Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଗମ୍ଭାରୀମୁଣ୍ଡାରେ ଜଘନ୍ୟ ହତ୍ୟାକାଣ୍ଡ: ସ୍ତ୍ରୀକୁ କଟୁରୀରେ ହାଣି ଖଣ୍ଡ ଖଣ୍ଡ କଲା ସ୍ୱାମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝରିଆଟାଙ୍ଗୀ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିଜେ ସ୍ଵାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩ ଘଟିକାରେ ଗମ୍ଭାରୀମୁଣ୍ଡା ଝରିଆଟାଙ୍ଗୀ ଗ୍ରାମର ବିଭୁଦତ୍ତ ରାୟ ତାଙ୍କ ସ୍ତ୍ରୀ ଙ୍କ ବେକକୁ କଟୁରୀରେ ହାଣି ଦେଇଛନ୍ତି। ଫଳରେ ସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ବିଭୁଙ୍କୁ ଅଟକ ରଖିଛି। ତେବେ ଏ ଘଟଣା ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସବ୍‌ ଜେଲରେ ବିଚାରାଧନୀ କଏଦୀ ମୃତ୍ୟୁ ପ୍ରସଙ୍ଗ: ତଦନ୍ତ କଲା ସ୍ଥାନୀୟ ପ୍ରଶାସନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଲରେ ଗତକାଲି ସଂଧ୍ୟାରେ ବିଚାରାଧୀନ ବନ୍ଦୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଜେଲରେ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇ ଆଇ ସି ସଂଜୟ କୁମାର ପଟ୍ଟନାୟକ ଓ ସାଇଣ୍ଟିଫିକ୍ ଦଳ ବାଣପୁର ଜେଲ୍ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଜେଲ୍ ରେ ଏହି ତଦନ୍ତକାରୀ ଦଳ ଜେଲ୍  ଅନ୍ତେଵାସୀ ଓ ଜେଲ୍‌ରେ କର୍ମଚାରୀ ମାନଙ୍କୁ ପଚରା ଉଚୁରା କରିଛନ୍ତି। ଏହା ସହ ଘଟଣା କିଭଳି ଘଟିଲା ଜାଣିବା ପାଇଁ  ସି ସି ଟି ଭି ଫୁଟେଜ  ଯାଞ୍ଚ କରିଛନ୍ତି। ତଦନ୍ତକାରୀ ଦଳ ପୁଣି ବାଣପୁର ଡାକ୍ତରଖାନାକୁ ଯାଇ ଡାକ୍ତରମାନଙ୍କ ସହ ଘଟଣା ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛନ୍ତି। ଅଭିଯୁକ୍ତ ଜଣକ ଜେଲର ଏକ ମହଲା ଉପରୁ ଡେଇଁପଡ଼ି ଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବାଣପୁର ସବ୍‌ ଜେଲ୍‌  କର୍ତ୍ତୃପକ୍ଷ। ଆଜି ସି.ସି.ଟି.ଭି ଫୁଟେଜ ଯାଞ୍ଚ କଲା ପରେ ଅଭିଯୁକ୍ତ ଜଣକ ଜେଲ୍‌ର ପ୍ରଥମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡିଛି।

ତେବେ ମୃତ ଅଭିଯୁକ୍ତ ଜଣକ ଗତ ମାର୍ଚ୍ଚ ୨୦ ତାରିଖରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଖୋର୍ଦ୍ଧା ରୋଡ଼ ଜି.ଆର.ପି ଦ୍ୱାରା ୧୫୯/୨୦ ମାମଲାରେ ଗିରଫ ହୋଇଥିଲେ। ପରେ ଜଟଣୀ କୋର୍ଟର ଦଣ୍ଡବିଧାନ ଅନୁଯାୟୀ ଝାରପଡା ଜେଲକୁ ଯାଇଥିଲେ। ଗତ ୧୮ ତାରିଖ ଦିନ ଝାରପଡାରୁ ବାଣପୁର ସବଜେଲକୁ ୧୯ ଜଣ କଏଦୀ ସ୍ଥାନାନ୍ତରିତ ହୋଇଥିଲେ। ଯେଉଁଥିରେ ଶିବୁନ ଅନ୍ୟତମ ଥିଲେ। ପୋଲିସ୍‌ ମୃତ ଅଭିଯୁକ୍ତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ଏହି ଘଟଣାରେ ୨୮/୨୦ ଅପମୃତ୍ୟୁ ମାମଲା ରୁଜୁ କରି ବାଣପୁର ପୋଲିସ୍ତ‌ ଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସ। ସେହିପରି ଅଭିଯୁକ୍ତଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦେଇଛି ବାଣପୁର ପୋଲିସ୍‌। (ଏଜେନ୍ସି)

Categories
ଆଞ୍ଚଳିକ

ବାଣପୁର ବଡ଼ସିରେଇପୁର ଗ୍ରାମରେ ବିଶ୍ୱ ପାଇଖାନା ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ହେଉଛି ବିଶ୍ୱ ପାଇଖାନା ଦିବସ। ଦେଶରେ ଅନେକ ସ୍ଥାନରେ ଏହି ଦିବସକୁ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନରେନ୍ଦ୍ରପୁର ପଂଚାୟତ ବଡଶିରେଇପୁର ଗ୍ରାମରେ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ମହିଳାମଣ୍ଡଳ, ସହଯୋଗୀ ଓ ଅତିଥୀମାନେ ଗ୍ରାମ ପରିକ୍ରମା କରିଥିଲେ। ସ୍ୱଚ୍ଛତାର ସ୍ଲୋଗାନ ମାଧ୍ୟମରେ ଗ୍ରାମକୁ ସ୍ୱଚ୍ଛତା ରଖିବା, ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ଫିନିସ ସୋସାଇଟିର ନେତୃତ୍ୱ, ଗ୍ରାମର ନିଗ୍ରାଣି କମିଟିର ତତ୍ତ୍ବାବଧାନରେ, ୧୭ଟି ମହିଳା ମଣ୍ଡଳର ୧୭୫ ଜଣ ମହିଳା, ଗ୍ରାମ ସଭାପତି ପ୍ରବୋଧ କୁମାର ବିଶ୍ବାଳ, ସମ୍ପାଦକ ଭଗବାନ ଦାସ, ଝୁଲଣ ଜେନା, ବୁଲାରାମ ପ୍ରଧାନଙ୍କ ସହ ପ୍ରବର୍ତ୍ତକ ପ୍ରମୋଦ ପ୍ରଧାନ, ନିରଞ୍ଜନ ପ୍ରଧାନ, ମହେଶ ପାତ୍ର, ମାଧବ ବିଶୋଇ, ବିନାୟକ ଜେନା, ଅନନ୍ତ ପାଇକରାୟ ସମେତ ଗ୍ରାମବାସୀଙ୍କ ସହଯୋଗ ଉଚ୍ଚ କୋଟିର ଥିଲା।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଫିନିସ ସୋସାଇଟିର ସର୍ବଭାରତୀୟ ନିର୍ଦ୍ଦେଶକ ଅଭିଷେକ ଚୌଧୁରୀ, ଜୀବନ ପ୍ରଦୀପ ଦାସ, ରାଜ୍ୟ ସଂଯୋଜିକା ଅର୍ଣ୍ଣପୁର୍ଣ୍ଣା ପରିଡ଼ା, ବ୍ଲକ ସଂଯୋଜିକା ମିନତୀ ସ୍ୱାଇଁ, ବୈଜୟନ୍ତୀ ଖୁଣ୍ଟିଆ, ସଭାନେତ୍ରୀ ସଂଧ୍ୟାରାଣୀ ପଣ୍ଡା, ମାମି ମହାରଣା, ଅନିତା ମହାରଣା, ଗୌରୀ ବିଶ୍ୱାଳଙ୍କ ସହ ବ୍ଲକର ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଅଚ୍ୟୁତାନନ୍ଦ ସାହୁ ଯୋଗଦେଇଥିଲେ।

