ପାରଳାଖେମୁଣ୍ଡି : ତିନିଦିନ ପାଇଁ ପାରଳାଖେମୁଣ୍ଡି ସହରକୁ ସଟ୍ଡାଉନ୍ ଘୋଷଣା କଲେ ଗଜପତି ଜିଲ୍ଲାପାଳ । 28 ତାରିଖରୁଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ ରହିବ । କେବଳ ଜରୁରୀ ମେଡ଼ିକାଲ କାର୍ଯ୍ୟ ଓ କ୍ଷୀର ପାଇଁ ଅନୁମତି । କରୋନା ଲକ୍ଷଣ ଯାଞ୍ଚ ପାଇଁ 40 ମେଡ଼ିକାଲ ଟିମ୍ କାର୍ଯ୍ୟ କରିବେ। ସଟ୍ଡାଉନ୍ ସମୟରେ ଜନସାଧାରଣଙ୍କୁ ସହଯୋଗ ପାଇଁ ଟୁଇଟ୍ ଯୋଗେ ଜିଲ୍ଲାପାଳ ନିବେଦନ କରିଛନ୍ତି । କାଶୀନଗର ବ୍ଲକ ରାଣୀପେଣ୍ଠ ପଞ୍ଚାୟତ ସଟ୍ଡାଉନ୍ ରହିବ । ଗୋଷଣୀ ଓ ଗୁମ୍ମା, ବ୍ଲକ ମଧ୍ୟ ସଟ୍ଡାଉନ୍ ରହିବ। ସ୍ଥାନୀୟ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ସହରକୁ 4 ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେତୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଛି ।