Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଫାଇନାଲ ପୂର୍ବରୁ ଭାରତକୁ ଝଟକା, ଆହତ କାରଣରୁ ଦଳରୁ ବାଦ ପଡିପାରନ୍ତି ଏହି ତାରକା ଅଲରାଉଣ୍ଡର

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ର ଫାଇନାଲ ମ୍ୟାଚ୍ କଲମ୍ବୋରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏକ ରିପୋର୍ଟ ଅନୁଯାୟୀ ଅକ୍ସର ପଟେଲ ଆହତ ହୋଇ ଫାଇନାଲରୁ ବାହାରି ପାରନ୍ତି। ଗତକାଲି ବାଂଲାଦେଶ ବିପକ୍ଷରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚରେ aକ୍ସର ୪୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଅକ୍ସରଙ୍କ ଅନୁପସ୍ଥିତିରେ ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ଦିଆଯାଇପାରେ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ସୁପର ଫୋର୍ ମ୍ୟାଚ୍ ସମୟରେ ଅକ୍ସର ଆହତ ହୋଇଥିଲେ। କିନ୍ତୁ ତାଙ୍କ ଆଘାତ ଗୁରୁତର ନୁହେଁ। ଅକ୍ସର ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଯଦିଓ ସେ ଟିମ୍ ଇଣ୍ଡିଆକୁ ଜିତାଇ ପାରିନଥିଲେ। ହେଲେ ଅକ୍ସର ୩୪ ବଲ ର ସମ୍ମୁଖୀନ ହୋଇ ୪୨ ରନ୍ ସଂଗ୍ରହ କରିଥିଲେ। ସେ ୩ ଟି ଚୌକା ଓ ୨ ଟି ଛକା ମାରିଥିଲେ। ଏହା ସହିତ ଅକ୍ସର ମଧ୍ୟ ୯ ଓଭରରେ ୪୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ଏସିଆ କପ୍-୨୦୨୩ ର ଶେଷ ସୁପର ଫୋର୍ ମ୍ୟାଚ୍ ରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ମ୍ୟାଚ୍ ମାଧ୍ୟମରେ ଭାରତୀୟ ଦଳ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ମହମ୍ମଦ ଶାମି ଖେଳାଳି ଏକାଦଶରେ ସ୍ଥାନ ପାଇଥିଲେ। କିନ୍ତୁ ଭାରତୀୟ ଦଳ ଏହି ମ୍ୟାଚ୍ ଜିତିପାରି ନଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୬୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଖେଳାଳିମାନେ ମାତ୍ର ୨୫୯ ରନ୍ ସ୍କୋର କରିପାରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆ କପ୍ ରୁ ବିଦା ହେବା ପରେ ପାକିସ୍ତାନକୁ ଆଉ ଏକ ଝଟକା, ର଼୍ୟାଙ୍କିଙ୍ଗରେ ପଛରେ ପକାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: କଲମ୍ବୋରେ ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ୨ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ସହିତ ପାକିସ୍ତାନୀ ଦଳ ଏସିଆ କପ୍-୨୦୨୩ ରୁ ବାଦ ପଡିଥିଲା। ବିଜୟ ସହିତ ଶ୍ରୀଲଙ୍କା ଫାଇନାଲରେ ସ୍ଥାନ ପାଇଛି। ପରାଜୟ ସହିତ ପାକିସ୍ତାନ ଆଉ ଏକ କ୍ଷତି ସହିଛି। ପାକିସ୍ତାନ ଦଳ ODI ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଖସି ଆସିଛି। ଏଥିସହିତ ଟିମ୍ ଇଣ୍ଡିଆ ଏକକାଳୀନ ଲମ୍ଫ ଦେଇ ଦ୍ୱିତୀୟ ସ୍ଥାନକୁ ଆସିଛି।

ସର୍ବଶେଷ ଆଇସିସି ODI ର଼୍ୟାଙ୍କିଙ୍ଗରେ ପାକିସ୍ତାନ ଦଳ ତୃତୀୟ ସ୍ଥାନକୁ ଖସି ଆସିଛି। ତାଙ୍କର ୧୧୫ ରେଟିଂ ଅଛି। ଟିମ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତରେ ୧୧୬ ରେଟିଂ ରହିଛି। ଅଷ୍ଟ୍ରେଲିଆର ଦଳ ଏକ ନମ୍ବରରେ ରହିଛି। ତାଙ୍କର ୧୧୮ ରେଟିଂ ଅଛି। ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ମଧ୍ୟ ଶ୍ରେଷ୍ଠ ୫ ରେ ଅଛନ୍ତି। ଇଂଲଣ୍ଡ ଦଳ ଚତୁର୍ଥ ସ୍ଥାନରେ ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ପଞ୍ଚମ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ ଯେ, ଗତକାଲି ଖେଲାଯାଇଥିବା ସୁପର-୪ ରେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ୨୫୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୮ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଯଦି ଆମେ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଯାତ୍ରାକୁ ଦେଖିବା, ତେବେ ଏହା ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା। ପ୍ରଥମ ମ୍ୟାଚରେ ପାକିସ୍ତାନ ନେପାଳକୁ ୨୩୮ ରନରେ ପରାସ୍ତ କରିଥିଲା। ଏହା ପରେ ବର୍ଷା ଯୋଗୁଁ ଭାରତ ବିପକ୍ଷ ମ୍ୟାଚ୍ ବାତିଲ କରାଯାଇଥିଲା। ବାଂଲାଦେଶ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ପାକିସ୍ତାନ ୭ ୱିକେଟରେ ଜିତିଥିଲା। କିନ୍ତୁ ଦଳକୁ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ପାକିସ୍ତାନକୁ ଭାରତ ୨୨୮ ରନରେ ପରାସ୍ତ କରିଥିଲା। ଶ୍ରୀଲଙ୍କା ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲେ।

ଟିମ୍ ଇଣ୍ଡିଆ ଏଥର ଏସିଆ କପରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଦଳର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା। ଏହା ପରେ ନେପାଳ ବିପକ୍ଷରେ ଦଳ ୧୦ ୱିକେଟ୍ ରେ ଜିତିଥିଲା। ପାକିସ୍ତାନକୁ ଭାରତ ପରାସ୍ତ କରିଥିଲା। ଏହା ପରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆ ବର୍ତ୍ତମାନ ବାଂଲାଦେଶ ସହିତ ମ୍ୟାଚ୍ ଖେଳିବ। ଶେଷରେ ଫାଇନାଲରେ ଶ୍ରୀଲଙ୍କାକୁ ଭାରତ ଭେଟିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଶ୍ରୀଲଙ୍କା ବିରୋଧ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଝଟକା, ଏସିଆ କପ୍ ରୁ ବାଦ ପଡିଲେ ଏହି ତାରକା ଦ୍ରୁତ ବୋଲ

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୩ ଏସିଆ କପ୍ ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର-୪ ମ୍ୟାଚ ଖେଳାଯିବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ସେମିଫାଇନାଲରୁ କମ୍ ନୁହେଁ। ବାସ୍ତବରେ ଏହି ମ୍ୟାଚର ବିଜେତା ଦଳ ଫାଇନାଲରେ ପ୍ରବେଶ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଏକ ବଡ ଝଟକା ଲାଗିଛି।

ଆହତ କାରଣରୁ ପାକିସ୍ତାନର ତାରକା ଦ୍ରୁତ ବୋଲର ନସିମ ଶାହା ୨୦୨୩ ଏସିଆ କପ୍‌ରୁ ବାଦ ପଡିଛନ୍ତି। ଭାରତ ବିପକ୍ଷ ସୁପର- ୪ ମ୍ୟାଚରେ ନସିମ ଆହତ ହୋଇଥିଲେ। ଭାରତ ବିପକ୍ଷରେ ନସିମ ​​ଶାହା ୪୯ ତମ ଓଭରରେ ହାତରେ ଆଘାତ ପାଇବା ପରେ ପଡ଼ିଆ ଛାଡିଥିଲେ। ଏହା ପରେ ସେ ବ୍ୟାଟିଂ କରିବାକୁ ମଧ୍ୟ ଆସିନଥିଲେ।

ନସିମ ଶାହାଙ୍କ ସ୍ଥାନରେ ଏହି ଖେଳାଳି ସୁଯୋଗ ପାଇଲେ:

ନସିମ ଶାହାଙ୍କ ସ୍ଥାନ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଘୋଷଣା କରିଛି। ୨୨ ବର୍ଷୀୟ ଦ୍ରୁତ ବୋଲର ଜମାନ ଖାନଙ୍କୁ ନସିମ ଶାହାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ପୂର୍ବତନ ଶ୍ରୀଲଙ୍କାର ବୋଲର ଲସିଥ ମାଲିଙ୍ଗାଙ୍କ ଆକ୍ସନ ପରି ବୋଲିଂ କରୁଥିବା ଜମାନ ଖାନ ୧୫୦ ବେଗରେ ବୋଲିଂ କରନ୍ତି।

ହରିସ୍ ରାଉଫ୍ ମଧ୍ୟ ଫିଟ୍ ନୁହଁନ୍ତି:

ପ୍ରକାଶ ଯେ, ପାକିସ୍ତାନର ଆଉ ଜଣେ ତାରକା ଫାଷ୍ଟ ବୋଲର ହରିସ୍ ରାଉଫ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି। ସେ ଭାରତ ବିପକ୍ଷ ମ୍ୟାଚରେ ମଧ୍ୟ ଆହତ ହୋଇଥିଲେ ଏବଂ ରିଜର୍ଭ ଦିନରେ ବୋଲିଂ କରିପାରିନଥିଲେ। ତେବେ ଏସିଆ କପ୍‌ରୁ ହରିସ ରାଉଫ ଏପର୍ଯ୍ୟନ୍ତ ବାହାରି ନାହାଁନ୍ତି। ବର୍ତ୍ତମାନ ପିସିବି ମେଡିକାଲ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି।

ଆଗା ସଲମାନଙ୍କ ଖେଳିବା ମଧ୍ୟ ସ୍ଥିର ହୋଇନାହିଁ:

ସୋମବାର ଦିନ ଭାରତ ବିପକ୍ଷରେ ରବିନ୍ଦ୍ର ଜାଡେଜାଙ୍କ ବଲରେ ଆଗା ସଲମାନ ବିନା ହେଲମେଟରେ ବ୍ୟାଟିଂ କରୁଥିଲେ। ଜାଡେଜାଙ୍କ ଏକ ବଲ ସଲମାନଙ୍କୁ ତାଙ୍କ ଆଖି ତଳେ ଆଘାତ ଦେଇଥିଲା ଏବଂ ତାଙ୍କ ମୁହଁରୁ ରକ୍ତ ପ୍ରବାହିତ ହେବାକୁ ଲାଗିଥିଲା। ଯଦିଓ ଆଗା ସଲମାନ ବ୍ୟାଟିଂ ଜାରି ରଖିଥିଲେ, କିନ୍ତୁ ମ୍ୟାଚ୍ ପରେ ଆଗା ସଲମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଦଳ ସହ ହୋଟେଲକୁ ଫେରିନଥିଲେ। ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚରେ ସଲମାନ ଖେଳିବେ କି ନାହିଁ, ଏହା ନିଶ୍ଚିତ ନୁହେଁ। ସଲମାନଙ୍କ ସ୍ଥାନରେ ଏପର୍ଯ୍ୟନ୍ତ କୌଣସି ବ୍ୟାକଅପ୍ ଡକାଯାଇ ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଯଦି ବାତିଲ ହୁଏ ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍, ତେବେ କେଉଁ ଦଳ ଖେଳିବ ଭାରତ ସହିତ ଫାଇନାଲ, ବୁଝନ୍ତୁ ସମୀକରଣ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଏସିଆ କପ୍-୨୦୨୩ ର ଦ୍ୱିତୀୟ ସୁପର-୪ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ୪୧ ରନ୍ ରେ ପରାସ୍ତ କରି ସୁପର-୪ ପର୍ଯ୍ୟାୟରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଫାଇନାଲରେ ଟିକେଟ୍ ବୁକ୍ କରିଛି। ୯.୩ ଓଭରରେ ୪୩ ରନ୍ ଦେଇ କୁଲଦୀପ ଚାରିଟି ୱିକେଟ୍ ନେଇଥିବାବେଳେ ରବିନ୍ଦ୍ର ଜାଡେଜା ୧୦ ଓଭରରେ ୩୩ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଜସପ୍ରୀତ ବୁମରା ଦୁଇଟି ସଫଳତା ପାଇଥିବାବେଳେ ମହମ୍ମଦ ସିରାଜ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୨୧୩ ରନ୍ ସ୍କୋର କରିବା ପରେ ୪୧.୩ ଓଭରରେ ୧୭୨ ରନ୍ ରେ ଶ୍ରୀଲଙ୍କାର ଇନିଂସକୁ ବାନ୍ଧି ରଖିଥିଲା। ଏହା ସହିତ କ୍ରମାଗତ ୧୩ ଟି ବିଜୟ ପରେ ଶ୍ରୀଲଙ୍କାକୁ ODI ରେ ପରାଜୟର ସ୍ୱାଦ ଚାଖିବାକୁ ପଡିଲା।

ଫାଇନାଲରେ ଦ୍ୱିତୀୟ ସ୍ଥାନ ପାଇଁ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଦ୍ୱାରା ସ୍ଥିର ହେବ, ବାଂଲାଦେଶ ଦୁଇଟି ସୁପର-୪ ମ୍ୟାଚ ହାରିଯିବା ପରେ ଏକ ପ୍ରକାର ଫାଇନାଲ ଦୌଡରୁ ବାଆ ପଡିଛି। ଗତ ବର୍ଷ ଏସିଆ କପ୍ ଜିତିଥିବା ଶ୍ରୀଲଙ୍କା ଦଳର ଆକାଉଣ୍ଟରେ ଗୋଟିଏ ବିଜୟ ଏବଂ ଗୋଟିଏ ପରାଜୟ ରହିଛି। ଯଦି ଭାରତ ବିପକ୍ଷରେ ଶ୍ରୀଲଙ୍କାର ପ୍ରଦର୍ଶନକୁ ବିଚାର କରାଯାଏ, ପାକିସ୍ତାନକୁ ହରାଇବା କଷ୍ଟସାଧ୍ୟ ହେବ। ସେପଟେ ପାକିସ୍ତାନ ପାଇଁ ଯଦି ଶ୍ରୀଲଙ୍କା ବିରୋଧରେ ହରିସ୍ ରାଉଫ ଏବଂ ନସିମ ଶାହା ଉପଲବ୍ଧ ହୁଅନ୍ତି ନାହିଁ, ତେବେ ପାକିସ୍ତାନ ସେମାନଙ୍କୁ ପରାସ୍ତ କରିବା ସହଜ ହେବ ନାହିଁ।

ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନୀ ଦ୍ରୁତ ବୋଲରମାନେ ଆହତ ହୋଇଥିଲେ, ଯେଉଁ କାରଣରୁ ସେମାନେ ବ୍ୟାଟିଂ କରିବାକୁ ମଧ୍ୟ ଆସି ପାରିନଥିଲେ। ଯଦିଓ ପାକିସ୍ତାନ ସେମାନଙ୍କ ପାଇଁ ବ୍ୟାକଅପ୍ ଆହ୍ଵାନ କରିଛି, ତଥାପି ସେମାନେ ଆଶା କରିବେ ଯେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଜିତିବା ପାଇଁ ଉଭୟ ହରିସ୍ ଏବଂ ନସିମ ଉପଲବ୍ଧ ହେବେ। ଏସିଆ କପ୍ ପଏଣ୍ଟ ଟେବୁଲର ସ୍ଥିତି ଅନୁଯାୟୀ ଭାରତ ସୁପ-୪ ପର୍ଯ୍ୟାୟରେ ୨ ମ୍ୟାଚରୁ ୨ ଟି ବିଜୟ ଏବଂ ନେଟ୍ ରନ୍ ହାର +୨.୬୯୦ ରହିଛି।

ଭାରତ ପରେ ଶ୍ରୀଲଙ୍କା ଯାହା ୨ ଟି ମ୍ୟାଚରେ ୧ ଟି ଜିତିଛି ଏବଂ ନେଟ୍ ରନ୍ ହାର ହେଉଛି -୦.୨୦୦ ରହିଛି। ୨ ଟି ମ୍ୟାଚରେ ୧ ବିଜୟ ସହ ପାକିସ୍ତାନ ମଧ୍ୟ ତୃତୀୟ ସ୍ଥାନରେ ଅଛି କିନ୍ତୁ ସେମାନଙ୍କର ନେଟ ରନ୍ ହାର ବହୁତ କମ୍ -୧.୮୯୨। ଫାଇନାଲରେ ଯୋଗ୍ୟତା ହାସଲ କରିବା ପାଇଁ ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ଶୀର୍ଷକୁ ଆସିବାକୁ ପଡିବ, ଯିଏ ଘରୋଇପରିସ୍ଥିତିରେ ସୁପର ୪ ର ଅନ୍ତିମ ମ୍ୟାଚ୍ ଖେଳିବ। ଯଦି ବର୍ଷା ହେତୁ ଖେଳ ଖେଳାଯାଇ ନପାରେ, ଏସିଆ କପରେ ପ୍ରଥମ ଥର ପାଇଁ ଭାରତ ବିରୋଧରେ ଫାଇନାଲ ଖେଳିବା ପାଇଁ ପାକିସ୍ତାନର ଆଶା ବିପଦରେ ପଡ଼ିବ।

ରେକର୍ଡ ପାଇଁ ଭାରତ ODI ଫର୍ମାଟରେ ସର୍ବାଧିକ ଏସିଆ କପ୍ ଟାଇଟଲ୍ ଜିତିଛି ଏବଂ ଗତ କିଛି ମଧ୍ୟରେ ୬ ଥର ଟାଇଟଲ୍ ଜିତିଛି। ଅନ୍ୟପକ୍ଷରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ମାତ୍ର ଦୁଇଥର ସଫଳତାର ସ୍ୱାଦ ଚାଖିଛି। ଏହାର ତୁଳନାରେ ଶ୍ରୀଲଙ୍କା ୫ ଥର ODI ଏସିଆ କପ୍ ଜିତିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କଲା ଭାରତ, ଏସିଆ କପ-୨୦୨୩ ଫାଇନାଲରେ କଲା ପ୍ରବେଶ

ନୂଆଦିଲ୍ଲୀ: ଚାଲିଥିବା ଏସିଆ କପ୍୨୦୨୩ ରେ ଆଜି କଲମ୍ବୋସ୍ଥିତ ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ସୁପର -୪ ରାଉଣ୍ଡ ମ୍ୟାଚରେ ଭାରତ ସହଜରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି। ଏହି ବଡ ବିଜୟ ସହ ଭାରତୀୟ ଦଳ ଏସିଆ କପ-୨୦୨୩ ର ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଛି।

ଶ୍ରୀଲଙ୍କା ସ୍ପିନରମାନେ ଘାତକ ବୋଲିଂ କରି ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କୁ ୨୧୩ ରେ ସୀମିତ ରଖିଥିଲେ। ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଅଧିନାୟକ ରୋହିତ ଶର୍ମା (୫୩) ଏବଂ ଶୁବମାନ ଗିଲ (୧୯) ପ୍ରଥମ ୱିକେଟ୍ ପାଇଁ ୮୦ ରନ୍ ଯୋଡି ଭଲ ଆରମ୍ଭ କରିଥିଲେ। ଏଥିରୁ ଜଣାପଡୁଥିଲା ଯେ, ଏହି ମ୍ୟାଚରେ ମଧ୍ୟ ଟିମ୍ ଇଣ୍ଡିଆ ତିନି ଶହ ଅତିକ୍ରମ କରିବାକୁ ଯାଉଛି, କିନ୍ତୁ ଥରେ ଯୁବ ବାମପନ୍ଥୀ ସ୍ପିନର ଭେଲଗେଜ୍ ଗିଲଙ୍କୁ ଆଉଟ କରି ଏଠାରୁ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କୁ ଅସୁବିଧାରେ ପକାଇଥିଲେ। ଇଶାନ୍ କିଶାନ୍ (୩୩) ଏବଂ କେ.ଏଲ୍ ରାହୁଲ (୩୯) ମଧ୍ୟମ କ୍ରମରେ ଆଉଟ୍ ହେବା ପରେ ଭାରତ ୨୦୦ ସ୍କୋର ଛୁଇଁବା ନେଇ ପ୍ରଶ୍ନ ଉଠିଥିଲା। ଏଭଳି ପରିସ୍ଥିତିରେ ଯେତେବେଳେ ୱିକେଟ୍ ଅନ୍ୟ ପଟେ ପଡୁଥିଲା, ସେତେବେଳେ ଅକ୍ସର ପଟେଲ (୨୬) ଗୋଟିଏ ପାର୍ଶ୍ଵରେ ଖେଳି ଦଳୀୟ ସ୍କୋର ୨୧୩ ରନରେ ପହଞ୍ଚାଇଥିଲେ। ଭାରତର ଇନିଂସର ସମସ୍ତ ଦଶ ୱିକେଟ୍ ସ୍ପିନରମାନେ ନେଇଥିଲେ। ଭେଲେଗେଜ ପାଞ୍ଚଟି ୱିକେଟ୍ ନେଇଥିଲେ, ଆସାଲଙ୍କା ଚାରିଟି ଏବଂ ମହେଶ ଥିକ୍ସନା ଗୋଟିଏ ୱିକେଟ୍ ନେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ପାକ୍ ମ୍ୟାଚ୍ ପାଇଁ ରହିବ ରିଜର୍ଭ ଡେ’, ଅସନ୍ତୋଷ ବ୍ୟକ୍ତ କଲେ ବାଂଲାଦେଶ ଏବଂ ଶ୍ରୀଲଙ୍କାର କୋଚ୍