ଧାର୍ଯ୍ୟ ସମୟ ପୂର୍ବରୁ ସଚେତନତା ସହ କାର୍ଯ୍ୟ ସମ୍ପାଦନ କରିଥିବାରୁ ଫିନିସ ସୋସାଇଟିର ନିର୍ଦ୍ଦେଶକ ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀଙ୍କୁ ପ୍ରଶଂସା କରିଥିଲେ। ଏହିପରି ସହଯୋଗ କାମନା କରି ପ୍ରତ୍ୟେକ ଗ୍ରାମରେ ଅଭିଯାନ ସଫଳ କରିବାକୁ ଅନୁରୋଧ କରିଥିଲେ। ଶେଷରେ ପଦ୍ମଚରଣ ମେମୋରିଆଲ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ବଚ୍ଛ ଭାରତ ଅଭିଯାନ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସବ୍‌ ଜେଲ୍‌ର ପ୍ରଥମ ମହଲାରୁ ଖସିପଡି ବିଚରାଧୀନ କଏଦୀ ମୃତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଆଜି ସନ୍ଧ୍ୟାବେଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସବ୍‌ଜେଲ୍‌ରେ ଜଣେ ବିଚରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସବ୍‌ଜେଲ୍‌ କର୍ତ୍ତୃପକ୍ଷ କୋଶଳ ପଦ୍ମିନୀ ଦଳବେହେରାଙ୍କ ସୂଚନାନୁଯାୟୀ, ଆଜି ସନ୍ଧ୍ୟା ୫:୧୦ ମିନିଟ୍‌ରେ ବାଣପୁର ସବ୍‌ଜେଲ୍‌ରେ ଏହି ଅଘଟଣ ଘଟିଛି। ମୃତ୍ୟୁବରଣ କରିଥିବା ବିଚରାଧୀନ କଏଦୀଙ୍କ ନାମ ହେଉଛି ଶିବୁନ୍‌ କୁସ୍‌କୁ (୪୦)। ସେ ଆସାମର ବାସିନ୍ଦା ହୋଇଥିବାବେଳେ ଗତକାଲି ଝାରପଡା ଜେଲ୍‌ରୁ ବାଣପୁର ସବ୍‌ଜେଲ୍‌କୁ ସ୍ଥାନାନ୍ତର ହୋଇଥିଲେ। ବାଣପୁର ସବ୍‌ଜେଲ୍‌ର ପ୍ରଥମ ମହଲାରୁ ଅସାବଧାନତା କାରଣରୁ ଖସିପଡିଥିଲେ। ତୁରନ୍ତ ତାଙ୍କୁ ଜେଲ୍‌ କର୍ମଚାରୀ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଜେଲ୍‌ କର୍ତ୍ତୃପକ୍ଷ ବାଣପୁର ପୋଲିସ୍‌କୁ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଜେଲ୍‌ ପରିସରରେ କଏଦୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ : ଚାରି ଗିରଫ, ମୋବାଇଲ, ବାଇକ୍‌ ଜବତ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଗତକାଲି ରାତିରେ ବାଣପୁର ପୋଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ପଇସା, ମୋବାଇଲ ଏବଂ ବାଇକ ଜବତ କରିଛି l ମିଳିଥିବା ସୂଚନା ମୁତାବକ ଗତକାଲି ରାତି ୮ ଘଟିକାରେ ପୂର୍ବ ସୂଚନା ଅନୁଯାୟୀ ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ଏସ.ଆଇ ବିଜୟ ମଲ୍ଲିକ,ପ୍ରସନ୍ନ ଜେନା ଏବଂ ରାଜକିଶୋର ବେହେରା ମିଳିତ ଭାବେ ପଲଟନ ପଡିଆ ଟିକିରାଇ ମନ୍ଦିର ସମ୍ମୁଖରେ ଥିବା ବିଲ ମଧ୍ୟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ  ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ପୋଲିସ  ଚାରି ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫୮୦୦ ନଗଦ ଟଙ୍କା, ଗୋଟେ ବାଇକ, ୩ ଗୋଟି ମୋବାଇଲ ଏବଂ ତାସ ପାଲି ଜବତ କରିଛି l ସମସ୍ତ ଅଭିଯୁକ୍ତଙ୍କୁ ବାଣପୁର ପୋଲିସ କେସ ନମ୍ବର ୩୫୪/୨୦ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରିବ ବୋଲି ସୂଚନା ମିଳିଛି l

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ପାରିବାରିକ କଳହ: ଭାଉଜର ଗରମ ପେଜ ଆକ୍ରମଣରେ ଦିଅର ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାଉଜ ନିଜ ଦିଅର ଉପରେ ଗରମ ପେଜ ଢାଳିବା ଦ୍ଵାରା ଦିଅର ଗୁରୁତର ଆହତ ହୋଇଛନ୍ତି। ଏନେଇ ଭେଟେଶ୍ୱର ଗ୍ରାମର କର୍ପୁର ପଲାଇ ଆଜି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଆଜି ସନ୍ଧ୍ୟାବେଳେ ତାଙ୍କ କନିଷ୍ଠ ପୁତ୍ର ଅନୁ ପଲେଇ ଘର ପାହାଚରେ ବସିଥିବା ସମୟରେ ହଠାତ ତାଙ୍କ ବଡ଼ ବୋହୁ ଗରମ ପେଜପାଣି ଅନୁଙ୍କ ଉପରେ ଢ଼ାଳିଦେଇଥିଲେ।

ଅନୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଯଥାଶୀଘ୍ର ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାପାଇଁ ଅନୁଙ୍କ ମା କର୍ପୁର ବାଣପୁର ଥାନାଧିକାରୀଙ୍କୁ ନିବେଦନ କରିଛନ୍ତି। ତେବେ ବାଣପୁର ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଦେଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅବକାରୀ ବିଭାଗର ଚଢ଼ାଉ: ହଜାର ହଜାର ଲିଟର ପୋଚ ନଷ୍ଟ, ତିନି ମହିଳା ଗିରଫ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ହଜାର ହଜାର ଲିଟର ପୋଚ ନଷ୍ଟ କରିବା ସହ ତିନି ଜଣଙ୍କୁ  ଗିରଫ କରି ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଲକ ଡ଼ାଉନ ସମୟରେ ଅବକାରୀ ବିଭାଗ ଚିଲିକା ନିର୍ବାଚନମଣ୍ଡଳୀରେ  ବାରମ୍ବାର ଚଢ଼ାଉ କରି ହଜାର ହଜାର  ଲିଟର ଦେଶୀ ମଦ ଜବତ ସହ ବହୁ ଚୋରା ବେପାରୀଙ୍କୁ ଗିରଫ କରିଥିବା ସ୍ଥଳେ ବର୍ତ୍ତମାନ ଲକ ଡ଼ାଉନ ହଟିବାପରେ ମଧ୍ୟ ଚଢ଼ାଉ ଅବ୍ୟାହତ ରହିଛି।

ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଥାନାଧୀକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ନିରୀକ୍ଷକ ମନୋଜ ବାରିକ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗର ବିଭିନ୍ନ କର୍ମଚାରୀଙ୍କ ଦ୍ୱାରା ଏକ ବୃହତ ଟିମ ଗଠନ କରାଯାଇ ପୂର୍ବ ସୂଚନା ଅନୁଯାୟୀ ବାଣପୁର ବ୍ଲକର କନ୍ଧଆମ୍ବଝର ମୌଜା ସ୍ଥିତ ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅବକାରୀ ବିଭାଗ ଘଟଣାସ୍ଥଳରେ ୨୦୫୦ ଲିଟର ପୋଚ ନଷ୍ଟ କରିବା ସହ ୨୮ ଲିଟର ଦେଶୀ ମଦ ସହ ତିନି ଜଣ ମହିଳାଙ୍କୁ ଗିରଫ କରିଛି। ମହିଳାମାନେ ହେଲେ ଯଶୋଦା ପରିଡ଼ା, ନିଶା ପଲେଇ ଏବଂ ସୁକାନ୍ତି ମହନ୍ତ। ସମସ୍ତେ ଘଟଣାସ୍ଥଳରେ ବେପାର ଉଦେଶ୍ୟରେ ପୋଚ ତିଆରି କରୁଥିଲେ। କୋଭିଡ ଲାଗି ତିନି ଜଣ ଅଭିଯୁକ୍ତଙ୍କୁ ସେକ୍ସନ ୪୧(ଏ)  ରେ ନୋଟିସ ଦେଇ ଅବକାରୀ ବିଭାଗ ଛାଡିଦେଇଥିବା ସ୍ଥଳେ ସମସ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୬୦, ୬୨ ଏବଂ ୬୩ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ଜନ୍ମମାଟି ବାଣପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ

ବାଣପୁର: ଆଜି ଓଡ଼ିଶାର ସାରସ୍ଵତ ପ୍ରତିଭା, କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତି ଓ ସମାଜସେବାର ମଙ୍ଗୁଆଳ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୧୩୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଅନୁପାଳନ ଓ ପୂଜ୍ୟପୂଜାର ପରମ୍ପରାକୁ ଆଖିଆଗରେ ରଖି ଚିଲିକା ସାହିତ୍ୟ ସମାଜ, ଶାଳିଆ ସାଂସ୍କୃତିକ ପରିଷଦ ଓ ନେହେରୁ ସେବାସଙ୍ଘ ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ସଙ୍ଘର କନକ ଭବନ ପରିସରରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଚିଲିକା ସାହିତ୍ୟର ସଭାପତି ଶିକ୍ଷାବିତ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବରେ ଶୁଶ୍ରୀ ସରୋଜିନୀ ଦାଶ, ସମ୍ମାନୀୟ ଅତିଥି ଗାଳ୍ପିକ ଶିବ ମିଶ୍ର, ମୁଖ୍ୟ ବକ୍ତା ଅଧ୍ୟାପକ ଡ଼ ସତ୍ୟ ସଡଙ୍ଗୀ ଓ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ଡ଼ କୈଳାସ ଚନ୍ଦ୍ର ମହାରଣା, ମଦନମୋହନ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ରଥ, ଓଁମ ପ୍ରକାଶ ଅଗ୍ରୱାଲ, ଗୋପୀନାଥ ଦାଶ, ଆନନ୍ଦ ଚନ୍ଦ୍ର ସେନାପତି, ବୈରାଗୀ ଚରଣ ବଳ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାରଣା, ପ୍ରମୁଖ ଯୋଗ ଦେଇ ପଣ୍ଡିତଙ୍କ ସାହିତ୍ୟ କୃତି ସମ୍ପର୍କରେ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ଥାନୀୟ କବିମାନଙ୍କର ଏକ ମନୋଜ୍ଞ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଲକ୍ଷ୍ମୀଧର ସୁବୁଦ୍ଧି ବିବରଣୀ ପାଠ କରିଥିବା ବେଳେ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ପୂର୍ବାହ୍ନରେ ବଜାର ସ୍ଥିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁରର ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ଖୁଣ୍ଟୁପଲ୍ଲି ଗ୍ରାମରେ ଜଣେ ଦୃଷ୍ଟିହୀନ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’। ଦୃଷ୍ଟିହୀନ ବ୍ୟକ୍ତି ଜଣକ ହେଲେ କୁମାରାଙ୍ଗ ପଞ୍ଚାୟତ ଖୁଣ୍ଟୁପଲି ଗ୍ରାମର ଗୋବିନ୍ଦ ଜେନା। ଉକ୍ତ ଗ୍ରୁପ ଦ୍ୱାରା ଆଜି ଅପରାହ୍ନରେ ମିଶନ ଆତ୍ମନିର୍ଭରଶୀଳ ଯୋଜନାରେ ଝୀଂଟିକାପଲ୍ଲି ସ୍ଥିତ ମା’ ତାରିଣୀ ମନ୍ଦିର ନିକଟରେ ଏକ ପୂଜା ଏବଂ ତେଜରାତି ଦୋକାନ ନିଃଶୁଳ୍କରେ ଗୋବିନ୍ଦଙ୍କୁ ଯୋଗାଇଦିଆଯାଇଅଛି। ଦୋକାନ ଚଳାଇବାରେ ତାଙ୍କ ଧର୍ମପତ୍ନୀ ତାଙ୍କୁ ସହଯୋଗ କରିବେ। ଉକ୍ତ ଦୋକାନ ଦ୍ୱାରା ଗୋବିନ୍ଦ ନିଜେ ଆତ୍ମନିର୍ଭର ହେବା ସହ ନିଜ ପରିବାର ଗୁଜୁରାଣ ମଧ୍ୟ ମେଣ୍ଟାଇପାରିବେ। ବିଗତ ଦଶ ଦିନ ତଳେ ଗୋବିନ୍ଦଙ୍କ ବିଷୟରେ ସୂଚନା ପାଇ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’ ତାଙ୍କ ବାସଭବନକୁ ପହଁଚି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ ଏବଂ ଆଜି ତାଙ୍କ ଅସୁବିଧା ଦୂର କରିବା ଉଦ୍ଦେଶ୍ୟରେ ଏକ ସୁନ୍ଦର ପ୍ରୟାସ କରିଛନ୍ତି ଯାହା ନିଶ୍ଚିତ ରୂପେ ପ୍ରଶଂସନୀୟ।

ଆଜିର ଉକ୍ତ କାର୍ଯ୍ୟକ୍ରମରେ ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’ ର ସଭାପତି ପ୍ରଶାନ୍ତ ସେନାପତି ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯଥା ଚିଣ୍ଟୁ ବେହେରା, ଚୁମୁକି ବରାଳ, ଦୀପକ ଜେନା, ଉତ୍ତମ ରଣା, ସଞ୍ଜୟ ଓ ଲିପନ ଆଦି ଉପସ୍ଥିତ ଥାଇ ଗୋବିନ୍ଦ ଙ୍କୁ ଉତ୍ସହିତ କରିଥିଲେ। ଉକ୍ତ ଗ୍ରୁପର ଏତଦ ମହତ କାର୍ଯ୍ୟପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ସୂଚନା ଥାଉ କି ପୂର୍ବରୁ ଉକ୍ତ ଗ୍ରୁପ ଦ୍ୱାରା ମିଶନ ଆତ୍ମନିର୍ଭର ଯୋଜନାରେ ତିନି ଜଣ ଅସହାୟ ବ୍ୟକ୍ତିଙ୍କୁ ଏହିପରି ସହାୟତା ପ୍ରଦାନ କରାଯାଇଅଛି।

Categories
ଆଞ୍ଚଳିକ

ବାଣପୁର ଗସ୍ତରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ: ପାର୍ବଣ ଋତୁରେ କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ କଲେ ସମୀକ୍ଷା ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ କିଛି ଦିନ ହେଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ଗ୍ରାଫ କ୍ଷିପ୍ର ଗତିରେ କମୁଥିଲେ ସୁଦ୍ଧା ଏହାକୁ ଶୂନ କରିବା ଲକ୍ଷ୍ୟରେ ଜିଲ୍ଲା ଅଧିକାରୀମାନଙ୍କ ମାରାଥନ ଗସ୍ତ ଜାରି ରହିଛି। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଆସୁଥିବାରୁ ଯଦି କୋଭିଡ ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରାନଯାଏ ତାହାଲେ କୋଭିଡ ପୁଣି ବଢିପାରେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ବ୍ଲକ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସ ପଟ୍ଟନାୟକ ବାଣପୁର ଏନ.ଏ.ସି ର ସଭାଗୃହ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ନେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବାଣପୁର(ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ ବର୍ତ୍ତମାନ କୋଭିଡ ସଂଖ୍ୟା ବହୁତ କମିଥିବାରୁ ସ୍ଥାନୀୟ ତହସିଲ, ବ୍ଲକ, ଏନ.ଏ.ସି, ପୋଲିସ, ମେଡିକାଲ ପ୍ରଶାସନ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ।

ଏହା ସହ ଏନ୍ଫୋର୍ସମେଣ୍ଟ କୁ ଆହୁରି କଡାକଡି କରିବା, ସାନିଟାଇଜେସନ ଠିକ ଭାବରେ କରିବା, ସି.ଏମ.ସି ମିଟିଙ୍ଗ ଆୟୋଜନ କରିବା ଆଦି ବିଷୟଗୁଡିକୁ ଅତିରିକ୍ତ ଜିଲ୍ଲପାଳ ଗୁରୁତ୍ୱ ଦେଇଥିଲେ। ଆଗକୁ ଦଶହରା, ଦୀପାବଳି ଏବଂ ଶୀତ ଦିନ ଅସୁଥିବାସ୍ଥଳେ ଯଦି ଏ ସବୁ ନିୟମକୁ କଡାକଡି ଭାବେ ପାଳନ କରାନଯାଏ ତେବେ ୟୁରୋପୀୟ ଦେଶ ଭଳି ପୁନର୍ବାର କୋଭିଡ ସଂକ୍ରମଣ ବଢିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିବା ସହ ଆଗାମୀ ଦିନରେ ବାଣପୁର ରେ କୋଭିଡ କୁ ଶୂନ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବାଣପୁର ଏନ.ଏ.ସି ର ପୂର୍ବତନ କାଉନ୍ସିଲର ମାନେ ଯୋଗଦେଇଥିଲେ ଏବଂ ସେମାନଙ୍କୁ ନିଜ ନିଜ ୱାର୍ଡ ରେ କୋଭିଡ ସଚେତନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ।

ଉକ୍ତ ବୈଠକରେ ବାଣପୁର ତହସିଲଦାର ମନ୍ମଥ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ବାଣପୁର ଥାନା ଏସ.ଆଇ ପ୍ରସନ୍ନ ଜେନା, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ସି.ଡ଼ି.ପି.ଓ ବିଦ୍ୟୁତପ୍ରଭା ରଥ ଏବଂ ସବୁ ଗ୍ରାମ ପଞ୍ଚାୟତ ମାନଙ୍କର ନୋଡାଲ ଅଫିସରମାନେ ଉପସ୍ଥିତି ଥିଲେ।

ବାଣପୁର ଏନ.ଏ.ସି ତରଫରୁ ଆଜି ଅପରାହ୍ନ ସୁଦ୍ଧା ଦୁଇ ଗୋଟି ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା କୋଭିଡ ଜରିମାନା ୪୦୦୦ ଟଙ୍କା ଆଦାୟ କରାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିଆଲ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଅଲାଇଡିହ ଛକରେ ଗଣ୍ଡଗୋଳ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କଲେ ଆହତ ବ୍ୟକ୍ତି 

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା  ଅନ୍ତର୍ଗତ ଅଲାଇଡିହ ଛକରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଘଟିଥିବା  ଗଣ୍ଡଗୋଳ ରେ ଗୁରୁତର ଆହତ ହୋଇଥିବା ବୁଟୁ ପାଢ଼ୀଙ୍କ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପାଖାପାଖି ରାତି ଦୁଇ ଘଟିକାରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଅପରପକ୍ଷରେ ଆକ୍ରମଣ କରିଥିବା ଅଭିଯୁକ୍ତ ଗତକାଲି ରାତିରୁ ଫେରାର ଥିବାବେଳେ ବାଣପୁର ପୋଲିସ ତାଙ୍କୁ ଗିରଫ କରିବାପାଈଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଅଲାଇଡିହ ଛକରେ ଗଣ୍ଡଗୋଳ: ମାରଣାସ୍ତ୍ରରେ କାନ କାଟିଲେ ଆକ୍ରମଣକାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକ ଠାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବାର ଖବର ହସ୍ତଗତ ହୋଇଛି। ଉଭୟ ବ୍ୟକ୍ତି ଅଲାଇଡିହ ଗ୍ରାମର ବୋଲି ଜଣାପଡିଛି।

ଏହି ଗଣ୍ଡଗୋଳ ଆଜି ରାତି ପାଖାପାଖି ୮ ଘଟିକା ସମୟରେ ହୋଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ବୁଟୁ ପାଢ଼ୀ। ମାରଣାସ୍ତ୍ର ଦ୍ୱାରା ତାଙ୍କ ବାମ କାନ କଟିଯାଇଥିବା ବେଳେ ନାକ ଏବଂ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବାର ସୂଚନା ମିଳିଛି।

ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଅଚେତ ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତୁରନ୍ତ ତାଙ୍କର ଆଶୁ ଚିକିତ୍ସା କରି ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଖବର ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ବୁଟୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଖୋଜିବାରେ ଲାଗିପଡ଼ିଛି।

Categories
ଆଞ୍ଚଳିକ

ବନବିଭାଗ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବାଣପୁରରେ ତଦନ୍ତ କଲେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଏସପି

ସୀତାରାମ ଅଗ୍ରୱାଲ

ବାଣପୁର: ବନବିଭାଗ ହେପାଜତରେ ଥିବା ଯୁବକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜେୟ ପ୍ରତାପ ସ୍ୱାଇଁ ବାଣପୁର ଗସ୍ତରେ ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କାଠ ଚୋର ସନ୍ଦେହରେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରାଙ୍କୁ ବାଣପୁର ବନ ବିଭାଗ ଅଟକ ରଖିଥିଲା। କିନ୍ତୁ ବନ ବିଭାଗ ହେପାଜତରେ ଥିବା ବେଳେ ବଳଭଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ବନବିଭାଗ କର୍ମଚାରୀ ତାଙ୍କୁ ପିଟିପିଟି ମାରି ଦେଇଥିବାର ବଳଭଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଦୁଇ ଦିନ ଧରି ବାଣପୁର ମେଡ଼ିକାଲରେ ଧାରଣାରେ ବସିଥିଲେ।

ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି ରିପୋର୍ଟ ରେ ଯୁବକଙ୍କ ପରିବାର ବର୍ଗଙ୍କ ଅଭିଯୋଗ ମୁତାବକ କିଛି ତଥ୍ୟ ଆସେ, ତାହାଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଣପୁର ପ୍ରଶାସନ ପ୍ରତିଶୃତି ଦେବା ପରେ ବୁଧବାର ସନ୍ଧ୍ୟାରେ ଧାରଣାରୁ ଉଠିଥିଲେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ। ଏହା ସହିତ ବାଣପୁର ବନବିଭାଗର କେତେକ କର୍ମଚାରୀଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେସ ନମ୍ବର ୩୧୯/୨୦ ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ମୃତକଙ୍କ ପତ୍ନୀ ପ୍ରତିମା ବେହେରା।

ଆଜି ସକାଳେ ଏହି ଘଟଣାର ଟିକିନିକି ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣପୁର ପ୍ରଶାସନ ସହ ଧୂଆଁନଳୀ ଫରେଷ୍ଟ ସେକ୍ସନ ଅଞ୍ଚଳରେ ପହଞ୍ଚିଥିଲେ l ତଦନ୍ତ ସାରି ବାଣପୁର ଫେରିବାପରେ ଏହାର ଫଳାଫଳ ବିଷୟରେ ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ଉଭୟ ଜିଲ୍ଲପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉକ୍ତ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ପଚରାଉଚୁରା କରିଛନ୍ତି। ଏହାର ଏକ ଯୁଗ୍ମ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ସୂଚନା ଦେଇଥିଲେ ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ଶେଷରେ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନ ସହ ଏକ ବୈଠକରେ ଭାଗ ନେଇ କରୋନା ସ୍ଥିତି ସମୀକ୍ଷା କରିଥିଲେ। ବର୍ତ୍ତମାନ ଚିଲିକାରେ କୋଭିଡ ସ୍ଥିତି ବହୁତ ସୁଧୁରୁଛି ଏବଂ ଖୁବ କମ ସକ୍ରିୟ କେସ ଅଛି ବୋଲି କହିଥିଲେ ଜିଲ୍ଲାପାଳ। ଏଥିପାଇଁ ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରଶାସନର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ଜନସାଧାରଣଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ପଡିବ ଅନ୍ୟଥା କୋଭିଡ କେସ ପୁନର୍ବାର ବଢିପାରେ ବୋଲି ଜିଲ୍ଲାପାଳ ମତ ରଖିଥିଲେ। ଏହାସହ ଜିଲ୍ଲାପାଳ ଏନ୍ଫୋର୍ସମେଣ୍ଟକୁ କଡାକଡି କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାର ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ଏବଂ ଏସପିଙ୍କ ଉକ୍ତ ଗସ୍ତ ସମୟରେ ଖୋର୍ଦ୍ଧା ଏ.ସି.ଏଫ.ଓ, ବାଣପୁର ତହସିଲଦାର, ବାଲୁଗାଁ ଏସ.ଡ଼ି.ପି.ଓ, ବାଣପୁର ଆଇ.ଆଇ.ସି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପ୍ରତାପ ନିକଟସ୍ଥ ଶାଳିଆ ଡ୍ୟାମ ଜଙ୍ଗଲ ପାର୍ଶ୍ୱରେ ପଡି ରହିଛି ଗଳିତ ଶବ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ପ୍ରତାପ ଗ୍ରାମ ଏବଂ ଶାଳିଆ ଡ୍ୟାମର ସୀମାବର୍ତୀ ଜଙ୍ଗଲ ଅଞ୍ଚଳରେ ପଡ଼ିରହିଛି ଏକ ଗଳିତ ଶବ । ଶବଟି ବହୁଦିନ ରୁ ପଡିଥିବାର ଅନୁମାନ କରାଯାଉଛି । ଶବଟି ଗଳିତ ଅବସ୍ଥାରେ ଥିବାରୁ ପରିଚୟ ଜଣାପଡ଼ୁନାହିଁ।

ଆଜି ସକାଳେ ପ୍ରତାପ ଗ୍ରାମର କିଛି ଯୁବକ ମାନେ ଜଙ୍ଗଲ ରାସ୍ତା ଦେଇ ଗ୍ରାମକୁ ଫେରୁଥିବାବେଳେ ଜଙ୍ଗଲ ପାର୍ଶ୍ଵ ରୋଡ଼ରେ ଉକ୍ତ ଗଳିତ ଶବଟି ପଡିଥିବାର ଦେଖିବାକୁ ପାଇଥିଲେ। ଗ୍ରାମର କେତେକ ଯୁବକ ଏ ନେଇ ବାଣପୁର ପୋଲିସକୁ ସୂଚନା ଦେଇଥିବାର କହୁଥିବା ବେଳେ ବାଣପୁର ଆଇ.ଆଇ.ସି ଏହାକୁ ଖଣ୍ଡନ କରିବା ସହ ଏ ବିଷୟ ନେଇ ସେ କୌଣସି ଖବର ପାଇନଥିବା ପ୍ରକାଶ କରିଛନ୍ତି। ହେଲେ ବର୍ତ୍ତମାନ ଆମ ପ୍ରତିନିଧିଙ୍କଠାରୁ ଏ ଖବର ପାଇବା ପରେ ତଦନ୍ତ ପାଇଁ ବାଣପୁର ପୋଲିସ ଘଟଣାସ୍ଥଳକୁ ଯିବାପାଇଁ ସଜବାଜ ହେଉଥିବାର ସୂଚନା ମିଳିଛି। ଗଳିତ ଶବ ପାଖରେ ପାଣିବୋତଲ ଓ ଚପଲ ପଡିଥିବାର ଦେଖାଯାଇଛି ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ବାଣପୁର ଆକ୍ସିସ ବ୍ୟାଙ୍କ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟିନେଲେ ମୋବାଇଲ ଓ ପଇସା

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଆକ୍ସିସ ବ୍ୟାଙ୍କ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ମାଡ଼ ମାରି ଲୁଟି ନେଇଛନ୍ତି ମୋବାଇଲ ଏବଂ ହଜାର ହଜାର ଟଙ୍କା। ଏ ନେଇ ବାଣପୁର ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ କର୍ମଚାରୀ। କର୍ମଚାରୀ ଜଣକ ହେଲେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସାଗର ବେହେରା।

ସାଗର ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁଯାୟୀ ଗତକାଲି ରାତିରେ ବ୍ୟାଙ୍କ କାମ ସାରି ସେ ନିଜ ଘରକୁ ଫେରୁଥିବାବେଳେ ପାଖାପାଖି ୯:୧୫ ମିନିଟ ସମୟରେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ସରନଇ ଓଭରବ୍ରିଜ ତଳେ ପଛପଟୁ ତିନି ଜଣ ଦୁର୍ବୁତ୍ତ ହିରୋ ଗ୍ଲାମର ମଟରସାଇକେଲରେ ଆସି ତାଙ୍କ ମଟରସାଇକେଲକୁ ଧକ୍କା ଦେଇଥିଲେ ଫଳରେ ସାଗର ତଳେ ପଡିଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଦୁର୍ବୁତ୍ତ ମାନେ ସାଗରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାସହ ତାଙ୍କ ମୋବାଇଲ ଏବଂ ପର୍ସ ନେଇଯାଇଥିଲେ। ପର୍ସ ମଧ୍ୟରେ ୩୪୦୦ ଟଙ୍କା ଥିବା ସାଗର କହିଛନ୍ତି।

ଏହାପରେ ଉକ୍ତ ରାସ୍ତା ଦେଇ କାରରେ ଯାଉଥିବା ଦୁଇଜଣ ଗାଡ଼ି ଚାଳକ ସାଗରଙ୍କୁ ତଳୁ ଉଠାଇ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନିକଟସ୍ଥ ସରନଇ ଗ୍ରାମକୁ ନେଇଥିଲେ। ଏ ସବୁ ଘଟଣା ସାଗର ବାଣପୁର ଆକ୍ସିସ ବ୍ୟାଙ୍କ ମ୍ୟାନେଜରଙ୍କୁ ଅବଗତ କରାଇବାପରେ ତାଙ୍କ ପରାମର୍ଶ ଅନୁଯାୟୀ ଆଜି ସଂଧ୍ୟାରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବାପାଇଁ ସାଗର ବାଣପୁର ଥାନା ଆଇ.ଆଇ.ସି ଙ୍କୁ ନିବେଦନ କରିଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ 

ବାଣପୁର: ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି। କାଠ ଚୋର ସନ୍ଦେହରେ ବାଣପୁର ବନ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ମୃତକ ଜଣକ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡିଛି।

କିନ୍ତୁ ବଳଭଦ୍ରଙ୍କୁ ବନବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ତାଙ୍କର ମୃତ୍ୟୁକୁ ନେଇ ବାଣପୁର ମେଡ଼ିକାଲରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଆଜି ଧାରଣା ଦେବାସହ ପାଟି ତୁଣ୍ଡ କରିଛନ୍ତି।

