Categories
ଆଞ୍ଚଳିକ

ବାଣପୁର ନୀଳକଣ୍ଠେଶ୍ୱର ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ନବଘନ ଦଳାଇଙ୍କ ପରଲୋକ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ପଞ୍ଚାୟତ ନୀଳକଣ୍ଠେଶ୍ୱର ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ନବଘନ ଦଳାଇଙ୍କ ପରଲୋକ ହୋଇଯାଇଛି। ମାତ୍ର ୬୭ ବର୍ଷ ବୟସରେ ଶ୍ରୀ ନବଘନ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ କିଛି ଦିନ ତଳେ ଏକ ମୋଟର ସାଇକଲ ଦୁର୍ଘଟଣାରେ ଗୋଡ ଭାଙ୍ଗି ଯାଇଥିଲା। ପ୍ରଧାନ ଶିକ୍ଷକ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସେହି ଦିନଠାରୁ ଚିନ୍ତିତ ହୋଇପଡିଥିଲେ।

ଗତ ଶନିବାର ଦିନ କିଡନି ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଠାରେ ଚିକିତ୍ସ। ପାଇଁ ଭର୍ତ୍ତି କରାଇଥିଲେ ପରିବାର ଲୋକେ। କିନ୍ତୁ ଗତ କାଲି ରାତ୍ର ସମୟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ନିର୍ଦ୍ଧିଷ୍ଠ ଘରୋଇ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ନବଘନ ଦଳାଇ ପ୍ରଧାନ ଶିକ୍ଷକ ଥିବା ସମୟରେ ନିଜ ଛାତ୍ରଙ୍କ ସଠିକ ରାସ୍ତା ଦେଖାଇ ଆଇ ପି ଏସ, ଆଇନିଜୀବୀ, ବର୍ତ୍ତମାନ ନାମୀ ଦାମୀ ସାମ୍ବାଦିକଙ୍କୁ ମଧ୍ୟ ନିଜ ହାତରେ ଗଢିଛନ୍ତି। ଶିକ୍ଷକତା ଅବସର ପରେ ମଧ୍ୟ ଶିକ୍ଷକତା ପ୍ରତି ଏତେ ଦୁର୍ବଳ ରଖିଥିଲେ ଯେ ଏକ ଘରୋଇ ଶିକ୍ଷାନୁଷ୍ଠାନ ସହିତ ଯୋଡି ହୋଇ ରହିଥିଲେ।

ନବଘନ ନିଜ ତୁମ୍ବୁରାପୁଟ ପଞ୍ଚାୟତର ରାଣୀପଡା ଗ୍ରାମରେ ହେଉ କିମ୍ବା ଆଖ ପାଖ ଅଞ୍ଚଳରେ ବେସ ଜଣା ଶୁଣା ବ୍ୟକ୍ତିତ୍ୱ ଥିଲେ। ସଭା ସମିତି ନିଷ୍ପତ୍ତିରେ ସଠିକ ପରିଚାଳନା କରିବାରେ ବେଶ ଚର୍ଚ୍ଚିତ ମଣିଷ ମଧ୍ୟ ଥିଲେ। ବର୍ତ୍ତମାନ ଶୋକାକୁଳ ପରିବାର ଏଭଳି ମଣିଷକୁ ପୁଣି ଥରେ ପାଇବା ଅସମ୍ଭବ ବୋଲି ପୂର୍ବରେ ଘଟିଯାଇଥିବା କଥାକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଥିବାର ନଜର ଆସିଛି। ଏନେଇ ସାରା ତୁମ୍ବୁରାପୁଟ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି।