Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ସାରେଗାମାପା ଓଡିଶାର ସବୁଠାରୁ ବଡ଼ ସ୍ବରର ମହାମଞ୍ଚରେ କିଏ କରିବ ଧମାଲ

ଭୁବନେଶ୍ଵର: ଜୀ ସାର୍ଥକର ସାରେଗାମାପାରେ ଆଗକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ପ୍ରଦର୍ଶନ, କାରଣ ଆଗକୁ ହବାକୁ ଯାଉଛି ଏଲିମିନେଶନ, ତାପରେ ଆସିବେ ନୂଆ ଚ୍ୟାଲେଞ୍ଜର ଦେବାକୁ କଡା ଟକ୍କର। ଆଉ ସଂଗୀତର ଏହି ମହାମଞ୍ଚରେ ହେବ ମହା ମୁକାବିଲା। ସାରେଗାମାପାରେ ଏଥର ଦର୍ଶକ ଦେଖିପାରିବେ ପ୍ରତିଭାମାନଙ୍କର ଧମାକାଦାର ପରିବେଷଣ। ରକ ଷ୍ଟାର – ସାଇ ପ୍ରଜ୍ଞା, ରୋମାଣ୍ଟିକ ସ୍ପେସିଆଲିଷ୍ଟ – ସୌଜନ୍ୟା ଏବଂ ରଶ୍ମୀରେଖା – ଅଭିସଂଗୀତାଙ୍କ ଭଳି ମା-ଝିଅ ଯୋଡ଼ି ସେମି -କ୍ଲାସିକାଲ ଗୀତ ଗାଇ ନିଜର ସ୍ବପ୍ନକୁ ପୂରଣ କରି ପାରିବେ କି ସ୍ୱରର ମହାମଞ୍ଚ ସାରେଗାମାପାରେ।

ହବାକୁ ଅଛି ଏଲିମିନେସନ୍ ସରିଛି। ଆସିବେ ନୂଆ ପ୍ରତିଭା। ସୋ’ରେ ଆସିଛି ନୂଆ ଟୁଇଷ୍ଟ,ନୂଆ ପ୍ରଦର୍ଶନ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ମିଳିଛି ଭରପୁର ସୁଯୋଗ। ଏବେ ଆଗାମୀ ଏପିଶୋଡ ମାନଙ୍କରେ ଏହା ଦେଖିବାକୁ ମିଳିବ। ପୂର୍ବରୁ ଏହି ସାରେଗାମାପା ମଞ୍ଚ ମାଧ୍ୟମରେ ଅନେକ କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଦର୍ଶକଙ୍କ ଉତ୍ସାହ ଓ ଉତ୍କଣ୍ଠାକୁ ଆଖିରେ ରଖି ଏବେ ନୂଆ ପ୍ରତିଭାର ଖୋଜ ଚାଲିଛି।

ସାରେଗାମାପା ସ୍ୱରର ମହାମଞ୍ଚ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ ଦେଖନ୍ତୁ ମେଗା ସିରିୟଲ ବିଜୟିନୀ: କ୍ଷମତା ପାଇଁ ଦୁର୍ଗା ସ୍ତୁତି ମଧ୍ୟରେ ହେବ କି ମହାଭାରତ?

ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ବିଜୟିନୀରେ ଆସିଛି ରୋଚକ ମୋଡ। ଆଗାମୀ ଦିନରେ ଇନ୍ଦ୍ରଜିତ, ମିନି, ସମ୍ଭବ, ଦୂର୍ଗା, ଶୋଭା ଓ ଅଭିଙ୍କ ଜୀବନରେ ଅନେକ କିଛି ଘଟିବାକୁ ଯାଉଛି। ଗୋଟିଏ ଛାତ ତଳେ ଥାଇ ବି ମିନିର ଅସଲ ପରିଚୟ ପାଇନଥିଲେ ଇନ୍ଦ୍ରଜିତ। ଏବେ ମିନି ର ଅସଲ ପରିଚୟ ପାଇଲା ପରେ କଣ କରିବେ ଇନ୍ଦ୍ରଜିତ? କଣ ସେ ନୂଆ କିଛି ଷଡଯନ୍ତ୍ର କରିବେ? କଣ ସେ ଦୁଇ ଭଉଣୀ ଙ୍କୁ ପରସ୍ପର ଠୁ ଅଲଗା କରିଦେବେ? ଆଗକୁ କଣ ହଉଚି ଦେଖିବା ପାଇଁ ଦେଖନ୍ତୁ ବିଜୟିନୀ

ଇନ୍ଦ୍ରଜିତ ଜାଣି ନାହାଁନ୍ତି ମିନି ହେଉଛି ସ୍ତୁତି। ଯେତେବେଳେ ସେ ମିନିକୁ ଛାଡପତ୍ର ନୋଟିସ ଦେଲେ ପ୍ରଥମେ ତ ମିନି ଦସ୍ତଖତ କରିବାକୁ ମନା କଲା। କିନ୍ତୁ ଶେଷରେ ସେ ସ୍ତୁତି ଆଚାର୍ଯ୍ୟ ନାଁରେ ଛାଡପତ୍ର ନୋଟିସରେ ଦସ୍ତଖତ କରିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଇନ୍ଦ୍ରଜିତ। କାରଣ ସ୍ତୁତି ହେଉଛି ସମ୍ଭବର ଅସଲ ପତ୍ନୀ। ଯାହାକୁ ଛାତରୁ ଠେଲି ଢ଼େର ଦିନ ତଳୁ ହତ୍ୟା କରି ସାରିଥିଲେ ଇନ୍ଦ୍ରଜିତ। ଏବେ ସେଇ ସ୍ତୁତିକୁ ନିଜ ଆଖି ସାମ୍ନାରେ ଦେଖି ଇନ୍ଦ୍ରଜିତଙ୍କ ହୋସ ଉଡିଗଲା ଆଉ ସେ ବିଚଳିତ ହୋଇପଡିଲେ।

ତେବେ ମିନି ଯେ ସ୍ତୁତି ଏକଥା ଇନ୍ଦ୍ରଜିତଙ୍କୁ ଛାଡି ପରିବାରର ଅନ୍ୟ ସମସ୍ତେ ଜାଣିଥିବା ସେ କହିଥିଲା। ଏହାପରେ ଆରମ୍ଭ ହୁଏ ଅସଲ ଖେଳ। ଦୁଇ ଭଉଣୀଙ୍କୁ ଅଲଗା କରିଦେବାକୁ ଖୋଲାଖୋଲି ଧମକ ଦିଏ ଇନ୍ଦ୍ରଜିତ। ହେଲେ ମିନି ସାମ୍ନାରେ ଗୋଟିଏ ଚ୍ୟାଲେଞ୍ଜ। ଯେ କୌଣସି ପ୍ରକାରେ ଇନ୍ଦ୍ରଜିତକୁ ହରାଇବାକୁ ପଡିବ। ମିନି ଭଲରେ ଜାଣିଛି ଇନ୍ଦ୍ରଜିତକୁ କେବଳ ରାଜନୀତିରେ ହିଁ ପରାସ୍ତ କରିହେବ। ତେଣୁ ଦୁର୍ଗା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବ। ଏକଥା ଜଣାପଡିବା ପରେ ଇନ୍ଦ୍ରଜିତ ମଧ୍ୟ ଷଡଯନ୍ତ୍ର ଆରମ୍ଭ କରନ୍ତି। କାରଣ ସ୍ତୁତି ଓ ଦୁର୍ଗା ଜଣେ ଆଉ ଜଣଙ୍କର ଦୁର୍ବଳତା। ଯାହା ଇନ୍ଦ୍ରଜିତ ଭଲରେ ଜାଣିଛି। ଯାହାକୁ ନେଇ ଆଗକୁ ବଢ଼ିଛି କାହାଣୀ। ଯଦି ନିର୍ବାଚନରେ ସ୍ତୁତି ପ୍ରାର୍ଥୀ ହେଉଛି ତେବେ କଣ ହେବ? ଇନ୍ଦ୍ରଜିତକୁ ହରାଇବାକୁ ଚିନ୍ତା କରିଥିବା ସ୍ତୁତି ଆଉ ଦୁର୍ଗା ଠାରୁ ଅଲଗା ହୋଇ ଯିବନି ତ? ନିର୍ବାଚନରେ କାହାର ବିଜୟ ହେବ?

ରହସ୍ୟ ଓ ରୋମାଞ୍ଚରେ ଭରା ମେଗା ଧାରାବାହିକ ବିଜୟିନୀରେ ଅନେକ ନୂଆ ନୂଆ ଘଟଣା ଦେଖିବାକୁ ମିଳିବ। ଯାହାର ସୁଟିଂ ଜାରୀ ରହିଛି। ଏଥିରେ ଦୁର୍ଗା ଭୁମିକାରେ ଦିପୀକା ତ୍ରିପାଠୀ, ଇନ୍ଦ୍ରଜିତ ଭୁମିକାରେ ବାଦଲ ମହାନ୍ତି, ସମ୍ଭବ ଭୁମିକାରେ ବିଶ୍ୱ ଭୂଷଣ ପଣ୍ଡା ଓ ଅଭିନବ ଭୁମିକାରେ ସାଗର ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତ୍ୟେକ ଦିନ ସଂଧ୍ୟା ୬.୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ବିଜୟିନୀ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏହି ଦୀପାବଳୀରେ ହେବ ସୁନାର ବର୍ଷା: ଜୀ ସାର୍ଥକ ଦେଖନ୍ତୁ, ସୁନା ଜିତନ୍ତୁ

ଭୁବନେଶ୍ବର: ଏହି ଦୀପାବଳୀରେ ଜୀ ସାର୍ଥକ ନେଇ ଆସିଛି ସୁନା ଜିତିବାର ସୁଯୋଗ। କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଆପଣ ହୋଇପାରିବେ ଭାଗ୍ୟଶାଳୀ ବିଜେତା। ଏନେଇ ଏକ ପ୍ରତିଯୋଗିତା ଆରମ୍ଭ ହେଉଛି। ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗୀତା ପାଇଁ ଦର୍ଶକଙ୍କୁ ଜୀ ସାର୍ଥକ ଦେଖିବାକୁ ପଡିବ। ସଂଧ୍ୟା ୫ଟାରୁ ରାତି ୧୦ ଟା ଭିତରେ ପ୍ରସାରିତ ଧାରାବାହିକରୁ କିଛି ସରଳ ପ୍ରଶ୍ନ ପଚରାଯିବ। ଉତ୍ତରଦାତାଙ୍କ ମଧ୍ୟରୁ ପ୍ରତିଦିନ ୩ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ୧ଗ୍ରାମର ଗୋଲ୍ଡ କଏନ। ସେହିଭଳି ପ୍ରତିଯୋଗୀତା ଶେଷରେ ଜଣେ ମେଗା ବିଜେତାଙ୍କୁ ୧୦ ଗ୍ରାମର ଗୋଲ୍ଡ କଏନ ପ୍ରଦାନ କରାଯିବ। ଅରୁନ୍ଧତୀ ଜୁଏଲର୍ସ ତରଫରୁ ଏହି ଗୋଲଡ଼ କଏନ ଦିଆଯିବ। ଅକ୍ଟୋବର ୧୪ରୁ ଅକ୍ଟୋବର ୨୩ ଯାଏଁ ଏହି ପ୍ରତିଯୋଗୀତା ଚାଲିବ।