ଏହି ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଆଜି ବାଣପୁର ମେଡିକାଲ ପରିସରରେ ଖୋର୍ଦ୍ଧା ଏଚ.ଆର.ପି.ସି ଡ଼ି.ଏସ.ପି ଓମ ପ୍ରକାଶ ପାତ୍ର, ବାଲୁଗାଁ ଏସ.ଡ଼ି.ପି.ଓ ସୁରେଶ କୁମାର ଦାସ, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ, ବାଣପୁର ତହସିଲଦାର ମନ୍ମଥ ବେହେରା ଓ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଗଣ୍ଡଗୋଳ ଆଶଙ୍କାରେ ବାଣପୁର ମେଡିକାଲର ସୁରକ୍ଷାକୁ ବଢ଼ାଇଦିଆଯାଇଛି।

ବନ ବିଭାଗ କହିବା ମୁତାବକ, ଗତକାଲି ରାତିରେ ଧୂଆଁନଳୀ ସେକ୍ସନ ବନ କର୍ମଚାରୀଙ୍କ ପାଟ୍ରୋଲିଂ ସମୟରେ ତିନି ଗୋଟି କାଠ ଗଣ୍ଡି ସହ ବଳଭଦ୍ର ଧରାପଡିଥିଲେ ଏବଂ ଅନ୍ୟ ଦୁଇ ଜଣ ଘଟଣା ସ୍ଥଳରୁ ଖସି ପଳାଇଥିଲେ। ଟାମଣା ପାହାଡରୁ ଧରି ବନ ବିଭାଗ କର୍ମଚାରୀ ବିଟ୍‌ ହାଉସ୍‌ ନେଇଥିଲେ। କୌଣସି କାରଣରୁ ବଳଭଦ୍ରଙ୍କ ଶରୀର ଅସୁସ୍ଥ ହେବାରୁ ପ୍ରଥମେ ନୀଳାଦ୍ରିପ୍ରସାଦ ଡାକ୍ତରଖାନା ଏବଂ ପରେ ବାଣପୁର ଡାକ୍ତରଖାନାରେ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ବାଣପୁର ହସ୍ପିଟାଲରେ ପହଁଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ବନ ବିଭାଗ କହିଛି।

ଅପରପକ୍ଷରେ ଖୋର୍ଦ୍ଧା ଡ଼ି.ଏଫ.ଓ  ସୌମ୍ୟକ ସାମନ୍ତରାୟଙ୍କୁ ଏ ବିଷୟ ନେଇ ଆମ ପ୍ରତନିଧି ପଚାରିବାରୁ ପ୍ରଥମେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ରିପୋର୍ଟ ନଆସିବା ଯାଏଁ ସେ କିଛି କହିପାରିବେନି ବୋଲି ପ୍ରକାଶ କରିଥିଲେ। ଅନୁରୂପ ଭାବେ ବାଲୁଗାଁ ଏସ.ଡ଼ି.ପି.ଓ ମଧ୍ୟ ସମାନ ଉତ୍ତର ରଖିଛନ୍ତି।

ତେବେ ଶେଷ ଖବର ନେବା ପର୍ଯ୍ୟନ୍ତ ବଳଭଦ୍ରଙ୍କ ପରିବାରବର୍ଗ ବନ ବିଭାଗ ବିରୁଦ୍ଧରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ତତ୍ପର ହେଉଥିବାର ଜଣାପଡିଛି ଏବଂ ଆସନ୍ତାକାଲି ମୃତକଙ୍କ ଶବ  ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁର ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ରେକର୍ଡ଼ ପରିମାଣର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ସଂକ୍ରମଣ କିଛି ମାସ ପୂର୍ବେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ଧୀରେ ଧୀରେ ଏହା ତଳକୁ ଖସିବାରେ ଲାଗିଛି। ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗମ୍ଭୀରତାର ସହ ନେଉଛନ୍ତି ଏବଂ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି ମଧ୍ୟ କରୁଛନ୍ତି। ବାଣପୁରରେ କରୋନାକୁ କମାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ସ୍ଥାନୀୟ ପ୍ରଶାସନ।

ଏହି ପରିପ୍ରେକ୍ଷୀରେ ଗତକାଲି ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଯେଉଁଥିରେ ତହସିଲଦାରଙ୍କ ସହ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ, ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଣପୁର ପୋଲିସ ପ୍ରମୂଖ ସାମିଲ ଥିଲେ। ଦିନ ୧୧ ଘଟିକା ସମୟରେ ଉକ୍ତ ଟିମ ଦ୍ୱାରା ପ୍ରଥମେ ବାଣପୁର ତହସିଲ ରୋଡ଼ ଏବଂ ଏହାପରେ ବାଣପୁର ସହର ସହ ନାଚୁଣୀ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ମାସ୍କ ଏବଂ ସାମାଜିକ ଦୁରତ୍ଵ ନିୟ କୁ କଡ଼ାକଡ଼ି ଭାବେ ତଦାରଖ କରାଯାଇଥିଲା।

ତହସିଲଦାର ଶ୍ରୀ ବେହେରା ବଜାରର ଗୋଟି ଗୋଟି କରି ସମସ୍ତ ଦୋକାନରେ କୋଭିଡ ନିୟମର ତଦାରଖ କରିଥିଲେ। ସମଗ୍ର ବାଣପୁର ସହରରେ ବିଶାଳ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ଏବଂ ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା। କରୋନାକୁ ହରାଇବାକୁ ହେଲେ ନିୟମକୁ ମାନିବାକୁ ପଡିବ ବୋଲି ତହସିଲଦାର ଶ୍ରୀ ବେହେରା ମତପ୍ରକାଶ କରିବା ସହ ଆଜି କୋଭିଡ କଟକଣା ମାନିନଥିବା ଦୋକାନୀ ଏବଂ ଜନସାଧାରଣଙ୍କ ଠୁ କୋଡିଏ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମଧ୍ୟ ଦେଇଛନ୍ତି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବାଣପୁର ଅଞ୍ଚଳରେ ଗୋଟିଏ ଦିନର ସର୍ବକାଳୀନ ରେକର୍ଡ ଫାଇନ।

ହେଲେ ସେପଟେ ବାଣପୁର ଏବଂ ବାଲୁଗାଁରେ ଜରିମାନା ଆଦାୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଜନସାଧାରଣଙ୍କୁ କିପରି ବିଶ୍ୱାସକୁ ନେଇ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଭିଡକୁ କମାଯିବ ତାହା ବର୍ତ୍ତମାନ ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି।

ଏନେଇ ତହସିଲଦାରଙ୍କୁ ଆମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ କହିଥିଲେ ଯ, ଏହି କରୋନା ମହାମାରୀ କବଳରୁ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ କୋଭିଡ଼ ନିୟମକୁ ମାନି ଚାଲିବାକୁ ପଡିବ। ଏହା ସହିତ ଯେ ପର୍ଯ୍ୟନ୍ତ କରୋନା ଟୀକା କିମ୍ବା ଔଷଧ ତିଆରି ହୋଇନି ସେପର୍ଯ୍ୟନ୍ତ ଆମକୁ ଏହି ସବୁ କଟକଣା ତଥା ମାସ୍କ ପରିଧାନ ଏବଂ ସାମାଜିକ ଦୁରତ୍ଵ ସହିତ ଅଭ୍ୟସ୍ତ ହେବାକୁ ପଡିବ ବୋଲି ଶ୍ରୀ ବେହେରା ମତ ରଖିଥିଲେ।

ଅପରପକ୍ଷରେ କଣ୍ଟେନମେଣ୍ଟ ଜୋନ ଗୁଡିକରେ ବ୍ୟାରିକେଡ଼, ସାନିଟାଇଜେସନ, ଏନ୍ଫୋର୍ସମେଣ୍ଟ, ଟ୍ରେସିଙ୍ଗ ଠିକ ଭାବରେ ହେଉନି ଏବଂ ଏହା କେବଳ କାଗଜ କଲମରେ ସୀମିତ ହୋଇ ରହୁଥିବାରୁ ବାଣପୁର(ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ କୋଭିଡ ସଂକ୍ରମଣ କମୁନଥିବା ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିବା ସହ ବାଣପୁର ତହସିଲଦାରଙ୍କୁ ଏ ସବୁ ଦିଗ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ସାମାନ୍ୟ ବର୍ଷାରେ ଜଳବନ୍ଦୀ ବାଣପୁର ସହରବାସୀ: କୁମ୍ଭକର୍ଣ୍ଣ ନିଦ୍ରାରେ ପି.ଡବ୍ଲୁ.ଡ଼ି ବିଭାଗ

ସୀତାରାମ ଅଗ୍ରୱାଲ 

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦ ପରି ପରିସ୍ଥିତି ସୃଷ୍ଟି ହେଉଛି। ଆଜି ସକାଳ ପାଖାପାଖି ଅଧ ଘଣ୍ଟା ବର୍ଷା ହେବା ଫଳରେ ବାଣପୁର ବଜାର ରାସ ମଣ୍ଡପ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଜମି ରହିଥିଲା ଫୁଟେ ଫୁଟେ ପାଣି। ପାଣି ସାହି ଛକରୁ ଗାଲୁଆ ଛକ ଏବଂ ପାଣ୍ଡିରିପଦର ଛକରୁ ଚିଆଁଙ୍କସାହି ଛକ ଯାଏଁ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ପାଣି। ଯାହାଫଳରେ ଦୀର୍ଘ ଘଣ୍ଟା ପାଇଁ ଅଞ୍ଚଳବାସୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଯାଇଥିଲେ।

ତେବେ ପାଣି ସାହି ଠାରୁ ଗାଲୁଆ ଛକ ମଧ୍ୟରେ ବାଣପୁର ଥାନା, ମେଡିକାଲ, ଏନ.ଏ.ସି କାର୍ଯ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ନେହେରୁ ସେବା ସଙ୍ଘ ପରି ବହୁ ଗୁରୁତ୍ୱପୂର୍ଣ ଅନୁଷ୍ଠାନ ଅବସ୍ଥାପିତ ହୋଇଥିବାବେଳେ ସେପଟେ ଚିଆଁଙ୍କସାହି ଛକଠାରୁ ଅନତିଦୂରରେ ବାଣପୁର ବ୍ଲକ, ତହସିଲ, ସବ ରେଜିଷ୍ଟର କାର୍ଯ୍ୟାଳୟ, କୋର୍ଟ ଆଦି ବହୁ ଗୁରୁତ୍ୱପୂର୍ଣ ସରକାରୀ କାର୍ଯ୍ୟାଳୟ ଅବସ୍ଥିତ। ଏହା ସତ୍ତ୍ୱେ ସରକାରୀ ବାବୁମାନଙ୍କୁ ଅବା ବିଭାଗୀୟ ଅଧିକାରୀଙ୍କୁ ଏପରି ଗୁରୁତର ସମସ୍ୟା କିପରି ଦେଖାଯାଉନାହିଁ ? ଆଜି ବୋଲି ନାହିଁ ଦୀର୍ଘ ବର୍ଷ ହେଲା ଏପରି ସମସ୍ୟା ସହରରେ ଲାଗିରହିଛି ଏବଂ ଅଭିଯୋଗ ମଧ୍ୟ ହେଉଛି ତଥାପି ପ୍ରଶାସନ ସବୁ ଜାଣି ନ ଜାଣିଲା ପରି ରହୁଛି।

ଘଣ୍ଟା ଘଣ୍ଟା ଧରି ବର୍ଷା ଜଳ ମୁଖ୍ୟ ରାସ୍ତାରେ ଜମିରହିବାରୁ ଛୋଟ ବଡ଼ ଦୁର୍ଘଟଣା ହେବା ସହ ଜନସାଧାରଣମାନେ ଉକ୍ତ ଜଳ ମଧ୍ୟ ଦେଇ ଯାତାୟାତ କରିବାରୁ ବିଭିନ୍ନ ରୋଗର ମଧ୍ୟ ଶିକାର ହେଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ବ୍ୟାପିବା ପାଇଁ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିଛି। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କ ଜୀବନକୁ ଗୁରୁତ୍ୱ ଦେଇ ସଫା ସୁତୁରା ରହିବାକୁ ବାରମ୍ବାର ଡିଣ୍ଡିମ ପିଟୁଥିବା ବେଳେ ଏଠି ପି.ଡବ୍ଲୁ.ଡ଼ି ପ୍ରଶାସନର ଦାଇତ୍ୱହୀନତା ଓ ଅପାରଗତା ପଦାରେ ପଡ଼ିଛି।

ଏ ନେଇ ଆମ ପ୍ରତିନିଧି ପି.ଡବ୍ଲୁ.ଡ଼ି ସହକାରୀ ଯନ୍ତ୍ରୀ, ଟାଙ୍ଗୀ ପ୍ରଭାକର ଚୌଧୁରୀଙ୍କୁ ପଚାରିବାରୁ ସେ ଉକ୍ତ ଅଭିଯୋଗ ପୂର୍ବରୁ ତାଙ୍କ ନିକଟକୁ ଆସିନଥିବାର ପ୍ରକାଶ କରିଥିଲେ।  ଏହା ସହ ସହର ମୁଖ୍ୟ ରାସ୍ତାରେ ମାତ୍ରା ଚାରି ଶହ ମିଟର ଡ୍ରେନେଜ ଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି ଏବଂ ଆଗକୁ ବର୍ଷା ଦିନପରେ ଡ୍ରେନେଜ ନିର୍ମାଣ କାମ ଆରମ୍ଭ ହେବା ସହ ଡ୍ରେନେଜ ନିର୍ମାଣ ହେବା ସ୍ଥାନ ଗୁଡ଼ିକରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ବିଭାଗକୁ ଚିଠି ମଧ୍ୟ ଲେଖିଛନ୍ତି।

ହେଲେ ବର୍ତ୍ତମାନ ସମୟରେ ଲଘୁଚାପ ଜନିତ ବର୍ଷା ଲାଗିରହୁଛି। ଏପରିକି ଆଗକୁ ବାତ୍ୟାର ସମ୍ଭାବନା ଥିବାରୁ ଯଥାଶୀଘ୍ର ଜଳ ନିଷ୍କାସନ ପାଇଁ କି ପଦକ୍ଷେପ ନେବେ ବୋଲି ଆମ ପ୍ରତିନିଧି ପଚାରିଥିଲେ। ଖୁବ ଶୀଘ୍ର ସହରରେ ପ୍ରାଥମିକ ପର୍ଯ୍ୟାୟରେ ଜଳ ନିଷ୍କାସନ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରିବାକୁ ଠିକା ନେଇଥିବା ଜନୈକ ଏଜେନସିକୁ ନିର୍ଦ୍ଦେଶନାମା ଜାରି କରିବେ ବୋଲି ଶ୍ରୀ ଚୌଧୁରୀ ଉତ୍ତର ରଖିଥିଲେ।

Categories
ଆଞ୍ଚଳିକ

ଚିଲିକା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମା’ ଭଗବତୀଙ୍କ ନିକଟରେ ସାମୂହିକ ଦ୍ବୀପ ଦାନ କଲା ବାଣପୁର ବିଜୁ ଜନତା ଦଳ

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଅଛନ୍ତି। ଏହି ଖବର ତାଙ୍କର ହଜାର ହଜାର ଅନୁଗାମୀମାନଙ୍କୁ ବ୍ୟଥିତ କରିଛି। ସେପ୍ଟେମ୍ବର ୨୮ ତାରିଖରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ଓଡିଶା ବିଧାନସଭାର ୧୨ ଜଣ ବିଧାୟକ ଏବଂ ମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେହିଦିନ ଠାରୁ ବିଧାୟକ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ପ୍ରତିଦିନ ନିଜର ପ୍ରିୟ ନେତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ବହୁ କର୍ମୀମାନେ। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ବ୍ଲକ ବିଜେଡି ଯୁବ ସଭାପତି ତଥା ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ବିଜୁ ଜନତା ଦଳ ତରଫରୁ ଚିଲିକା ବିଧାୟକଙ୍କ ଆଶୁ ଆରୋଗ୍ୟ କାମନାକରି ମା’ ଭଗବତୀଙ୍କ ନିକଟରେ ସାମୂହିକ ଦ୍ବୀପ ଦାନ ଓ ପ୍ରାର୍ଥନା କରାଯାଇଥିଲା।

