Categories
ଜୀବନ ଶୈଳୀ ବିଶେଷ ଖବର

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଭାଗ୍ୟ ପୁଣି ଚମକିବ

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରୁ ଲୋକଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମିଳିଥାଏ। ଏହି ଶକ୍ତି ଲୋକଙ୍କ ସଫଳତା ଉପରେ ବହୁତ ପ୍ରଭାବ ପଡ଼ିପାରେ। ବହୁତ ସମୟରେ କଠିନ ପରିଶ୍ରମ କଲେ ମଧ୍ୟ ଅନେକ ଲୋକ ସଫଳ ହୋଇପାରନ୍ତି ନାହିଁ। ବାସ୍ତୁ ଦୋଷ କାରଣରୁ ଏଭଳି ହୋଇପାରେ। ଅଳ୍ପ କିଛି ପରିବର୍ତ୍ତନ କରି ଘରୁ ବାସ୍ତୁ ଦୋଷ ଦୂର କରାଯାଇପାରିବ।

୧- ଘରର ଏହି ଦିଗରେ ରଖନ୍ତୁ ମନ୍ଦିର:

ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି କି, ଘର ମନ୍ଦିର ପାଇଁ ସବୁଠାରୁ ଭଲ ଦିଗ ହେଉଛି ଈଶାଣ କୋଣ। ଘରର ମନ୍ଦିର ଉତ୍ତର ଦିଗରେ ରହିବା ଉଚିତ। ଏହା ସହିତ ମନ୍ଦିରକୁ ଅଳ୍ପ ଉଚ୍ଚତାରେ ରଖିବା ଆବଶ୍ୟକ।

୨- ଘଣ୍ଟାର ଦିଗ:

ଘଣ୍ଟା ସବୁବେଳେ ଠିକ ସମୟ ଦେଖାଇଥାଏ । କିନ୍ତୁ ତାକୁ ଠିକ ଦିଗରେ ନରଖିଲେ ଘରର ଆର୍ଥିକ ସଙ୍କଟ ଦେଖାଯାଏ। ବାସ୍ତୁ ଅନୁସାରେ ଘଣ୍ଟାକୁ ଘରର ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରହିବା ଉଚିତ ନୁହେଁ। ଆପଣ ଘଣ୍ଟାକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇ ପାରିବେ।

୩- ତୁଲସୀ ଗଛ:

ତୁଲସୀ ଗଛ ବା ଚଉରା ହିନ୍ଦୁ ଧର୍ମ ପାଇଁ ମହତ୍ବପୂର୍ଣ୍ଣ ଅଟେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି, ତୁଲସୀ ଗଛ ଘରର ଅଗଣାରେ ଲଗାଇବା ଦରକାର। ଏହାସହିତ ଯଦି ଏହା ଘରର ପୂର୍ବୋତ୍ତର କିମ୍ବା ଉତ୍ତର ଦିଗରେ ରହିଲେ ଶୁଭ ଅଟେ। ଏହା ଦ୍ଵାରା ଘରର ଆର୍ଥିକ ସଙ୍କଟ ଦୂର ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ।

୪- ଘର ପୋଛା ଲଗାଇବା ସମୟରେ ଏସବୁ ଉପରେ ଧ୍ୟାନ ରଖନ୍ତୁ:  

ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କି, ଘରରେ ପୋଛା ଲଗାଇବା ସମୟରେ ସମୁଦ୍ର ଲବଣ ଢାଳି ପୋଛା ଲଗାନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଖୋଲିବାରେ ସମ୍ଭାବନା ଥାଏ।