରୀରୁ 63 ବର୍ଷୀୟପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ 47 ହଜାର 638 ଆକ୍ରାନ୍ତ ଚିହ୍ନଟ, 670 ମୃତ

ନୂଆଦିଲ୍ଲୀ : ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 47 ହଜାର 638 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 670 ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 84 ଲକ୍ଷ 11 ହଜାର 274ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 54ହଜାର 157 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 77 ଲକ୍ଷ 65 ହଜାର 966ରେ ପହଞ୍ଚିଛି । 670 ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 24 ହଜାର 985ରେ ପହଞ୍ଚିଛି । ଆଜିର ସମସ୍ତ ପରିସଂଖ୍ୟାନକୁ ମିଶାଇ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 20 ହଜାର 773ରେ ପହଞ୍ଚିଛି ।

 

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 68 ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 115

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 68 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 68 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 14 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 54 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି 115 ଜଣ ସୁସ୍ଥ ହୋଇଛନ୍ତି । ନୂତନ 68 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 522ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 395ଜଣ ସୁସ୍ଥ ହୋଇଥିବାବେଳେ 175ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 931ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 75 ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 142

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 75 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 75 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 14ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 61 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି 142 ଜଣ ସୁସ୍ଥ ହୋଇଛନ୍ତି । ନୂତନ 75 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 454ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 280ଜଣ ସୁସ୍ଥ ହୋଇଥିବାବେଳେ 172ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 9813ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1364 ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଓ ମୟୂରଭଞ୍ଜରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେଉଁଝର, ଝାରସୁଗୁଡା, ଯାଜପୁର ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1364କୁ ବୃଦ୍ଧି ହୋଇଛି।

ମୟୂରଭଞ୍ଜରୁ 38 ବର୍ଷୀୟ, 65 ବର୍ଷୀୟ, 60 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ମାଲ୍‌କାନଗିରିରୁ 65 ବର୍ଷୀୟା ମହିଳା, 40 ବର୍ଷୀୟ ମହିଳା ଓ 60 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବରରୁ 71 ବର୍ଷ ଓ 78 ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡାରୁ 65 ବର୍ଷୀୟ ପୁରୁଷ, ଯାଜପୁରରୁ 78 ବର୍ଷୀୟ ପୁରୁଷ, କେଉଁଝରରୁ 62 ବର୍ଷୀୟ ପୁରୁଷ,ରାୟଗଡାରୁ 74 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 74 ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 214

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 74 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 16 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 58 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି 214 ଜଣ ସୁସ୍ଥ ହୋଇଛନ୍ତି । ନୂତନ 74 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 310ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 27 ହଜାର 958ଜଣ ସୁସ୍ଥ ହୋଇଥିବାବେଳେ 168ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 1 ହଜାର 163ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ କରୋନା

ଭୁବନେଶ୍ବର :  ରାଜ୍ୟପାଳଙ୍କୁ କରୋନା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଳଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ରିପୋର୍ଟ ପିଜିଟିଭ୍‌ ଆସିବା ପରେ ତାଙ୍କ ସହ ନିକଟ ଅତୀତରେ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍‌ ପରୀକ୍ଷା କରାଇନେବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଗତ 24ଘଣ୍ଟାରେ 46 ହଜାର 964 କରୋନା ଆକ୍ରାନ୍ତ ଚିହ୍ନଟ, 470 ମୃତ

ନୂଆଦିଲ୍ଲୀ : ଭାରତରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ 24 ଘଣ୍ଟାରେ 46 ହଜାର 964 କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ 470ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 81 ଲକ୍ଷ 84 ହଜାର 82ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ ହଜାର 22 ହଜାର 111କୁ ବୃଦ୍ଧି ପାଇଛି। ଦେଶରେ ଏବେ 5 ଲକ୍ଷ 70 ହଜାର 458 ଜଣ ସକ୍ରିୟ ରୋଗୀ ଥିବାବେଳେ 74 ଲକ୍ଷ 91 ହଜାର 513 ଜଣ ସୁସ୍ଥ ହୋଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1320କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କେଉଁଝରରୁ 2ଜଣ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଝାରସୁଗୁଡା, ପୁରୀ, ଗଞ୍ଜାମ, ନୂଆପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1320କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧା ଜିଲ୍ଲାର ତିନି ମୃତକଙ୍କ ମଧ୍ୟରେ ଜଣେ 43 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇଜଣ ଭୁବନେଶ୍ବରର 67 ବର୍ଷୀୟ ଓ 65 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ସୁନ୍ଦରଗଡରୁ 70 ବର୍ଷ, 63 ବର୍ଷ ଓ 65 ବର୍ଷ ପୁରୁଷଙ୍କର ମୃତ୍ୟୁ ହୋଇଛି । କେଉଁଝରରୁ ଜଣେ 40 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟ ବ୍ୟକ୍ତି । ସେହିପରି, ଝାରସୁଗୁଡାରୁ 50 ବର୍ଷୀୟ ପୁରୁଷ, ପୁରୀରୁ 72 ବର୍ଷୀୟ ମହିଳା, ଗଞ୍ଜାମରୁ 34 ବର୍ଷୀୟ ପୁରୁଷ, ନୂଆପଡାରୁ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1308କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 3 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1308କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ମୃତକ ରହିଥିବାବେଳେ ଭୁବନେଶ୍ବରର 40 ବର୍ଷୀୟା ମହିଳା ଓ 66 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ଜଣେ ଖୋର୍ଦ୍ଧାର 59 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ 54 ବର୍ଷୀୟା ମହିଳା ଓ 67 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳୁରୁ 55 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 62 ବର୍ଷୀୟ ବ୍ୟକ୍ତି, ଝାରସୁଗୁଡାରୁ 68 ବର୍ଷୀୟ ବ୍ୟକ୍ତି, କନ୍ଧମାଳରୁ 42 ବର୍ଷୀୟ ବ୍ୟକ୍ତି, ନୂଆପଡାରୁ 45 ବର୍ଷୀୟ ବ୍ୟକ୍ତି, ରାୟଗଡାରୁ 61ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

24 ଘଣ୍ଟାରେ 48 ହଜାର 648 ଆକ୍ରାନ୍ତ ଚିହ୍ନଟ, 563 ମୃତ

ନୂଆଦିଲ୍ଲୀ : ଗତ 24 ଘଣ୍‌ଟାରେ ଦେଶରେ 48 ହଜାର 648ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 563ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା 1 ଲକ୍ଷ 21 ହଜାର 90କୁ ବୃଦ୍ଧି ହୋଇଛି । ସେହିପରିମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 80 ଲକ୍ଷ 88 ହଜାର 851କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌ 5 ଲକ୍ଷ 94 ହଜାର 386 ରହିଥିବାବେଳେ ସୁସ୍ଥଙ୍କସଂଖ୍ୟା 73 ଲକ୍ଷ 73 ହଜାର 375 ରହିଛି ।

ଆଇସିଏମଆର ସୂଚନା ଅନୁସାରେ ଦେଶରେ ମୋଟ୍‌ 10 କୋଟି 77 ଲକ୍ଷ 28 ହଜାର 088 ନମୁନା ପରୀକ୍ଷଣ ହୋଇଛି । ଦିଲ୍ଲୀରେ କରୋନା ମାମଲାରେ ବୃଦ୍ଧି ଘଟିଛି । ପର୍ବପର୍ବାଣୀ ପାଇଁ ଭିଡ ଓ ବାୟୁର ଗୁଣବତ୍ତା ଖରାପ ହେବା ଯୋଗୁଁ ସେଠାରେ ଶ୍ବାସ ସମ୍ବନ୍ଧୀୟ ରୋଗ ବଢିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବାସୂଚନା ଅନୁସାରେ ଦିଲ୍ଲୀରେ ଗତ ଚାରି ସପ୍ତାହ ମଧ୍ୟରେ 29 ହଜାର 378 ନୂତନ ମାମଲା ସାମ୍ନାକୁ ଆସିଛି ।

ଅଗଷ୍ଟ 7 ତାରିଖରେ ଭାରତରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷରେ ପହଞ୍ଚିଥିବାବେଳେ ସେପ୍ଟେମ୍ବର 16 ତାରିଖରେ 50 ଲକ୍ଷ ପାର କରିଥିଲା । ଅକ୍ଟୋବର 11କୁ ଦେଶରେ ମୋଟ୍‌ ସଂକ୍ରମିତଙ୍କସଂଖ୍ୟା 70 ଲକ୍ଷ ପାର୍‌ କରିଥିଲା । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1284କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା, ଝାରସୁଗୁଡା ଓ ନୂଆପଡା ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ରହିଥିବାବେଳେ ସମ୍ବଲପୁର, କଟକ ଓ ଗଞ୍ଜାମ, ସୁନ୍ଦରଗଡ, ପୁରୀ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1284କୁ ବୃଦ୍ଧି ହୋଇଛି ।