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ରାଉଣ୍ଡ ମ୍ୟାଚ୍ ପାଇଁ ରିଜର୍ଭ ଦିନ ରଖିବାକୁ ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ ସିଲଭରଉଡ୍ ଏବଂ ବାଂଲାଦେଶର ମୁଖ୍ୟ ପ୍ରଶିକ୍ଷକ ଚଣ୍ଡିକା ହଥୁରାଶିଙ୍ଘା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଶୁକ୍ରବାର ଦିନ ଘୋଷଣା କରିଛି ଯେ, ଯଦି ବର୍ଷା ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୦ ତାରିଖରେ ବ୍ୟାଘାତ ସୃଷ୍ଟି କରେ, ତେବେ ସେପ୍ଟେମ୍ବର ୧୧ ତାରିଖରେ ପୁନର୍ବାର ଖେଳାଯିବ।

ତେବେ ଟୁର୍ଣ୍ଣାମେଣ୍ଟର ଅନ୍ୟ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁ। ସୁପର -୪ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ କଲମ୍ବୋରେ ଅନୁଷ୍ଠିତ ହେବ ଏବଂ ଆସନ୍ତା କିଛି ଦିନ ପାଇଁ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ବାଂଲାଦେଶର ମୁଖ୍ୟ ପ୍ରଶିକ୍ଷକ ଚଣ୍ଡିକା ହଥୁରାଶିଙ୍ଘା କହିଛନ୍ତି ଯେ, ଏସିଆ କପ୍‌ର ‘ଖେଳ ସ୍ଥିତି’ (ମ୍ୟାଚ୍ ପାଇଁ ନିୟମ) ହଠାତ୍ ପରିବର୍ତ୍ତନ ହେବାର କାରଣ ସେ ଜାଣି ନାହାଁନ୍ତି। ଶ୍ରୀଲଙ୍କା ବିପକ୍ଷ ସୁପର-୪ ପର୍ଯ୍ୟାୟ ମ୍ୟାଚ୍ ପୂର୍ବରୁ ସେ କହିଛନ୍ତି ଯେ, “ଏସିଆ କପ୍ ରେ ଏକ ବୈଷୟିକ କମିଟି ଅଛି, ଯାହା ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ୬ ଟି ଦଳ ଦ୍ୱାରା ପ୍ରତିନିଧିତ୍ୱ କରେ। ସେମାନେ ଅନ୍ୟ କୌଣସି କାରଣରୁ ଏହି ନିଷ୍ପତ୍ତି ନେଇଥାନ୍ତେ।”

ହଥୁରାଶିଙ୍ଘା ସୂଚାଇ ଦେଇଛନ୍ତି ଯେ, ଏହି ପ୍ରସଙ୍ଗରେ ସର୍ବସମ୍ମତି କ୍ରମେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ତାଙ୍କ ଦଳ ମଧ୍ୟ ମ୍ୟାଚ୍ ପାଇଁ ରିଜର୍ଭ ଦିନ ରଖିବାକୁ ଚାହିଁବ। ସେ କହିଛନ୍ତି ଯେ, ଏହା ଆଦର୍ଶ ନୁହେଁ ଏବଂ ଆମେ ମଧ୍ୟ ଏକ ଅତିରିକ୍ତ ଦିନ ମଧ୍ୟ ଚାହିଁବୁ।

ହଥୁରାଶିଙ୍ଘା ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ସଂପୃକ୍ତ ଅଧିକାରୀମାନେ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ଅନ୍ୟ ଦଳଙ୍କ ସହ ପରାମର୍ଶ କରିନାହାଁନ୍ତି। ସେ କହିଛନ୍ତି, “ମୋର ଏହା ଉପରେ ଆଉ କୌଣସି ମନ୍ତବ୍ୟ ନାହିଁ କାରଣ ସେମାନେ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି। ଯଦି ସେମାନେ ପୂର୍ବରୁ ଆମ ସହିତ ପରାମର୍ଶ କରିଥାନ୍ତେ, ତେବେ ଆମେ ଆମର ମତାମତ ଦେଇଥା’ନ୍ତୁ।”

ଶ୍ରୀଲଙ୍କାର କୋଚ୍ କ୍ରିସ୍ ସିଲଭରଉଡ୍ କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅତିରିକ୍ତ ଦିନ ରଖିବା ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଅବଗତ କରାଯିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଛନ୍ତି ଯେ, “ଆଜ୍ଞା ହଁ ମୁଁ ପ୍ରଥମ ଥର ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ହୋଇଗଲି। କିନ୍ତୁ ଆମେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁନାହୁଁ, ତେଣୁ ଆମେ ଏହା ବିଷୟରେ ଅଧିକ କରିପାରିବୁ ନାହିଁ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଗଣନା ତ୍ରୁଟି ଯୋଗୁଁ ଆଫଗାନିସ୍ତାନକୁ ଦେବାକୁ ପଡିଲା ବହୁମୂଲ୍ୟ, ହରାଇଲା ସୁପର -୪ ରେ ପହଞ୍ଚିବାର ସୁଯୋଗ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ରେ ଆଫଗାନିସ୍ତାନ ଦଳ ଶ୍ରୀଲଙ୍କା ବିପକ୍ଷରେ ୨ ରନ୍ ରେ ପରାସ୍ତ ହୋଇ ସୁପର -୪ ରେ ପହଞ୍ଚିବାର ସୁଯୋଗ ହରାଇଲା। ଏହି ପରାଜୟର ମୁଖ୍ୟ କାରଣ ହେଉଛି ନେଟ୍ ରନ୍ ହାର ସମ୍ବନ୍ଧରେ ଭୁଲ ଗଣନା। ଆଫଗାନିସ୍ତାନ ଦଳ ମ୍ୟାଚକୁ ବହୁତ ରୋମାଞ୍ଚକର କରିଥିଲା, କିନ୍ତୁ ପରାଜୟ ପରେ ରସିଦ ଖାନଙ୍କ ସମେତ ସମସ୍ତ ପ୍ରମୁଖ ଖେଳାଳି ନିରାଶ ହୋଇଥିଲେ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୨୯୧ ରନ୍ ସଂଗ୍ରହ କରିଥିଲା। ସେମାନଙ୍କର ଖରାପ ନେଟ ରନ୍ ହାରକୁ ଧ୍ୟାନରେ ରଖି ଆଫଗାନିସ୍ତାନକୁ ସୁପର -୪ ରେ ପହଞ୍ଚିବା ପାଇଁ ୩୭.୧ ଓଭରରେ ଏହି ଲକ୍ଷ୍ୟ ହାସଲ କରିବାକୁ ଥିଲା। ୩୭ ଓଭର ଖେଳ ଶେଷ ହେବା ପରେ ଆଫଗାନିସ୍ତାନ ଦଳ ୮ ୱିକେଟ୍ ହରାଇ ୨୮୯ ରନ୍ ସ୍କୋର କରିଥିଲା।

ଏହା ପରେ ଦଳକୁ ପରବର୍ତ୍ତୀ ଓଭରର ପ୍ରଥମ ବଲରେ ମାତ୍ର ୩ ରନ୍ ସ୍କୋର କରିବାକୁ ପଡୁଥିଲା, କିନ୍ତୁ ମୁଜିବ ଉର ରହମାନଙ୍କ ୱିକେଟ୍ ଖସିଯାଇଥିଲା। ଆଫଗାନିସ୍ତାନ ଅନୁଭବ କଲା ଯେ, ସୁପର-୪ ରେ ପହଞ୍ଚିବାର ସ୍ୱପ୍ନ ଭାଙ୍ଗି ଗଲା। ସେହି ସମୟରେ ବ୍ୟାଟିଂ କରୁଥିବା ରସିଦ ଖାନଙ୍କ ମୁହଁରେ ନିରାଶା ସ୍ପଷ୍ଟ ଦେଖାଯାଉଥିଲା। ଯେଉଁଠାରେ ଡ୍ରେସିଂ ରୁମରେ ଥିବା ବାକି ଖେଳାଳିମାନେ ମଧ୍ୟ ସମ୍ପୂର୍ଣ୍ଣ ନିରାଶ ହୋଇଥିଲେ। ଶେଷ ବ୍ୟାଟ୍ସମ୍ୟାନ୍ ଭାବରେ ଆସିଥିବା ଫଜହଲକ୍ ଫାରୁକି ୩ ବଲ୍ ର ସମ୍ମୁଖୀନ ହୋଇଥିଲେ ମଧ୍ୟ ୱିକେଟ୍ ହରାଇ ଖାତା ଖୋଲିବାରେ ସଫଳ ହୋଇପାରିନଥିଲେ।

୩୭.୧ ଓଭର ପରେ ମଧ୍ୟ ଆଫଗାନିସ୍ତାନ ସୁପର -୪ ରେ ପହଞ୍ଚିବା ସମ୍ଭାବନା ଥିଲା:

ଯଦିଓ ଆଫଗାନିସ୍ତାନ ଦଳ ପ୍ରଥମ ମ୍ୟାଚରେ ସୁପର -୪ ରେ ପହଞ୍ଚିବାର ଆଶା ଶେଷ କରିଦେଇଥିଲା, କିନ୍ତୁ ହିସାବ ଅନୁଯାୟୀ ୩୭.୧ ଓଭର ପରେ ମଧ୍ୟ ସେମାନେ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିପାରିଥାନ୍ତେ। ଏଥିପାଇଁ ଦଳକୁ ୩୮ ତମ ଓଭରର ଚତୁର୍ଥ ବଲ ପର୍ଯ୍ୟନ୍ତ ୨୯୫ ରନ୍ ସ୍କୋର କରିବାକୁ ଥିଲା। ଯେଉଁଥିରେ ଯଦି ରସିଦ ଖାନ ଷ୍ଟ୍ରାଇକ କରି ଗୋଟିଏ ଛକା ମାରିଥାନ୍ତେ ତେବେ ଦଳ ସୁପର -୪ ରେ ପହଞ୍ଚି ପାରିଥାନ୍ତା। ଅନ୍ୟପକ୍ଷରେ, ଯଦି ଆଫଗାନିସ୍ତାନ ୩୮ ତମ ଓଭରର ପଞ୍ଚମ ବଲରେ ୨୯୫ ରନ୍ ସ୍କୋର କରିଥାନ୍ତା, ତେବେ ଶ୍ରୀଲଙ୍କା ଏବଂ ସେମାନଙ୍କର ନେଟ୍ ରନ୍ ହାର ସମାନ ହୋଇଥାନ୍ତା। ଏପରି ପରିସ୍ଥିତିରେ କେଉଁ ଦଳ ସୁପର -୪ କୁ ଯିବ ସେନେଇ ନିଷ୍ପତ୍ତି ଟସ ଦ୍ଵାରା କରାଯାଇଥାନ୍ତା।

ଏହି ମ୍ୟାଚରେ ପରାଜୟ ପରେ ଆଫଗାନିସ୍ତାନ ଦଳର ଅଧିନାୟକ ହଶମତୁଲ୍ଲା ଶାହିଦି କହିଛନ୍ତି ଯେ, ଏହି ପରାଜୟ ଦ୍ୱାରା ଆମେ ଅତ୍ୟନ୍ତ ନିରାଶ। ଆମେ ମ୍ୟାଚରେ ଭଲ ଲଢିଥିଲୁ ଏବଂ ଆମର ଶତପ୍ରତିଶତ ଦେବାକୁ ଚେଷ୍ଟା କରିଥିଲୁ। ଟାର୍ଗେଟକୁ ଗୋଡ଼ାଇବା ବେଳେ ଆମେ ଯେଉଁଭଳି ବ୍ୟାଟିଂ କରିଥିଲୁ ସେଥିପାଇଁ ମୁଁ ଆମ ଦଳ ପାଇଁ ଗର୍ବିତ। ମୁଁ ଭାବୁଛି ଗତ କିଛି ବର୍ଷ ମଧ୍ୟରେ ଆମେ ODI ଫର୍ମାଟରେ ବହୁତ ଭଲ ପ୍ରଦର୍ଶନ କରିଛୁ। ଆମେ ତଥାପି ବହୁତ କିଛି ଶିଖୁଛୁ। ଆମେ ଆମର ଭୁଲରୁ ଶିଖିବୁ ଏବଂ ଆଗାମୀ ବିଶ୍ୱକପରେ ଭଲ ଖେଳିବାକୁ ଚେଷ୍ଟା କରିବୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆ କପ-୨୦୨୩: ଆଜିଠାରୁ ସୁପର- ୪ ପର୍ଯ୍ୟାୟ ଆରମ୍ଭ, ଏହି ଚାରୋଟି ଦଳ ମଧ୍ୟରେ ୬ ଟି ମ୍ୟାଚ୍ ଖେଳାଯିବ

ନୂଆଦିଲ୍ଲୀ: ଆଜିଠାରୁ ୨୦୨୩ ଏସିଆ କପରେ ସୁପର -୪ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ ଟି ଦଳ ଅଂଶଗ୍ରହଣ କରିଥିଲେ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ସୁପର -୪ ର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।

ସୁପର-୪ପର୍ଯ୍ୟାୟରେ ମୋଟ ୬ ଟି ମ୍ୟାଚ୍ ଖେଳାଯିବ:

ପ୍ରକାଶ ଯେ, ସୁପର-୪ ପର୍ଯ୍ୟାୟରେ ମୋଟ ୬ ଟି ମ୍ୟାଚ୍ ଖେଳାଯିବ। ଏହା ପରେ ପଏଣ୍ଟ ଟେବୁଲରେ ଟପ୍-୨ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେପ୍ଟେମ୍ବର ୧୦ ତାରିଖରେ ସୁପର -୪ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ।

ଏହି ଦଳ ସୁପର-୪ ରାଉଣ୍ଡରେ ସ୍ଥାନ ପାଇଲେ:

ଗ୍ରୁପ୍-ଏରୁ ଭାରତ ଏବଂ ପାକିସ୍ତାନର ଦଳ ସୁପର-୪ ରାଉଣ୍ଡରେ ପହଞ୍ଚିଛନ୍ତି। ଭାରତ ଏବଂ ପାକିସ୍ତାନରେ ୩-୩ ପଏଣ୍ଟ ରହିଛି। ଏଥି ସହିତ ନେପାଳର ଦଳ ଏହି ଗ୍ରୁପରୁ ବିଦା ହୋଇଥିବାବେଳେ ଶ୍ରୀଲଙ୍କା ଏବଂ ବାଂଲାଦେଶ ଦଳ ଗ୍ରୁପ-ବିରୁ ସୁପର-୪ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ଗ୍ରୁପରୁ ଆଫଗାନିସ୍ତାନ ସୁପର- ୪ ରାଉଣ୍ଡରେ ପହଞ୍ଚିବାରେ ବିଫଳ ହୋଇଥିଲା। ଶ୍ରୀଲଙ୍କା ଦଳ ୪ ପଏଣ୍ଟ ସହ ସୁପର-୪ ରାଉଣ୍ଡରେ ପହଞ୍ଚିଛି। ଏହି ଦଳ ବାଂଲାଦେଶ ଏବଂ ଆଫଗାନିସ୍ତାନକୁ ପରାସ୍ତ କରିଛି। ବାଂଲାଦେଶ ଦଳ ୪ ପଏଣ୍ଟ ସହ ସୁପର-୪ ରାଉଣ୍ଡରେ ପହଞ୍ଚିଛି।

ସୁପର-୪ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ସ୍ଥାନ ଜାଣନ୍ତୁ:

ସେପ୍ଟେମ୍ବର ୬ ତାରିଖ- ପାକିସ୍ତାନ ବନାମ ବାଂଲାଦେଶ- ଲାହୋର

ସେପ୍ଟେମ୍ବର ୯ ତାରିଖ- ଶ୍ରୀଲଙ୍କା ବନାମ ବାଂଲାଦେଶ- କଲମ୍ବୋ

ସେପ୍ଟେମ୍ବର ୧୦ ତାରିଖ- ପାକିସ୍ତାନ ବନାମ ଭାରତ- କଲମ୍ବୋ

ସେପ୍ଟେମ୍ବର ୧୨ ତାରିଖ- ଭାରତ ବନାମ ଶ୍ରୀଲଙ୍କା- କଲମ୍ବୋ

ସେପ୍ଟେମ୍ବର ୧୪ ତାରିଖ- ପାକିସ୍ତାନ ବନାମ ଶ୍ରୀଲଙ୍କା- କଲମ୍ବୋ

ସେପ୍ଟେମ୍ବର ୧୫ ତାରିଖ- ଭାରତ ବନାମ ବାଂଲାଦେଶ- କଲମ୍ବୋ

ସେପ୍ଟେମ୍ବର ୧୭ ତାରିଖ- ଫାଇନାଲ୍- କଲମ୍ବୋ

କଲମ୍ବୋରେ ମଧ୍ୟ ବର୍ଷା ଆଶଙ୍କା:

ଲାହୋରରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସୁପର -୪ ମ୍ୟାଚ୍ ପରେ ଏସିଆ କପ୍-୨୦୨୩ ର ଅବଶିଷ୍ଟ ସମସ୍ତ ମ୍ୟାଚ୍ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ। ପାଲ୍ଲେକେଲେ ପରି କଲମ୍ବୋରେ ମଧ୍ୟ ମ୍ୟାଚ ବ୍ୟାହତ ହେବାର ସମସ୍ତ ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ମ୍ୟାଚ୍ ବାତିଲ ହେବାର ଆଶଙ୍କା ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଟିମ୍ ଇଣ୍ଡିଆରେ ସହିତ ଯୋଗଦେବେ କେ.ଏଲ୍ ରାହୁଲ, ସୁପର -୪ ମ୍ୟାଚ୍ ପାଇଁ ହେବେ ଉପଲବ୍ଧ

ନୂଆଦିଲ୍ଲୀ: ଗତକାଲି ୨୦୨୩ ଏସିଆ କପରେ ଭାରତ ଏବଂ ନେପାଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଭାରତୀୟ ଦଳ ଡିଏଲ ପଦ୍ଧତିରେ ନେପାଳକୁ ୧୦ ୱିକେଟରେ ପରାସ୍ତ କରି ସୁପର-୪ ରେ ସ୍ଥାନ ପକ୍କା କରିଛି। ତେବେ ଇତି ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। କେ.ଏଲ୍ ରାହୁଲ ଆଜି ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ଶିବିରରେ ଯୋଗଦେବେ। ସେ ସୁପର- ୪ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ।

ପ୍ରକାଶ ଯୋଗ୍ୟ ଯେ, କେ.ଏଲ୍ ରାହୁଲ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ଆଘାତରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ବିଶ୍ୱକପ ପାଇଁ ରାହୁଲଙ୍କ ଚୟନ ମଧ୍ୟ ସ୍ଥିର ହୋଇଛି।

କେଏଲ ରାହୁଲ ଭାରତ-ପାକ୍ ମ୍ୟାଚ୍ ଖେଳିପାରନ୍ତି:

୨୦୨୩ ଏସିଆ କପ୍ ର ସୁପର -୪ ରାଉଣ୍ଡରେ ସେପ୍ଟେମ୍ବର ୧୦ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ କେ.ଏଲ୍ ରାହୁଲ ମଧ୍ୟ ଖେଳିପାରନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ମହା ମୁକାବିଲା ପୂର୍ବରୁ କୋହଲିଙ୍କ ଚେତାବନୀ: ପାକିସ୍ତାନୀ ଦଳର ଏହି ଶକ୍ତି ଠାରୁ ରହିବାକୁ ପଡ଼ିବ ସତର୍କ

ନୂଆଦିଲ୍ଲୀ: ସମସ୍ତ କ୍ରିକେଟ୍ ପ୍ରେମୀ ଏସିଆ କପ୍-୨୦୨୩ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପ୍ଟେମ୍ବର ୨ ତାରିଖରେ ଶ୍ରୀଲଙ୍କାର କାଣ୍ଡିସ୍ଥିତ ପଲ୍ଲେକେଲେ କ୍ରିକେଟ୍ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ବିଷୟରେ ଦୁଇ ଦଳ ମଧ୍ୟରେ ବୟାନବାଜି ଦେଖିବାକୁ ମିଳୁଛି। ଏସିଆ କପ୍-୨୦୨୩ ରେ ନେପାଳ ବିପକ୍ଷରେ ଏକ ବଡ଼ ବିଜୟ ପଞ୍ଜିକରଣ କରିବା ପରେ ପାକିସ୍ତାନ ଏହି ମ୍ୟାଚରେ ଖେଳିବାକୁ ଯାଉଛି। ଏଥି ସହିତ ଭାରତୀୟ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଏଭଳି ପରିସ୍ଥିତିରେ ପୁଣି ଥରେ ସମସ୍ତଙ୍କ ଆଖି ନିଶ୍ଚିତ ଭାବରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ କେନ୍ଦ୍ରିତ ହେବାକୁ ଯାଉଛି।

ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ବିରାଟ କୋହଲିଙ୍କ ଭଲ ରେକର୍ଡ ରହିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କୋହଲି ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବୋଲିଂ ଉପରେ ଚେତାବନୀ ଦେଇଛନ୍ତି। କୋହଲିଙ୍କ କହିବାନୁସାରେ, ପାକିସ୍ତାନ ଦଳର ବୋଲିଂ ଆକ୍ରମଣ କୌଣସି ସମୟରେ ମ୍ୟାଚ ବଦଳାଇବାର କ୍ଷମତା ରଖିଛି।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଷ୍ଟାର ସ୍ପୋର୍ଟସରେ ଏକ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ, ମୁଁ ଭାବୁଛି ସେମାନଙ୍କ ବୋଲିଂ ୟୁନିଟ୍ ବହୁତ ଶକ୍ତିଶାଳୀ ଯାହା ନିଶ୍ଚିତ ଭାବରେ ଏହାର ପ୍ରଭାବ ଦେଖାଏ। ପାକିସ୍ତାନର ବୋଲିଂ ଅର୍ଡର ଏପରି ଯେ ଏହା ଯେକୌଣସି ମ୍ୟାଚ୍‌ର ଜୁଆର ଆଣିପାରେ। ତେଣୁ ମୁଁ ବିଶ୍ୱାସ କରେ ସେମାନଙ୍କୁ ସାମ୍ନା କରିବାକୁ ହେଲେ ନିଜର ସର୍ବଶ୍ରେଷ୍ଠ ଦେବାକୁ ପଡିବ।

କୋହଲି ଚଳିତ ବର୍ଷ ODI ରେ ହାରାହାରି ୫୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି:

ବିରାଟ କୋହଲିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ୫୦ ଓଭର ଫର୍ମାଟରେ ଏପର୍ଯ୍ୟନ୍ତ ୨୦୨୩ ମସିହାରେ ଦେଖାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଖରାପ ପର୍ଯ୍ୟାୟ ଦେଇ ଗତି କରିଥିବା କୋହଲି ଚଳିତ ବର୍ଷ ODI ରେ ୫୦ ରୁ ଅଧିକ ହାରରେ ବ୍ୟାଟିଂ କରିଛନ୍ତି। କୋହଲି ୫୩.୩୮ ହାରରେ ୯ ଇନିଂସରେ ୪୨୭ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୨ ଟି ଶତକ ଏବଂ ୧ ଟି ଅର୍ଦ୍ଧ ଶତକର ଇନିଂସ ମଧ୍ୟ ଅନ୍ତର୍ଭୁକ୍ତ। ODI ରେ ପାକିସ୍ତାନ ବିପକ୍ଷ ୧୩ ଟି ମ୍ୟାଚରେ କୋହଲି ୪୮.୭୩ ହାରରେ ଖେଳିଛନ୍ତି, ଯେଉଁଥିରେ ସେ ୨ ଟି ଶତକ ଏବଂ ୨ ଟି ଅର୍ଦ୍ଧଶତକ ସହ ୫୩୬ ରନ୍ ସଂଗ୍ରହ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆ କପ-୨୦୨୩: ପାକିସ୍ତାନ ଯିବ ନାହିଁ ଟିମ୍ ଇଣ୍ଡିଆ; ଶ୍ରୀଲଙ୍କାରେ ହେବ ଭାରତ-ପାକ୍ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍-୨୦୨୩ ମ୍ୟାଚ୍ କେବଳ ଶ୍ରୀଲଙ୍କାରେ ଖେଳାଯିବ। ଡର୍ବାନରେ ବିସିସିଆଇର ସଚିବ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ମୁଖ୍ୟ ଜକା ଆଶ୍ରାଫଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହା ନିଶ୍ଚିତ ହୋଇଛି। ହାଇବ୍ରିଡ ମଡେଲ ଅଧୀନରେ ଖେଳାଯାଇଥିବା ଚଳିତ ବର୍ଷର ଏସିଆ ଇଭେଣ୍ଟ ଆୟୋଜନ କରିବାର ପାକିସ୍ତାନର ଅଧିକାର ଅଛି, କିନ୍ତୁ ପାକିସ୍ତାନ ମାତ୍ର ୪ ଟି ମ୍ୟାଚ୍ ଆୟୋଜନ କରିବ, ବାକି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଖେଳାଯିବ।

ଏସିଆ କପ୍ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବାକୁ ଡର୍ବାନରେ ଆଇସିସି ବୋର୍ଡ ବୈଠକ ପୂର୍ବରୁ ଜୟ ଶାହା ଏବଂ ଜକା ଆଶ୍ରାଫ ଏକ ଅନପୌଚାରିକ ବୈଠକ କରିଥିଲେ। ଏ ସମ୍ପର୍କରେ ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଆମର ସଚିବ ପିସିବି ମୁଖ୍ୟ ଜକା ଆଶ୍ରାଫଙ୍କୁ ଭେଟି ଏସିଆ କପର କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିଛନ୍ତି, ଯାହା ବର୍ତ୍ତମାନ ଆଗକୁ ବଢିଛି।

କେବଳ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପରେ ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ୍ ଖେଳିବ ବୋଲି ଅରୁଣ ଧୁମଲ ମଧ୍ୟ ତାଙ୍କ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଏସିଆ କପ୍-୨୦୨୩ ରେ ଲିଗ୍ ପର୍ଯ୍ୟାୟର ୪ ଟି ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବ ଏବଂ ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଯଦି ଉଭୟ ଦଳ ଫାଇନାଲରେ ପ୍ରବେଶ କରନ୍ତି, ତେବେ ତୃତୀୟ ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏସିଆ କପ୍ ସମୟରେ ବିସିସିଆଇ ସଚିବ ଜୟ ଶାହାଙ୍କୁ ପାକିସ୍ତାନ ଗସ୍ତ ପାଇଁ ନିମନ୍ତ୍ରଣ କରାଯାଇଛି। ଏ ସମ୍ପର୍କରେ ଅରୁଣ ଧୁମଲ କହିଛନ୍ତି ଯେ, ସେପରି କୌଣସି ଆଲୋଚନା ହୋଇନାହିଁ, ନା ଭାରତୀୟ ଦଳ ସେଠାକୁ ଯାଉଛନ୍ତି ନା ସଚିବ ଜୟ ଶାହା ପାକିସ୍ତାନ ଗସ୍ତ କରିବେ। ଏସିଆ କପ୍ ର କାର୍ଯ୍ୟସୂଚୀକୁ ଅନ୍ତିମ ରୂପ ଦେବା ପାଇଁ ଏହି ବୈଠକ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପ ପାଇଁ ସ୍ଥାନ ପକ୍କା କଲେ ୯ ଟି ଦଳ, ଶେଷ ସ୍ଥାନ ପାଇଁ ଲଢିବେ ଏହି ତିନୋଟି ଦଳ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶ୍ରୀଲଙ୍କା ଦଳ ମଧ୍ୟ ନିଜର ସ୍ଥାନ ନିଶ୍ଚିତ କରିଛି। ଏହାପୂର୍ବରୁ ୮ ଟି ଦଳ ମେଗା ଇଭେଣ୍ଟ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ। ଏଥି ସହିତ ଅବଶିଷ୍ଟ ୨ ଟି ସ୍ଥାନ ପାଇଁ ଜିମ୍ବାୱେରେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଖେଳାଯାଉଛି। ଏଥିରେ ଶ୍ରୀଲଙ୍କା ଦଳ ଭଲ ପ୍ରଦର୍ଶନ କରୁଥିବାବେଳେ ଏପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଜିତିଛି।

ଶ୍ରୀଲଙ୍କା ଦଳ ନିଶ୍ଚିତ ହେବା ସହିତ ବର୍ତ୍ତମାନ ୩ ଟି ଦଳ ମୁଖ୍ୟ ଇଭେଣ୍ଟ ପାଇଁ ଦୌଡରେ ଅଛନ୍ତି। ଏଥିରେ ଆୟୋଜକ ଜିମ୍ବାୱେ କ୍ରିକେଟ୍ ଦଳ ମଧ୍ୟ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ଜିମ୍ବାୱେ ଏହି ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ପ୍ରଦର୍ଶନ କରିଛି, କିନ୍ତୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପରାଜୟ ପରେ ସେମାନଙ୍କ ବିଶ୍ୱକପ ୨୦୨୩ ପାଇଁ ଯୋଗ୍ୟତା ହାସଲ କରିବା ଟିକେ କଷ୍ଟସାଧ୍ୟ ହୋଇପଡିଛି।

ଜିମ୍ବାୱେ ଦଳକୁ ବର୍ତ୍ତମାନ ଜୁଲାଇ ୪ ତାରିଖରେ ସୁପର ସିକ୍ସରେ ସ୍କଟଲ୍ୟାଣ୍ଡ ବିପକ୍ଷରେ କେବଳ ଗୋଟିଏ ମ୍ୟାଚ୍ ଖେଳିବାକୁ ପଡିବ। ଯଦି ଦଳ ଏହି ମ୍ୟାଚ୍ ଜିତେ, ତା’ହେଲେ ଏହା ଦିନିକିଆ ବିଶ୍ୱକପ୍ ପାଇଁ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିବ, କିନ୍ତୁ ଯଦି ଏହା କରିବାରେ ସଫଳ ନହୁଏ, ତେବେ ଜିମ୍ବାୱେକୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ଅନ୍ୟ ମ୍ୟାଚ୍ ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।

ଯୋଗ୍ୟତା ଅର୍ଜନ କରିବାକୁ ସ୍କଟଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡ ମଧ୍ୟ ଅଛନ୍ତି:

ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ସ୍କଟଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡର ଦଳ ମଧ୍ୟ ଏହି ଦୌଡରେ ଜଡିତ ଅଛନ୍ତି। ୪ ପଏଣ୍ଟ ସହ ସୁପର ସିକ୍ସର ପଏଣ୍ଟ ଟେବୁଲରେ ସ୍କଟଲ୍ୟାଣ୍ଡ ବର୍ତ୍ତମାନ ତୃତୀୟ ସ୍ଥାନରେ ଅଛି। ଏଭଳି ପରିସ୍ଥିତିରେ ତାଙ୍କୁ ଜିମ୍ବାୱେ ଏବଂ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଶେଷ ୨ ଟି ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ସ୍କଟିସ୍ ଦଳ ଏହା କରିବାକୁ ସଫଳ ହୁଏ, ତେବେ ଏହା ସିଧାସଳଖ ଯୋଗ୍ୟତା ଅର୍ଜନ କରିବ।