ଜୀ ସାର୍ଥକରେ ଏବେ ଅନେକ ନୂଆ ମେଗା ସିରିୟଲ ମଧ୍ୟ ଆରମ୍ଭ ହୋଇଛି। ଏମିତିକି ପ୍ରାଇମଟାଇମରେ ପ୍ରସାରିତ ସମସ୍ତ ଓଡିଆ ମେଗା ଧାରାବାହିକ ଗୁଡିକ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି। ସଂଧ୍ୟା ୫ଟାରୁ ରାତି ୧୦ଟା ଭିତରେ ଦିଦି ନମ୍ବର ୱାନ, ଶ୍ୟାମା, ବିଜୟିନୀ, ଝିଲି, ସୁନା ଝିଅ, ସାଥିରେ, ମା ଯାହାର ସାହା, ସର୍ବଜିତା ଅନୁ, ଭୋଳା ଓ ସବୁଠାରୁ ଲୋକପ୍ରିୟ ସୋ ସାରେଗାମାପା ସ୍ୱରର ମହାମଞ୍ଚ ପ୍ରସାରିତ ହେଉଛି।
ଯାହାକୁ ଦେଖି ଚ୍ୟାନେଲ ତରଫରୁ ପଚରା ଯାଇଥିବା ସରଳ ପ୍ରଶ୍ନର ଉତ୍ତର ଦେଇ ଦର୍ଶକେ ସୁନା କଏନ ଜିତିପାରିବେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅକ୍ଟୋବର ୩ ତାରିଖରୁ ଜୀ ସାର୍ଥକର ମେଗା ସିରିଏଲ ‘ସାଥୀରେ’ 

ଭୁବନେଶ୍ବର: ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆସୁଅଛି ଆଉ ଏକ ଭିନ୍ନ ଧରଣର ନୂଆ ମେଗା ଧାରାବାହିକ। ଯାହାର ନାଁ ରହିଛି ‘ସାଥୀରେ’। ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ‘ସାଥୀରେ’ ଲଞ୍ଚ ହୋଇଛି। ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ନବାଗତ ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ।

କାହାଣୀରେ ଧାରା ଚୁଲବୁଲି ଚରିତ୍ରଟିଏ। ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହି ସବୁ ସମସ୍ୟାର ସମାଧାନ କରିଦିଏ। ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ ଏବଂ ନିଜ ଲକ୍ଷ୍ୟପଥରେ ପହଂଚିବାରେ ସବୁବେଳେ ବ୍ୟସ୍ତ। ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ।

ଦୁହେଁ ଦୁହିଁଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ ହୋଇପାରେ । କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା। ଏହାକୁ ନେଇ ଧାରାବାହିକ ‘ସାଥୀରେ’ ଆଗକୁ ବଢ଼ିଛି ଓ ଅନେକ କିଛି ଏଥିରେ ଦେଖିବାକୁ ମିଳିଛି। ପୂର୍ବରୁ ଜୀ-ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକୀୟ ଆଦୃତି। ଏଥର ବି ଏହି ନୂଆ ଧାରାବାହିକ ‘ସାଥୀରେ’କୁ ଓଡିଆ ଦର୍ଶକ ନିଶ୍ଚିତ ଭଲପାଇବେ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଭୁବନେଶ୍ବରର ହୋଟେଲ୍‌ ଭରେନ୍ୟାସ ଠାରେ ଏକ ବର୍ଣାଢ୍ୟ ପରିବେଶରେ ଏହାର ଅଡିଓ ରିଲିଜ ହୋଇଥିବା ବେଳେ ଆସନ୍ତା ୧୮ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ ରେ ଜୀ ସାର୍ଥକ ଚ୍ୟାନେଲରେ ଅଗଣିତ ଓଡିଆ ସିନେପ୍ରେମୀ ଚଳଚ୍ଚିତ୍ରଟିକୁ ଦେଖିପାରିବେ। ସିନେମାର ମୌଳିକ କାହାଣୀ ଓ ସୁମଧୁର ଗୀତଗୁଡିକ ଦର୍ଶକଙ୍କ ହୃଦୟ ଜିତିପାରିବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଗୁଡଲି ରଥ ଅଛନ୍ତି।

ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ତଥା ସାଇ ହରି ଭିଜନ ପ୍ରଡକ୍ସନ ପ୍ରସ୍ତୁତ ‘ଫେରି ଆସୁଥିବି କୋଳକୁ ତୋର’ରେ ଜ୍ୟୋତି ପଣ୍ଡା ଓ ପ୍ରଥମ ଥର ପାଇ ଜୀସାର୍ଥକ ର ଚଳଚ୍ଚିତ୍ର ରେ ପୁନମ ମିଶ୍ରଙ୍କୁ ଦର୍ଶମାନେ ଦେଖିବେ ଜୀସାର୍ଥକ ପକ୍ଷରୁ ସୂଚନା‌ ଦିଆଯାଇଛି। ତେବେ ସିନେମାରେ ଶିଶୁ କଳାକାର ସାଲୋନିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଶିଶୁ ଭୃଣ ହତ୍ୟା ସମ୍ପର୍କିତ ଏକ ବଳିଷ୍ଠ ବାର୍ତ୍ତା ସହ ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ବେଶ ଉଚ୍ଚକୋଟିର ହୋଇଛି। ଓଲିଉଡରେ ହଲଚଲ ଖେଳାଉଥିବା ସଂଜୟ ନାୟକ ନିଜେ କାହାଣୀ ଲେଖି ନିର୍ଦ୍ଦେଶନା ଦେଇଛନ୍ତି। ରବି ମିଶ୍ର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ଗୁଡଲୀ ରଥ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ କଥାଥିଲା ଗୀତକୁ ସ୍ବୟମ ପାଢୀ ଓ ନେହା ନିହାରିକା, ଆଖି ନାହି ଗୀତ କୁ ମଣ୍ଟୁ ଛୁରିଆ ଓ ଲିପ୍ସା ମହାପାତ୍ର,ଶିର୍ଷକ ଗୀତ କୁ ସିଦିସ୍ନା ବିନ୍ଧାଣୀ ଓ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି। ସମସ୍ତ ଗୀତଗୁଡିକୁ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର।

ପାରିବାରିକ କାହାଣୀ ସହ ରୋମାନ୍ସ ଓ ରୋମାଞ୍ଚ କାହାଣୀରେ ଭରି ରହିଛି। ଶିଶୁ କଳାକାରଙ୍କୁ ନେଇ ଅନେକ ଏକ୍ସପେରିମେଣ୍ଟ କରି ସାରିଥିବା ସଞ୍ଜୟ ନାୟକ ପୁଣିଥରେ ଏହି ସିନେମା ମାଧ୍ୟମରେ ଆଉ କିଛି ବଡ ଧମାକା କରିବାକୁ ଯାଉଛନ୍ତି। ନୂଆ କିଛି କରିବାର ଅନ୍ଦାଜ୍ ନେଇ ପୁରା ଟିମ୍ ଉତ୍ସାହିତ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟା ୬.୩୦ମିନିଟ୍‌ରେ ଜୀ ସାର୍ଥକରେ ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଆଗରୁ ଜୀ ସାର୍ଥକ ପକ୍ଷରୁ ଦିଦି ନମସ୍କାର, ଡିଟେକଟିଭ କରନ୍ ଅର୍ଜୁନ, ମୋ ପଣତକାନିରେ ତୁ, ଏଇ ରାଖି ତୋ ରକ୍ଷା କଵଚ ଚଳଚ୍ଚିତ୍ର ରିଲିଜ୍ ହୋଇ ବେଶ୍ ଲୋକାଦୃତ ହୋଇସାରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଏବେ ରୋଚକ ମୋଡରେ ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ 

ଭୁବନେଶ୍ଵର: ମାତ୍ର କେଇଦିନ ଭିତରେ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଛି ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’। ଗତ ଜୁଲାଇ ୧୮ ତାରିଖରୁ ପ୍ରସାରିତ ଜୀ ସାର୍ଥକର ଏହି ମେଗା ସିରିୟଲକୁ ଓଡିଶାବାସୀ ଅନେକ ଭଲପାଇବା ଦେଇଛନ୍ତି। ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ହେଉଥିବା ‘ମା ଯାହାର ସାହା’ର କାହାଣୀ ଇଶ୍ୱରଭକ୍ତି ଓ ବିଜ୍ଞାନକୁ ନେଇ ଗତିଶୀଳ। ତେବେ ଏହି କାହାଣୀକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ଏବେ ଏଥିରେ ଆସିବାକୁ ଯାଉଛି ନୂଆମୋଡ। ଯାହା ଦର୍ଶକଙ୍କୁ ଆହୁରି ରୋମାଞ୍ଚ ଭରିଦେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି।

ଜଣେ ମହାଦେବଙ୍କ ଅଂଶ। ଆଉ ଜଣେ ମହାକାଳୀଙ୍କ ଅଂଶରୁ ଜାତ। ଶିବ ଆଉ ପାର୍ବତୀ ଦୁହେଁ ପରସ୍ପର ପାଇଁ ଅଜଣା। ଜଣେ ମା କାଳୀଙ୍କର ଭକ୍ତ ଆଉ ଜଣେ ବିଜ୍ଞାନର। ଡାଃ ଶିବପ୍ରସାଦ ତ୍ରିପାଠୀ ଜଣେ ସୁନାମଧନ୍ୟ ଡାକ୍ତର ଅନ୍ୟପଟେ ପାର୍ବତୀ ଗୋଟିଏ ଗାଉଁଲି ଝିଅ। ହେଲେ ସଂସାର କିନ୍ତୁ ଦୁଇ ଦେବଅଂଶଙ୍କ ମିଳନ ଅପେକ୍ଷାରେ। ତେବେ ସଂଯୋଗବଶତଃ ଶିବ ପାର୍ବତୀ ଦୁହେଁ ନିକଟତର ହୋଇ ଉଭୟଙ୍କ ଭିତରେ ସୃଷ୍ଟି ହୋଇଛି ସମ୍ପର୍କ। ପ୍ରଥମେ ତିକ୍ତତାରୁ ଆରମ୍ଭ ହୋଇଥିବା ସମ୍ପର୍କ ଧିରେ ଧିରେ ମଧୁର ହେବା ଆରମ୍ଭ କରେ। କିନ୍ତୁ ଏହାରି ଭିତରେ ସେମାନଙ୍କ ସମ୍ପର୍କ ଭିତରେ ପଶି ଆସିଛି ଗାଁ ସରପଞ୍ଚ ସନାତନ। ସମ୍ପର୍କର ରାସ୍ତାରେ ସରପଞ୍ଚ ବାଧା ଦେବାରେ ସଫଳ ହେଉଛି କି ନାହିଁ ତାକୁ ନେଇ କାହାଣୀ ଆଗକୁ ବଢ଼ୁଛି।

ଗୋଟିଏ ପଟେ ପାର୍ବତୀ ସାମ୍ନାରେ ତା ପରିବାରର ଇଜ୍ଜତ ଆଉ ଗୋଟିଏ ପଟେ ଡାଃ ଶିବପ୍ରସାଦ। କାହାର ହେବ ପାର୍ବତୀ ? କଣ ସତରେ ଶିବପ୍ରସାଦଙ୍କୁ ରାସ୍ତାରୁ ହଟାଇପାରିବ ସନାତନ? ପାର୍ବତୀର ପରିବାର ଏବେ କରିବେ କଣ? ଶିବ ଓ ପାର୍ବତୀଙ୍କ ମିଳନ ପାଇଁ ଆଗକୁ କଣ ସବୁ ଘଟୁଛି ତାହା କାହାଣୀରେ ଅତି ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ପାର୍ବତୀ ଭୂମିକାରେ ଚୁଲବୁଲି ଅଭିନେତ୍ରୀ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡାଃ ଶିବପ୍ରସାଦ ଭୂମିକାରେ ନଜର ଆସିଛନ୍ତି ଆଲୋକ। ଅନ୍ୟମାନଙ୍କ ମଧ୍ୟରେ ଶକ୍ତିପ୍ରସାଦ ଭୂମିକାରେ ବିରେନ ମିତ୍ର, ଶୈଳଭାମା ଭୂମିକାରେ ଛନ୍ଦିତା ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ଏହି ଲୋକପ୍ରିୟ ଧାରାବାହିକ ‘ମା ଯାହାର ସାହା’।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅଗଷ୍ଟ ୨୦ ରୁ ଜୀ ସାର୍ଥକରେ ଆରମ୍ଭ ହେବ ‘ସା ରେ ଗା ମା ପା’ର ପ୍ରସାରଣ 