ନୂଆପଡାରୁ 22 ବର୍ଷୀୟ ଓ 55 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 59 ବର୍ଷୀୟ, 77 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡାରୁ 70 ବର୍ଷୀୟ ମହିଳା, 58 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି କଟକରୁ 35 ବର୍ଷୀୟ ବ୍ୟକ୍ତି, ଗଞ୍ଜାମରୁ 63 ବର୍ଷୀୟ, ସମ୍ବଲପୁରରୁ 59 ବର୍ଷୀୟ ଆକ୍ରାନ୍ତ, ନବରଙ୍ଗପୁରରୁ 59 ବର୍ଷୀୟ ଆକ୍ରାନ୍ତ,, ପୁରୀରୁ 80 ବର୍ଷୀୟ ଆକ୍ରାନ୍ତ, ସୁନ୍ଦରଗଡରୁ 80 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ଆଉ ୧ ହଜାର ୫୪୦ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୮୬ ଜଣ ଚିହ୍ନଟ ହୋଇଥିବାବେଳେ ୬୫୪ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୮ ହଜାର ୧୧୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୬ ହଜାର ୩୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୭୨ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୫୪୦ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୦୦, ବାଲେଶ୍ବରରୁ ୯୨, ବରଗଡରୁ ୪୧, ଭଦ୍ରକରୁ ୯, ବଲାଙ୍ଗିରରୁ ୬୭, ବୌଦ୍ଧରୁ ୩, କଟକରୁ ୯୯,  ଦେବଗଡରୁ ୭,  ଢେଙ୍କାନାଳରୁ ୨୪, ଗଜପତିରୁ ୫, ଗଞ୍ଜାମରୁ ୨୯, ଜଗତସିଂହପୁରରୁ  ୭୮, ଯାଜପୁରରୁ ୨୨, ଝାରସୁଗୁଡାରୁ ୪୨, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୧୪, କେନ୍ଦ୍ରାପଡାରୁ ୬୨, କେଉଁଝରରୁ ୩୮, କୋରାପୁଟରୁ ୨୬, ମାଲକାନଗିରିରୁ ୪୨,  ମୟୂରଭଞ୍ଜରୁ ୯୧, ନବରଙ୍ଗପୁରରୁ ୪୩, ନୟାଗଡରୁ ୩୩, ନୂଆପଡାରୁ ୫୧, ପୁରୀରୁ ୪୯, ରାୟଗଡାରୁ ୧୦,  ସମ୍ବଲପୁରରୁ ୩୨, ସୋନପୁରରୁ ୨୯, ସୁନ୍ଦରଗଡରୁ ୧୧୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୩୬ ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 88 ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 230

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 88 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 17 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 71 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି।

ସେହିପରି ଆଜି 230 ଜଣ ସୁସ୍ଥ ହୋଇଛନ୍ତି । ନୂତନ 88 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 28 ହଜାର 782ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 26 ହଜାର 607ଜଣ ସୁସ୍ଥ ହୋଇଥିବାବେଳେ 158ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 1 ହଜାର 996ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ନଭେମ୍ବର 30 ଯାଏଁ ବଢିଲା ଅନଲକ୍‌ ଗାଇଡଲାଇନ୍‌

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ନଭେମ୍ବର 30 ତାରିଖ ଯାଏଁ ସେପେ୍ଟେମ୍ବର ଅନଲକ୍‌ ଗାଇଡଲାଇନ୍‌ ବଳବତ୍ତର ରରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରାଳୟ ତରଫରୁ ଜାରି ଅନଲକ୍‌ ନେଇ ଜାରି ହୋଇଥିବା ଗାଇଡଲାଇନ୍‌ରେ କଣ୍ଟେନମେଣ୍ଟ ଜୋନ୍‌ରେ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ । ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ୍‌ ଅବଧି ବଢିବାର ନୂଆ ଗାଇଡଲାଇନ୍‌ ଜାରି ହୋଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 24 ତାରିଖରୁ ଦେଶରେ ପ୍ରଥମଥର ପାଇଁ ଲକ୍‌ଡାଉନ୍‌ ଜାରି କରିଥିଲେ । ପ୍ରାୟ 3 ମାସ ଧରି ଲକଡାଉନ୍‌ର କଡାକଟକଣା ପରେ ଏଥିରେ ପର୍ଯ୍ୟାୟ କ୍ରମେ କୋହଳ କରାଯାଇଛି । ସରକାର ଅନଲକ୍‌ ପ୍ରକ୍ରିୟାରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ଏସ୍‌ଓପି ଜାରି ହୋଇଛି ।  ସେହିଭଳି ଭିଡ଼ ହେବାକୁ ଥିବା ସ୍ଥାନ ଯଥା ରେଳ, ମଲ୍‌, ହୋଟେଲ ଓ ଧାର୍ମିକସ୍ଥଳୀ ଆଦିକୁ କିଛି କଟକଣା ସହିତ ଖୋଲିବାକୁ ଅନୁମତି ମିଳିବ। ସେହିଭଳି ଭିଡ଼ ହେବାକୁ ଥିବା ସ୍ଥାନ ଯଥା ରେଳ, ମଲ୍‌, ହୋଟେଲ ଓ ଧାର୍ମିକସ୍ଥଳୀ ଆଦିକୁ କିଛି କଟକଣା ସହିତ ଖୋଲିବାକୁ ଅନୁମତି ମିଳିବ। ତେବେ ଶିକ୍ଷା କ୍ଷେତ୍ରରେ ରାଜ୍ୟସରକାରମାନେ ନିଷ୍ପତ୍ତି ନେବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ।

