Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳପଥରେ ଆଧୁନିକୀକରଣ କାମ ପାଇଁ କେତେକ ବାତିଲ ଏବଂ କିଛି ଆଶିଂକ ବାତିଲ ହେଲା ଏହି ଟ୍ରେନ

ଭୁବନେଶ୍ବର, ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ କେତେକ ଟ୍ରେନର ଗତିରଥ ବଦଳା ଯାଇଛି। ଏଥିସହିତ କେତେକ ଟ୍ରେନକୁ ବାତିଲ ମଧ୍ୟ କରାଯାଇଛି। ନିମ୍ନରେ ସେଗୁଡିକର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଗଲା।

1-ଭୁବନେଶ୍ୱର ରୁ ଛାଡୁଥିବା ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ଫେବୃୟାରୀ ମାସ ୧୧ ରୁ ୨୩ ତାରିଖ ମଧ୍ୟରେ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ।

2-ଫେବୃୟାରୀ ମାସ ୧୯ ତାରିଖ ରେ ପୁରୀ ଠାରୁ ଛାଡିବାକୁ ଥିବା ପୁରୀ-ଯଶୋବନ୍ତପୁର ସାପ୍ତାହିକ ବିଶେଷ ଟ୍ରେନ ବାତିଲ ରହିବ।

3-ଚାରିଟି ପାର୍ସଲ ବିଶେଷ ଟ୍ରେନ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ।

ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ୟେଲହଂକା-ଧର୍ମାଭରମ ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର‌୍ୟ୍ୟ ସମ୍ପାଦନ ପାଇଁ ୟେଲହଂକା-ମକ୍ଲିଦୃଗ ଷ୍ଟେସନ ମଧ୍ୟରେ   ଆଧୁନିକୀକରଣ କାର୍ଯ୍ୟ ତଥା ନନ-ଇଣ୍ଟରଲକିଙ୍ଗ ପାଇଁ ଏହି ମାର୍ଗରେ ଟ୍ରେନ ସେବା ପ୍ରଭାବିତ ହେବ। ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ନିମ୍ନମତେ ଆଂଶିକ ବାତିଲ, ବାତିଲ ଓ ମାର୍ଗ ପରିବର୍ତ୍ତିତ ହୋଇ ଚଳାଚଳ କରିବ।

ଟ୍ରେନ ବାତିଲ୍:

ଫେବୃୟାରୀ ମାସ ୧୯ ତାରିଖରେ ପୁରୀରୁ ଛାଡ଼ିବାକୁଥିବା ଏବଂ ୨୦ ତାରିଖରେ ଯଶୋବନ୍ତପୁର ଠାରୁ ଛାଡିବାକୁ ଥିବା ୦୨୦୬୩/୦୨୦୬୪ ପୁରୀ-ଯଶୋବନ୍ତପୁର-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

ଫେବୃୟାରୀ ମାସ ୧୧ ରୁ ୨୩ ତାରିଖ ମଧ୍ୟରେ ଭୁବନେଶ୍ୱର ରୁ ଛାଡ଼ିବାକୁଥିବା ଏବଂ ଫେବୃୟାରୀ ମାସ ୧୨ ରୁ ୨୪ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡ଼ିବାକୁଥିବା ୦୮୪୬୩/୦୮୪୬୪ ଭୁବନେଶ୍ୱର-ଭୁବନେଶ୍ୱର ବିଶେଷ ପ୍ରଶାନ୍ତି ଏକ୍ସପ୍ରେସ ଭୁବନେଶ୍ୱର ଏବଂ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଓ ବାଙ୍ଗାଲୋର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ :

ଫେବୃୟାରୀ ମାସ ୧୪ରୁ ୨୧ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡିବାକୁ ଥିବା ୦୦୬୧୭ ବାଙ୍ଗାଲୋର-ଦିମାପୁର ବିଶେଷ ପାର୍ସଲ ଏକ୍ସପ୍ରେସ, ଫେବୃୟାରୀ ମାସ ୧୬ ରୁ ୨୧ ତାରିଖ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡିବାକୁ ଥିବା ୦୦୬୧୯ ବାଙ୍ଗାଲୋର-ଗୌହାଟୀ ବିଶେଷ ପାର୍ସଲ ଏକ୍ସପ୍ରେସ, ଫେବୃୟାରୀ ମାସ ୧୭ ତାରିଖ ଦିନ ଦିମାପୁର ଠାରୁ ଛାଡିବାକୁ ଥିବା ୦୦୬୧୮ ଦିମାପୁର-ବାଙ୍ଗାଲୋର ବିଶେଷ ପାର୍ସଲ ଏକ୍ସପ୍ରେସ ଏବଂ ଫେବୃୟାରୀ ମାସ ୨୦ ତାରିଖ ଦିନ ଗୌହାଟୀ ଠାରୁ ଛାଡିବାକୁ ଥିବା ୦୦୬୨୦ ଗୌହାଟୀ-ବାଙ୍ଗାଲୋର ବିଶେଷ ପାର୍ସଲ ଏକ୍ସପ୍ରେସ ଧର୍ମାଭରମ ଓ ଅନନ୍ତପୁର ମାର୍ଗ ପରିବର୍ତ୍ତେ ଉଭୟ ପାର୍ଶ୍ୱରୁ ତୁମକୁର-ଆରସିକେରେ-ରାୟଦୃଗ-ବେଲାରୀ-ଗୁଣ୍ଟାକାଲ-ଧୋନ ଷ୍ଟେସନ ମାର୍ଗରେ ଚଳାଚଳ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଆଧୁନିକୀକରଣ କାମ ପାଇଁ ତିନୋଟି ଟ୍ରେନକୁ ବାତିଲ କରାଯାଇଅଛି

ଭୁବନେଶ୍ବର, କେରେଜଙ୍ଗ ଷ୍ଟେସନରେ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ କେତେ ଟ୍ରେନକୁ ସାମୟିକ ବାତିଲ କରିଛି। ସେଗୁଡିକ ହେଲା

1-ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ଦିଗରୁ ଗୋଟିଏ ଦିନ ପାଇଁ ବାତିଲ ଏବଂ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ତିନିଦିନ ପାଇଁ ପରିବର୍ତ୍ତିତ ସମୟରେ ଚଳାଚଳ କରିବ।

2-ତାଳଚେର-ସମ୍ବଲପୁର ଦୋହରୀକରଣ କାର୍ଯ୍ୟର ଅନୁଗୁଳ-କେରେଜଙ୍ଗ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନକୁ ଗୋଟିଏ ଦିନ ପାଇଁ ଉଭୟ ଦିଗରୁ ବାତିଲ କରାଯାଉଥିବାବେଳେ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ କୁ ତିନି ଦିନ ପାଇଁ ପରିବର୍ତ୍ତିତ ସମୟରେ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଅଛି।

3-୦୮୪୯୪/୦୮୪୯୩ ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଉଭୟ ଦିଗରୁ ୮ ଜାନୁଆରୀ, ୨୦୨୧ ରିଖ ଦିନ ବାତିଲ ରହିବ।

4- ସେହିଭଳି, ୬ ଏବଂ ୭ ଜାନୁଆରୀ, ୨୦୨୧ ରେ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୨୮୬୨ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍ ଏହାର ନିର୍ଧାରିତ ସମୟ ଅପରାହ୍ନ ୧ଘ.୪୦ମି. ପରିବର୍ତ୍ତେ ଅପରାହ୍ନ ୨ଘ.୪୦ମି.ରେ ଛାଡିବ ଏବଂ ୮ ଜାନୁଆରୀ, ୨୦୨୧ ରିଖ ଦିନ ଏହି ଟ୍ରେନ ଭୁବନେଶ୍ୱରରୁ ଏହାର ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅପରାହ୍ନ ୩ଘ.୫୫ମି.ରେ ଛାଡିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୂର୍ବତଟ ରେଳପଥ ଏବଂ ଏହା ମଧ୍ୟଦେଇ ଚଳାଚଳ କରୁଥିବା ନଅଟି ଟ୍ରେନ ହେଲା ବାତିଲ, ଜାଣନ୍ତୁ କେଉଁ ଟ୍ରେନ

ଭୁବନେଶ୍ବର, ଦକ୍ଷିଣ କେନ୍ଦ୍ରୀୟ ରେଳପଥ ବିଜୟୱାଡା ରେଳମଣ୍ଡଳ ଅନ୍ତର୍ଗତ ରାଜମହେନ୍ଦ୍ରୀ ରେଳଷ୍ଟେସନ ଠାରେ ୟାର୍ଡ଼ ନବୀକରଣ ସହିତ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର‌୍ୟ୍ୟକୁ ଦୃଷ୍ଟିରେ ରଖି, ନିମ୍ନଲିଖିତ ଅନୁଯାୟୀ କେତେକ ଟ୍ରେନ୍କୁ ବାତିଲ୍ ଏବଂ କେତେକର ମାର୍ଗ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଟ୍ରେନର ବାତିଲ୍:

୧-  ୦୨୭୧୭/୦୨୮୧୮ ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ସ୍ପେଶାଲ୍ ୨୫ ଡିସେମ୍ବରରୁ ୮ ଜାନୁଆରୀ, ୨୦୨୧ ମଧ୍ୟରେ ଉଭୟ ଦିଗରୁ ବାତିଲ୍ ହୋଇ ରହିବ ।

୨- ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣା ଠାରୁ ୨୫ ଡିସେମ୍ବର ଠାରୁ ୭ ଜାନୁୟାରୀ ପର‌୍ୟ୍ୟନ୍ତ ଏବଂ କଡପା ଠାରୁ ୨୬ ଡିସେମ୍ବର ରୁ ୮ ଜାନୁୟାରୀ ପର‌୍ୟ୍ୟନ୍ତ ବାତିଲ ରହିବ ।

୩- ୦୨୫୧୦/୦୨୫୦୯ ଗୌହାଟୀ-ବାଙ୍ଗାଲୋର କ୍ୟାଣ୍ଟ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ ୨୭ ଡିସେମ୍ବର ରୁ ୫ ଜାନୁୟାରୀ ପର‌୍ୟ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ୩୦ ଡିସେମ୍ବର ରୁ ୮ ଜାନୁୟାରୀ ପର‌୍ୟ୍ୟନ୍ତ ବାତିଲ ରହିବ ।

୪- ୦୨୬୪୩/୦୨୬୪୪ ଏର୍ଣ୍ଣାକୁଲମ୍-ପାଟନା-ଏର୍ଣ୍ଣାକୁଲମ୍ ସ୍ପେଶାଲ୍ ଟ୍ରେନ ଏର୍ଣ୍ଣାକୁଲମ ଠାରୁ ୨୮ ଡିସେମ୍ବରରୁ ୫ ଜାନୁୟାରୀ ୨୦୨୧ ମଧ୍ୟରେ ଏବଂ ପାଟନା ଠାରୁ ୩୧ ଡିସେମ୍ବରରୁ ୮ ଜାନୁଆରୀ, ୨୦୨୧ ମଧ୍ୟରେ ବାତିଲ୍ ରହିବ ।

୫- ୦୨୨୫୪/୦୨୨୫୩ ଭାଗଲପୁର-ଯଶୋବନ୍ତପୁର-ଭାଗଲପୁର ବିଶେଷ ଟ୍ରେନ ଭାଗଲପୁର ଠାରୁ ୩୦ ଡିସେମ୍ବର ରୁ ୬ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ୨ ଜାନୁୟାରୀ ରୁ ୯ ଜାନୁୟାରୀ ମଧ୍ୟରେ ବାତିଲ ରହିବ ।

୬- ୦୨୭୭୩/୦୨୭୭୪ ଶାଲିମର-ସିକନ୍ଦରାବାଦ-ଶାଲିମର ବିଶେଷ ଟ୍ରେନ ଶାଲିମର ଠାରୁ ଡିସେମ୍ବର ୩୦ ରୁ ୬ ଜାନୁୟାରୀ ୨୦୨୧ ମଧ୍ୟରେ ଏବଂ ସିକନ୍ଦରାବାଦ ଠାରୁ ୨୯ ଡିସେମ୍ବର ରୁ ୫ ଜାନୁୟାରୀ ମଧ୍ୟରେ ବାତିଲ ରହିବ ।

୭- ୦୨୮୩୫/୦୨୮୩୬ ହାତୀଆ-ଯଶୋବନ୍ତପୁର-ହାତୀଆ ବିଶେଷ ଟ୍ରେନ ହାତୀଆ ରୁ ୨୯ ଡିସେମ୍ବର ରୁ ୫ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ରୁ ୧ରୁ ୮ ଜାନୁୟାରୀ ମଧ୍ୟରେ ବାତିଲ ରହିବ ।

୮- ୦୨୮୬୭/୦୨୮୬୭ ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ଡିସେମ୍ବର ୨୭ରୁ ଜାନୁୟାରୀ ୩ ତାରିଖ ମଧ୍ୟରେ ଏବଂ ପଣ୍ଡିଚେରୀ ଠାରୁ ଡିସେମ୍ବର ୩୦ ରୁ ଜାନୁୟାରୀ ୬ ତାରିଖ ମଧ୍ୟରେ ବାତିଲ ରହିବ ।

୯- ୦୨୮୮୯/୦୨୮୯୦ ଟାଟା-ଯଶୋବନ୍ତପୁର-ଟାଟା ବିଶେଷ ଟ୍ରେନ ଟାଟା ଠାରୁ ଡିସେମ୍ବର ୨୫ରୁ ଜାନୁୟାରୀ ପହିଲା ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ଡିସେମ୍ବର ୨୮ରୁ ଜାନୁୟାରୀ ୪ ତାରିଖ ମଧ୍ୟରେ ବାତିଲ ରହିବ ।

ପାର୍ସଲ ଟ୍ରେନ ଗୁଡିକର ଆଂଶିକ ବାତିଲ୍:

ଡିସେମ୍ବର ମାସ ୨୫ ତାରିଖ ଠାରୁ ଜାନୁୟାରୀ ମାସ ୮ ତାରିଖ ମଧ୍ୟରେ ଛଅ ଯୋଡ଼ା ପାର୍ସଲ ବିଶେଷ ଟ୍ରେନ ଆଂଶିକ ବାତିଲ ରହିବ ।

ଟ୍ରେନର ମାର୍ଗ ପରିବର୍ତ୍ତନ :

୦୧. ୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୪ ଡିସେମ୍ବର ରୁ ୭ ଜାନୁୟାରୀ ମଧ୍ୟରେ ଏବଂ ଯଶୋବନ୍ତପୁର ଠାରୁ ୨୫ ଡିସେମ୍ବର ରୁ ୮ ଜାନୁୟାରୀ ମଧ୍ୟରେ ଏହାର ନିର୍ଧାରିତ ମାର୍ଗ ପରିବର୍ତ୍ତେ ଖଡ଼ଗ୍ପୁର-ଝାରସୁଗୁଡା-ବିଳାସପୁର-ଗୋଂଡିଆ-ବାଲହରସା-ବିଜୟୱାଡା ମାର୍ଗ ଦେଇ ଚଳାଚଳ କରିବ । ଏହି ସମୟ ମଧ୍ୟରେ ଏହା ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ସମାଲକୋଟ-ରାଜ ମହେନ୍ଦ୍ରୀ, ତାଡେ଼ପଲ୍ଲୀଗୁଡେମ ଏବଂ ଏଲୁରୁ ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ ।

୦୨. ୦୨୮୫୧/୦୨୮୫୨ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ୨୮ ଡିସେମ୍ବର ରୁ ୮ ଜାନୁୟାରୀ ମଧ୍ୟରେ ଏବଂ ନିଜାମୁଦ୍ଦିନ ଠାରୁ ୨୭ ଡିସେମ୍ବର ରୁ ୬ ଜାନୁୟାରୀ ମଧ୍ୟରେ ବିଜୟନଗରମ-ରାୟଗଡା-ଟିଟିଲାଗଡ଼-ରାଇପୁର-ଗୋଂଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ । ଏହି ସମୟ ମଧ୍ୟରେ ଏହା ସମାଲକୋଟ, ରାଜ ମହେନ୍ଦ୍ରୀ, ତାଡେ଼ପଲ୍ଲୀଗୁଡେମ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ବାଲହରସା ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ ।

୦୩. ୦୮୪୦୧/୦୮୪୦୨ ପୁରୀ-ଓ଼ଖା-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ ଡିସେମ୍ବର ୨୭ ରୁ ଜାନୁୟାରୀ ୩ ତାରିଖ ମଧ୍ୟରେ ଏବଂ ଓ଼ଖା ଠାରୁ ଡିସେମ୍ବର ୩୦ ଡିସେମ୍ବର ରୁ ଜାନୁୟାରୀ ୬ ତାରିଖ ମଧ୍ୟରେ ବିଜୟନଗରମ, ରାୟଗଡା, ଟିଟିଲାଗଡ଼, ରାଇପୁର-ଗୋଂଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ । ଏହି ସମୟ ମଧ୍ୟରେ ଏହା ବିଶାଖାପାଟଣା, ଅଣକାପଲ୍ଲୀ,ରାଜ ମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ରାମଗୁଂଡମ, ମଂଚେରାଲ, ସିରପୁର କାଗଜ ନଗର, ଚନ୍ଦ୍ରପୁର, ବାଲହରସା ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ ।