ଭୁବନେଶ୍ବର: ଜୀ ସାର୍ଥକରେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’। ନିକଟରେ ଏହାର ସମସ୍ତ ଅଡିସନ ଶେଷ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଏହାର ପ୍ରସାରଣ କରାଯିବ। ଓଡିଶାର ସବୁଠାରୁ ବଡ ଏହି ମ୍ୟୁଜିକ ରିୟଲିଟି ସୋ’ରେ ଜଜ୍ ଭାବେ ରହିଛନ୍ତି ଯୁବପିଢ଼ୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଦିପ୍ତୀରେଖା ପାଢ଼ୀ। ମହାଗୁରୁ ଭାବେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତି ନଜର ଆସିଛନ୍ତି। ବର୍ଷ ବର୍ଷ ଧରି ଓଡିଆ ସଂଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଇରାଙ୍କୁ ପ୍ରଥମ ଥର ପାଇଁ ମ୍ୟୁଜିକ ରିୟଲିଟି ସୋ’ରେ ମହାଗୁରୁ ଭାବେ ଦେଖିବାକୁ ମିଳିବ।

ଜୀ ସାର୍ଥକରେ ପ୍ରସାରିତ ଓଡିଶାର ସବୁଠାରୁ ବଡ ମ୍ୟୁଜିକ ରିୟଲିଟି ସୋ ‘ସା ରେ ଗା ମା ପା’ରୁ ସଫଳତା ପାଇ ଅନେକ କଣ୍ଠଶିଳ୍ପୀ ଏବେ ଓଡିଆ ସଂଗୀତ ଦୁନିଆରେ ରାଜ୍ କରୁଛନ୍ତି। ଏହି ମେଗା ସୋ ଅନେକ ଜଣଙ୍କୁ ପ୍ରସିଦ୍ଧ କରାଇଛି। ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ସୁଯୋଗ।

ଏହି ସିଜିନରେ ଅଡିସନ ରାଉଣ୍ଡରୁ ହଜାର ହଜାର ପ୍ରତିଯୋଗୀମାନଙ୍କ ମଧ୍ୟରୁ ବଛା ହୋଇ ଓଡିଶାର ବିଭିର୍ଣ୍ଣ ସହରରୁ ଆସିଛନ୍ତି କିଛି ଭିର୍ଣ୍ଣ ଧରଣର କଣ୍ଠଶିଳ୍ପୀମାନେ, ଯେଉଁମାନେ ଏଥର ‘ସା ରେ ଗା ମା ପା” ମଞ୍ଚରେ କରିବେ ଧମାଲ। ଗତ ସିଜିନ ତୁଳନାରେ ଚଳିତଥର ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ ଓଡିଶାରେ ଚହଳ ପକାଇବା ଆରମ୍ଭ କରିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

କାଉଡିଆମାନଙ୍କ ପାଇଁ ଜୀ ସାର୍ଥକ ତରଫରୁ “ବୋଲେ ବମ ସେବା ଶିବିର”

ଭୁବନେଶ୍ବର: ଶ୍ରାବଣ ମାସର ଶେଷ ସୋମବାରରେ ମାନସିକଧାରୀ ଶୈବ ଭକ୍ତ ଶିବ ଲିଙ୍ଗରେ ପାଣି ଢାଳିଛନ୍ତି। ହରହର ମହାଦେବ ନାରାରେ କମ୍ପିଛି ପରିବେଶ। ତେବେ ମହାପ୍ରଭୁ ଶିବଙ୍କ ଜଳାଭିଷେକ ଲାଗି ଶୈବପୀଠରେ କାଉଡିଆଙ୍କ ଭିଡ ଜମିଥିବା ବେଳେ ଶେଷ ପାଳିରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କାଉଡିଆ ମାନେ ଜଳାଭିଷେକ କରିଛନ୍ତି। କାଉଡିଆ ମାନଙ୍କୁ ଉତ୍ସାହିତ କରିବାକୁ ପାହାଳ ଛକ ନିକଟରେ ଜୀ ସାର୍ଥକ ତରଫରୁ ଏକ “ବୋଲ ବମ ସେବା ଶିବିର” ଆୟୋଜିତ ହୋଇଥିଲା। ଯେଉଁ ବୋଲ ବମ ଭକ୍ତ ମାନେ ଜଳାଭିଷେକ କରିବାକୁ ଯାଉଥିଲେ ସେମାନଙ୍କ ପାଇଁ ସେଠାରେ ଖାଦ୍ୟ, ପାନୀୟ ଜଳ ଓ ସ୍ନାନର ବ୍ୟବସ୍ଥା କରାଯାଇଥିଲା। ସଂନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ବି ଆୟୋଜିତ ହୋଇଥିଲା। ସାରେଗାମାପାର କଣ୍ଠଶିଳ୍ପୀ ଏବଂ ଅନ୍ୟ ଭଜନ କଣ୍ଠ ଶିଳ୍ପୀ ମାନେ ଆସି ସଂନ୍ଧ୍ୟାରେ ଶିବଙ୍କ ଭଜନ ପରିବେଷଣ କରିଥିଲେ।

ଜୀ ସାର୍ଥକ ର ଏହି ଅଭିନବ ପ୍ରୟାସରେ ଓଡିଆ ସିନେମା ଓ ଧାରାବାହିକ କଳାକାର କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଦେବାଶିଷ, ଦୀପକ, ଲିପ୍ସା ମିଶ୍ର, ଶୁଭାଶିଷ ଶର୍ମା, ଅଙ୍କିତ କୁମାର, ଋଷିକ ମିଶ୍ର, ହିରଣ୍ମୟୀ ଦାସ, ବାଦଲ ମହାନ୍ତି, ଦୀପିକା ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭକ୍ତଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସେବା କରିଥିଲେ। ତେବେ ଭକ୍ତଙ୍କ ପାଇଁ ଜୀ ସାର୍ଥକ ତରଫରୁ ଏହି ଅଭିନବ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡିଶା ଦର୍ଶକଙ୍କ ବେଶ ପସନ୍ଦ ପାଲଟିଛି ‘ମୋ ଅଗଣାର ତୁଳସୀ ତୁ’

ଭୁବନେଶ୍ବର: ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ତାର ସ୍ୱପ୍ନକୁ ସତ କରିବାକୁ ରାଜଧାନୀ ଭୁବନେଶ୍ୱର ଆସିଛି। ଜଣକ ଘରେ ରହିବା ହାଣ୍ଡିଶାଳ ସମ୍ଭାଳିବାକୁ ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି। କିନ୍ତୁ ସେଇ ହାଣ୍ଡିଶାଳୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ସକ୍ଷମ ହୋଇଛି। ‘ମୋ ଅଗଣାର ତୁଳସୀ ତୁ’ ସୁଟିଂ ସେଟରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଆଉ ଗୋଟିଏ ଗାଉଁଲୀ ଝିଅର ସିନ୍ଦୂରର ସୁରକ୍ଷାର ଚିତ୍ର।

ଜୀ ସାର୍ଥକରେ ପ୍ରସାରିତ ‘ମୋ ଅଗଣାର ତୁଳସୀ ତୁ’ର ସୁଟିଂ ଚାଲିଛି। ନିପଟ ମଫସଲ ଗାଁର ତୁଳସୀ ପରିବାରର ବୋଝ ହାଲୁକା କରିବାକୁ ଏବଂ ଭାଇର ଅପରେସନ କରିବାକୁ ଚିନ୍ତା କରିଛି। ତା ହାତ ତିଆରି କ୍ରୀମର ଦୋକାନ ଖୋଲି ଏସବୁ ଦୁଃଖ ଦୂର କରିବାକୁ ସେ ଚାହିଁଛି। କିନ୍ତୁ ଭାଗ୍ୟର ଖେଳ ଅଲଗା। ତୁଳସୀ ଭୁବନେଶ୍ୱର ଆସିଛି। ବିଶିଷ୍ଟ ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ହାଣ୍ଡିଶାଳ ସମ୍ଭାଳିବା ଦାୟିତ୍ୱ ମିଳିଛି ତୁଳସୀକୁ। ନିଜ ଦାୟିତ୍ୱ ଅତି ନିଖୁଣତାର ସହ ସମ୍ଭାଳୁଥିବା ତୁଳସୀକୁ ସାମନ୍ତରାୟ ପରିବାର ଆପଣାଇ ନେଇଛି। ରୋଷେୟାରୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି। ହେଲେ ତୁଳସୀ ଭିତରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ ବରଂ ସେ କାଲି ଯାହା ଥିଲା ଆଜି ବି ସେମିତି ରହିଛି।

ତେବେ ହଠାତ ତୁଳସୀର ନିକଟତର ହୁଅନ୍ତି ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ବଡ ପୁଅ ଚନ୍ଦନ। ସମୟ ଓ ପରିସ୍ଥିତି ତୁଳସୀକୁ ଏମିତି ଏକ ମୋଡରେ ଛିଡା କରିଦିଏ ଯେଉଁଠି ସେ ଆତ୍ମହତ୍ୟାର ରାସ୍ତା ବାଛିନିଏ। ତେବେ ତୁଳସୀ ଜୀବନରେ ଚନ୍ଦନର ଭୂମିକା କିଭଳି ରହୁଛି ଓ ଉଭୟଙ୍କୁ ସାମନ୍ତରାୟ ପରିବାର କେଉଁଭଳି ଗ୍ରହଣ କରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି। ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେଉଛି ‘ମୋ ଅଗଣାର ତୁଳସୀ ତୁ’। ଯାହାକୁ ଓଡିଶା ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଏଥିରେ ଅଙ୍କିତ, ହିରଣ୍ୟମୟୀ, ଡେଜି, ସୋମା ହୋତା,ନମିତା ଅଭିନୟ କରୁଛନ୍ତି।
ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ଦାସ, ସଂଳାପ ଆଲୋକ ରାୟ, ପ୍ରଯୋଜନା କରୁଛନ୍ତି ବିଜୟ କାଣ୍ଡୋଇ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ ଖୁବଶୀଘ୍ର ଆସୁଛି ‘ସାରେଗାମାପା– ସ୍ୱରର ମହାମଞ୍ଚ’: ଆଜିଠୁ ଆରମ୍ଭ ହେଲା ଅଡିସନ

ଭୁବନେଶ୍ବର: ଜୀ ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା– ସ୍ୱରର ମହାମଞ୍ଚ’। ଯେଉଁ ସୋ’ରୁ ସଫଳତା ପାଇ ଆଜି ଓଡିଆ ସଂଗୀତ ଦୁନିଆରେ ଅନେକ ରାଜ୍ କରୁଛନ୍ତି, ସେହି ମେଗା ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି। ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ। ଗତ ସିଜିନ ତୁଳନାରେ ଚଳିତଥର ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ ଓଡିଶାରେ ଚହଳ ପକାଇବା ଆରମ୍ଭ କରିଛି।

ଏହି ମେଗା ସୋ’ ପାଇଁ ଅଡିସନ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓ ବାଲେଶ୍ୱରରେ ନିକଟରେ ଅଡିସନ ଶେଷ ହୋଇଥିବା ବେଳେ ବୁଧବାର କେନ୍ଦୁଝରରେ ବି ଅଡିସନ ହୋଇଛି। ଶହ ଶହ ସଂଖ୍ୟାରେ ପ୍ରତିଯୋଗୀମାନେ ଅଡିସନ ଭାଗ ନେଉଛନ୍ତି। ଆଜି ବଲାଙ୍ଗୀରରେ ଅଡିସନ ହୋଇଥିବା ବେଳେ ଆସନ୍ତାକାଲି ରାଉରକେଲା, ୨୭ରେ ଯାଜପୁର ଟାଉନ, ଅଗଷ୍ଟ ୨ରେ ବ୍ରହ୍ମପୁର ଓ ଅଗଷ୍ଟ ୭ ରେ କଟକରେ ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଜୀ ସାର୍ଥକ ଚ୍ୟାନେଲ କିମ୍ବା ଚ୍ୟାନେଲର ସୋସିଆଲ ମିଡିଆ ପେଜ ସହ ଯୋଡି ହୋଇ ରହିବାକୁ ଚ୍ୟାନେଲ ପକ୍ଷରୁ କୁହାଯାଇଛି। ‘ସା ରେ ଗା ମା ପା’ ହେଉଛି ଓଡିଆ ଟିଭି ଦୁନିଆରେ ସବୁଠାରୁ ବଡ ମ୍ୟୁଜିକ ରିୟାଲିଟି ସୋ। ଏହି ସୋ ମାଧ୍ୟମରେ ଓଡିଶାର କୋଣ ଅନୁକୋଣରୁ କଳାକାରମାନେ ଢ଼େର ସୁଯୋଗ ପାଇଥାନ୍ତି। ଏମିତିକି ଏହି ରିୟଲିଟି ସୋରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି। ସେମାନଙ୍କ ଭଳି ନୂଆ ପିଢ଼ୀର କଣ୍ଠଶିଳ୍ପୀମାନେ ଏହି ବଡ ପ୍ଲାଟଫର୍ମରେ ନିଜକୁ ପ୍ରମାଣିତ କରିପାରିବେ।

‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ଏଥର ଜଜ୍ ଭାବେ ରହିବେ ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ ସ୍ୱୟମ୍ ପାଢ଼ୀ, କୁଲଦୀପ ପଟ୍ଟନାୟକ, ଦିପ୍ତୀରେଖା ପାଢ଼ୀ, ଅସୀମା ପଣ୍ଡା। ଓଡିଶାର ଏହି ନାମୀଦାମୀ କଣ୍ଠଶିଳ୍ପୀମାନେ ନୂଆ ପ୍ରତିଭାମାନଙ୍କୁ ବିଚାରକଭାବେ ରହି ଚୟନ କରିବେ। ସେହିଭଳି ମହାଗୁରୁ ଭାବେ ବରିଷ୍ଠ ତଥା ପ୍ରତିଷ୍ଠିିତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କୁ ଦେଖିବାକୁ ମିଳିବ। ମହାଗୁରୁ ଭାବେ ଈରା ପ୍ରଥମ ଥର ପାଇଁ ମ୍ୟୁଜିକ ରିୟାଲିଟି ସୋରେ ରହିବେ। ବର୍ଷ ବର୍ଷ ଧରି ଓଡିଆ ସଂଗୀତ ଦୁନିଆରେ ରାଜ୍ କରିଛନ୍ତି ଇରା ମହାନ୍ତି। ଅନେକ ଭାବପୂର୍ଣ୍ଣ ଭଜନ ସହ ସୁପରହିଟ୍ ଆଲବମ୍ ଓ ବମ୍ପର ହିଟ୍ ସିନେମା ଗୀତରେ ସେ କଣ୍ଠଦାନ କରିଛନ୍ତି। ଏଥର ଆହୁରି ବଡ ଧରଣର ହେବାକୁ ଯାଉଛି ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ୧୮ ଜୁଲାଇରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ମା ଯାହାର ସାହା’ 

ଭୁବନେଶ୍ବର: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି ଆଉ ଏକ ନୂଆ ମେଗା ସିରିୟଲ। ‘ମା ଯାହାର ସାହା’ ନାମରେ ଏହି ନୂଆ ସିରିୟଲଟି ଆସନ୍ତା ୧୮ ଜୁଲାଇ ଠାରୁ ପ୍ରସାରିତ ହେବ। ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦର୍ଶକମାନେ ‘ମା ଯାହାର ସାହା’ ଦେଖିପାରିବେ। ବିଜ୍ଞାନ ଓ ଇଶ୍ୱର ଭକ୍ତିର ଅପୂର୍ବ ସଂଯୋଗ ଏହି ସିରିୟଲରେ ଦେଖିବାକୁ ମିଳିବ। ଓଡିଆ ମନୋରଂଜନ ଦୁନିଆରେ ଏହି ମେଗା ସିରିୟଲ ‘ମା ଯାହାର ସାହା’ ଏକ ବଡ ମାଇଲଖୁଣ୍ଟ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି।

ବିଜ୍ଞାନକୁ ବିଶ୍ୱାସ କରୁଥିବା ଡା. ଶିବ ପ୍ରସାଦ ତ୍ରିପାଠୀ ଓ ମା’ କାଳୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖୁଥିବା ପାର୍ବତୀ ମଧ୍ୟରେ ପ୍ରେମ ସମ୍ପର୍କକୁ ଅତି ନିଛକ ଢ଼ଙ୍ଗରେ ପରିବେଷଣ କରାଯାଇଛି। ବିଜ୍ଞାନ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥିବା ଜଣେ ଦାବି କରୁଥିବା ବେଳେ ଇଶ୍ୱର ହିଁ ସର୍ବଶକ୍ତିମାନ ଓ ସାରା ସଂସାର ଇଶ୍ୱରଙ୍କ ନିର୍ଦ୍ଦେଶରେ ଚାଲେ ବୋଲି ଆଉ ଜଣେ ଦାବି କରେ ।ସେହିଭଳି ଶୈଳଭାମା ଓ ଶକ୍ତି ପ୍ରସାଦ ନାମରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାକୁ ଘରେ ରହିଥିବା ଖଳନାୟକମାନଙ୍କୁ ବି ବେଶ ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ମା’ କାଳୀଙ୍କ ଆଶୀର୍ବାଦରେ କିଭଳି ସୁନା ସଂସାର ଆଗକୁ ବଢ଼େ ଓ କେଉଁ ଘଟଣା ପ୍ରଭାବିତ କରେ ତାହା ଅତି ନିଖୁଣ ଭାବେ ଦେଖାଯାଇଛି।

ଓଡିଆ ଦର୍ଶକଙ୍କ ଭାବନାକୁ ବୁଝି ପାରୁଥିବା ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ନୂଆ ମେଗା ସିରିୟଲରେ ପାର୍ବତୀ ଭୂମିକାରେ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡା. ଶିବପ୍ରସାଦ ଭୁମିକାରେ ଆଲୋକ ଅଭିନୟ କରିଛନ୍ତି। ଶୈଳଭାମା ଚରିତ୍ରରେ ଛନ୍ଦିତା ପାଢ଼ୀ ଓ ଶକ୍ତିପ୍ରସାଦ ଭାବେ ବିରେନ ମିତ୍ର ଚମତ୍କାର ଅଭିନୟ କରିଛନ୍ତି। ଆସନ୍ତା ଜୁଲାଇ ୧୮ରୁ ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଦେଖିବାକୁ ଭୁଲିବେନି ‘ମା ଯାହାର ସାହା’। ଏଥି ପୂର୍ବରୁ ସୁନା ଝିଅ ଧାରାବାହିକ କୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି। “ମା ଯାହାର ସାହା” ବି ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ଜୀ ସାର୍ଥକ ର ଚ୍ୟାନେଲ ମୁଖ୍ୟ ପ୍ରତିକ ସିଲ୍ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁଲାଇ ୩ ତାରିଖରେ ଜୀ ସାର୍ଥକରେ ଦେଖନ୍ତୁ ‘ସିନେ ମହାମିଳନ’ 

ଭୁବନେଶ୍ବର: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି “ସିନେ ମହାମିଳନ”। ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଏହାର ପ୍ରସାରଣ ହେବ। ଏହି ମହାମଞ୍ଚରେ ଓଡିଶା ସିନେ ଇଣ୍ଡଷ୍ଟ୍ରିର ସବୁ ମେଗାଷ୍ଟାରମାନଙ୍କୁ ଦେଖିବାକୁ ପାଇବେ। ଯେଉଁମାନେ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଇବେ।

ସିଦ୍ଧାନ୍ତ, ବାବୁସାନ, ଅରିନ୍ଦମ, ସବ୍ୟସାଚ୍ଚୀ,ଶ୍ରୀତମ ଦାସ, ବୁଦ୍ଧାଦିତ୍ୟ, ସ୍ୱରାଜ, ଜ୍ୟୋତି, ଦେବାଶୀଷ, ଆକାଶ, ପୁପିନ୍ଦର ଓ ରାକେଶଙ୍କ ସହ ମହାଶ୍ୱେତା ରାୟ, ଅନୁ ଚୌଧୁରୀ, ଭୂମିକା, ଶିବାନୀ, ନିକିତା ମିଶ୍ର, ଶୀତଳ, ସୂର୍ଯ୍ୟମୟୀ, ପ୍ରକୃତି, ଏଲି, ତମ୍ମନା ବ୍ୟାସ, ଦିବ୍ୟା, ବିଦୁସ୍ମିତା ଓ ଉଷସୀ ମିଶ୍ରଙ୍କ ଏମିତି ବହୁତସାରା ମେଗାଷ୍ଟାରଙ୍କୁ ଗୋଟିଏ ମଂଚରେ ଦେଖିବାକୁ ପାଇବେ।

ଧମାକାଦାର ପରଫମାନ୍ସ ସହ ନାଚଗୀତର ଆସରରେ ଝୁମିବ ପୁରା ଓଡିଶା। ସବୁ ମେଗାଷ୍ଟାରମାନଙ୍କୁ ଏକାଠି ଗୋଟିଏ ମଂଚରେ ଦେଖିବାକୁ ସମସ୍ତଙ୍କର ଆଗ୍ରହ ଓ ଉତ୍ସାହ ବଢ଼ିଚାଲିଛି।

ଏହି କାର୍ଯ୍ୟକ୍ରମରେ ନାଚଗୀତ ସାଙ୍ଗକୁ ଆହୁରି ବହୁତ କିଛି ମଜାମସ୍ତୀ ଦେଖିବାକୁ ମିଳିବ। ଏହା ଏକ ଭିନ୍ନ ଧରଣର ମନୋରଂଜନର କାର୍ଯ୍ୟକ୍ରମ ଯେଉଁଥିରେ ଓଲିଉଡର ସମସ୍ତ ମେଗାଷ୍ଟାର ମାନେ ଅଂଶଗ୍ରହଣ କରିଛନ୍ତି। ଓଡିଆ ମନୋରଂଜନ ଚ୍ୟାନେଲ ଦୁନିଆରେ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଦେଖନ୍ତୁ ଜୀ ସାର୍ଥକରେ ‘ସିନେ ମହାମିଳନ’।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଲୋକଙ୍କ ସହ ଯୋଡି ହେବା ପାଇଁ ‘ଜୀ ସାର୍ଥକ’ର ଅଭିନବ ପ୍ରୟାସ: ଗାଁ ଗହଳିରେ ପହଞ୍ଚିବ ଏଲଇଡି ଭ୍ୟାନ

ଭୁବନେଶ୍ୱର: ଆପଣମାନଙ୍କ ପାଖରେ ଜୀ ସାର୍ଥକ ପହଞ୍ଚିବ। ସେଥିପାଇଁ ଜୀ ସାର୍ଥକ ଏକ ଭିନ୍ନ ଢଙ୍ଗରେ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଲଇଡି ଭ୍ୟାନ ମାଧ୍ୟମରେ ସମସ୍ତ ଜ଼ିଲ୍ଲାରେ ଜୀ ସାର୍ଥକ ଭିନ୍ନ ଢଙ୍ଗରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଗତକାଲି ଠାରୁ ଏହାର ଶୁଭାରମ୍ଭ କରାଯାଇଛି।

ଏହି ଭ୍ୟାନ ଓଡିଶାର ସମସ୍ତ ଜିଲ୍ଲାର ବିଭିନ୍ନ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ସମ୍ପର୍କକୁ ଆହୁରି ମଜଭୁତ କରିବ। ଜୀ ସାର୍ଥକର ସିରିୟଲ ଅଭିନେତ୍ରୀମାନଙ୍କ ଫଟୋସହ ବ୍ରାଣ୍ଡ ଫିଲ୍ମ ଭିଡ଼ିଓ ଏହି ଭ୍ୟାନରେ ସ୍ଥାନ ପାଇଛି। ଓଡିଆ ଦର୍ଶକଙ୍କ ସହ ଯୋଡି ହେବାକୁ ଏହା ଏକ ଭିନ୍ନ ପ୍ରୟାସ।

ତେବେ ନିକଟରେ ଚ୍ୟାନେଲ ତରଫରୁ ନୂଆ ବ୍ରାଣ୍ଡ ପରିଚୟ ପ୍ରସ୍ତୁତ କରାଯାଇଛି। ଯାହାର ନାଁ ରହିଛି, ‘ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ’.. ଏହି ଥିମ୍ ଓ ବ୍ରାଣ୍ଡ ଫିଲ୍ମ ପ୍ରମୋସନ ପାଇଁ ଏଲଇଡି ଭ୍ୟାନ ଓଡିଶାର ସମସ୍ତ ଜ଼ିଲ୍ଲାରେ ପ୍ରଚାର କରିବ। ଏହି ଟାବଲୋରେ ଲାଗିଥିବା ଏଲଇଡିରେ ଲୋକେ ଜୀ ସାର୍ଥକରେ ପ୍ରସାରିତ ସିରିୟଲ ଓ ଫିଲ୍ମର ପ୍ରମୋ ଦେଖିପାରିବେ।

ନୂଆ ନୂଆ କାହାଣୀ ସହ ସିରିୟଲ ଏବଂ ସିନେମା ଓଡିଆ ଦର୍ଶକଙ୍କୁ ଭେଟି ଦେଉଛି ଜୀ ସାର୍ଥକ। ଝିଲି, ସର୍ବଜୀତା ଅନୁ, ବିଜୟିନୀ, ସୁନା ଝିଅ ଓ ଦିଦି ନମ୍ବର ୧ ଭଳି ସିରିୟଲ ଦର୍ଶକଙ୍କ ଦ୍ୱାରା ଆଦୃତି ପାଇଛି। ତେଣୁ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଓଡିଶାର ପୁର ପଲ୍ଲୀରେ ୨ଟି ଭ୍ୟାନ ପରିଭ୍ରମଣ କରିବ।

ବିଭିନ୍ନ ଗେମ ସୋ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରିବା ସହ ଜୀ ସାର୍ଥକର ବ୍ରାଣ୍ଡ ପ୍ରମୋସନ ଭିନ୍ନ ଢ଼ଙ୍ଗରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଜୀ ସାର୍ଥକ ପ୍ରତି ଦର୍ଶକଙ୍କ ଭଲପାଇବା ବଢ଼ି ଚାଲିଥିବା ବେଳେ ଏହି ବ୍ରାଣ୍ଡ ଭ୍ୟାନ ଆକ୍ଟିଭିଟି ପୁଣି ନୂଆ ଇତିହାସ ଲେଖିଛି ବୋଲି ମୁଖ୍ୟ ଚ୍ୟାନେଲ ଅଧିକାରୀ ପ୍ରତୀକ ସିଲ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ: ‘ନାଲି ବିନ୍ଦୁ’ ଅଭିଯାନ

ଭୁବନେଶ୍ଵର: ଓଡିଶାରେ ମହିଳାଙ୍କ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଅଭିନବ ଢ଼ଙ୍ଗରେ ଜୀ ସାର୍ଥକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନର ନାଁ ରହିଛି ‘ନାଲି ବିନ୍ଦୁ’ ଅଭିଯାନ। ଯାହା ଏବେ ଓଡିଶାର ଘରେ ଘରେ ପହଞ୍ଚି ଯାଇଛି। ମହିଳାଙ୍କ ମଧ୍ୟରେ ସର୍ବାଧିକ ସଚେତନତା ସୃଷ୍ଟି କରିବା ସହ ଏ ନେଇ ଶିକ୍ଷାଦାନ ଯୋଗାଇବା ଲକ୍ଷ୍ୟରେ ‘ନାଲି ବିନ୍ଦୁ’ ଭିଜୁଆଲ କ୍ୟାମ୍ପେନ ଆରମ୍ଭ କରାଯାଇଛି। ଓଡିଶାର ଗଣପର୍ବ ରଜପର୍ବ ମଧ୍ୟ ଏହାକୁ ପ୍ରତିନିଧିତ୍ୱ କରୁଥିବାରୁ ରଜପର୍ବ ଠାରୁ ଲୋକପ୍ରିୟ ଓଡିଆ ଚ୍ୟାନେଲ ଜୀ ସାର୍ଥକ ‘ନାଲିବିନ୍ଦୁ’ କ୍ୟାମ୍ପେନ ଲୋକଙ୍କ ପାଖରେ ପହଂଚିବା ଆରମ୍ଭ ହୋଇଛି।

ମାସିକ ଋତୁସ୍ରାବ କାରଣରୁ ଅଧିକାଂଶ କିଶୋରୀ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି। ମାସକୁ ଅନ୍ୟୁନ ୫ ଦିନ କିଶୋରୀମାନେ ସ୍କୁଲ ଯାଇପାରୁ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୁଏ। ଫଳରେ ଲକ୍ଷ ଲକ୍ଷ ଛାତ୍ରୀ ମାନସିକ ଭାବେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି। ଗ୍ରାମାଞ୍ଚଳରେ ଏହି ହାର ଅଧିକ ରହିଥିବା ବେଳେ ସାନିଟାରୀ ନାପକିନ ବ୍ୟବହାର ଦିଗରେ ମଧ୍ୟ ସଚେତନ କରିବାର ଆବଶ୍ୟକତା ରହିଛି। ରଜପର୍ବରେ ଧରଣୀରାଣୀ ରଜସ୍ୱିଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ଏହି ପର୍ବରେ ଏଭଳି ମହାନ ଅଭିଯାନ ଆରମ୍ଭ କରି ଜୀ ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କେବଳ ସେତିକି ନୁହେଁ ‘ନାଲି ବନ୍ଧୁ’ ସ୍ଲୋଗାନ ସହ କିଶୋରୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଆହ୍ୱାନ ଦେଇଛି ଜୀ ସାର୍ଥକ।

ଜୀ ସାର୍ଥକର ଏହି ଅଭିନବ ଅଭିଯାନ ସମ୍ପର୍କରେ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ କୁହନ୍ତି, “ ଓଡିଶାରେ ମହିଳାମାନଙ୍କୁ ଋତୁସ୍ରାବ ସମ୍ପର୍କରେ ସଚେତନ କରିବାକୁ ଏଭଳି ଏକ ଅଭିଯାନ ଆମେ ଆରମ୍ଭ କରିଛୁ। ଏହାଦ୍ୱାରା ସଚେତନତା ବଢ଼ିବା ସହ ଲୋକମାନଙ୍କ ସହ ଯୋଗାଯୋଗ ବୃଦ୍ଧି ହୋଇପାରିବ। ସେହିଭଳି ଆମେ ସମସ୍ତେ ଚାହିଁଲେ ପ୍ରତିମାସରେ ଛାତ୍ରୀମାନଙ୍କୁ ୫ ଦିନ ସ୍କୁଲ ବନ୍ଦ କରିବାରୁ ରୋକା ଯାଇପାରିବ। ଏ ଦିଗରେ ଆମ ସମସ୍ତଙ୍କୁ ଗୁରୁତ୍ୱ ଦେବାକୁ ପଡିବ। ଜୀ ସାର୍ଥକ ଏନେଇ ‘ନାଲି ବନ୍ଧୁ’ ଅଭିଯାନ ଆରମ୍ଭ କରିଛି , ଯେଉଁଥିରେ ସାଧାରଣ ଲୋକେ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ।”

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡିଆ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକ ଉପସ୍ଥାପନ କରୁଛି ତାର ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ 

ଭୁବନେଶ୍ୱର: ଜୀ ସାର୍ଥକ, ସବୁଠୁ ଅଗ୍ରଣୀ ଓ ସବୁଠୁ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ ଦୀର୍ଘ ଦିନରୁ ସୁସମ୍ପର୍କକୁ ଏକ ମହତ୍ୱପୂର୍ଣ୍ଣ ରୂପ ଦେବା ପାଇଁ ଏବଂ ଓଡିଶାର ନାରୀମାନଙ୍କ ପ୍ରତି ଉଚ୍ଛ୍ୱସିତ ପ୍ରଶସ୍ତି ଜଣାଇବା ପାଇଁ ଗୀତିକବିତା ମାଧ୍ୟମରେ ଆଜି ଏକ ନୂତନ ପ୍ରଚାରିଭାନ ଆରମ୍ଭ କରିଛି। ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଚ୍ୟାନେଲର ଜନପ୍ରିୟ ଚରିତ୍ରଗୁଡିକ ଆଧାରରେ ନୂଆ ପ୍ରଚାରିଭାନଟି ପ୍ରସ୍ତୁତ କରାଯାଇଛି। ଏହି କ୍ୟାମ୍ପେନରେ ଗୀତଟି ଗାଇଛନ୍ତି ସୁପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର ଆକୃତି କାକର ଏବଂ ସଂଗୀତ ପରିଚାଳନା କରିଛନ୍ତି ଇନ୍ଦ୍ରଜୀତ ଦାସଗୁପ୍ତା। ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଧରଣର ଶୋ’। ସମ୍ପର୍କ ବନ୍ଧନରେ ବାନ୍ଧି ହେଉଥିବା ସରସ କାହାଣୀ ଏବଂ ସଦ୍ୟ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟ, ଯାହାକି ସାମଗ୍ରିକ ଭାବେ ଆଣିଦିଏ ଏକ ବର୍ଦ୍ଧିତ ଦର୍ଶକଙ୍କ ଅନୁଭୂତି – ଏହିସବୁ ମାଧ୍ୟମରେ ଏଇ ଚ୍ୟାନେଲର ଆଭିମୁଖ୍ୟ ହେଉଛି ଦର୍ଶକମାନଙ୍କ ସହିତ ସମ୍ପର୍କକକୁ ଆହୁରି ନିବିଡ କରିବା।

ବିଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ତାର ଜନପ୍ରିୟ ଓ ପ୍ରଧାନ ଶୋ’ ଗୁଡିକ ଯେପରି ଝିଲୀ, ବିଜୟିନୀ, ସନାଝିଅ ସାଙ୍ଗକୁ ଦିଦି ନଂ ୧, ସାରେଗାମାପା ଏବଂ ଆହୁରି ଅନେକଗୁଡିଏ ଆଇପି ଫର୍ମାଟକୁ ନେଇ ନିଜର ପ୍ରାଧାନ୍ୟ ଯଥେଷ୍ଟ ବଢ଼ାଇଛି। ଫିକସନ ଓ ନନଫିକସନ ଶୋ’ ଗୁଡିକର ଉତ୍ତମ ମିକ୍ସ ତିଆରି ଓ ସଂଗ୍ରହ, ଯାହା ଦର୍ଶକମାନଙ୍କ ମଧ୍ୟରେ ଅନବରତ ବ୍ୟାପକ ଜନପ୍ରିୟତା ସୃଷ୍ଟି କରି ଆସୁଛି, ସେ କ୍ଷେତ୍ରରେ ପ୍ରଧାନ ଚ୍ୟାନେଲ ହିସାବରେ ଜୀ ସାର୍ଥକ ଦୃଢ଼ ଭାବରେ ଅନୁସରଣ କରିଚାଲିଛି ଏକ ଉପଭୋକ୍ତା କେନ୍ଦ୍ରିକ ଦୃଷ୍ଟିଭଙ୍ଗୀ। ସମ୍ପୂର୍ଣ୍ଣ ନୂଆ କ୍ୟାମ୍ପେନଟିରେ ରହିଛି ଉତ୍କଳୀୟ ନାରୀମାନଙ୍କର ଆବେଗ ଓ ନମନୀୟତା ଯାହା ଚ୍ୟାନେଲର ବିଷୟବସ୍ତୁ ବା କଣ୍ଟେଣ୍ଟ ତତ୍ୱ ମଧ୍ୟରେ ପ୍ରତିଫଳିତ।

ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତିକ ସିଲ୍ ଚ୍ୟାନେଲର ନୂଆ କ୍ୟାମ୍ପେନ ବିଷୟରେ ଦର୍ଶାଇ କହିଥିଲେ “ ଆମେ ଆଶା କରୁ ଦର୍ଶକଙ୍କ ପ୍ରଥମ ଫିଲୋସଫି ବିଷୟରେ ଅବଗତ ହୋଇ ଆମର ଦର୍ଶକମଣ୍ଡଳୀଙ୍କୁ ଅବ୍ୟାହତ ମନୋରଂଜନ ଦେଇପାରିବୁ। ଝିଲୀ ଓ ଦିଦି ନଂ ୧ ଭଳି ସାମ୍ପ୍ରତିକ ଶୋ’ରୁ ଯେଉଁ ସାଫଲ୍ୟ ମିଳିଛି, ତାହା ଆହୁରି ସୁନ୍ଦର ମନୋରଂଜନ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିକୁ ଅଧିକ ଦୃଢ଼ କରିବାର ବଡ ଭୂମିକା ଦେଇଛି। ଆଗାମୀ ଦିନରେ ଆମ ଦର୍ଶକମଣ୍ଡଳୀଙ୍କ ପାଇଁ ଆମ ପାଖରେ ରହିଛି ବିଶେଷ ଆକର୍ଷକଣୀୟ କଣ୍ଟେଣ୍ଟ ମାନ , ଯାହା ମଧ୍ୟରେ ଅଛି ନୂଆ ସିଜିନର ଖୁବ ଜନପ୍ରିୟ ଶୋ’ ସା ରେ ଗା ମା ପା, ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ଏବଂ ଆହୁରି ଅନେକ ନୂଆ କାହାଣୀ। ଆମେ ମଧ୍ୟ ବହୁ ପ୍ରତ୍ୟାଶିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରାର ଧାରା ବିବରଣୀ ସମ୍ପ୍ରସାରଣ କରିବୁ। ଚ୍ୟାନେଲର ମନୋରଂଜନ କ୍ଷେତ୍ରରେ ସାଫଲ୍ୟ ରହିଛି, ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ହେଉଛି ଆଉ ଏକ ଉଚ୍ଚତା, ଯାହା ଆମର ଦର୍ଶକ ଅନୁଭୂତି ବଢ଼ାଇବା ସହିତ ଦର୍ଶକମଣ୍ଡଳୀଙ୍କ ସହ ଆମର ସମ୍ପର୍କକୁ ଆହୁରି ଘନିଷ୍ଠ କରିବ।”

ଏହ ଘୋଷଣା ଉପରେ ମୁଖ୍ୟ କ୍ଲଷ୍ଟର ଅଫିସର – ଇଷ୍ଟ ଜୀ ଏଣ୍ଟରଟେନମେରଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଜୀଲ୍‌) ଶ୍ରୀ ସମ୍ରାଟ ଘୋଷ କହିଥିଲେ, “ ଜୀରେ ଆମେ ସର୍ବଦା ଦର୍ଶକମାନଙ୍କୁ କେନ୍ଦ୍ରରେ ରଖିଥାଉ। ଏହା ସହିତ ଆମର କଣ୍ଟେଣ୍ଟ ସ୍ଲେଟର ଅଙ୍ଗ ହିସାବରେ ଶୋ’ ଗୁଡିକର କଠିନ ଅଥଚ ମନୋରଂଜନଧର୍ମୀ ମିକ୍ସକୁ ପ୍ରସ୍‌ୁତ କରିବା ପାଇଁ ଡିଜାଇନର ଚିନ୍ତାଧାରା ଭଳି ଦିଗଗୁଡିକୁ ବି ଆଗେଇ ନେଇଛୁ। ଜୀ ସାର୍ଥକ ହେଉଛି ନଂ ୧ ଓଡିଆ ଜିଇସି ଚ୍ୟାନେଲ ଓ ଭାରତର ଅନ୍ୟତମ ସଫଳ ଆଞ୍ଚଳିକ ଜିଇସି ଚ୍ୟାନେଲ । ଆମର ବ୍ରାଣ୍ଡ ଏବଂ କଣ୍ଟେଣ୍ଟ ସବୁବେଳେ ପ୍ରଗତୀଶୀଳ ଓ ସାଂସ୍କୃତିକ ମୂଳ ଚିନ୍ତାଧାରା ଉପରେ ଭିତ୍ତି କରିଥାଏ, ଯାହା ମଧ୍ୟବିତ ଶ୍ରେଣୀର ଓଡିଆ ଲୋକଙ୍କର ମୂଲ୍ୟବୋଧ ସହିତ ପରିପୂରକ। ଏହି ସଂସ୍କୃତିସମ୍ପନ୍ନ ପ୍ରଗତୀଶୀଳ ଚିନ୍ତାଧାରା ହିଁ ସବୁବେଳେ ପ୍ରତିଫଳିତ ହୋଇଛି ଆମର ଅସାଧାରଣ କାହାଣୀଗୁଡିକରେ ଓ ସଶକ୍ତ ନାରୀ ଚରିତ୍ରଗୁଡିକରେ ଆଉ ତାହା ଦର୍ଶାଇ ଦେଇଛି ସଂସ୍କୃତି ଓ ଓଡିଆ ନାରୀମାନଙ୍କର ଅମାୟିକତା (ଓଡିଆ ଗୃହିଣୀ ‘ଲକ୍ଷ୍ମୀ’)। ଏହାହିଁ ହେଉଛି ଜନପ୍ରିୟତାର ମୂଳ କାରଣ । ଉପଭୋକ୍ତା କେନ୍ଦ୍ରିକତାକୁ ସୁନିଶ୍ଚିତ କରିବା ଏବଂ ଏଠାରେ ଦର୍ଶକମଣ୍ଡଳୀକୁ ‘ଖାଣ୍ଟ ଓଡିଆ’ କଣ୍ଟେଣ୍ଟ ପ୍ରଦାନ କରିବା ସମ୍ବନ୍ଧୀୟ ଚ୍ୟାନେଲର କଣ୍ଟେଣ୍ଟ ଫିଲୋସଫିର ସମରେଖାରେ ରହି ମଧ୍ୟବିତ ଓଡିଆ ନାରୀମାନଙ୍କର ପ୍ରକୃତ ଆବେଗ ଓ କଥାକୁ ସଂଶ୍ଳିଷ୍ଟ କରି ଯେଉଁ ନୂଅ୍ରା ବ୍ରାଣ୍ଡ କ୍ୟାମ୍ପେନ ଘୋଷଣା କରାଯାଇଛି ସେଥିପାଇଁ ଜୀ ସାର୍ଥକ ଗର୍ବିତ । ଏହାଛଡା ବେଶ କିଛି ବର୍ଷ ଧରି ଓଡିଶାର ନାରୀମାନଙ୍କୁ ସଶକ୍ତ ବା କ୍ଷମତାସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଜୀ ସାର୍ଥକ ଅନେକ ଗୁଡିଏ ଉଦ୍ୟୋଗ ହାତକୁ ନେଇଛି । ଯେଉଁ ଗୀତଟି ଆଜି ଆରମ୍ଭ କରାଯାଇଛି ତଥା ‘ନାଲିବନ୍ଧୁ’ ଉଦ୍ୟୋଗ ହେଉଛି ସେହି ଉଦ୍ୟୋଗ ଗୁଡିକ ମଧ୍ୟରେ ନାରୀମାନଙ୍କର ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟରକ୍ଷା, ଅଧିକାର ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଁ ଜୀ ସାର୍ଥକ ସମ୍ପ୍ରତି ରଜପର୍ବ ସହିତ ଯୁକ୍ତ କରି ନାରୀବନ୍ଧୁ କ୍ୟାମ୍ପେନ ଆରମ୍ଭ କରିବା କଥା ଘୋଷଣା କରି ସାରିଛି । ଆହୁରି ଆଗକୁ ଯିବା ତଥା ଜନପ୍ରିୟତା ବଢ଼ାଇବା ଉଦ୍ଦେଶ୍ୟରେ ଏହି ଚ୍ୟାନେଲ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିଛି । ତାହା ହେଉଛି ଝିଅମାନଙ୍କ ଶିକ୍ଷାକୁ କେନ୍ଦ୍ର କରି ଏକ ମର୍ମସ୍ପର୍ଶୀ ଫିଲ୍ମ ପ୍ରସ୍ତୁତ । ଏହି ଧରଣର ତାତ୍ପର୍ଯ୍ୟପୂର୍ଣ୍ଣ ଫିଲ୍ମଟି ସଫଳ ଓ ସକ୍ରିୟ ହେବା ପାଇଁ ଆହ୍ୱାନ ଦିଆଯାଇଛି ଯେ ଦର୍ଶକମାନେ ଝିଅମାନଙ୍କ ଶିକ୍ଷାକୁ ସମର୍ଥନ କରିବା ପାଇଁ ନାଲି ବିନ୍ଦୁ ୱେବସାଇଟରେ ଡୋନେଟ କରିବାକୁ ଆଗେଇ ଆସନ୍ତୁ ।

ତେଣୁ ଏହି ଯାତ୍ରାରେ ଆଗକୁ ବଢ଼ିବା ସହିତ ଆମେ ଆମର ଦର୍ଶକମଣ୍ଡଳୀ ଏବଂ ପାର୍ଟନରମାନଙ୍କ ସହ ସମ୍ପର୍କକୁ ଯତ୍ନ କରିବା ପାଇଁ ଚାହୁଁ ଏବଂ ସେମାନଙ୍କ ସହ ଏକାଠି ଆଗେଇ ଯିବୁ ଏକ ଅନନ୍ୟ ଯାତ୍ରାରେ, ଯେଉଁଥିରେ ପ୍ରତିଫଳିତ ହେଉଛି – ନୂଆ କାହାଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ !!

ଚିଫ୍ ମାର୍କେଟିଙ୍ଗ ଅଫିସର, କଣ୍ଟେଣ୍ଟ ଏସବିୟୁ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜୀଲ) ଶ୍ରୀ କାର୍ତ୍ତିକ ମହାଦେବ, ନୂଆ ବ୍ରାଣ୍ଡ ପରିଚୟ ସମ୍ବନ୍ଧରେ କହିଲେ, “ ଜୀରେ, ଉପଭୋକ୍ତା ଆମର କଣ୍ଟେଣ୍ଟ ଏବଂ ବ୍ରାଣ୍ଡ ଡିଜାଇନର କେନ୍ଦ୍ରରେ ରହିଛନ୍ତି । ମାର୍କେଟରେ ନେତୃତ୍ୱର ଅବସ୍ଥାନ ବଜାୟ ରଖିବା କ୍ଷେତ୍ରରେ ଆମର ଓଡିଆତ୍ୱକୁ ବୋଧଗମ୍ୟ କରିବାର ଶକ୍ତି ହିଁ ବଡ ଭୂମିକା ନେଇଛି । ଏହି ନୂଆ ପରିଚୟ ଜୀ ସାର୍ଥକ – ଉଭୟ ଗଭୀର ଉତ୍ସ ବିଶିଷ୍ଟ ଏବଂ ସମସାମୟିକ , ଏହି ଅନୁପ୍ରେରଣା ଆମେ ପାଇଛୁ ସାଂସ୍କୃତିକ ଭାବେ ତାତ୍ପର୍ଯପୂର୍ଣ୍ଣ ନମୁନା ଏବଂ ଆଞ୍ଚଳିକ କଳାଶିଳ୍ପୀ ଅଭିବ୍ୟକ୍ତିରୁ, ଯେପରି ପବିତ୍ର ‘ନୀଳଚକ୍ର’ ଏବଂ ସ୍ଥାନୀୟ ଡିଜାଇନ, ଯେପରି ସମ୍ବଲପୁରୀ ଶାଢ଼ୀର ବୟନ ଏବଂ ମନୋରମ ତାରକସୀ ଅଳଙ୍କାର । ଆମର ବିଶ୍ୱାସ, ଏହି ନୂତନ ରୂପରେ ସଜ୍ଜିତ ବ୍ରାଣ୍ଡ ପରିଚୟ ଓଡିଶାରେ ଦର୍ଶକମଣ୍ଡଳୀ ସହିତ ଆମର ଆବେଗପୂର୍ଣ୍ଣ ସମ୍ପର୍କକୁ ଶକ୍ତୀଶାଳୀ କରିବ । ଚ୍ୟାନେଲର ନାମ ପାଇଁ ଚକ୍ରକାର ଧାରକ ପ୍ରତୀକୀକରଣ କରୁଛି ଯେ କେମିତି ଅନ୍ତଃଚକ୍ର (ପରିବାର ଓ ସମାଜ) ହେଉଛି ଅଭିନ୍ନ ଓଡିଆ । ଜୀ ସାର୍ଥକର ନୂତନ ପରିଚୟ ପ୍ରତିବିମ୍ବିତ କରେ ଏହି ଭୂଖଣ୍ଡର ସାଂସ୍କୃତିକ ଐତିହ୍ୟକୁ ଆଉ ସମ୍ପର୍କ ଆଧାରିତ ବର୍ଣ୍ଣନାମୟ ଓ ଅନ୍ତର୍ଦୃଷ୍ଟି ସମ୍ପନ୍ନ କାହାଣୀ ମାଧ୍ୟମରେ ମାର୍କେଟରେ ସବୁଠୁ ପସନ୍ଦ ଯୋଗ୍ୟ ମନୋରଂଜନକାରୀ ହୋଇ ପାରିବାର ଆମର ଦୂରଦୃଷ୍ଟି ଓ ପ୍ରତିଶ୍ରୁତିକୁ ଉଜ୍ୱଳ କରି ତୋଳେ ।”

ଏହି କ୍ୟାମ୍ପେର ଏକ ଅଙ୍ଗଭାବେ , ଚ୍ୟାନେଲ ସଂଗୀତ ଉପରେ ଜୀ ସାର୍ଥକ ଆହୁରି ଏକ ସିଗନେଚର ଷ୍ଟେପ୍ ଚ୍ୟାଲେଞ୍ଜ ଘୋଷଣା କରିଛି । ଜୀ ସାର୍ଥକ ଚ୍ୟାନେଲରେ ଏହି ଶକ୍ତିଶାଳୀ କ୍ୟାମ୍ପେନ ଆରମ୍ଭ ହୋଇଯାଇଛି ଏବଂ ଏହାକୁ ୩୬୦ ଡିଗ୍ରୀ ଢ଼ଙ୍ଗରେ ସବୁ ମାଧ୍ୟମରେ – ଓଓଏଚ୍‌, ଛପା ଏବଂ ସୋସିଆଲ ମିଡିଆ ଚାନେଲରେ ଯେପରି ୟୁଟୁବ, ଇନଷ୍ଟାଗ୍ରାମ ଫେସବୁକରେ ପ୍ରଚାର କରାଯିବ ।

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜିଲ) ସମ୍ପର୍କରେ :
ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍ (ଜିଲ) ହେଉଛି ଏକ ଅଗ୍ରଣୀ କଣ୍ଟେଣ୍ଟ କମ୍ପାନୀ, ଯିଏ ବିଭିନ୍ନ ପ୍ରକାର ଦର୍ଶକମଣ୍ଡଳୀଙ୍କୁ ଦେଇଥାଏ ଏଣ୍ଟରଟେନମେଣ୍ଟକଣ୍ଟେଣ୍ଟ । ୧୬୦ଟି ଦେଶରେ ଉପସ୍ଥିତି ଏବଂ ସାରା ବିଶ୍ୱରେ ୧୩୦କୋଟି ଲୋକଙ୍କ ପାଖରେ ପହଞ୍ଚେ ତଥା ଶୈଳୀ, ଭାଷା ଏବଂ ସମନ୍ୱିତ କଣ୍ଟେଣ୍ଟ ପ୍ଲାଟଫର୍ମ ନିର୍ବିଶେଷରେ ଜୀଲ ହେଉଛି ଅନ୍ୟତମ ବୃହତ୍ତମ ଗ୍ଲୋବାଲ ମିଡିଆ ଏଣ୍ଟରଟେନମେଣ୍ଟ କମ୍ପାନୀ ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁନ୍ ୧୨ ରୁ ଓ୍ଵାର୍ଲଡ ଟିଭି ପ୍ରିମିୟରରେ ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’

ଭୁବନେଶ୍ୱର: ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଅଡିଓ ରିଲିଜ୍ ହୋଇ ଯାଇଛି। ଜୁନ୍ ୧୨ ରେ ଫିଲ୍ମଟି ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର ହେଉଥିବା ବେଳେ ଏହାର କାହାଣୀ ଓ ଗୀତଗୁଡିକ‌ ଲୋକାଦୃତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ପ୍ରକାଶ କରାଯାଇଛି।

ଫିଲ୍ମର ଗୀତଗୁଡିକୁ ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ। ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ। ଗୀତ ଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ଼ ଶୁଭ ଦାସ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟାଶିଷ୍ ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ, ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୈଧୁରୀ। ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ରାଜା ଅନୀଲ।

ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଇଛି ଏହି ନୂଆ ସିନେମା ‘ମୋ ପଣତକାନିରେ ତୁ’। ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବେ ନୂଆ ଯୋଡ଼ି ଜ୍ୟୋତି ରଞ୍ଜନ ଓ ଶ୍ରଦ୍ଧାଙ୍କୁ। ଫିଲ୍ମର ଆକର୍ଷଣ ରହିଛି ଭେଟରାନ ଅଭିନେତ୍ରୀ ମହାଶ୍ୱେତାଙ୍କ ସୀତା ଦେବୀ ଭୂମିକାରେ ଅଭିନୟ।

ଫିଲ୍ମର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି କମେଡିଆନ ହରିହର ମହାପାତ୍ର। ଅଭିନୟ ସାଙ୍ଗକୁ କାହାଣୀ ନିଜେ ହରିହର ଲେଖିଥିବା ବେଳେ ପିନୁ ନାଏକ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା।

ଜୀ ସାର୍ଥକ ପୂର୍ବରୁ “ଦିଦିନମସ୍କାର” ଓ “ଡିଟେକଟିଭ୍ କରନ୍ ଅର୍ଜୁନ” ଭଳି ଚଳଚ୍ଚିତ୍ର ଭେଟି ଦେଇଥିବା ବେଳେ ଜୁନ୍ ୧୨ତାରିଖ ସଂଧ୍ୟା ୫:୩୦ରେ ଫିଲ୍ମ ‘ମୋ ପଣତକାନିରେ ତୁ’ର ଓ୍ବାର୍ଲଡ ଟିଭି ପ୍ରିମିୟର ହେବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁନ୍ ୧୧ରୁ ଜୀ ସାର୍ଥକର ‘‘ରଜ କୁଇନ୍’’ ଗାଲା ରାଉଣ୍ଡ 

ଭୁବନେଶ୍ବର: ଜୀ ସାର୍ଥକର ‘‘ରଜ କୁଇନ୍’’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । “ରଜ କୁଇନ୍ ଗାଲା ରାଉଣ୍ଡ” ଆସନ୍ତା ଜୁନ୍ ୧୧ ରାତି ୯ଟା ୩୦ରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେବ। ‘‘ରଜ କୁଇନ୍’’ ଅଡିସନ ରାଉଣ୍ଡରେ ଓଡ଼ିଶାର ବିଭିନ୍ନ ସହରରୁ ବଛାଯାଇଥିବା ପ୍ରତିଯୋଗୀ ଗାଲା ରାଉଣ୍ଡକୁ ଆସିଛନ୍ତି। ପ୍ରତ୍ୟେକ ପ୍ରତିଯୋଗୀ ସେମାନଙ୍କର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ରଜ କୁଇନରେ ଜୀ ସାର୍ଥକ ଖୋଜିଥାଏ ଓଡ଼ିଶାର ପୁରପଲ୍ଲୀରେ ଲୁଚି ରହିଥିବା ଟ୍ୟାଲେଣ୍ଟ ମାନଙ୍କୁ। ସବୁବେଳେ ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜୀ ସାର୍ଥକ ବିଭିନ୍ନ ସୋ ମାଧ୍ୟମରେ ପ୍ରୟାସ କରି ଦର୍ଶକମାନଙ୍କ ଦ୍ବାରା ଭୂୟସୀ ପ୍ରଶଂସା ପାଇଛି। ଏହି ଗାଲା ରାଉଣ୍ଡରୁ ବଛା ହେବେ ରଜ କୁଇନ୍-୨୦୨୨।

ପ୍ରଥମେ ଅଡିସନ ବିଭିନ୍ନ ସହରରେ ହେବା ପରେ ବଛାଯାଇଥିଲେ ଶ୍ରେଷ୍ଠ ପ୍ରତିଯୋଗୀ। ଅଡିସନ ରାଉଣ୍ଡରେ ବିଭିନ୍ନ ଟ୍ୟାଲେଣ୍ଟ ଦେଖାଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଲା ପରେ ପ୍ରର୍ଯ୍ୟାୟକ୍ରମେ ପ୍ରତିଯୋଗୀମାନେ ଗାଲା ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ଗାଲା ରାଉଣ୍ଡକୁ ଉନ୍ନିତ ହେଇଛନ୍ତି ୧୨ ଜଣ ସିନିଅର ଓ ୧୨ ଜଣ ଜୁନିଅର ପ୍ରତିଯୋଗୀ।। ଏହି ରାଉଣ୍ଡରେ ହିଁ ଶ୍ରେଷ୍ଟ ପ୍ରଦର୍ଶନ କରି ସେମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ପିନ୍ଧିବେ ଏବର୍ଷର ରଜ କୁଇନ୍ ମୁକୁଟ।

‘ରଜ କୁଇନ୍-୨୦୨୨’- ଉତ୍ସବ ଦଶ ବର୍ଷର ରଜ କୁଇନ୍ ଅଡିସନ୍ ରାଉଣ୍ଡରେ ପ୍ରତିଯୋଗୀଙ୍କ ପ୍ରତିଭା, ବ୍ୟକ୍ତିତ୍ବ, ଦୂରଦୃଷ୍ଟି ଓ ସ୍ମାର୍ଟନେସ୍ ଉପରେ ଗୁରୁତ୍ବ ପ୍ରଦାନ କରାଯାଇ ଗାଲା ରାଉଣ୍ଡକୁ ବଛାଯାଇଛି। ଗାଲା ରାଉଣ୍ଡରେ ଅଭିନେତ୍ରୀ ତମନ୍ନା, ଦିବ୍ୟା, ସୂର୍ଯ୍ୟମୟୀ, ଅଭିନେତା ଶ୍ରୀତମ ଦାସ, ରାକେଶ, ରିଷି ଓ ହରିହର ପ୍ରମୁଖ ଲୋକପ୍ରିୟ କଳାକାରମାନେ ବିଚାରକ ଭାବେରେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ “ଦିଦି ନମ୍ବର ୱାନ୍”

ଭୁବନେଶ୍ୱର: ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ତିଆରି କରିବାକୁ ଯାଉଛି ଜୀ ସାର୍ଥକ। ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାର ନାଁ ରହିଛି “ଦିଦି ନମ୍ବର ୱାନ୍”। ଆସନ୍ତା ମେ ୩୦ ତାରିଖରୁ ଏହାର ପ୍ରସାରଣ ହେବାକୁ ଥିବା ବେଳେ ଓଡ଼ିଆ ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ର ହୋଷ୍ଟ କରିବେ। ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୫ଟାରେ “ଦିଦି ନମ୍ବର ୱାନ୍” ର ପ୍ରସାରଣ ସମୟ ରଖା ଯାଇଛି। ସେହିପରି ରବିବାର ରାତି ୮ :୩୦ରେ ଏହି କାର୍ଯ୍ୟକ୍ରମର ସ୍ପେସିଆଲ ଏପିସୋଡ ପ୍ରସାରଣ ହେବ ବୋଲି ଚ୍ୟାନେଲ ତରଫରୁ ସୂଚନା ଦିଆଯାଇଛି।

ଓଡ଼ିଆ ପରିବାରର ଗୁଣବତୀ,ବୁଦ୍ଧିମତୀ ଓ କଳାବତୀ ମହିଳାମାନେ ଦିଦି ନମ୍ବର ୱାନ୍‌ରେ ନିଜ ଅନ୍ତର୍ନିହିତ ଗୁଣକୁ ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇପାରିବେ। ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ପ୍ରତିଯୋଗୀମାନେ ଭାଗ ନେଇ ନିଜର ବୁଦ୍ଧିକୁ ଦେଖେଇପାରିବେ ଏବଂ ତା ସହିତ ବହୁତସାରା ଏକ୍ସ। ଇଟିଙ୍ଗ ଗିଫ୍ଟ ଜିତିବାର ସୁଯୋଗ ପାଇପାରିବେ। ଏହାର ଅଡିସନ ଓଡ଼ିଶାର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି। ମନୋରଞ୍ଜନ ଦୁନିଆରେ ପ୍ରଥମ ଥର ପାଇଁ ଏଭଳି ଏକ ଶୋ’ର ପରିକଳ୍ପନା କରିଛି ଜୀ ସାର୍ଥକ। ସବୁବେଳେ ଓଡ଼ିଆ କଳା ଓ ସଂସ୍କୃତି ସହ ଦର୍ଶକଙ୍କ ରୁଚିକୁ ଗୁରୁତ୍ୱ ଦେଇ ଆସୁଥିବା ଜୀ ସାର୍ଥକ ଏଥର ମହିଳାମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି।

