Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଚାଷୀଙ୍କ ଆକାଉଣ୍ଟରେ ଜମା ହେଲା ୧୯ ହଜାର ୫୦୦ କୋଟି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୨୧ ର ଦ୍ୱିତୀୟ କିସ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନା ସହିତ ଜଡିତ ୯.୭୫ କୋଟିରୁ ଅଧିକ ହିତାଧିକାରୀ ଚାଷୀଙ୍କୁ ୧୯ ହଜାର ୫୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ସହାୟତା କୃଷକମାନଙ୍କୁ ତିନୋଟି କିସ୍ତିରେ ପ୍ରଦାନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି କିସ୍ତିଗୁଡ଼ିକୁ ଡିବିଟି ଅଧୀନରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତି। ଏହି ଯୋଜନା ହେଉଛି ଏକ କେନ୍ଦ୍ର ସରକାରୀ ଯୋଜନା ଏବଂ ଏହି ଯୋଜନାର ସମ୍ପୂର୍ଣ୍ଣ ମୂଲ୍ୟ କେବଳ କେନ୍ଦ୍ର ସରକାର ବହନ କରନ୍ତି।

କିଷାନ ସମ୍ମାନ ନିଧିରେ ଆପଣଏନକେ ନାମ କେମିତି ଯାଞ୍ଚ କରିବେ:

– ଆପଣଙ୍କ ନାମ ଯାଞ୍ଚ କରିବାକୁ, ସର୍ବପ୍ରଥମେ ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟ https://pmkisan.gov.inକୁ ଯାଆନ୍ତୁ।

– ଏହା ପରେ ମୂଳପୃଷ୍ଠାରେ ଫାର୍ମର କର୍ନର ବିକଳ୍ପକୁ ଯାଆନ୍ତୁ।

– ତା’ପରେ ଫାର୍ମର କର୍ନର ବିଭାଗରେ ହିତାଧିକାରୀ ତାଲିକା ବିକଳ୍ପ ଚୟନ କରନ୍ତୁ।

– ତା’ପରେ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଏବଂ ଚୟନ କରନ୍ତୁ।

– ତାପରେ ଗେଟ ରିପୋର୍ଟ ଉପରେ କ୍ଲିକ୍ କରନ୍ତୁ।

– ଏହା ପରେ ଆପଣଙ୍କ ଗାଁର ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ତାଲିକା ଦେଖାଯିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଦେଖିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

‘କାଳିଆ ଯୋଜନା’ର ତୃତୀୟ କିସ୍ତି: ଆଜି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘କାଳିଆ ଯୋଜନା’ର ତୃତୀୟ କିସ୍ତି ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ଓଡ଼ିଶା ସରକାର ୫୩ ଲକ୍ଷ ଚାଷୀଙ୍କୁ ଡିବିଟି ଜରିଆରେ ୧୨ ଶହ କୋଟି ଟଙ୍କା ବାଣ୍ଟିବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ। ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୧୮ ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା।

ତେବେ ୨୦୧୯ ଜୁନ୍ ପରଠାରୁ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ମିଳି ନଥିଲା। ଏହାକୁ ନେଇ ସରକାରଙ୍କ ସମାଲୋଚନା କରୁଥିଲେ ବିରୋଧୀ।