ବିଧାୟକ ଶୀଘ୍ର କରୋନାରୁ ସୁସ୍ଥ ହୋଇ ଚିଲିକା ନିର୍ବାଚନମଣ୍ଡଳୀରେ ବିଗତ ଏକ ବର୍ଷ ମଧ୍ୟରେ କରିଥିବା ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବାଣପୁର ବ୍ଲକ ବିଜେଡି ଯୁବ ସଭାପତି ଶେଷଦେବ ପ୍ରଧାନ ମା’ ଭଗବତୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ଏଥି ସହ ଚିଲିକା ତଥା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନସାଧାରଣ ବିଧାୟକଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି କର୍ମୀମାନଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା।

ସାମୂହିକ ଦ୍ବୀପ ଦାନ କାର୍ଯ୍ୟକ୍ରମରେ ଚିଲିକା ବିଧାୟକଙ୍କ ପ୍ରତିନିଧି ଗୋପୀନାଥ ମହାରଣା, ପୁରୀ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, କୁମାରାଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ମନୋଜ ପ୍ରଧାନ, ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ, ବାଣପୁର ବ୍ଲକର ବରିଷ୍ଠ ବିଜେଡି ନେତା ଦିବାକର ଶାସମଲ୍, ଯୁବ ନେତା ନିରଞ୍ଜନ ପ୍ରଧାନ, ଆଲୋକ ପ୍ରଧାନ, ରଂଜିତ ନାୟକ, ସମ୍ବିତ ବରାଳ, ଅଶୋକ ନରେନ୍ଦ୍ର ସିଂ ଏବଂ ବହୁ ନେତା ଓ କର୍ମୀ ମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରେ ଓଲଟିଲା ବୁଲେଟ ମଟରସାଇକେଲ ବୋଝେଇ କଣ୍ଟେନର  : ୧୪ ବୁଲେଟ ନଷ୍ଟ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଗତକାଲି ରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକରେ ଏକ ବୁଲେଟ ମଟରସାଇକଲ ବୋଝେଇ କଣ୍ଟେନର  ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଏକ ଷଣ୍ଢ ର ମୃତ୍ୟୁ ଘଟିଥିବାବେଳେ  ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦.୪୦ ମିନିଟରେ ରେ କଟକ ମୁଣ୍ଡୁଳିସ୍ଥିତ ରୟାଲ ଏନଫିଲଡ଼ ଡିପୋ ରୁ ୧୪ ଗୋଟି ବୁଲେଟ ମଟରସାଇକେଲ ନେଇ ଏକ ଟାଟା କଣ୍ଟେନର (ଓଡ଼ି ୦୫ ଆର  ୭୭୨୫) ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବାଣପୁର-ବାଲୁଗାଁ ବାଇପାସ ନିକଟସ୍ଥ ମଠପାଟଣା ଛକ ନିକଟରେ ହଠାତ କଣ୍ଟେନର ସାମ୍ନା ରେ ଏକ ଷଣ୍ଢ ଆସିଯାଇଥିଲା । ଯାହାଫଳରେ କଣ୍ଟେନର ଟି ଷଣ୍ଢକୁ ଧକା ଦେବା ସହ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ପାର୍ଶ୍ୱର ରୋଡ ସାଇଡ କୁ  ଚାଲିଯାଇ ଓଲଟିପଡିଥିଲା ।

ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ଏବଂ ମଠପୁର ର କିଛି ଗ୍ରାମବାସୀ ମାନେ ପହଁଚି ଆହତ ଗାଡ଼ି  ଚାଳକଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ କ୍ଳିଅର କରିଥିଲେ ।ଘଟଣାସ୍ଥଳରେ ଷଣ୍ଢ ଟି ର ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଗାଡ଼ି  ଚାଳକ ସାମାନ୍ୟ ଆହତ ହୋଇଛନ୍ତି  । ଗାଡ଼ି  ଚାଳକଙ୍କ ନାମ ସଂଜୀବ କୁମାର ଯାଦବ ଏବଂ ତାଙ୍କ ଘର ବିହାର ବୋଲି ଜଣାପଡିଛି। ହେଲେ କଣ୍ଟେନର ରେ ଥିବା ସମସ୍ତ ୧୪ ଗୋଟି ବୁଲେଟ ମଟରସାଇକେଲ ନଷ୍ଟ ହୋଇଯାଇଛି  ବୋଲି ସୂଚନା ଦେଇଛନ୍ତି ଗାଡ଼ି ଚାଳକ l ଅପରପକ୍ଷେ ଖବର ପାଇ ଆଜି ସକାଳେ ଗାଡ଼ି  ମାଲିକ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରି ବାଣପୁର ପୋଲିସ ଥାନାରେ ଏ ଘଟଣା ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଛନ୍ତି l ଆଜି ସଂଧ୍ୟା ସୁଦ୍ଧା କ୍ରେନ ଦ୍ୱାରା ଉକ୍ତ କଣ୍ଟେନର  କୁ ଉଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁର ର ପିଛା ଛାଡ଼ୁନି କରୋନା: ଆଜି ପୁଣି ଆଠଗୋଟି ଗ୍ରାମ ଏବଂ ଗୋଟାଏ ୱାର୍ଡ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ 

ବାଣପୁର: କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ତାର କାୟା ବିସ୍ତାର କରୁଥିବା ବେଳେ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ତାରିଖରେ ବାଣପୁର ସହରାଞ୍ଚଳରେ କୋଭିଡର ୬ ଗୋଟି ଆକ୍ଟିଭ କେସ ଥିବାବେଳେ ଗ୍ରାମାଞ୍ଚଳରେ ୮୮ ଗୋଟି ଆକ୍ଟିଭ କେସ ଅଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ଗୋଟାଏ ବି ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି। ଆଜି ପୁଣି ବାଣପୁର ବ୍ଲକ ଏବଂ ଏନ.ଏ.ସି ର କିଛି ଅଂଚଳରୁ ନୂତନ ପଜିଟିଭ କେସ ଚି଼ହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ୮ ଗୋଟି ଗ୍ରାମ ଏବଂ ଏନ.ଏ.ସି ର ଗୋଟାଏ ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି।

ସେହି ଗ୍ରାମଗୁଡିକ ହେଲା-

ନାଚୁଣୀ ପଞ୍ଚାୟତର ଗୋରଡାଝରି ଗ୍ରାମ, କୁମାରାଙ୍ଗ ପଞ୍ଚାୟତର ଝିଣ୍ଟିକାପଲ୍ଲି ଗ୍ରାମ, ନରେନ୍ଦ୍ରପୁର ପଞ୍ଚାୟତର ବଡ଼ସିରେଇପୁର ଗ୍ରାମ, ଦାମିଆବରବରା ପଞ୍ଚାୟତର ଦାମିଆବରବରା ଗ୍ରାମ, ନନ୍ଦପୁର ପଞ୍ଚାୟତର ପଦନପୁର ଏବଂ ଅନ୍ତରକିଆରୀ ଗ୍ରାମ, ଭେଟେଶ୍ୱର ପଞ୍ଚାୟତର ଵେତୁଲି ଗ୍ରାମ, ମୋରାମୋରି ପଞ୍ଚାୟତର ସଲପଡିହ ଗ୍ରାମଗୁଡିକୁ ଏବଂ ବାଣପୁର ଏନ.ଏ.ସି ର ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମର କିଛି ଅଂଶକୁ ଆଜି ତା ୨୭.୦୯.୨୦ ଠାରୁ ତା ୦୪.୧୦.୨୦ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।