ନେଦରଲ୍ୟାଣ୍ଡ ଦଳର ରାସ୍ତା ଟିକେ କଷ୍ଟସାଧ୍ୟ ଦେଖାଯାଉଛି। ସେମାନଙ୍କୁ ସେମାନଙ୍କର ଶେଷ ୨ ଟି ମ୍ୟାଚ୍ ରେ ବଡ ବ୍ୟବଧାନରେ ଜିତିବାକୁ ପଡିବ, ଯାହା ସେମାନଙ୍କୁ ଓମାନ ଏବଂ ସ୍କଟଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ଅଛି। ଏହା ଦଳର ନେଟ୍ ରନ୍ ରେଟ୍ କୁ ଉନ୍ନତ କରିବ। ଏଥି ସହିତ ଜିମ୍ବାୱେ ବିପକ୍ଷରେ ସ୍କଟଲ୍ୟାଣ୍ଡର ବିଜୟ ପାଇଁ ତାଙ୍କୁ ମଧ୍ୟ ଆଶା କରିବାକୁ ପଡିବ। ନେଦରଲ୍ୟାଣ୍ଡ ଦଳ ବର୍ତ୍ତମାନ ୩ ମ୍ୟାଚରୁ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଜିମ୍ବାୱେକୁ ପରାସ୍ତ କରି ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପ ପାଇଁ ଶ୍ରୀଲଙ୍କା ଯୋଗ୍ୟତା ଅର୍ଜନ କରିଛି। ଦାସୁନ ଶାନାକାଙ୍କ ଦଳ ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରି ବିଶ୍ୱକପ ୨୦୨୩ ରେ ସ୍ଥାନ ପାଇଛି । ଏହି ମ୍ୟାଚ ଜିତିବା ପାଇଁ ଶ୍ରୀଲଙ୍କାକୁ ୧୬୬ ରନ୍‌ର ଲକ୍ଷ୍ୟ ଥିଲା। ଶ୍ରୀଲଙ୍କା ଦଳ ୩୨.୧ ଓଭରରେ ୧ ୱିକେଟ୍ ପାଇଁ ୧୬୯ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା। ଏହାପୂର୍ବରୁ ଶ୍ରୀଲଙ୍କାର ଅଧିନାୟକ ଦାସୁନ୍ ଶାନାକା ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍ ହାରିବା ପରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରିବାକୁ ବାହାରି ୩୨.୨ ଓଭରରେ ୧୬୫ ରନରେ ସମସ୍ତ ୱିକେଟ କରିଥିଲା।

ଜିମ୍ବାୱେ ପାଇଁ କେବଳ ଅଧିନାୟକ ସିନ ୱିଲିୟମ୍ସ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହା ବ୍ୟତୀତ ବାକି ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ। ଜିମ୍ବାୱେ ଅଧିନାୟକ ସିନ ୱିଲିୟମ୍ସ ୫୭ ବଲରୁ ୫୬ ରନ କରିଥିଲେ। ସେ ନିଜ ଇନିଂସରେ ୬ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଶ୍ରୀଲଙ୍କା ବୋଲରଙ୍କ ବିଷୟରେ କହିବାକୁ ଗଲେ ମହିଷ ତୀକ୍ଷଣା ସବୁଠାରୁ ସଫଳ ବୋଲର ଥିଲେ। ୮.୨ ଓଭରରେ ୨୫ ରନ୍ ଦେଇ ସେ ୪ ଖେଳାଳିଙ୍କୁ ତାଙ୍କର ଶିକାର କରିଥିଲେ। ଯେତେବେଳେ ଦିଲଶାନ ମଧୁସଙ୍କାଙ୍କୁ ୩ ଟି ସଫଳତା ମିଳିଥିଲା। ଏହା ବ୍ୟତୀତ ମହିଥା ପାଥିରାନା ୨ଟି ୱିକେଟ୍ ନେଇଥିଲେ। ଦାସୁନ୍ ଶାନାକା ୧ ୱିକେଟ୍ ନେଇଥିଲେ। ମହୀଶ ତୀକ୍ଷଣାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବେ ବିବେଚନା କରାଯାଇଥିଲା।

ଜିମ୍ବାୱେର ୧୬୫ ରନ୍ ଜବାବରେ ଶ୍ରୀଲଙ୍କା ଦଳ ୩୨.୧ ଓଭରରେ ୧ ୱିକେଟ୍ ରେ ୧୬୯ ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା। ଓପନର୍ ପଥୁମ୍ ନିଶଙ୍କା ଶ୍ରୀଲଙ୍କା ପାଇଁ ଏକ ଚମତ୍କାର ଶତକୀୟ ପାଳି ଖେଳିଥିଲେ। ଏହି ବ୍ୟାଟ୍ସମ୍ୟାନ୍ ୧୦୨ ବଲରୁ ଅପରାଜିତ ୧୦୧ ରନ୍ କରିଥିଲେ। ସେ ତାଙ୍କ ଇନିଂସରେ ୧୪ ଟି ଚୌକା ମାରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

କଲମ୍ବୋରେ ଆୟୋଜିତ ଆଇଆଇଆଇଇ ସିଇଓ ସମ୍ମିଳନୀରେ ସୋଆ ସମ୍ମାନିତ

ଭୁବନେଶ୍ୱର: ଜାତୀୟ ସ୍ତରୀୟ ବୃତ୍ତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ ଆୱାର୍ଡ”ରେ ସମ୍ମାନିତ କରାଯାଇଛି।

ସୋମବାର ଆଇଆଇଆଇଇ ଜାତୀୟ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡକ୍ଟର ଅମୀୟ ବେହେରା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଭେଟି ଏହି ସମ୍ମାନ ପ୍ରଦାନ କରିଛନ୍ତି।

କାର୍ଯ୍ୟଧାରାରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟ ନେଇ ଅବିରତ ଉଦ୍ୟମ ଜାରି ରଖିଥିବାରୁ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଡକ୍ଟର ବେହେରା କହିଛନ୍ତି। ବିଗତ ୬ ଦଶନ୍ଧି ହେବ ଆଇଆଇଆଇଇ ଇଣ୍ଡଷ୍ଟିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରକୁ ପରିବ୍ୟାପ୍ତ, ବିକଶିତ ଓ ଉନ୍ନତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିଆସୁଛି।

ଏହି ସମ୍ମିଳନୀଟି ମେ’ ୫ ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବୋ ଠାରେ ଆୟୋଜିତ ହୋଇଥିବା ବେଳେ ଏହି ସମ୍ମିଳନୀରେ ପ୍ରସଙ୍ଗ ଥିଲା “ସର୍କୁଲାର ଇକୋନୋମି ଆଣ୍ଡ ଷ୍ଟ୍ରାଟେଜିକ୍ ସଷ୍ଟେନେବଲ ଡେଭଲପ୍‌ମେଂଟ”। ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ଆପଣାଇଥିବା ଅନୁଷ୍ଠାନମାନଙ୍କୁ ଚିହ୍ନଟ ଓ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।

ଏହି ସମ୍ମିଳନୀରେ ମ୍ୟାନେଜମେଂଟ ଗୁରୁ, ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ, ରାଷ୍ଟ୍ରଦୂତ, ଶିକ୍ଷାବିତ୍‌, ଗଣମାଧ୍ୟମ ବ୍ୟକ୍ତିବିଶେଷ, କର୍ପୋରେଟ ନେତୃତ୍ୱ ଏବଂ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇ ସେମାନଙ୍କର ବିଚାରଧାରା ଓ ଗବେଷଣା ସମ୍ପର୍କିତ ମତ ଉପସ୍ଥାପନ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଅହମ୍ମଦାବାଦ ଟେଷ୍ଟ ଭରସାରେ ଭାରତୀୟ ଦଳ, WTC ଫାଇନାଲରେ ପହଞ୍ଚିବା ପାଇଁ ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋର ଟେଷ୍ଟରେ ଭାରତ ପରାଜୟବରଣ କରିଛି। ଯାହା ପରେ ଭାରତୀୟ ଦଳର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ର ଫାଇନାଲ ଖେଳିବା ଆଶାରେ ସସପେନ୍ସ ବଢିଛି। ବର୍ତ୍ତମାନ ଭାରତୀୟ ଦଳ WTC ଫାଇନାଲରେ ପହଞ୍ଚିବା ପାଇଁ ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୩ ର ଶେଷ ଟେଷ୍ଟ ଜିତିବାକୁ ପଡିବ। ଉଲ୍ଲେଖଥାଉ କି, ଯଦିଓ ଭାରତୀୟ ଦଳ ଏହି ମ୍ୟାଚ୍ ଜିତିନପାରେ, ତଥାପି WTC ଫାଇନାଲରେ ପ୍ରବେଶ କରିବାର ଆଶା ଅକ୍ଷୁର୍ଣ୍ଣ ରହିବ। ଏହି ପରିସ୍ଥିତିରେ ଭାରତୀୟ ଦଳକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଟେଷ୍ଟ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।

ଇନ୍ଦୋର ଟେଷ୍ଟ ଜିତି ଅଷ୍ଟ୍ରେଲିଆ ଡବ୍ଲୁଟିଏସି ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ଦଳ ପାଇଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗିଛି। ଯଦି ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଅହମ୍ମଦାବାଦ ଟେଷ୍ଟରେ ଭାରତୀୟ ଦଳ ଜିତେ, ତେବେ WTC ଫାଇନାଲରେ ଖେଳିବା ସମ୍ଭାବନା ରହିବ। ଯଦି ଅହମ୍ମଦାବାଦ ଟେଷ୍ଟ ଡ୍ର କିମ୍ବା ଭାରତ ହାରିଲେ ଶ୍ରୀଲଙ୍କା ଦଳକୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୨-୦ ରେ ପରାସ୍ତ କରିବାକୁ ପଡିବ। ଯାହା ଦ୍ଵାରା ଶ୍ରୀଲଙ୍କା WTC ଫାଇନାଲରେ ପ୍ରବେଶ କରିପାରିବ।

ଯଦି ଶ୍ରୀଲଙ୍କା ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜକୁ ୨-୦ ରେ ଜିତିବାରେ ଅସଫଳ ହୁଏ, ତେବେ କେବଳ ଭାରତୀୟ ଦଳ WTC ଫାଇନାଲ ଖେଳିବ। ଉଲ୍ଲେଖଥାଉ କି, ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜକୁ ୨-୦ ରେ ଜିତିବା ଅସମ୍ଭବ ମନେହୁଏ। ଏହାର କାରଣ ହେଉଛି ଏହି ଟେଷ୍ଟ ସିରିଜ୍ କେବଳ ନ୍ୟୁଜିଲ୍ୟାଣ୍ଡରେ ଖେଳାଯିବ ଏବଂ ନିକଟରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଜିତିଛି। ନ୍ୟୁଜିଲାଣ୍ଡର ଦଳ ଶ୍ରୀଲଙ୍କା ଅପେକ୍ଷା ଟେଷ୍ଟରେ ଅଧିକ ଶକ୍ତିଶାଳୀ।

