Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଗଂଜେଇ ଚାଲାଣ ବେଳେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇଦିନ ତଳେ ବଡ଼ବଜାର ଥାନା ପ୍ରହ୍ଲାଦ ନଗର ଅଂଚଳରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଗଂଜେଇ ଚାଲାଣ ବେଳେ ଧରାପଡ଼ିଥିବାବେଳେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗଂଜେଇ ଚାଲାଣ ବେଳେ କାବୁ କରିଛି ବୈଦ୍ୟନାଥପୁର ପୋଲିସ୍।

ଘଟଣାରୁ ପ୍ରକାଶ ଯେ ଆଜି ପ୍ରାତଃସକାଳେ ବୈଦ୍ୟନାଥପୁର ଥାନାରେ ଏସ୍‌ଆଇ ବିଭୂତି ଭୂଷଣ ସେଠୀ ଏବଂ ଏଏସ୍‌ଆଇ ଗୋପାଳ ରେଡ଼ୀ ଅନ୍ୟାନ୍ୟ ଷ୍ଟାଫ୍ ସହ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବାବେଳେ ସଂଦେହରେ ଖୋଡ଼ାସିଂ ଓଭରବ୍ରିଜ୍ ତଳେ ନମ୍ବର ବିହିନ ହିରୋହୋଣ୍ଡା ବାଇକ୍‌ରେ କିଛି ସାମଗ୍ରୀ ଧରି ଯାଉଥିବା ଜନୈକ ଯୁବକକୁ ଅଟକାଇଥିଲେ। ଦୁର୍ଦ୍ଦାନ୍ତ ଅପରାଧୀ ପୁରୁଣା ବ୍ରହ୍ମପୁର ଗଣେଶ ନଗରର ସାଗର ମୁଳି ଏକ ନମ୍ବର ବିହୀନ ଗାଡ଼ିରେ ଗଂଜେଇ ଚାଲାଣ କରୁଥିବା ବେଳେ ତା’ ନିକଟରୁ ଦୁଇଟି ବେଗ୍‌ରେ ଭର୍ତ୍ତି କରିଥିବା ୨୮ କେଜି ୪୫୦ ଗ୍ରାମ ଗଂଜେଇ ଜବତ କରିଥିଲେ।

