Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ମହାତପଲ୍ଲା ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଖୁବ ଧୁମଧାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ବିନୋଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଧୀରେନ୍ଦ୍ର ସାମନ୍ତରାୟ, ସି.ଆର.ସି.ସି. ଅକ୍ଷୟ ମହାପାତ୍ର, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ଶିକ୍ଷାବିତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ହୃଷିକେଶ ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ପିଲାମାନଙ୍କ ଶୈକ୍ଷିକ ଦିଗ ସହିତ ସହ-ଶୈକ୍ଷିକ ଦକ୍ଷତାର ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପିଲାମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଘୋଡା ନାଚ, ଚାକିରିଆ ପୁଅ, ସମୁଦୀ-ସମୁଦୁଣୀ, କୁଳମଣି ପ୍ରଭୃତି ନାଟକଗୁଡିକ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଥିଲା।

ଶିକ୍ଷକ ସଂଜୟ କୁମାର ଦାସ ଏହି କାର୍ଯ୍ୟକ୍ରମଗୁଡିକୁ ପରିଚାଳନା କରିଥିବା ବେଳେ ସଙ୍ଗୀତ ଶିକ୍ଷକ ଭାସ୍କର ସ୍ୱାଇଁ ନାଟକ ଗୁଡିକର ନିର୍ଦ୍ଦେଶନା ଦେଇଥିଲେ। ଶିକ୍ଷୟତ୍ରୀ କଳ୍ପନା ଜେନା, ସୁଶାନ୍ତ ସାମନ୍ତରାୟ, ମାଳତୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଓ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।