କଣ୍ଟେନମେଣ୍ଟ ଜୋନ୍‌ ପାଇଁ କଡା କଟକଣା ଲାଗୁ ହୋଇଥିବାବେଳେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦେଇଛନ୍ତି । ସେହିପରି ରାଜ୍ୟ ଅଥବା କେନ୍ଦ୍ର ଶାସିତ ସରକାର କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଲକ୍‌ଡାଉନ୍‌ କରିପାରିବେ ନାହିଁ । ତେବେ ଆନ୍ତଃଜିଲ୍ଲା ଓ ଆନ୍ତଃ ରାଜ୍ୟ ମଧ୍ୟରେ ଯାତାୟତ ନେଇ କୌଣସି କଟକଣା ନାହିଁ । ନେଇ କୌଣସି ଅନୁମତି ଆବଶ୍ୟକତା ନାହିଁ ।

ସୂଚନାଯୋଗ୍ୟ, ଦେଶରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ରହିଛି । ଦୈନକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ତେବେ ଏବେ ସୁଦ୍ଧା ଦେଶରେ ଦେକରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 19 ହଜାର 502କୁ ବୃଦ୍ଧି । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 79 ଲକ୍ଷ46 ହଜାର 429କୁ ବୃଦ୍ଧି ହୋଇଛି । ସେହିପରି ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 6 ଲକ୍ଷ 25 ହଜାର 857 ରହିଛି । ସଂକ୍ରମଣ କମିଥିବା ସତ୍ତ୍ବେ ବିପଦ କିନ୍ତୁ ଟଳିନାହିଁ । ଅନ୍ୟାନ୍ୟ ଦେଶଗୁଡିକରେ ସଂକ୍ରମଣର ଦ୍ବିତୀୟ ଲହର ଦେଖାଯାଇଥିବାବେଳେ ଭାରତରେ ଏବେ ପାର୍ବଣ ଋତୁ ଚାଲିଛି । ଏହି ସମୟରେ ଅଧିକ ସତର୍କ ଓ ସଚେତନତା ରହିବା ଅତ୍ୟନ୍ତ ଆବଶ୍ୟକତା ରହିଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଉ 13କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1272କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ସର୍ବାଧିକ 4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୂଆପଡାରୁ 3ଜଣ ଆକ୍ରାନ୍ତ, କେନ୍ଦୁଝର ଓ ଝାରସୁଗୁଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମାଲକାନଗିରି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1272କୁ ବୃଦ୍ଧି ହୋଇଛି ।

ଭୁବନେଶ୍ବରରୁ ଆଜି ଚାରିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ଯଥାକ୍ରମେ 52, 40, 75 ଓ 86 ବର୍ଷ।ନୂଆପଡାରୁ ତିନି ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 68, 66, 60 ବର୍ଷ । କେଉଁଝରରୁ 75 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 54 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ 53 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 70 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମାଲକାନଗିରିରୁ 60 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 80 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଅପଡେଟ୍‌ : ଦିନକରେ 36 ହଜାର 469 ଆକ୍ରାନ୍ତ ଚିହ୍ନଟ, 488 ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍‌ ତଳକୁ ଖସିବାରେ ଲାଗିଛି । ଗତ 24 ଘଣ୍ଟାରେ 36 ହଜାର 469 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 488ଜଣଙ୍କର ମୃତ୍ୟୁ ହୋଇଛି ।  ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 19 ହଜାର 502କୁ ବୃଦ୍ଧି । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 79 ଲକ୍ଷ46 ହଜାର 429କୁ ବୃଦ୍ଧି ହୋଇଛି । ସେହିପରି ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 6 ଲକ୍ଷ 25 ହଜାର 857 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 72 ଲକ୍ଷ 01 ହଜାର 70ଜଣ । ଦେଶରେ ମୃତ୍ୟୁହାର ଲଗାତାର ଭାବରେ ହ୍ରାସ ହେବାରେ ଲାଗିଛି । ଏବେ ଦେଶରେ ମୃତ୍ୟହାର 1.5% ରହିଛି । ଆଇସିଏମଆର ସୂଚନାଯାୟୀ ଦେଶରେ ଏବେ ସୁଦ୍ଧା ମୋଟ୍‌ 10 କୋଟି 44 ଲକ୍ଷ 20 ହଜାର 894 ନମୁନା ପରୀକ୍ଷଣ ହୋଇଛି । (ଏଜେନ୍ସି)