ସୂଚନାଯୋଗ୍ୟ ସାଗର ମୁଳି (୨୦) ସିରିଜ୍ ଅପରାଧୀକ ମାମଲାରେ ସାମିଲ ରହିଛି। ତା’ ନାମରେ ବଡ଼ବଜାର ଥାନାରେ କେସ ନଂ ୧୫୧/୨୬.୭.୨୦୧୮, ବୈଦ୍ୟନାଥପୁର ଥାନାରେ ୪୬/୨୦୧୭, ବଡ଼ବଜାର ଥାନାରେ ୨୦୯/୨୦୨୦ ଏବଂ ଗୋଳନ୍ଥରା ଥାନାରେ ୩୩୮/୨୦୨୦ରେ ମାମଲା ରୁଜୁ ରହିଛି। ଆଜିର ଘଟଣାରେ ଏସ୍‌ଆଇ ଅଂଜଳି ବେହେରା ଅନୁସନ୍ଧାନ ଅଧିକାରୀ ଥିବାବେଳେ ଥାନା କେସ ନଂ ୨୭୯/୨୦୨୦ ୟୁ/ଏସ୍ ୨୦(ବି), ଏଡ଼୍‌ପିସି ଆକ୍ଟରେ ମାମଲା ରୁଜୁ ହୋଇ ଗିରଫ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାଦା ବଟି ନ ଦେବାରୁ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ କେନ୍ଦ୍ରରେ ଜନୈକ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଉଭୟ ଆହତ ହୋଇଥିବାବେଳେ ଭଉଣୀର ଅବସ୍ଥା ଗୁରୁତର ଅଛି। ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସା କରାଯାଉଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୯.୧୦ ସମୟରେ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ଭାଇ କାଳିଆ ପାତ୍ର ଓ ଭଉଣୀ ସୁନିତା ପାତ୍ର ନିଜ ଘର ସାମ୍ନାରେ ଥିବାବେଳେ ୫ ଜଣ ଯୁବକ ବାଇକ୍‌ରେ ଆସି ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ବଡ଼ବଜାର ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ସହ ଜଣେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଖୋଜା ଚାଲିଛି। ପୋଲିସ୍‌ର ତଥ୍ୟ ଅନୁଯାୟୀ ଭାଇ କାଳିଆ ପାତ୍ର ଗୋଟିଏ ମିକ୍ସର୍ କାରଖାନା କରିଛି। ଏହି ଯୁବକମାନେ ତାଙ୍କୁ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। କାଳିଆ ଏହି ଟଙ୍କା ନଦେବାରୁ ଆଜି ତାଙ୍କ ଘର ସାମ୍ନାରେ ତାଙ୍କୁ ଆକ୍ରମଣ କରିବା ବେଳେ ଭାଇକୁ ବଂଚାଇବାକୁ ଯାଇ ଭଉଣୀ ସୁନିତା ଆକ୍ରମଣର ଶିକାର ହୋଇଥିଲା। ବଡ଼ବଜାର ପୋଲିସ୍ ୨୦୯/୨୦ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଥିବା ନେଇ ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍ ଲୁଟ୍‌: ୨ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୬ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ରଘୁପତି ନଗରରେ ରହୁଥିବା ଜନୈକ ମହିଳାଙ୍କୁ ଘରେ ପଶି ମାଡ଼ ମାରିବା ସହ ସୁନା ଅଳଙ୍କାର ଲୁଟ୍ ଘଟଣାରେ ବଡ଼ବଜାର ପୋଲିସ୍ ଅନୁସନ୍ଧାନ କରି ମାତ୍ର ୩ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତକୁ ଗିରଫ କରି ସଫଳତା ହାସଲ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଉତ୍ତରମୁଖୀ ସାହିର ଶିବ ପଟ୍ଟନାୟକ (୨୮) ଏବଂ ମାର୍ଥା ସାହିର ନରସିଂହ ବାଡ଼ତ୍ୟା (୨୩)। ଅଭିଯୁକ୍ତଙ୍କଠାରୁ ଲୁଟ୍ ସୁନା ଚେନ୍‌, ଗୋଟିଏ ଖଣ୍ଡା ଓ ମୋଟର ସାଇକେଲ୍‌କୁ ପୋଲିସ୍ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ରଘୁପତି ନଗରରେ ରହୁଥିବା ମୀନତି ଦାସ (୫୩) ଘରେ ଏକୁଟିଆ ଥିବା ସମୟରେ ଦୁଇ ଅଭିଯୁକ୍ତ ଶିବ ପଟ୍ଟନାୟକ ଏବଂ ନରସିଂହ ବାଡ଼ତ୍ୟା ତାଙ୍କ ଘରେ କବାଟ ଭାଙ୍ଗି ଜବରଦସ୍ତ ପଶିଥିଲେ। ସେମାନେ ଖଣ୍ଡା ଦ୍ୱାରାଂ ମହିଳାଙ୍କୁ ଭୟଭୀତ କରାଇଥିଲେ। ଏହାସହ ଟଙ୍କା ମାଗି ତାଙ୍କୁ ଆକ୍ରମଣ କରି ତାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇ ମୋଟର ସାଇକେଲ୍‌ରେ ପଳାଇଥିବା ବେଳେ ଉଭୟ ଅଭିଯୁକ୍ତ ଆସାମଜିକ ଯୁବକ ହୋଇଥିବାରୁ ସାହିଲୋକ ଚିହ୍ନି ଥିଲେ। ଏନେଇ ମୀନତୀ ଥାନାରେ ଅଭିଯୋଗ କରିଥିଲେ। ଏହି ଆକ୍ରମଣରେ ମୀନତୀ ଦାସଙ୍କ ବେକରେ ଆଘାତ ଲାଗିଥିଲା।

ପୋଲିସ୍ ଥାନା କେସ ନଂ ୧୭୪/୨୦, ୪୫୦/୩୯୪ ଆଇପିସି/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା। ଅନୁସନ୍ଧାନ ପରେ ମାତ୍ର ତିନିଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦ୍ୱୟକୁ ଠାବ କରି ଗିରଫ କରିଥିଲା। ତେବେ ଏହି ଦୁଇଜଣ କୁଖ୍ୟାତ ଅପରାଧୀ। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଚୋରି, ଡ଼କାୟତି ଭଳି ମାମଲା ରିହିଛି । ଶିବ ପଟ୍ଟନାୟକ ନାମରେ ପୂର୍ବରୁ ୧୨ଟି ମାମଲା ରୁଜୁ ହୋଇଥିବାବେଳେ ନରସିଂହ ନାମରେ ମଧ୍ୟ ମାମଲା ରହିଛି। ଦୁଇ ଅଭିଯୁକ୍ତଙ୍କ କରୋନା ପରୀକ୍ଷା ହେବା ପରେ କୋର୍ଟଚାଲଣ କରାଯିବ ବୋଲି ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।