Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ନୀଳକଣ୍ଠେଶ୍ୱର ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ନବଘନ ଦଳାଇଙ୍କ ପରଲୋକ
ଆଞ୍ଚଳିକ

ବାଣପୁର ନୀଳକଣ୍ଠେଶ୍ୱର ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ନବଘନ ଦଳାଇଙ୍କ ପରଲୋକ

September 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବାଣପୁର ବ୍ଲକ ଅନ୍ତର୍ଗତ କୁମାରଙ୍ଗ ପଞ୍ଚାୟତ ନୀଳକଣ୍ଠେଶ୍ୱର ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ନବଘନ ଦଳାଇଙ୍କ ପରଲୋକ ହୋଇଯାଇଛି। ମାତ୍ର ୬୭ ବର୍ଷ ବୟସରେ ଶ୍ରୀ ନବଘନ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ କିଛି ଦିନ ତଳେ ଏକ ମୋଟର ସାଇକଲ ଦୁର୍ଘଟଣାରେ ଗୋଡ ଭାଙ୍ଗି ଯାଇଥିଲା। ପ୍ରଧାନ ଶିକ୍ଷକ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସେହି ଦିନଠାରୁ ଚିନ୍ତିତ ହୋଇପଡିଥିଲେ।

ଗତ ଶନିବାର ଦିନ କିଡନି ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଠାରେ ଚିକିତ୍ସ। ପାଇଁ ଭର୍ତ୍ତି କରାଇଥିଲେ ପରିବାର ଲୋକେ। କିନ୍ତୁ ଗତ କାଲି ରାତ୍ର ସମୟରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ନିର୍ଦ୍ଧିଷ୍ଠ ଘରୋଇ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ନବଘନ ଦଳାଇ ପ୍ରଧାନ ଶିକ୍ଷକ ଥିବା ସମୟରେ ନିଜ ଛାତ୍ରଙ୍କ ସଠିକ ରାସ୍ତା ଦେଖାଇ ଆଇ ପି ଏସ, ଆଇନିଜୀବୀ, ବର୍ତ୍ତମାନ ନାମୀ ଦାମୀ ସାମ୍ବାଦିକଙ୍କୁ ମଧ୍ୟ ନିଜ ହାତରେ ଗଢିଛନ୍ତି। ଶିକ୍ଷକତା ଅବସର ପରେ ମଧ୍ୟ ଶିକ୍ଷକତା ପ୍ରତି ଏତେ ଦୁର୍ବଳ ରଖିଥିଲେ ଯେ ଏକ ଘରୋଇ ଶିକ୍ଷାନୁଷ୍ଠାନ ସହିତ ଯୋଡି ହୋଇ ରହିଥିଲେ।

ନବଘନ ନିଜ ତୁମ୍ବୁରାପୁଟ ପଞ୍ଚାୟତର ରାଣୀପଡା ଗ୍ରାମରେ ହେଉ କିମ୍ବା ଆଖ ପାଖ ଅଞ୍ଚଳରେ ବେସ ଜଣା ଶୁଣା ବ୍ୟକ୍ତିତ୍ୱ ଥିଲେ। ସଭା ସମିତି ନିଷ୍ପତ୍ତିରେ ସଠିକ ପରିଚାଳନା କରିବାରେ ବେଶ ଚର୍ଚ୍ଚିତ ମଣିଷ ମଧ୍ୟ ଥିଲେ। ବର୍ତ୍ତମାନ ଶୋକାକୁଳ ପରିବାର ଏଭଳି ମଣିଷକୁ ପୁଣି ଥରେ ପାଇବା ଅସମ୍ଭବ ବୋଲି ପୂର୍ବରେ ଘଟିଯାଇଥିବା କଥାକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଥିବାର ନଜର ଆସିଛି। ଏନେଇ ସାରା ତୁମ୍ବୁରାପୁଟ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି।

ପରଲୋକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲୀଙ୍କ ୧୦୩ ବର୍ଷ ବୟସରେ ପରଲୋକ

July 25, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.