ଆଲବମ ଓ ଟେଲିଭିଜନ ପରଦାରେ ଘରେ ଘରେ ପରିଚିତ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ରେ ହୋଷ୍ଟ କରିବେ। ଶହେରୁ ଅଧିକ ଆଲବମରେ ଲିପି ନାୟିକା ଭାବରେ ଅଭିନୟ କରିଛନ୍ତି। ମେଘରେ ମେଘ ଠାରୁ ନେଇ ଜାଈଫୁଲ ଯାଏଁ ଶହେରୁ ଅଧିକ ହିଟ୍ ମ୍ୟୁଜିକ ଭିଡିଓ ଦେଇଛନ୍ତି ଲିପି। ସେହିଭଳି ଟେଲି ସିରିୟଲ ମାଧ୍ୟମରେ ଲିପି ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛନ୍ତି। ଏବେ “ଦିଦି ନମ୍ବର ୱାନ”ରେ ହୋଷ୍ଟ ହୋଇ ମହିଳାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଦେଖାଇବାରେ ଉତ୍ସାହିତ କରିବେ ଲିପି। ବିଭିନ୍ନ ଶୋ ମାଧ୍ୟମରେ ବାରମ୍ବାର ହିଟ୍ ଦେଉଥିବା ଜୀ- ସାର୍ଥକର ‘ଦିଦି ନମ୍ବର ୱାନ୍’ ଶୋ’ ବି ଏଥର ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ “ଦିଦି ନମ୍ବର ୱାନ୍”

ଭୁବନେଶ୍ୱର: ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ତିଆରି କରିବାକୁ ଯାଉଛି ଜୀ ସାର୍ଥକ। ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାର ନାଁ ରହିଛି “ଦିଦି ନମ୍ବର ୱାନ୍”। ଆସନ୍ତା ମେ ୩୦ ତାରିଖରୁ ଏହାର ପ୍ରସାରଣ ହେବାକୁ ଥିବା ବେଳେ ଓଡ଼ିଆ ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ର ହୋଷ୍ଟ କରିବେ। ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୫ଟାରେ “ଦିଦି ନମ୍ବର ୱାନ୍” ର ପ୍ରସାରଣ ସମୟ ରଖା ଯାଇଛି। ସେହିପରି ରବିବାର ରାତି ୮:୩୦ରେ ଏହି କାର୍ଯ୍ୟକ୍ରମର ସ୍ପେସିଆଲ ଏପିସୋଡ ପ୍ରସାରଣ ହେବ ବୋଲି ଚ୍ୟାନେଲ ତରଫରୁ ସୂଚନା ଦିଆଯାଇଛି।

ଓଡ଼ିଆ ପରିବାରର ଗୁଣବତୀ, ବୁଦ୍ଧିମତୀ ଓ କଳାବତୀ ମହିଳାମାନେ ଦିଦି ନମ୍ବର ୱାନ୍‌ରେ ନିଜ ଅନ୍ତର୍ନିହିତ ଗୁଣକୁ ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇପାରିବେ। ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ପ୍ରତିଯୋଗୀମାନେ ଭାଗ ନେଇ ନିଜର ବୁଦ୍ଧିକୁ ଦେଖେଇପାରିବେ ଏବଂ ତା ସହିତ ବହୁତସାରା ଏକ୍ସାଇଟିଙ୍ଗ ଗିଫ୍ଟ ଜିତିବାର ସୁଯୋଗ ପାଇପାରିବେ। ଏହାର ଅଡିସନ ଓଡ଼ିଶାର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି। ମନୋରଞ୍ଜନ ଦୁନିଆରେ ପ୍ରଥମ ଥର ପାଇଁ ଏଭଳି ଏକ ଶୋ’ର ପରିକଳ୍ପନା କରିଛି ଜୀ ସାର୍ଥକ। ସବୁବେଳେ ଓଡ଼ିଆ କଳା ଓ ସଂସ୍କୃତି ସହ ଦର୍ଶକଙ୍କ ରୁଚିକୁ ଗୁରୁତ୍ୱ ଦେଇ ଆସୁଥିବା ଜୀ ସାର୍ଥକ ଏଥର ମହିଳାମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି।

ଆଲବମ ଓ ଟେଲିଭିଜନ ପରଦାରେ ଘରେ ଘରେ ପରିଚିତ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ରେ ହୋଷ୍ଟ କରିବେ। ଶହେରୁ ଅଧିକ ଆଲବମରେ ଲିପି ନାୟିକା ଭାବରେ ଅଭିନୟ କରିଛନ୍ତି। ମେଘରେ ମେଘ ଠାରୁ ନେଇ ଜାଈଫୁଲ ଯାଏଁ ଶହେରୁ ଅଧିକ ହିଟ୍ ମ୍ୟୁଜିକ ଭିଡିଓ ଦେଇଛନ୍ତି ଲିପି। ସେହିଭଳି ଟେଲି ସିରିୟଲ ମାଧ୍ୟମରେ ଲିପି ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛନ୍ତି। ଏବେ “ଦିଦି ନମ୍ବର ୱାନ”ରେ ହୋଷ୍ଟ ହୋଇ ମହିଳାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣକୁ ଦେଖାଇବାରେ ଉତ୍ସାହିତ କରିବେ ଲିପି। ବିଭିନ୍ନ ଶୋ ମାଧ୍ୟମରେ ବାରମ୍ବାର ହିଟ୍ ଦେଉଥିବା ଜୀ- ସାର୍ଥକର ‘ଦିଦି ନମ୍ବର ୱାନ୍’ ଶୋ’ ବି ଏଥର ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମେ’ ୩୦ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନାଝିଅ’

ଭୁବନେଶ୍ୱର: ଜୀ ସାର୍ଥକରେ ପୁଣି ଏକ ନୂଆ ସିରିୟଲ ଆରମ୍ଭ ହେବାକୁ ଯାଉଛି। ଯାହାର ନାଁ ରହିଛି ‘ସୁନା ଝିଅ’। ଆସନ୍ତା ମେ ୩୦ ତାରିଖରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବ। ଏଥିରେ ଓଡିଆ ଘରର ନିଛକ କାହାଣୀକୁ ସ୍ଥାନ ଦିଆଯାଇଛି।

ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହାର ଝଲକ ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିବ। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ। ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ। ପ୍ରକୃତରେ ଝିଅଟି ‘ସୁନାଝିଅ’ ହୋଇପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିବ। ଧାରାବାହିକରେ ଅର୍ପିତା କରଙ୍କୁ ମା ଭୂମିକାରେ ଦେଖିବାକୁ ମିଳିବ। ଝିଅ ଭୂମିକାରେ ନଜର ଆସିବେ ରଜ କୁଇନ୍ ୨୦୨୨ର ପ୍ରତିଯୋଗୀ ଅଙ୍କିତାଙ୍କୁ। ଅନ୍ୟପଟେ ମଡେଲ ମାନସଙ୍କୁ ମଧ୍ୟ ଏଥିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଓଡିଆ ଦର୍ଶକଙ୍କୁ ପୂର୍ବରୁ ଅନେକ ମେଗା ସିରିୟଲ ଭେଟି ଦେଇଛି ଜୀ ସାର୍ଥକ। ଏବେ ପୁଣି ଆସନ୍ତା ୩୦ ତାରିଖରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବାକୁ ଥିବା ବେଳେ ଏହି ନୂଆ ମେଗା ଧାରାବାହିକ ପୁଣିଥରେ ଟେଲି ଦୁନିଆରେ ଧମାଲ କରିବ ବୋଲି କୁହାଯାଇପାରେ।

Categories
ଆଜିର ଖବର ସିନେମା

ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍‌

ଭୁବନେଶ୍ୱର: ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍ ହୋଇ ଯାଇଛି। ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ। ଯେଉଁଥିରୁ ‘ଭାଉଜ ଗୋ ଭାଉଜ’ ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିବ ବୋଲି ଜୀସାର୍ଥକ ଆଶା ପ୍ରକଟ କରିଛି।

ଏହି ଗୀତକୁ ନିଜେ ପପୁ ପମପମ ଗାଇଥିବା ବେଳେ ତାଙ୍କ ସହ ଗାଇଛନ୍ତି ସ୍ମୃତି। ସେହପରି ‘ଏକ୍ ଦୋ ତିନି ଚାର୍‌, ଚାରିଆଡେ ଦିଶୁଛି ମୋ ପ୍ୟାର’ ଗୀତକୁ ଗାଇଛନ୍ତି ଅଭିଜିତ ମଜୁମଦାର ଓ ସଂଜୁ। ‘ଛାଡରେ ସାଙ୍ଗ ଗନ୍ଧିଆ କଥା’ ଗୀତକୁ ଇଶ୍ୱରୀ ଗାଇଛନ୍ତି। ସମସ୍ତ ଗୀତକୁ ଡ. ନିର୍ମଳ ନାୟକ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର। ସବୁତକ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ।

ଆସନ୍ତା ୧୫ ତାରିଖ ସଂଧ୍ୟା ୬ଟା ୩୦ରେ ଏହି ମୁଭିଟି ଜୀ ସାର୍ଥକରେ ରିଲିଜ ହେବ। କିନ୍ତୁ ତା ପୂର୍ବରୁ ଅଡିଓ ରିଲିଜ କରିବାର ପରମ୍ପରା ଆରମ୍ଭ କରିଛି ଜୀ ସାର୍ଥକ। ‘ଦିଦି ନମସ୍କାର’ରୁ ଏହି ପରମ୍ପରା ଆରମ୍ଭ ହୋଇଥିବା ବେଳେ ସିନେମା ରିଲିଜ୍ ପୂର୍ବରୁ ଅଡିଓ ରିଲିଜ କରି ଜୀ-ସାର୍ଥକ ଓଲିଉଡରେ ନୂଆ ମାଇଲଷ୍ଟୋନ ତିଆରି କରିପାରିଛି। ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେଉଛି ନୂଆ ସିନେମା ‘ ଡିଟେକ୍ଟିଭ୍ କରନ୍ – ଅର୍ଜୁନ’।

ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ କମେଡି କିଙ୍ଗ ପପୁ ପମପମଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ ପ୍ରଜ୍ଞା ଖଟୁଆଙ୍କ ଦମଦାର ଅଭିନୟର ମଜା ପାଇବେ ଦର୍ଶକ। ଉଭୟ ପପୁ ଓ ପ୍ରଜ୍ଞା ‘କରନ୍‌- ଅର୍ଜୁନ୍‌’ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ନାୟିକା ସାଜିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ମହାନ୍ତି,ପ୍ରିୟଙ୍କା ମହାପାତ୍ର ଓ ଲିପ୍ସା ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ଷ୍ଟାଇଲିସ୍‌, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡୁ, ଅରବିନ୍ଦ ଷଢ଼ଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା ଦିଗବିଜୟ, ସୁମିତ ଓ ସଂଗ୍ରାମ ପ୍ରମୁଖ ଅଭିନୟ କରିଛନ୍ତି।

ପପୁ ପମପମ ନିଜେ ସିନେମାର କାହାଣୀ ଲେଖିଥିବା ବେଳେ ଅଶ୍ୱିନୀ ଗଡନାୟକ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ସଂଳାପ ଲେଖିଛନ୍ତି ଟୁକୁନା ଷ୍ଟାଇଲିସ୍। ଚଳଚ୍ଚିତ୍ର ର କାହାଣୀ ସହ ସଙ୍ଗୀତ ମଧ୍ୟ ଲୋକାଦୃତ ହୋଇ ପାରିବ ବୋଲି ଜୀସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।