ଯଦି ଆମେ ସମୀକରଣକୁ ଦେଖିବା, ସହଜରେ କୁହାଯାଇପାରେ ଯେ WTC ଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ ରହିବ। ଏହାର କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜିତିବା ଶ୍ରୀଲଙ୍କା ପାଇଁ ବହୁତ କଷ୍ଟକର। ଏଭଳି ପରିସ୍ଥିତିରେ କେବଳ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ୭ ରୁ ୧୧ ଜୁନ୍ ପର୍ଯ୍ୟନ୍ତ ଲଣ୍ଡନର ‘ଓଭାଲ୍’ରେ ଏହି ବଡ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରୀଲଙ୍କାକୁ କ୍ଳିନ ସ୍ଵିପ ପରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ, ଜାଣନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସିରିଜ୍ ଖେଳିଛି। ଏଥିରେ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ଟି-୨୦ ଏବଂ ୩ ଟି ଦିନିକିଆ ଖେଳିଛି। ଭାରତୀୟ ଦଳ ଟି-୨୦ ସିରିଜ ୨-୧ ଏବଂ ଦିନିକିଆ ସିରିଜ ୩-୦ ରେ ଜିତି ନୂତନ ବର୍ଷ ଭଲରେ ଆରମ୍ଭ କରିଛି। ବର୍ତ୍ତମାନ ଦଳ ଜାନୁଆରୀ ୧୮ ତାରିଖ ବୁଧବାର ଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସିରିଜ ଆରମ୍ଭ କରିବାକୁ ଯାଉଛି। ଉଭୟଙ୍କ ମଧ୍ୟରେ ୩ ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳାଯିବ।

ପ୍ରଥମେ ଉଭୟ ଦଳ ଦିନିକିଆ ସିରିଜ୍ ପାଇଁ ମୁହାଁମୁହିଁ ହେବେ। ଏହା ପରେ, ଜାନୁଆରୀ ୨୭ ତାରିଖ ଶୁକ୍ରବାର ଠାରୁ ଟି -୨୦ ସିରିଜ୍ ଆରମ୍ଭ ହେବ। ଏବଂ ସିରିଜର ଶେଷ ମ୍ୟାଚ୍ ଫେବୃଆରୀ ୧ ତାରିଖ ବୁଧବାର ଦିନ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ, ସମସ୍ତ ଦିନିକିଆ ମ୍ୟାଚ୍ ଅପରାହ୍ନ ୧.୩୦ରୁ ଆରମ୍ଭ ହେବ। ସେହିଭଳି ଟି-୨୦ ମ୍ୟାଚ୍ ସନ୍ଧ୍ୟା ୭.୦୦ ରୁ ଆରମ୍ଭ ହେବ।

ସିଧାପ୍ରସାରଣ କେଉଁଠାରେ ହେବ?:

ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ ହେବ। ଡିଜ୍ନି ପ୍ଲସ୍ ହଟଷ୍ଟାରରେ ମଧ୍ୟ ସିଧା ପ୍ରସାରଣ ହେବ।

କାର୍ଯ୍ୟସୂଚୀ:

ଏକଦିବସୀୟ ସିରିଜ:

୧- ପ୍ରଥମ ଦିନିକିଆ- ଜାନୁଆରୀ ୧୮, ବୁଧବାର- ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍, ହାଇଦ୍ରାବାଦ।

୨- ଦ୍ୱିତୀୟ ଦିନିକିଆ- ଜାନୁୟାରୀ ୨୧, ଶନିବାର- ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ, ରାୟପୁର।

୩- ତୃତୀୟ ଦିନିକିଆ- ଜାନୁଆରୀ ୨୪, ମଙ୍ଗଳବାର- ହୋଲକର କ୍ରିକେଟ୍ ଷ୍ଟାଡିୟମ୍, ଇନ୍ଦୋର।

ଟି-୨୦ ସିରିଜ:

୧- ପ୍ରଥମ ଟି-୨୦ ମ୍ୟାଚ୍- ଜାନୁଆରୀ ୨୭, ଶୁକ୍ରବାର- ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ୍ କମ୍ପ୍ଲେକ୍ସ, ରାଞ୍ଚି।

୨- ଦ୍ୱିତୀୟ ଟି-୨୦ ମ୍ୟାଚ୍- ଜାନୁୟାରୀ ୨୯, ରବିବାର- ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ୍, ଲକ୍ଷ୍ନୌ।

୩- ତୃତୀୟ ଟି-୨୦ ମ୍ୟାଚ୍- ଫେବୃଆରୀ ୦୧, ବୁଧବାର- ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍, ଅହମ୍ମଦାବାଦ।

ଦିନିକିଆ ଏବଂ ଟି-୨୦ ପାଇଁ ଭାରତୀୟ ଦଳ:

ଏକଦିବସୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।

ଟି-୨୦ ଦଳ- ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଋତୁରାଜ ଗାଇକ୍ଵାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି, ପୃଥ୍ବୀ ଶ’, ମୁକେଶ କୁମାର।

Categories
ଆଜିର ଖବର ଖେଳ ଜାତୀୟ ଖବର

ତୃତୀୟ ଦିନିକିଆରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଶ୍ରୀଲଙ୍କାକୁ ପରାସ୍ତ କରି ହାସଲ କଲା ସବୁଠୁ ବଡ଼ ବିଜୟ

ନୂଆଦିଲ୍ଲୀ: ତିରୁବନନ୍ତପୁରମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଟିମ୍ ଇଣ୍ଡିଆ ୩୧୭ ରନରେ ତୃତୀୟ ଦିନିକିଆ ଜିତିଛି। ଏହା ସହ ଭାରତର ନାମ ବର୍ତ୍ତମାନ ଦିନିକିଆ କ୍ରିକେଟ୍ ଇତିହାସରେ ସବୁଠାରୁ ବଡ ବିଜୟ ପଞ୍ଜିକରଣ କରିବାର ରେକର୍ଡ ପାଲଟିଛି।

ବିରାଟ କୋହଲିଙ୍କ ଅପରାଜିତ ୧୬୬ ଏବଂ ଶୁଭମାନ ଗିଲଙ୍କ ୧୧୬ ରନ ଯୋଗୁଁ ଟିମ୍ ଇଣ୍ଡିଆ ୫୦ ଓଭରରେ ୫ ୱିକେଟ୍ ହରାଇ ୩୯୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ମାତ୍ର ୭୩ ରନ୍ ସଂଗ୍ରହ କରିଥିଲା। ତେବେ ଶ୍ରୀଲଙ୍କାର ମାତ୍ର ୯ ଜଣ ଖେଳାଳି ଆଉଟ ହୋଇଥିଲେ, ହେଲେ ସେମାନଙ୍କ ମଧ୍ୟରୁ ଜଣେ ଖେଳାଳି ଆହତ ହୋଇଥିବା କାରଣରୁ ଦଳର ସମସ୍ତ ୱିକେଟର ପତନ ବୋଲି ବିବେଚନା କରାଯାଇଥିଲା। ଦିନିକିଆ କ୍ରିକେଟରେ ରନ୍ ଦୃଷ୍ଟିରୁ ଏହା ହେଉଛି ସବୁଠାରୁ ବଡ ବିଜୟ। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୨୦୦୮ ରେ ଆୟର୍ଲାଣ୍ଡ ବିପକ୍ଷରେ ୨୯୦ ରନରେ ଜିତିଥିଲା।

ଭାରତର ଘାତକ ବୋଲିଂକୁ କେବଳ ଶ୍ରୀଲଙ୍କାର ତିନିଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଅତିକ୍ରମ କରିପାରିଥିଲେ। ଥିରୁବନନ୍ତପୁରମରେ ପ୍ରଥମେ ଟିମ୍ ଇଣ୍ଡିଆ ପାହାଡ଼ ଭଳି ସ୍କୋର କରିଥିଲା ​​ଏବଂ ପରେ ମହମ୍ମଦ ସିରାଜ ତାଙ୍କ ମାରାତ୍ମକ ବୋଲିଂ ହେତୁ ଶ୍ରୀଲଙ୍କାକୁ ଧରାଶାୟୀ କରିଥିଲେ। ୧୦ ଓଭରରେ ସିରାଜ ୩୨ ରନ୍ ଦେଇ ଚାରି ୱିକେଟ୍ ନେଇଥିଲେ। ଯେଉଁଠାରେ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶୁଭମାନ ଗିଲ ଏବଂ ବିରାଟ କୋହଲିଙ୍କ ଶତକୀୟ ପାଳି, ଶ୍ରୀଲଙ୍କା ସାମ୍ନାରେ ୩୯୧ ରନ ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଥିରୁବନନ୍ତପୁରମରେ ଖେଳାଯାଉଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ୫୦ ଓଭରରେ ୫ ୱିକେଟ୍ ହରାଇ ୩୯୦ ରନ୍ ସଂଗ୍ରହ କରିଛି। ଭାରତୀୟ ଦଳ ପାଇଁ ଶୁଭମାନ ଗିଲ ଏବଂ ବିରାଟ କୋହଲି ଶତକୀୟ ଇନିଂସ ଖେଳିଥିଲେ। ଏହିପରି ଶ୍ରୀଲଙ୍କାକୁ ମ୍ୟାଚ୍ ଜିତିବା ପାଇଁ ୫୦ ଓଭରରେ ୩୯୧ ରନ୍ ଆବଶ୍ୟକ କରୁଛି। ଯଦିଓ, ଭାରତୀୟ ଦଳ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିନେଇଛି, କିନ୍ତୁ ଏହି ମ୍ୟାଚ୍ ଜିତି ବିଜୟ ସହ ସିରିଜ୍ ଶେଷ କରିବାକୁ ଚାହୁଁଛି।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଆରମ୍ଭକୁ ଏକ ବଡ଼ ଇନିଂସରେ ପରିଣତ କରିପାରି ନଥିଲେ। ରୋହିତ ଶର୍ମା ୪୯ ବଲରେ ୪୨ ରନ ସ୍କୋର କରିଥିଲେ। ତେବେ ଶୁଭମାନ ଗିଲ ଏବଂ ବିରାଟ କୋହଲି ଚମତ୍କାର ଶତକ ହାସଲ କରିଥିଲେ। ୮୯ ବଲରୁ ଶୁଭମାନ ଗିଲ ନିଜର ଶତକ ପୂରଣ କରିଥିଲେ। ସେ ୯୭ ବଲରେ ୧୧୬ ରନ କରିଥିଲେ। ବିରାଟ କୋହଲି ୮୫ ତମ ବଲରେ ନିଜର ୪୬ ତମ ଶତକ ପୂରଣ କରିଥିଲେ। ଶୁଭମାନ ଗିଲ ତାଙ୍କ ଇନିଂସରେ ୧୪ ଚୌକା ଓ ୨ ଟି ଛକା ମାରିଥିଲେ।