୦୪. ୦୮୫୦୧/୦୮୫୦୨ ବିଶାଖାପାଟଣା-ଗାନ୍ଧୀଧାମ-ବିଶାଖାପାଟଣା ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ୩୧ ଡିସେମ୍ବର ରୁ ୭ ଜାନୁୟାରୀ ମଧ୍ୟରେ ଏବଂ ଗାନ୍ଧୀଧାମ ଠାରୁ ୨୭ ଡିସେମ୍ବର ରୁ ୩ ଜାନୁୟାରୀ ମଧ୍ୟରେ ବିଜୟନଗରମ-ରାୟଗଡା-ଟିଟିଲାଗଡ଼-ରାଇପୁର-ଗୋଂଡିଆ-ନାଗପୁର ମାର୍ଗରେ ଚଳାଚଳ କରିବ । ଏହି ସମୟ ମଧ୍ୟରେ ଏହା ଦୁଭାଡା, ରାଜମହେନ୍ଦ୍ରୀ, ସମାଲକୋଟ, ଏଲୁରୁ, ବିଜୟୱାଡା, ଖମ୍ମାମ, ୱାରାଙ୍ଗଲ, ରାମଗୁଂଡମ, ସିରପୁର କାଗଜ ନଗର, ଚନ୍ଦ୍ରପୁର, ବାଲହରସା ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ପାଇଁ ପୂର୍ବତଟ ରେଳବାଇ ଆସନ୍ତାକାଲି ଚେନ୍ନାଇରୁ ଆସିବାକୁ ଥିବା ଟ୍ରେନକୁ କଲା ବାତିଲ

ଭୁବନେଶ୍ବର, ବର୍ତ୍ତମାନ ତାମିଲନାଡୁରେ ବାତ୍ୟା ନିଭାର ତାଣ୍ଡବ ଲିଲା କରୁଥିବାରୁ ପୂର୍ବତଟ ରେଳବାଇ ସତର୍କତା ଅବଲମ୍ବନ କରିଛି। ପୂର୍ବରୁ ରେଳବାଇ ତିନୋଟି ଟ୍ରେନର ଚଳାଚଳକୁ ବାତିଲ କରିଥିବା ବେଳେ, ଆଜି ଆଉ ଏକ ଟ୍ରେନକୁ ବାତିଲ କରିଛି। ସେହି ଟ୍ରେନଟି ହେଉଛି ଚେନ୍ନାଇ ସନ୍ତ୍ରାଗଚ୍ଛି ସ୍ବତନ୍ତ୍ର ଟ୍ରେନ। ଯାହାର ନମ୍ବର ହେଉଛି 02808। ଏହି ଟ୍ରେନଟି ଚେନ୍ନାଇରୁ ଆସିବାର ଥିଲା। ଏହାକୁ 26 ତାରିଖ ପାଇଁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳବାଇ କହିଛି। ଏହି ଟ୍ରେନଟି ଚେନ୍ନାଇରୁ ବାହାରି ଆନ୍ଧ୍ରପ୍ରଦେଶ ପରେ ବ୍ରହ୍ମପୁର,ଖୋର୍ଦ୍ଧା, ଭୁବନେଶ୍ବର, କଟକ ଏବଂ ବାଲେଶ୍ବର ଦେଇ ଖଡଗପୁର ଯାଇଥାଏ। ବର୍ତ୍ତମାନ ବାତ୍ୟା ପାଇଁ ଚେନ୍ନାଇରେ ଟ୍ରେନ ଚଳାଚଳକୁ କଟକଣା କରାଯାଇଥିବାରୁ ବିଭିନ୍ନ ଟ୍ରେନ ଉପରେ ପ୍ରଭାବ ପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇଟି ଆନ୍ତଃରାଜ୍ୟ ଟ୍ରେନକୁ ଛଅ ଦିନ ପାଇଁ କରାଗଲା ବାତିଲ, ଜାଣନ୍ତୁ କାହିଁକି

ଭୁବନେଶ୍ବର, ପୂର୍ବ ତଟ ରେଳ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ-ରାୟପୁର ରେଳ ସେକ୍ସନର ତୁରେକେଲା ରୋଡ୍-ହରିଶଙ୍କର ରୋଡ୍ ଏବଂ ଲଖନା ଷ୍ଟେସନ୍ ମଧ୍ୟରେ ତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍-ଲଖନା ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର‌୍ୟ୍ୟ ପାଇଁ ନିମ୍ନଲିଖିତ ଅନୁଯାୟୀ ଦୁଇଟି ଟ୍ରେନ୍ ପ୍ରଭାବିତ ହେବ –

ଟ୍ରେନର ବାତିଲ୍:

୦୨୮୮୭/୦୨୮୮୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର ଚଳିତ ମାସ ୩ ନଭେମ୍ବର ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ନିଜାମୁଦ୍ଦିନ ଠାରୁ ୨ ନଭେମ୍ବର ରୁ ୭ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ ୨ ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ଦୁର୍ଗ ଠାରୁ ୩ ରୁ ୯ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ପୁରୀ ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ଓ ଦୁର୍ଗ ମଧ୍ୟରେ ବାତିଲ୍ ରହିବ।