ବିରାଟ କୋହଲି ତାଙ୍କ ଶତକ ଇନିଂସରେ ୧୨ ଟି ଚୌକା ଓ ୬ ଟି ଛକା ମାରିଥିଲେ। ଏଥିସହିତ ଶ୍ରେୟସ୍ ଆୟର ୩୨ ବଲରେ ୩୮ ରନ୍ ଯୋଗ କରିଥିଲେ। ଶ୍ରେୟାସ ଆୟର ତାଙ୍କ ଇନିଂସରେ ୨ଟି ଚୌକା ଓ ୧ ଟି ଛକା ମାରିଥିଲେ। ଶ୍ରୀଲଙ୍କା ପକ୍ଷରୁ କସୁନ୍ ରଜିତାଙ୍କ ବ୍ୟତୀତ ଲାହିରୁ କୁମାରା ଏବଂ ଚମିକା କରୁଣାତ୍ନେଙ୍କୁ ୧-୧ ୱିକେଟ ସଫଳତା ମିଳିଛି। ତେବେ ମ୍ୟାଚ୍ ଜିତିବା ପାଇଁ ଶ୍ରୀଲଙ୍କାକୁ ୩୯୧ ରନ୍ ସ୍କୋର କରିବାକୁ ପଡିବ। ଏଥି ସହିତ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ସିରିଜକୁ ୩-୦ କରିବାକୁ ଚାହୁଁଛି। ଦଶୁନ୍ ଶାନାକାଙ୍କ ଦଳ ଏହି ସିରିଜରେ ପ୍ରଥମ ବିଜୟ ପଞ୍ଜିକରଣ କରିବାକୁ ଚାହୁଁଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

କାମ ଦେଲାନି ଶ୍ରୀଲଙ୍କା ଅଧିନାୟକଙ୍କ ଶତକ, ପ୍ରଥମ ଦିନିକିଆରେ ୬୭ ରନରେ ଜିତିଲା ଭାରତ

ଗୁଆହାଟୀ: ଗୁଆହାଟୀ ଦିନିକିଆରେ ଶ୍ରୀଲଙ୍କାକୁ ଭାରତ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୬୭ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରିବା ପରେ ୫୦ ଓଭରରେ ୭ ୱିକେଟ୍ ହରାଇ ୩୭୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ କେବଳ ୩୦୬ ରନ୍ କରିପାରିଥିଲା।

ପୃଥମ୍ ନିଶଙ୍କାଙ୍କ ବ୍ୟତୀତ ଧନଞ୍ଜୟ ଡି ସିଲଭା ୪୦ ବଲରୁ ୪୭ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୯ ଚୌକା ମାରିଥିଲେ। ପୃଥମ୍ ନିଶଙ୍କା ଏବଂ ଧନଞ୍ଜୟ ଡି ସିଲଭାଙ୍କ ବ୍ୟତୀତ ଶ୍ରୀଲଙ୍କାର ବାକି ବ୍ୟାଟ୍ସମ୍ୟାନମାନେ ନିରାଶ ହୋଇଥିଲେ। ଏଥି ସହିତ ଦ୍ରୁତ ବୋଲର ଉମ୍ରାନ ମଲିକ ଭାରତ ପାଇଁ ସବୁଠାରୁ ସଫଳ ବୋଲର ଥିଲେ। ୬ ଓଭରରେ ୩୨ ରନ୍ ଦେଇ ଉମରନ୍ ମଲିକ୍ ୩ ଖେଳାଳିଙ୍କୁ ଆଉଟ କରିଥିଲେ। ଏଥି ସହିତ ମହମ୍ମଦ ସିରାଜ ୨ ଖେଳାଳିଙ୍କୁ ଆଉଟ କରିଥିଲେ। ଏହା ବ୍ୟତୀତ ମହମ୍ମଦ ଶାମି ଏବଂ ୟୁଜଭେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ଏହାପୂର୍ବରୁ ବିରାଟ କୋହଲି ଭାରତ ପାଇଁ ଏକ ଚମତ୍କାର ଶତକୀୟ ପାଳି ଖେଳିଥିଲେ। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ୮୭ ବଲରେ ୧୧୩ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୧୨ ଟି ଚୌକା ଓ ୧ ଟି ଛକା ମାରିଥିଲେ। ବିରାଟ କୋହଲିଙ୍କ ଦିନିକିଆ କ୍ୟାରିୟରର ଏହା ହେଉଛି ୪୫ ତମ ଶତକ। ଏଥି ସହିତ ବିରାଟ କୋହଲିଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ୭୩ ତମ ଶତକ ପୂରଣ ହୋଇଛି। ବିରାଟ କୋହଲିଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଉତ୍କୃଷ୍ଟ ଇନିଂସ ଖେଳିଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ୱିକେଟ୍ ପାଇଁ ୧୪୩ ରନ୍ ଯୋଡିଥିଲେ। ୬୭ ଟି ବଲରେ ଭାରତୀୟ ଅଧିନାୟକ ୮୩ ରନ୍ ସଂଗ୍ରହ କରିଥିବାବେଳେ ଶୁବମାନ ଗିଲ ୬୦ ଟି ବଲରେ ୭୦ ରନ୍ ସଂଗ୍ରହ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବର୍ଷର ପ୍ରଥମ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ: ତୃତୀୟ ଟି-୨୦ ରେ ହାରିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ରାଜକୋଟରେ ଖେଳାଯାଇଥିବା ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୯୧ ରନ୍ ରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ୨-୧ରେ ସିରିଜ୍ ଜିତିଛି।

ଏହି କର ବା ମର ମ୍ୟାଚରେ ପ୍ରଥମେ ବ୍ୟାଟିଂ ପରେ ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ୧୬.୪ ଓଭରରେ ମାତ୍ର ୧୩୭ ରନ୍ ସଂଗ୍ରହ କରିଥିଲା।

ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ ବଲରେ ୧୧୨ ରନ୍ ସଂଗ୍ରହ କରି ଝଡ ସୃଷ୍ଟି କରିଥିଲେ। ଏହି ସମୟରେ ସୂର୍ଯ୍ୟ ୭ ଚୌକା ଓ ୯ ଛକା ମାରିଥିଲେ। ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଏବଂ ଉମ୍ରାନ ମଲିକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅର୍ଶଦୀପ ସିଂଙ୍କୁ ତିନୋଟି ସଫଳତା ମିଳିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ଶ୍ରୀଲଙ୍କା: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ରାଜକୋଟରେ ହେବ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଏବଂ ଶ୍ରୀଲଙ୍କା ସମାନ ସ୍ଥିତିରେ ରହିଛନ୍ତି। ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପାରେ। ସିରିଜ୍ ବଞ୍ଚାଇବାକୁ ସେମାନଙ୍କ ଉପରେ ବହୁତ ଚାପ ରହିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଇତିହାସ ସୃଷ୍ଟି କରିବାକୁ ନିକଟତର ହୋଇଛି। ଯଦି ସେମାନେ ରାଜକୋଟରେ ଜିତନ୍ତି, ତେବେ ସେ ଭାରତରେ ପ୍ରଥମ ଥର ପାଇଁ ଟି-୨୦ ସିରିଜ୍ ଜିତିବେ।

ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୭ ଟି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ଏବଂ ଏହି ସମୟରେ ତାଙ୍କୁ କେବଳ ଗୋଟିଏ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ପୁଣେରେ ଭାରତକୁ ଶ୍ରୀଲଙ୍କା ପରାସ୍ତ କରିଛି। ଏବେ ସିରିଜକୁ ବଞ୍ଚାଇବା ପାଇଁ ହାର୍ଦ୍ଦିକଙ୍କ ସମ୍ମୁଖରେ ଏକ ଚ୍ୟାଲେଞ୍ଜ ଅଛି। ସେମାନଙ୍କ ପାଇଁ ରାଜକୋଟ ଟି-୨୦ ମ୍ୟାଚ୍ ଏକ ଅଗ୍ନିପରୀକ୍ଷାରୁ କମ୍ ହେବ ନାହିଁ। ଯଦି ରାଜକୋଟରେ ଭାରତୀୟ ଦଳ ଜିତେ, ତା’ହେଲେ ଏହା ହାର୍ଦ୍ଦିକଙ୍କ ଉପରେ ଦଳର ବିଶ୍ୱାସ ଆହୁରି ବଢିଯିବ।

ନିଜ ଘରୋଇ ପିଚରେ କ୍ରମାଗତ ୧୧ ଟି-୨୦ ସିରିଜ ଜିତିବାର ଟିମ୍ ଇଣ୍ଡିଆ ପାଖରେ ରେକର୍ଡ ରହିଛି। ଫେବୃଆରୀ ୨୦୧୯ ରେ ଅଷ୍ଟ୍ରେଲିଆ ଦ୍ୱାରା ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କା ମଧ୍ୟ ଇତିହାସ ସୃଷ୍ଟି କରିବାକୁ ନିକଟତର ହୋଇଛି। ଯଦି ଶ୍ରୀଲଙ୍କା ଦଳ ରାଜକୋଟରେ ଜିତେ ତେବେ ଏହା ଭାରତରେ ପ୍ରଥମ ଥର ପାଇଁ ଟି-୨୦ ସିରିଜ୍ କବଜା କରିବ। ତଥାପି, ଏଥିପାଇଁ ତାଙ୍କୁ ପଡ଼ିଆରେ କଠିନ ପରିଶ୍ରମ କରିବାକୁ ପଡିପାରେ।

ଉଲ୍ଲେଖନୀୟ କଥା ହେଉଛି, ଶ୍ରୀଲଙ୍କା ପାଇଁ ଏହି ସିରିଜରେ ଦାସୁନ୍ ଶାନାକା ଏବଂ କୁସାଲ ମେଣ୍ଡିସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ଉଭୟ ଖେଳାଳି ଦଳ ପାଇଁ ସର୍ବାଧିକ ସ୍କୋରର ହୋଇଛନ୍ତି। ଅନ୍ୟପକ୍ଷରେ ଅକ୍ସର ପଟେଲ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଶେଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭଲ ବ୍ୟାଟିଂ କରିଥିଲେ।